ବୁଧଙ୍କର କୁମ୍ଭ ରାଶିରେ ଗୋଚର (11 ଫେବ୍ରୁୟାରୀ 2024)
ଆଷ୍ଟ୍ରୋସେଜର୍ ଏହି ଆର୍ଟିକଲ୍ ରେ ଆପଣ ଜାଣିବାକୁ ପାଇବେ ବୁଧଙ୍କର କୁମ୍ଭ ରାଶିରେ ଗୋଚର ବିଷୟରେ ସମସ୍ତ ସୂଚନା। ବୁଦ୍ଧି ଓ ଜ୍ଞାନର ଦେବତା ବୁଧ ଗ୍ରହ 11 ଫେବ୍ରୁୟାରୀ 2025 ଦ୍ଵିପ୍ରହର 12:41 ମିନିଟରେ କୁମ୍ଭ ରାଶିରେ ଗୋଚର କରିବାକୁ ଯାଉଛନ୍ତି। କୁମ୍ଭ ରାଶିର ସ୍ବାମୀ ଗ୍ରହ ଶନି ଦେବ ଓ ଏହି କାରଣରୁ ସେ ଛାତ୍ରମାନେ ଉଚ୍ଚ ସ୍ତରର ଦକ୍ଷତା ସହିତ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବାକୁ ସକ୍ଷମ ହେବେ। ଏହି ଲୋକ ଟ୍ରେଡ ଓ ଶେୟାର ମାର୍କେଟରେ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ ଓ ସେଥିରେ ଲାଭ କରିପାରିବେ।

Read Here In English: Mercury Transit In Aquarius
ଏହା ବ୍ୟତୀତ ବୁଧଙ୍କର କୁମ୍ଭ ରାଶିରେ ଗୋଚର କରିବା ଯୋଗୁଁ ଶିକ୍ଷା ଓ ବ୍ଯବସାୟିକ କାର୍ଯ୍ୟରେ ନିଜର ବୁଦ୍ଧିମଣି ଦେଖାଇବାକୁ ସକ୍ଷମ ହେବେ। ଏହି ଲୋକଙ୍କୁ ବ୍ୟବସାୟରେ ଅଧିକ ଆୟ ହେବାର ଆଶା ଅଛି। ବ୍ୟବସାୟ କ୍ଷେତ୍ରରେ ନିଜର ବିଶେଷଜ୍ଞତା ଦେଖାଇବାରେ ସକ୍ଷମ ହେବେ। ପଢ଼ା ହେଉ କିମ୍ବା ବିଜନେସ କିମ୍ବା ପଇସା ରୁ ଲାଭ କରିବା, ଏହି ଲୋକ ଧୀରେ ଧୀରେ ପ୍ରଗତି କରିବେ ଓ ଲାଭ କରିବେ।
हिंदी में पढ़ने के लिए यहां क्लिक करें: बुध का कुंभ राशि में गोचर
କୁମ୍ଭ ରାଶିରେ ବୁଧଙ୍କର ଗୋଚର: ରାଶି ଅନୁସାରେ ପ୍ରଭାବ ଓ ଉପାୟ
ମେଷ ରାଶି
ମେଷ ରାଶିର ଲୋକଙ୍କ ପାଇଁ ତୃତୀୟ ଓ ଷଷ୍ଠ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଏକାଦଶ ଘରେ ଗୋଚର କରିବା ପାଇଁ ଯାଉଛନ୍ତି।
ବୁଦ୍ଧଙ୍କର ଏକାଦଶ ଘରେ ହେବା ଯୋଗୁଁ ଆପଣଙ୍କୁ ନିଜର ପ୍ରୟାସରେ ବଡ଼ ସହଜରେ ସଫଳତା ମିଳିବାର ଯୋଗ ଅଛି। ବୁଧଙ୍କର କୁମ୍ଭ ରାଶିରେ ଗୋଚର ସମୟରେ ଆପଣଙ୍କୁ ଲମ୍ବା ଯାତ୍ରା କରିବାର ସୁଯୋଗ ମିଳିବ ଏବଂ ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ ଆସିବାର ସଙ୍କେତ ଅଛି।
କୁମ୍ଭ ରାଶିରେ ବୁଧଙ୍କର ଗୋଚର ସମୟରେ କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ନିଜର ପ୍ରେସ ଯୋଗୁଁ ଭାଗ୍ଯର ସାଥ ମିଳିପାରେ। ଆପଣଙ୍କ ପାଇଁ ବିଦେଶ ଯାତ୍ରାର ଯୋଗ ମଧ୍ୟ ଅଛି।
ବ୍ୟବସାୟ ଦୃଷ୍ଟିରୁ ବ୍ୟବସାୟୀଙ୍କୁ ଲାଭ କରିବାର ମାର୍ଗରେ ଚାପ ଅନୁଭବ ହୋଇପାରେ।
ଧନ ମାମଲାରେ ଏହି ସମୟରେ ଖର୍ଚ୍ଚରେ ବୃଦ୍ଧି ହେବା ଯୋଗୁଁ ଆପଣଙ୍କର ଆର୍ଥିକ ସ୍ଥିତି ଟିକେ ଦୁର୍ବଳ ହୋଇପାରେ।
ବ୍ୟକ୍ତିଗତ ଜୀବନରେ ଆପଣଙ୍କୁ ନିଜର ପାର୍ଟନର ସହିତ କଥାବାର୍ତା ସମ୍ବନ୍ଧିତ ସମସ୍ଯା ହୋଇପାରେ। ଏହି କାରଣରୁ ଆପଣଙ୍କୁ ନିଜର ସମ୍ପର୍କ ଉପରେ ନିୟନ୍ତ୍ରଣ ରଖିବାରେ ସମସ୍ଯା ହୋଇପାରେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଗୋଚର ସମୟରେ ଆପଣଙ୍କୁ କାନ୍ଧରେ ଦରଜ ହୋଇପାରେ। ଏହି କାରଣରୁ ଆପଣଙ୍କର ଚାପ ବହୁତ ବଢ଼ିବାର ଆଶଙ୍କା ଅଛି।
ଉପାୟ: ବୁଧବାର ଦିନ ବୁଧ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ବୃଷ ରାଶି
ବୃଷ ରାଶିର ଲୋକ ଦ୍ଵିତୀୟ ଓ ପଞ୍ଚମ ଘରର ସ୍ବାମୀ ବୁଧ ଗ୍ରହ ଓ ଏବେ ସେ ଆପଣଙ୍କର ଦଶମ ଘରେ ଗୋଚର କରିବାକୁ ଯାଉଛନ୍ତି।
ବୁଧଙ୍କର ଏହି ଗୋଚର ସମୟରେ ଆପଣଙ୍କୁ ଧନ ସମ୍ବନ୍ଧିତ ସମସ୍ଯା ହୋଇପାରେ। ଏହା ସହିତ ଆପଣଙ୍କର ବ୍ୟକ୍ତିଗତ ଜୀବନରେ ମଧ୍ୟ ସମସ୍ଯା ହୋଇପାରେ। ଅନ୍ୟ ପଟେ, ଆପଣଙ୍କୁ ହଠାତ ଲାଭ ହେବାର ସମ୍ଭାବନା ଅଛି।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ନିଜର ସହକର୍ମୀ ଓ ଉଚ୍ଚ ଅଧିକାରୀଙ୍କ ସହିତ ତାଳମେଳ କିମ୍ବା ଭଲ ସମ୍ବନ୍ଧ ରଖିବାରେ ସମସ୍ଯା ହୋଇପାରେ। ସମ୍ଭାବନା ଅଛି ଯେ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର କାମରେ ଆପଣଙ୍କୁ ପ୍ରଶଂସା ମିଳିବ।
ବୁଧଙ୍କର କୁମ୍ଭ ରାଶିରେ ଗୋଚର ସମୟରେ ବ୍ୟବସାୟ କ୍ଷେତ୍ରରେ ବ୍ୟବସାୟୀଙ୍କୁ ସେହି ଲାଭ ମିଳିବ ନାହିଁ ଯାହା ସେ ଆଶା କରିଥିଲେ।
ବୃତ୍ତିଗତ ସ୍ତରରେ ଯୋଜନାର ଅଭାବ ଓ ଅନାବଶ୍ୟକ ଖର୍ଚ୍ଚ ଯୋଗୁଁ ଆପଣଙ୍କୁ ଧନ ହାନି ହେବାର ଅଛି। କୁମ୍ଭ ରାଶିରେ ବୁଧଙ୍କର ଗୋଚର କରିବା ସମୟରେ ଆପଣ ପଇସା ରୋଜଗାର କରିବାରେ ଅସମର୍ଥ ହୋଇ ପାରନ୍ତି।
ବ୍ୟକ୍ତିଗତ ଜୀବନରେ ଆପଣଙ୍କର କଥା ଆପଣଙ୍କର ଜୀବନସାଥୀ ଖୁସି ହୋଇ ନ ପାରନ୍ତି ଓ ଏହି କାରଣରୁ ଆପଣଙ୍କର ଖୁସି ହ୍ରାସ ହୋଇପାରେ।
ଆପଣଙ୍କୁ ଏହି ଗୋଚର ସମୟରେ ନିଜର ସ୍ବାସ୍ଥ୍ୟକୁ ନେଇ ଅଧିକ ସାବଧାନ ରହିବାର ଆବଶ୍ୟକତା ଅଛି କାରଣ ଆପଣଙ୍କୁ ଦାନ୍ତରେ ଦରଜ ଓ ଅକ୍ଷୟ ସମ୍ବନ୍ଧୀୟ ସମସ୍ଯା ହୋଇପାରେ।
ଉପାୟ: ଆପଣ ମଙ୍ଗଳବାର ଦିନ କେତୁଙ୍କ ପାଇଁ ଯଜ୍ଞ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ମିଥୁନ ରାଶିର ଲୋକଙ୍କ ପାଇଁ ଦ୍ଵିତୀୟ ଓ ଚତୁର୍ଥ ଘରର ସ୍ବାମୀ ହେଉଛନ୍ତି ବୁଧ ଗ୍ରହ ଯିଏ ଏବେ ଆପଣଙ୍କର ନବମ ଘରେ ରହିବେ।
ବୁଧ ଆପଣଙ୍କର ରାଶିର ନବମ ଘରେ ରହିବା ଯୋଗୁଁ ଆପଣଙ୍କର ସୁଖ ସୁବିଧାରେ ବୃଦ୍ଧି ଦେଖିବାକୁ ମିଳିବ। ଏହା ସହିତ ଆପଣଙ୍କୁ ନିଜର ବଡ଼ଙ୍କର ଭଲ ସହଯୋଗ ପ୍ରାପ୍ତ ହେବାର ଆଶା ଅଛି ।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ଲମ୍ବା ଯାତ୍ରା କରିବାକୁ ପଡ଼ିପାରେ। ଏହି ଯାତ୍ରାରୁ ଆପଣଙ୍କର ଉଦ୍ଦେଶ୍ୟ ପୂରଣ ହେବ।
ବ୍ୟବସାୟ କ୍ଷେତ୍ରରେ ବୁଧ ଏହି ଗୋଚର ସମୟରେ ଆପଣଙ୍କୁ ଭାଗ୍ଯ ସମର୍ଥନ କରିବ ଓ ଏହି କାରଣରୁ ଆପଣଙ୍କୁ ନୂଆ ବ୍ଯବସାୟିକ ଅର୍ଡର ମିଳିପାରେ।
ବୃତ୍ତିଗତ ସ୍ତରରେ ଭାଗ୍ଯର ସମର୍ଥନ ମିଳିବ ଯୋଗୁଁ ଆପଣଙ୍କୁ ଧନ ଲାଭ ହେବାର ସଙ୍କେତ ଅଛି। ଏହି କାରଣରୁ ଆପଣ ଅଧିକ ଧନ ସଞ୍ଚୟ କରିବାକୁ ସକ୍ଷମ ହୋଇ ପାରନ୍ତି।
ମିଥୁନ ରାଶିର ଲୋକଙ୍କର ନିଜର ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ, ଆପଣଙ୍କର କଥା ଦ୍ବାରା ଜୀବନସାଥୀକୁ ଖୁସି ମିଳିବ ଓ ଏହି କାରଣରୁ ଆପଣ ତାଙ୍କ ସହିତ ଭଲ ତାଳମେଳ ରଖିପାରିବେ।
ସ୍ବାସ୍ଥ୍ୟ ମାମଲାରେ କୁମ୍ଭ ରାଶିରେ ବୁଧଙ୍କର ଗୋଚର କରିବା ସମୟରେ ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବା ଯୋଗୁଁ ଆପଣଙ୍କର ସ୍ବାସ୍ଥ୍ୟ ଉପରେ ମଧ୍ୟ ଭଲ ପ୍ରଭାବ ପଡ଼ିପାରେ।
ଉପାୟ: ଆପଣ ଶନିବାର ଦିନ ଶନି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
କର୍କଟ ରାଶି
ବୁଧ କର୍କଟ ରାଶିର ଲୋକଙ୍କ ପାଇଁ ତୃତୀୟ ଓ ଦ୍ଵାଦଶ ଘରର ସ୍ବାମୀ ଓ ଏବେ ଗୋଚର ସମୟରେ ଆପଣଙ୍କର ଅଷ୍ଟମ ଘରେ ରହିବେ।
ଏହି ଗୋଚର ସମୟରେ, ଆପଣଙ୍କୁ ହଠାତ ଲାଭ ମିଳିବାର ଆଶା କରାଯାଉଛି। ତଥାପି, ଯାତ୍ରା ସମୟରେ ଆପଣଙ୍କର କିଛି ମୂଲ୍ୟବାନ ଜିନିଷ ହଜି ଯାଇପାରେ। ଏହି ସମୟ ମଧ୍ୟରେ, ଆପଣଙ୍କର ନକାରାତ୍ମକ ଏବଂ ସକାରାତ୍ମକ ଅଭିଜ୍ଞତା ହେବାର ସମ୍ଭାବନା ଅଛି। କ୍ୟାରିଅର କ୍ଷେତ୍ରରେ, ବହୁତ ଅଧିକ ଅର୍ଡର ପାଇବା ହେତୁ ଚାକିରି କରୁଥିବା ଲୋକଙ୍କ ଉପରେ କାର୍ଯ୍ୟ ଚାପ ବଢ଼ିପାରେ।
କୁମ୍ଭ ରାଶିରେ ବୁଧଙ୍କର ଗୋଚର ସମୟରେ ବ୍ୟବସାୟ ବିଷୟରେ କହିଲେ, ଆପଣଙ୍କୁ ଅଧିକ ଲାଭ କରିବାରରେ ଓ ନିଜର ନୂଆ ବ୍ଯବସାୟିକ ରଣନୀତି ପ୍ରସ୍ତୁତ କରିବା ପାଇଁ ଅଧିକ ସାମଞ୍ଜସ୍ୟ ରଖିବାର ଆବଶ୍ୟକ ଅଛି।
ଧନ ମାମଲାରେ ବୁଧଙ୍କର କୁମ୍ଭ ରାଶିର ଗୋଚର ସମୟରେ ଆପଣଙ୍କୁ ଅତ୍ୟଧିକ ସାବଧାନ ରହିବାର ଆବଶ୍ୟକତା ଅଛି କରଣ ଏହି ସମୟରେ ଆପଣଙ୍କୁ ଧନ ହାନି ହୋଇପାରେ।
ବ୍ୟକ୍ତିଗତ ଜୀବନରେ ଆପଣଙ୍କର କଥା ଯୋଗୁଁ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ତିକ୍ତତା ଆସିପାରେ। ନିଜର ଜୀବନସାଥୀ ସହିତ ଆପଣଙ୍କର ସମ୍ପର୍କ ଖରାପ ହୋଇପାରେ।
ସ୍ବାସ୍ଥ୍ୟ ମାମଲାରେ ଆପଣଙ୍କୁ ଅଣ୍ଟା ଦରଜ ଓ ଜଙ୍ଘ ଏବଂ ପାଦରେ ଦରଜ ହୋଇପାରେ। ଆପଣଙ୍କୁ ଚାପରୁ ବଞ୍ଚିବାର ପରାମର୍ଶ ଦିଅଯାଇଛି।
ଉପାୟ: ଆପଣ ବୃହସ୍ପତିବାର ଦିନ ଭଗବାନ ରୁଦ୍ରଙ୍କ ପାଇଁ ଯଜ୍ଞ କରନ୍ତୁ।
ସିଂହ ରାଶି
ସିଂହ ରାଶିର ଲୋକଙ୍କ ପାଇଁ ଦ୍ଵିତୀୟ ଓ ଏକାଦଶ ଘରର ସ୍ବାମୀ ହେଉଛନ୍ତି ବୁଧ ଓ ଏବେ ଆପଣଙ୍କର ସପ୍ତମ ଘରେ ଗୋଚର କରିବେ।
କୁମ୍ଭ ରାଶିରେ ବୁଧଙ୍କର ଗୋଚର ସମୟରେ ଆପଣ ସୁଖର ସମୟ ଓ ଯାତ୍ରାର ଆନନ୍ଦ ନେବେ।
କ୍ୟାରୀଅରରେ ଆପଣ ନିଜର କାର୍ଯ୍ୟକ୍ଷେତ୍ରରେ ଯାହା ପ୍ରୟାସ କରୁଛନ୍ତି, ସେଥିରେ ଭଲ ପରିଣାମ ପାଇବାର ଆଶା ଅଛି। ଆପଣଙ୍କ କାମର ପ୍ରଶଂସା ହେବ।
ସିଂହ ରାଶିର ଲୋକଙ୍କ ପାଇଁ ବ୍ୟବସାୟ ବିଷୟରେ କହିଲେ, ଏହି ସମୟରେ ଆପଣ ନିଜର ପ୍ରୟାସ ଯୋଗୁଁ ଭଲ ଲାଭ କରିବାକୁ ସକ୍ଷମ ହେବେ।
କୁମ୍ଭ ରାଶିରେ ବୁଧଙ୍କ ଗୋଚର ସମୟରେ, ଆପଣ ଆର୍ଥିକ ସ୍ତରରେ ଅଧିକ ଟଙ୍କା ରୋଜଗାର କରିବେ ଏବଂ ଟଙ୍କା ସଞ୍ଚୟ କରିବାରେ ମଧ୍ୟ ସଫଳ ହେବେ।
ଆପଣଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ଏହି ସମୟରେ ଆପଣଙ୍କ ଏବଂ ଆପଣଙ୍କ ଜୀବନସାଥୀଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ରହିବ ଏବଂ ଆପଣ ତାଙ୍କ ସହିତ ଭଲ ସମନ୍ୱୟ ରଖିପାରିବେ। ଏହା ଦୁହିଁଙ୍କ ମଧ୍ୟରେ ସମ୍ପର୍କକୁ ମଜବୁତ କରିବ।
ଏହି ସମୟରେ ଆପଣ ଶକ୍ତି ଓ ଉତ୍ସାହ ଅନୁଭବ କରିବେ ଓ ଏହାର ସକରାତ୍ମମକ ପ୍ରଭାବ ଆପଣଙ୍କର ସ୍ବାସ୍ଥ୍ୟ ଉପରେ ଦେଖିବାକୁ ମିଳିବ।
ଉପାୟ: ଆପଣ ସୋମବାର ଦିନ ଚନ୍ଦ୍ରଙ୍କ ପାଇଁ ଯଜ୍ଞ କରନ୍ତୁ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
କନ୍ୟା ରାଶି
କନ୍ୟା ରାଶିର ଲୋକଙ୍କ ପାଇଁ ପ୍ରଥମ ଓ ଦଶମ ଘରର ସ୍ବାମୀ ଓ ଏବେ ବୁଧ ଆପଣଙ୍କର ଷଷ୍ଠ ଘରେ ଗୋଚର କରିବେ।
ବୁଧଙ୍କର ଏହି ସ୍ଥିତି ଯୋଗୁଁ ଆପଣଙ୍କୁ ଦୁଃଖ ଓ ଧନ ସମ୍ବନ୍ଧିତ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଆପଣଙ୍କର ଋଣ ନେବାର ଆଶଙ୍କା ଅଛି।
କୁମ୍ଭ ରାଶିରେ ବୁଧଙ୍କ ଗୋଚର ଯୋଗୁଁ, କ୍ୟାରିଅର କ୍ଷେତ୍ରରେ ଆପଣଙ୍କ ଉଚ୍ଚ ଅଧିକାରୀ ଏବଂ ସହକର୍ମୀଙ୍କ ସହିତ ସୁସମ୍ପର୍କ କିମ୍ବା ସମନ୍ୱୟ ବଜାୟ ରଖିବାରେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆପଣଙ୍କ କାମରେ ଭୁଲ ହେବାର ମଧ୍ୟ ସମ୍ଭାବନା ଅଛି। ବ୍ୟବସାୟ କ୍ଷେତ୍ରରେ, ଅଧିକ ଲାଭ ପାଇବାରେ ଭାଗ୍ଯ ଆପଣଙ୍କ ସହାୟ ନ ହୋଇପାରେ। ଆପଣଙ୍କ ପାଇଁ ଲାଭ କରିବା ସହଜ ହେବ ନାହିଁ। ଆପଣଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିପାରେ।
ଆର୍ଥିକ ବିଷୟରେ କହିବାକୁ ଗଲେ, କୁମ୍ଭ ରାଶିରେ ବୁଧଙ୍କ ଗୋଚର ସମୟରେ ଆପଣଙ୍କ ପାଇଁ ଆର୍ଥିକ ଲାଭର ସମ୍ଭାବନା ଅଛି କିନ୍ତୁ ଏହି ଟଙ୍କା ଆପଣଙ୍କ ପାଖରେ ନ ରହିବାର ମଧ୍ୟ ସମ୍ଭାବନା ଅଛି।
ଆପଣଙ୍କ ବ୍ୟକ୍ତିଗତ ଜୀବନରେ, ଆପଣ ଏବଂ ଆପଣଙ୍କ ସାଥୀଙ୍କ ମଧ୍ୟରେ ପାରସ୍ପରିକ ସମନ୍ୱୟ ହ୍ରାସ ପାଇପାରେ। ଏହି କାରଣରୁ, ଦୁହିଁଙ୍କ ମଧ୍ୟରେ ମତଭେଦ ହେବାର ସମ୍ଭାବନା ଅଛି।
ସ୍ୱାସ୍ଥ୍ୟ ଦୃଷ୍ଟିରୁ, ପାଗ ପରିବର୍ତ୍ତନ ହେବା ଯୋଗୁଁ ଆପଣଙ୍କୁ ଏହି ଗୋଚର ସମୟରେ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆପଣଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପରାମର୍ଶ ଦିଆଯାଉଛି।
ଉପାୟ: ଆପଣ ମଙ୍ଗଳବାର ଦିନ ମା ଦୂର୍ଗାଙ୍କ ପାଇଁ ଯଜ୍ଞ କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶି
ବୁଧ ତୁଳା ରାଶିର ଲୋକଙ୍କ ପାଇଁ ନବମ ଓ ଦ୍ଵାଦଶ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ପଞ୍ଚମ ଘରେ ଗୋଚର କରିବେ।
ତୁଳା ରାଶିର ପଞ୍ଚମ ଘରେ ବୁଧଙ୍କ ଉପସ୍ଥିତି ଯୋଗୁଁ, ଆଧ୍ୟାତ୍ମିକ କାର୍ଯ୍ୟରେ ଆପଣଙ୍କର ଆଗ୍ରହ ବୃଦ୍ଧି ପାଇପାରେ ଏବଂ ଏହା ଆପଣଙ୍କୁ ସଫଳତା ହାସଲ କରିବାରେ ସାହାଯ୍ୟ କରିବ। ଆପଣଙ୍କୁ ଆଧ୍ୟାତ୍ମିକ ଯାତ୍ରାରେ ଯିବାର ସୁଯୋଗ ମଧ୍ୟ ମିଳିପାରେ।
କ୍ୟାରୀଅର କ୍ଷେତ୍ରରେ ଆପଣ ମନୋବଳ ଓ ଆତ୍ମବିଶ୍ବାସ ସହିତ ଭଲ ସଫଳତା ହାସଲ କରିବେ ଓ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଅନୁକୂଳ ପରିଣାମ ମିଳିବାର ସମ୍ଭାବନା ଅଛି।
ବ୍ୟବସାୟ ବିଷୟରେ କହିଲେ ଆପଣ ଟ୍ରେଡ ଓ ଶେୟାର ମାର୍କେଟରେ ବ୍ୟବସାୟରେ ଭଲ ପ୍ରଦର୍ଶନ କରିବେ। ଏହା ଦ୍ବାରା ଆପଣଙ୍କୁ ଅଧିକ ଲାଭ ହେବ ଓ ଆପଣ ବିକାଶ କରିବେ।
ଆର୍ଥିକ ଜୀବନ ଦୃଷ୍ଟିରୁ, ଆପଣ ଏହି ସମୟରେ ବହୁତ ଟଙ୍କା ରୋଜଗାର କରିବେ ଏବଂ ଟଙ୍କା ସଞ୍ଚୟ ମଧ୍ୟ କରିପାରିବେ। ଆପଣଙ୍କ ବ୍ୟକ୍ତିଗତ ଜୀବନରେ, ଆପଣଙ୍କ ମିଠା କଥା ଆପଣଙ୍କ ଜୀବନସାଥୀଙ୍କୁ ଖୁସି କରିପାରିବ ଏବଂ ଆପଣ ମଧ୍ୟ ଖୁସି ହେବେ। ଏହିପରି ଦୁହିଁଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ସ୍ଥାପିତ ହେବ। ଏହି ସମୟରେ, ସାହସିକତା ଯୋଗୁଁ, ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ।
ଉପାୟ: ଆପଣ ମଙ୍ଗଳବାର ଦିନ ଭଗବାନ ଗଣେଶଙ୍କ ପାଇଁ ଯଜ୍ଞ କରନ୍ତୁ।
ବିଛା ରାଶି
ବୁଧ ଆପଣଙ୍କର ଅଷ୍ଟମ ଓ ଏକାଦଶ ଘରର ସ୍ବାମୀ ଓ ଏବେ ଆପଣଙ୍କର ଚତୁର୍ଥ ଘରେ ଗୋଚର କରିବାକୁ ଯାଉଛନ୍ତି।
ଏହି ଗୋଚର ସମୟରେ ଆପଣଙ୍କ ପରିବାରରେ କିଛି ଅସୁବିଧା ହେବାର ସଙ୍କେତ ଅଛି। ଆପଣଙ୍କୁ କୌଣସି ଅଜଣା ସ୍ଥାନକୁ ଯିବାକୁ ପଡ଼ିପାରେ ଏବଂ ଏହା ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ। କ୍ୟାରିୟରରେ ଅଧିକ ବ୍ୟସ୍ତ ରହିବା ହେତୁ ଆପଣ ଅଧିକ କାମର ଚାପ ଅନୁଭବ କରିପାରନ୍ତି। ବୁଧ କୁମ୍ଭ ରାଶିରେ ଗୋଚର କରିବା ବେଳେ, ବ୍ୟବସାୟୀମାନେ ବ୍ୟବସାୟ କ୍ଷେତ୍ରରେ ଆଶା କରୁଥିବା ଲାଭ ପାଇପାରିବେ ନାହିଁ। ଆର୍ଥିକ ଦୃଷ୍ଟିରୁ, ଯୋଜନାର ଅଭାବ ଏବଂ ଅନାବଶ୍ୟକ ଖର୍ଚ୍ଚ ହେତୁ ଆପଣଙ୍କର ଟଙ୍କା ହରାଇବାର ସମ୍ଭାବନା ଅଛି। ସେହିପରି, କୁମ୍ଭ ରାଶିରେ ବୁଧଙ୍କ ଗୋଚର ସମୟରେ, ଆପଣ ଅଧିକ ଟଙ୍କା ରୋଜଗାର କରିପାରିବେ ନାହିଁ।
ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ, ଆପଣଙ୍କର କଥା ଆପଣଙ୍କର ଜୀବନସାଥୀକୁ ସନ୍ତୁଷ୍ଟ କରି ପାରିବ ନାହିଁ। ଆପଣଙ୍କୁ ନିଜର ପାର୍ଟନର ପ୍ରତି ଅଧିକ ସହଯୋଗ ଦେଖାଇବା ଆବଶ୍ୟକ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କର ମାଙ୍କର ଜଙ୍ଘ ଓ ପାଦରେ ଦରଜ ହେବାର ଆଶଙ୍କା ଅଛି। ଏହି କାରଣରୁ ତାଙ୍କର ସ୍ବାସ୍ଥ୍ୟ ଉପରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ।
ଉପାୟ: ମଙ୍ଗଳବାର ଦିନ ମଙ୍ଗଳ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି
ବୁଧ ଧନୁ ରାଶିରେ ସପ୍ତମ ଓ ଦଶମ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ତୃତୀୟ ଘରେ ଗୋଚର କରିବାକୁ ଯାଉଛନ୍ତି।
କୁମ୍ଭ ରାଶିରେ ବୁଧଙ୍କର ଗୋଚର କରିବା ସମୟରେ ଆପଣଙ୍କୁ ନିଜର ବନ୍ଧୁ ଓ ସାଥୀ ସହିତ ଅଧିକ ଯାତ୍ରା କରିବାର ସୁଯୋଗ ମିଳିପାରେ। ଏହା ସହିତ ଆପଣଙ୍କୁ ନିଜର ବନ୍ଧୁଙ୍କର ସହଯୋଗ ମିଳିବ।
କ୍ୟାରୀଅର କ୍ଷେତ୍ରରେ ବୁଧଙ୍କର କୁମ୍ଭ ରାଶିରେ ଗୋଚର ସମୟରେ ଆପଣ ଚାକିରିରେ ଅନେକ ପରିବର୍ତ୍ତନ ଦେଖିବେ। ଏହି ପରିବର୍ତ୍ତନ ଆପଣଙ୍କୁ ଖୁସି ଓ ସନ୍ତୁଷ୍ଟ କରିବ।
ବ୍ୟବସାୟ ବିଷୟରେ କହିଲେ ଏହି ଗୋଚର ସମୟରେ ବ୍ୟବସାୟୀଙ୍କୁ ନିଜର କ୍ଷେତ୍ରରେ ଅନେକ ଅସଫଳତା ସାମ୍ନା କରିବାକୁ ପଡ଼ିପାରେ। ସମ୍ଭାବନା ଅଛି ଆପଣଙ୍କୁ ନିଜର ବିଜନେସ ଡୀଲ ରୁ ପର୍ଯ୍ୟାପ୍ତ ଲାଭ ମିଳିବ ନାହିଁ।
ବୃତ୍ତିଗତ ଜୀବନରେ ଆପଣ ବହୁତ ପଇସା ରୋଜଗାର କରିବେ ଓ ଅଧିକ ଧନ ସଞ୍ଚୟ କରିବାରେ ସକ୍ଷମ ହେବେ।
କୁମ୍ଭ ରାଶିରେ ବୁଧଙ୍କର ଗୋଚର କରିବା ଯୋଗୁଁ ଆପଣ ନିଜର ଜୀବନସାଥୀ ସହିତ ଖୁସି ରହିବେ ଓ ନିଜର ପାର୍ଟନର ସହିତ ଭଲ ବିଚାର ବାଣ୍ଟିବେ।
ଆପଣଙ୍କ ଭିତରେ ଥିବା ଶକ୍ତି ଯୋଗୁଁ ଆପଣ ଏହି ସମୟରେ ଉତ୍ତମ ସ୍ବାସ୍ଥ୍ୟର ଆନନ୍ଦ ନେବେ।
ଉପାୟ: ଆପଣ ବୃହସ୍ପତିବାର ଦିନ ବୃହସ୍ପତି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ମକର ରାଶି
ମକର ରାଶିର ଲୋକଙ୍କ ପାଇଁ ଷଷ୍ଠ ଓ ନବମ ଘରର ସ୍ବାମୀ ହେଉଛନ୍ତି ବୁଧ ଯିଏ ଏବେ ଆପଣଙ୍କର ଦ୍ଵିତୀୟ ଘରେ ଗୋଚର କରିବାକୁ ଯାଉଛନ୍ତି।
କୁମ୍ଭ ରାଶିରେ ବୁଧଙ୍କର ଗୋଚର କରିବା ସମୟରେ ଆପଣଙ୍କୁ ନିଜର ଭାଗ୍ୟର ସାଥ ମିଳିବ ନାହିଁ। ଏହା ସହିତ ଏହି ସମୟରେ ଆପଣଙ୍କୁ ଟିକେ ସଂଘର୍ଷ କରିବାକୁ ପଡ଼ିବ। ଆପଣଙ୍କର ନିଜ ପିତାଙ୍କ ସହିତ ଯୁକ୍ତି ହେବାର ଆଶଙ୍କା ଅଛି।
କ୍ୟାରୀଅର କ୍ଷେତ୍ରରେ ବୁଧଙ୍କର କୁମ୍ଭ ରାଶିରେ ଗିଚାର ସମୟରେ ଆପଣଙ୍କର ଅଧିକ ଲାଭ କରିବାରେ ଉତ୍ଥାନ-ପତନ ସାମ୍ନା କରିବାକୁ ପଡ଼ିପାରେ। ଏହା ବ୍ୟତୀତ ଆପଣଙ୍କର ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ ନାହିଁ।
ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ହରହାରି ଲାଭ ହେବାର ଆଶା ଅଛି ଓ ଏହା ଦ୍ବାରା ଆପଣଙ୍କୁ ପର୍ଯ୍ୟାପ୍ତ ଲାଭ ମିଳିବ ନାହିଁ। ବୃତ୍ତିଗତ ଜୀବନରେ ଆପଣ ବହୁତ ପଇସା ରୋଜଗାର କରିବେ କିନ୍ତୁ ଆପଣଙ୍କ ପାଇଁ ଧନ ହାନି ହେବାର ଯୋଗ ଅଛି। ଏହି କାରଣରୁ ଆପଣ ଅଧିକ ପଇସା ସଞ୍ଚୟ କରିପାରିବେ ନାହିଁ। ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ ହୋଇପାରେ ଆପଣଙ୍କର କଥା ପାର୍ଟନରକୁ ପସନ୍ଦ ଆସିବ ନାହିଁ ଓ ଏହି କାରଣରୁ ଆପଣ ଦୁଃଖ ଅନୁଭବ କରିବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଦାନ୍ତ ଓ ଆଖି ସମ୍ବନ୍ଧିତ ସମସ୍ଯା ହେବାର ଆଶଙ୍କା ଅଛି। ଆପଣଙ୍କର ରୋଗ ପ୍ରତିରୋଧକ କ୍ଷମତାରେ ହ୍ରାସ ହୋଇପାରେ।
ଉପାୟ: ଆପଣ ଶନିବାର ଦିନ ରାହୁଙ୍କ ପାଇଁ ଯଜ୍ଞ କରନ୍ତୁ।
କୁମ୍ଭ ରାଶି
ବୁଧ ଆପଣଙ୍କର ପଞ୍ଚମ ଓ ଅଷ୍ଟମ ଘରର ସ୍ବାମୀ ଓ ଏବେ ସେ ଗୋଚର ସମୟରେ ଆପଣଙ୍କର ପ୍ରଥମ ଘରେ ଉପସ୍ଥିତ ରହିବେ।
ଏହି ସମୟରେ, ଜୁଆ ପ୍ରତି ଆପଣଙ୍କର ଆଗ୍ରହ ବଢ଼ିପାରେ ଏବଂ ଆପଣ ପୈତୃକ ସମ୍ପତ୍ତିରୁ ଲାଭ ପାଇବାର ଆଶା କରାଯାଉଛି। କ୍ୟାରିୟର କ୍ଷେତ୍ରରେ, ଏହି ଗୋଚର ସମୟରେ ଆପଣଙ୍କୁ କାମ ପାଇଁ ଅଧିକ ଯାତ୍ରା କରିବାକୁ ପଡ଼ିପାରେ, କିନ୍ତୁ ଦୁର୍ଭାଗ୍ୟବଶତଃ, ଏହି ଯାତ୍ରା ମାଧ୍ୟମରେ ଆପଣଙ୍କ ଉଦ୍ଦେଶ୍ୟ ହାସଲ ହେବାର ସମ୍ଭାବନା ବହୁତ କମ୍। ବ୍ୟବସାୟ ବିଷୟରେ କହିବାକୁ ଗଲେ, ଆପଣ ବ୍ୟବସାୟରେ ଭଲ କରିପାରନ୍ତି ଏବଂ ସାଧାରଣ ବ୍ୟବସାୟ ଅପେକ୍ଷା ଏଥିରୁ ଭଲ ଲାଭ ପାଇବାର ସମ୍ଭାବନା ଅଛି।
ଆର୍ଥିକ ମାମଲାରେ ଯୋଜନା ଏବଂ ଆଗୁଆ ଚିନ୍ତା କରିବାର ଅଭାବ ଯୋଗୁଁ, ଆପଣଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ। ଆପଣଙ୍କୁ ଟଙ୍କା ମାମଲାରେ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। ବ୍ୟକ୍ତିଗତ ଜୀବନରେ, ଆପଣ ଆପଣଙ୍କ କଥାରେ ଆପଣଙ୍କ ସାଥୀଙ୍କୁ ଖୁସି କରିପାରିବେ ନାହିଁ। ବରଂ, ଦୁହିଁଙ୍କ ମଧ୍ୟରେ ଅସୁରକ୍ଷିତ ଭାବନା ସୃଷ୍ଟି ହୋଇପାରେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ, ଆପଣଙ୍କୁ ଆପଣଙ୍କ ସନ୍ତାନର ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବାକୁ ପଡ଼ିବ। ଏହି କାରଣରୁ ଆପଣ ଚାପଗ୍ରସ୍ତ ହୋଇପାରନ୍ତି।
ଉପାୟ: ଆପଣ ମଙ୍ଗଳବାର ଦିନ କେତୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ମୀନ ରାଶି
ମିଥୁନ ରାଶିର ଲୋକଙ୍କ ପାଇଁ ବୁଧ ଚତୁର୍ଥ ଓ ସପ୍ତମ ଘରର ସ୍ବାମୀ ଓ କୁମ୍ଭ ରାଶିରେ ଗୋଚର କରିବା ସମୟରେ ବୁଧ ଏହି ରାଶିରେ ଦ୍ଵାଦଶ ଘରେ ରହିବେ।
ଏହି ସମୟରେ ଆପଣଙ୍କର ଖୁସି ଓ ସୁଖ ସୁବିଧା ହ୍ରାସ ହେବାର ଆଶଙ୍କା ଅଛି। ବୁଧଙ୍କର କୁମ୍ଭ ରାଶିରେ ଗୋଚର ସମୟରେ ଆପଣଙ୍କର ବନ୍ଧଙ୍କ ସହିତ ମତଭେଦ ହୋଇପାରେ।
କ୍ୟାରିଅର କ୍ଷେତ୍ରରେ ଆପଣଙ୍କୁ ସହକର୍ମୀ ଓ ଉଚ୍ଚ ଅଧିକାରୀଙ୍କ ସହିତ ଭଲ ସମ୍ବନ୍ଧ ରଖିବାରେ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ।
ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କ ହାତରୁ ନୂଆ ବିଜନେସ ଡୀଲ ଖସିଯାଇ ପାରେ। ଏହି ଅର୍ଡର ଏହି ସମୟରେ ଆପଣଙ୍କୁ ଅଧିକ ଲାଭ ଦେଇପାରେ। ଏହି କାରଣରୁ ଆପଣ ନିଜର ବ୍ଯବସାୟିକ କ୍ଷେତ୍ରରେ ନୂଆ ସୁଯୋଗ ହରାଇ ପାରନ୍ତି।
ଆର୍ଥିକ ଜୀବନ ଦୃଷ୍ଟିରୁ, ଆପଣ ଲୋକମାନଙ୍କୁ ଟଙ୍କା ଋଣ ଦେବେ, କିନ୍ତୁ ଏହା ଫେରି ପାଇବାର ସମ୍ଭାବନା କମ୍ ଦେଖାଯାଉଛି। ଏହି କାରଣରୁ ଆପଣ ଦୁଃଖିତ ହୋଇପାରନ୍ତି। ବ୍ୟକ୍ତିଗତ ଜୀବନରେ, ଆପଣଙ୍କ ସାଥୀ ଆପଣଙ୍କ କଥାକୁ ପସନ୍ଦ ନ କରିପାରନ୍ତି ଏବଂ ଏହି କାରଣରୁ, ଆପଣଙ୍କ ପ୍ରତି ତାଙ୍କର ଭଲ ଭାବନା ହ୍ରାସ ପାଇପାରେ। ସ୍ବାସ୍ଥ୍ୟ ବିଷୟରେ କହିଲେ କୁମ୍ଭ ରାଶିରେ ବୁଧଙ୍କର ଗୋଚର ସମୟରେ ଆପଣଙ୍କର ଜୀବନସାଥୀର ସ୍ବାସ୍ଥ୍ୟ ଉପରେ ଖର୍ଚ୍ଚ କରିବାକୁ ପଡ଼ିପାରେ ଓ ଏହା ଆପଣଙ୍କୁ ଦୁଃଖିତ କରିପାରେ।
ଉପାୟ: ଆପଣ ଶନିବାର ଶନି ଦେବଙ୍କ ପାଇଁ ଯଜ୍ଞ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. କେଉଁ ଗ୍ରହଙ୍କର ଗୋଚର ସବୁଠାରୁ ମହତ୍ୱପୂର୍ଣ ହୋଇଥାଏ?
ବୃହସ୍ପତି ଓ ଶନିଙ୍କର ଗୋଚରକୁ ଜ୍ଯୋତିଷଶାସ୍ତ୍ରରେ ମହତ୍ଵପୂର୍ଣ କୁହାଯାଇଛି।
2. ବୁଧ 2025 ରେ କୁମ୍ଭ ରାଶିରେ କେବେ ଗୋଚର କରିବେ?
11 ଫେବ୍ରୁୟାରୀ, 2025 ଦିନ ବୁଧ କୁମ୍ଭ ରାଶିରେ ପ୍ରବେଶ କରିବେ।
3. କେଉଁ ଗ୍ରହ ଅଢ଼େଇ ବର୍ଷରେ ଥରେ ଗୋଚର କରନ୍ତି?
ଶନି ପ୍ରତି ଅଢ଼େଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରନ୍ତି।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025