ବୁଧଙ୍କର ମେଷ ରାଶିରେ ଗୋଚର

07 ମଈ, 2025 ରାତି 03:53ରେ ବୁଧଙ୍କର ମେଷ ରାଶିରେ ଗୋଚର ହେବକୁ ଯାଉଛି ପୂର୍ବ କିଛି ସମୟରୁ ବୁଧ ମୀନ ରାଶିରେ ଗୋଚର କରୁଥିଲେ ଯାହା କି ଏହି ଗ୍ରହଙ୍କର ନିଚ୍ଚ ରାଶି ଓ ଏଠାରେ ବୁଧଙ୍କ ଉପରେ ରାହୁଙ୍କର ପ୍ରଭାବ ଥିଲା। ଯେଉଁ ଲୋକ ବୁଧ ଗ୍ରହଙ୍କ ଠାରୁ ଅଧିକ ପ୍ରଭାବିତ ହୁଅନ୍ତି ଏବଂ ଯାହାଙ୍କର ଜାତକରେ ବୁଧଙ୍କର ସ୍ଥିତି ପ୍ରମୁଖ ହୋଇଥାଏ, ତାଙ୍କୁ ନିଶ୍ଚିତ ଭାବରେ ବୁଧଙ୍କର ନିଚ୍ଚ ରହିବା ପ୍ରଭାବିତ କରିବ। କିନ୍ତୁ ଏବେ ବୁଧ ରହୁଙ୍କର ପ୍ରଭାବ ଓ ନିଚ୍ଚ ଅବସ୍ଥାରୁ ବାହାରୁ ନିଜର ଶୁଭ ପରିଣାମ ଦେବା ଆରମ୍ଭ ହେବ। ବୁଧଙ୍କର ଅତ୍ୟଧିକ ସକାରାତ୍ମକ ପରିଣାମ ଦେଖିବାକୁ ମିଳିବ। ବୁଧ ସଞ୍ଚାରର କାରକ ଓ ମେଷ ରାଶିରେ ଗୋଚର କରିବା ସମୟରେ ଲୋକଙ୍କର ସଞ୍ଚାର କୌଶଳ ଊର୍ଜାରେ ଭରପୁର ଓ ଗତିଶୀଳ ହେବ। ତେବେ ଚାଲନ୍ତୁ ଏବେ ଡେରି ନ କରି ଆଗକୁ ବଢ଼ିବା ଓ ଜାଣିବା ବୁଧଙ୍କର ଗୋଚର ହେବା ସମସ୍ତ ରାଶିକୁ କିପରି ପ୍ରଭାବିତ କରିବ।

ବୁଧଙ୍କର ମେଷ ରାଶିରେ ଗୋଚର 07 ମଈ 2025 ରେ ହେବ।

Read Here In English: Mercury Transit In Aries

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ମେଷ ରାଶିରେ ବୁଧଙ୍କର ଗୋଚର ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

କୁମ୍ଭ ରାଶିରେ ବୁଧଙ୍କର ଗୋଚର: ରାଶି ଅନୁସାରେ ପ୍ରଭାବ ଓ ଉପାୟ

ମେଷ ରାଶି

ମେଷ ରାଶିର ପ୍ରଥମ ଘରେ ବୁଧ ଗୋଚର କରିବାକୁ ଯାଉଛନ୍ତି କିନ୍ତୁ ଆପଣଙ୍କର ଲଗ୍ନ ଘରର ସ୍ବାମୀଙ୍କ ସହିତ ଶତ୍ରୁତା ରଖିବା ଓ ଆପଣଙ୍କର ତୃତୀୟ ଏବଂ ଷଷ୍ଠ ଘରର ସ୍ବାମୀ ହେବା ଯୋଗୁଁ ବୁଧ ଆପଣଙ୍କ ପାଇଁ ଲାଭକାରୀ ରହିବେ ନାହିଁ। ଯଦି ଆପଣ ସେଲ୍ସ , ଗଣମାଧ୍ୟମ, ମାର୍କେଟିଂ କ୍ଷେତ୍ରରେ କାମ କରନ୍ତି, ତେବେ ଆପଣ କାମ କରିବା ଶୈଳୀରେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରନ୍ତି ଏବଂ ଅନେକ ଲୋକ କର୍ତ୍ତୃପକ୍ଷଙ୍କ ଦ୍ୱାରା ଭୁଲ ଭାବରେ ଉପସ୍ଥାପନ ହେବାର ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି।

କିନ୍ତୁ ଏବେ ବୁଧଙ୍କର ମେଷ ରାଶିରେ ଗୋଚର ସମୟରେ ସମସ୍ତ ଜିନିଷ ଶେଷ ହେବ। ଏହି ଗୋଚର ଯୋଗୁଁ ଆପଣଙ୍କୁ ଆରାମ ମିଳିବ। ଯେଉଁ ଲୋକ ସଞ୍ଚାର, ବିଚାରକୁ ବ୍ୟକ୍ତ କରିବା ଓ କଳା ସମ୍ବନ୍ଧିତ କ୍ଷେତ୍ରରେ କାମ କରନ୍ତି, ତାଙ୍କୁ ଏହି ଗୋଚର ସମୟରଏ ଲାଭ ମିଳିବ। ଆପଣଙ୍କୁ ଆପଣଙ୍କର ନିକଟତମ ବନ୍ଧୁ, ପଡ଼ୋଶୀ ଏବଂ ସାନ ଭାଇଭଉଣୀମାନଙ୍କଠାରୁ ସମର୍ଥନ ମିଳିବ।

ଲଗ୍ନରେ ଷଷ୍ଠ ଘରର ସ୍ବାମୀଙ୍କ ଗୋଚର ହେତୁ, ଆପଣ ସ୍ୱାସ୍ଥ୍ୟ ସମସ୍ୟା, ଋଣ କିମ୍ବା ଶତ୍ରୁ କିମ୍ବା ପ୍ରତିଦ୍ୱନ୍ଦ୍ୱୀଙ୍କ ସହିତ ମତଭେଦର ସମ୍ମୁଖୀନ ହୋଇପାରନ୍ତି। ଆପଣଙ୍କ ପ୍ରତିଭା ଏବଂ ଆଗ୍ରହ ଯୋଗୁଁ ଆପଣ ଚର୍ଚ୍ଚାକୁ ଆସିପାରିବେ। ବୁଧଙ୍କ ଏହି ଗୋଚର ଆପଣଙ୍କ ବୃତ୍ତିଗତ ଜୀବନ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହେବ। ଯେଉଁ ଲୋକ ବହୁରାଷ୍ଟ୍ରୀୟ କମ୍ପାନୀ, ଗଣମାଧ୍ୟମ, ବ୍ୟାଙ୍କ କିମ୍ବା ଡାଟା ବୈଜ୍ଞାନିକ ଭାବରେ କାମ କରନ୍ତି, ସେମାନଙ୍କ ପାଇଁ ଏହା ବହୁତ ପ୍ରଗତିଶୀଳ ସମୟ ଏବଂ ସେମାନଙ୍କୁ ଅନେକ ସୁଯୋଗ ମିଳିବ। ବୁଧଙ୍କର ଆପଣଙ୍କର ସପ୍ତମ ଘର ଉପରେ ଦୃଷ୍ଟି ପଡ଼ିବା ଯୋଗୁଁ କ୍ୟାରିଅର ଓ ବ୍ୟକ୍ତିଗତ ଜୀବନରେ ଆପଣଙ୍କର ସମ୍ପର୍କ ଦୃଢ଼ ହେବ।

ଉପାୟ: ଆପଣ ନିୟମିତ ଭାବରେ ବୁଧ ଗ୍ରହଙ୍କର ବୀଜ ମନ୍ତ୍ର ଜପ କରନ୍ତୁ।

ମେଷ ମାସିକ ରାଶିଫଳ

ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।

ବୃଷ ରାଶି

ବୃଷ ରାଶିର ଦ୍ଵିତୀୟ ଓ ପଞ୍ଚମ ଘରର ସ୍ବାମୀ ବୁଧ ଯିଏ ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ମେଷ ରାଶିରେ ବୁଧଙ୍କର ଗୋଚର କରିବା ସମୟରେ ଆପଣଙ୍କର ଖର୍ଚ୍ଚ ବହୁତ ଅଧିକ ବଢ଼ିବ। ଜାତକର ଦ୍ଵାଦଶ ଘର ସମ୍ବନ୍ଧିତ କାର୍ଯ୍ୟ ଯେପରିକି ଆମଦାନୀ-ରପ୍ତାନି, ବିଦେଶରେ କାମ, ପ୍ରବାସ, ବ୍ୟବସାୟ ଏବଂ ବିଦେଶ ଯାତ୍ରା ସହିତ ଜଡ଼ିତ ବ୍ୟକ୍ତିମାନଙ୍କୁ ଲାଭ ମିଳିବାର ସମ୍ଭାବନା ଅଛି।

କିନ୍ତୁ ଯେ ପର୍ଯ୍ୟନ୍ତ ଆପଣଙ୍କର ଦ୍ଵିତୀୟ ଘରର ସ୍ବାମୀ ବୁଧ ଆପଣଙ୍କର ଦ୍ଵାଦଶ ଘରୁ ବାହାରି ନାହାନ୍ତି ସେ ପର୍ଯ୍ୟନ୍ତ ଆପଣଙ୍କୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ହେବ କାରଣ ଏହି ସମୟରେ ଆପଣଙ୍କୁ ସଞ୍ଚୟରେ ହ୍ରାସ ଦେଖିବାକୁ ମିଳିପାରେ। ଯେଉଁ ଲୋକମାନେ ଷ୍ଟକ୍ ବଜାରରେ ପ୍ରଚୁର ଟଙ୍କା ନିବେଶ କରିଛନ୍ତି ଏବଂ ଯେଉଁମାନେ ପ୍ରତିଦିନ ବ୍ୟବସାୟ କରନ୍ତି, ସେମାନଙ୍କୁ ସତର୍କ ରହିବାକୁ ପଡ଼ିବ। ଆପଣଙ୍କର ପ୍ରଥମ ଘରର ସ୍ବାମୀ ଦ୍ଵାଦଶ ଘରେ ରହିବା ଯୋଗୁଁ ଆପଣଙ୍କୁ ଏହି ସମୟରେ ଆରାମ କରିବାକୁ ପରାମର୍ଶ ଦିଆଯାଇଛି।

ଆପଣଙ୍କ ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଉଚିତ କାରଣ ସେ ଚିନ୍ତା କିମ୍ବା ଅନ୍ୟାନ୍ୟ ସ୍ନାୟୁ ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ ହୋଇପାରନ୍ତି। ଆପଣଙ୍କୁ ସେମାନଙ୍କ ଔଷଧ କିମ୍ବା ଚିକିତ୍ସା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ। କ୍ୟାରିୟର ବିଷୟରେ କହିବାକୁ ଗଲେ, ବହୁରାଷ୍ଟ୍ରୀୟ କମ୍ପାନୀ, ହସ୍ପିଟାଲ କିମ୍ବା ଆମଦାନୀ-ରପ୍ତାନି କମ୍ପାନୀରେ କାମ କରୁଥିବା ଲୋକମାନେ ଲାଭବାନ ହେବେ।

ଉପାୟ: ଆପଣ ଭଗବାନ ଗଣେଶଙ୍କର ଉପାସନା କରନ୍ତୁ ଓ ତାଙ୍କୁ ଦୂବ ଚଢ଼ାନ୍ତୁ।

ବୃଷ ମାସିକ ରାଶିଫଳ

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମିଥୁନ ରାଶି

ମିଥୁନ ରାଶିର ଲଗ୍ନ ଓ ଚତୁର୍ଥ ଘରର ସ୍ବାମୀ ବୁଧ ଗ୍ରହ ଯିଏ ଏବେ ଆପଣଙ୍କର ଏକାଦଶ ଘରେ ଗୋଚର ଜରିବାକୁ ଯାଉଛନ୍ତି। ଏହି ସମୟ ଆପଣଙ୍କ ପାଇଁ ସହଯୋଗ ଓ ନେଟ୍ଵର୍କିଙ୍ଗର ନୂଆ ସୁଯୋଗ ଆଣିବାର ସମ୍ଭାବନା ଅଛି। ଯଦି ଆପଣଙ୍କୁ ବୃତ୍ତିଗତ ଜୀବନରେ ସମସ୍ଯା ସାମ୍ନା କରିବାକୁ ପଡ଼ୁଛି ତେବେ ଏହି ଗୋଚର ସମୟରଏ ଆପଣଙ୍କୁ ଏହି ସମସ୍ତ ସମସ୍ଯାରୁ ମୁକ୍ତି ମିଳିବ।

ଯଦି ଆପଣଙ୍କ କୁଣ୍ଡଳୀର ସ୍ଥିତି ଠିକ୍ ଅଛି, ତେବେ ଆପଣଙ୍କର ଇଚ୍ଛା ପୂରଣ ହେବ, ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହେବ ଏବଂ ଆପଣ କୌଣସି ପ୍ରକାରର ସ୍ଥାବର ସମ୍ପତ୍ତିରେ ନିବେଶ କରିପାରିବେ। ଆପଣ ନିଜର ବନ୍ଧୁ ଏବଂ ନିଜର ସାମାଜିକ ପରିସରର ଲୋକଙ୍କ ସହିତ ବହୁତ ସମୟ ବିତାଇବ। ଏହା ବ୍ୟତୀତ ବୁଧଙ୍କର ମିଥୁନ ରାଶିରେ ଏକାଦଶ ଘରେ ଗୋଚର କରିବା ଦ୍ବାରା ଛାତ୍ରଙ୍କୁ ଲାଭ ହେବ କାରଣ ବୁଧଙ୍କର ଶିକ୍ଷାର ପଞ୍ଚମ ଘର ଉପରେ ଦୃଷ୍ଟି ରହିବ। ଏହା ବିଶେଷ ଭାବରେ ସେହି ଛାତ୍ରଙ୍କ ପାଇଁ ଭଲ ଯିଏ ମାସ କମ୍ଯୁନିକେଶନ ଓ ଅନ୍ୟ କୌଣସି ଭାଷା ସହିତ ସମ୍ବନ୍ଧିତ କୋର୍ସ କରୁଛନ୍ତି।।

ଉପାୟ: ଆପଣ 5 ରୁ 6 କ୍ୟାରଟର ପନ୍ନା ରତ୍ନ ପିନ୍ଧନ୍ତୁ। ବୁଧବାର ଦିନ ଏହାକୁ ସୁନା କିମ୍ବା ରୂପାର୍ ମୁଦିରେ ଜୋଡ଼ି ଧାରଣ କରନ୍ତୁ। ଏହା ଦ୍ବାରା ମିଥୁନ ରାଶିର ଲୋକଙ୍କୁ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ।

ମିଥୁନ ମାସିକ ରାଶିଫଳ

हिंदी में पढ़ने के लिए यहां क्लिक करें: बुध का मेष राशि में गोचर

କର୍କଟ ରାଶି

ବୁଧ କର୍କଟ ରାଶିରେ ତୃତୀୟ ଓ ଦ୍ଵାଦଶ ଘରର ସ୍ବାମୀ ଓ ବୁଧଙ୍କର ମେଷ ରାଶିରେ ଗୋଚର ହେବା ସମୟରେ ସେ ଆପଣଙ୍କର ଦଶମ ଘରେ ରହିବେ। ଯେଉଁ ଲୋକ ସେଲ୍ସ, ମାର୍କେଟିଙ୍ଗ ଓ କଳା କିମ୍ବା ଫ୍ରୀଲାନ୍ସ କାମ କରୁଛନ୍ତି ତାଙ୍କ ପାଇଁ ଏହି ଗୋଚର ଭଲ ରହିବ। ଯଦି ଆପଣ ଏହି ବୃତ୍ତି ସହିତ ଜଡ଼ିତ ତେବେ ବିଶେଷ ରୂପରେ ଏହି ଗୋଚର କର୍କଟ ଲଗ୍ନ ଥିବା ଲୋକଙ୍କ ପାଇଁ ବହୁତ ଲାଭକାରୀ ହେବ।

ମେଷ ରାଶିରେ ବୁଧଙ୍କ ଗୋଚର ସହିତ, ଆପଣଙ୍କର ଯୋଗାଯୋଗ ଦକ୍ଷତା ବୃଦ୍ଧି ପାଇବ। ଏହା ସହିତ, ଆପଣଙ୍କର ସୃଜନଶୀଳତା ଏବଂ ବୃତ୍ତିଗତ ଜୀବନରେ ସୁଯୋଗ ମଧ୍ୟ ବୃଦ୍ଧି ପାଇବ। ଏହା ଆପଣଙ୍କୁ ଆପଣଙ୍କ କ୍ୟାରିୟରରେ ପ୍ରଗତି ଏବଂ ସଫଳତା ଦେବ। ଏହା ଆପଣଙ୍କୁ ଶୀଘ୍ର ନିଷ୍ପତ୍ତି ନେବା, ବିତର୍କ କରିବା, ଆଲୋଚନା କରିବାରେ ପାରଙ୍ଗମ କରିବ ଏବଂ ଆପଣ ଗୋଟିଏ ଦିନରେ ଅନେକ ବୈଠକ କରିପାରିବେ। ଏହା ସହିତ ଆପଣଙ୍କୁ ଅତ୍ୟଧିକ ଯାତ୍ରା କରିବାର ସୁଯୋଗ ମିଳିବ। ଆପଣଙ୍କୁ ବିଦେଶ କିମ୍ବା ଦୂର ସ୍ଥାନରୁ ମଧ୍ୟ ଅନୁକୂଳ ସୁଯୋଗ ମିଳିପାରେ। ଏହା ବ୍ଯତୀତ ବୁଧଙ୍କର ଆପଣଙ୍କର ଦଶମ ଘର ଉପରେ ଦୃଷ୍ଟି ପଡ଼ିବ ଯାହା ମା ଓ ପାରିବାରିକ ସୁଖର କାରକ। ଏହା ଦ୍ବାରା ଆପଣଙ୍କୁ ନିଜର ମା’ଙ୍କର ସହଯୋଗ ମିଳିବ ଓ ଆପଣଙ୍କର ଘରର ପରିବେଶ ସୁଖମୟ ହେବ।

ଉପାୟ: ଆପଣ ନିଜ ଘରେ କିମ୍ବା ଅଫିସରେ ବୁଧ ଜନ୍ତ୍ର ସ୍ଥାପନା କରନ୍ତୁ।

କର୍କଟ ମାସିକ ରାଶିଫଳ

ସିଂହ ରାଶି

ସିଂହ ରାଶିର ଦ୍ଵିତୀୟ ଘରର ସ୍ବାମୀ ବୁଧ ଗ୍ରହ। ମେଷ ରାଶିରେ ବୁଧଙ୍କର ଗୋଚର ହେବା ସମୟରେ ବୁଧ ଆପଣଙ୍କର ନବମ ଘରେ ରହିବେ। ବୁଧ ଆପଣଙ୍କ ପାଇଁ ଏକମାତ୍ର ଗ୍ରହ ଯିଏ ଆପଣଙ୍କର ବୃତ୍ତିଗତ ଲାଭ, ସୁଯୋଗ ଓ ସବୁ ପ୍ରକାର ଲାଭ ଦେଇପାରିବେ।

ଅଷ୍ଟମ ଘରେ ଥିବା ଯୋଗୁଁ ପୂର୍ବ କିଛି ସପ୍ତାହରୁ ବୁଧ ପୀଡ଼ିତ ଥିଲେ। ତାଙ୍କ ଉପରେ ରାହୁଙ୍କର ପ୍ରଭାବ ଥିଲା ଯାହା ଫଳରେ ଆପଣଙ୍କୁ ନିଶ୍ଚିତ ରଉପରେ ଧନ ମାମଲାରେ କିଛି ଚାପ ଅନୁଭବ ହୋଇଥିଲା। ଏବେ ବୁଧ ଆପଣଙ୍କର ନବମ ଘରେ ପ୍ରବେଶ କରିବାକୁ ଯାଉଛନ୍ତି ଯେଉଁଥିପାଇଁ ଆପଣଙ୍କୁ ବହୁତ ଆଶ୍ୱସ୍ତି ମିଳିବାର ସମ୍ଭାବନା ଅଛି। ଏହି ସମୟରେ ଆପଣ ଆପଣଙ୍କର ଖର୍ଚ୍ଚ ଏବଂ ଆର୍ଥିକ ପରିସ୍ଥିତି ସମ୍ପର୍କରେ ସ୍ପଷ୍ଟତା ପାଇବେ। ସିଂହ ରାଶିର ବ୍ୟକ୍ତିମାନେ ଯେଉଁମାନେ ଶିକ୍ଷକ, ପ୍ରଶିକ୍ଷକ, ଓକିଲ କିମ୍ବା ଯେକୌଣସି ପ୍ରକାରର ପରାମର୍ଶଦାତା ଭାବରେ କାର୍ଯ୍ୟ କରନ୍ତି, ତେବେ ନବମ ଘରେ ବୁଧଙ୍କ ଗୋଚର ସହିତ, ଆପଣ ଅନ୍ୟମାନଙ୍କୁ ପ୍ରଭାବିତ କରିପାରିବେ। ଏହି ସମୟରେ ଆପଣ ନିଜର ପରିବଡ଼ ସହିତ ତୀର୍ଥସ୍ଥଳ ଯିବାକୁ ଯୋଜନା ମଧ୍ୟ କରି ପାରିବେ। ବୁଧ ଆପଣଙ୍କର ତୃତୀୟ ଘର ଉପରେ ଦୃଷ୍ଟି ରଖିବା ଯୋଗୁଁ ଆପଣଙ୍କୁ ନିଜର ଛୋଟ ଭାଇ-ଭଉଣୀଙ୍କର ସହଯୋଗ ପ୍ରାପ୍ତ ହେବ।

ଉପାୟ :ଆପଣ ନିଜର ପିତାଙ୍କୁ କୌଣସି ସବୁଜ ରଙ୍ଗର ଜିନିଷ ଉପହାର ଦିଅନ୍ତୁ।

ସିଂହ ମାସିକ ରାଶିଫଳ

କନ୍ୟା ରାଶି

କନ୍ୟା ରାଶିର ଲୋକଙ୍କ ପାଇଁ ବୁଧ ଆପଣଙ୍କର ଲଗ୍ନ ଓ ଦଶମ ଘରର ସ୍ବାମୀ ଯିଏ ଆପଣଙ୍କର ଅଷ୍ଟମ ଘରେ ଗୋଚର କରିବାକୁ ଯାଉଛନ୍ତି। ଯେବେ ବୁଧ ସପ୍ତମ ଘରେ ନିଚ୍ଚ ଓ ରହୁଙ୍କର ପ୍ରଭାବରେ ଥିଲେ, ସେତେବଳ ସ୍ଥିତିରୁ ଏବର ସ୍ଥିତି ଭଲ ରହିବ। ବୁଧଙ୍କର ଅଷ୍ଟମ ଘରେ ରହିବା ଆପଣଙ୍କୁ ସମସ୍ଯା ଦେଇପାରେ ଯେପରି କି ସ୍ବାସ୍ଥ୍ୟ ସମସ୍ଯା ହୋଇପାରେ ଓ କାର୍ଯ୍ୟକ୍ଷେତ୍ରରେ ହଠାତ ସମସ୍ଯା ଆସିପାରେ।

ଅନ୍ୟପକ୍ଷରେ, ଯେଉଁମାନେ ବୀମା, ସାଇକୋଲଜି , ଚିକିତ୍ସା, ଗୁପ୍ତ ବିଜ୍ଞାନ, ଗବେଷଣା ଏବଂ ବୈଜ୍ଞାନିକ ଆବିଷ୍କାର କ୍ଷେତ୍ରରେ କାମ କରନ୍ତି, ସେମାନଙ୍କ ପାଇଁ ମେଷ ରାଶିରେ ବୁଧଙ୍କ ଗୋଚର ଲାଭଦାୟକ ସାବ୍ୟସ୍ତ ହେବ। ସେମାନଙ୍କୁ ପ୍ରଗତି ଏବଂ ନୂତନ ସୁଯୋଗ ମିଳିବ। ଏହି ଗୋଚର ସମୟରେ ଆପଣ ନିଜ ଆଚରଣ ଉପରେ ନଜର ରଖିବା ଉଚିତ। ଆପଣଙ୍କ ଆକ୍ରମଣାତ୍ମକ କଥାବାର୍ତ୍ତା ଯୋଗୁଁ ଆପଣଙ୍କ ବୃତ୍ତିଗତ ଜୀବନରେ ହଠାତ୍ ପରିବର୍ତ୍ତନ କିମ୍ବା ସମସ୍ୟା ଆସିପାରେ। ବୁଧଙ୍କର ଅଷ୍ଟମ ଘରୁ ଦ୍ଵିତୀୟ ଘରକୁ ଦେଖିବା ଆପଣଙ୍କର ସଞ୍ଚୟ ବୃଦ୍ଧି କରିପାରେ କିନ୍ତୁ ଆପଣଙ୍କର ହଠାତ ଖର୍ଚ୍ଚ ମଧ୍ୟ ହେବ।

ଉପାୟ: କିନ୍ନରଙ୍କର ସମ୍ମାନ କରନ୍ତୁ, ଯଦି ସମ୍ଭବ ହୁଏ ତେବେ ତାଙ୍କୁ ସବୁଜ ରଙ୍ଗର ବସ୍ତ୍ର ଉପହାର ଦିଅନ୍ତୁ ଓ ତାଙ୍କର ଆଶୀର୍ବାଦ ନିଅନ୍ତୁ।

କନ୍ୟା ମାସିକ ରାଶିଫଳ

ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ତୁଳା ରାଶି

ତୁଳା ରାଶିର ନବମ ଓ ଦ୍ଵାଦଶ ଘରର ସ୍ବାମୀ ବୁଧ ଓ ଏବେ ଏହି ଗୋଚର ସମୟରେ ବୁଧ ଆପଣଙ୍କର ସପ୍ତମ ଘରେ ପ୍ରବେଶ କରିବେ। ଏହି ସମୟରେ ଆପଣଙ୍କର ପ୍ରେମ ଓ ବୈବାହିକ ଜୀବନ ଏବଂ ବିଜନେସ ପାର୍ଟନର୍ଶିପ ପାଇଁ ଅନୁକୂଳ ରହିବ। ଯେଉଁ ସିଂଗଲ ଲୋକ ଏରେଞ୍ଜ ମ୍ଯାରେଜ ପାଇଁ ଭଲ ସାଥୀର ସନ୍ଧାନରେ ଅଛନ୍ତି, ତାଙ୍କ ପାଇଁ ଏହି ସମୟ ଭଲ ହେବ।

ଏହା ବ୍ୟତୀତ ବିବାହିତ ଲୋକଙ୍କ ପାଇଁ ବୁଲିବାକୁ ଯିବା, ଏକା ସହିତ ଭଲ ସମୟ କାଟିବା, ପରସ୍ପର ସହିତ କଥା ହେବା ଓ ନିଜର ସମ୍ପର୍କକୁ ଦୃଢ଼ କରିବା ପାଇଁ ଭଲ ସମୟ ଅଟେ। ଆପଣଙ୍କୁ ନିଜର ପାର୍ଟନରର ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ଉଚିତ। ବୁଧଙ୍କର ମେଷ ରାଶିରେ ଗୋଚର କରିବା ଯୋଗୁଁ ବିଜନେସ ପାର୍ଟନର୍ଶିପ ପାଇଁ ଏହା ବହୁତ ଭଲ ସମୟ ଅଟେ କିନ୍ତୁ ସାବଧାନ ରହବା ମଧ୍ୟ ଆବଶ୍ୟକ ଅଟେ। କାରଣ ବୁଧ ଆପଣଙ୍କର ଦ୍ଵାଦଶ ଘରର ସେୟାମୀ ମଧ୍ୟ। ସମସ୍ତ କାଗଜପତ୍ର ଏବଂ ଔପଚାରିକତା ପ୍ରତି ସତର୍କ ରହିବାକୁ ଆପଣଙ୍କୁ ପରାମର୍ଶ ଦିଆଯାଉଛି। ଏହା ସହିତ, ଘରୁ ଦୂରରେ ରହୁଥିବା କିମ୍ବା ବିଦେଶୀ କମ୍ପାନୀ ସହିତ କାମ କରୁଥିବା ଲୋକମାନେ ସତର୍କ ରହିବା ଉଚିତ। ଯେତେବେଳେ ବୁଧ ମେଷ ରାଶିରେ ଭ୍ରମଣ କରନ୍ତି, ସେତେବେଳେ ଆପଣ ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ଫିଟନେସର ଯତ୍ନ ନେବା ଉଚିତ କାରଣ ବୁଧ ସପ୍ତମ ଘରେ ରହିବେ ଏବଂ ଆପଣଙ୍କ ଲଗ୍ନକୁ ଦେଖିବେ। ଆପଣଙ୍କୁ ଭଲ ଜୀବନଶୈଳୀ ଆପଣାଇବା ଓ ସନ୍ତୁଳିତ ଆହାର ଖାଇବାକୁ ପରାମର୍ଶ ଦିଆଯାଇଛି।

ଉପାୟ: ନିଜର ଶୋଇବା ଘରେ ଇନଡୋର୍ ପ୍ଳାଣ୍ଟ ଲଗାଇ ତାହାର ଦେଖାଚାହାଁ କରନ୍ତୁ।

ତୁଳା ମାସିକ ରାଶିଫଳ

ବିଛା ରାଶି

ଏହି ରାଶିର ଅଷ୍ଟମ ଓ ଏକାଦଶ ଘରର ସ୍ବାମୀ ବୁଧ ଗ୍ରହ ଯିଏ ଏବେ ବୁଧ ମେଷ ରାଶିରେ ଗୋଚର ହେବା ସମଯରେ ଆପଣଙ୍କର ଷଷ୍ଠ ଘରେ ରହିବେ ସେଥିପାଇଁ ଏହି ଗୋଚର ସମୟରେ ଆପଣଙ୍କୁ ନିଜର ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖିବାକୁ ହେବ। ଆପଣଙ୍କୁ ସ୍ବାସ୍ଥ୍ୟ ସମସ୍ଯା ଯେପରି ଅପେଣ୍ଡିକ୍ସ ଦରଜ ହେବା, ଫୈଟି ଲିଭର ସମସ୍ଯା, ପଥର ହେବା, ସ୍କିନ ସହିତ ଜଡ଼ିତ ସମସ୍ଯା, ମୁତ୍ର ନଳୀରେ ସଂକ୍ରମଣ କିମ୍ବା ପେଟର ତଳ ଭାଗରେ କୌଣସି ସମସ୍ଯା ହୋଇପାରେ।

ଏହା ବ୍ୟତୀତ, ଆପଣଙ୍କ ବନ୍ଧୁମାନେ ଆପଣଙ୍କ ବିରୁଦ୍ଧରେ ଯାଇପାରନ୍ତି, ତେଣୁ ଏହି ସମୟରେ କାହାକୁ ବିଶ୍ୱାସ କରନ୍ତୁ ନାହିଁ। ଅନୈତିକ ଆଚରଣ ଯୋଗୁଁ ଆପଣଙ୍କ ପ୍ରତିଷ୍ଠା ନଷ୍ଟ ହୋଇପାରେ, ତେଣୁ ଆପଣଙ୍କୁ ସଚ୍ଚୋଟ ରହିବାକୁ ପରାମର୍ଶ ଦିଆଯାଉଛି। ଏହା ବ୍ୟତୀତ, ଷଷ୍ଠ ଘରୁ ଦ୍ୱାଦଶ ଘରେ ବୁଧଙ୍କ ଦୃଷ୍ଟି ହେତୁ, ଆପଣଙ୍କର ହଠାତ ଖର୍ଚ୍ଚ ବୃଦ୍ଧି ପାଇପାରେ।

ଉପାୟ : ଆପଣ ପ୍ରତିଦିନ ଗାଈକୁ ସବୁଜ ଚାରା ଖୁଆନ୍ତୁ।

ବିଛା ମାସିକ ରାଶିଫଳ

କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ

ଧନୁ ରାଶି

ବୁଧ ଧନୁ ରାଶିରେ ସପ୍ତମ ଓ ଦଶମ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ପଞ୍ଚମ ଘରେ ଗୋଚର କରିବାକୁ ଯାଉଛନ୍ତି। ଏହାକୁ ଦ୍ବାରା ପୂର୍ବ ପୂଣ୍ୟ ଘରେ ମଧ୍ୟ କୁହାଯାଏ ଓ ଏହା ଶିକ୍ଷା, ରୋମାନ୍ଟିକ ସମ୍ବନ୍ଧ ଓ ସନ୍ତାନର କାରକ। ବିଶେଷ ରଉପରେ ଲେଖା, ଅଧ୍ୟୟନ, ମାସ କମ୍ଯୁନିକେଶନ ଓ ଅନ୍ୟ କୌଣସି ଭାଷାର କୋର୍ସ କରୁଥିବା ଛାତ୍ର ନିଜର ପ୍ରଦର୍ଶନକୁ ଭଲ କରିବା ପାଇଁ ସମ୍ପୂର୍ଣ ଭାବରେ ଏହି ଗୋଚରର ଲାଭ ଉଠାଇ ପାରିବେ।

ଯେଉଁ ଛାତ୍ରମାନେ ସ୍ନାତକ ହାସଲ କରିଛନ୍ତି ଏବଂ ନିଜର କ୍ୟାରିଅର ଆରମ୍ଭ କରିବାକୁ ଚାହୁଁଛନ୍ତି ଏବଂ ଚାକିରି ଖୋଜୁଛନ୍ତି, ସେମାନଙ୍କ ପାଇଁ ଏହା ଏକ ଉତ୍ତମ ସମୟ। ଏହି ସମୟରେ ପ୍ରେମ ଏବଂ ରୋମାନ୍ସ ଶୀର୍ଷରେ ରହିବ, ତେଣୁ ଯେଉଁମାନେ ନିଜ ସମ୍ପର୍କକୁ ବିବାହରେ ପରିଣତ କରିବାକୁ ଚାହାଁନ୍ତି ସେମାନଙ୍କ ପାଇଁ ଏହା ଏକ ଭଲ ସମୟ। ବୁଧଙ୍କର ମେଷ ରାଶିରେ ରହିବା ପାର୍ଟନର୍ଶିପ ବ୍ୟବସାୟ ଆରମ୍ଭ କରିବା କିମ୍ବା ନିଜର ବୃତିଗତ ଜୀବନରେ କିଛି ପରିବର୍ତ୍ତନ ପାଇଁ ଭଲ ସମୟ ଅଟେ। ଏହା ବ୍ଯତୀତ ବୁଧଙ୍କର ଏକାଦଶ ଘର ଉପରେ ଦୃଷ୍ଟି ପଡ଼ିବା ଯୋଗୁଁ ଆପଣଙ୍କ ସାମାଜିକ ପରିସରରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ। ଧନୁ ରାଶିର କର୍ମଜୀବୀମାନେ ମଧ୍ୟ ଏହି ସମୟରେ ପ୍ରଭାବଶାଳୀ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରି ଭଲ ଲାଭ କରିପାରିବେ।

ଉପାୟ: ଗରିବ ପିଲା ଓ ଛାତ୍ରଙ୍କୁ ବହି ଦେବା ଲାଭକାରୀ ହେବ।

ଧନୁ ମାସିକ ରାଶିଫଳ

ମକର ରାଶି

ମକର ରାଶିର ଷଷ୍ଠ ଓ ନବମ ଘରର ସ୍ବାମୀ ବୁଧ ଗ୍ରହ ଯିଏ ଏବେ ଆପଣଙ୍କର ଚତୁର୍ଥ ଘରେ ଗୋଚର କରିବାକୁ ଯାଉଛନ୍ତି। ଏହି ଘର ମା, ଘର, ଯାନ ଓ ପ୍ରପର୍ଟିର କାରକ ଅଟେ। ବୁଧଙ୍କର ଆପଣଙ୍କର ଚତୁର୍ଥ ଘରେ ଗୋଚର କରିବା ଯୋଗୁଁ ଆପଣଙ୍କର ଘରେ ସୁଖ ରହିବ। ବୁଧଙ୍କର ମେଷ ରାଶିରେ ଗୋଚର ସମୟରେ ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ଅନୁଷ୍ଠାନ ହେବ। ଆପଣଙ୍କର ମାମୁ ଆପଣଙ୍କୁ ଦେଖା କରିବାକୁ ଆସି ପାରନ୍ତି ଓ ଆପଣଙ୍କୁ ତାଙ୍କ ସହିତ ଭଲ ସମୟ କାଟିବାକୁ ସୁଯୋଗ ମିଳିବ।

ଏହା ସେହି ଛାତ୍ରମାନଙ୍କ ପାଇଁ ଏକ ଅନୁକୂଳ ସମୟ ଯେଉଁମାନେ CAT କିମ୍ବା NEET ପରି ପ୍ରତିଯୋଗିତାମୂଳକ ପରୀକ୍ଷା କିମ୍ବା ଉଚ୍ଚଶିକ୍ଷା ସହିତ ଜଡ଼ିତ ଅନ୍ୟ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି। ଆପଣ ଆପଣଙ୍କ ପିତା, ପରାମର୍ଶଦାତା ଏବଂ ଶିକ୍ଷକଙ୍କଠାରୁ ସମର୍ଥନ ପାଇପାରିବେ। ଏହା ବ୍ୟତୀତ, ତୀର୍ଥସ୍ଥାନ ପରିଦର୍ଶନ କରିବା ଏବଂ ଦୂର ଯାତ୍ରା କରିବା ପାଇଁ ଏହା ଏକ ଉତ୍ତମ ସମୟ। ବୁଧ ଆପଣଙ୍କ ଦଶମ ଘରେ ଦୃଷ୍ଟି ରଖିଛନ୍ତି ତେଣୁ ରିଅଲ୍ ଇଷ୍ଟେଟ୍ ଡେଭଲପର୍ କିମ୍ବା ଏଜେଣ୍ଟମାନେ ଭଲ ପ୍ରଦର୍ଶନ କରିବେ। ଆପଣଙ୍କୁ ଆପଣଙ୍କ ଦଳର ସଦସ୍ୟ ଏବଂ ଆପଣଙ୍କ ଅଧୀନରେ କାମ କରୁଥିବା ଲୋକଙ୍କଠାରୁ ସମର୍ଥନ ମିଳିବ ଏବଂ ଆପଣ ଆପଣଙ୍କର ପ୍ରକଳ୍ପକୁ ସମୟ ମଧ୍ୟରେ ସମାପ୍ତ କରିପାରିବେ।

ଉପାୟ: ଆପଣ ନିୟମିତ ଭାବରେ ତୁଳସୀ ଗଛର ପୂଜା କରନ୍ତୁ ଓ ଦୀପ ଜାଳନ୍ତୁ।

ମକର ମାସିକ ରାଶିଫଳ

କୁମ୍ଭ ରାଶି

ବୁଧ ଆପଣଙ୍କର ତୃତୀୟ ଘରେ ଗୋଚର କରିବାକୁ ଯାଉଛନ୍ତି, ଯେଉଁଠାରେ ବୁଧ ସବୁଠାରୁ ଅଧିକ ସହଜ ଅନୁଭବ କରନ୍ତି ସେଥିପାଇଁ ଆସନ୍ତା ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ। ଆପଣଙ୍କୁ ନିଜର ଭାଇ-ଭଉଣୀ କିମ୍ବା ବନ୍ଧୁଙ୍କ ସହିତ ଭଲ ସମୟ କଟିବାର ସୁଯୋଗ ମିଳିବ ଓ ଆପଣଙ୍କର ସମ୍ପର୍କ ଦୃଢ଼ ହେବ। ବୁଧଙ୍କର ମେଷ ରାଶିରେ ଗୋଚର ହେବା ଦ୍ବାରା ଆପଣ କେଉଁଠିକୁ ବୁଲିବାକୁ ଯିବେ କିମ୍ବା ତୀର୍ଥଯାତ୍ରା ମଧ୍ୟ କରି ପାରନ୍ତି।

ଲେଖକ, ମିଡିଆରେ ଥିବା ଲୋକ, ଅଭିନେତା, ଡକ୍ଟର ଓ ଏଂକରଙ୍କ ପାଇଁ ଏହା ଭଲ ସମୟ ଅଟେ। ଏହି ସମୟରେ ପରାମର୍ଶଦାତା ଭାବରେ କିମ୍ବା ଯୋଗାଯୋଗ ଦକ୍ଷତା ଆବଶ୍ୟକ କରୁଥିବା କ୍ଷେତ୍ରରେ କାମ କରୁଥିବା ଲୋକମାନେ ଉପକୃତ ହେବେ। ଆପଣ ଏହି ସମୟରେ ଆତ୍ମବିଶ୍ବାସ ରେ ଭରପୁର ଓ ସ୍ପଷ୍ଟ ଦେଖା ଯିବେ ଯାହା ଦ୍ବାରା ଆପଣଙ୍କ ପାୟନ ନିଜର ବିଚାରକୁ ପ୍ରଭାବୀ ଭାବରେ ବ୍ୟକ୍ତ କରିବା ସହଜ ହେବ। ବୁଧ ମଧ୍ୟ ଆପଣଙ୍କର ନବମ ଘରେ ଦୃଷ୍ଟି ରଖିଥିବାରୁ, ଆପଣଙ୍କର ବାପାଙ୍କ ସହିତ ଭଲ କଥାବାର୍ତ୍ତା ଏବଂ ସମ୍ପର୍କ ରହିବ। ସେମାନେ ଅପଣକ୍ଣର କଠିନ ପରିଶ୍ରମକୁ ପ୍ରଶଂସା କରିବେ।

ଉପାୟ: ଆପଣ ଛୋଟ କକା ପୁଅ ଭାଇ-ଭଉଣୀଙ୍କୁ ଉପହାର ଦିଅନ୍ତୁ।

କୁମ୍ଭ ମାସିକ ରାଶିଫଳ

ମୀନ ରାଶି

ମୀନ ରାଶିର ଦ୍ଵିତୀୟ ଘରେ ବୁଧଙ୍କର ଏହି ଗୋଚର ହେବାକୁ ଯାଉଛି। ଏହି ଘର ପରିବାର, ସଞ୍ଚୟ ଓ ବାଣୀର ଘର। ବୁଧ ମୀନ ରାଶିର ଚତୁର୍ଥ ଘର ଓ ସପ୍ତମ ଘରର ସ୍ବାମୀ। ବୁଧ ତାଙ୍କର କାରକ ମଧ୍ୟ ଓ ଏବେ ସେ ମେଷ ରାଶିରେ ଗୋଚର କରିବାକୁ ଯାଉଛନ୍ତି ସେଥିପାଇଁ ଏହି ସମୟ ମୀନ ରାଶିର ଲୋକଙ୍କର ବାଣୀ ଓ କଥାକୁ ବିଶେଷ ଭାବରେ ପ୍ରଭାବିତ କରିବ। ବିବାହ ଓ ନିଜର ପାର୍ଟନରକୁ ପରିବାର ସହିତ ଦେଖା କରାଇବା ପାଇଁ ଏହା ଭଲ ସମୟ।

ଆପଣ ନିଜର ପରିବାରର ସଦସ୍ୟଙ୍କ ସହିତ ମିଶି କୌଣସି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରି ପାରନ୍ତି ଯାହା ଦ୍ବାରା ତାଙ୍କ ସହିତ ଆପଣଙ୍କର ସମ୍ପର୍କ ଦୃଢ଼ ହେବ। ବୁଧଙ୍କର ଅଷ୍ଟମ ଘରେ ରହିବା ଯୋଗୁଁ ଆପଣଙ୍କୁ ନିଜର ଶାଶୁ ଘରର ଲୋକଙ୍କର ସହଯୋଗ ମିଳିବ ଓ ନିଜର ପାର୍ଟନର ସହିତ କିଣି ଥିବା ସମ୍ପତିରୁ ମଧ୍ୟ ଲାଭ ମିଳିବ। ଆପଣ ନିଜର ପାର୍ଟନର ସହିତ କୌଣସି ପ୍ରପର୍ଟି କିଣି ପାରନ୍ତି। ଭଲ ସ୍ବାସ୍ଥ୍ୟ ପାଇଁ ସ୍କିନର ଦେଖା ଚାହାଁ କରିବା ଓ ସଫା-ସୁତୁରା ଉପରେ ଧ୍ୟାନ ଦେବା ଜରୁରୀ ହେବ। ଆପଣଙ୍କୁ ଏଲାର୍ଜି ସମ୍ବନ୍ଧିତ ସମସ୍ଯା ହୋଇପାରେ।

ଉପାୟ: ଆପଣ ନିୟମିତ ଭାବରେ ତୁଳସୀ ଗଛରେ ପାଣି ଦିଅନ୍ତୁ ଓ ପ୍ରତିଦିନ ଏକ ତୁଳସୀ ପତ୍ର ସେବନ କରନ୍ତୁ।

ମୀନ ମାସିକ ରାଶିଫଳ

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. 2025 ମସିହାରେ ବୁଧ କେବେ ମେଷ ରାଶିରେ ଗୋଚର କରିବେ?

07 ମଇରେ ବୁଧ ମେଷ ରାଶିରେ ଗୋଚର କରିବେ।

2. ମେଷ ରାଶିରେ ବୁଧଙ୍କ ଗୋଚର ଯୋଗାଯୋଗ ଦକ୍ଷତା ଉପରେ କି ପ୍ରଭାବ ପକାଇବ?

ଏହା ଯୋଗାଯୋଗକୁ ଗତିଶୀଳ ଏବଂ ଶକ୍ତିରେ ପରିପୂର୍ଣ୍ଣ କରିଥାଏ।

3. ଏହି ଗୋଚର ସମୟରେ ମେଷ ରାଶିର ବ୍ୟକ୍ତିମାନେ କ’ଣ ପଦକ୍ଷେପ ନେବା ଉଚିତ?

ଆପଣ ନିୟମିତ ଭାବରେ ବୁଧ ଗ୍ରହଙ୍କର ବୀଜ ମନ୍ତ୍ର ଜପ କରିବା ଉଚିତ।

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Kundli
What will you get in 250+ pages Colored Brihat Kundli.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Kundli

250+ pages

Brihat Kundli

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer