ଶନିଙ୍କର କୁମ୍ଭ ରାଶିରେ ବକ୍ରୀ (29 ଜୁନ 2024)
ସୂର୍ଯ୍ୟ ପୁତ୍ର ଓ କର୍ମଫଳ ଦାତା ଶନି ମହାରାଜ 29 ଜୁନ 2024 ରାତି 11:40 ରେ କୁମ୍ଭ ରାଶିରେ ବକ୍ରୀ ହେବେ। ଆଷ୍ଟ୍ରୋସେଜର ଏହି ବିଶେଷ ଲେଖା ଆପଣଙ୍କୁ ଶନିଙ୍କର କୁମ୍ଭ ରାଶିରେ ବକ୍ରୀ ସମ୍ବନ୍ଧିତ ସମସ୍ତ ସୂଚନା ପ୍ରଦାନ୍ କରିବ। ସାଙ୍ଗରେ 12 ଟି ରାଶି ଉପରେ ପଡ଼ିବାକୁ ଥିବା ଏହାର ପ୍ରଭାବ ବିଷୟରେ ଅବଗତ କରାଇବ। ଆମେ ଜାଣୁ ଯେ ଶନି ଗ୍ରହଙ୍କର ଚଳନ, ଦଶା କିମ୍ବା ସ୍ଥିତିରେ ପରିବର୍ତ୍ତନ ସଂସାରକୁ ପ୍ରଭାବିତ କରିଥାଏ ସେଥିପାଇଁ ସମସ୍ତ ରାଶି ଉପରେ ପଡ଼ିବାକୁ ଥିବା ଶନି ବକ୍ରୀର ଶୁଭ -ଅଶୁଭ ପ୍ରଭାବ ବିଷୟରେ ଜାଣିବା ପାଇଁ ଏହି ଆର୍ଟିକଲ୍ ଶେଷ ଯାଏଁ ପଢ଼ନ୍ତୁ।
ବିଦ୍ବାନ ଜ୍ୟୋତିଶଙ୍କ ସହିତ ଫୋନରେ କଥା ହୁଅନ୍ତୁ ଓ ଜାଣନ୍ତୁ କର୍କଟ ରାଶିରେ ବୁଧଙ୍କର ଗୋଚରର ଆପଣଙ୍କର ଜୀବନ ଉପରେ ପ୍ରଭାବ
ବର୍ଷ 2024ରେ ଶନି ଦେବ କୁମ୍ଭ ରାଶିରେ ରହିବେ ଓ ଏହାର ଫଳସ୍ବରୂପ ଏହି ବର୍ଷ ଶନି କୌଣସି ଗୋଚର କରିବେ ନାହିଁ। କିନ୍ତୁ 2024 ରେ ଶନି ଗ୍ରହ ନିଜର ବକ୍ରୀ ଓ ମାର୍ଗୀ ଚଳନ ଉପରେ ଆଧାର କରି ଲୋକଙ୍କୁ ପରିଣାମ ଦେବେ। ଏହି ବର୍ଷ କୁମ୍ଭ ରାଶିରେ ଏହା ଅସ୍ତ ହେବେ ଓ ଉଦୟ ମଧ୍ୟ। ଏହାର ପରିଣାମସ୍ବରୂପ ଲୋକଙ୍କୁ ଜୀବନରେ କିଛି ଭଲ-ଖରାପ ଫଳ ମିଳିବ। ଏହଇ ଭବିଷ୍ୟବାଣୀ ଚନ୍ଦ୍ର ରାଶି ଉପରେ ଆଧାରିତ ସେଥିପାଇଁ ଆପଣ ନିଜର ଜନ୍ମ କୁଣ୍ଡଳୀ ରେ ଶନିଙ୍କର ସ୍ଥିତିର ସାହାଜ୍ୟରେ ସଠିକ ଭବିଷ୍ୟବାଣୀ ଜାଣିପାରିବେ।
ଜ୍ଯୋତିଷଶାସ୍ତ୍ରରେ ଶନି ଗ୍ରହଙ୍କର ମହତ୍ଵ
ବୈଦିକ ଜ୍ଯୋତିଷ ଶାସ୍ତ୍ରରେ ଶନିଙ୍କୁ ପ୍ରତିବଦ୍ଧତାର ଗ୍ରହ କୁହଯାଏ। ସେ ଶିକ୍ଷକ ଅଟନ୍ତି ଓ ବ୍ୟକ୍ତିକୁ ଅନୁଶାସନ ଦ୍ବାରା ଜୀବନ ବଞ୍ଚିବା ଶିକ୍ଷାନ୍ତି। ଏହୟ ଗୁଣର ଆଧାରରେ ମନୁଷ୍ୟ ନିଜର ଜୀବନରେ ଲକ୍ଷ ପୂରଣ କରିପାରେ।
ଶନି ମହାରାଜ ବ୍ୟକ୍ତିକୁ ଜୀବନରେ ସମୟର ମହତ୍ଵ ଜଣାଇଥାଆନ୍ତି ଓ ନ୍ୟାୟ ପ୍ରିୟ କରିଥାଆନ୍ତି। ଏହା ଆମକୁ ଜୀବନ ରେ ମହତ୍ଵପୂର୍ଣ ଶିକ୍ଷା ଦେଇଥାନ୍ତି ଓ ଶକ୍ତି ପ୍ରଦାନ କରନ୍ତି। ସାଙ୍ଗରେ, ଶନି ଗ୍ରହ ସୁନିଶ୍ଚିତ କରନ୍ତି ଯେ ବ୍ୟକ୍ତି ନିଜର ଊର୍ଜାର ବ୍ୟବହାର ଠିକ ଦିଗରେ କରୁ। ଯଦି ଆପଣ ନିଜର ଶକ୍ତିକୁ ଠିକ ଦିଗରେ ସଦୁପଯୋଗ କରୁଛନ୍ତି ତେବେ କାର୍ଯ୍ୟରେ ସକରାତ୍ମମକ ଫଳ ମିଳିବ। ଶନି ଦେବ ଆପଣଙ୍କୁ ଲକ୍ଷ ହାସଲ କରିବା ପାଇଁ ଦୃଢ଼ ସଂକଳ୍ପି କରନ୍ତି। ଆସନ୍ତୁ ଏବେ ଆପଣଙ୍କୁ କହିବ ଶନି କୁମ୍ଭ ରାଶିରେ ବକ୍ରୀ ହୋଇ ମନୁଷ୍ୟ ଜୀବନରେ ବିଭିନ୍ନ କ୍ଷେତ୍ର ଯେପରି ବ୍ୟବସାୟ, ଚାକିରି, ବିବାହ, ପ୍ରେମ, ସନ୍ତାନ, ଶିକ୍ଷା, ସ୍ବାସ୍ଥ୍ୟ ଇତ୍ୟାଦିକୁ ପ୍ରଭାବିତ କରିବେ।
To Read in English Click Here: Saturn Retrograde In Aquarius (29 June 2024)
ଏହି ରାଶିଫଳ ଚନ୍ଦ୍ର ରାଶି ଉପରେ ଆଧାରିତ। ଯଦି ଆପଣ ନିଜର ଚନ୍ଦ୍ର ରାଶି ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାରୀ କରି ନିଜର ଚନ୍ଦ୍ର ରାଶି ଜାଣିପାରିବେ
ଶନି କୁମ୍ଭ ରାଶିରେ ବକ୍ରୀ: ରାଶି ଅନୁସାରେ ରାଶିଫଳ ଓ ପ୍ରତିକାର
ମେଷ ରାଶି
ମେଷ ରାଶି ଲୋକଙ୍କ ପାଇଁ ଶନି ଦେବ ଆପଣଙ୍କର ଦଶମ ଓ ଏକାଦଶ ଘରର ପ୍ରଭୁ। ବର୍ତ୍ତମାନ ଆପଣଙ୍କର ଏକାଦଶ ଘରେ ବକ୍ରୀ ହେବେ।
କ୍ୟାରୀଅର ବିଷୟରେ କହିଲେ, ଯେଉଁମନେ ଚାକିରି କରିଛନ୍ତି, ତାଙ୍କ ପାଇଁ ଶନିଙ୍କର କୁମ୍ଭ ରାଶିରେ ବକ୍ରୀ ସ୍ଥିତି ଅନୁକୂଳ କୁହାଯିବ। ଏହି ଅବଧିରେ ଆପଣ ଚାକିରିରେ ବହୁତ ଅସୁବିଧା ସତ୍ବେ ଭଲ ପ୍ରଗତି ପାଇବେ।
ଏହି ରାଶିର ଯେଉଁ ଲୋକମାନେ ବ୍ୟବସାୟ କରନ୍ତି, ତାଙ୍କୁ ଶନି ବକ୍ରୀ ସମୟରେ ଭଲ ଲାଭ ପ୍ରାପ୍ତ ହେବ। କିନ୍ତି, ଆପଣଙ୍କୁ ମିଳିଥିବା ଲାଭ ବହୁତ ଅଧିକ ହେବ ନାହିଁ ବୋଲି ଆଶା କରାଯାଉଛି।
ମେଷ ରାଶି ଲୋକଙ୍କୁ ଆର୍ଥିକ ଜୀବନରେ ଧନ ପ୍ରାପ୍ତି ମାର୍ଗରେ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ।
ପ୍ରେମ ଜୀବନରେ ଆପଣଙ୍କର ଓ ଅରତନେର ମଧ୍ୟରେ ତାଳମେଳ ରହିବା ସତ୍ବେ ଦୁହିଙ୍କ ମଧ୍ୟରେ ଝଗଡ଼ା ହୋଇପାରେ। ସେଥିପାଇଁ ସାବଧାନ ରୁହନ୍ତୁ।
ସ୍ବାସ୍ଥ୍ୟ ଦୃଷ୍ଟିରୁ, ଶନି ବକ୍ରୀ ସମୟରେ ଆପଣ ଭଲ ସ୍ବାସ୍ଥ୍ୟର ଆନନ୍ଦ ନେବେ, କିନ୍ତୁ ଆପଣଙ୍କୁ ଥଣ୍ଡା କାଶ ହଇରାଣ କରିପାରେ।
ପ୍ରତିକାର: ପ୍ରତିଦିନ ଓଁ ନମୋ ନାରାୟଣ 21 ଥର ଜପ କରନ୍ତୁ।
ବୃଷ ରାଶି
ବୃଷ ରାଶି ଲୋକଙ୍କ ରାଶିରେ ଶନି ଗ୍ରହ ନବମ ଓ ଦଶମ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ଦଶମ ଘରେ ବକ୍ରୀ ହେବେ।
ଶନି ଦେବଙ୍କର ଏହି ସ୍ଥିତି ଯୋଗୁଁ ଆପଣଙ୍କୁ କ୍ୟାରୀଅର କ୍ଷେତ୍ରରେ କିଛି ହ୍ରାସ ଦେଖିବାକୁ ମିଳିବ। ସାଙ୍ଗରେ ପରିବାରରେ ବିକାଶ ସମ୍ବନ୍ଧରେ କିଛି ଏହିପରି ପରିଣାମ ମିଳିପାରେ।
ଚାକିରିରେ ବୃଷ ରାଶି ଲୋକମାନଙ୍କ ଉପରେ କାମର ବୋଝ ବଢ଼ିପାରେ ଯାହା ଫଳରେ ଆପଣଙ୍କର ଶକ୍ତି ଓ ସମୟ ସେଥିରେ ଲାଗିପାରେ।
ବ୍ୟବସାୟ ବିଷୟରେ କହିଲେ, ଏହି ଲୋକଙ୍କର ବ୍ୟବସାୟରେ ପ୍ରତିଦ୍ଵନ୍ଦୀଙ୍କର ଠାରୁ କଠିନ ଟକ୍କର ମିଳିପାରେ ଓ ଏପରି ପରିସ୍ଥିତିରେ, ଆପଣଙ୍କର ହାତରୁ କିଛି ସୁଯୋଗ ଖସିଯାଇପାରେ।
ଆର୍ଥିକ ଜୀବନ ଦୃଷ୍ଟିରୁ, ଶନି କୁମ୍ଭ ରାଶିରେ ବକ୍ରୀ ହୋଇ ଆପଣଙ୍କ ପାଇଁ ଲାଭ ଆଣିବେ କିନ୍ତୁ ଆପଣ ସଞ୍ଚୟ କରିପାରିବେ ନାହିଁ। ପ୍ରେମ ଜୀବନକୁ ଦେଖିଲେ, ଏହି ଲୋକଙ୍କର ବ୍ୟବହାର ପାର୍ଟନର ପ୍ରତି ଭଲ ରହିବ। ସମ୍ପର୍କରେ ଉତ୍ଥାନ-ପତନ ଚାଲି ରହିବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ, ବୃଷ ରାଶ ଲୋକଙ୍କର ଆଖିରେ ଜଳାପୋଡ଼ା ଓ ସଂକ୍ରମଣ ହୋଇପାରେ।
ପ୍ରତିକାର: ପ୍ରତିଦିନ ଲଳିତା ସହସ୍ରନାମ ଜପ କରନ୍ତୁ।
କେବେ ତିଆରି ହେବ ସରକାରୀ ଚାକିରି ଯୋଗ? ପ୍ରଶ୍ନ ପଚାରନ୍ତୁ ଓ ନିଜର ଜନ୍ମ ଜାତକ ଉପରେ ଆଧାରିତ ଉତ୍ତର ପାଆନ୍ତୁ
ମିଥୁନ ରାଶି
ମିଥୁନ ରାଶି ଲୋକଙ୍କ ପାଇଁ ଶନି ଆପଣଙ୍କର ଅଷ୍ଟମ ଓ ନବମ ଘରର ସ୍ବାମୀ। ବର୍ତ୍ତମାନ ସେ ଆପଣଙ୍କର ନବମ ଘରେ ବକ୍ରୀ ହେବେ।
ଏହାର ପରିଣାମସ୍ବରୂପ, ସମ୍ଭାବନା ଅଛି ଯେ ଏହି ସମୟରେ ଆପଣଙ୍କୁ ଭାଗ୍ୟର ସାଥ ନ ମିଳିପାରେ, ଓ ଆପଣଙ୍କର ଆତ୍ମବିଶ୍ବାସ କମ ଦେଖାଯିବ।
ମିଥୁନ ରାଶି ଲୋକଙ୍କ ହାତରେ ଥିବା କିଛି ଚାକିରିର ସୁଯୋଗ ଖସି ଯାଇପାରେ। ସାଙ୍ଗରେ, କାର୍ଯ୍ୟସ୍ଥଳରେ ମାନ-ସାମ୍ନାନ କମ ହୋଇପାରେ ଓ ସମ୍ଭାବନା ଅଛି ଯେ କାମରେ କରାଯାଇଥିବା ପରିଶ୍ରମ ପାଇଁ ପ୍ରଶଂସା ନ ମିଳିପାରେ।
ଯେଉଁମାନଙ୍କର ନିଜର ବ୍ୟବସାୟ ଅଛି ସେମାନେ ଅନସାଇଟ ବ୍ୟବସାୟରୁ ମିଳିବାକୁ ଥିବା ନୂଆ ସୁଯୋଗର ଲାଭ ଉଠାଇ ପାରିବେ ନାହିଁ ଯାହା ଫଳରେ ଆପଣ ଲାଭ ପାଇବାରୁ ଦୂରରେ ରହିପାରନ୍ତି।
ଶନିଙ୍କର କୁମ୍ଭ ରାଶିରେ ବକ୍ରୀ ଅବଧିରେ କୌଣସି ଯାତ୍ରା ସମୟରେ ଧନ ହାନି ହୋଇପାରେ ଯାହା ଫଳରେ ଆପଣ ପଇସା ସଞ୍ଚୟ କରିବାରେ ସମର୍ଥ ହେବେ ନାହିଁ।
ପ୍ରେମ ଜୀବନ ବିଷୟରେ କହିଲେ, ପରିବାରରେ ଚାଲିଥିବା ସମସ୍ଯା ଯୋଗୁଁ ଆପଣ ଓ ପାର୍ଟନର ମଧ୍ୟରେ ଝଗଡ଼ା କିମ୍ବା ମତଭେଦ ହୋଇପାରେ।
ମିଥୁନ ରାଶି ଲୋକଙ୍କର ପାଦରେ ଦରଜ ହୋଇପାରେ।
ପ୍ରତିକାର: ପ୍ରତିଦିନ ବିଷ୍ଣୁ ସହସ୍ରନାମ ଜପ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
କର୍କଟ ରାଶି
କର୍କଟ ରାଶିର ଲୋକଙ୍କ ପାଇଁ ଶନି ଦେବ ଆପଣଙ୍କର ସପ୍ତମ ଓ ଅଷ୍ଟମ ଘରର ସ୍ବାମୀ ଓ ଆପଣଙ୍କର ଅଷ୍ଟମ ଘରେ ବକ୍ରୀ ହେବେ।
ଶନିଙ୍କର ଅଷ୍ଟମ ଘରେ ବକ୍ରୀ ହେବା ଦ୍ବାରା ଏହି ଲୋକଙ୍କୁ ଲାଭ ପ୍ରାପ୍ତି ହେବ। ସାଙ୍ଗରେ ହଠାତ ଆପଣଙ୍କର ଜୀବନ ବିକାଶରେ ପଥରେ ଆଗକୁ ବଢ଼ିବ।
କ୍ୟାରୀଅର ବିଷୟରେ କହିଲେ, ଏହି ଅବଧିରେ ଆପଣ ଚକିରୀରେ କିଛି ଭଲ ସୁଯୋଗ ହରେଈ ପାରନ୍ତି। ଏହା ବ୍ୟତୀତ କାର୍ଯ୍ୟସ୍ଥଳରେ ଆପଣଙ୍କୁ ଅପ୍ରିୟ ଘଟଣାର ସାମ୍ନା କରିବାକୁ ପଡ଼ିପାରେ।
ବ୍ୟବସାୟ ଦୃଷ୍ଟିରୁ, ଶନିଙ୍କର ବକ୍ରୀ ଅବସ୍ଥା ଆପଣଙ୍କର ବ୍ୟବସାୟ ପାଇଁ ଭଲ ନୁହେଁ କାରଣ ଆପଣଙ୍କର ବ୍ୟବସାୟରେ ହ୍ରାସ ହେବାର ଆଶଙ୍କା ଅଛି। ସାଙ୍ଗରେ ହାନୀ ମଧ୍ୟ ହୋଇପାରେ।
ଆର୍ଥିକ ଜୀବନ ବିଷୟରେ କହିଲେ କୌଣସି ଯାତ୍ରା ସମୟରେ ଧନ ହାନୀ ହୋଇପାରେ ସେଥିପାଇଁ ସାବଧାନ ରୁହନ୍ତୁ।
ପ୍ରେମ ଜୀବନରେ ପାର୍ଟନର ସହିତ ସମ୍ପର୍କରେ ଉତ୍ଥାନ-ପତନ ସାମ୍ନା କରିବାକୁ ପଡ଼ିପାରେ ଯେଉଁଥିପାଇଁ ଘରର ପରିବେଶ ଖରାପ ହୋଇପାରେ।
ଏହି ଲୋକଙ୍କର ଗୋଡ଼ ଦରଜ ହୋଇପାରେ ଯାହା ଆପଣଙ୍କର ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ହୋଇପାରେ।
ପ୍ରତିକାର: ପ୍ରତିଦିନ ଦୂର୍ଗା ଚାଳିଶା ଜପ କରନ୍ତୁ।
ସିଂହ ରାଶି
ସିଂହ ରାଶି ଲୋକଙ୍କ ପାଇଁ ଶନି ମହାରାଜ ଆପଣଙ୍କର ଷଷ୍ଠ ଓ ସପ୍ତମ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ସପ୍ତମ ଘରେ ବକ୍ରୀ କରିବେ।
ଶନି ଦେବଙ୍କର ଏହି ସ୍ଥିତି ଯୋଗୁଁ ଆପଣଙ୍କର ଧ୍ୟାନ ନୂଆ ବନ୍ଧୁ କରିବାରେ କେନ୍ଦ୍ରିତ ରହିବ କିନ୍ତୁ ଏହି ସମୟରେ ଭଲ ଜିନ୍ସ ନ ହୋଇପାରେ।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ କାମ ପାଇଁ ଅଯଥା ଯାତ୍ରା କରିବାକୁ ପଡ଼ିପାରେ ଓ ସମ୍ଭାବନା ଅଛି ଯେ ଆପଣଙ୍କୁ ଏହା ପସନ୍ଦ ନ ଆସିପାରେ।
ବ୍ୟବସାୟ କରୁଥିବା ସିଂହ ରାଶିର ଲୋକଙ୍କର ବ୍ୟବସାୟରେ କିଛି ଅସଫଳତା ସାମ୍ନା କରିବାକୁ ପଡ଼ିପରେ ସେଥିପାଇଁ ଆପଣଙ୍କୁ ସମ୍ଭାଳି ଚଳିବାକୁ ହେବ।
ଆର୍ଥିକ ଜୀବନରେ ଶନିଙ୍କର କୁମ୍ଭ ରାଶିରେ ବକ୍ରୀ ସମୟରେ ଆପଣ କୌଣସି ବନ୍ଧୁକୁ ପଇସା ଋଣ ଦେଇପାରନ୍ତି, କିନ୍ତୁ ଆପଣଙ୍କୁ ନିଜର ଧନ ଫେରସ୍ତ ନ ମିଳିବାର ଆଶଙ୍କା ଅଛି।
ପ୍ରେମ ଜୀବନକୁ ଦେଖିଲେ, ଆପଣଙ୍କର ସମ୍ପର୍କରେ ପାର୍ଟନର ସହିତ ଅହଂକାର ସହିତ ଜଡ଼ିତ ସମସ୍ଯା ସୃଷ୍ଟି ହୋଇପାରେ। ଏପରି ସ୍ଥିତିରେ ଆପଣ ଚିନ୍ତିତ ରହିପାରନ୍ତି।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଲୋକଙ୍କର ଆଣ୍ଠୁ ଦରଜ ହୋଇପାରେ।
ପ୍ରତିକାର: ପ୍ରତିଦିନ ଓଁ ଭାସ୍କରାୟ ନମଃ 19 ଥର ଜପ କରନ୍ତୁ।
କନ୍ୟା ରାଶି
କନ୍ୟା ରାଶି ଲୋକଙ୍କ ପାଇଁ ଶନି ପଞ୍ଚମ ଓ ଷଷ୍ଠ ଘରର ପ୍ରଭୁ ଓ ଆପଣଙ୍କର ଷଷ୍ଠ ଘରେ ବକ୍ରୀ ହେବେ।
ଶନି କୁମ୍ଭ ରାଶିରେ ବକ୍ରୀ ହେବା ଦ୍ବାରା ଆପଣଙ୍କର ଖର୍ଚ୍ଚ ପୁରା କରିବା ପାଇଁ ଋଣ ନେବାକୁ ପଡ଼ିପାରେ।
କ୍ୟାରୀଅର ବିଷୟରେ କହିଲେ, କାର୍ଯ୍ୟକ୍ଷେତ୍ରରେ କାମରେ କରାଯାଉଥିବା ପ୍ରୟାସରେ ଗତି ଧୀର ହୋଇପାରେ।
ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି, ବ୍ୟବସାୟରେ ପ୍ରୟାସର ଅଭାବ ଯୋଗୁଁ ପ୍ରତିଦ୍ଵନ୍ଦୀଙ୍କ ସହିତ କଠିନ ଟକ୍କର ହୋଇପାରେ।
ଆର୍ଥିକ ଜୀବନ ବିଷୟରେ କହିବାକୁ ଗଲେ ଏହି ଲୋକଙ୍କୁ ଶନି ବକ୍ରୀ ଅବଧିରେ ଧନ ହାନି ହୋଇପାରେ ଯେଉଁଥିପାଇଁ ଆପଣ ଦୁଃଖୀ ଦେଖାଯିବେ।
ସମ୍ଭାବନା ଅଛି ଯେ ପାର୍ଟନର ସହିତ ଆପଣ ହଠାତ ଯୁକ୍ତି କରିପାରନ୍ତି ଯାହା ନ କରିବାକୁ ପରାମର୍ଶ ଦିଆଯାଇଛି।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଲୋକଙ୍କୁ ନିଜର ସ୍ବାସ୍ଥ୍ୟରେ ଯତ୍ନ ନେବାକୁ ହେଲେ ଔଷଧ ଖାଇବାକୁ ପଡ଼ିବ ସେଥିପାଇଁ ନିଜର ଧ୍ୟାନ ରଖନ୍ତୁ।
ପ୍ରତିକାର: ପ୍ରତିଦିନ ଓଁ ନମୋ ନାରାୟଣ 41 ଥର ଜପ କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶି
ତୁଳା ରାଶି ଲୋକଙ୍କ ପାଇଁ ଶନି ଦେବ ଚତୁର୍ଥ ଓ ପଞ୍ଚମ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ପଞ୍ଚମ ଘରେ ବକ୍ରୀ ହେବେ।
ଏହାର ପରିଣାମସ୍ବରୂପ, ଶନି ବକ୍ରୀ ଅବଧିରେ ଆପଣ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ।
କ୍ୟାରୀଅର ବିଷୟରେ କହିବାକୁ ଗଲେ, କାର୍ଯ୍ୟସ୍ଥଳରେ ଆପଣଙ୍କର ବୁଦ୍ଧିମାନୀ ନଜର ଆସିବ ଯାହା ଆପଣଙ୍କର ଚିନ୍ତାର ବିଷୟ ହେବ।
ବ୍ୟବସାୟ ଦୃଷ୍ଟିରୁ, ଆପଣ ବ୍ୟବସାୟରେ କିଛି କଠିନ ପରିସ୍ଥିତିରେ ସାମ୍ନା କରିପାରନ୍ତି। ଏପରି ସ୍ଥିତିରେ, ଆପଣ ଭାବିଚିନ୍ତି ନିଷ୍ପତି ନେବାକୁ ସମର୍ଥ ହେବେ ନାହିଁ।
ଆର୍ଥିକ ଜୀବନରେ ଆପଣଙ୍କୁ ଧନର ଅଭାବ ହୋଇପାରେ ଯାହା ଆପଣଙ୍କୁ ଚିନ୍ତିତ କରିପାରେ ଓ ଏହା ବଜେଟ ନିର୍ମାଣ ନ କରିବା ଯୋଗୁଁ ହୋଇପାରେ।
ପ୍ରେମ ଜୀବନରେ ଏହି ଲୋକଙ୍କୁ ଅହଂକାର ସହିତ ଜଡ଼ିତ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ ଯେଉଁଥିପାଇଁ ପାର୍ଟନର ସହିତ ଝଗଡ଼ା ହୋଇପାରେ।
ଶନି କୁମ୍ଭ ରାଶିରେ ବକ୍ରୀ ସମୟରେ ନିଜର ପିଲାଙ୍କ ସ୍ବାସ୍ଥ୍ୟ ଉପରେ ଅଧିକ ଖର୍ଚ୍ଚ କରିପାରନ୍ତି ଯେଉଁଥିପାଇଁ ଆପଣ ଚିନ୍ତିତ ନଜର ଆସିବେ।
ପ୍ରତିକାର: ପ୍ରତିଦିନ ଓଁ ନମୋ ନାରାୟଣ 41 ଥର ଜପ କରନ୍ତୁ।
ବିଛା ରାଶି
ବିଛା ରାଶିର ଲୋକଙ୍କ ପାଇଁ ଶନି ଗ୍ରହ ତୃତୀୟ ଓ ଚତୁର୍ଥ ଘରର ସ୍ବାମୀ। ବର୍ତ୍ତମାନ ସେ ଆପଣଙ୍କର ଚତୁର୍ଥ ଘରେ ବକ୍ରୀ ହେବେ।
ଶନିଙ୍କର ବକ୍ରୀ ହେବା ଦ୍ବାରା ଆପଣଙ୍କୁ ପରିବାର ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପଡ଼ିବ। ଏହି ଲୋକଙ୍କୁ ନିଜର ଜୀବନରେ କ୍ଷତି ଅନୁଭବ ହେବ। ସାଙ୍ଗରେ ସୁଖ ସୁବିଧାରେ ଅଭାବ ହେବ।
କ୍ୟାରିଆରରେ ଆପଣଙ୍କ ହାତରୁ ଚାକିରିର ସୁଯୋଗ ଖସି ଯାଇପାରେ ଓ ସାଙ୍ଗରେ ଆପଣଙ୍କ ଉପରେ କାମର ବୋଝ ଅଧିକ ହୋଇପାରେ ଯାହା ଦ୍ବାରା ଆପଣଙ୍କର କ୍ଷତି ହେବାର ଆଶଙ୍କା ଅଛି।
ବ୍ୟବସାୟ ଦୃଷ୍ଟିରୁ, ଏହି ଲୋକଙ୍କୁ ଲାଭ ଠାରୁ ଅଧିକ କ୍ଷତି ହେବ। ଏପରି ସ୍ଥିତିରେ ପ୍ରତିଦ୍ଵନ୍ଦୀଙ୍କ ଠାରୁ କଠିନ ଟକ୍କର ମିଳିପାରେ।
ଆର୍ଥିକ ଜୀବନରେ ଯାତ୍ରା ସମୟରେ ଧନ ହାନୀ ସାମ୍ନା କରିବାକୁ ପଡ଼ିପାରେ।
ସମ୍ପର୍କରେ ପାର୍ଟନର ଅହିତ ବିବାଦ ହୋଇପାରେ ଯାହା ପାରସ୍ପରିକ ବୁଝାମଣାର ଅଭାବ ଯୋଗୁଁ ହେବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଶନିଙ୍କର କୁମ୍ଭ ରାଶିରେ ବକ୍ରୀ ସମୟରେ ଗାଡ଼ି ଚଳାଇବା ସମୟରେ ସତର୍କ ରହିବାକୁ ପଡ଼ିବ କାରଣ ଦୁର୍ଘଟଣା ହେବାର ସମ୍ଭାବନା ଅଧିକ ଅଛି। ଦୁର୍ଘଟଣା ଯୋଗୁଁ ଗୋଡ଼ ଦରଜ ହୋଇପାରେ।
ପ୍ରତିକାର: ଶନିବାର ଦିନ ଶନି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହମାନଙ୍କର ଆପଣଙ୍କ ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି
ଧନୁ ରାଶି ଲୋକଙ୍କର ରାଶିରେ ଶନି ମହାରାଜ ଦ୍ଵିତୀୟ ଓ ତୃତୀୟ ଘରର ସ୍ବାମୀ ଓ ଆପଣଙ୍କର ତୃତୀୟ ଘରେ ବକ୍ରୀ କରିବେ।
ଏହାର ପରିଣାମସ୍ବରୂପ, ଏହି ଲୋକଙ୍କୁ ନିଜର ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପଡ଼ିବ। ସାଙ୍ଗରେ ଏହି ଅବଧିରେ ଆପଣ ଅଧିକ ସମୟ ଯାତ୍ରାରେ କଟିବେ।
ଶନି କୁମ୍ଭ ରାଶିରେ ବକ୍ରୀ ହେବା ଦ୍ବାରା କ୍ୟାରିଆର କ୍ଷେତ୍ରରେ ମିଳିବାକୁ ଥିବା ଲାଭ ହାରାହାରି ରୂପରେ ପ୍ରାପ୍ତ ହେବ ଯେଉଁଥିପାଇଁ ଆପଣ ସନ୍ତୁଷ୍ଟ ଦେଖାଯିବେ ନାହିଁ।
ବ୍ୟବସାୟ ବିଷୟରେ କହିଲେ ଏହି ଲୋକଙ୍କୁ କୌଣସି କାମ ପାଇଁ ଯାତ୍ରା କରିବାକୁ ପଡ଼ିପାରେ। କିନ୍ତୁ ଏହି ଯାତ୍ରା ଆପଣଙ୍କ ପାଇଁ ଫଳଦାୟୀ ହେବ ନାହିଁ ବୋଲି ଆଶଙ୍କା ଅଛି।
ଆର୍ଥିକ ଜୀବନରେ ପରିବାରରେ ହେବାକୁ ଥିବା କାର୍ଯ୍ୟ ଯୋଗୁଁ ହଠାତ ଖର୍ଚ୍ଚ ବଢ଼ିପାରେ।
ପ୍ରେମ ଜୀବନରେ ଶନିଙ୍କର ବକ୍ରୀ ଅବସ୍ଥା ଆପଣଙ୍କ ପାଇଁ ଅଧିକ ଭଲ ବୋଲି କୁହାଯିବ ନାହିଁ କାରଣ ଆପଣଙ୍କର ଓ ପାର୍ଟନର ମଧ୍ୟରେ କଥାବାର୍ତ୍ତାର ଅଭାବ ନଜର ଆସିବ। ଆପଣଙ୍କ ସମ୍ପର୍କରେ ଆକର୍ଷଣ ହ୍ରାସ ହୋଇପାରେ।
ଶନିଙ୍କର ବକ୍ରୀ ହେବା ଧନୁ ରାଶି ଲୋକଙ୍କୁ ଥଣ୍ଡା କାସରେ ପୀଡ଼ିତ କରିପାରେ ଯାହା ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ହୋଇପାରେ।
ପ୍ରତିକାର: ପ୍ରତିଦିନ ଓଁ ମଙ୍ଗଳାୟ ନମଃ 27 ଥର ଜପ କରନ୍ତୁ।
ମକର ରାଶି
ମକର ରାଶି ଲୋକଙ୍କ ପାଇଁ ଶନି ଆପଣଙ୍କର ଲଗ୍ନ/ପ୍ରଥମ ଘରର ସ୍ବାମୀ ଓ ଆପଣଙ୍କର ଦ୍ଵିତୀୟ ଘରେ ବକ୍ରୀ ହେବେ।
ଏପରି ସ୍ଥିତିରେ ଶନି ବକ୍ରୀ ଅବଧିରେ ଆପଣ ପରିବାର ସହିତ ଅଧିକ ସମୟ କଟିବେ। ସାଙ୍ଗରେ ଆପଣ ଅଧିକ ଆର୍ଥିକ ସ୍ଥିତି ଉପରେ କାମ କରୁଥିବା ଦେଖାଯିବେ। ଏହି ଲୋକଙ୍କୁ କଥା କହିବା ସମୟରେ ସାବଧାନ ରହିବା ଆବଶ୍ୟକ।
କ୍ୟାରିଆର ବିଷୟରେ କହିଲେ, ଏହି ସମୟରେ ଚାକିରିରେ ହଠାତ ଆପଣଙ୍କର ଟ୍ରାନ୍ସଫର ହୋଇପାରେ ଯେଉଁଥିପାଇଁ ଆପଣ ଅସନ୍ତୁଷ୍ଟ ଦେଖାଯିବେ।
ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ତାଙ୍କୁ ପ୍ରତିଦ୍ଵନ୍ଦୀଙ୍କ ଠାରୁ ଟକ୍କର ମିଳିପାରେ ଓ ତାକୁ ସମ୍ଭାଳିବା କଷ୍ଟକର ହେବ।
ଆର୍ଥିକ ଜୀବନରେ ମକର ରାଶି ଲୋକ ଧନ ସଞ୍ଚୟ କରିବାରେ ସଫଳ ହେବେ ନାହିଁ ଯେଉଁଥିପାଇଁ ଆପଣ ଚିନ୍ତିତ ରହିବେ।
ସମ୍ପର୍କ ଦୃଷ୍ଟିରୁ ଏହ ଲୋକଙ୍କୁ ପରିବାର ସଦସ୍ୟଙ୍କ ସହିତ ଅଯଥା କଟହରେ ଗାଳି ଶୁଣିବାକୁ ପଡ଼ିପାରେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଆଖିରେ ପୋଡ଼ାଜଳା ସମସ୍ଯା ହ୍ୟଆରଣ କରିପାରେ।
ପ୍ରତିକାର: ପ୍ରତିଦିନ ଓଁ ନମଃ ଶିବାୟ 11 ଥର ଜପ କରନ୍ତୁ।
କୁମ୍ଭ ରାଶି
କୁମ୍ଭ ରାଶି ଲୋକଙ୍କ ପାଇଁ ଶନି ମହାରାଜ ଆପଣଙ୍କର ପ୍ରଥମ ଓ ଦ୍ଵାଦଶ ଘରର ସ୍ବାମୀ। ବର୍ତ୍ତମାନ ସେ ପ୍ରଥମ ଘରେ ବକ୍ରୀ ହେବେ।
ଏହାର ପରିଣାମସ୍ବରୂପ ଏହି ଲୋକଙ୍କୁ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଦ୍ଵିତୀୟ ପଟେ, ଆପଣଙ୍କୁ ଅଯଥା ଖର୍ଚ୍ଚ ସହିତ ଅଯଥା ଯାତ୍ରା କରିବାକୁ ପଡ଼ିବ।
କ୍ୟାରିଆର ବିଷୟରେ କହିଲେ, ଆପଣ ଜୀବନକୁ ଭଲ କରିବାକୁ ଓ କାମରେ ସନ୍ତୁଷ୍ଟି ପାଇବାକୁ ଚାକିରି ବଦଳାଇବାକୁ ଇଚ୍ଛା କରିପାରନ୍ତି। ବର୍ତ୍ତମାନ ଏହା ନ କରିବକ ପରାମର୍ଶ ଦିଆଯାଇଛି।
କୁମ୍ଭ ରାଶି ଲୋକମାନେ ଯେଉଁମନେ ବ୍ୟବସାୟ କରନ୍ତି, ସେମାନଙ୍କୁ କାମ ପାଇଁ ଯାତ୍ରା କରିବାକୁ ପଡ଼ିବ ଓ ଏହା ଆପଣଙ୍କ ପାଇଁ ଅଧିକ ଭଲ ହେବ ନାହିଁ। ସାଙ୍ଗରେ ପ୍ରଗତିର ଗତି ଧୀର ହେବ।
ଆର୍ଥିକ ଜୀବନ ବିଷୟରେ କହିଲେ, ଏହି ଲୋକଙ୍କୁ ଧନ ପ୍ରାପ୍ତି ହେବ ଯାହା ଦ୍ବାରା ଲାଭ ହେବ।
ପ୍ରେମ ଜୀବନରେ ଆପଣ ସମ୍ପର୍କରେ ପାର୍ଟନର ସହିତ ଅସନ୍ତୁଷ୍ଟ ଦେଖାଯିବେ କାରଣ ଶନି କୁମ୍ଭ ରାଶିରେ ବକ୍ରୀ ହେବା ଦ୍ବାରା ଦୁହିଙ୍କ ମଧ୍ୟରେ ତାଳମେଳ କମ ରହିବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ କୁମ୍ଭ ରାଶି ଲୋକଙ୍କୁ ହଜମ ଜନିତ ସମସ୍ଯା ହୋଇପାରେ।
ପ୍ରତିକାର: ପ୍ରତିଦିନ ଓଁ ଶିବ ଓଁ ଶିବ ଓଁ ମନ୍ତ୍ର 27 ଥର ଜପ କରନ୍ତୁ।
ମୀନ ରାଶି
ମୀନ ରାଶି ଲୋକଙ୍କ ପାଇଁ ଶନି ମହାରାଜ ଏକାଦଶ ଓ ଦ୍ଵାଦଶ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବେ। ବର୍ତ୍ତମାନ ଶନି ଆପଣଙ୍କର ଦ୍ଵାଦଶ ଘରେ ବକ୍ରୀ କରିବେ।
ଏହାର ଫଳସ୍ବରୂପ, ଶନିଙ୍କର କୁମ୍ଭ ରାଶିରେ ବକ୍ରୀ ସମୟରେ ଆପଣଙ୍କୁ ନିଜର ଆର୍ଥିକ ସ୍ଥିତି ଉପରେ ଧ୍ୟାନ ଦେବାକୁ ପଡ଼ିବ ଓ ଖର୍ଚ୍ଚ ଭାବିଚିନ୍ତି କରିବାକୁ ପଡ଼ିବ। ଶନି ବକ୍ରୀ ସମୟରେ ଆପଣ ଟିକେ ଅସନ୍ତୁଷ୍ଟ ଦେଖାଯିବେ।
କ୍ୟାରିଆର କ୍ଷେତ୍ରରେ ଆପଣଙ୍କୁ ଚାକିରିରେ ଚାପ ଓ କାମରେ ପ୍ରଶଂସା ନ ମିଳିବାର ଆଶଙ୍କା ଅଛି ଯାହା ଆପଣଙ୍କୁ ଚିନ୍ତା ଦେଇପାରେ।
ବ୍ୟବସାୟ ବିଷୟରେ କହିଲେ, ଏହି ଲୋକଙ୍କୁ ବ୍ୟବସାୟ ପ୍ରତିଦ୍ଵନ୍ଦୀ ସହିତ ଟକ୍କର ମିଳିପାରେ।
ଆର୍ଥିକ ଜୀବନରେ ଷ୍ଣୟ କୁମ୍ଭ ରାଶିରେ ବକ୍ରୀ ହେବା ଯୋଗୁଁ ଆପଣଙ୍କୁ ଲାଭ ଓ ହାନି ଉଭୟ ସାମ୍ନା କରିବକାକୁ ପଡ଼ିବ ଯାହା ଆପଣଙ୍କ ପାଇଁ ଚିନ୍ତାର କାରଣ ହେବ।
ପ୍ରେମ ଜୀବନରେ ଆପଣଙ୍କର ଓ ପାର୍ଟନର ମଧ୍ୟରେ ତାଳମେଳ ଓ ସହଯୋଗ ହ୍ରାସ ପାଇବ ଯେଉଁଥିପାଇଁ ଆପଣଙ୍କ ଭିତରେ ସନ୍ତୁଷ୍ଟି କମ ନଜର ଆସିବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଶନିଙ୍କର ବକ୍ରୀ ଅବସ୍ଥା ଆପଣଙ୍କ ଗୋଡ଼ରେ ସମସ୍ଯା ଦେଇପାରେ।
ପ୍ରତିକାର: ପ୍ରତିଦିନ ଓଁ ଭୂମି ପୁତ୍ରାୟ ନମଃ 27 ଥର ଜପ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ଟି ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!
ପ୍ରାୟତଃ ପଚାରଯାଉଥିବା ପ୍ରଶ୍ନ
ପ୍ରଶ୍ନ 1. କୁମ୍ଭ ରାଶିରେ ଶନି ଦେବ କେବେ ଯାଏଁ ରହିବେ?
ଉତ୍ତର 1. ଶନି ଗ୍ରହ 29 ଜୁନ ରୁ 15 ନଭେମ୍ବର 2024 ପର୍ଯ୍ୟନ୍ତ କୁମ୍ଭ ରାଶିରେ ବକ୍ରୀ ରହିବେ।
ପ୍ରଶ୍ନ 2. ଶନି ବକ୍ରୀ ହେଲେ କ’ଣ ହେବ?
ଉତ୍ତର 2. ଶନିଙ୍କର ବକ୍ରୀ ହେବା ଯୋଗୁଁ ସେ ଓଲଟା ଦିଗରେ ଚାଲୁଥିବା ପ୍ରତୀତ ହେବେ।
ପ୍ରଶ୍ନ 3. ଶନିଙ୍କର ବକ୍ରୀ ହେବା ବେଳେ କ’ଣ କରିବା ଉଚିତ?
ଉତ୍ତର 3. ଶନି ଗ୍ରହଙ୍କର ଅଶୁଭ ପ୍ରଭାବରୁ ବଞ୍ଚିବା ପାଇଁ ହନୁମାନଙ୍କର ପୂଜା କରିବା ଫଳଦାୟୀ ଅଟେ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025