ବୁଧଙ୍କର ମକର ରାଶିରେ ଗୋଚର
ଆଷ୍ଟ୍ରୋସେଜ ଏଆଇର ସର୍ବଦା ଏହା ଚେଷ୍ଟା ରହିଛି ଯେ ଏହି ବର୍ଷ ଘଟିବାକୁ ଯାଉଥିବା ଯେ କୌଣସି ମହତ୍ୱପୂର୍ଣ ଜ୍ୟୋତିଷୀୟ ଘଟଣାର ଅପଡେଟ୍ ଆମେ ନିଜର ପାଠକଙ୍କୁ ପ୍ରଥମେ ଦେଇ ପାରୁ ଓ ଏହି ଥର ଆମେ ଆପଣଙ୍କ ପାଇଁ ଆଣିଛୁ ବୁଧଙ୍କର ମକର ରାଶିରେ ଗୋଚର ସମ୍ବନ୍ଧିତ ଏହି ବିଶେଷ ଲେଖା। 24 ଜାନୁଆରୀ 2025 ରେ ବୁଧ ଗ୍ରହ ମକର ରାଶିରେ ପ୍ରବେଶ କରିବେ। ତେବେ ଚାଲନ୍ତୁ ମକର ରାଶିରେ ବୁଧଙ୍କର ଗୋଚର କରିବା ଦେଶ ବିଦେଶକୁ କିପରି ପ୍ରଭାବିତ କରିବ ଜାଣିବା।

ବୁଧ ଗ୍ରହ ନିଷ୍ପତି, ଧରଣ ଓ ବିଚାରକୁ ଦର୍ଶାନ୍ତି। ବୁଧ ଗ୍ରହଙ୍କ ଉପରେ ବ୍ୟକ୍ତିର ଆପୋଷ ବୁଝାମଣା, ସହଯୋଗ କରିବା, ବିଚାର କରିବା, ବୁଝିବ ଓ ସୂଚନା ଗ୍ରହଣ କରିବାର କ୍ଷମତା ଉପରେ ନିର୍ଭର କରେ। ଆପଣ ଯେ କୌଣସି ଜିନିଷକୁ କେତେ ଶୀଘ୍ର ସ୍ଵୀକାର କରନ୍ତି ଓ ସେଥିରେ ପରିବର୍ତ୍ତନ କରନ୍ତି, ନିଜର ବିଚାର କୁ କେତେ ସ୍ପଷ୍ଟତା ସହିତ ବ୍ୟକ୍ତ କରୁଛନ୍ତି ଓ ନିଜର ଶବ୍ଦ କିପରି ବାଛୁକହନ୍ତି, ସେ ସବୁ ବୁଧ ଗ୍ରହ ନିୟନ୍ତ୍ରଣ କରନ୍ତି।
ଯଦି କୌଣସି ବ୍ୟକ୍ତିର ଜାତକରେ ବୁଧ ଗ୍ରହ ଦୃଢ଼ ସ୍ଥାନରେ ଥାଆନ୍ତି, ତେବେ ସେହି ବ୍ୟକ୍ତି ଅନ୍ୟକୁ ପ୍ରେରଣା ଦେବା ବାଲା ହୋଇଥାଆନ୍ତି ଓ ଉତ୍ତମ ସଞ୍ଚାରକ ହୋଇଥାଆନ୍ତି। ଏହି ଗ୍ରହ ଆପଣଙ୍କୁ ତର୍କର ବ୍ୟବହାର କରିବା ଓ ନିଜର କଥା ଦ୍ବାରା ଅନ୍ୟକୁ ପ୍ରରଣ ଦେବା ପାଇଁ ପ୍ରେରିତ କରିଥାଏ ଓ ଏହି ସବୁ କରିବା ପାଇଁ ବୁଧ ଗ୍ରହ ବୁଦ୍ଧି ଏବଂ ତର୍କିକ କ୍ଷମତା ପ୍ରଦାନ କରନ୍ତି।
ବୁଧ ଗ୍ରହଙ୍କ ଯୋଗୁଁ ଲୋକ ବିଚଳିତ ମଧ୍ୟ ରହି ପାରନ୍ତି ଓ ସର୍ବଦା କାର୍ଯ୍ୟ କରୁଥାନ୍ତି। ଯାନ, ଶୀଘ୍ର ଭୁଲିବା ପାଇଁ ନିଷ୍ପତି ନେବା, ପଡ଼ୋଶୀଙ୍କ ସହିତ କଥାବାର୍ତ୍ତା ଓ ବନ୍ଧୁଙ୍କ ସହିତ ମିଳାମିଶା କରିବା, ଏହି ସବ୍ୟ ଜିନିଷ ମଧ୍ୟ ବୁଧ ଗ୍ରହଙ୍କ ଅନୁସାରେ ହୁଏ। ବୁଧ ଗ୍ରହ ଆମକୁ ନିଜକୁ ଜାଣିବା, ନିଜର କୌଶଳ ଓ ବ୍ରହ୍ମାଣ୍ଡ ବିଷୟରେ ଅଧିକ ଜାଣିବାର ଇଚ୍ଛାକୁ ସୂଚିତ କରନ୍ତି।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ମକର ରାଶିରେ ବୁଧ ଗୋଚର: ସମୟ
ବୁଧ ଶନିଙ୍କର ରାଶି ମକରରେ ଗୋଚର କରିବାକୁ ଯାଉଛନ୍ତି। ବୁଧ ଓ ଶନିଙ୍କ ମଧ୍ୟରେ ମିତ୍ରତାର ସମ୍ବନ୍ଧ ଅଛି ଓ 24 ଜାନୁଆରୀ 2025 ସନ୍ଧ୍ୟା 05 : 26 ମିନିଟ ରେ ବୁଧ ମକର ରାଶିରେ ପ୍ରବେଶ କରିବେ। ତେବେ ଚାଲନ୍ତୁ ଏବେ ଆଗକୁ ବଢ଼ିବା ଓ ଜାଣିବା ଯେ ମକର ରାଶିରେ ବୁଧଙ୍କର କ’ଣ ବିଶେଷତା ଅଛି ଓ ଜାଣିବା ଏହି ଗୋଚରଙ୍କ ଦେଶ ବିଦେଶ ସହିତ ରାଶି ଉପରେ କ’ଣ ପ୍ରଭାବ ପଡ଼ିବ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ମକର ରାଶିରେ ବୁଧ: ବିଶେଷ କଥା
ମକର ରାଶିରେ ବୁଧ ରହିବା ଯୋଗୁଁ ବ୍ୟକ୍ତିକୁ କଥା କରିବା। ଭାବିବା ଓ ନିଷ୍ପତି ନେବା ମାମଲାରେ ବ୍ୟବହାରିକ, ଅନୁଶାସନାମତ୍କ ଓ ସଞ୍ଚାରକ ଦୃଷ୍ଟିକୋଣ ଥାଏ। ଯେବେ ବୁଦ୍ଧି, ତର୍କ ଓ ନିଜର ବିଚାରକୁ ବ୍ୟକ୍ତ କରିବାର କାରକ ବୁଧ, ମକର ରାଶିରେ ଥାଆନ୍ତି, ତେବେ ସେ ମକର ରାଶି ସହିତ ଜଡ଼ିତ, ସାଂସାରିକ ଓ ବ୍ୟବସ୍ଥିତ ଗୁଣଙ୍କୁ କରନ୍ତି। ଆଗକୁ ଜାଣିବା ଯେ ବୁଧଙ୍କର ମକର ରାଶିରେ ଗୋଚର କରିବାର କିଛି ବିଶେଷ କଥା।
- ବ୍ୟବହାରିକ ଚିନ୍ତାଧାରା: ଯେଉଁ ଲୋକଙ୍କ ଜାତକରେ ମକର ରାଶିରେ ବୁଧ ଥାଆନ୍ତି, ସେମାନେ ବ୍ୟବହାରିକ ସ୍ୱଭାବର ଏବଂ ଦୃଢ଼ ଚିନ୍ତାଧାରା ଧାରଣ କରନ୍ତି। ସ୍ୱପ୍ନର ଦୁନିଆ କିମ୍ବା କାଳ୍ପନିକ ଚିନ୍ତାଧାରାରେ ହଜିଯିବା ପରିବର୍ତ୍ତେ, ସେମାନେ ବାସ୍ତବତା ଓ ଲକ୍ଷ ହାସଲ କିପରି କରାଯାଇପାରିବ ଏପରି ଜିନିଷଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତି। ସେମାନେ ତଥ୍ୟ ଏବଂ ସୂଚନାକୁ ପ୍ରାଥମିକତା ଦିଅନ୍ତି।
- ଲକ୍ଷ ଆଡ଼କୁ ବଢ଼ିବା ବାଲା: ଏହି ଲୋକମାନେ ସଂଗଠିତ ଏବଂ ବ୍ୟବସ୍ଥିତ ଏବଂ ସର୍ବଦା ଭବିଷ୍ୟତରେ ସଫଳତା ହାସଲ କରିବା ପାଇଁ ସେମାନଙ୍କର ଚିନ୍ତାଧାରା କିମ୍ବା ପ୍ରକଳ୍ପଗୁଡ଼ିକୁ କିପରି ବ୍ୟବହାର କରିପାରିବେ ସେ ବିଷୟରେ ଆଗୁଆ ଚିନ୍ତା କରନ୍ତି। ସେମାନଙ୍କର ମାନସିକତା ହେଉଛି ଗୋଟିଏ ରଣନୀତି ପ୍ରସ୍ତୁତ କରିବା ଏବଂ ତା'ପରେ କାର୍ଯ୍ୟ କରିବା ଏବଂ ସେମାନେ ଯେକୌଣସି ସମସ୍ୟାର ସମାଧାନ ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଆଗକୁ ବଢ଼ନ୍ତି।
- ଅନୁଶାସନରେ ରହିବା ବାଲା: ମକର ରାଶିରେ ବୁଧ ଥିବାରୁ ବ୍ୟକ୍ତି ଅଧିକ ଧ୍ୟାନ କେନ୍ଦ୍ରିତ ହୋଇଥାନ୍ତି ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜର ଧ୍ୟାନ ବଜାୟ ରଖିପାରନ୍ତି। ସେମାନେ ଶିକ୍ଷା ଏବଂ ମାନସିକ କାର୍ଯ୍ୟରେ ଶୃଙ୍ଖଳିତ ରହିବାକୁ ପସନ୍ଦ କରନ୍ତି ଏବଂ ସେମାନଙ୍କର ଧ୍ୟାନ ସହଜରେ ବିଚଳିତ ହୁଏ ନାହିଁ। ଏମାନେ କାମରେ ଦକ୍ଷତା ଓ ଠିକ ଭାବରେ କାର୍ଯ୍ୟ କରିବାକୁ ମହତ୍ଵ ଦିଅନ୍ତି।
- କଥା କହିବାରେ ଗମ୍ଭୀର ଓ ଲାଜକୁଳା: ଏହି ଲୋକ କଥା କରିବାରେ ଆନୁଷ୍ଠାନିକ, ଲାଜକୁଳା ଏବଂ କେତେକ ସମୟରେ କଥାବାର୍ତ୍ତାରେ ଗମ୍ଭୀର ହୋଇପାରନ୍ତି। ଏମାନେ ସାଧାରଣତଃ ଛୋଟ ଛୋଟ କଥାରେ ଭାଗ ନିଅନ୍ତି ନାହିଁ। ଏମାନ ବହୁତ ଭାବିଚିନ୍ତି କଥା କୁହନ୍ତି ଓ ଏମାନେ ବହୁତ ଭାବିଲା ପରେ କୌଣସି ବିଷୟ ଉପରେ ମନ୍ତବ୍ୟ ଦିଅନ୍ତି।
- ପାରମ୍ପରିକ ହୋଇଥାଆନ୍ତି: ମକର ରାଶିରେ ବୁଧ ଥିବା ଯୋଗୁଁ ଲୋକମାନେ ପରମ୍ପରାକୁ ଗୁରୁତ୍ୱ ଦିଅନ୍ତି ଏବଂ ପୂର୍ବରୁ ପ୍ରତିଷ୍ଠିତ ନିୟମ ପାଳନ କରନ୍ତି। ସେମାନେ କର୍ତ୍ତୃପକ୍ଷଙ୍କୁ ସମ୍ମାନ କରନ୍ତି ଏବଂ ନିଷ୍ପତ୍ତି ନେବା ସମୟରେ ଭଲ ଭାବରେ ପରୀକ୍ଷିତ ପଦ୍ଧତି କିମ୍ବା ତର୍କକୁ ପସନ୍ଦ କରନ୍ତି।
- ବ୍ୟବସ୍ଥିତ ହୋଇଥାଆନ୍ତି: ଏମାନେ ପ୍ରତ୍ଯେକ ଛୋଟ କଥାକୁ ଧ୍ୟାନ ଦିଅନ୍ତି ଓ ବ୍ୟବସ୍ଥା ବିଷୟରେ ଗମ୍ଭୀର ବୁଝାମଣା ରଖିଥାଆନ୍ତି। କୌଣସ୍ୟ ପ୍ରୋଜେକ୍ଟ ଉପରେ କାମ କରିବା ସମୟରେ କିମ୍ବା କୌଣସି କାର୍ଯ୍ୟକୁ ସମ୍ଭାଳିବା ସମୟରେ, ଏମାନେ ଏହି କଥାର ଧ୍ୟାନ ରଖନ୍ତି ଯେ ପ୍ରତ୍ଯେକ ଜିନିଷ ତାହା ନିଜ ଜାଗାରେ ରୁହେ ଓ କୌଣସଈ ଜିନିଷ ଅଣଦେଖା ହୁଏ ନାହିଁ।
- ଧୀର କିନ୍ତୁ ସ୍ଥିର ପ୍ରଗତି କରନ୍ତି: ଏହି ଲୋକମାନେ ଚଞ୍ଚଳ ନୁହଁନ୍ତି। ସବୁକିଛି ଠିକ୍ ଭାବରେ ଘଟୁଛି କି ନାହିଁ ସେ ବିଷୟରେ ସେମାନେ ଧ୍ୟାନ ଦିଅନ୍ତି। ସେମାନେ ନିଷ୍ପତ୍ତି ନେବାରେ ଟିକେ ଧୀର ହୋଇପାରନ୍ତି, କିନ୍ତୁ ସେମାନଙ୍କର ସତର୍କ ଏବଂ ଚିନ୍ତାଶୀଳ ଦୃଷ୍ଟିକୋଣ ସେମାନଙ୍କୁ ସଫଳତା ଆଡ଼କୁ ନେଇଯାଏ।
- ମହତ୍ୱାକାଂକ୍ଷୀ ଏବଂ ମାନସିକ ଭାବରେ ଦୃଢ଼: କାର୍ଯ୍ୟ ପ୍ରତି ସମର୍ପଣ ଓ କ୍ୟାରୀଅରରେ ଉନ୍ନତି ପାଇବାର ଇଚ୍ଛା ତାଙ୍କୁ ଉଚ୍ଚ ପଦ ପାଇବା ଓ ନେତୃତ୍ବ କରିବା ପାଇଁ ପ୍ରେରିତ କରେ। ଏମାନେ ମାନସିକ ରୂପରେ ଦୃଢ଼ ହୋଇଥାଆନ୍ତି ଓ ସମସ୍ଯା କିମ୍ବା କଠିନ ପରିସ୍ଥିତିରେ ପ୍ରଭାବିତ କିମ୍ବା ହୟତୋତ୍ସାହିତ ନ ହୋଇ ତାହାର ସାମ୍ନା କରିବାରେ ସକ୍ଷମ ହୋଇଥାଆନ୍ତି।
ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ମକର ରାଶିରେ ବୁଧ ଗୋଚର: ଏହି ରାଶିକୁ ହେବ ଲାଭ
ମେଷ ରାଶି
ବୁଧ ଗ୍ରହ ମେଷ ରାଶିର ତୃତୀୟ ଏବଂ ଷଷ୍ଠ ଘରର ସ୍ବାମୀ ଏବଂ ଏବେ ଏହା ଆପଣଙ୍କ ଦଶମ ଘରେ ଗୋଚର କରିବାକୁ ଯାଉଛନ୍ତି। ଏହି ଗୋଚର ସମୟରେ, ଆପଣଙ୍କୁ ଆପଣଙ୍କ କ୍ୟାରିୟରରେ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବାର ସମ୍ଭାବନା ଅଛି। ଆପଣ ସନ୍ତୁଷ୍ଟ ଏବଂ ଖୁସି ଅନୁଭବ କରିପାରନ୍ତି। ବିଦେଶରୁ ଆପଣଙ୍କୁ ନୂତନ କାର୍ଯ୍ୟ କରିବାର ସୁଯୋଗ ମିଳିବ ବୋଲି ସୂଚନା ଅଛି ଏବଂ ଏହି ସୁଯୋଗଗୁଡ଼ିକ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। କର୍ମକ୍ଷେତ୍ରରେ ନିଜର ପ୍ରୟାସ ପାଇଁ ସ୍ୱୀକୃତି ପାଇବା ସମ୍ଭବ।
ତଥାପି, ଆପଣ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଅନୁଭବ କରିବେ ନାହିଁ। ଆପଣଙ୍କ ଚାକିରିରେ ପରିବର୍ତ୍ତନର ସଙ୍କେତ ଅଛି। ଏହି ଗୋଚର ସମୟରେ, ଆପଣଙ୍କୁ ଆପଣଙ୍କ କ୍ୟାରିଅର ସହିତ ଜଡ଼ିତ ଯାତ୍ରା କରିବାକୁ ପଡ଼ିପାରେ। ଆପଣ ନିଜର କର୍ମକ୍ଷେତ୍ରରେ ନିଜର ପ୍ରତିଭାକୁ ବ୍ୟବହାର କରି ନିଜର ବୁଦ୍ଧିମତା ପ୍ରଦର୍ଶନ କରିପାରିବେ। ଯଦି ଆପଣ ବିଜନେସ ଆରମ୍ଭ କରିବା ପାଇଁ ଭାବୁଛନ୍ତି ତେବେ ଆପଣ ନିଜର ବୁଷିନେଶ ପାର୍ଟନରର ସାହାଜ୍ୟ ନେଇ ଭଲ ପଇସା ରୋଜଗାର କରିପାରିବେ। ଆପଣ ନିଜର ବିରୋଧୀଙ୍କୁ ଟକ୍କର ଦେବାରେ ସକ୍ଷମ ହେବେ।
ବୃଷ ରାଶି
ବୁଧ ବୃଷ ରାଶିର ଦ୍ୱିତୀୟ ଏବଂ ପଞ୍ଚମ ଘରର ସ୍ବାମୀ ଏବଂ ଏହି ଗୋଚର ସମୟରେ ଏହା ଆପଣଙ୍କ ଦଶମ ଘରେ ରହିବେ। ଏହି ଗୋଚର ସମୟରେ ଆପଣଙ୍କୁ ବିକାଶ ଓ ସୁଯୋଗ ପାଇବା ପାଇଁ ଅଧିକ ସୁଯୋଗ ପ୍ରାପ୍ତ ହେବ। ଏହି ସମୟରେ ଆପଣ ନିଜର ବୃତ୍ତିଗତ ସୁଯୋଗକୁ ଭଲ କରିବା ପାଇଁ ଓ ତାହାର ବିସ୍ତାର କରିବା ପାଇଁ ଉତ୍ସୁକ ରହିବେ ଓ ନିଜର ଆର୍ଥିକ ସ୍ଥିତି ଉପରେ ଧ୍ୟାନ ଦେବେ।
ଆପଣଙ୍କ ବୃତ୍ତିଗତ ଜୀବନରେ, ଆପଣଙ୍କୁ ନୂଆ ସୁଯୋଗ ମିଳିପାରେ ଯାହା ଆପଣଙ୍କର ଇଚ୍ଛା ପୂରଣ କରିପାରିବ। ଯଦି ଆପଣଙ୍କ ପ୍ରତିଭାର ପ୍ରଶଂସା କରାଯାଏ, ତେବେ ଆପଣଙ୍କୁ ପଦୋନ୍ନତି ଏବଂ ଅନ୍ୟାନ୍ୟ ସୁବିଧା ମିଳିପାରେ।
କନ୍ୟା ରାଶି
ବୁଧ ଗ୍ରହ କନ୍ୟା ରାଶିର ଲଗ୍ନ ଏବଂ ଦଶମ ଘରର ସ୍ବାମୀ ଏବଂ ଏବେ ଏହା ଆପଣଙ୍କର ଚତୁର୍ଥ ଘରେ ଗୋଚର କରିବାକୁ ଯାଉଛନ୍ତି। ଆପଣଙ୍କୁ ଏପରି ନୂଆ ସୁଯୋଗ ମିଳିବ ଯାହା ଆପଣଙ୍କୁ ସମୃଦ୍ଧ କରିବାକୁ ସକ୍ଷମ ହେବ। ଏହି ଗୋଚର ସମୟରେ ଆପଣ ନିଜର କାମରେ ଅଧିକ ଯୋଗଦାନ ଦେବା ଉପରେ ଧ୍ୟାନ ଦେବେ ଓ ଚଞ୍ଚଳ ହେବେ।
କ୍ୟାରୀଅର ମାମଲାରେ ଆପଣ ଯାହା କାମ କରିବେ, ସେଥିରେ ନିଜର ରୁଚି ସୃଷ୍ଟି କରିବାକୁ ସକ୍ଷମ ହେବେ। ଆପଣଙ୍କୁ ଲମ୍ବା ଯାତ୍ରା କରିବାକୁ ପଡ଼ିପାରେ ଓ ଏହି ସମୟରେ ଆପଣଙ୍କୁ କ୍ୟାରୀଅର କ୍ଷେତ୍ରରେ ନୂଆ ସୁଯୋଗ ମିଳିବାର ସମ୍ଭାବନା ଅଛି। ଆପଣ ନିଜର ଚାକିରିକୁ ଏପରି ସମ୍ଭାଳିବେ ଯାହା ଆପଣଙ୍କୁ ଟୀମ ଲୀଡାର ବାହାବରେ ପରିଚୟ ଦେବ।
ତୁଳା ରାଶି
ତୁଳା ରାଶିର ନବମ ଓ ଦ୍ଵାଦଶ ଘରର ସ୍ବାମୀ ହେଉଛନ୍ତି ବୁଧ ଗ୍ରହ ଓ ଏବେ ସେ ଆପଣଙ୍କର ତୃତୀୟ ଘରେ ଗୋଚର କରିବାକୁ ଯାଉଛନ୍ତି। ଏହି ସମୟରେ ଆପଣଙ୍କର ସୁଖ ସୁବିଧା ବଢ଼ିବ ଓ ଆପଣଙ୍କୁ ନିଜର ପ୍ରିୟଜନଙ୍କ ସହିତ ସମୟ କଟିବାର ସୁଯୋଗ ମିଳିବ। ଆପଣ ପ୍ରପର୍ଟି ଉପରେ ପଇସା ଖର୍ଚ୍ଚ କରି ପାରନ୍ତି ଓ ଆପଣଙ୍କୁ କିଛି ଭଲ ଘଟନାର ଅନୁଭବ ହୋଇପାରେ। ଆପଣଙ୍କୁ ଲମ୍ବା ଯାତ୍ରା ସମୟରେ ଏହି ସୁଯୋଗ ମିଳିବାର ସମ୍ଭାବନା ଅଛି ଯାହା ଆପଣଙ୍କୁ ବୃତ୍ତିଗତ ଲାଭ ପ୍ରଦାନ କରିବ।
କ୍ୟାରିୟର ଦୃଷ୍ଟିରୁ, ବୁଧଙ୍କର ମକର ରାଶିରେ ଗୋଚର ଆପଣଙ୍କୁ ନୂତନ ଚାକିରି ସୁଯୋଗ ମିଳିବାର ସମ୍ଭାବନା ଅଛି। ଏହି ସୁଯୋଗଗୁଡ଼ିକର ସଦୁପଯୋଗ କରିବା ଦ୍ଵାରା ଆପଣ ଆପଣଙ୍କର ଲକ୍ଷ୍ୟ ହାସଲ କରିପାରିବେ। କ୍ୟାରିୟରରେ ସକାରାତ୍ମକ ବିକାଶ ହେତୁ, ଆପଣ ସଫଳତା ପାଇବେ ଏବଂ ଖୁସି ଅନୁଭବ କରିବେ। ଯଦି ଆପଣ ବ୍ୟବସାୟ ଆରମ୍ଭ କରିବାକୁ ଭାବୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅନୁକୂଳ ସମୟ ହେବ। ଏହି ସମୟରେ ଆପଣ ବହୁତ ଟଙ୍କା ରୋଜଗାର କରିପାରିବେ।
କୁମ୍ଭ ରାଶି
କୁମ୍ଭ ରାଶିର ପଞ୍ଚମ ଏବଂ ଅଷ୍ଟମ ଘରର ସ୍ବାମୀ ବୁଧ ଗ୍ରହ ଏବଂ ବର୍ତ୍ତମାନ ଏହି ଗୋଚର ସମୟରେ, ଏହା ଆପଣଙ୍କ ଏକାଦଶ ଘରେ ରହି ଧନ ଯୋଗ ସୃଷ୍ଟି କରୁଛନ୍ତି। ଏହି ଗୋଚରରୁ ଆପଣଙ୍କୁ ପ୍ରଚୁର ଲାଭ ମିଳିବ ବୋଲି ଆଶା କରାଯାଉଛି। ଏହି ଗୋଚର ସମୟରେ, କୁମ୍ଭ ରାଶିର ଲୋକମାନଙ୍କୁ ପୈତୃକ ସମ୍ପତ୍ତି ଏବଂ ସେୟାର ବଜାରରୁ ହଠାତ ଲାଭ ମିଳିବାର ସମ୍ଭାବନା ଅଛି। ଏହି ସମୟରେ ଆପଣ ପ୍ରତ୍ଯେକ କ୍ଷେତ୍ରରେ ବିକାଶ କରିବେ।
ଏହି ଲୋକ ନିଜର ନୂଆ ବିଚାର ଓ ଶୀଘ୍ର ଭାବିବାର କ୍ଷମତା ଯୋଗୁଁ ବୃତ୍ତିଗତ ଜୀବନରେ ନିଜର ବରିଷ୍ଠ ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଦେବେ। ଏହି ସମୟ କୁମ୍ଭ ରାଶିର ଲୋକ ନିଜର ଭାଗ୍ଯର ସମର୍ଥନ ପାଇବେ ସେଥିପାଇଁ ତାଙ୍କୁ ନିଜର କମ୍ପାନୀରେ ପ୍ରୋମୋସନ ଓ ଉଚ୍ଚ ପଦ ମିଳିପାରେ।
ପାଆନ୍ତୁ କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ମକର ରାଶିରେ ବୁଧଙ୍କର ଗୋଚର: ଏହି ରାଶିର ଲୋକଙ୍କୁ ହେବ କ୍ଷତି
କର୍କଟ ରାଶି
କର୍କଟ ରାଶିର ତୃତୀୟ ଓ ଦ୍ଵାଦଶ ଘରର ସ୍ବାମୀ ଏବେ ଆପଣଙ୍କର ସପ୍ତମ ଘରେ ଗୋଚର କରିବାକୁ ଯାଉଛନ୍ତି। ଅନୁକୂଳ ରାଶିରେ ଥିବା ସତ୍ବେ କୁମ୍ଭ ରାଶିର ଲୋକଙ୍କ ପାଇଁ ଏହି ଗୋଚର ଅଧିକ ଭଲ ପ୍ରମାଣିତ ହେବ ନାହିଁ। ବୁଧଙ୍କ ଯୋଗୁଁ ବ୍ୟବସାୟ କ୍ଷେତ୍ରରେ ସହଯୋଗୀ ଓ ବୃତ୍ତିଗତ କ୍ଷତ୍ରରେ ଆପଣଙ୍କର ଅନ୍ୟ ସମ୍ବନ୍ଧରେ ବିବାଦ ଉତ୍ପନ୍ନ ହେବାର ଆଶଙ୍କା ଅଛି। ଏହି ସମୟରେ ଆପଣଙ୍କର ପଇସା ଓ ଅନ୍ୟ କୌଣସି ମୁଲ୍ୟବାନ ଜିନିଷ ହଜିଯାଇ ପାରେ। ଆପଣଙ୍କୁ ଏହି ସମୟରେ ବ୍ୟବସାୟ ସମ୍ବନ୍ଧିତ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ଭଲ ହେବ ଯଦି ଆପଣ ଟ୍ରିପ କୁ ପରେ କରନ୍ତି। ଯଦିଓ ଚାକିରିରେ କଠିନ ପରିଶ୍ରମ କରୁଛନ୍ତି, ଆପଣଙ୍କର ଆଶା ଅନୁଯାୟୀ ଲାଭ ପାଇବେ ନାହିଁ।
ଧନୁ ରାଶି
ଧନୁ ରାଶିର ଦଶମ ଓ ସପ୍ତମ ଘରର ସ୍ବାମୀ ହେଉଛନ୍ତି ବୁଧ ଓ ଏବେ ସେ ମକର ରାଶିରେ ଗୋଚର କରିବା ସମୟରେ ଆପଣଙ୍କର ଦ୍ଵିତୀୟ ଘରେ ରହିବେ। ଏହି ସମୟରେ ଆପଣଙ୍କର ରୋଜଗାର ହାରାହାରି ରହିବ ଓ ଆପଣଙ୍କର ପାରିବାରିକ ସୁଖରେ ମଧ୍ୟ ହ୍ରାସ ଆସିପାରେ। ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ସମସ୍ଯା ହେବାର ଆଶଙ୍କା ଅଛି।
ବ୍ୟବସାୟ କ୍ଷେତ୍ରରେ ହେବାକୁ ଥିବା ସମସ୍ଯା ଯୋଗୁଁ ଆପଣଙ୍କୁ ଚିନ୍ତା ହୋଇପାରେ। ଆପଣକଂ ପାଇଁ ନିଜର ପାର୍ଟନର ସମର୍ଥନ ମିଳିବା କଷ୍ଟକର ହୋଇପାରେ। ବୃତ୍ତିଗତ ଜୀବନରେ ଆପଣଙ୍କୁ ଆଗକୁ ବଢ଼ିବାରେ ସମସ୍ଯା ଓ ଅସଫଳତା ଦେଖିବାକୁ ମିଳିପାରେ। ଆପଣଙ୍କର ବିକାଶରେ ଡେରି ହୋଇପାରେ ଓ ଏହି ଜିନିଷ ଯୋଗୁଁ ଆପଣ ଚିନ୍ତିତ ରହି ପାରନ୍ତି।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମକର ରାଶିରେ ବୁଧ ଗୋଚର କରିବା ସମୟରେ ପ୍ରତିକାର
- ବୁଧଙ୍କର ମକର ରାଶିରେ ଗୋଚର ସମୟରେବୁଧ ଗ୍ରହଙ୍କୁ ପୂଜା କରିବାର ସର୍ବୋତ୍ତମ ଉପାୟ ହେଉଛି ଭଗବାନ ବୁଧଙ୍କ ମନ୍ତ୍ର ଓମ ବ୍ରାଂ ବ୍ରୀଂ ବ୍ରୌଂ ସଃ ବୁଧାୟ ନମଃ' ଜପ କରିବା।
- ବୁଧଙ୍କୁ ଶାନ୍ତ କରିବା ପାଇଁ ଆପଣ ଶୁଆ, ପାରା ଓ ଅନ୍ୟ ପକ୍ଷୀଙ୍କୁ ଦାନା ଦେଇପାରିବେ।
- ବୁଧ ଗ୍ରହଙ୍କର ଅଶୁଭ ପ୍ରଭାବକୁ ହ୍ରାସ କରିବା ପାଇଁ, ନିଜ ଖାଦ୍ୟ ଖାଇବା ପୂର୍ବରୁ ନିୟମିତ ଭାବରେ ଗାଈକୁ ଚାରା ଖୁଆଇବା ଉଚିତ।
- ବିଶେଷକରି ଗରିବ ପିଲାମାନଙ୍କୁ ପାଳଙ୍ଗ ଏବଂ ଅନ୍ୟାନ୍ୟ ପତ୍ରଯୁକ୍ତ ପନିପରିବା ଖାଇବାକୁ ଦିଅନ୍ତୁ କିମ୍ବା ଦାନ କରନ୍ତୁ।
- ପକ୍ଷୀମାନଙ୍କୁ ଭିଜା ସବୁଜ ମୁଗ ଡାଲି ଖାଇବାକୁ ଦେବା ଦ୍ୱାରା ମଧ୍ୟଜାତକରେ ବୁଧ ଗ୍ରହଙ୍କର ସ୍ଥିତି ସୁଦୃଢ଼ ହୁଏ।
- ବୁଧଙ୍କର ହାନୀକାରକ ପ୍ରଭାବକୁ ହ୍ରାସ କରିବା ପାଇଁ ମୂହ ସଫା ରଖିବା ଉପରେ ଧ୍ୟାନ ଦେବା ଭଲ ହେବ।
ମକର ରାଶିରେ ବୁଧଙ୍କର ଗୋଚର: ବିଶ୍ବ ଉପରେ ପ୍ରଭାବ
ରିସର୍ଚ୍ ଆଣ୍ଡ ଡେଭେଲପମେନ୍ଟ
- ମକର ରାଶିରେ ବୁଧଙ୍କ ଗୋଚର ଅନେକ କ୍ଷେତ୍ରରେ ଗବେଷଣା ଏବଂ ବିକାଶକୁ ପ୍ରୋତ୍ସାହିତ କରିବ, ବିଶେଷକରି ଇଞ୍ଜିନିୟରିଂ ଏବଂ ଚିକିତ୍ସା କ୍ଷେତ୍ରରେ।
- ଯେହେତୁ ବୁଧ ଓ ମକା ରାଶିର ସ୍ବାମୀ ଗ୍ରହ ଶନିଙ୍କର ସମ୍ବନ୍ଧ ଜ୍ଞାନ ଓ ଶିକ୍ଷା ସହିତ ଅଛି ସେଥିପାଇଁ ଏହି ଗୋଚର ଦ୍ବାରା ରିସର୍ଚ୍ ଓ ଡେଭେଲପମେନ୍ଟକୁ ପ୍ରୋତ୍ସାହନ ମିଳିପାରେ। ବୈଜ୍ଞାନିକମାନଙ୍କୁ ନିଜର ଆବିଷ୍କାର ପାଇଁ ଏକ ଦୃଢ଼ ଭିତ୍ତିଭୂମି ନିର୍ମାଣ କରିବାରେ ଏହି ଗୋଚର ସାହାଯ୍ୟ କରିବ।
- ଏହି ଗୋଚର ଦ୍ବାରା ବିଶ୍ବର ଗବେଷକ, ବୈଜ୍ଞାନିକ, ଇଞ୍ଜିନିୟର, ଡାକ୍ତର ଏବଂ ଚିକିତ୍ସା କ୍ଷେତ୍ରର ଛାତ୍ରଛାତ୍ରୀମାନେ ସାହାଯ୍ୟ ପାଇବେ।
ଉପଚାର ଓ ଚିକିତ୍ସା
- ମକର ରାଶିରେ ବୁଧଙ୍କ ଗୋଚର ଆପଣଙ୍କ ସ୍ମୃତିକୁ ଦୃଢ଼ କରିବ, ଯେତେବେଳେ ଭଗବାନ ଶନି ଚିକିତ୍ସା ସମ୍ବନ୍ଧୀୟ ବ୍ୟବସାୟକୁ ସମର୍ଥନ କରିବେ। ଏହି ପ୍ରକାର ଏହି କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଲାଭ ହେବ। ଏଥିରେ ଟାରୋଟ୍ ରିଡର, ଡାକ୍ତର, ଚିକିତ୍ସା କର୍ମଚାରୀ ଏବଂ ଆରୋଗ୍ୟକାରୀ ଅନ୍ତର୍ଭୁକ୍ତ।
- ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ଚିକିତ୍ସା ବୃତ୍ତିଗତଙ୍କ ପରି ଚିକିତ୍ସା କ୍ଷେତ୍ରରେ କାମ କରୁଥିବା ଲୋକଙ୍କର କାର୍ଯ୍ୟଭାର ବଢ଼ିଯାଇପାରେ।
- ଚିକିତ୍ସା କ୍ଷେତ୍ରରେ ନୂତନ ଗବେଷଣା ଏବଂ ଆବିଷ୍କାର ଚିକିତ୍ସା କ୍ଷେତ୍ର ପାଇଁ ବିଶେଷ ଲାଭଦାୟକ ପ୍ରମାଣିତ ହେବ।
- ଏହି ଗୋଚର ପିଏଚଡି ଭଳି ଉଚ୍ଚ ଡିଗ୍ରୀ ହାସଲ କରୁଥିବା ଲୋକଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ଯେଉଁମାନେ ନିଜର ଦକ୍ଷତା ବୃଦ୍ଧି କରିବାକୁ ଚାହାଁନ୍ତି କିମ୍ବା ପାଠପଢ଼ା ଜାରି ରଖିବାକୁ ଚାହାଁନ୍ତି, ସେମାନେ ନିଶ୍ଚିତ ଭାବରେ ସଫଳତା ପାଇବେ।
ବିଜନେସ ଓ କାଉନ୍ସେଲିଂ
- ଏହି ଗୋଚର ସେହି ଲୋକଙ୍କ ପାଇଁ ଲାଭକାରି ସିଦ୍ଧ ହେବ ଯିଏ କୌଣସି ପ୍ରକାରର କାଉନ୍ସେଲିଂ କାମ କରନ୍ତି।
- ଯେଉଁ ବ୍ୟବସାୟୀ ଆଧ୍ୟାତ୍ମିକ ଜିନିଷ ଯେପରି ଧୂପକାଠି, ଯଜ୍ଞ ସାମଗ୍ରୀ ଇତ୍ୟାଦି ବିକନ୍ତି ତାଙ୍କୁ ମଧ୍ୟ ବୁଦ୍ଧଙ୍କର ମକର ରାଶିରେ ଗୋଚର କରିବା ସମୟରେ ଲାଭ ହେବାର ଆଶା ଅଛି।
- ବୁଧଙ୍କର ଏହି ଗୋଚର ଶିକ୍ଷକଙ୍କୁ ଓ ଅଧ୍ୟାପକଙ୍କ ପାଇଁ ବହୁତ ଲାଭବାନ ପ୍ରମାଣିତ ହେବ। ଆପଣ ନିଜର ଜ୍ଞାନ ଓ ବିଶେଷଜ୍ଞତାକୁ ବାଣ୍ଟିବାରେ ସକ୍ଷମ ହେବେ।
ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ମକର ରାଶିରେ ବୁଧଙ୍କର ଗୋଚର: ସ୍ଟକ ମାର୍କେଟ ଉପରେ ପ୍ରଭାବ
24 ଜାନୁଆରୀ, 2025 ରେ ବୁଧ ଗ୍ରହ ମକର ରାଶିରେ ପ୍ରବେଶ କରିବେ ଓ ଏହାର ପ୍ରଭାବ ସ୍ଟକ ମାର୍କେଟ ଉପରେ ମଧ୍ୟ ଦେଖାଯିବ। ଆଗକୁ ଆଷ୍ଟ୍ରୋସେଜ ଏଆଇ ଦ୍ବାରା କୁହାଯିବ ଯେ ବୁଧଙ୍କର ମକର ରାଶିରେ ଗୋଚର କରିବା ଦ୍ବାରା ସ୍ଟକ ମାର୍କେଟରେ କ’ଣ ପରିବର୍ତ୍ତନ କିମ୍ବା ଉତ୍ଥାନ-ପତନ ଆସିବ।
- ଶେୟାର ମାର୍କେଟ ରିପୋର୍ଟ୍ ଅନୁସାରେ ମିଡିଆ ଓ ପ୍ରସାରଣ, ଦୂର ସଞ୍ଚାର ଓ ଡାକ୍ତରଖାନା ପରିଚାଳନା ଏବଂ ଅଟୋମୋଟିଭ୍ କ୍ଷେତ୍ର ଭଲ ପ୍ରଦର୍ଶନ କରିବେ।
- ପରିବହନ ନିଗମ ଶିଳ୍ପଗୁଡ଼ିକରେ ମଧ୍ୟ ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଛି।
- ଏହି ସମୟରେ ସଂସ୍ଥାନ, ଆମଦାନୀ ଏବଂ ରପ୍ତାନି ସମସ୍ତ କ୍ଷେତ୍ର ସମୃଦ୍ଧ ହେବ ।
- ଫର୍ମାଶୁଟିକାଲ ଓ ସାର୍ବଜନୀକ କ୍ଷେତ୍ର ଦୃଢ଼ ପ୍ରଦର୍ଶନ କରିବାର ସଙ୍କେତ ଅଛି।
- ରିସର୍ଚ୍ ଆଣ୍ଡ ଡେଭେଲପମେନ୍ଟ କ୍ଷେତ୍ରରେ ପ୍ରଗତି ମଧ୍ୟ ଦେଖିବାକୁ ମିଳିବ।
ମକର ରାଶିରେ ବୁଧ ଗୋଚର : ଅଶାନ୍ତା ସ୍ପୋର୍ଟସ ଟୁର୍ନାମ୍ଯାନ୍ଟ ଓ ଗୋଚରର ପ୍ରଭାବ
ଟୁର୍ନାମ୍ଯାନ୍ଟ | ସ୍ପୋର୍ଟ | ତିଥି |
---|---|---|
WTA ଫାଇନାଲ | ଟେନିସ | 03 ନଭେମ୍ବର 2025 |
ଲସ ଭେଗାସ ଗ୍ରାଣ୍ଡ ପ୍ରି | ଟେନିସ | 21 ରୁ 23 ନଭେମ୍ବର , 2025 |
କାରଣ, ମ୍ୟାକ ରାଶିର ସ୍ବାମୀ ଶନି ଦେବ ଅଟନ୍ତି ସେଥିପାଇଁ ସେ ନିଜର ରାଶିରେ ବୁଧଙ୍କର ପ୍ରବେଶ କରିବା ପରେ ବୁଧ ଗ୍ରହଙ୍କୁ ବୈଷୟିକ ଜ୍ଞାନ ଏବଂ ସୂକ୍ଷ୍ମତା ପ୍ରଦାନ କରିବେ। ଏହି କାରଣରୁ ଏହି ଗୋଚର ସମୟରେ ଉପରେ ଦିଆଯାଇଥିବା ସ୍ପୋର୍ଟସ ଟୁର୍ନାମ୍ଯାନ୍ଟ ଓ ଅନ୍ୟ ସ୍ପୋର୍ଟସ ଟୁର୍ନାମ୍ଯାନ୍ଟ ପାଇଁ ଭଲ ହେବ। ଏହି ଗୋଚର ଖେଳାଳି ଓ ଖେଳ ଉଦ୍ଯୋଗରୁ ଲାଭ ହେବାର ଆଶା ଅଛି।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. କ’ଣ ମକର ରାଶିରେ ବୁଧ ଗ୍ରହ ଭଲ ?
ହଁ, ବୁଧଙ୍କ ପାଇଁ ମକର ମିତ୍ର ରାଶି।
2. କୁମ୍ଭ ରାଶିର ସ୍ବାମୀ ଗ୍ରହ କିଏ?
ଏହି ରାଶି ଉପରେ ଶନି ଦେବଙ୍କର ସ୍ଵାମିତ୍ଵ ଅଛି।
3. ଶନି ଦେବଙ୍କୁ ଖୁସି କରିବା ପାଇଁ କେଉଁ ରତ୍ନ ପିନ୍ଧିବା ଉଚିତ?
ଆପଣ ନୀଲମ ସ୍ଟୋନ ପିନ୍ଧି ପାରିବେ।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Numerology Insights 2025: Reviewing The Characteristics Of Moolank 1 Natives
- Powerful Malavya Rajyoga 2025 After 1 Year: Fame And Glory For 3 Zodiacs!
- Chidra Dasha: Hidden Life Lessons Through Celebrity Horoscope Analysis!
- Planetary Transits May 2025: Wealth & Triumph For 3 Lucky Zodiac Signs!
- Mercury Transits In May 2025: Success & Prosperity For 3 Lucky Zodiac Signs!
- Types of Muhurat In A Day: Complete Guide To Auspicious Timings!
- Atichari Jupiter Till 2032 & Impact On Zodiacs: What to Expect?
- Sun Transit In Aries: Obstacles Will Be Removed Making Life Peaceful
- Weekly Horoscope For The Week Of April 14th to 20th, 2025!
- Baisakhi 2025: Auspicious Yoga & More!
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025