ମିଥୁନ ରାଶିରେ ବୁଧଙ୍କର ଉଦୟ (27 ଜୁନ 2024)
ବୁଦ୍ଧି, ବିଦ୍ୟା ଓ ଶିଳ୍ପ କୌଶଳର ଗ୍ରହ ବୁଧ 27 ଜୁନ 2024 4:22 ରେ ଉଦୟ ହେବେ। ଆମର ଏହି ବିଶେଷ ଲେଖାରେ ଆମେ ଆପଣଙ୍କୁ ମିଥୁନ ରାଶିରେ ବୁଧଙ୍କର ଉଦୟ ସମୟରେ ରାଶି ଅନୁସାରେ ଭାବିଷୟଫଳ ଓ ପ୍ରତିକାର ବିଷୟରେ ସୂଚନା ପ୍ରଦାନ କରିବୁ।
ଜ୍ଯୋତିଷଶାସ୍ତ୍ରରେ ଉଦୟର ଅର୍ଥ
ଜ୍ଯୋତିଷଶାସ୍ତ୍ରରେ ଉଦୟ ଶବ୍ଦ ସେହି ଘଟଣା ପାଇଁ ନିର୍ଦ୍ଧାରିତ କରାଯାଇଛି ଯେତେବେଳେ କୌଣସି ଗ୍ରହ ନିଜର ଅଷ୍ଟ ଅବସ୍ଥାରୁ ବାହାରି ଉଦୟ ହୋଇଥାଏ। ଏବେ ମିଥୁନ ରାଶିରେ ବୁଧ ଉଦୟ ହେବାକୁ ଯାଉଛନ୍ତି। ଉଦୟ ହେବାର ଅର୍ଥ ବୁଧ ସୂର୍ଯ୍ୟଙ୍କ ଠାରୁ ପୁଣି ଠାରେ ଦୂରକୁ ଯିବେ ଓ ନିଜର ଶକ୍ତି ପ୍ରାପ୍ତ କରିପାରିବେ। ମିଥୁନ ବୁଧଙ୍କର ସ୍ଵରାଶି ଅଟେ। ଏପରି ସ୍ଥିତିରେ ସ୍ଵରାଶି ହେବା ଯୋଗୁଁ ବୁଧଙ୍କୁ ଭଲ ବଳ ପ୍ରାପ୍ତ ହେବ।
Read In English: Mercury Rise In Gemini
ଜ୍ଯୋତିଷଶାସ୍ତ୍ର ରେ ବୁଧ
ଜ୍ଯୋତିଷଶାସ୍ତ୍ର ଅନୁଯାୟୀ ବୁଧ ଯେତେବେଳ ଦୃଢ଼ ସ୍ଥିତିରେ ଥାଆନ୍ତି ସେତେବେଳେ ବ୍ୟକ୍ତିକୁ ଜୀବନରେ ସମସ୍ତ ଆବଶ୍ୟକ ସୁଖ, ସନ୍ତୁଷ୍ଟି, ଉତ୍ତମ୍ ସ୍ବାସ୍ଥ୍ୟ ଓ ଦୃଢ଼ ମସ୍ତିଷ୍କ ବରଦାନ ମିଳିଥାଏ। ବ୍ୟକ୍ତିର ଜାତକରେ ବୁଧ ଜ୍ଞାନ ସହିତ ଉଚ୍ଚ ସଫଳତା ପ୍ରାପ୍ତ କରିବାରେ ସାହାଜ୍ୟ କରନ୍ତି ଓ ଏହି ଜ୍ଞାନ ବ୍ୟବସାୟ ପାଇଁ ଭଲ ନିର୍ଣୟ ନେବାରେ ମାର୍ଗଦର୍ଶନ କରିଥାଏ। ଯେଉଁ ଲୋକଙ୍କର କୁଣ୍ଡଳୀରେ ବୁଧ ଥାଆନ୍ତି ସେମନେ ବେଟିଂ ଓ ବ୍ୟବସାୟରେ ଭଲ ପ୍ରଦର୍ଶନ କରନ୍ତି। ଏପରି ଲୋକମାନେ ଜ୍ଯୋତିଷଶାସ୍ତ୍ର, ରହସ୍ୟବାଦ ଇତ୍ୟାଦି ଗୁପ୍ତ ବିଧ୍ୟାରେ ନିପୁଣ ହୋଇଥାନ୍ତି।
ଏହି ରାଶିଫଳ ଚନ୍ଦ୍ର ରାଶି ଉପରେ ଆଧାରିତ। ଯଦି ଆପଣ ନିଜର ଚନ୍ଦ୍ର ରାଶି ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାରୀ କରି ନିଜର ଚନ୍ଦ୍ର ରାଶି ଜାଣିପାରିବେ
ବୁଧଙ୍କର ମିଥୁନ ରାଶିରେ ଉଦୟ- ରାଶି ଅନୁସାରେ ଭବିଷ୍ୟବାଣୀ ଓ ପ୍ରତିକାର
ମେଷ ରାଶି
ମେଷ ରାଶି ଲୋକଙ୍କ ପାଇଁ ବୁଧ ତୃତୀୟ ଓ ଷଷ୍ଠ ଘରର ପ୍ରଭୁ ଓ ଆପଣଙ୍କର ତୃତୀୟ ଘରେ ଉଦୟ ହେବାକୁ ଯାଉଛନ୍ତି। ମିଥୁନ ରାଶିରେ ବୁଧଙ୍କର ଉଦୟ ଆପଣଙ୍କୁ ନିଜର ଭାଇ ଭଉଣୀଙ୍କ ସହିତ ଚିନ୍ତାର ସାମ୍ନା କରିବାଲୁ ବାଧ୍ୟ କରିପାରେ। ଯାତ୍ରା ସମୟରେ ଆପଣଙ୍କୁ ବାଧାର ସାମ୍ନା କରିବାକୁ ପଡ଼ିପାରେ। ଏହା ବ୍ୟତୀତ ଏହି ଅବଧିରେ ଆପଣଙ୍କୁ ବଡ଼ ନିଷ୍ପତି ନ ନେବାକୁ ପରାମର୍ଶ ଦିଆଯାଇଛି।
କ୍ୟାରିଆର ଦୃଷ୍ଟିରୁ ଆପଣଙ୍କୁ ଚାକିରିରେ ଅଧିକ ଚାପ ସାମ୍ନା କରିବାକୁ ପଡ଼ିପାରେ। ବ୍ଯବସାୟ ଦୃଷ୍ଟିରୁ ବ୍ୟବସାୟ ପରିଚାଳନା ବଢ଼ାଇବାରେ ସକ୍ଷମ ହେବେ ନାହିଁ କାରଣ ଏହି ସମୟରେ କଠିନ ପ୍ରତିଯୋଗିତା ରହିବ। ଆର୍ଥିକ ଦୃଷ୍ଟିରୁ ଆପଣଙ୍କୁ ଖର୍ଚ୍ଚ ସମାନ କରିବାକୁ ପଡ଼ିବ। ଏପରି ସ୍ଥିତିରେ ଧନ ଉଚିତ ଭାବରେ ପାଇବା ସହଜ ହେବ ନାହିଁ। ସମ୍ପର୍କ ଦୃଷ୍ଟିରୁ ଆପଣଙ୍କୁ ନିଜର ଜୀବନସାଥୀ ସହିତ ଭାବିଚିନ୍ତି କଥାବାର୍ତ୍ତା କରିବା ଆବଶ୍ୟକ ହେବ। ଅନ୍ୟଥା ଆପଣ ଦୁହେଁ ଝଗଡ଼ା କରିପାରନ୍ତି। ଶେଷରେ ସ୍ବାସ୍ଥ୍ୟ ବିଷୟରେ କହିଲେ ଆପଣଙ୍କୁ ଥଣ୍ଡା କାଶ ହୋଇପାରେ।
ଉପାୟ : ପ୍ରତିଦିନ 108 ଥର 'ଓଁ ବୁଧାୟ ନମଃ' ମନ୍ତ୍ର ଜପ କରନ୍ତୁ।
ବୃଷ ରାଶି
ବୃଷ ରାଶି ଲୋକଙ୍କ ପାଇଁ ବୁଧ ଦ୍ଵିତୀୟ ଓ ପଞ୍ଚମ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ଦ୍ଵିତୀୟ ଘରେ ଉଦୟ ହେବାକୁ ଯାଉଛନ୍ତି। ମିଥୁନ ରାଶିରେ ବୁଧ ଉଦୟ ଆପଣଙ୍କୁ ନିଜର ପ୍ରୟାସ ଦ୍ବାରା ସଫଳତା ଦେବ ଓ ଏହି ଅବଧିରେ ନିଜକୁ ପ୍ରମାଣ କରିବାରେ ସକ୍ଷମ ହେବେ।
କ୍ୟାରୀଅର ଦୃଷ୍ଟିରୁ ଚାକିରିରେ ଭଲ ପ୍ରଗତି ହେବ। ଏହି ଅବଧି ଆପଣଙ୍କୁ ନୂଆ ଚାକିରି ସୁଯୋଗ ଦେବ। ବ୍ୟବସାୟ ଦୃଷ୍ଟିରୁ ଆପଣ ନେତୃତ୍ବ କୌଶଳ ଦେଖେଇବା ଓ ଲାଭ ପ୍ରାପ୍ତ କରିବା ପାଇଁ ଦୃଢ଼ ସ୍ଥିତିରେ ଥିବା ଦେଖାଯିବେ। ଆର୍ଥିକ ସ୍ଥିତି ବିଷୟରେ କହିଲେ, ଆପଣା ଅଧିକ ଧନ ସଞ୍ଚୟ କରିବା ଓ ରୋଜଗାର କରିବାରେ ସକ୍ଷମ ହେବେ।
ସମ୍ପର୍କ ଦୃଷ୍ଟିରୁ ଆପଣଙ୍କୁ ପ୍ରେମରେ ସଫଳତା ମିଳିବ୍ ଓ ଆପଣ ନିଜର ପ୍ରେମକୁ ଏକ୍ ଦୃଢ଼ ସମ୍ପର୍କରେ ପରିଣତ କରିପାରିବେ। ଶେଷରେ ସ୍ବାସ୍ଥ୍ୟ ବିଷୟରେ କହିବାକୁ ଗଲେ ଆପଣଙ୍କୁ ଫିଟ ରହିବା ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ଆଗକୁ ବଢ଼ିବାକୁ ପଡ଼ିବ। ଆପଣଙ୍କ ଭିତରେ ପ୍ରତିରକ୍ଷା ସ୍ତର ଅଧିକ ରହିବ ଯାହା ଫଳରେ ଆପଣ ସୁସ୍ଥ ରହିବେ।
ଉପାୟ : ଗୁରୁବାର ଦିନ ବୃହସ୍ପତି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
କେବେ ତିଆରି ହେବ ସରକାରୀ ଚାକିରି ଯୋଗ? ପ୍ରଶ୍ନ ପଚାରନ୍ତୁ ଓ ନିଜର ଜନ୍ମ ଜାତକ ଉପରେ ଆଧାରିତ ଉତ୍ତର ପାଆନ୍ତୁ
ମିଥୁନ ରାଶି
ମିଥୁନ ରାଶି ଲୋକଙ୍କ ପାଇଁ ବୁଧ ପ୍ରଥମ ଓ ଚତୁର୍ଥ ଘରର ପ୍ରଭୁ ଓ ବର୍ତ୍ତମାନ ଆପଣଙ୍କର ପ୍ରଥମ ଘରେ ଉଦୟ ହେବେ। ମିଥୁ ରାଶିରେ ବୁଧଙ୍କର ଉଦୟର ପ୍ରଭାବ ସ୍ବରୂପ ଆପଣ ନିଜର ସୁଖ ସୁବିଧା ବଢ଼ାଇବେ, ଖୁସି ପ୍ରାପ୍ତ କରିବେ। ଏହି ସମୟରେ ଆପଣ ଘର କିଣି ପାରିବେ।
କ୍ୟାରୀଅର ଦୃଷ୍ଟିରୁ ଆପଣ ଚାକିରିରେ ମଧ୍ୟମ ଧରଣର ଲାଭ ପାଇବେ। ଏହି ରାଶିର କିଛି ଲୋକ ଏହି ସମୟରେ ନୂଆ ଚାକିରି ପାଇବେ। ବ୍ଯବସାୟ ଦୃଷ୍ଟିରୁ ଆପଣଙ୍କୁ ନିଜର ପାର୍ଟନରର ସହଯୋଗ ମିଳିବ୍ ଓ ସନ୍ତୁଷ୍ଟି ସହିତ ଆପଣା ଅଧିକଲାଭ ମଧ୍ୟ ପାଇବେ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଆପଣ ରୋଜଗାର କ୍ଷମତା ବଢ଼ାଇବାରେ ଓ ସଞ୍ଚୟ କରିବାରେ ସକ୍ଷମ ହେବେ। ଧନ ସଞ୍ଚୟ କରିବାରେ ଆପଣଙ୍କୁ ସଫଳତା ମିଳିବ।
ସମ୍ପର୍କ ଦୃଷ୍ଟିରୁ ଏହି ଗୋଚର ମିଶ୍ରିତ ପରିଣାମ ଆଣିବ। ଏହି ସମୟରେ ଆପଣ ଜୀବନସାଥି ପ୍ରତି ଅଧିକ ଭଲ ବ୍ୟବହାର ଦେଖାଇବେ ଓ ସମ୍ପର୍କକୁ ଦୃଢ଼ କରିବେ। ଶେଷରେ ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କର ପ୍ରତିରକ୍ଷା ସ୍ତର ବହୁତ ଭଲ ରହିବ ଯାହା ଫଳରେ ଆପଣଙ୍କର ଫିଟନେସ ଭଲ ରହିବ।
ଉପାୟ : ପ୍ରତିଦିନ ପ୍ରାଚୀନ ପାଠ ବିଷ୍ଣୁ ସହସ୍ରନାମ ଜପ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
କର୍କଟ ରାଶି
କର୍କଟ ରାଶି ଲୋକଙ୍କ ପାଇଁ ବୁଧ ତୃତୀୟା ଓ ଦ୍ଵାଦଶ ଘରର ପ୍ରଭୁ ଓ ଆପଣଙ୍କର ଦ୍ଵାଦଶ ଘରେ ଉଦୟ ହେବେ। ମିଥୁନ ରାଶିରେ ବୁଧଙ୍କ ଉଦୟ ଆପଣଙ୍କୁ ସଫଳତା ପ୍ରାପ୍ତ କରିବାରୁ ରୋକିବ। ଏହି ସମୟରେ ଆପଣ ବହୁତ ଅଧିକ ଲାଭ ହରାଇବେ। ଆପଣଙ୍କ ଭିତରେ ଆତ୍ମବିଶ୍ବାସର ଅଭାବ ଦେଖାଯିବ।
କ୍ୟାରୀଅର ଦୃଷ୍ଟିରୁ କିଛି ଲୋକ କାମରେ ସନ୍ତୁଷ୍ଟ ଦେଖାଯିବେ ନାହିଁ ଓ ଚାକିରି ବଦଳାଇବା ବିଷୟରେ ଭାବିବେ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ କମ ଲାଭ ମିଳିବ୍। ଏହି ଅବଧି ରେ ଲାଭ ପରିବର୍ତ୍ତେ ଆପଣଙ୍କୁ କ୍ଷତି ହେବ। ସାଙ୍ଗରେ ଆପଣଙ୍କୁ କଠିନ ପ୍ରତିଯୋଗିତା ସାମ୍ନା କରିବାକୁ ପଡ଼ିବ। ଆର୍ଥିକ ଷ୍ଠତି ଦୃଷ୍ଟିରୁ ଆଉଟସୋର୍ସିଂରୁ ଫାଇଦା ହେବ ଓ ଯଦି ଆପଣ ବିଦେଶରେ କାର୍ଯ୍ୟରତ ହେବେ ତେବେ ଆପଣଙ୍କୁ ଫାଇଦା ମିଳିବାର ଅଧିକ ସମ୍ଭାବନା ଅଛି ଅନ୍ୟଥା ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ।
ସମ୍ପର୍କ ଦୃଷ୍ଟିରୁ ପରିବାରରେ ମାମଲାରେ ଅସହମତି ଥିବା ଯୋଗୁଁ ଆପଣଙ୍କୁ ଜୀବନଷାଠି ସହିତ କମ୍ ସାମଞ୍ଜସ୍ୟ ପ୍ରାପ୍ତ ହେବ। ଶେଷରେ ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ରହିବ ଯାହା ଫଳରେ ଆପଣଙ୍କୁ ରୋଗ ହୋଇପାରେ। କାନ୍ଧରେ ଦରଜ ମଧ୍ୟ ହୋଇପାରେ।
ଉପାୟ : ପ୍ରତିଦିନ 11 ଥର 'ଓଁ ଚନ୍ଦ୍ରାୟ ନମଃ' ମନ୍ତ୍ର ଜପ କରନ୍ତୁ।
ସିଂହ ରାଶି
ସିଂହ ରାଶି ଲୋକଙ୍କ ପାଇଁ ବୁଧ ଦ୍ଵିତୀ ଓ ଏକାଦଶ ଘରର ପ୍ରଭୁ ଓ ଆପଣଙ୍କର ଏକାଦଶ ଗହରେ ଉଦୟ ହେବେ। ମିଥୁନ ରାଶିରେ ବୁଧଙ୍କର ଉଦୟ ଆପଣଙ୍କୁ ଲାଭକାରୀ ପରିଣାମ ଦେବ। ଏହି ଅବଧିରେ ଆପଣଙ୍କର ଆତ୍ମବିଶ୍ଵାସ ବଢ଼ିବ।
କ୍ୟାରୀଅର ଦୃଷ୍ଟିରୁ ଆପଣ କାମ ସମ୍ବନ୍ଧରେ ନିଜକୁ ଏକ ଭଲ ସ୍ଥିତିରେ ପାଇବେ। ବ୍ୟବସାୟ ଦୃଷ୍ଟିରୁ ଆପଣ ଭଲ ଲାଭ ଅର୍ଜନ କରିବେ ଓ ଏକ ଭଲ ବ୍ୟବସାୟୀ ଭାବରେ ପ୍ରମାଣିତ ହେବେ। ଆର୍ଥିକ ପ୍ରସଙ୍ଗରେ ଆପଣ ଅଧିକ ଧନ ପ୍ରାପ୍ତ କରିବେ ଓ ସଞ୍ଚୟ କରିବାରେ ସଫଳ ହେବେ।
ସମ୍ପର୍କ ଦୃଷ୍ଟିରୁ ଆପଣ ଖୁସି ରହିବାରେ ଓ ପାର୍ଟନର ପ୍ରତି ଅଧିକ ପ୍ରେମ ଦେଖେଇବାରେ ସଫଳ ହେବେ। ଶେଷରେ ସ୍ବାସ୍ଥ୍ୟ ବିଷୟରେ କହବାକୁ ଗଲେ ଆପଣ ଊର୍ଜା ଓ ଉତ୍ସାହରେ ଭରପୁର ରହିବେ ଯାହା ଫଳରେ ଆପଣଙ୍କର ସ୍ବାସ୍ଥ୍ୟ ଉତ୍ତମ ରହିବ।
ଉପାୟ : ପ୍ରତିଦିନ 19 ଥର 'ଓଁ ଆଦିତ୍ୟାୟ ନମଃ' ମନ୍ତ୍ର ଜପ କରନ୍ତୁ।
କନ୍ୟା ରାଶି
କନ୍ୟା ରାଶି ଲୋକଙ୍କ ପାଇଁ ବୁଧ ପ୍ରଥମ ଓ ଦଶମ ଘରର ସ୍ବାମୀ ଓ ଏହି ସମୟରେ ଆପଣଙ୍କର ଦଶମ ଘରେ ଉଦୟ ହେବେ। ମିଥୁନ ରାଶିରେ ବୁଧ ଉଦୟ ଆପଣଙ୍କୁ କାମ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ଓ ତାକୁ ବିକଶିତ କରିବା ଉପରେ ଏକାଗ୍ରତା ରଖିବା ପାଇଁ ଅନୁକୂଳ ସଙ୍କେତ ଦେଉଛି।
କ୍ୟାରୀଅର ଦୃଷ୍ଟିରୁ ଆପଣ ଚାକିରିରେ ନୂଆ ସୁଯୋଗ ପାଇବେ ଓ ଆଗକୁ ବଢ଼ିବାରେ ସଫଳ ହେବ। ଆପଣ ନିଜର ବର୍ତ୍ତମାନର ଚାକିରିରେ ସଫଳତା ପ୍ରାପ୍ତ କରିବେ। ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କୁ ପାର୍ଟନର୍ଶିପରେ ସାହାଜ୍ୟ ମିଳିବ ଓ ଭଲ ସ୍ତରରେ ଲାଭ ମିଳିବ। ଆର୍ଥିକ ପ୍ରସଙ୍ଗରେ କହିବାକୁ ଗଲେ ଆପଣ ଚାକିରିରେ ପ୍ରୋତ୍ସାହନ ଓ ସୁବିଧା ପାଇବେ ଯାହା ଫଳରେ ଆପଣଙ୍କୁ ସନ୍ତୁଷ୍ଟି ମିଳିବ।
ସମ୍ପର୍କ ଦୃଷ୍ଟିରୁ ଆପଣ ବିବାହରେ ସଚ୍ଚୋଟ ରହିବେ ଓ ନିଜର ସମ୍ପର୍କକୁ ଦୃଢ଼ କରିବେ। ଶେଷରେ ସ୍ବାସ୍ଥ୍ୟ ବିଷୟରେ କହିବାକୁ ଗଲେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ ଓ ଆପଣଙ୍କ ଭିତରେ ଉଚିତ ପ୍ରତିରକ୍ଷା ଶକ୍ତି ଯୋଗୁଁ ଏହା ସମ୍ଭବ ହେବ।
ଉପାୟ : ଶନିବାର ଦିନ ରାହୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶି
ତୁଳା ରାଶି ଲୋକଙ୍କ ପାଇଁ ବୁଧ ନବମ ଓ ଦ୍ଵାଦଶ ଘରର ପ୍ରଭୁ ଓ ଆପଣଙ୍କର ନବମ ଘରେ ଉଦୟ ହେବେ। ମିଥୁନ ରାଶିରେ ବୁଧ ଉଦୟ ଆପଣଙ୍କୁ ଆଧ୍ୟାତ୍ମିକ ରୁଚି ବିକଶିତ କରିବା ପାଇଁ ସାହାଜ୍ୟ କରିବ ଓ ଏହି ସମ୍ବନ୍ଧରେ ଯାତ୍ରା କରୁଥିବାର ଦେଖାଯିବେ।
କ୍ୟାରୀଅର ଦୃଷ୍ଟିରୁ ଆପଣ ଚାକିରି ପାଇଁ ଲମ୍ବା ଯାତ୍ରାରେ ଜୈପାରନ୍ତି। ଆପଣ ନିଜର ପସନ୍ଦର ଚାକିରି ପ୍ରାପ୍ତ କରିବେ। ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କୁ ନିଜର ପାର୍ଟନର୍ଶିପରେ ସମର୍ଥନ ମିଳିବ୍ ଓ ଆପଣ ଭଲ ପ୍ରତିସ୍ପର୍ଦ୍ଧା କରିବେ। ଆର୍ଥିକ ପ୍ରସଙ୍ଗରେ ଆପଣଙ୍କୁ ଅଧିକ ଲାଭ ଲାଭ ହେବ ଓ ଆପଣ ଧନ ସଞ୍ଚୟ କରିବାରେ ସଫଳ ହେବେ।
ସମ୍ପର୍କ ଦୃଷ୍ଟିରୁ ଆପଣଙ୍କୁ ସାଥି ସହିତ ଭାଗ୍ୟର ସାଥ ମିଳିବ୍ କାରଣ ଏହି ଅବଧି ଆପଣଙ୍କର ପ୍ରେମ ପାଇଁ ଭଲ ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ କାନ୍ଧରେ କିଛି ସମସ୍ଯା ହୋଇପାରେ। ଏଥି ପ୍ରତି ସାବଧାନ ରୁହନ୍ତୁ।
ଉପାୟ : ପ୍ରତିଦିନ 11 ଥର 'ଓଁ ଶ୍ରୀ ଦୂର୍ଗାୟ ନମଃ' ମନ୍ତ୍ର ଜପ କରନ୍ତୁ।
ବିଛା ରାଶି
ବିଛା ରାଶି ଲୋକଙ୍କ ପାଇଁ ବୁଧ ଅଷ୍ଟମ ଓ ଏକାଦଶ ଘରର ପ୍ରଭୁ ଓ ଆପଣଙ୍କର ଅଷ୍ଟମ ଘରେ ଉଦୟ ହେବେ। ମିଥୁନ ରାଶିରେ ବୁଧଙ୍କର ଉଦୟ ଆପଣଙ୍କୁ ନିଜର ପ୍ରୟାସରେ ବାଧା ଦେଇପାରେ। ଏହି ସମୟରେ ଆପଣଙ୍କର ଇଚ୍ଛାରେ ହ୍ରାସ ଅନୁଭବ ହୋଇପାରେ।
କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ମିଳୁଥିବା ମାନ୍ୟତାରେ ହ୍ରାସ ହେବା ଯୋଗୁଁ ଆପଣଙ୍କୁ ବରିଷ୍ଠଙ୍କ ସହିତ ଅଶାନ୍ତି ସାମ୍ନା କରିବାକୁ ପଡ଼ିବ। ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କୁ ନିଜର ବ୍ୟବସାୟରେ ଅନେକ ଲାଭ କିମ୍ବା ହାନୀ ପ୍ରାପ୍ତ ହେବ ନାହିଁ। ଆର୍ଥିକ ପ୍ରସଙ୍ଗରେ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିବ କାରଣ ଖର୍ଚ୍ଚ ବଢ଼ିବ।
ସମ୍ପର୍କରେ ବୁଝାମଣାର ଅଭାବ ଯୋଗୁଁ ଜୀବନସାଥୀ ସହିତ ଯୁକ୍ତି ହୋଇପାରେ। ଶେଷରେ ସ୍ବାସ୍ଥ୍ୟ ବିଷୟରେ କହିବାକୁ ଗଲେ ଆଖିରେ ପୋଡ଼ାଜଳା ଓ ଦରଜ ହୋଇପାରେ।
ଉପାୟ : ବୁଧବାର ଦିନ ବୁଧ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହମାନଙ୍କର ଆପଣଙ୍କ ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି
ଧନୁ ରାଶି ଲୋକଙ୍କ ପାଇଁ ବୁଧ ସପ୍ତମ ଓ ଦଶମ ଘରର ପ୍ରଭୁ ଓ ଆପଣଙ୍କର ସପ୍ତମ ଘରେ ଉଦୟ ହେବେ। ମିଥୁନ ରାଶିରେ ବୁଧଙ୍କର ଉଦୟ ଆପଣଙ୍କୁ ନିଜର ବନ୍ଧୁଙ୍କ ସହିତ ସମ୍ପର୍କରେ ସମସ୍ଯା ଦେଇପାରେ ଓ ଆଗକୁ ଯାଇ ଏହି ସମସ୍ଯା ବଢ଼ିପାରେ।
କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କ ଉପରେ କାମର ଅଧିକ ଚାପ ରହିବ ଓ କଠିନ ପରିଶ୍ରମ ପାଇଁ ଅପେକ୍ଷିତ ମାନ୍ୟତା ମଧ୍ୟ ମିଳିବ ନାହିଁ। ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କୁ ବାଧା ଓ ପ୍ରତିସ୍ପର୍ଦ୍ଧା ରୁ କଠିନ ପ୍ରତିଯୋଗିତା ମିଳିବାକୁ ଯାଉଛି। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଆପଣଙ୍କୁ ଯାତ୍ରା ସମୟରେ କ୍ଷତି ହୋଇପାରେ ଓ ଏହା ଆପଣଙ୍କର ବେପରୁଆ ହେବା ଯୋଗୁଁ ହେବାର ଆଶଙ୍କା ଅଛି।
ସମ୍ପର୍କ ଦୃଷ୍ଟିରୁ ଉଚିତ ତାଳମେଳର ଅଭାବ ଯୋଗୁଁ ଜୀବନସାଥୀ ସହିତ ଅହଂକାର ସମସ୍ଯା ହୋଇପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଜୀବନସାଥୀର ସ୍ବାସ୍ଥ୍ୟ ଉପରେ ଧନ ଖର୍ଚ୍ଚ କରିବାକୁ ପଡ଼ିପାରେ କାରଣ ଏହି ସମୟରେ ତାଙ୍କର ପ୍ରତିରକ୍ଷା ଶକ୍ତି କମ ରହିବ।
ଉପାୟ : ପ୍ରତିଦିନ 41 ଥର 'ଓଁ ନମୋ ନାରାୟଣ' ମନ୍ତ୍ର ଜପ କରନ୍ତୁ।
ମକର ରାଶି
ମକର ରାଶି ଲୋକଙ୍କ ପାଇଁ ବୁଧ ଷଷ୍ଠ ଓ ନବମ ଘରର ପ୍ରଭୁ ଓ ଆପଣଙ୍କର ଷଷ୍ଠ ଘରେ ଉଦୟ ହେବେ। ମିଥୁନ ରାଶିରେ ରେ ବୁଧଙ୍କର ଉଦୟ ଆପଣଙ୍କୁ ଭାଗ୍ଯର ସହଯୋଗ ଦ୍ବାରା ସଫଳତା ଦେବ ଓ ଲାଭ ମିଳିବ। ଏହି ଅବଧିରେ ଅଧିକ ଯାତ୍ରା କରିବାକୁ ପଡ଼ିପାରେ।
କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ଅସୁବିଧା ସତ୍ବେ ସଫଳତା ମିଳିବ। ଆପଣ ଲମ୍ବା ଯାତ୍ରା ମଧ୍ୟ କରିପାରନ୍ତି। ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କୁ ଅଧିକ ଲାଭ ମିଳିବ୍ ଓ ପାର୍ଟନର ଆପଣଙ୍କର ସହଯୋଗ କରିବେ। ଆର୍ଥିକ ପ୍ରସଙ୍ଗ ବିଷୟରେ କହିଲେ ଋଣ ମଧ୍ୟମରେ ଭଲ ଲାଭ ମିଳିବ୍ ଓ ସଞ୍ଚୟ କରିପାରିବେ।
ସମ୍ପର୍କ ଦୃଷ୍ଟିରୁ ଆପଣ ଭଲ ତାଳମେଳ ରଖି ଜୀବନସାଥୀ ସହିତ ସହଜ ଅନୁଭବ କରିବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ନିଜର ନିର୍ଭୀକତା ଓ ଫିଟନେସ ଯୋଗୁଁ ସୁସ୍ଥ ରହିବେ।
ଉପାୟ : ଶନିବାର ଦିନ ଭଗବାନ ରୁଦ୍ରଙ୍କ ପାଇଁ ଯଜ୍ଞ କରନ୍ତୁ।
କୁମ୍ଭ ରାଶି
କୁମ୍ଭ ରାଶି ଲୋକଙ୍କ ପାଇଁ ବୁଧ ପଞ୍ଚମ ଓ ଅଷ୍ଟମ ଘରର ପ୍ରଭୁ ଓ ପଞ୍ଚମ ଘରେ ଗୋଚର କରିବେ। ବୁଧଙ୍କର ମିଥୁନ ରାଶିରେ ଉଦୟ ଆପଣଙ୍କ ଭିତରେ ଅଧିକ କୌଶଳ ଓ ବୁଦ୍ଧି ଆଣିବ। ଏହା କରି ଆପଣ ଚମତ୍କାର ପ୍ରଦର୍ଶନ କରିବେ।
କ୍ୟାରୀଅର ଦୃଷ୍ଟିରୁ ଆପଣ ନିଜର କୌଶଳ ଓ ଦକ୍ଷତାରୁ ଭଲ ପରିଣାମ ପ୍ରାପ୍ତ ହେବ। ଏହି ସମୟରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ବ୍ୟବସାୟ ଦୃଷ୍ଟିରୁ ଯଦି ଆପଣ ଶେୟାର ବ୍ୟବସାୟ କରନ୍ତି ତେବେ ଆପଣଙ୍କୁ ଅଧିକ ଲାଭ ମିଳିବ। ଆର୍ଥିକ ପ୍ରସଙ୍ଗରେ ଆପଣଙ୍କୁ ଅଧିକ ପଇସା ରୋଜଗାର କରିବାରେ ଓ ଧନ ସଞ୍ଚୟ କରିବାରେ ସଫଳତା ମିଳିନ
ସମ୍ପର୍କ ଦୃଷ୍ଟିରୁ ଆପଣଙ୍କୁ ଜୀବନସାଥୀ ସହିତ ଭଲ ତାଳମେଳ ଦେଖିବାକୁ ମିଳିବ ଓ ଏହା ଆପଣଙ୍କର ମାନସିକ ସ୍ଥିତି ଯୋଗୁଁ ହେବ। ଶେଷରେ ସ୍ବାସ୍ଥ୍ୟ ବିଷୟରେ କହିଲେ ଭଲ ସ୍ବାସ୍ଥ୍ୟ ରଖିବାରେ ସକ୍ଷମ ହେବେ ଓ ଆପଣଙ୍କ ଭିତରେ ଥିବା ଉତ୍ସାହ ଯୋଗୁଁ ଏହା ସମ୍ଭବ ହେବ।
ଉପାୟ : ପ୍ରତିଦିନ 44 ଥର 'ଓଁ ଶନିଶ୍ଚରାୟ ନମଃ’ ମନ୍ତ୍ର ଜପ କରନ୍ତୁ।
ମୀନ ରାଶି
ମୀନ ରାଶି ଲୋକଙ୍କ ପାଇଁ ବୁଧ ଚତୁର୍ଥ ଓ ସପ୍ତମ ଘରର ପ୍ରଭୁ ଓ ଆପଣଙ୍କର ଚତୁର୍ଥ ଘରେ ଉଦୟ ହେବେ। ମିଥୁନ ରାଶିରେ ବୁଧଙ୍କର ଉଦୟ ଆପଣଙ୍କୁ ସୁଖ ସୁବିଧାରେ ଅଭାବ ଓ ଖୁସିରେ ଅଭାବ ଆଣିବ। ଆପଣଙ୍କୁ ନିଜର ପରିବାରରେ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ।
କ୍ୟାରୀଅରରେ ଯୋଜନାର ଅଭାବ ଯୋଗୁଁ ଆପଣଙ୍କୁ ଅଧିକ ଚାପ ସାମ୍ନା କରିବାକୁ ପଡ଼ିବ। ଏଥି ଯୋଗୁଁ କାମ କରିବାର କ୍ଷମତା କମ ହେବାକୁ ଯାଉଛି। ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କୁ ନା ଲାଭ ମିଳିବ ନା କ୍ଷତି ହେବ। ଆର୍ଥିକ ଦୃଷ୍ଟିରୁ ଆପଣ ଅଧିକ ଖର୍ଚ୍ଚ କରିବେ ଓ ସଞ୍ଚୟ କରିପାରିବେ ନାହିଁ।
ସମ୍ପର୍କ ଦୃଷ୍ଟିରୁ ଆପଣଙ୍କୁ ନିଜର ପାର୍ଟନର ସହିତ ଚାପ ସାମ୍ନା କରିବାକୁ ପଡ଼ିବ। ସମ୍ଭାବନା ଅଛି ଯେ ଦୁହିଙ୍କ ମଧ୍ୟରେ ସଦଭାବନାର ହ୍ରାସ ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ନିଜର ସ୍ବାସ୍ଥ୍ୟ ଉପରେ ଖର୍ଚ୍ଚ କରିବାକୁ ପଡ଼ିବ ଯାହା ଚିନ୍ତା ବଢ଼ାଇବ।
ଉପାୟ : ଗୁରୁବାର ଦିନ ବୃଦ୍ଧ ବ୍ରାହ୍ମଣଙ୍କୁ ଭୋଜନ କରାନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ଟି ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!
ପ୍ରାୟତଃ ପଚାରଯାଉଥିବା ପ୍ରଶ୍ନ
ପ୍ରଶ୍ନ 1: ମିଥୁନ ରାଶିରେ ବୁଧଙ୍କର ଉଦୟ କେବେ ହେବ?
ଉତ୍ତର : ବୁଧ 27 ଜୁନ 2024 4:22 ରେ ମିଥୁନ ରାଶିରେ ଉଦୟ ହେବେ।
ପ୍ରଶ୍ନ 2: ଜ୍ଯୋତିଷଶାସ୍ତ୍ରରେ ବୁଧଙ୍କୁ କାହାର କାରକ କୁହାଯାଏ?
ଉତ୍ତର : ଜ୍ଯୋତିଷଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ତର୍କ, ବିଦ୍ୟା, ବୁଝିବା ଶୁଝିବାର ଶକ୍ତି, ଗଣିତ ଇତ୍ୟାଦିର କାରକ କୁହାଯାଏ।
ପ୍ରଶ୍ନ 3: ବୁଧଙ୍କୁ ଗୋଟେ ଗୋଚର ସମ୍ପୂର୍ଣ କରିବାକୁ କେତେ ସମୟ ଲାଗିଥାଏ?
ଉତ୍ତର : ବୁଧଙ୍କୁ ଗୋଟେ ରାଶିରୁ ଅନ୍ୟ ରାଶିରେ ଗୋଚର ସମ୍ପୂର୍ଣ କରିବାକୁ ହାରାହାରି 14 ରୁ 30 ଦିନ ଲାଗିଥାଏ, ଯାହା ତାଙ୍କର ଗତି ଓ ବକ୍ରୀ ଗତି ଇତ୍ୟାଦି ଉପରେ ନିର୍ଭର କରେ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025