ଶନିଙ୍କର କୁମ୍ଭ ରାଶିରେ ମାର୍ଗୀ (15 ନଭେମ୍ବର 2024)
ଆଷ୍ଟ୍ରୋସେଜର ଏହି ଲେଖା ଶନିଙ୍କର କୁମ୍ଭ ରାଶିରେ ମାର୍ଗୀ ବିଶେଷ ଭାବରେ ଆପଣଙ୍କ ପାଇଁ ପ୍ରସ୍ତୁତ ହୋଇଛି ଯାହା ମାଧ୍ୟମରେ ଆପଣଙ୍କୁ ଶନି ମାର୍ଗୀ ସହିତ ଜଡ଼ିତ ସମସ୍ତ ସୂଚନା ପ୍ରାପ୍ତ ହେବ। ନ୍ୟାୟର ଦେବତା ଶନି ଗ୍ରହ 15 ନଭେମ୍ବର 2024 ସନ୍ଧ୍ୟା 05:09 ମିନିଟରେ କୁମ୍ଭ ରାଶିରେ ମାର୍ଗୀ ହେବାକୁ ଯାଉଛନ୍ତି। ଏହି ଲେଖା ମାଧ୍ୟମରେ ଆପଣ ରାଶି ଚକ୍ରର 12 ଟି ରାଶି ଉପରେ ପଡ଼ିବାକୁ ଥିବା ଶନିଙ୍କର ମାର୍ଗୀ ଚଳନର ପ୍ରଭାବ ବିଷୟରେ ଜାଣିପାରିବେ। ଏହି ବର୍ଷ ଶନି ମହାରାଜ ନିଜର ରାଶି ପରିବର୍ତ୍ତନ କରିବେ ନାହିଁ କିନ୍ତୁ ଏହା ନିଜର ଚଳନରେ ପରିବର୍ତ୍ତନ କରିବେ ଓ ସମସ୍ତ ରାଶିକୁ ପ୍ରଭାବିତ କରିବେ।
हिंदी में पढ़ने के लिए यहां क्लिक करें: शनि कुम्भ राशि में मार्गी
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୁଅନ୍ତୁ ଓ ଜାଣନ୍ତୁ ଶନିଙ୍କର କୁମ୍ଭ ରାଶିରେ ମାର୍ଗୀ ସମୟରେ ଆପଣଙ୍କର ଜୀବନ ଉପରେ ପ୍ରଭାବ
ବୈଦିକ ଜ୍ଯୋତିଷଶାସ୍ତ୍ରରେ ଶନିଙ୍କର ପ୍ରଭାବ
ବୈଦିକ ଜ୍ଯୋତିଷରେ ଶନି ଗ୍ରହ ଙ୍କୁ ପ୍ରତିବଦ୍ଧତାର ଗ୍ରହ କୁହାଯାଏ। ସେ ଜଣେ ଅଧ୍ୟାପକ ଯିଏ ବ୍ୟକ୍ତି ଦ୍ବାରଅ କଠିନ ପରିଶ୍ରମ କରାନ୍ତି ଓ ଆପଣଙ୍କୁ ଅନୁଶାସନରେ ଜୀବନ ବଞ୍ଚିବାକୁ ଶିଖାନ୍ତି। ଏହି ସବୁ ଗୁଣ ଯୋଗୁଁ ଅନେକ ମଣିଷ ନିଜର ଦୈନିକ ଜୀବନରେ ଲକ୍ଷକୁ ପୂରଣ କରିବାକୁ ସକ୍ଷମ ହୁଅନ୍ତି।
ଶନି ଦେବ କୌଣସି ବ୍ୟକ୍ତିକୁ ଲକ୍ଷ ପ୍ରାପ୍ତ କରିବା ପାଇଁ ସମର୍ପିତ ଓ ନ୍ୟାୟ ପ୍ରିୟ କରନ୍ତି। ଆସନ୍ତୁ ଏବେ ଜାଣିବା ଯେ କୁମ୍ଭ ରାଶିରେ ଶନିଙ୍କର ମାର୍ଗୀ ହେବା ଆପଣଙ୍କର ଜୀବନର ବିଭିନ୍ନ କ୍ଷେତ୍ରକୁ ଯେପରି ବ୍ୟବସାୟ, ଚାକିରି, ବିବାହ, ପ୍ରେମ, ସନ୍ତାନ, ଶିକ୍ଷା, ସ୍ବାସ୍ଥ୍ୟ ଇତ୍ୟାଦିକୁ କିପରି ପ୍ରଭାବିତ କରିବ। ଆପଣଙ୍କୁ ଶନି ମାର୍ଗୀ ଦ୍ବାରା କିପରି ପରିଣାମ ସବୁ ପ୍ରାପ୍ତ ହେବ, ତାହା ଜାଣିବା।
To Read in English Click Here: Saturn Direct in Aquarius
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଏବେ ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।
କୁମ୍ଭ ରାଶିରେ ଶନି ମାର୍ଗୀ 2024: ରାଶି ଅନୁସାରେ ପ୍ରଭାବ ଓ ଉପାୟ
ମେଷ ରାଶି
ମେଷ ରାଶିଲୋକଙ୍କ ପାଇଁ ଶନି ଗ୍ରହ ଆପଣଙ୍କର ଦଶମ ଓ ଏକାଦଶ ଘରର ସ୍ବାମୀ ଓ ଏବେ ଏହା ଆପଣଙ୍କର ଏକାଦଶ ଘରେ ମାର୍ଗୀ ହେବେ।
କ୍ୟାରୀଅର କ୍ଷେତ୍ରରେ ଶନିଙ୍କର ମାର୍ଗୀ ଚଳନ ଚାକିରିରେ ଆପଣଙ୍କର ସ୍ଥିତି ଦୃଢ଼ କରିବ ଓ ଆପଣ ସଫଳତା ପାଇବା ଦୃଷ୍ଟିରୁ ଏହି ସମୟ ଭଲ କୁହାଯିବ।
ବ୍ୟବସାୟ ବିଷୟରେ କହିଲେ, ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି, ତାଙ୍କୁ ଏକଋ ଅଧିକ ବିଜନେସ କରିବାର ସୁଯୋଗ ମିଳିବ ଓ ଏପରି ସ୍ଥିତିରେ ଆପଣ ଭଲ ଲାଭ କରିବାର ସୁଯୋଗ ମିଳିବ।
ଆର୍ଥିକ ଜୀବନରେ ମେଷ ରାଶିର ଲୋକ ଶନିଙ୍କର କୁମ୍ଭ ରାଶିରେ ମାର୍ଗୀ ସମୟରେ ନିଜର ଇଚ୍ଛା ପୂରଣ କରିବାରେ ସକ୍ଷମ ହେବେ। ସାଙ୍ଗରେ, ଆପଣ ଏହି ଅବଧିରେ ଧନ ସଞ୍ଚୟ କରିବାରେ ସକ୍ଷମ ହେବେ।
ପ୍ରେମ ଜୀବନକୁ ଦେଖିଲେ, ଏହି ଲୋକଙ୍କର ବ୍ୟବହାର ସକାରାତ୍ମକ ରହିବ ଓ ଏହାର ପରିଣାମswarଊପ, ଆପଣ ପାର୍ଟନର ପ୍ରତି ସଚ୍ଚୋଟ ରହିବେ।
ସ୍ବାସ୍ଥ୍ୟ ବିଷୟରେ କହିଲେ, ଶନିଙ୍କର ମାର୍ଗୀ ହେବା ଦ୍ବାରଅ ଆପଣଙ୍କର ଦୃଢ଼ ଆନ୍ତରିକ ଶକ୍ତି ଆପଣଙ୍କର ସ୍ବାସ୍ଥ୍ୟକୁ ଭଲ ରଖିବ ଓ ଆପଣ ଫିଟ ଦେଖାଯିବେ।
ଉପାୟ : ପ୍ରତିଦିନ ଓଁ ରାହବେ ନମଃ 21 ଥର ଜପ କରନ୍ତୁ।
ବୃଷ ରାଶି
ବୃଷ ରାଶିର ଲୋକଙ୍କ ଜାତକରେ ଶନି ଦେବ ନବମ ଓ ଦଶମ ଘରର ସ୍ବାମୀ ଓ ଏବେ ଏହା ଆପଣଙ୍କର ଦଶମ ଘରେ ମାର୍ଗୀ ହେବେ।
ଏହାର ପରିଣାମସ୍ବରୂପ, ଏହି ଲୋକ ନିୟମ ଓ ସିଦ୍ଧାନ୍ତରେ ଚାଲିବ ପାଇଁ ପସନ୍ଦ କରନ୍ତି। ଏହି କାରଣରୁ ଆପଣ ସମୟରେ ନିଜର ଲକ୍ଷ ହାସଲ କରିବେ ଓ ଅନ୍ୟଙ୍କ ପାଇଁ ଏକ୍ ଉଦାହାର ହେବେ।
କ୍ୟାରୀଅର ବିଷୟରେ କହିଲେ, ଶନିଙ୍କର କୁମ୍ଭ ରାଶିରେ ମାର୍ଗୀ ସମୟରେ ଆପଣ କାମରେ ବୁଡ଼ି ରହିବେ ଓ ଏପରି ସ୍ଥିତିରେ ଆପଣଙ୍କର ପ୍ରଦର୍ଶନ ଭଲ ରହିବ। ସାଙ୍ଗରେ, ଆପଣଙ୍କୁ ବରିଷ୍ଠଙ୍କର ସମର୍ଥନ ମଧ୍ୟ ମିଳିବ।
ବ୍ୟବସାୟକୁ ଦେଖିଲେ, ବୃଷ ରାଶିର ଲୋକ ବିଜନେସରେ ନୂଆ ସିଦ୍ଧାନ୍ତ ଓ ମୂଲ୍ୟ ସ୍ଥାପନ କରିବେ ଯାହା ଆପଣଙ୍କ ପାଇଁ ଅପାର ଲାଭ ଆଣିବ।
ଆର୍ଥିକ ଜୀବନରେ ଶନିଙ୍କର ମାର୍ଗୀ ଅବସ୍ଥା ସମୟରେ ଆପଣ ଟ୍ରାଭେଲ ମାଧ୍ୟମରେ ପଇସା ରୋଜଗାର କରିବେ, କିନ୍ତୁ ଆପଣ ଧନ ଅଧିକ ସଞ୍ଚୟ କରିବାରେ ଅସମର୍ଥ ହେବେ।
ପ୍ରେମ ଜୀବନ ବିଷୟରେ କହିଲେ, ଏହି ଲୋକଙ୍କର ସମ୍ପର୍କ ଖୁସିରେ ଭରି ରହିବ ଓ ଏପରି ସ୍ଥିତିରେ ଆପଣ ପାର୍ଟନର ସହିତ ଜୀବନର ଆନନ୍ଦ ନେଉଥିବା ଦେଖାଯିବେ।
ସ୍ବାସ୍ଥ୍ୟ ଦୃଷ୍ଟିରୟ ଶନି ମାର୍ଗୀ ସମୟରେ ଆପଣଙ୍କୁ ଅଧିକ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିବ ନାହିଁ। ଆପଣ ସୁସ୍ଥ ରହି ପାରିବେ।
ଉପାୟ : କୌଣସି ବୃଦ୍ଧ ବ୍ରାହ୍ମଣଙ୍କୁ ଭୋଜନ ଦାନ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ମିଥୁନ ରାଶିଲୋକଙ୍କ ପାଇଁ ଶନି ଅଷ୍ଟମ ଓ ନବମ ଘରର ସ୍ବାମୀ ଓ ଏବେ ଏହା ଆପଣଙ୍କର ନବମ ଘରେ କୁମ୍ଭ ରାଶିର ମାର୍ଗୀ ହେବାକୁ ଯାଉଛନ୍ତି।
ଏହାର ପରିଣାମ ସ୍ବରୂପ, ଭାଗ୍ଯର ସମ୍ବନ୍ଧରେ ଏହି ଲୋକଙ୍କୁ ମିଶ୍ରିତ ପରିଣାମ ଦେଖିବାକୁ ମିଳିପାରେ ସେଥିପାଇଁ ଆପଣଙ୍କର ଜୀବନ ଉତ୍ଥାନ-ପତନରେ ଭରପୂର ରହିବ। ଏହି ଲୋକଙ୍କୁ ବହୁତ ଯୋଜନା ପ୍ରସ୍ତୁତ କରି ଚଳିବାକୁ ପଡ଼ିବ।
କ୍ୟାରୀଅର ଦୃଷ୍ଟିରୁ, ଶନିଙ୍କର ମାର୍ଗୀ ଅବସ୍ଥା ସମୟରେ ଆପଣଙ୍କୁ ଚାକିରି କରିବାର ସୁଯୋଗ ମିଳିବ ଯାହା ଆପଣଙ୍କ ପାଇଁ ଭଲ ଦରମା ଓ ଉନ୍ନତି ଆଣି ଆସିବ।
ବ୍ୟବସାୟ କ୍ଷେତ୍ରରେ ମିଥୁନ ରାଶିର ଲୋକ ନିଜର ଭଲ ନେତୃତ୍ବ କ୍ଷମତା ପ୍ରଦର୍ଶନ କରିପାରିବେ ଯାହା ଫଳରେ ଆପଣ ଲାଭ କରିବାରେ ସକ୍ଷମ ହେବେ।
ଆର୍ଥିକକ ଜୀବନରେ ଆପଣଙ୍କୁ ଭାଗ୍ୟର ସମର୍ଥନ ମିଳିବ ଓ ଏହାର ଫଳସ୍ବରୂପ, ଆପଣ ଭଲ ମାତ୍ରାରେ ଲାଭ କରିବା ସହିତ ଧନ ସଞ୍ଚୟ କରିବାକୁ ସକ୍ଷମ ହେବେ।
ପ୍ରେମ ଜୀବନରେ ଶନିନରକ ମାର୍ଗୀ ଚଳଣ ଆପଣଙ୍କୁ ପାର୍ଟନର ସହିତ ଭଲ ସମୟ କଟାଇବାକୁ ଓ ତାଙ୍କ ସହିତ ଖୋଲାଖୋଲି କଥା ହେବାକୁ ସୁଯୋଗ ଦେବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ରାଶିର ଲୋକ ଶକ୍ତିଶାଳୀ ରହିବେ ଯାହାର କାରଣ ତାଙ୍କର ପ୍ରସନ୍ନତା ହେବ।
ଉପାୟ : ପ୍ରତିଦିନ ଓଁ ବୁଧାୟ ନମଃ 41 ଥର ଜପ କରନ୍ତୁ।
କର୍କଟ ରାଶି
କର୍କଟ ରାଶି ଲୋକଙ୍କ ପାଇଁ ଶନି ଦେବ ଆପଣଙ୍କର ସପ୍ତମ ଓ ଅଷ୍ଟମ ଘରର ସ୍ବାମୀ ଓ ଏବେ ଆପଣଙ୍କର ଅଷ୍ଟମ ଘରେ ମାର୍ଗୀ ହେବାକୁ ଯାଉଛନ୍ତି।
ଶନିଙ୍କର କୁମ୍ଭ ରାଶିର ମାର୍ଗୀ ହେବା ଦ୍ବାରା ଆପଣଙ୍କୁ ଭାଗ୍ଯର ସମର୍ଥନ ନ ମିଳିବାର ସମ୍ଭାବନା ଅଛି। ସାଙ୍ଗରେ, ଏହି ଲୋକଙ୍କ ଭିତରେ ଆତ୍ମବିଶ୍ବାସ କମ ହୋଇପାରେ।
କ୍ୟାରୀଅର ବିଷୟରେ କହିଲେ ଆପଣଙ୍କ ହାତରୁ ଚାକିରି ଖସି ଯାଇପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଭଲ କାମ କରିବା ପରେ ମଧ୍ୟ ସମର୍ଥନ ନ ମିଳିବାର ଆଶଙ୍କା ଅଛି ଓ ଏହା ବ୍ୟତୀତ, ଆପଣଙ୍କର ମାନ ସମ୍ମାନ ମଧ୍ୟ ହ୍ରାସ ପାଇପାରେ।
ଶନିଙ୍କର ମାର୍ଗୀ ଚଳନ ସମୟରେ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର ହାତରୁ ଅନସାଇଟ ସୁଯୋଗ ଖସିଯାଇ ପାରେ ଓ ଏହି କାରଣରୁ ଭଲ ଲାଭ ମିଳିବା କଷ୍ଟକର ହେବ।
ଆର୍ଥିକ ଜୀବନରେ ଏହି କଥାର ପ୍ରବଳ ସମ୍ଭାବନ ଅଛି ଯେ କୌଣସି ଯାତ୍ରା ସମୟରେ ଆପଣଙ୍କୁ ଧନ ହାନି ସାମ୍ନା କରିବାକୁ ପଡ଼ିପାରେ। ଏହାର ପରିଣାମସ୍ବରୂପ , ଆପଣ ଧନ ସଞ୍ଚୟ କରିବାରେ ଅସଫଳ ରହିବେ।
ପ୍ରେମ ଜୀବନ ବିଷୟରେ କହିଲେ, ଶନି କୁମ୍ଭ ରାଶିର ମାର୍ଗୀ ଅବଧିରେ ଏହି ଲୋକଙ୍କୁ ପରିବାରରେ ଚାଲିଥିବା ସମସ୍ଯା ଯୋଗୁଁ ପାର୍ଟନର ସହିତ ବହୁତ ଯୁକ୍ତି ହୋଇପାରେ ସେଥିପାଇଁ ଯେତେ ପାରିବେ ସେତେ ଯୁକ୍ତିରୁ ଦୂରେଇ ରୁହନ୍ତୁ।
ସ୍ବାସ୍ଥ୍ୟ ବିଷୟରେ କହିଲେ, ଏହି ଲୋକଙ୍କୁ ପାଦରେ ଦରଜ ହୋଇପାରେ।
ଉପାୟ : ପ୍ରତିଦିନ ଓଁ ନମୋ ନାରାୟଣ 41 ଥର ଜପ କରନ୍ତୁ।
ସିଂହ ରାଶି
ସିଂହ ରାଶିଲୋକଙ୍କ ପାଇଁ ଶନି ମହରାଜ ଆପଣଙ୍କର ଷଷ୍ଠ ଓ ସପ୍ତମ ଘରର ସ୍ବାମୀ ଓ ଏବେ ଏହା ଅପାନଙ୍କର ସପ୍ତମ ଘରେ ମାର୍ଗୀ ହେବାକୁ ଯାଉଛନ୍ତି।
ଏହାର ପରିଣାମସ୍ବରୂପ, ଏହି ଲୋକଙ୍କୁ ଶନିଙ୍କର କୁମ୍ଭ ରାଶିରେ ମାର୍ଗୀ ଅବଧିରେ ବନ୍ଧୁ ଓ ନିକଟତର ଲୋକଙ୍କ ସହିତ ନ ଦେଖା କରିପାରିବାର ଆଶଙ୍କା ଅଛି। ଏହି ସମୟରେ ଆପଣଙ୍କର ଅଧିକାଂଶ ସମୟ ଯାତ୍ରା ରେ କଟିବ।
କ୍ୟାରୀଅର କ୍ଷେତ୍ରରେ ସିଂହ ରାଶି ଲୋକଙ୍କ ଉପରେ କାମର ବୋଝ ବହୁତ ଅଧିକ ରହିବ ଓ ଏପରି ସ୍ଥିତିରେ ଆପଣ ଚାପରେ ପୀଡ଼ିତ ହୋଇପାରନ୍ତି। କାମର ଚାପ କରିବା ପାଇଁ ଆପଣଙ୍କୁ ଯୋଜନା ପ୍ରସ୍ତୁତ କରି ଚଳିବାକୁ ପରାମର୍ଶ ଦିଅଯାଇଛି।
ବ୍ୟବସାୟକୁ ଦେଖିଲେ ଏହି ଲୋକଙ୍କୁ ଶନି ମାର୍ଗୀ ସମୟରେ ବ୍ୟବସାୟରେ ବିଜନେସ ପାର୍ଟନର ସହିତ ସମୟ ସାମ୍ନା କରିବା ପାଇଁ ପଡ଼ିପାରେ ସେଥିପାଇଁ ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ।
ଆର୍ଥିକ ଜୀବନରେ ଆପଣଙ୍କର ଖର୍ଚ୍ଚର ବହୁତ ବୃଦ୍ଧି ଘଟିବ ଓ ସେଥିପାଇଁ ଏହି ଲୋକଙ୍କୁ ଘର ପରିବାରର ଦାୟିତ୍ବ ପୂରଣ କରିବା ପାଇଁ ଋଣ ନେବାକୁ ପଡ଼ିପାରେ।
ପ୍ରେମ ଜୀବନରେ ଶନି କୁମ୍ଭ ରାଶିରେ ମାର୍ଗୀ ହୋଇ ପାର୍ଟନର ସହିତ ଆପଣଙ୍କର ସମ୍ପର୍କରେ ଖୁସି ଓ ପ୍ରେମର ଅଭାବ କରାଇ ପରାନ୍ତି ଯେଉଁଥିପାଇଁ ଅହଂକାର ସହିତ ଜଡ଼ିତ ସମସ୍ଯା ହେବ। ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ।
ସିଂହ ରାଶି ଲୋକଙ୍କୁ ସ୍ବାସ୍ଥ୍ୟ ଉପରେ ବହୁତ ଧନ ଖର୍ଚ୍ଚ କରିବା ପାଇଁ ପଡ଼ିବ କାରଣ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବ। ଆପଣଙ୍କୁ ଜବାର ପରି ସମସ୍ଯା ହଇରାଣ କରିପାରେ।
ଉପାୟ : ପ୍ରତିଦିନ ଦୂର୍ଗା ଚାଳିଶା ଜପ କରନ୍ତୁ।
କନ୍ୟା ରାଶି
କନ୍ୟା ରାଶିଲୋକଙ୍କ ପାଇଁ ଶନି ମହାରାଜ ଆପଣଙ୍କର ଜାତକରେ ପଞ୍ଚମ ଓ ଷଷ୍ଠ ଘରର ସ୍ବାମୀ ଓ ଏହା ଆପଣଙ୍କର ଷଷ୍ଠ ଘରେ ମାର୍ଗୀ ହେବେ।
ଏହି ଅବଧିରେ ଶନି ଦେବ ଆପଣଙ୍କୁ କାର୍ଯ୍ୟରେ ସଫଳତା ଦେବାର କାମ କରିବେ କିନ୍ତୁ ଆପଣଙ୍କୁ ନିଜର ସ୍ବାସ୍ଥ୍ୟର ଧ୍ୟାନ ରଖିବାକୁ ହେବ।
କ୍ୟାରୀଅର ବିଷୟରେ କହିଲେ ଶନି କୁମ୍ଭ ରାଶିରେ ମାର୍ଗୀ ହୋଇ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ କାମରେ ସଫଳତା ଦେବେ ଓ ଏପରି ସ୍ଥିତିରେ ଆପଣଙ୍କୁ ଚାକିରିରେ ନୂଆ ସୁଯୋଗ ପ୍ରାପ୍ତ ହେବ।
ବ୍ୟବସାୟ ଦୃଷ୍ଟିରୁ ଏହି ଅବଧି ବିଜନେସ ପାଇଁ ଅନୁକୂଳ ରହିବ ଓ ଏହାର ପରିଣାମସ୍ବରୂପ, ଏହି ଲୋକଙ୍କୁ ଲାଭ କରିବାରେ ସଫଳତା ମିଳିବ। ସାଙ୍ଗରେ, ବ୍ୟବସାୟରେ ଆପଣ ବିରୋଧୀଙ୍କ ପାଇଁ ଏକ କଠିନ ବିରୋଧି ହୋଇ ଉଭା ହେବେ।
ଆର୍ଥିକ ଜୀବନରେ ଆପଣଙ୍କୁ ଭଲ ଲାଭ ପ୍ରାପ୍ତ ହେବ ଓ ଏହାର ବଦଳରେ ଆପଣ ପର୍ଯ୍ୟାପ୍ତ ଧନ ସଞ୍ଚୟ କରିପାରିବେ।
ପ୍ରେମ ଜୀବନ ବିଷୟରେ କହିଲେ ଶନିଙ୍କର ମାର୍ଗୀ ସମୟରେ ପାର୍ଟନରର ଆପଣଙ୍କ ପ୍ରତି ସଚ୍ଚୋଟତା ରହିବ ଓ ଏପରି ସ୍ଥିତିରେ ଆପଣଙ୍କୁ ପ୍ରତିଟି ପଦକ୍ଷେପରେ ସାଥୀର ସାହାଜ୍ୟ ମିଳିବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଅବଧିରେ କନ୍ୟା ରାଶି ଲୋକଙ୍କୁ ପାଦ ଓ ଗଣ୍ଠିରେ ଦରଜ ହୋଇପାରେ। କିନ୍ତୁ ଛୋଟ ଛୋଟ ସମସ୍ଯା ସତ୍ବେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ।
ଉପାୟ : ପ୍ରତିଦିନ ଓଁ ନମୋ ଭଗବତେ ବାସୁଦେବାୟ 41 ଥର ଜପ କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶି
ତୁଳା ରାଶି ଲୋକଙ୍କ ପାଇଁ ଶନି ମହାରାଜ ଆପଣଙ୍କର ଚତୁର୍ଥ ଓ ପଞ୍ଚମ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ପଞ୍ଚମ୍ ଘରେ ମରହି କରିବେ।
ଶନିଙ୍କର କୁମ୍ଭ ରାଶିରେ ମାର୍ଗୀ ସମୟରେ ଆପଣ ଯାହା କାର୍ଯ୍ୟ କରିବେ ସେଥିରେ ବୁଦ୍ଧିମାନ ହୋଇ କାମ କରିବାକୁ ସକ୍ଷମ ହେବେ। ସାଙ୍ଗରେ, ଆପଣଙ୍କୁ ନିଜର ଲକ୍ଷକୁ ନେଇ ବହୁତ ସଜାଗ ରହିବାକୁ ପଡ଼ିବ।
କ୍ୟାରୀଅର କ୍ଷେତ୍ରରେ ଆପଣ ବଡ଼ ବଡ଼ ସମସ୍ଯା ସମାଧାନ କରିବାକୁ ସକୀମ ହେବେ କିନ୍ତୁ କଷ୍ଟକର ପରିସ୍ଥିତି ସାମ୍ନା କରିବା ପାଇଁ ଆପଣଙ୍କ ଭିତରେ ସାହସର ଅଭାବ ରହିବ।
ତୁଳା ରାଶିର ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କର ପ୍ରଦର୍ଶନ ଭଲ ରହିବ। ଏହାର ପରିଣାମସ୍ବରୂପ, ଶେୟାର ମାଧ୍ୟମରେ ଆପଣ ଭଲ ରୋଜାଗାର କରିବାକୁ ସକ୍ଷମ ହେବେ।
ଆର୍ଥିକ ଜୀବନରେ ଶନି ମାର୍ଗୀ ସମୟରେ ଆପଣ ଅଧିକ ରୁ ଅଧିକ ଧନ ରୋଜଗାର କରିବାରେ ସାଙ୍ଗରେ ନିଜର ଆର୍ଥିକ ସ୍ଥିତି ଦୃଢ଼ କରିବାକୁ ସକ୍ଷମ ହେବେ।
ବ୍ୟକ୍ତିଗତ ଜୀବନରେ ଏହି ଲୋକଙ୍କର ସମ୍ପର୍କ ପାର୍ଟନର ସହିତ ପ୍ରେମରେ ପୂର୍ଣ ରହିବ ଓ ଏହାର ପରିଣାମସ୍ବରୂପ, ଆପଣଙ୍କର ସମ୍ପର୍କ ଆଗକୁ ବଢ଼ିବ।
ସ୍ଵତହୀ ମାମଲାରେ ତୁଳା ରାଶିର ଲୋକଙ୍କର ସ୍ବାସ୍ଥ୍ୟ ଭଲ ରହିବ ଓ ଆପଣଙ୍କୁ କୌଣସି ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିବ ନାହିଁ। ଆପଣଙ୍କର ଉତ୍ତମ ସ୍ବାସ୍ଥ୍ୟର ରହସ୍ୟ ଆପଣଙ୍କ ଭିତରେ ଥିବା ଊର୍ଜା ହେବ।
ଉପାୟ : ପ୍ରତିଦିନ ଓଁ ଗୁରବେ ନମଃ 21 ଥର ଜପ କରନ୍ତୁ।
ବିଛା ରାଶି
ବିଛା ରାଶିଲୋକଙ୍କ ପାଇଁ ଶନି ମହାରାଜ ଆପଣଙ୍କର ଜାତକରେ ତୃତୀୟ ଓ ଚତୁର୍ଥ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ଚତୁର୍ଥ ଘରେ ମାର୍ଗୀ ହେବାକୁ ଯାଉଛନ୍ତି।
ଶନିଙ୍କର କୁମ୍ଭ ରାଶିର ମାର୍ଗୀ ହେବ ଆପଣଙ୍କୁ ବନ୍ଧୁ ଓ ନିକଟତର ଲୋକଙ୍କର ସାହାଜ୍ୟ ନ ମିଳିବାର ସମ୍ଭାବନା ଅଛି। ଏହି ସମୟରେ ଆପଣଙ୍କୁ ବହୁତ ଯାତ୍ରା କରିବାକୁ ପଡ଼ିପାରେ।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ କାର୍ଯ୍ୟସ୍ଥଳରେ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ। ଯାହା ଆପଣଙ୍କର ଚିନ୍ତାର କାରଣ ହେବ।
ବ୍ୟବସାୟ ବିଷୟରେ କହିଲେ, ଶନି ମାର୍ଗୀ ସମୟରେ ଆପଣଙ୍କୁ କ୍ଷତି ହେବାର ଆଶଙ୍କା ଅଛି। ଯଦି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରୁଛନ୍ତି ତେବେ ସେଥିରେ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ।
ଆର୍ଥିକ ଜୀବନରେ ଏହି ଲୋକଙ୍କର ଖର୍ଚ୍ଚ ବହୁତ ବଢ଼ିପାରେ ଯାହା ସଞ୍ଚୟ କରିବାର ମାର୍ଗରେ ସମସ୍ଯା ଆଣିପାରେ।
ବ୍ୟକ୍ତିଗତ ଜୀବନରେ ଶନିଙ୍କର ମାର୍ଗୀ ଅବସ୍ଥା ସମୟରେ ପରିବାରରେ ଚାଲିଥିବା ମତଭେଦ ଯୋଗୁଁ ଆପଣଙ୍କୁ ପାର୍ଟନର ସହିତ ଉତ୍ଥାନ-ପତନ ସାମ୍ନା କରିବାକୁ ପଡ଼ିପାରେ।
ଶନି ମାର୍ଗୀ ହେବ ଯୋଗୁଁ ଆପଣଙ୍କୁ ମାତାଙ୍କର ସ୍ବାସ୍ଥ୍ୟ ଉପରେ ଅଧିକ ଧନ ଖର୍ଚ୍ଚ କରିବା ପାଇଁ ପଡ଼ିବ କାରଣ ତାଙ୍କର ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି ଯୋଗୁଁ ସେ ଅସୁସ୍ଥ ରହିବେ।
ଉପାୟ : ଶନିବାର ରୁ ଆରମ୍ଭ କରି ଛଅ ମାସ ପର୍ଯ୍ୟନ୍ତ ଶନି ଗ୍ରହଙ୍କର ପୂଜା କରନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି
ଧନୁ ରାଶିଲୋକଙ୍କ ପାଇଁ ଶନି ମହାରାଜ ଆପଣଙ୍କର ଦ୍ଵିତୀୟ ଓ ତୃତୀୟ ଘରର ସ୍ବାମୀ ଓ ଏହା ଏବେ ଆପଣଙ୍କର ତୃତୀୟ ଘରେ ମାର୍ଗୀ ହେବାକୁ ଯାଉଛନ୍ତି।
ଏହାର ପରିଣାମସ୍ବରୂପ, ଏହି ରାଶିର ଲୋକ ଯିଏ କଠିନ ପରିଶ୍ରମ କରନ୍ତି ସେମାନେ ଭଲ ସଫଳତା ପାଇବେ। ସାଙ୍ଗରେ ଆପଣଙ୍କର ଦୃଷ୍ଟିକୋଣ ସକାରାତ୍ମକ ରହିବ।
ଶନିଙ୍କର କୁମ୍ଭ ରାଶିର ମାର୍ଗୀ ସମୟରେ ଆପଣଙ୍କୁ ପ୍ରତି ପାଦରେ ସହକର୍ମୀ ଓ ବରିଷ୍ଠଙ୍କର ସମର୍ଥନ ମିଳିବ। ଏପରି ସ୍ଥିତିରେ, ଏହ ଲୋକ ଯୋଜନା ପ୍ରସ୍ତୁତ କରି ଚାଲିବେ, ଯାହା ଫଳରେ ସଫଳତା ପ୍ରାପ୍ତ କରିବେ।
ବ୍ୟବସାୟ ବିଷୟରେ କହିଲେ ଏହି ଲୋକଙ୍କୁ ବିଜନେସ ପାଇଁ ଲମ୍ବା ଯାତ୍ରା କରିବାକୁ ପଡ଼ିପାରେ ଯାହା ଆପଣଙ୍କର ଉଦେଶ୍ୟକୁ ପୂରଣ କରିବ। ଏହାର ଫଳସ୍ବରୂପ, ଆପଣ ଲାଭ କରିବାଜୂ ସକ୍ଷମ ହେବେ।
ଆର୍ଥିକ ଜୀବନରେ ଶନିଙ୍କର ମାର୍ଗୀ ଅବସ୍ଥାରେ ଆପଣ ପର୍ଯ୍ୟାପ୍ତ ମାତ୍ରାରେ ଧନ ରୋଜଗାର କରୁଥିବା ଦେଖାଯିବେ। ଆପଣ ଧନ ସଞ୍ଚୟ କରିବାକୁ ସକ୍ଷମ ହେବେ ଯାହା ଆପଣଙ୍କ ପାଇଁ ବହୁତ ସହାୟକ ପ୍ରମାଣିତ ହେବ।
ବ୍ୟକ୍ତିଗତ ଜୀବନକୁ ଦେଖିଲେ, ଏହି ଲୋକଙ୍କର ବ୍ୟବହାର ପାର୍ଟନର ପ୍ରତି ସଚ୍ଚୋଟ ରହିବ,’ସାଙ୍ଗରେ, ଆପଣ ଏହି ଅବଧିରେ ସାଥୀ ସହିତ କଥାବାର୍ତ୍ତା କରୁଥିବା ନଜର ଆସିବେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଶନି ମାର୍ଗୀ ସମୟରେ ଆପଣଙ୍କର ଭାବନା ବହୁତ ସକରତ୍ମକ ହେବ ଓ ଏହାର ପରିଣାମସ୍ଵରୂପ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ।
ଉପାୟ : ପ୍ରତିଦିନ ଓଁ ରାହବେ ନମଃ 11 ଥର ଜପ କରନ୍ତୁ।
ମକର ରାଶି
ମକର ରାଶିଲୋକଙ୍କର ଜାତକରେ ଶନି ଗ୍ରହ ଆପଣଙ୍କର ଲଗ୍ନ ଓ ଦ୍ଵିତୀୟ ଘରର ସ୍ବାମୀ। ଏହା ଏବେ ଆପଣଙ୍କର ଦ୍ଵିତୀୟ ଘରେ ମାର୍ଗୀ ହେବାକୁ ଯାଉଛନ୍ତି।
ଶନିଙ୍କର କୁମ୍ଭ ରାଶିରେ ମାର୍ଗୀ ସମୟରେ ଆପଣ ଘର ପରିବାର ସହିତ ଅଧିକାଂଶ ସମୟ କଟାଉଥିବା ଦେଖାଯିବେ। ସାଙ୍ଗରେ, ଆପଣ ନିବେଶ ମଧ୍ୟ କରି ପାରିବେ ଯାହା ଫଳରେ ଆପଣଙ୍କୁ ଧନ ଖର୍ଚ୍ଚ କରିବାକୁ ପଡ଼ିପାରେ।
କ୍ୟାରୀଅର କ୍ଷେତ୍ରରେ ମକର ରାଶିର ଲୋକଙ୍କ ଉପରେ କାମର ବୋଝ ବଢ଼ିପାରେ ଯାହା ଆପଣଙ୍କ ପାଇଁ ଚିନ୍ତାର କାରଣ ହେବ। ଏହି ପରିସ୍ଥିତିରେ ଆପଣଙ୍କୁ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରି ଚଳିବାକୁ ହେବ।
ବ୍ୟବସାୟ ବିଷୟରେ କହିଲେ, ଶନି ମାର୍ଗୀ ସମୟରେ ଏହି ଲୋକଙ୍କୁ ବିଜନେସ ପାର୍ଟନର ସହିତ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ। ଆପଣଙ୍କୁ ବ୍ୟବସାୟରେ ବିରୋଧୀଙ୍କ ଠାରୁ କଡ଼ା ଟକ୍କର ମିଳିପାରେ।
ଯେବେ କଥା ଆସେ ଆର୍ଥିକ ଜୀବନର, ତେବେ ଏହି ଲୋକଙ୍କୁ ଲାଭ ମିଳିବା ସହିତ ଖର୍ଚ୍ଚ ବୃଦ୍ଧି ଦେଖିବାକୁ ମିଳିବ, ଓ ଏପରି ସ୍ଥିତିରେ ଆପଣଙ୍କ ପାଇଁ ଧନ ସଞ୍ଚୟ କରିବା କଷ୍ଟକର ହେବ।
ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ, ଶନି କୁମ୍ଭ ରାଶିରେ ମାର୍ଗୀ ସମୟରେ ଆପଣଙ୍କର ସାଥୀ ସହିତ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ହୋଇପାରେ, ସେଥିରୁ ବଞ୍ଚନ୍ତୁ।
ସ୍ବାସ୍ଥ୍ୟ ମାମଲାରେ, ମକର ରାଶିର ଲୋକଙ୍କୁ ମୁହଁରେ ଓ ଦାନ୍ତରେ ସମସ୍ଯା ହୋଇପାରେ ଯେପରି ଦରଜ ଇତ୍ୟାଦି ଯାହା ଫଳରେ ଆପଣ ଅସୁସ୍ଥ ହୋଇପାରନ୍ତି।
ଉପାୟ : ପ୍ରତିଦିନ ଓଁ ହନୁମତେ ନମଃ 11 ଥର ଜପ କରନ୍ତୁ।
କୁମ୍ଭ ରାଶି
କୁମ୍ଭ ରାଶିଲୋକଙ୍କ ପାଇଁ ଶନି ଦେବ ଆପଣଙ୍କର ଜାତକରେ ଲଗ୍ନ ଓ ଦ୍ଵାଦଶ ଘର ସ୍ବାମୀ ଯିଏ ଏବେ ଆପଣଙ୍କର ଲଗ୍ନ/ପ୍ରଥମ ଘରେ ମାର୍ଗୀ ହେବାକୁ ଯାଉଛନ୍ତି।
ଏହାର ଫଳସ୍ବରୂପ, ଏହି ଲୋକଙ୍କୁ ନିଜର ସ୍ବାସ୍ଥ୍ୟକୁ ନେଇ ସତର୍କ ରହିବା ପାଇଁ ପଡ଼ିବ ଓ ନିଜର ସ୍ବାସ୍ଥ୍ୟର ବିଶେଷ ଧ୍ୟାନ ଦେବାକୁ ପଡ଼ିବ କାରଣ ଏହି ସମୟରେ ଆପଣଙ୍କୁ ଛୋଟ ଛୋଟ ଏକ୍ସିଡେନ୍ଟ ସାମ୍ନା କରିବା ପାଇଁ ପଡ଼ିପାରେ।
ଶନି କୁମ୍ଭ ରାଶିରେ ମାର୍ଗୀ ସମୟରେ ଏହି ଲୋକଙ୍କୁ କାର୍ଯ୍ୟସ୍ଥଳରେ ବରିଷ୍ଠଙ୍କ ସହିତ ମତଭେଦ ହୋଇପାରେ ଯାହା ଫଳରେ ଆପଣ କାମ ସମୟରେ ସମ୍ପୂର୍ଣ କରିବାରେ ଅସଫଳ ହେବେ।
ବ୍ୟବସାୟ ବିଷୟରେ କହିଲେ ଏହି ଲୋକଙ୍କୁ ବ୍ୟବସାୟ କ୍ଷେତ୍ରରେ ବିରୋଧୀଙ୍କ ଠାରୁ କଡ଼ା ଟକ୍କର ସାମ୍ନା କରିବା ପାଇଁ ପଡ଼ିବ। ସାଙ୍ଗରେ, ବିଜନେସ ସମ୍ବନ୍ଧରେ ଆପଣଙ୍କର ରଣନୀତି ପୁରୁଣା ହୋଇଯିବ ଯୋଗୁଁ ଅଧିକ ଲାଭ ରୋଜଗାର କରିବାରେ ସମସ୍ଯା ହେବ।
ଆର୍ଥିକ ଜୀବନରେ ଶନି ମାର୍ଗୀ ସମୟରେ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ ଯାହା ଆପଣଙ୍କର ବେପରୁଆ ହେବା ଯୋଗୁଁ ହବେ।
ବ୍ୟକ୍ତିଗତ ଜୀବନରେ ପାରସ୍ପରିକ ତାଳମେଳର ଅଭାବ ଯୋଗୁଁ ସମ୍ପର୍କରେ ଅହଂକାର sଅହିତ ଜଡ଼ିତ ସମସ୍ଯା ସୃଷ୍ଟି ହୋଇପାରେ ଯାହା ଫଳରେ ଆପଣଙ୍କର ଖୁସି କମ ହେବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ କୁମ୍ଭ ରାଶିର ଲୋକଙ୍କୁ ଏହି ଅବଧିରେ ଦୁର୍ବଳ ରୋଗ ପ୍ରତିରୋଧକ କ୍ଷମତା ଯୋଗୁଁ ପାଦରେ ଦରଜ ସମସ୍ଯା ହଇରାଣ କରିପାରେ। ଏହି ସମୟରେ ଆପଣଙ୍କୁ ଚାପରୁ ବଞ୍ଚିବାକୁ ହେବ।
ଉପାୟ : ଶନି ଦେବଙ୍କ ପାଇଁ ଆସନ୍ତା ଛଅ ମାସ ପର୍ଯ୍ୟନ୍ତ ପୂଜା କରନ୍ତୁ।
ମୀନ ରାଶି
ମୀନ ରାଶିର ଲୋକଙ୍କ ପାଇଁ ଶନି ମହାରାଜ ଏକାଦଶ ଘର ଓ ଦ୍ଵାଦଶ ଘରର ସ୍ବାମୀ। ଏବେ ଏହା ଆପଣଙ୍କର ଦ୍ଵାଦଶ ଘରେ ମାର୍ଗୀ ହେବାକୁ ଯାଉଛନ୍ତି।
ଏହାର ଫଳସ୍ବରୂପ, ଏହି ଲୋକଙ୍କୁ ଶନି ମାର୍ଗୀର ଅବଧିରେ ଧନ ହାନି ହେବାର ଆଶଙ୍କା ଅଛି ଓ ଏହା ଆପଣଙ୍କ ପାଇଁ ଚାପର କାରଣ ହେବ।
କ୍ୟାରୀଅର ବିଷୟରେ କହିଲେ, କାର୍ଯ୍ୟସ୍ଥଳରେ ମୀନ ରାଶିର ଚାକିରି କରିଥିବା ଲୋକଙ୍କୁ କାମରେ ଚାପ ସହିବାକୁ ପଡ଼ିବ ସେଠୀପାଇଁ ଆପଣଙ୍କ ପାଇଁ ବ୍ୟବସ୍ଥିତ ହୋଇ କାମ କରିବା ଭଲ ହେବ।
ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଏହି ସମୟରେ କଠିନ ଟକ୍କର ସାମ୍ନା କରିବା ପାଇଁ ପଡ଼ିପାରେ ଓ ଏପରି ସ୍ଥିତିରେ ଆପଣ ବିରୋଧୀଙ୍କର ସାମ୍ନା କରିବାରୁ ପଛେଇବେ ନାହିଁ।
ଆର୍ଥିକ ଜୀବନରେ ଆପଣଙ୍କୁ ବେପରୁଆ ହେବାରୁ ଧନ ହାନି ହୋଇପାରେ ସେଠୀପାଇଁ ଆପଣଙ୍କୁ ଧନ ସହିତ ଜଡ଼ିତ ମାମଲା ଉପରେ ଧ୍ୟାନ ଦେବାକୁ ପଡ଼ିବ।
ବ୍ୟକ୍ତିଗତ ଜୀବନରେ ଶନିଙ୍କର ମାର୍ଗୀ ଅବସ୍ଥାର ଅବଧିରେ ଆପଣଙ୍କୁ ପାର୍ଟନର ସହିତ ଅଯଥା ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ ଓ ସେଠୀପାଇଁ ପାରସ୍ପରିକ ବୁଝାମଣା କମ ହେବାର ସମ୍ଭାବନା ଅଛି।
ସ୍ବାସ୍ଥ୍ୟ ଦୃଷ୍ଟିରୁ ମୀନ ରାଶିର ଲୋକଙ୍କର ପାଦ ଦରଜ ହୋଇପାରେ ସେଠୀପାଇଁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।
ଉପାୟ : ପ୍ରତିଦିନ ଓଁ ଶିବାୟ ନମଃ 41 ଥର ଜପ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ
1. ଶନି କୁମ୍ଭ ରାଶିରେ କେବେ ମାର୍ଗୀ ହେବେ?
କର୍ମଫଳର ଦାତା ଶନି ଦେବ 15 ନଭେମ୍ବର 2024ରେ ନିଜର ରାଶି କୁମ୍ଭରେ ମାର୍ଗୀ ହେବାକୁ ଯାଉଛନ୍ତି।
2. ଗ୍ରହର ମାର୍ଗୀ ହେବା କାହାକୁ କୁହନ୍ତି?
ଯେବେ କୌଣସି ଗ୍ରହ ବକ୍ରୀ ଚଳନରୁ ପୁନର୍ବାର ଆଗ ଆଡ଼କୁ ଚାଲେ ତେବେ ତାକୁ ସେହି ଗ୍ରହର ମାର୍ଗୀ ଅବସ୍ଥା କୁହନ୍ତି।
3. ଶନି ଦେବଙ୍କର ରାଶି କ’ଣ?
ରାଶି ଚକ୍ରରେ ଶନି ଦେବ କୁମ୍ଭ ଓ ମକର ରାଶିର ସ୍ବାମୀ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025