ବୁଧଙ୍କର କୁମ୍ଭ ରାଶିରେ ଉଦୟ
ଆଷ୍ଟ୍ରୋସେଜ ଏଆଇ ସବୁବେଲେ ଚାଇଁଛି ଯେ ମହତ୍ୱପୂର୍ଣ ଜ୍ୟୋତିଷୀୟ ଘଟଣାର ନୂଆ ଅପଡେଟ୍ ନିଜର ରୀଡର୍ସଙ୍କୁ ସମୟ ଥାଇ ପ୍ରଦାନ କରୁ ଓ ଏଥର ଆମେ ଆପଣଙ୍କ ପାଇଁ ଆଣି ଆସିଛୁ ବୁଧଙ୍କର କୁମ୍ଭ ରାଶିରେ ଉଦୟ ସମ୍ବନ୍ଧିତ ଏହି ଖାସ ଲେଖା।

26 ଫେବ୍ରୁୟାରୀ, 2025ଙ୍କୁ ବୁଧ ଗ୍ରହ ଶନିଙ୍କର ରାଶି କୁମ୍ଭରେ ଉଦୟ ହେବେ। ତେବେ ଚାଲନ୍ତୁ ଜାଣିବା ଯେ ବୁଧଙ୍କର କୁମ୍ଭ ରାଶିରେ ଗୋଚର ସମସ୍ତ ରାଶିକୁ କିପରି ପ୍ରଭାବିତ କରିବ। କେଉଁ ରାଶିକୁ ଲାଭ ମିଳିବ ଓ କେଉଁ ରାଶିର ଲୋକଙ୍କଊ କ୍ଷତି ହେବ।
Read in English : Mercury Rises In Aquarius
କୁମ୍ଭ ରାଶିରେ ଉଦୟ ହେଲେ ବୁଧ ସାଧାରଣତଃ ବୌଦ୍ଧିକ, ବୈଷୟିକ ଏବଂ ସାମାଜିକ ପ୍ରଗତିକୁ ପ୍ରୋତ୍ସାହିତ କରନ୍ତି। ଏହା ନୂତନ ଚିନ୍ତାଧାରା ବିଷୟରେ ଚିନ୍ତା କରିବା, ସମାନ ମନୋଭାବ ଥିବା ଲୋକଙ୍କ ସହିତ ସଂଯୋଗ ସ୍ଥାପନ କରିବା ଏବଂ ଦୀର୍ଘକାଳୀନ ଦୃଷ୍ଟିକୋଣ ଗ୍ରହଣ କରିବା ପାଇଁ ଏକ ଅନୁକୂଳ ସମୟ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
କୁମ୍ଭ ରାଶିରେ ବୁଧ ଉଦୟ: ଏହି କ୍ଷେତ୍ର ଉପରେ ପଡ଼ିବ ପ୍ରଭାବ
କୁମ୍ଭ ରାଶିରେ ବୁଧ ଉଦୟ ହେଲେ, କୁମ୍ଭ ରାଶିର ଲୋକଙ୍କର ଯୋଗାଯୋଗ, ଚିନ୍ତାଧାରା ଏବଂ ନିଷ୍ପତ୍ତି ନେବାର କ୍ଷମତାକୁ ପ୍ରଭାବିତ କରିଥାଏ। ବୁଧଙ୍କର କୁମ୍ଭ ରାଶିରେ ଉଦୟ ସମୟରେ ନିମ୍ନ ପ୍ରଭାବ ପଡ଼ିଥାଏ:
- ଏହି ସମୟରେ, ଲୋକମାନେ ନୂତନ ଚିନ୍ତାଧାରା ଏବଂ କୌଶଳ ବିଷୟରେ ଜାଣିବା ପାଇଁ ପ୍ରେରଣା ପାଇବେ, ସମସ୍ୟାର ଅନନ୍ୟ ସମାଧାନ ଖୋଜନ୍ତି କିମ୍ବା ନୂତନ ଚିନ୍ତାଧାରା ଏବଂ କୌଶଳ ବିଷୟରେ ଶିଖନ୍ତି।
- କୁମ୍ଭ ରାଶିରେ ବୁଧଙ୍କ ଉଦୟ ବ୍ୟକ୍ତିକୁ ବର୍ତ୍ତମାନର ସ୍ଥିତି ଉପରେ ପ୍ରଶ୍ନ ଉଠାଇବାକୁ ଏବଂ ନୂତନ ଜ୍ଞାନ ଏବଂ ଭିନ୍ନ ଦୃଷ୍ଟିକୋଣ ଖୋଜିବାକୁ ଉତ୍ସାହିତ କରିବ। ଏହି ସମୟ ଶିକ୍ଷା ଏବଂ ବୌଦ୍ଧିକ କାର୍ଯ୍ୟ ପାଇଁ ଅନୁକୂଳ ହେବ।
- କୁମ୍ଭ ରାଶିର ଲୋକମାନେ କମ୍ ଭାବପ୍ରବଣ ହୋଇଥାନ୍ତି, ତେଣୁ ସେମାନେ ଯୁକ୍ତିଯୁକ୍ତ ଏବଂ ଚିନ୍ତାଶୀଳ ଭାବରେ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି। ଭାବପ୍ରବଣ ହେବା ପରିବର୍ତ୍ତେ, ସେମାନେ ଭାବିଚିନ୍ତି କଥା କୁହନ୍ତି। ଏହା ସେମାନଙ୍କୁ ଭାବପ୍ରବଣତା ଅପେକ୍ଷା ତର୍କ ଆଧାରରେ ନିଷ୍ପତ୍ତି ନେବାରେ ସାହାଯ୍ୟ କରେ।
- କୁମ୍ଭ ରାଶି ସାମାଜିକ କାର୍ଯ୍ୟକଳାପ, ପ୍ରଯୁକ୍ତିବିଦ୍ୟା ଏବଂ ଏକାଠି କାମ କରିବା ସହିତ ଜଡ଼ିତ। ଯେତେବେଳେ ବୁଧ କୁମ୍ଭ ରାଶିରେ ଥାଆନ୍ତି, ସେତେବେଳେ ସାମାଜିକ ପ୍ରଗତି, ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା କିମ୍ବା ସାମୂହିକ ଉନ୍ନତି ଆଣିବା ବିଷୟରେ ଅଧିକ ଆଲୋଚନା ହୁଏ।
- ଯେତେବେଳେ ବୁଧ କୁମ୍ଭ ରାଶିରେ ଥାଆନ୍ତି, ସେହି ବ୍ୟକ୍ତିଙ୍କର କଥା କହିବାର ଏକ ଅନନ୍ୟ କିମ୍ବା ଅଦ୍ଭୁତ ଶୈଳୀ ଥାଏ କିମ୍ବା ସେମାନେ ଭବିଷ୍ୟତ ବିଷୟରେ କଥାବାର୍ତ୍ତା କରନ୍ତି।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
କୁମ୍ଭ ରାଶିରେ ବୁଧ ଉଦୟ: ସମୟ
11 ଫେବ୍ରୁୟାରୀ , 2025 ଦିନ ବୁଧ କୁମ୍ଭ ରାଶିରେ ଗୋଚର ହୋଇଥିଲା ଓ ଏବେ 26 ଫେବ୍ରୁୟାରୀ 2025 ରାତି 08:41 ରେ ବୁଧ କୁମ୍ଭ ରାଶିରେ ଉଦଏ ହେବେ।
हिंदी में पढ़ें:बुध का कुंभ राशि में उदय
କୁମ୍ଭ ରାଶିରେ ବୁଧ ଉଦୟ: ଏହି ରାଶିର ଲୋକଙ୍କୁ ହେବ ଲାଭ
ବୃଷ ରାଶି
ବୁଧ ବୃଷ ରାଶିର ଦ୍ଵିତୀୟ ଓ ପଞ୍ଚମ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଦଶମ ଘରେ ଉଦୟ ହେବାକୁ ଯାଉଛନ୍ତି। ଏହି ସମୟରେ, ଆପଣ ଆପଣଙ୍କ ବ୍ୟକ୍ତିଗତ ଜୀବନ କିମ୍ବା ଆର୍ଥିକ ଜୀବନରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ତଥାପି, ଆପଣ ଆଶ୍ଚର୍ଯ୍ୟଜନକ ଭାବରେ ଲାଭ ପାଇବାର ସମ୍ଭାବନା ଅଛି। କ୍ୟାରିଅର କ୍ଷେତ୍ରରେ, ଆପଣଙ୍କ ସହକର୍ମୀ ଏବଂ ପରିଦର୍ଶକଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ସମ୍ଭାବନା ଅଛି ଯେ ଆପଣଙ୍କୁ ନିଜର କାମ ପାଇଁ ଶ୍ରେୟ ମିଳିବ ନାହିଁ। ବ୍ୟବସାୟୀ ସଫଳତାର ସହିତ ନିଜର ବ୍ୟବସାୟ ଚଳାଇବା ପାଇଁ ଆବଶ୍ୟକ ଲାଭ କରିବାରେ ପଛେଇ ଯାଇ ପାରନ୍ତି। ଅବହେଳା କରି ପଇସା ଖର୍ଚ୍ଚ କରିବା ଓ ଯୋଜନାର ଅଭାବ ଯୋଗୁଁ ଆପଣଙ୍କର ଧନ ହାନି ହେବାର ଆଶଙ୍କା ଅଛି। ବୁଧଙ୍କର କୁମ୍ଭ ଆସିରେ ଉଦୟ ହେବା ସମୟରେ ଅପାଣଙ୍କ ହାତରୁ ଲାଭ କରିବାର ସୁଯୋଗ ଖସିଯାଇ ପାରେ।
ମିଥୁନ ରାଶି
ବୁଧ ମୀନ ରାଶିର ପ୍ରଥମ ଓ ଚତୁର୍ଥ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ନବମ ଘରେ ଉଦୟ ଆହେବାକୁ ଯାଉଛନ୍ତି। ଆପଣଙ୍କୁ ପ୍ରପର୍ଟି ଓ ଆନେ ସମ୍ପତି ରୁ ଭବିଷ୍ୟ ପାଇଁ ଧନ ଅର୍ଜନ କରିବାର ସୁଯୋଗ ମିଳିବ। ବୃତ୍ତି ମାମଲାରେ ଆପଣ ସହଜରେ dହାଣ ରୋଜଗାର କରିବା ପାଇଁ ସକ୍ଷମ ହେବେ। ଭାଗ୍ଯର ସମର୍ଥନ ମିଳିବା ଯୋଗୁଁ ଏହା ସମ୍ଭବ ହୋଇପାରିବ। ବ୍ୟବସାୟୀ ଏହି ସମୟରେ ଭଲ ଲାଭ କରିବେ ଓ କୌଣସି ନୂଆ ବିଜନେସ ଡୀଲ ମଧ୍ୟ କରି ପାରିବେ। କୁମ୍ଭ ରାଶିରେ ବୁଧ ଉଦୟ ହେବା ଯୋଗୁଁ ଆପଣଙ୍କର ଆଧ୍ୟାତ୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ ଓ ଆପଣ ଏଥିରେ ଅଧିକ ସମୟ କାଟିବେ।
ଏପରି କରିବା ଦ୍ବାରା ଓ ଆଧ୍ୟାତ୍ମିକ କାର୍ଯ୍ୟରେ ଲୀନ ରହିବା ଦ୍ବାରା ଆପଣଙ୍କର ଜୀବନର ସ୍ତରରେ ସୁଧାର ଆସିବାର ସମ୍ଭାବନା ଅଛି। ଆପଣଙ୍କୁ ଓ ଆପଣଙ୍କର ପରିବାର କୁ କାମ ପାଇଁ ଅଧକ ଯାତ୍ରା କରିବାକୁ ପଡ଼ିପାରେ। ଆପଣଙ୍କୁ ଅଧ୍ୟାତମିଳ ଜିନିଷରେ ଧନ ଖର୍ଚ୍ଚ କରିବାକୁ ପଡ଼ିପାରେ। କ୍ୟାରୀଅରରେ ଆପଣଙ୍କୁ ସକାରାତ୍ମକ ବିକାଶ ଦେଖିବାକୁ ମିଳିବ ଓ ଆପଣଙ୍କୁ ଉନ୍ନତି କରିବାର ସୁଯୋଗ ମିଳିବ। ଏହି ଜିନିଷରୁ ଆପଣଙ୍କୁ ଖୁସି ମିଳିବ।
ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ସିଂହ ରାଶି
ବୁଧ ସିଂହ ରାଶିର ଲୋକଙ୍କ ପାଇଁ ଦ୍ଵିତୀୟ ଓ ଏକାଦଶ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ସପ୍ତମ ଘରେ ଉଦୟ ହେବାକୁ ଯାଉଛନ୍ତି। ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିବ। ଆପଣ ନୂଆ ଲୋକଙ୍କୁ ଭେଟିବେ ଓ ନିଜର ନେଟୱାର୍କ୍ ବଢ଼ାଇବେ।
ଆପଣଙ୍କୁ ଏହି ସମୟରେ କ୍ୟାରୀଅରରେ ଅଧିକ ଲାଭ ମିଳିବାର ସମ୍ଭାବନା ଅଛି। ଆପଣଙ୍କୁ ନିଜର ନୂଆ ଚାକିରିରେ ଖୁସି ମିଳିବ। ଏହି ଜିନିଷ ଆପଣଙ୍କର ସ୍ଥିତିକୁ ଭଲ କରିବ। କାର୍ଯ୍ୟକ୍ଷେତ୍ରରେ ଚାଲିଥିବା ପରିବର୍ତ୍ତନ ଯୋଗୁଁ ଆପଣଙ୍କୁ ପ୍ରଗତି କରିବାରେ ମଧ୍ୟ ସୁଯୋଗ ମିଳିବ। ଏହି ଜିନିଷଗୁଡ଼ିକ ଆପଣଙ୍କ ଅବସ୍ଥାକୁ ଉନ୍ନତ କରିପାରିବ। ଆପଣଙ୍କୁ ଆପଣଙ୍କ ସହକର୍ମୀଙ୍କ ସମର୍ଥନ ମିଳିବ ଏବଂ ଆପଣ ସେମାନଙ୍କ ସହିତ ସକାରାତ୍ମକ ସମ୍ପର୍କ ବଜାୟ ରଖିପାରିବେ। ଆର୍ଥିକ ଦୃଷ୍ଟିରୁ, ଆପଣ ଆରାମରେ ରହିବେ ଏବଂ ଲାଭ ଏବଂ ଆୟର ଆନନ୍ଦ ନେଇପାରିବେ। ଆପଣଙ୍କୁ ଅଜାଣତ ଉତ୍ସରୁ ଲାଭ ପାଇବାର ସୁଯୋଗ ମଧ୍ୟ ମିଳିପାରେ। ବ୍ୟବସାୟୀମାନେ ଏକାଧିକ ବ୍ୟବସାୟ ଚଲାଇପାରିବେ ଏବଂ ବୃଦ୍ଧି କରିପାରିବେ।
କନ୍ୟା ରାଶି
କନ୍ୟା ରାଶିର ପ୍ରଥମ ଏବଂ ଦଶମ ଘରର ସ୍ବାମୀ ବୁଧ, ଯାହା ଏବେ ଆପଣଙ୍କର ଷଷ୍ଠ ଘରେ ଉଦୟ ହେବାକୁ ଯାଉଛନ୍ତି। ଏହି ସମୟରେ ଆପଣଙ୍କୁ ନିଜର କ୍ୟାରୀଅରରେ ଅନେକ ପ୍ରକାରର ପରିଣାମ ମିଳିବାର ସଙ୍କେତ ଅଛି। କୁମ୍ଭ ରାଶିରେ ବୁଧ ଉଦୟ ହେବା ଆପଣଙ୍କୁ ନିଜର ବୃତ୍ତିଗତ ଜୀବନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ସ୍ଥିତିରେ ସୁଧାର ଆସିବ ଓ ଆପଣଙ୍କୁ ଭଲ ସୁଯୋଗ ମିଳିବାର ସମ୍ଭାବନା ଅଛି।
ଆପଣଙ୍କ ଚାକିରିରେ କମ୍ ପ୍ରଗତି ହେବାର ସମ୍ଭାବନା ଅଛି। ଆପଣ ଆର୍ଥିକ ଦୃଷ୍ଟିରୁ ଚିନ୍ତିତ ରହିପାରନ୍ତି କାରଣ ଆପଣ ଅଧିକ ଟଙ୍କା ରୋଜଗାର କରିବା ସହିତ, ଆପଣଙ୍କର ଖର୍ଚ୍ଚ ବୃଦ୍ଧି ପାଇବ। ଏହା ଆପଣଙ୍କ ସଞ୍ଚୟକୁ ମଧ୍ୟ ପ୍ରଭାବିତ କରିପାରେ।
ଯଦି ଆପଣ ବ୍ୟବସାୟ କରନ୍ତି, ତେବେ ଏହା ଆପଣଙ୍କ ବ୍ୟବସାୟକୁ ବିସ୍ତାର କରିବା କିମ୍ବା କିଛି ନୂତନ ଚେଷ୍ଟା କରିବା ପାଇଁ ଅନୁକୂଳ ସମୟ ନୁହେଁ। ଆପଣଙ୍କର ଲାଭ ହ୍ରାସ ପାଇପାରେ। ଏହି ସମୟରେ ଆପଣଙ୍କ ବନ୍ଧୁମାନେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି।
ତୁଳା ରାଶି
ତୁଳା ରାଶିଙ୍କର ନବମ ଓ ଦ୍ଵାଦଶ ଘରର ସ୍ବାମୀ ବୁଧ ଗ୍ରହ ଅଟନ୍ତି ଓ ଏବେ ସେ ଆପଣଙ୍କର ପଞ୍ଚମ ଘରେ ଉଦୟ ହେବାକୁ ଯାଉଛନ୍ତି। ଏହି ସମୟରେ ଆପଣ ଆତ୍ମବିଶ୍ବାସରେ ଭରପୁର ଓ ଆନନ୍ଦିତ ଅନୁଭବ କରିବେ। ଆପଣ ଏହିପରି ରହିବେ ଓ ରହିବାକୁ ସକ୍ଷମ ହେବେ। ଆବଶ୍ୟକ ହେଲେ ଆପଣଙ୍କର ବନ୍ଧୁ ଆପଣଙ୍କର ସାହାଜ୍ୟ କରି ପାରନ୍ତି। କୁମ୍ଭ ରାଶିରେ ବୁଧ ଉଦୟ ହେବା ଯୋଗୁଁ ଆପଣଙ୍କୁ ନିଜର କ୍ୟାରୀଅରରେ ପ୍ରଗତି ଓ ଭଲ ପରିଣାମ ଦେଖିବାକୁ ମିଳିବ। ଆପଣଙ୍କୁ ଚାକିରି ପରିବର୍ତ୍ତନ କରିବାକୁ ମଧ୍ୟ ସୁଯୋଗ ମିଳିବ।
ଆପଣଙ୍କର ବୃତ୍ତିଗତ ସ୍ଥିତିରେ ସୁଧାର ଆସିବ ଓ ଧନ ମାମଲାରେ ଆପଣଙ୍କୁ ଭାଗ୍ୟର ଶାଠ ମିଳିବ। ଆପଣ ଏହି ସମୟରେ ଅଧିକ ଧ୍ୟାନ ଦେବାକୁ ସକ୍ଷମ ହେବେ। ଏହା ସହିତ ଆପଣ ପଇସା ସଞ୍ଚୟ କରିବାକୁ ସକ୍ଷମ ହେବେ। ଆପଣ ଶେୟାର ମାର୍କେଟରେ ବିନିଯୋଗ କରି ପଇସା ସଞ୍ଚୟ କରିପାରିବେ। ଏହି ସମୟରେ ଶେୟାର ଓ ନୂଆ ବିନିଯୋଗକୁ ନେଇ ମହତ୍ୱପୂର୍ଣ ନିଷ୍ପତି ନେବା ଲାଭଦାୟକ ହେବ।
କୁମ୍ଭ ରାଶି
ବୁଧ କୁମ୍ଭ ରାଶିରେ ପଞ୍ଚମ ଓ ଅଷ୍ଟମ ଘରର ସ୍ବାମୀ ଓ ଏବେ ସେ ଏହି ରାଶିର ପ୍ରଥମ ଘରେ ଉଦୟ ହେବାକୁ ଯାଉଛନ୍ତି। ଏହି ସମୟରେ ଆପଣଙ୍କୁ ଅନୁକୂଳ ପରିଣାମ ମିଳିବାର ସମ୍ଭାବନା ଅଛି। ଆପଣ ନିଜର ସନ୍ତାନକୁ ବିକାଶ କରୁଥିବା ଦେଖିପାରିବେ। ଏହି ସମୟରେ ଆପଣ ଅଧିକ ବୁଦ୍ଧିମାନ ହେବେ। କୌଣସି ପ୍ରୟାସ କରିବା ସତ୍ବେ ଆପଣଙ୍କୁ ନିଜର ମାର୍ଗରେ ଚୈଲେଂଜ୍ ସାମ୍ନା କରିବାକୁ ପଡ଼ିପାରେ।
ଆପଣ ଏହି ସମୟକୁ ଆପଣଙ୍କ ବୃତ୍ତିଗତ ଜୀବନ ପାଇଁ ବହୁତ ଅନୁକୂଳ ପାଇବେ ନାହିଁ। ଏହି ସମୟ ମଧ୍ୟରେ ଆପଣଙ୍କ କ୍ୟାରିୟରରେ ଉନ୍ନତି ହେବାର ସମ୍ଭାବନା କମ ଅଛି। ଏହା ସହିତ, ଆପଣଙ୍କର ଉଚ୍ଚ ଅଧିକାରୀଙ୍କ ସହିତ ମତଭେଦ ହେବାର ସମ୍ଭାବନା ଅଛି। ଆପଣଙ୍କୁ ବିଦେଶରୁ ଚାକିରିର ସୁଯୋଗ ମିଳିପାରେ ଏବଂ ଆପଣ ସେଗୁଡ଼ିକୁ ପାଇ ଖୁସି ଅନୁଭବ କରିବେ। ଏହି ସମୟରେ ବ୍ୟବସାୟଙ୍କୁ ନିଜର ଆଶା ଅନୁସାରେ ଲାଭ ମିଳିବାର ସମ୍ଭାବନା ଅଛି।
ପାଆନ୍ତୁ କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
କୁମ୍ଭ ରାଶିରେ ବୁଧ ଉଦୟ: ଏହି ରାଶିର ଲୋକଙ୍କୁ ହେବ କ୍ଷତି
କର୍କଟ ରାଶି
କର୍କଟ ରାଶିର ତୃତୀୟ ଓ ଦ୍ଵାଦଶ ଘରର ସ୍ବାମୀ ବୁଧ ଗ୍ରହ ଓ ଏବେ ବୁଧଙ୍କର କୁମ୍ଭ ରାଶିରେ ଉଦୟ ହେବା ପରେ ଆପଣଙ୍କର ଅଷ୍ଟମ ଘରେ ରହିବେ। ଏହି ଗୋଚର ଆପଣଙ୍କ ପାଇଁ ଅନୁକୂଳ ରହିବ ନାହିଁ। ବହୁତ ପ୍ରୟାସ କରିବା ପରେ ମଧ୍ୟ ଆପଣଙ୍କୁ ଚୈଲେଂଜ୍ ସାମ୍ନା କରିବାକୁ ପଡ଼ିବ। ଏହି ସମୟରେ ଆପଣଙ୍କୁ ନିଜର ଇଚ୍ଛା ବିରୁଦ୍ଧରେ ଯାଇ ଯାତ୍ରା କରିବାକୁ ପଡ଼ିପାରେ। ଆପଣ ଓ ଆପଣଙ୍କର ପ୍ରିୟଜନଙ୍କ ମଧ୍ୟରେ ଭୁଲ ବୁଝାମଣା ହେବାର ଆଶଙ୍କା ଅଛି। ଆପଣଙ୍କୁ ନିଜର ଭାଇ-ଭଉଣୀଙ୍କ ସହିତ ସକାରାତ୍ମକ ସମ୍ପର୍କ ରଖିବାରେ ସମସ୍ଯା ହୋଇପାରେ। ଏହି ସମୟରେ ଆପଣଙ୍କୁ ତାଙ୍କ ଠାରୁ ସହଯୋଗ ମିଳିବ ନାହିଁ।
ବୁଧଙ୍କର କୁମ୍ଭ ରାଶିରେ ଉଦୟ ହେବା ସମୟରେ ଆପଣଙ୍କୁ ଅତ୍ୟଧିକ ବୃତ୍ତିଗତ ଚୈଲେଂଜ୍ ସାମ୍ନା କରିବାକୁ ପଡ଼ିପାରେ। ଏହା ସହିତ ଆପଣଙ୍କର ଖର୍ଚ୍ଚ ମଧ୍ୟ ବଢ଼ି[ଆରେ। ବ୍ୟବସାୟରେ ନିଜର ଆଶା ଅନୁଯାୟୀ ଲାଭ କରିବାରେ ସକ୍ଷମ ହେବେ ନାହିଁ। ଆପଣଙ୍କୁ ଏହି ସମୟରେ ଦୀର୍ଘକାଳୀନ ବିନିଯୋଗ ଓ କୌଣସୀ ବଡ଼ ବିନିଯୋଗ ନ କରିବାକୁ ପରାମର୍ଶ ଦିଆଯାଇଛି।
ବିଛା ରାଶି
ବୁଧ କୁମ୍ଭ ରାଶିରେ ଉଦୟ ହୋଇ ବିଛା ରାଶିର ଚତୁର୍ଥ ଘରେ ରହିବେ। ବୁଧ ଏହି ରାଶିର ଅଷ୍ଟମ ଓ ଏକାଦଶ ଘରର ସ୍ବାମୀ। ଆପଣଙ୍କୁ ଏହି ସମୟରେ କଷ୍ଟ ଲାଗିପାରେ କାରଣ ଏହି ସମୟରେ ଆପଣଙ୍କ ସାମ୍ନାରେ ଚୈଲେଂଜ୍ ଆସିପାରେ ଓ ଆପଣଙ୍କର ସୁଖ ସୁବିଧାରେ ମଧ୍ୟ ହ୍ରାସ ଘଟିପାରେ। ଆପଣଙ୍କ ଉପରେ ଅଧିକ ଚାପ ପଡ଼ିପାରେ। ଏହି କାରଣରୁ ଆପଣ ଖୁସି ରହିବେ ନାହିଁ। ବୃତ୍ତିଗତ ଜୀବନରେ ଆପଣ ଏହି ସମୟରେ ନିଜର କାର୍ଯ୍ୟକ୍ଷେତ୍ରରେ ପ୍ରଗତି କରିବାରେ ଅସଫଳ ରହିବେ। ହୋଇପାରେ ଆପଣଙ୍କୁ ନିଜର କ୍ୟାରିଅରରେ ଆଶା ଅନୁଯାୟୀ ଉନ୍ନତି ନ ମିଳିପାରେ।
ବ୍ୟବସାୟୀ ଏହି ସମୟରେ ଅଧିକ ପଇସା ରୋଜଗାର କରିବାରେ ଅସମର୍ଥ ରହିବେ। ଆପଣଙ୍କୁ ଧନ ହାନି ସାମ୍ନା କରିବାକୁ ପଡ଼ିପାରେ। ପରିସ୍ଥିତି ଯୋଗୁଁ ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ। ବୁଧଙ୍କର କୁମ୍ଭ ରାଶିରେ ଉଦୟ ସମୟରେ ଆପଣଙ୍କର ଖର୍ଚ୍ଚ ଅଧିକ ହେବ ଓ ରୋଜଗାର ବଢ଼ିବାର ସମ୍ଭାବନା ଅଛି। ରୋଜଗାରରେ ସୁଧାର ଆସିଲେ ମଧ୍ୟ ଆପଣ ସଞ୍ଚୟ କରି ପାରିବେ ନାହିଁ। ଏହା ଆପଣଙ୍କ ପାଇଁ ବଡ଼ ସମସ୍ଯା ହେବ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
କୁମ୍ଭ ରାଶିରେ ବୁଧ ଉଦୟ: ଉପାୟ
- ବୁଧ ଗ୍ରହଙ୍କର ପୂଜା କରିବାର ସବୁଠାରୁ ଭଲ ଉପାୟ ହେଉଛି ଓଁ ବ୍ରାଂ ବ୍ରୀଂ ବ୍ରୌଂ ସଃ ବୁଧାୟ ନମଃ ମନ୍ତ୍ର ଜପ କରିବା।
- ବୁଧଙ୍କୁ ଶାନ୍ତ କରିବା ପାଇଁ ଆପଣ ଶୁଆ, ପାରା ଓ ଅନ୍ୟ ପକ୍ଷୀଙ୍କୁ ଦାନା ଦେଇପାରିବେ।
- ବୁଧ ଗ୍ରହଙ୍କର ଅଶୁଭ ପ୍ରଭାବକୁ କମ କରିବା ପାଇଁ, ନିଜ ଖାଦ୍ୟ ଖାଇବା ପୂର୍ବରୁ ନିୟମିତ ଭାବରେ ଗାଈକୁ ଚାରା ଖୁଆଇବା ଉଚିତ।
- ବିଶେଷକରି ଗରିବ ପିଲାମାନଙ୍କୁ ଶାଗ ଏବଂ ଅନ୍ୟାନ୍ୟ ପତ୍ରଯୁକ୍ତ ପନିପରିବା ଭଳି ସବୁଜ ପନିପରିବା ଖାଇବାକୁ ଦିଅନ୍ତୁ କିମ୍ବା ଦାନ କରନ୍ତୁ।
- ପକ୍ଷୀମାନଙ୍କୁ ଭିଜା ସବୁଜ ମୁଗ ଡାଲି ଖାଇବାକୁ ଦେବା ଦ୍ୱାରା ମଧ୍ୟକୁଣ୍ଡଳୀରେ ବୁଧ ଗ୍ରହଙ୍କର ସ୍ଥିତି ସୁଦୃଢ଼ ହୁଏ।
- ବୁଧଙ୍କର କ୍ଷତିକାରକ ପ୍ରଭାବକୁ ହ୍ରାସ କରିବା ପାଇଁ, ମୁହଁର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା ମଧ୍ୟ ଏକ ଭଲ ଉପାୟ।
କୁମ୍ଭ ରାଶିରେ ବୁଧ ଉଦୟ: ବିଶ୍ବ ଉପରେ ପ୍ରଭାବ
ରସେୟାରଚ ଆଣ୍ଡ ଡେଭେଲପମେନ୍ଟ
- ବୁଧଙ୍କର କୁମ୍ଭ ରାଶିରେ ଉଦୟ ହେବା ଦ୍ବାରା ଅନେକ କ୍ଷେତ୍ରରେ ଖାସକରି ଇଞ୍ଜିନିୟରିଂ କ୍ଷେତ୍ରରେ ରିସର୍ଚ ଡେଭେଲପମେନ୍ଟକୁ ପ୍ରୋତ୍ସାହନ ମିଳିବ।
- ଏହି ସମୟରେ ରିସର୍ଚ ଓ ଡେଭେଲପମେନ୍ଟକୁ ଉତ୍ସାହ ମିଳିବ ଓ ବୈଜ୍ଞାନିକଙ୍କୁ ସେମାନଙ୍କର ଉଦ୍ଭାବନ ପାଇଁ ଏକ ଦୃଢ଼ ଭିତ୍ତିଭୂମି ନିର୍ମାଣ କରିବାରେ ସାହାଯ୍ୟ କରିବ।
- ବୁଧଙ୍କର ଉଦୟ ହେବା ଦେଶ ବିଦେଶର ଗବେଷକ, ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନେ ଏହା ଦ୍ୱାରା ଉପକୃତ ହେବେ।
ଉପଚାର ଓ ଚିକିତ୍ସା
- କୁମ୍ଭ ରାଶିରେ ବୁଧଙ୍କ ଉଦୟ ଚିକିତ୍ସା ଏବଂ ଉପଚାର କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ କ୍ୟାରିୟରକୁ ପ୍ରୋତ୍ସାହନ କରିବ, ଯେପରିକି ଆରୋଗ୍ୟକାରୀ, ଡାକ୍ତର, ଚିକିତ୍ସା କର୍ମଚାରୀ ଏବଂ ଟାରୋ ରିଡର୍ ଇତ୍ୟାଦି। ବୁଧ ଗ୍ରହଙ୍କର ପ୍ରଭାବ ସ୍ମରଣଶକ୍ତିକୁ ଦୃଢ଼ କରେ ଏବଂ ଧୈର୍ଯ୍ୟ ଏବଂ ଦକ୍ଷତାକୁ ପ୍ରୋତ୍ସାହିତ କରେ, ବିଶେଷକରି ଯେତେବେଳେ ଏହା ଶନି ରାଶିରେ ଥାଆନ୍ତି।
- ଡକ୍ଟର ଓ ମେଡିକାଲ ଷ୍ଟାଫ ଇତ୍ୟାଦି ନିଜର କାମରେ ଉନ୍ନତି ଦେଖିବେ।
- ମେଡିକାଲ କ୍ଷେତ୍ରରେ ନୂଆ ରିସର୍ଚ ଓ ଉଦ୍ଭାବନ ହେବ ଖାସକରି ଚିକିତ୍ସା କ୍ଷେତ୍ର ପାଇଁ ଲାଭବାନ ପ୍ରମାଣିତ ହେବ।
- ଯେଉଁ ଛାତ୍ର ଉଚ୍ଚ ଶିକ୍ଷା ଯେପରି ପିଏଚଡ଼ି ଓ ଅନ୍ୟ ଏଡଭାନ୍ସ ଡିଗ୍ରୀ କରୁଛନ୍ତି, ତାଙ୍କ ଅୟନ ଏହି ସମୟ ଲାଭକାରି ହେବ।
- କୋଉନ୍ସେଲିଂ କାମ କରିବା ଲୋକଙ୍କୁ ଲାଭ ହେବ।
- ସ୍କ୍ରାପ ମେଟାଲ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ। ଏହା ବ୍ୟତୀତ ଶନିଙ୍କ ସହିତ ସମ୍ବନ୍ଧିତ କୌଣସି ଅନ୍ୟ ବୃତ୍ତିର ଲୋକଙ୍କୁ ମଧ୍ୟ ଲାଭ ହେବ।
କୁମ୍ଭ ରାଶିରେ ବୁଧ ଉଦୟ: ସ୍ଟକ ମାର୍କେଟ ଉପରେ ପ୍ରଭାବ
26 ଫେବ୍ରୁୟାରୀ , 2025 ଦିନ ବୁଧ ଗ୍ରହ କୁମ୍ଭ ରାଶିରେ ଉଦୟ ହେବେ ଓ ଏହାର ପ୍ରଭାବ ସ୍ଟକ ମାର୍କେଟ ଉପରେ ମଧ୍ୟ ଦେଖାଯିବ। ଆଗକୁ ଆଷ୍ଟ୍ରୋସେଜ ଏଆଇ ଦ୍ବାରା କୁହାଯାଇଛି ଯେ ବୁଧଙ୍କର କୁମ୍ଭ ରାଶିରେ ଉଦୟ ହେବା ସ୍ଟକ ମାର୍କେଟ ଉପରେ କି ପ୍ରକାର ପ୍ରଭାବ ପକାଇବ।
- ସ୍ଟକ ମାର୍କେଟ ରିପୋର୍ଟ୍ ଅନୁସାରେ ମିଡିଆ, ପ୍ରସାରଣ ଓ ଦୂରସଞ୍ଚାର ସମ୍ବନ୍ଧିତ ଉଦ୍ଯୋଗ ଭଲ ପ୍ରଦର୍ଶନ କରିବେ।
- ଅଟୋମୋବାଇଲ୍ ଉଦ୍ଯୋଗରେ ତୀବ୍ରତା ଆସିବ ଓ ଏହାର ସ୍ଟକ ମାର୍କେଟ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ।
- ଏହି ସମୟ ସଂସ୍ଥାନ, ଆମଦାନି ଏବଂ ରପ୍ତାନି ପରି ସମସ୍ତ କ୍ଷେତ୍ର ଭଲ ପ୍ରଦର୍ଶନ କରିବେ।
- ଫାର୍ମାଶିଉଟିକାଲ ଓ ସର୍ବଜନୀକ କ୍ଷେତ୍ର ଭଲ ପ୍ରଦର୍ଶନ କରୁଥିବା ଦେଖାଯିବେ।
- ଟ୍ରାଂସପୋର୍ଟ୍ କର୍ପୋରେଶନର ଉଦ୍ଯୋଗରେ ମଧ୍ୟ ତୀବ୍ରତା ଆସିବାର ଆଶା ଅଛି।
- ହେଭି ଗିୟରସ୍ ଓ ମେଶିନାରି ଇତ୍ୟାଦିର ନିର୍ମାଣ ବଢ଼ିବ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ଜ୍ୟୋତିଶଶାସ୍ତ୍ରରେ ବୁଧ ଉଦୟ ହେବାର ଅର୍ଥ କ’ଣ?
ସୂର୍ଯ୍ୟଙ୍କ ଠାରୁ ଦୂରେଇ ଗଲେ ବୁଧ ଅସ୍ତ ଅବସ୍ଥାରୁ ବାହାରି ଉଦୟ ହୁଅନ୍ତି।
2. କ’ଣ କୁମ୍ଭ ବୁଧଙ୍କର ମିତ୍ର ରାଶି?
ହଁ କୁମ୍ଭ ବୁଧଙ୍କର ମିତ୍ର ରାଶି।
3. କ’ଣ ବୁଧ ଏକ ଶୁଭ ଗ୍ରହ?
ହଁ, ବୁଧ ଏକ ମଙ୍ଗଳାକାରୀ ଗ୍ରହ।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025