ବୁଧ ମୀନ ରାଶିରେ ମାର୍ଗୀ

ବୁଧ ଦେବ ବୁଦ୍ଧି, ବିଦ୍ୟା, ତର୍କ-ବିତର୍କର କାରକ ଗ୍ରହ ଯିଏ ଏବେ 07 ଅପ୍ରିଲ 2025 ସନ୍ଧ୍ୟା 04:04 ରେ ମୀନ ରାଶିରେ ମାର୍ଗୀ ହେବାକୁ ଯାଉଛନ୍ତି।ତାଙ୍କୁ ସୂଚନା, ପ୍ରସାରଣା, ଦୂରସଞ୍ଚାର, ସମ୍ବାଦ, ବ୍ୟବସାୟ ଇତ୍ୟାଦିର କାରକ ମଧ୍ୟ କୁହାଯାଇଛି। କହି ରଖୁଛି ଯେ ବୁଧ ଗ୍ରହ 27 ଫେବ୍ରୁୟାରୀ 2025ରେ ମୀନ ରାଶିରେ ଅର୍ଥାତ ନିଚ୍ଚ ରାଶିରେ ପ୍ରବେଶ କରିବେ ଓ 7 ମଈ 2025 ପର୍ଯ୍ୟନ୍ତ ମୀନ ରାଶିରେ ରହିବେ। କିନ୍ତୁ ମୀନ ରାଶିରେ ରହି ବୁଧ ଦେବ ନିଜର ସ୍ଥିତିରେ ପରିବର୍ତ୍ତନ କରୁଥିବେ ଯେପରି କି 27 ଫେବ୍ରୁୟାରୀ ରୁ ନେଇ 15 ମାର୍ଚ୍ଚ ପର୍ଯ୍ୟନ୍ତ ବୁଧ ମୀନ ରାଶିରେ ମାର୍ଗୀ ଅବସ୍ଥାରେ ଥିଲେ ଓ 15 ମାର୍ଚ୍ଚ ରୁ ନେଇ 7 ଅପ୍ରିଲ ପର୍ଯ୍ୟନ୍ତ ବୁଧ ଗ୍ରହ ବକ୍ରୀ ଅବସ୍ଥାରେ ରହିବେ। ବୁଧ ମହାରାଜ ମୀନ ରାଶିରେ ପାଖାପାଖି 24 ଦିନ ପର୍ଯ୍ୟନ୍ତ ବକ୍ରୀ ଅବସ୍ଥାରେ ରହିବେ।

ବୁଧ ମୀନ ରାଶିରେ ମାର୍ଗୀ 07 ଅପ୍ରିଲ 2025 ରେ ହେବାକୁ ଯାଉଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ମୀନ ରାଶିରେ ବୁଧ ମାର୍ଗୀ ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ଏହି ପ୍ରକାର, ବୁଧ ଗ୍ରହ ପାଖାପାଖି 24 ଦିନ ପର୍ଯ୍ୟନ୍ତ ମୀନ ରାଶିରେ ବକ୍ରୀ ରହିବା ପରେ ଏବେ ନିଜର ନିଚ୍ଚ ରାଶିରେ ମାର୍ଗୀ ହୋଇଯିବେ। ବୁଧଙ୍କର ଅବସ୍ଥାରେ ହେବାକୁ ଥିବା ପରିବର୍ତ୍ତନର ପ୍ରଭାବ ଶିକ୍ଷା, ଦୂରସଞ୍ଚାର, ବ୍ୟବସାୟ ଇତ୍ୟାଦି କ୍ଷେତ୍ର ଉପରେ ପଡ଼ିବ। ଆଷ୍ଟ୍ରୋସେଜ ଏଆଇର ଏହି ଲେଖାରେ ଆପଣଙ୍କୁ ବୁଧ ମୀନ ରାଶିରେ ମାର୍ଗୀ ବିଷୟରେ ସମସ୍ତ ସୂଚନା ପ୍ରାପ୍ତ ହେବ। ବୁଧ ମାର୍ଗୀଙ୍କର ଆପଣଙ୍କ ରାଶି ଉପରେ ପଡ଼ିବାକୁ ଥିବା ପ୍ରଭାବ ବିଷୟରେ ଜାଣିବେ। ଆସନ୍ତୁ ଆରମ୍ଭ କରିବା ଏହି ଲେଖା।

To Read in English Click Here: Mercury Direct in Pisces

ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଏବେ ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।

ମୀନ ରାଶିରେ ବୁଧ ମାର୍ଗୀ: ରାଶି ଅନୁସାରେ ପ୍ରଭାବ ଓ ଉପାୟ

ମେଷ ରାଶି

ମେଷ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର ଜାତକରେ ତୃତୀୟ ତଥା ଷଷ୍ଠ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଦ୍ଵାଦଶ ଘରେ ନିଚ୍ଚ ରାଶିରେ ରହି ମାର୍ଗୀ ହେଉଛନ୍ତି। ବୁଧ ଗ୍ରହଙ୍କର ନିଚ୍ଚତାର ପ୍ରଭାବ ବଢ଼ିବ ଓ ଫଳସ୍ଵରୂପ, ଆପଣଙ୍କର ଆତ୍ମବିଶ୍ଵାସରେ କିଛି ଉତ୍ଥାନ-ପତନ ଦେଖିବାକୁ ମିଳିପାରେ। ଭାଇଙ୍କ ସହିତ ସମ୍ବନ୍ଧ ଟିକେ ଖରାପ ହୋଇପାରେ। ବୁଧ ମୀନ ରାଶିରେ ମାର୍ଗୀ ସମୟରେ ଜବ ଇତ୍ୟାଦିକୁ ନେଇ ଅବହେଳା ଜମା କରିବା କଥା ନୁହେଁ। ନିଜକୁ ଚିନ୍ତା ମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ ଓ ଅଯଥା ବିବାଦ ଏବଂ ଶତ୍ରୁତାରୁ ଦୂରେଇ ରୁହନ୍ତୁ। ଅଯଥା ଖର୍ଚ୍ଚ କରନ୍ତୁ ନାହିଁ ଓ ନିଜର ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।

ଉପାୟ: ନିୟମିତ ଭାବରେ ମଥାରେ କେସରର ତିଲକ ଲଗାଇବା ଶୁଭ ରହିବ।

ମେଷ ସାପ୍ତାହିକ ରାଶିଫଳ

ବୃଷ ରାଶି

ବୃଷ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର ଜାତକରେ ଦ୍ଵିତୀୟ ତଥା ପଞ୍ଚମ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଲାଭ ଘରେ ମାର୍ଗୀ ହେବେ। ଯଦିଓ ବୁଧ ନିଚ୍ଚ ରାଶିରେ ରହିବେ କିନ୍ତୁ ଲଗ୍ନ ଘରେ ମାର୍ଗୀ ହେବା ଯୋଗୁଁ ବୁଧ ଗ୍ରହ ସାମାନ୍ଯ ଭାବରେ ଆପଣଙ୍କୁ ଅନୁକୂଳ ପରିଣାମ ଦେବାକୁ ଚାହିଁବେ। ଏପରି ସ୍ଥିତିରେ ଆପଣଙ୍କୁ ମିଶ୍ରିତ ପରିଣାମ ମିଳିବ। ଏହି ସମଯରେ ସତର୍କ ରହିଲେ ଆର୍ଥିକ ମାମଲାରେ ବହୁତ ଭଲ କରିପାରିବେ। ପ୍ରିୟଜନଙ୍କ ସହିତ ତାଳମେଳ ରଖିବାର ଚେଷ୍ଟା କରିବାକୁ ହେବ କାରଣ ଏପରି କରିଲେ ଆପଣଙ୍କର ସମ୍ବନ୍ଧ ଅନୁକୂଳ ହେବ। ଅନ୍ୟ ମାମଲାରେ ସାମାନ୍ଯ ଭାବରେ ବୁଧ ଅନୁକୂଳ ପରିଣାମ ଦେବାକୁ ଚାହିଁବେ। ଆପଣଙ୍କର ରୋଜଗାର ବୃଦ୍ଧି ହେବ ଓ ବ୍ୟବସାୟରେ ଲାଭ ହୋଇପାରିବ। ଆପଣଙ୍କର ପ୍ରିୟଜନଙ୍କର ସପୋର୍ଟ ମିଳିବ।

ଉପାୟ: ଗାଈକୁ ସବୁଜ ଚାରା ଖୁଆଇବା ଶୁଭ ରହିବ।

ବୃଷ ସାପ୍ତାହିକ ରାଶିଫଳ

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମିଥୁନ ରାଶି

ମିଥୁନ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ହେବା ସହିତ ଚତୁର୍ଥ ଘରର ସ୍ବାମୀ ମଧ୍ୟ ଯିଏ ଏବେ ଆପଣଙ୍କର କର୍ମ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। ବୁଧ ନିଚ୍ଚ ଅବସ୍ଥାରେ ରହିବା ଯୋଗୁଁ ସପୋର୍ଟ କମ ମିଳିପାରେ, ତଥାପି ବୁଧ ଆପଣଙ୍କୁ ହାରାହାରି ପରିଣାମ ଦେବେ। ଦଶମ ଘରେ ବୁଧ ଗ୍ରହ ପଦ-ପ୍ରତିଷ୍ଠା ଲାଭ କରାନ୍ତି, କିନ୍ତୁ ବୁଧ ନିଚ୍ଚ ଅବସ୍ଥାରେ ଥିବା ଯୋଗୁଁ ଆପଣଙ୍କୁ ନିଜର ଛବିକୁ ନେଇ ସତର୍କ ରହିବାକୁ ହେବ। ବୁଧ ମୀନ ରାଶିରେ ମାର୍ଗୀ ହେବା ସମଯରେ ଘର-ଗୃହସ୍ଥି ମାମଲାରେ ବୁଦ୍ଧିମାନ ଭାବରେ ଆପଣ ଗୃହସ୍ଥ ଜୀବନର ଆନନ୍ଦ ନେଇପାରିବେ। ସାବଧାନ ହୋଇ ଯାନ ଚଲାଇ ଆପଣ ସ୍ମରଣୀୟ ଯାତ୍ରା କରି ପାରିବେ। ବୁଦ୍ଧିମାନ ଭାବରେ ନିଷ୍ପତି ନେଇ ବ୍ୟବସାୟରେ ଭଲ ଲାଭ ପ୍ରାପ୍ତ କରିପାରିବେ।

ଉପାୟ: ମଦିରରେ ଖୀର ଓ ଚାଉଳ ଦାନ କରନ୍ତୁ।

ମିଥୁନ ସାପ୍ତାହିକ ରାଶିଫଳ

କର୍କଟ ରାଶି

କର୍କଟ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର ଜାତକରେ ତୃତୀୟ କିମ୍ବା ଦ୍ଵାଦଶ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଭାଗ୍ଯ ଘରେ ନିଚ୍ଚ ହୋଇ ମାର୍ଗୀ କରିବେ। ଏହି ଅବସ୍ଥାରେ ବୁଧଙ୍କର ନକରାତ୍ମକ ପ୍ରଭାବ ବଢ଼ିଥାଏ। ଆପଣଙ୍କୁ କିଛି ଦୁର୍ବଳ ପରିଣାମ ମଧ୍ୟ ମିଳିପାରେ। ବୁଧ ଗ୍ରହ ନବମ ଘରେ ମୀନ ରାଶିରେ ମାର୍ଗୀ ହେବା ଯୋଗୁଁ ଆପଣଙ୍କର ଆତ୍ମବିଶ୍ଵାସରେ କିଛି ଉତ୍ଥାନ-ପତନ ଦେଖିବାକୁ ମିଳିପାରେ। ଏହି ସମୟରେ ଭାଇ-ବନ୍ଧୁ ଓ ମିତ୍ରଙ୍କ ସହିତ ସମ୍ବନ୍ଧ ମଧୁର ରଖିବା ପାଇଁ ଚେଷ୍ଟା କରିବାକୁ ପଡ଼ିବ। ମୋବାଇଲ ରେ କଥା ହେବା ସମୟରେ ଅପଶବ୍ଦ କୁହନ୍ତୁ ନାହିଁ କିମ୍ବା ଏପରି କଥା ହୁଅନ୍ତୁ ନାହିଁ ଯାହା ପାଇଁ ଆପଣଙ୍କୁ ପରେ ସମସ୍ଯା ହେବ। ଯଥାସମ୍ଭବ ଯାତ୍ରା ସମୟରେ ସତର୍କ ରୁହନ୍ତୁ।

ଉପାୟ: ମାଟି ପାତ୍ରରେ ଛତୁ ଭରି କରି ଧାର୍ମିକ ସ୍ଥାନରେ ଦାନ କରିବା ଶୁଭ ହେବ।

କର୍କଟ ସାପ୍ତାହିକ ରାଶିଫଳ

हिंदी में पढ़ने के लिए यहां क्लिक करें: बुद्ध मीन राशि में मार्गी

ସିଂହ ରାଶି

ସିଂହ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର ଜାତକରେ ଦ୍ଵିତୀୟ ତଥା ଲାଭ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଅଷ୍ଟମ ଘରେ ମାର୍ଗୀ ହେବେ। ବୁଧ ଗ୍ରହ ଅଷ୍ଟମ ଘରେ ଅନୁକୂଳ ପରିଣାମ ଦିଅନ୍ତି କିନ୍ତୁ ନିଚ୍ଚ ଅବସ୍ଥାରେ ଥିବା ଯୋଗୁଁ କିଛି ମାମଲାରେ ଦୁର୍ବଳ ପରିଣାମ ମଧ୍ୟ ମିଳିପାରେ। ଅଷ୍ଟମ ଘରେ ବୁଧ ଦେବ ଆକସ୍ମିକ ଧନ ଲାଭ କରାନ୍ତି। ସେ ସଫଳତା ଓ ବିଜଯ ମଧ୍ୟ ପ୍ରଦାନ କରନ୍ତି। ସାମାଜିକ ମାମଲାରେ ମଧ୍ୟ ଭଲ ପରିଣାମ ଦିଅନ୍ତି କିନ୍ତୁ ନିଚ୍ଚ ଅବସ୍ଥାରେ ଥିବା ଯୋଗୁଁ ଏହି ମାମଲାରେ ସାବଧାନ ରହିବାକୁ ପଡ଼ିବ। କଠିନ ପରିଶ୍ରମ ଦ୍ବାରା ମଧ୍ୟ ଭଲ ଲାଭ ମିଳିପାରେ। ବୁଧ ମୀନ ରାଶିରେ ମାର୍ଗୀ ସମୟରେ ଆର୍ଥିକ ଓ ପାରିବାରିକ ମାମଲାରେ ବୁଝାମଣା ଦେଖାଇ ଆପଣ ସମସ୍ଯା ଉପରେ ନିୟନ୍ତ୍ରଣ ପ୍ରାପ୍ତ କରି ପାରିବେ।

ଉପାୟ: କିନ୍ନରଙ୍କୁ ସବୁଜ ବସ୍ତ୍ର ଓ ଚୁଡ଼ି ଉପହାର ଦିଅନ୍ତୁ।

ସିଂହ ସାପ୍ତାହିକ ରାଶିଫଳ

କନ୍ୟା ରାଶି

କନ୍ୟା ରାଶିର ଲୋକଙ୍କ ପାଇଁ ବୁଧ ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ହେବା ସହିତ ଆପଣଙ୍କର ଦଶମ ଘରର ସ୍ବାମୀ ମଧ୍ୟ ଯିଏ କ୍ୟାରିଅରକୁ ଦର୍ଶାନ୍ତି। ଏବେ ବୁଧ ଗ୍ରହ ଆପଣଙ୍କର ସପ୍ତମ ଘରେ ନିଜର ନିଚ୍ଚ ରାଶିରେ ମାର୍ଗୀ ହେଉଛନ୍ତି। ବୁଧ ଗ୍ରହଙ୍କର ନକରାତ୍ମକତା କିଛି ମାତ୍ରାରେ ବଢ଼ିପାରେ। ଏହାର ଫଳସ୍ଵରୂପ, ସେ ଆପଣଙ୍କର କାର୍ଯ୍ୟ ଓ ବ୍ୟବସାୟରେ କିଛି ସମସ୍ଯା ଦେଇ ପାରନ୍ତି। ଯଦି ଆପଣ ବୁବହିତ ତେବେ ଏହି ଗୋଚର ସମୟରେ ଦାମ୍ପତ୍ୟ ଜୀବନରେ ମଧ୍ୟ କିଛି ସମସ୍ଯା ଦେଖିବାକୁ ମିଳିପାରେ। ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ହେବା ଯୋଗୁଁ ବୁଧ ଗ୍ରହଙ୍କର ଏହି ଅବସ୍ଥା କିଛି ଶାରୀରିକ ପିଡ଼ା ଦେଇପାରେ। ଯଦି ଆପଣ ଶାସନ-ପ୍ରଶାନ ସହିତ ଜଡ଼ିତ ବ୍ୟକ୍ତି ତେବେ ଏହି ସମୟରେ ଶାସନ-ପ୍ରଶାସନ ସହିତ ସମ୍ବନ୍ଧିତ କୌଣସି କାମରେ ଗମ୍ଭୀର ହୋଇ କାମ କରିବାକୁ ପଡ଼ିବ। ଏହି ସମୟ ମଧ୍ୟରେ, କୌଣସି ସରକାରୀ କର୍ମଚାରୀଙ୍କ ସହିତ କୌଣସି ପ୍ରକାରର କାରବାର କରନ୍ତୁ ନାହିଁ ଏବଂ ବ୍ୟବସାୟରେ କୌଣସି ପ୍ରକାରର ରିସ୍କ ନିଅନ୍ତୁ ନାହିଁ। ଏହା କରିବା ଦ୍ୱାରା ଆପଣ ନକାରାତ୍ମକତାକୁ ନିୟନ୍ତ୍ରଣ କରିବାରେ ସଫଳ ହେବେ।

ଉପାୟ: ନିୟମିତ ଭାବରେ ଗଣେଶ ଚାଳିଶା ପାଠ କରନ୍ତୁ।

କନ୍ୟା ସାପ୍ତାହିକ ରାଶିଫଳ

ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ତୁଳା ରାଶି

ତୁଳା ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର ଜାତକରେ ଭାଗ୍ଯ ଘର ଓ ଦ୍ଵାଦଶ ଘରର ସ୍ବାମୀ। ଏବେ ବୁଧ ଗ୍ରହ ଆପଣଙ୍କର ଷଷ୍ଠ ଘରେ ମାର୍ଗୀ ହେବେ। ସାମାନ୍ଯ ଭାବରେ, ଷଷ୍ଠ ଘରେ ବୁଧଙ୍କୁ ଭଲ କୁହାଯାଏ। ଏହାର ଫଳସ୍ଵରୂପ, ଏହି ସମୟରେ ବୁଧ ଗ୍ରହଙ୍କ ଠାରୁ ଅନୁକୂଳ ପରିଣାମ ଆଶା କରାଯାଇ ପଡ଼ିବ। ବିଦେଶ ସମ୍ବନ୍ଧିତ ମାମଲାରେ ମଧ୍ୟ ମୀନ ରାଶିରେ ମାର୍ଗୀ ହେବା ଆପଣଙ୍କ ପାଇଁ ସାହାଜ୍ୟକାରୀ ହେବ। ଏହି ସମୟରେ ଯାତ୍ରା ସମୟରେ କିଛି ସମସ୍ଯା ଦେଖିବାକୁ ମିଳିପାରେ କିନ୍ତୁ ଯାତ୍ରା ସମଯରେ ସଫଳ ରହିବାର ସମ୍ଭାବନା ଅଛି। ବିନମ୍ରତା ସହିଟ ଆଗ୍ରହ ରଖିଲେ ବରିଷ୍ଠଙ୍କର ସହଯୋଗ ମିଳିବ। ପିତା ଓ ପିତୃ ତୁଲ୍ୟ ଲୋକଙ୍କର ସହଯୋଗ ଦ୍ବାରା ଆପଣ ଭଲ ପରିଣାମ ପ୍ରାପ୍ତ କରି ପାରିବେ। ବୁଧଙ୍କର ମାର୍ଗୀ ଚଳନ ଆର୍ଥିକ ମାମଲା ସହିତ ପ୍ରତିସ୍ପରଧାତ୍ମକ ମାମଲାରେ ମଧ୍ୟ ଆପଣଙ୍କୁ ଆଗକୁ ନେଇଯିବ।

ଉପାୟ: କନ୍ୟାଙ୍କର ପୂଜା କରି ତାଙ୍କର ଆଶୀର୍ବାଦ ନେବା ଶୁଭ ରହିବ।

ତୁଳା ସାପ୍ତାହିକ ରାଶିଫଳ

ବିଛା ରାଶି

ବିଛ ରାଶିର ଲୋକଙ୍କ ପାଇଁ ବୁଧ ଆପଣଙ୍କର ଅଷ୍ଟମ ତଥା ଲାଭ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ପଞ୍ଚମ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। ପଞ୍ଚମ ଘରେ ବୁଧଙ୍କୁ ଭଲ କୁହାଯିବ ନାହିଁ କରମ ବୁଧ ଏଠି ନିଚ୍ଚ ଅବସ୍ଥାରେ ରହିବେ। ଶନି ଓ ରହୁଙ୍କ ପରି ପାପ ଗ୍ରହଙ୍କ ସଂଗତିରେ ରହିବେ। ଏହାର ଫଳସ୍ଵରୂପ, ବୁଧଙ୍କର ନକରାତ୍ମକତା କିଛି ପରିମାଣରେ ବଢ଼ିପାରେ। ଏପରି ସ୍ଥିତିରେ ଆପଣଙ୍କୁ ନିଜର ଆୟକୁ ନେଇ ସତର୍କ ରହିବାକୁ ପଡ଼ିବ। କାର୍ଯ୍ୟ ସମ୍ବନ୍ଧୀୟ ମାମଲାରେ ଅସୁବିଧା ପରେ ସଫଳତା ପାଇବାର ସମ୍ଭାବନା ଦେଖାଯାଉଛି। ବୁଧ ମାର୍ଗୀ ଥିବାରୁ, ମନ କିଛି ପରିମାଣରେ ଅସ୍ଥିର ରହିପାରେ। ସନ୍ତାନ ଏବଂ ଶିକ୍ଷା ସମ୍ବନ୍ଧୀୟ ମାମଲାରେ କିଛି ବାଧା ସୃଷ୍ଟି ହୋଇପାରେ। ପ୍ରେମ ମାମଲାରେ, ବୁଧ ଅନୁଗ୍ରହ ପ୍ରଦାନ କରିବାରେ ଅସମର୍ଥ ହୋଇପାରନ୍ତି

ଉପାୟ: ଗାଈକୁ ସବୁଜ ଚାରା ଖୁଆଇବା ଶୁଭ ରହିବ।

ତୁଳା ସାପ୍ତାହିକ ରାଶିଫଳ

କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ

ଧନୁ ରାଶି

ଧନୁ ରାଶିର ଲୋକଙ୍କ ପାଇଁ ବୁଧ ଆପଣଙ୍କର ଜାତକରେ ସପ୍ତମ ତଥା ଦଶମ ଘରର ସ୍ବାମୀ। ସେ ଆପଣଙ୍କର କ୍ୟାରିଅର, ରୋଜଗାର ଓ ଦାମ୍ପତ୍ୟ ଜୀବନ ଉପରେ ବିଶେଷ ପ୍ରଭାବ ପକାନ୍ତି ଯିଏ ଏବେ ଆପଣଙ୍କର ଚତୁର୍ଥ ଘରେ ରହି ମାର୍ଗୀ ହେଉଛନ୍ତି। ଚତୁର୍ଥ ଘରେ ବୁଧଙ୍କୁ ଭଲ କୁହାଯିବ, କିନ୍ତୁ ନିଚ୍ଚ ଅବସ୍ଥାରେ ରହିବା ଯୋଗୁଁ ଓ ରହୁ ଏବଂ ଶନିଙ୍କ ପଡ଼ି ପାପ ଗ୍ରହଙ୍କର ସଂଗତିରେ ରହିବା ଯୋଗୁଁ ବୁଧ ସମ୍ପୂର୍ଣ ଭାବରେ ଅନୁକୂଳ ପରିଣାମ ଦେଇ ପାରିବେ ନାହିଁ। ତଥାପି ବୁଧ ଆପଣଙ୍କୁ ସପୋର୍ଟ କରିବାକୁ ଚାହିଁବେ। ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ଯା ପରେ ସଫଳତା ମିଳିବ। ମୀନ ରାଶିରେ ବୁଧଙ୍କ ମାର୍ଗୀ ଗତି ସମୟରେ ସତର୍କତାର ସହିତ କାର୍ଯ୍ୟ କଲେ ଭଲ ଫଳାଫଳ ମିଳିବ। ବିବାହିତ ଲୋକଙ୍କୁ ସେମାନଙ୍କର ବୈବାହିକ ଜୀବନର ଯତ୍ନ ନେବାକୁ ପରିବ। କୁହାଯାଏ ଯେ ଭଗବାନ ବୁଧ ଚତୁର୍ଥ ଘରେ ଭଲ ଫଳ ​​ଦିଅନ୍ତି ଯେପରିକି ମାତାଙ୍କ ଖୁସି, ସମ୍ପତ୍ତିର ଲାଭ, ଘରୋଇ ଖୁସି ଏବଂ ବଡ଼ମାନଙ୍କ ସହିତ ବନ୍ଧୁତା ଇତ୍ୟାଦି। କିନ୍ତୁ, ନିଚ୍ଚ ଅବସ୍ଥାରେ ଥିବାରୁ, ଏହି ବିଷୟଗୁଡ଼ିକରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ।

ଉପାୟ: ଚଢ଼େଇଙ୍କୁ ଚଣା ଦେବା ଶୁଭ ରହିବ।

ଧନୁ ସାପ୍ତାହିକ ରାଶିଫଳ

ମକର ରାଶି

ମକର ରାଶିର ଲୋକଙ୍କ ପାଇଁ ବୁଧ ଦେବ ଆପଣଙ୍କର ଜାତକରେ ଷଷ୍ଠ ତଥା ଭାଗ୍ଯ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ତୃତୀୟ ଘରେ ମାର୍ଗୀ ହେବେ। ବୁଧଙ୍କୁ ତୃତୀୟ ଘରେ ଭଲ କୁହାଯିବେ ନାହିଁ ଓ ବୁଧ ନିଚ୍ଚ ଅବସ୍ଥାରେ ରହିବେ। ନିଚ୍ଚ ଅବସ୍ଥାରେ ମାର୍ଗୀ ଯୋଗୁଁ ବୁଧଙ୍କର ନକରାତ୍ମକତା ଟିକେ ବଢ଼ିପାରେ। ଏହାର ଫଳସ୍ଵରୂପ, କୋର୍ଟ-କଚେରୀ ମାମଲାରେ ସାବଧାନ ରହିବାକୁ ପଡ଼ିବ। ବୁଧ ମୀନ ରାଶିରେ ମାର୍ଗୀ ସମୟରେ ପିତାଙ୍କ ସମ୍ବାଦନହିତ ମାମଲାରେ ଅପେକ୍ଷାକୃତ ଅଧିକ ଗମ୍ଭୀରତା ସହିତ କାମ କରିବାକୁ ପଡ଼ିବ। ମୀନ ରାଶିରେ ବୁଧ ମାର୍ଗୀ ଗତି କରୁଥିବାରୁ, କଥାବାର୍ତ୍ତା ସମୟରେ ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡ଼ିବ। କାହା ସହିତ କଥା ହେବା ସମୟରେ ଅପମାନଜନକ ଭାଷା ବ୍ୟବହାର କରନ୍ତୁ ନାହିଁ ଏବଂ ଭବିଷ୍ୟତରେ ଏପରି କିଛି କୁହନ୍ତୁ ନାହିଁ ଯାହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ଭାଇ-ବନ୍ଧୁଙ୍କ ସହିତ ବିବାଦ କରନ୍ତୁ ନାହିଁ। ଆର୍ଥିକ ମାମଲାରେ ମଧ୍ୟ ସାବଧାନ ରଖିବାକୁ ହେବ। ଏହି ସବୁ କଥାର ଯତ୍ନ ନେଇ ଆପଣ ନକରାତ୍ମକତାକୁ ନିୟନ୍ତ୍ରିତ କରି ପାରିବେ।

ଉପାୟ: ଅସ୍ଥାମା ରୋଗୀଙ୍କର ଔଷଧ କିଣିବାରେ ସାହାଜ୍ୟ କରନ୍ତୁ।

ମକର ସାପ୍ତାହିକ ରାଶିଫଳ

କୁମ୍ଭ ରାଶି

କୁମ୍ଭ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ପଞ୍ଚମ ଘର ତଥା ଅଷ୍ଟମ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଦ୍ଵିତୀୟା ଘରେ ମାର୍ଗୀ ହେବାକୁ ଯାଉଛନ୍ତି। ଯଦିଓ ଦ୍ୱିତୀୟ ଘରେ ବୁଧ ଗ୍ରହଙ୍କୁ ଭଲ କୁହାଯାଏ ନାହିଁ, କିନ୍ତୁ ଏହାର ନିଚ୍ଚ ସ୍ଥିତି ଏବଂ ରାହୁ ଏବଂ ଶନିଙ୍କ ପ୍ରଭାବରେ ଥିବାରୁ ଏହା କିଛି ନକାରାତ୍ମକ ଫଳାଫଳ ମଧ୍ୟ ଦେଇପାରନ୍ତି। ମୀନ ରାଶିରେ ବୁଧ ମାର୍ଗୀ ହୋଇ ଆପଣଙ୍କୁ ମିଶ୍ରିତ ପରିଣାମ ଦେଇ ପାରନ୍ତି। ଏହି ସମୟରେ କଥା ହେବା ସମୟରେ ସଭ୍ଯ ରହିବା ଆବଶ୍ୟକ। ବିଶେଷକରି ମିତ୍ର ଓ ପ୍ରିୟଜନଙ୍କ ସହିତ କଥା ହେବା ସମୟରେ କଠୋର ଶବ୍ଦ ବ୍ୟବହାର କରନ୍ତୁ ନାହିଁ। ଏହା ବ୍ୟତୀତ ପରିବାର ସଦସ୍ୟଙ୍କ ସହ ଜଡ଼ିତ ମାମଲାରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଆର୍ଥିକ ଜୀବନରେ କୌଣସି ପ୍ରକାରର ରିସ୍କ ନେବା ଉଚିତ୍ ନୁହେଁ। ବର୍ତ୍ତମାନ ଜମା ହୋଇଥିବା ଟଙ୍କାକୁ ନିବେଶ କରିବା ପରିବର୍ତ୍ତେ ସଞ୍ଚୟ କରିବାର ଆବଶ୍ୟକତା ରହିବ। ଛାତ୍ରମାନେ ଭଲ ପ୍ରଦର୍ଶନ କରିବେ।

ଉପାୟ: ମାଂସ-ମଦିରା ଇତ୍ୟାଦିର ତୁଆଗ କରି ଶୁଦ୍ଧ ଓ ସାତ୍ୱିକ ଖାଦ୍ଯ ଖାଆନ୍ତୁ।

କୁମ୍ଭ ସାପ୍ତାହିକ ରାଶିଫଳ

ମୀନ ରାଶି

ମୀନ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର ଜାତକରେ ଚତୁର୍ଥ ତଥା ସପ୍ତମ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ପ୍ରଥମ ଘରେ ନିଜର ନିଚ୍ଚ ରାଶିରେ ମାର୍ଗୀ ହେଉଛନ୍ତି। ବୁଧ ଗ୍ରହଙ୍କୁ ପ୍ରଥମ ଘରେ ଭଲ କୁହାଯିବ ନାହିଁ ଓ ବୁଧ ନିଚ୍ଚ ଅବସ୍ଥାରେ ରହିବେ। ବୁଧଙ୍କର ନକରାତ୍ମକର ଗ୍ରାଫ ଟିକେ ବଢ଼ିପାରେ। ଏହାର ଫଳସ୍ଵରୂପ, ମୀନ ରାଶିରେ ବୁଧ ମାର୍ଗୀ ହେବା ଦ୍ବାରା ଆପଣଙ୍କୁ ଘର-ଗୃହସ୍ଥି ସମ୍ବନ୍ଧିତ ମାମଲାରେ ସାବଧାନ ରହିବା ଆବଶ୍ୟକ। ଭୂମି, ଭବନ ଓ ଯାନ ସହିତ ଜଡ଼ିତ ମାମଲାରେ ମଧ୍ୟ ତୁଳନାତ୍ମକ ରୂପରେ ଅଧିକ ସଜାଗ ରହିବେ। ଯଦି ବିବାହିତ ଅଛନ୍ତି, ତେବେ ଦାମ୍ପତ୍ୟ ଜୀବନରେ କିଛି ସମସ୍ଯା ସୃଷ୍ଟି ହୋଇପାରେ। ବ୍ୟବସାୟ କରୁଥିବା ଲୋକ ଏହି ସମୟରେ ସାବଧାନ ରହିବା ଆବଶ୍ୟକ। ଆପଣ ଅପଶବ୍ଦ ପ୍ରୟୋଗ କରନ୍ତୁ ନାହିଁ, ବିଶେଷକରି କାହାରି ନିନ୍ଦା କରନ୍ତୁ ନାହିଁ। ଆର୍ଥିକ ମାମଲାରେ ବହୁତ ସତର୍କ ରହିବା ଆବଶ୍ୟକ।

ଉପାୟ: ନିୟମିତ ଭାବରେ ଗଣପତି ଅଥର୍ବଶୀର୍ଷ ପାଠ କରନ୍ତୁ।

ମୀନ ସାପ୍ତାହିକ ରାଶିଫଳ

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. 2025 ରେ ବୁଧ ମୀନ ରାଶିରେ ମାର୍ଗୀ କେବେ ହେବେ?

ବୁଧ ଦେବ ନିଜର ନିଚ୍ଚ rasire 07 ଅପ୍ରିଲ 2025 ଦିନ ନିଜର ବକ୍ରୀ ଅବସ୍ଥାରୁ ବାହାରି ମାର୍ଗୀ ହେବେ।

2. ବୁଧ କିଏ?

ଜ୍ୟୋତିଷ ଶାସ୍ତ୍ରରେ, ବୁଧ ଗ୍ରହଙ୍କୁ ଯୁବରାଜର ମାନ୍ୟତା ଦିଆଯାଇଛି ଏବଂ ତାଙ୍କୁ ବାଣୀ, ବୁଦ୍ଧି ଏବଂ ବ୍ୟବସାୟର କାରକ ବୋଲି କୁହାଯାଏ।

3. ମୀନ ରାଶିର ସ୍ବାମୀ କିଏ?

ରାଶି ଚକ୍ରର ଅନ୍ତିମ ରାଶି ମୀନ ରାଶି ଉପରେ ଗୁରୁ ଗ୍ରହଙ୍କର ସ୍ଵାମିତ୍ଵ ପ୍ରାପ୍ତ ହୋଇଛି।

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Kundli
What will you get in 250+ pages Colored Brihat Kundli.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Kundli

250+ pages

Brihat Kundli

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer