ବୁଧଙ୍କର ବିଛା ରାଶିରେ ଗୋଚର (29 ଅକ୍ଟୋବର 2024)
ଆଷ୍ଟ୍ରୋସେଜର ଏହି ବିଶେଷ ଲେଖାରେ ଆପଣଙ୍କୁ ବୁଧଙ୍କର ବିଛା ରାଶିରେ ଗୋଚର ସହିତ ଜଡ଼ିତ ସମସ୍ତ ସୂଚନା ପ୍ରାପ୍ତ ହେବ ଯେପରି କି ତିଥି, ସମୟ ଏବଂ ରାଶି ଉପରେ ପ୍ରଭାବ। ଜ୍ଯୋତିଷଶାସ୍ତ୍ରରେ ବୁଧ ଗ୍ରହଙ୍କୁ ନବଗ୍ରହଙ୍କୁ ଯୁବରାଜ କୁହାଯାଏ ଓ ତାଙ୍କର ଏହି ସ୍ଥିତି ସୂର୍ଯ୍ୟ ମହାରାଜଙ୍କର ସବୁଠାରୁ ନିକଟତର ହୋଇଥାଏ। ଏବେ ବୁଧ ମହାରାଜ 29 ଅକ୍ଟୋବର 2024 ରାତି 10:24 ରେ ବିଛା ରାଶିରେ ଗୋଚର କରିବାକୁ ଯାଉଛନ୍ତି। ଆସନ୍ତୁ ଜାଣିବା ବୁଧଙ୍କର ଏହି ଗୋଚର ସମସ୍ତ 12 ଟି ରାଶି ଉପରେ କି ପ୍ରଭାବ ପକାଇବ।
ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୁଅନ୍ତୁ ଓ ଜାଣନ୍ତୁ ସୂର୍ଯ୍ୟଙ୍କର ତୁଳା ରାଶିରେ ଗୋଚର ସମୟରେ ଆପଣଙ୍କର ଜୀବନ ଉପରେ ପ୍ରଭାବ
ବୁଧଙ୍କୁ ବୁଦ୍ଧି ଓ ଶିଖିବାର କ୍ଷମତା ଦେଉଥିବା ଗ୍ରହ କୁହଯାଏ। କୌଣସି ବ୍ୟକ୍ତି ବୁଧ ଗ୍ରହଙ୍କର ଆଶୀର୍ବାଦ ବିନା ନିଜର ଗୁଣ ଓ କ୍ଷମତା ସହିତ ଜୀବନରେ ଆଗକୁ ବଢ଼ି ପାରେ ନାହିଁ ଓ ନା ତାହାର ବ୍ୟବହାର କରି ସଫଳତା ପ୍ରାପ୍ତ କରିପାରେ। ବୁଧ ନା କେବଳ ଶିଖିବାରେ ସାହାଜ୍ୟ କରନ୍ତି, ବରଂ ସେ ବ୍ୟବସାୟ କ୍ଷେତ୍ରରେ ସଫଳତା ପ୍ରଦାନ କରନ୍ତି। ବିଶେଷ ରୂପରେ ଯାହାର ସମ୍ବନ୍ଧ ଟ୍ରେଡ ବ୍ୟବସାୟ ସହିତ ହୋଇଥାଏ, ସେ ଜାତକରେ ବୁଧ ଗ୍ରହର ଦୃଢ଼ ସ୍ଥିତି ଦ୍ବାରା ସଫଳତା ହାସଲ କରିପାରନ୍ତି।
हिंदी में पढ़ने के लिए यहां क्लिक करें: बुध का वृश्चिक राशि में गोचर
ଯେବେ ବୁଧ ମହାରାଜ ଶୁଭ ଏବଂ ଲାଭକାରି ଗ୍ରହ ଗୁରୁଙ୍କ ସହିତ ଥାଆନ୍ତି, ତେବେ ବ୍ୟକ୍ତିର ଜ୍ଞାନରେ ବୃଦ୍ଧି ହୋଇଥାଏ ଓ ସେ ଏହା ଦ୍ବାରା ଲାଭ ପ୍ରାପ୍ତ କରନ୍ତି। ଯଦି ବୁଧ ମିଥୁନ ରାଶିରେ ଉପସ୍ଥିତ ଥାଆନ୍ତି ତେବେ ସେ ବ୍ୟକ୍ତି ଜୀବନରେ ବହୁତ ଯାତ୍ରା କରିଥାଏ ଓ ସେ ଯାତ୍ରା କରିବା ପାଇଁ ପସନ୍ଦ କରିଥାଏ। ସାଙ୍ଗରେ ଏହି ଲୋକ ବ୍ୟକ୍ତିଗତ ବିକାଶ ପାଇଁ ଇଚ୍ଛୁକ ହୋଇପାରନ୍ତି। ବୁଧ ଗ୍ରହ କନ୍ୟା ରାଶିରେ ରହିଲେ ଆପଣଙ୍କର ଆଗ୍ରହ ଜ୍ଯୋତିଷ, ଗୁଢ଼ ବିଜ୍ଞାନ ଇତ୍ୟାଦିରେ ହୋଇଥାଏ ଓ ବ୍ୟବସାୟ କରିବା ପସନ୍ଦ କରନ୍ତି।
To Read in English Click Here: Mercury Transit In Scorpio (29 October)
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଏବେ ବୁଧଙ୍କର ବିଛା ରାଶିରେ ଗୋଚର ହେବାକୁ ଯାଉଛି ତେବେ ଚାଲନ୍ତୁ ଆଗକୁ ବଢ଼ିବା ଓ ଜାଣିବା ଏହା ରାଶି ଚକ୍ରର ସମସ୍ତ ରାଶିକୁ କିପରି ପ୍ରଭାବିତ କରିବ।
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଏବେ ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।
ବିଛା ରାଶିର ବୁଧଙ୍କର ଗୋଚର: ରାଶି ଅନୁସାରେ ରାଶିଫଳ ଓ ଉପାୟ
ମେଷ ରାଶି
ମେଷ ରାଶି ଲୋକଙ୍କ ପଶ୍ୟଂ ବୁଧ ତୃତୀୟ ଓ ଷଷ୍ଠ ଘରର ସ୍ବାମୀ ଓ ବୁଧଙ୍କର ବିଛା ରାଶିରେ ଗୋଚର ଆପଣଙ୍କର ଅଷ୍ଟମ ଘରେ ହେବ।
ଏପରି ସ୍ଥିତିରେ, ଆପଣଙ୍କୁ ଦରକାର ସମୟରେ ପୈତୃକ ସମ୍ପତି ଓ ଋଣ ମାଧ୍ୟମରେ ଲାଭ ପ୍ରାପ୍ତ ହେବ।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ଏହି ସମୟରେ କାର୍ଯ୍ୟକ୍ଷେତ୍ରରେ ସମସ୍ଯା ଆସିପାରେ ଓ କାମ କରିବା ସମୟରେ ବାଧା ସାମ୍ନା କରିବା ପାଇଁ ପଡ଼ିପାରେ। ଏପରି ସ୍ଥିତିରେ ଆପଣଙ୍କୁ ଯୋଜନା ପ୍ରସ୍ତୁତ କରି ଆଗକୁ ବଢ଼ିବା ଆବଶ୍ୟକ।
ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ସେ ନିଜର ଭୁଲ ଯୋଜନା ଓ ବେପରୁଆ ଗୁଣ ଯୋଗୁଁ ଲାଭ କରିବାରେ ପଛରେ ରହିଯାଇ ପରାନ୍ତି। ଏହା ବ୍ୟତୀତ ଆପଣଙ୍କୁ ବିଜନେସ ପାର୍ଟନର ସହିତ ମଧ୍ୟ ସମସ୍ଯା ହୋଇପାରେ।
ଆର୍ଥିକ ଜୀବନରେ ବୁଧ ଗୋଚର ଆପଣଙ୍କ ପାଇଁ କିଛି ଖାସ ଅନୁକୂଳ ରହିବ ନାହିଁ କରଣ ଆପଣଙ୍କୁ ଧନ ହାନି ହେବାର ସମ୍ଭାବନା ଅଛି। ଯାତ୍ରା କରିବା ସମୟରେ ମଧ୍ୟ ଆପଣଙ୍କୁ ଧନ ହାନି ହୋଇପାରେ।
ବ୍ୟକ୍ତିଗତ ଜୀବନକୁ ଦେଖିଲେ ଏହି ସମୟରେ ଅହଂକାର ସମସ୍ଯା ଓ ଖୁସିର ଅଭାବ ଯୋଗୁଁ ଆପଣଙ୍କର ନିଜର ଜୀବନସାଥୀ ସହିତ ବିବାଦ ହୋଇପାରେ।
ବୁଧଙ୍କର ଏହି ରାଶି ପରିବର୍ତ୍ତନ ସମୟରେ ଆପଣଙ୍କୁ ସ୍ବାସ୍ଥ୍ୟ ସମସ୍ଯା ହୋଇପାରେ। ଚାପ ଓ ଚିନ୍ତା ଯୋଗୁଁ ଆପଣଙ୍କୁ ପିଠିରେ ଦରଜ ହେବାର ସମ୍ଭାବନା ଅଛି, ଯାହା ଆପଣଙ୍କର ସମସ୍ଯାର କାରଣ ହେବ।
ଉପାୟ - ପ୍ରତିଦିନ 24 ଥର ଓଁ ନରସିଂହାୟ ନମଃ ଜପ କରନ୍ତୁ।
ବୃଷ ରାଶି
ବୃଷ ରାଶି ଲୋକଙ୍କ ପାଇଁ ବୁଧ ଦ୍ଵିତୀୟ ଓ ପଞ୍ଚମ ଘରର ସ୍ବାମୀ। ବିଛା ରାଶିରେ ବୁଧଙ୍କର ଗୋଚର ଆପଣଙ୍କର ସପ୍ତମ ଘରେ ହେବ।
ଏହାର ପରିଣାମସ୍ବରୂପ, ଆପଣ ଏହି ସମୟରେ ନୂଆ ବନ୍ଧୁ, ସହଯୋଗୀ କରିପାରିବେ ଓ ନିଜର ସମ୍ପର୍କକୁ ଭଲ ଭାବରେ ଆଗକୁ ବଢ଼ାଇପାରିବେ।
କ୍ୟାରୀଅର ବିଷୟରେ କହିଲେ ଆପଣ ନିଜର ବରିଷ୍ଠଙ୍କର ସହଯୋଗ ପ୍ରାପ୍ତ କରିବେ ଓ ସହକର୍ମୀଙ୍କର ସମର୍ଥନ ପ୍ରାପ୍ତ କରିବେ, ଯାହା ଫଳରେ ଆପଣଙ୍କୁ ନିଜର କାମରେ ସଫଳତା ମିଳିବ ଓ ଆପଣ ଶୀଘ୍ର ଆଗକୁ ବଢ଼ିବେ।
ବୁଧଙ୍କର ଗୋଚର ବ୍ୟବସାୟରେ ଆପଣଙ୍କୁ ଲାଭ ପ୍ରଦାନ କରିବ। ଏହି ଲାଭ ଆପଣ ନିଜର ବୁଦ୍ଧି ଓ ଯୋଜନା ଦ୍ବାରା ପ୍ରାପ୍ତ କରିବେ।
ଆର୍ଥିକ ଜୀବନରେ ବୁଧ ଗୋଚର ଆପଣଙ୍କୁ ଭଲ ଧନ ଲାଭ କରାଇବ। ସାଙ୍ଗରେ, ଆପଣ ସଞ୍ଚୟ କରିବାରେ ସକ୍ଷମ ହେବେ।
ବ୍ୟକ୍ତିଗତ ଜୀବନକୁ ଦେଖିଲେ, ଏହି ସମୟରେ ଆପଣଙ୍କର ମନରେ ପାର୍ଟନର ପ୍ରତି ପ୍ରେମ ବଢ଼ିବ ଓ ଆପଣ ନିଜର ଜୀବନସାଥୀର ବିଶ୍ବାସ ପ୍ରାପ୍ତ କରିବାକୁ ସକ୍ଷମ ହେବେ।
ବୁଧଙ୍କର ଏହି ରାଶି ପରିବର୍ତ୍ତନ ସମୟରେ ଆପଣ ଭରପୁର ସାହସ ଓ ଊର୍ଜା ଯୋଗୁଁ ସୁସ୍ଥ ଓ ଫିଟ ରହିବେ।
ଉପାୟ - ପ୍ରତିଦିନ 41 ଥର ଓଁ ବୁଧାୟ ନମଃ ଜପ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ମିଥୁନ ରାଶିର ଲୋକଙ୍କ ପାଇଁ ବୁଧ ପ୍ରଥମ ଓ ଚତୁର୍ଥ ଘରର ସ୍ବାମୀ। ବୁଧଙ୍କର ବିଛା ରାଶିରେ ଗୋଚର ଆପଣଙ୍କର ଷଷ୍ଠ ଘରେ ହେବ।
ଏପରି ସ୍ଥିତିରେ ଆପଣଙ୍କୁ ଅଧିକ ଖର୍ଚ୍ଚ ସାମ୍ନା କରିବା ପାଇଁ ପଡ଼ିବ ଓ ପରିବାରରେ କିଛି ସମସ୍ଯା ଆସିବାର ଆଶଙ୍କା ଅଛି ଯାହା ଆପଣଙ୍କୁ ଚିନ୍ତିତ କରିପାରେ।
କ୍ୟାରୀଅର ବିଷୟରେ କହିଲେ, ଆପଣ କାର୍ଯ୍ୟକ୍ଷେତ୍ରରେ ଚାପ ଅନୁଭବ କରିବେ। ସାଙ୍ଗରେ ଆପଣଙ୍କୁ ବରିଷ୍ଠଙ୍କ ଠାରୁ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଏହି ସମୟରେ ଆପଣଙ୍କୁ କଷ୍ଟକର କାର୍ଯ୍ୟ ଦିଆଯାଇ ପାରେ ଯାହା ଆପଣଙ୍କୁ ଚିନ୍ତିତ କରିପାରେ।
ବ୍ୟବସାୟ ବିଷୟରେ କହିଲେ, ଆପଣଙ୍କୁ କ୍ଷତୈ ସାମ୍ନା କରିବା ପାଇଁ ପଡ଼ିପାରେ ଯାହା ଏହି ସମୟରେ ଆପଣଙ୍କୁ ଚିନ୍ତା ଦେଇପାରେ।
ଆର୍ଥିକ ଜୀବନରେ ଆପଣଙ୍କୁ ଅଧିକ ଖର୍ଚ୍ଚ ସାମ୍ନା କରିବା ପାଇଁ ପଡ଼ିପାରେ ଓ ଆଶଙ୍କା ଅଛି ଯେ ଏପରି ସ୍ଥିତିରେ ଆପଣଙ୍କ ପାଇଁ ସଞ୍ଚୟ କରିବା କଷ୍ଟକର ହୋଇପାରେ।
ଆପଣଙ୍କର ପ୍ରେମ ଜୀବନ ବିଷୟରେ କହିଲେ ଆପଣଙ୍କୁ ନିଜର ଜୀବନସାଥୀ ସହିତ ଅହଂକାର ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ ଓ ଏହି କାରଣରୁ ଆପଣ ବହୁତ ଚିନ୍ତିତ ରହିବେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ସମୟ ଆପଣଙ୍କୁ ପେଟ ଦରଜ ଓ ହଜମ ସମ୍ବନ୍ଧୀୟ ସମସ୍ଯା ଦେଇପାରେ।
ଉପାୟ - ପ୍ରତିଦିନ ପ୍ରାଚୀନ ପାଠ ନାରାୟଣାୟ ଜପ କରନ୍ତୁ।
କର୍କଟ ରାଶି
କର୍କଟ ରାଶି ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର ତୃତୀୟ ଓ ଦ୍ଵାଦଶ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ପଞ୍ଚମ ଘରେ ଗୋଚର କରିବାକୁ ଯାଉଛନ୍ତି।
ଉପରୋକ୍ତ କାରଣରୁ ଆପଣ ନିଜର ଭବିଷ୍ୟ ପାଇଁ ଚିନ୍ତିତ ରହିବେ ଓ ଅସମଞ୍ଜସରେ ପଡ଼ି ପରାନ୍ତି। ଏହି ସମାୟରେ ଆପଣ ନିଜର ସନ୍ତାନକୁ ନେଇ ମଧ୍ୟ ଚିନ୍ତିତ ରହିବେ।
କ୍ୟାରିଆର ବିଷୟରେ କହିଲେ ଆପଣଙ୍କୁ ନିଜର ବରିଷ୍ଠଙ୍କ ସହିତ ସମ୍ବନ୍ଧରେ ସମସ୍ଯା ହୋଇପାରେ ଓ ଆଶଙ୍କା ଅଛି ଯେ ଆପଣଙ୍କର ପ୍ରଦର୍ଶନରେ ହ୍ରାସ ଘଟିବ।
ବ୍ୟବସାୟ କରୁଥିବା ବୁଧଙ୍କର ଏହି ଗୋଚର ଆପଣଙ୍କୁ ହାରାହାରି ଲାଭ ପ୍ରଦାନ କରିବ ଯାହା ଆପଣଙ୍କର ଚିନ୍ତାର କରଣ ହେବ। ଏପରି ସ୍ଥିତିରେ ଆପଣଙ୍କୁ ଭଲ ରିଟର୍ନ ପାଇଁ ଯୋଜନା କରିବାକୁ ହେବ।
ଆର୍ଥିକ ଜୀବନରେ ଆପଣଙ୍କୁ ବହୁତ ଖର୍ଚ୍ଚ କରିବାକୁ ପଡ଼ିପାରେ ଯେଉଁଥି ପାଇଁ ଅପଣ୍ଣକୁ ବହୁତ ଋଣ ନେବାକୁ ପଡ଼ିବ।
ବୁଧ ଗୋଚର ସମୟରେ ଆପଣ ପାର୍ଟନର ସହିତ ମଧୁର ସମ୍ବନ୍ଧ ରଖିବାରେ ଅସଫଳ ରହିବେ ଯାହା ଫଳରେ ପାରସ୍ପରିକ ତାଳମେଳର ଅଭାବ ରହିବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ କର୍କଟ ରାଶିର ଲୋକଙ୍କର ମାତାଙ୍କୁ କିଛି ବଡ଼ ସ୍ବାସ୍ଥ୍ୟ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ। ଏପରି ସ୍ଥିତିରେ ଆପଣଙ୍କୁ ତାଙ୍କର ସ୍ବାସ୍ଥ୍ୟ ଉପରେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।
ଉପାୟ - ସୋମବାର ଦିନ ମହିଳାଙ୍କୁ ଦହି ଚାଉଳ ଦାନ କରନ୍ତୁ।
ସିଂହ ରାଶି
ସିଂହ ରାଶି ଲୋକଙ୍କ ପାଇଁ ବୁଧ ଦ୍ଵିତୀୟ ଓ ଏକାଦଶ ଘରର ସ୍ବାମୀ। ବୁଧଙ୍କର ବିଛା ରାଶିରେ ଗୋଚର ଆପଣଙ୍କର ଚତୁର୍ଥ ଘରେ ହେବ।
ଉପରୋକ୍ତ କାରଣ ଯୋଗୁଁ ଆପଣ ନିଜର ସୁଖ-ସୁବିଧାକୁ ବଢ଼ାଇବା, ସମ୍ପତି କିଣିବାରେ ନିବେଶ କରିବାକୁ ଓ ପଇସା ସଞ୍ଚୟ କରିବା ପାଇଁ ସକ୍ଷମ ହେବେ।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ଏହି ସମୟରେ ଚାକିରିର ନୂଆ ସୁଯୋଗ ପ୍ରାପ୍ତ ହେବ ଓ କାର୍ଯ୍ୟକ୍ଷେତ୍ରରେ ଖୁସି ଅନୁଭବ ହେବ।
ସିଂହ ରାଶିର ବ୍ୟବସାୟ କରୁଥିବା ଲୋକ ଏହି ଅବଧିରେ ଭଲ ଲାଭ ରୋଜଗାର କରିପାରିବେ ଜଗ ଆପଣଙ୍କ ଦ୍ବାରା କରାଯାଇଥିବା ପରିଶ୍ରମର ପରିଣାମ ହେବ। ସାଙ୍ଗରେ, ବିରୋଧୀଙ୍କୁ କଠିନ ଟକ୍କର ଦେବାରେ ସକ୍ଷମ ହେବେ।
ଆର୍ଥିକ ଜୀବନରେ ଆପଣ ଭଲ ଲାଭ ପ୍ରାପ୍ତ କରିବାକୁ ସକ୍ଷମ ହେବେ ଓ ଏହା ଦ୍ବାରା ଏକ ଭଲ ସମ୍ପତିରେ ନିବେଶ କରିବେ।
ବ୍ୟକ୍ତିଗତ ଜୀବନରେ ଆପଣଙ୍କର ସମ୍ପର୍କ ଜୀବନସାଥୀ ସହିତ ଅନୁକୂଳ ରହିବ ଓ ଆପଣ ନିଜର ଜୀବନସାଥୀ ସହିତ ଖୁସି ଦେଖାଯିବେ। ପରସ୍ପର ସହିତ ଭଲ ବ୍ୟବହାର କରିବେ ଓ ପରସ୍ପରର କଥାରେ ସହମତ ହେବେ।
ବୁଧ ଗିଚାର ଅବଧିରେ ସିଂହ ରାଶି ଲୋକଙ୍କର ସ୍ବାସ୍ଥ୍ୟ ଭଲ ରହିବ। ଆପଣ ଫିଟ ଓ ଖୁସି ଅନୁଭବ କରିବେ ଓ ଏହା ଆପଣଙ୍କର ଜୀବନସାଥୀ ଯୋଗୁଁ ସମ୍ଭବ ହେବ।
ଉପାୟ - ରବିବାର ଦିନ ଦିବ୍ୟାଙ୍ଗଙ୍କୁ କଞ୍ଚା ଚାଉଳ ଦାନ କରନ୍ତୁ।
କନ୍ୟା ରାଶି
କନ୍ୟା ରାଶିର ଲୋକଙ୍କ ପାଇଁ ବୁଧ ପ୍ରଥମ ଓ ଦଶମ ଘରର ସ୍ବାମୀ ଓ ବିଛା ରାଶିରେ ବୁଧଙ୍କର ଗୋଚର ତୃତୀୟ ଘରେ ହେବ।
ଏପରି ସ୍ଥିତିରେ ଆପଣ ଅଧିକ ଯାତ୍ରା କରିବେ। ଜୀବନରେ ଆପଣଙ୍କୁ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ସାଙ୍ଗରେ ଆପଣଙ୍କୁ ନିଜର ଭାଇ ଭଉଣୀ ଇତ୍ୟାଦିଙ୍କର ସହଯୋଗ ମିଳିବ।
ଯେବେ କ୍ୟାରୀଅର କଥା ଆସେ ତେବେ ଆପଣ କାମ ଓ ତାହା ସହିତ ଜଡ଼ିତ ଗତିବିଧିରେ ବୃଦ୍ଧି ଦେଖିବେ। ଏହି ସମୟରେ ଆପଣଙ୍କୁ ସହକର୍ମୀ ଓ ବରିଷ୍ଠଙ୍କର ସହଯୋଗ ମିଳିବ।
ବୁଧଙ୍କର ଏହି ଗୋଚର ସମୟରେ ଆପଣ ବ୍ୟବସାୟ କ୍ଷେତ୍ରରେ ଅଧିକରୁ ଅଧିକ ଲାଭ ପାଇବେ ଓ ଏହା ଆପଣଙ୍କର ପ୍ରୟାସ ଓ ପରିଶ୍ରମର ପରିଣାମ ହେବ।
ଆର୍ଥିକ ଜୀବନରେ କନ୍ୟା ରାଶିର ଲୋକ ନିଜର କାଠିବ ପ୍ରୟାସରୁ ବହୁତ ଭଲ ଲାଭ ପ୍ରାପ୍ତ କରିବେ।
ବ୍ୟକ୍ତିଗତ ଜୀବନକୁ ଦେଖିଲେ, ଆପଣ ନିଜର ଜୀବନସାଥୀ ସହିତ ବହୁତ ଖୁସି ଦେଖାଯିବେ ଓ ଏହାର ଫଳସ୍ବରୂପ ଆପଣଙ୍କର ସମ୍ପର୍କରେ ଖୁସି ରହିବ। ସାଙ୍ଗରେ ଆପଣଙ୍କର ସମ୍ପର୍କ ଦୃଢ଼ ହେବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ଏହି ସମୟରେ ଫିଟ ରହିବେ ଓ ଏହା ଆପଣଙ୍କ ଭିତରେ ଥିବା ଊର୍ଜା କାରଣରୁ ସମ୍ଭବ ହେବ।
ଉପାୟ - ବୁଧବାର ଦିନ ଗରିବ ପିଲାଙ୍କୁ ସ୍କୁଲ ନୋଟ୍ବୁକ୍ ଦାନ କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶି
ତୁଳା ରାଶିର ଲୋକଙ୍କ ପାଇଁ ବୁଧ ନବମ ଓ ଦ୍ଵାଦଶ ଘରର ସ୍ବାମୀ। ବିଛା ରାଶିରେ ବୁଧଙ୍କର ଗୋଚର ଆପଣଙ୍କର ଦ୍ଵିତୀୟ ଘରେ ହେବ।
ଏପରି ସ୍ଥିତିରେ ଆପଣଙ୍କୁ ଭାଗ୍ୟର ସାଥ ମିଳିବ ଓ ଆପଣ ଭଲ ଲାଭ ପ୍ରାପ୍ତ କରିବାକୁ ସକ୍ଷମ ହେବେ। ଏହି ଅବଧିରେ ଆପଣଙ୍କର ଆଗ୍ରହ ଅଧ୍ୟାତ୍ମ ପ୍ରତି ରହିବ।
କ୍ୟାରୀଅର ବିଷୟରେ କହିଲେ ଆପଣଙ୍କୁ ବିଦେଶରେ ଚାକିରିର ସୁଯୋଗ ମିଳିବ ଓ ଆପଣଙ୍କର ସ୍ବପ୍ନ ପୂରଣ ହେବ।
ବ୍ୟବସାୟ କରୁଥିବା ଲୋକ ବୁଧ ଗୋଚର ସମୟରେ ଭଲ ଲାଭ କରିବାକୁ ସକ୍ଷମ ହେବେ ଯାହା ଆପଣଙ୍କ ଦ୍ବାରା କରାଯାଇଥିବା କଠିନ ପରିଶ୍ରମ କାରଣରୁ ସମ୍ଭବ ହେବ।
ଆର୍ଥିକ ଜୀବନ ପାଇଁ ଏହି ସମୟ ଶୁଭ କୁହାଯିବ କରଣ ଆପଣ ଯାତ୍ରା ମାଧ୍ୟମରେ ପର୍ଯ୍ୟାପ୍ତ ମାତ୍ରାରେ ଧନ ପ୍ରାପ୍ତ କରିବେ ଓ ଏପରି ଯାତ୍ରା ଆପଣଙ୍କୁ ସନ୍ତୁଷ୍ଟ କରିବ।
ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ ଆପଣ ନିଜର ଭଲ ବ୍ୟବହାର ଦ୍ବାରା ଜୀବନସାଥୀ ସହିତ ଭଲ ଭାବନା ବାଣ୍ଟିବେ ଓ ପରସ୍ପର ସହିତ ଭଲ ସମୟ କଟାଇବେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଭଲ ସ୍ବାସ୍ଥ୍ୟ ପ୍ରାପ୍ତ ହେବ କିନ୍ତୁ ଆପଣଙ୍କୁ ନିଜର ଆଖିର ଯାଞ୍ଚ କରିବା ଆବଶ୍ୟକ ହେବ।
ଉପାୟ - ପ୍ରତିଦିନ ଲଳିତା ସହସ୍ରନାମ ଜପ କରନ୍ତୁ।
ବିଛା ରାଶି
ବିଛା ରାଶି ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର ଅଷ୍ଟମ ଓ ଏକାଦଶ ଘରର ସ୍ବାମୀ। ବୁଧଙ୍କର ବିଛା ରାଶିରେ ଗୋଚର ଆପଣଙ୍କର ପ୍ରଥମ ଘରେ ହେବ।
ଏପରି ସ୍ଥିତିରେ ଆପଣ ନିଜର ସୁଖ ସୁବିଧାକୁ ବଢ଼ାଇବା, ସମ୍ପତି କିଣିବା ଓ ଧନ ସଞ୍ଚୟ କରିବାରେ ସକ୍ଷମ ହେବେ।
କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ଏହି ସମୟ ନୂଆ ଚାକିରି ସୁଯୋଗ ଆଣିବ ଓ ଆପଣ କାମରେ ଖୁସି ପ୍ରାପ୍ତ କରିବେ।
ବିଛା ରାଶିର ବ୍ୟବସାୟ କରୁଥିବା ଲୋକ ଏହି ସମୟରେ ଭଲ ଲାଭ ପ୍ରାପ୍ତ କରିବେ ଓ ସାଙ୍ଗରେ ଆପଣ ବିରୋଧୀଙ୍କ ଠାରୁ କଠିନ ଟକ୍କର ସାମ୍ନା କରିବେ।
ଆର୍ଥିକ ଜୀବନରେ ବୁଧଙ୍କର ଗୋଚର ସମୟରେ ଆପଣ ଭଲ ଲାଭ ପ୍ରାପ୍ତ କରିବାକୁ ସକ୍ଷମ ହେବେ ଓ ଏକ ସମ୍ପତି କିଣିବାରେ ଆପଣ ନିବେଶ କରିବେ।
ପ୍ରେମ ଜୀବନ ବିଷୟରେ କହିଲେ ଜୀବନସାଥୀ ସହିତ ନିଜର ବ୍ୟବହାରରେ ଅଧିକ ଆତ୍ମବିଶ୍ବାସୀ ହେବେ। ଏହି ପ୍ରକାର ଆପଣ ଭଲ ତାଳମେଳ ଓ ବୁଝାମଣା ଯୋଗୁଁ ପାର୍ଟନର ସହିତ ଖୁସି ଦେଖାଯିବେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ଏହି ସମୟରେ ଫିଟ ଓ ସୁସ୍ଥ ଅନୁଭବ କରିବେ କାରଣ ଆପଣଙ୍କ ଭିତରେ ଅଧିକ ଊର୍ଜା ଓ ଉତ୍ସାହ ରହିବ।
ଉପାୟ - ପ୍ରତିଦିନ 41 ଥର ଓଁ ନମୋ ନାରାୟଣ ଜପ କରନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି
ଧନୁ ରାଶି ଲୋକଙ୍କ ପାଇଁ ବୁଧ ସପ୍ତମ ଓ ଦଶମ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବେ।
ଉପରୋକ୍ତ କାରଣ ଯୋଗୁଁ ଆପଣ ଏହି ସମୟରେ ନିଜର ପ୍ରତିଷ୍ଠା ଓ ମାନ-ସମ୍ମାନରେ ଅଭାବ ଅନୁଭ କରିବେ। ସାଙ୍ଗରେ ଆପଣ ଭଲ ବନ୍ଧୁ ଓ ତାଙ୍କର ସମର୍ଥନ ହରାଇ ପାରନ୍ତି।
କ୍ୟାରୀଅର କ୍ଷେତ୍ରରେ ଆପଣ ଅସନ୍ତୁଷ୍ଟ ହୋଇ ଚାକିରି ବଦଳାଇ ପାରନ୍ତି। ସାଙ୍ଗରେ, କାର୍ଯ୍ୟକ୍ଷେତ୍ରରେ ଚାକିରିର ଚାପ ଆପଣଙ୍କର ଉପରେ ରହିପାରେ।
ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ସେ ନିଜର ବ୍ୟବସାୟରେ ଭଲ ସୁଯୋଗ ହରାଇ ପାରନ୍ତି ଓ ଆଗାମୀ ବ୍ଯବସାୟିକ ଅର୍ଡର ଆପଣଙ୍କ ହାତରୁ ଖସିଯାଇ ପାରେ।
ଆର୍ଥିକ ଜୀବନ ବିଷୟରେ କହିଲେ ଆପଣ ଯାତ୍ରା କରିବା ସମୟରେ ପଇସା ହରାଇ ପାରନ୍ତି ଓ ଏହା ଆପଣଙ୍କୁ ନିରାଶ କରିପାରେ।
ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ ସମ୍ପର୍କରେ ଉଚ୍ଚ ମୂଲ୍ୟର ଅଭାବ ଯୋଗୁଁ ଆପଣଙ୍କର ନିଜର ଜୀବନସାଥୀ ସହିତ ସମ୍ବନ୍ଧ ଖରାପ ହୋଇପାରେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ପାଦରେ ଦରଜ ହୋଇପାରେ ଓ ଏହି ସମୟରେ ଚାପ ଯୋଗୁଁ ସମସ୍ଯା ଉତ୍ପନ୍ନ ହୋଇପାରେ।
ଉପାୟ - ଗୁରୁବାର ଦିନ ବୃଦ୍ଧ ବ୍ରାହ୍ମଣଙ୍କୁ ଭୋଜନ ଦାନ କରନ୍ତୁ।
ମକର ରାଶି
ମକର ରାଶି ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର ଷଷ୍ଠ ଓ ନବମ ଘରର ସ୍ବାମୀ ଓ ବୁଧଙ୍କର ବିଛା ରାଶିରେ ଗୋଚର ଆପଣଙ୍କର ଏକାଦଶ ଘରେ ହେବ।
ଏପରି ସ୍ଥିତିରେ ଆପଣ ଏହି ସମୟରେ ନିଜର କଠିନ ପ୍ରୟାସ ଦ୍ବାରା ସଫଳ ହେବେ ଓ ନିଜର ଇଚ୍ଛାକୁ ପୂରଣ କରିବାକୁ ସକ୍ଷମ ହେବେ।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ଚାକିରିରେ ନୂଆ ସୁଯୋଗ ମିଳିବ ଯାହା ଫଳରେ ଆପଣଙ୍କର ଆଶା ଅଧିକ ବଢ଼ିବ। ଆପଣ ଏହି ସମୟରେ ସମ୍ପୂର୍ଣ କ୍ଷମତା ଓ ପରିଶ୍ରମ ସହିତ କାମ କରିବେ।
ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ତାଙ୍କୁ ଭଲ ଲାଭ ମିଳିବ ଓ ବିରୋଧୀଙ୍କ ସହିତ ମୁକାବିଲା କରିବା ପାଇଁ ସକ୍ଷମ ହେବେ।
ଆର୍ଥିକ ଜୀବନରେ ଆପଣ ଭଲ ମାତ୍ରାରେ ଲାଭ ପ୍ରାପ୍ତ କରିବାକୁ ସକ୍ଷମ ହେବେ ଓ ଏକ ସମ୍ପତି କିଣିବାରେ ନିବେଶ କରିବେ।
ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ ଆପଣ ନିଜର ଜୀବନସାଥୀ ସହିତ ଖୁସି ରହିବେ ଓ ତାଙ୍କ ସହିତ ଭଲ ବ୍ୟବହାର କରିବେ। ଆପଣ ପରସ୍ପର ସହିତ ସହମତ ହେବେ।
ବୁଧ ଗୋଚର ସମୟରେ ମକର ରାଶି ଲୋକଙ୍କର ସ୍ବାସ୍ଥ୍ୟ ଭଲ ରହିବ। ଆପଣ ଫିଟ ଓ ଖୁସି ଅନୁଭବ କରିବେ ଓ ଏଯ ଆପଣଙ୍କର ଜୀବନସାଥୀ ଯୋଗୁଁ ସମ୍ଭବ ହେବ।
ଉପାୟ - ଶନିବାର ଦିବ୍ୟାଙ୍ଗଙ୍କୁ କଞ୍ଚା ଚାଉଳ ଦାନ କରନ୍ତୁ।
କୁମ୍ଭ ରାଶି
କୁମ୍ଭ ରାଶି ଲୋକଙ୍କ ପାଇଁ ବୁଧ ପଞ୍ଚମ ଓ ଅଷ୍ଟମ ଘରର ସ୍ବାମୀ। ବୁଧଙ୍କର ବିଛା ରାଶିର ଗୋଚ ଦଶମ ଘରେ ହେବ।
ଏପରି ସ୍ଥିତିରେ ଆପଣ କାମ ପ୍ରତି ଅଧିକ ସମର୍ପିତ ହେବେ। ଆପଣ ଲକ୍ଷ ପ୍ରତି ଧ୍ୟାନ କେନ୍ଦ୍ରିତ କରିବେ।
କ୍ୟାରୀଅର କ୍ଷେତ୍ରରେ ଏହି ସମୟ ଆପଣଙ୍କୁ ଚାକିରିରେ ଅଧିକ ଲାଭ ଦେବ ଓ ଆପଣଙ୍କୁ ନୂଆ ଅନ ସାଇଟ ଚାକିରି ସୁଯୋଗ ମିଳିବ।
ବ୍ୟବସାୟ କ୍ଷେତ୍ରରେ ଆପଣ ବ୍ୟବସାୟ କରିବେ ଓ ସେଥିରେ ହୋଇ ଭଲ ଲାଭ ପାଇବେ।
ଆର୍ଥିକ ଜୀବନ ଦୃଷ୍ଟିରୁ ଅଧିକ ଧନ ରୋଜଗାର କରିବାରେ ସକ୍ଷମ ହେବେ। ସାଙ୍ଗରେ ସଞ୍ଚୟ କରିବା ମଧ୍ୟ ଆପଣଙ୍କ ପାଇଁ ସହଜ ହେବ।
ବ୍ୟକ୍ତିଗତ ଜୀବନକୁ ଦେଖିଲେ ଏହି ଲୋକ ନିଜର ପାର୍ଟନର ପ୍ରତି ସଚ୍ଚୋଟ ହେବେ ଓ ଏହାର ଫଳସ୍ବରୂପ ଆପଣଙ୍କର ସମ୍ପର୍କରେ ଖୁସି ରହିବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ବଡ଼ ସ୍ବାସ୍ଥ୍ୟ ସମସ୍ଯା ହେବ ନାହିଁ। କିନ୍ତୁ ଆପଣଙ୍କୁ କେବଳ ପିଠିରେ ଦରଜ ସମସ୍ଯା ହୋଇପାରେ।
ଉପାୟ - ହାଣିବାର ଦିନ ଦିବ୍ୟାଙ୍ଗ ଗରିବ ଓ ଅଭାବିଙ୍କୁ ଚାଉଳ ଦାନ କରନ୍ତୁ।
ମୀନ ରାଶି
ମୀନ ରାଶି ଲୋକଙ୍କ ପାଇଁ ବୁଧ ପଞ୍ଚମ ଓ ଅଷ୍ଟମ ଘରର ସ୍ବାମୀ। ବିଛା ରାଶିରେ ବୁଧଙ୍କର ଗୋଚର ଆପଣଙ୍କର ନବମ ଘରେ ହେବ।
ଏପରି ସ୍ଥିତିରେ, ଏହି ସମୟରେ ଆପଣଙ୍କର ଆଗ୍ରହ ଅଧ୍ୟାତ୍ମିକ ଗତିବିଧି ଆରେ ରହିବ ଓ ସେଥିରୁ ଆପଣଙ୍କୁ ଶାନ୍ତି ମିଳିବ।
କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ଉଚ୍ଚ ଲାଭ ପ୍ରାପ୍ତ ହେବାର ଉତ୍ଥାନ-ପତନ ସାମ୍ନା କରିବା ପାଇଁ ପଡ଼ିବ ଓ ଏହି କାରଣରୁ ଆପଣଙ୍କୁ ମିଶ୍ରିତ ପରିଣାମ ମିଳିବାର ସମ୍ଭାବନା ଅଛି।
ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ତାଙ୍କୁ ଏହି ସମୟରେ ଭଲ ଲାଭ ପ୍ରାପ୍ତ ହେବ ଓ ଆପଣ ନିଜର ବିରୋଧୀଙ୍କର ସାମ୍ନା କରିପାରିବେ।
ଆର୍ଥିକ ଜୀବନରେ ପଣ ଅଧିକରୁ ଅଧିକ ଧନ ଅର୍ଜନ କରିବା ଓ ସଞ୍ଚୟ କରିବାକୁ ସକ୍ଷମ ହେବେ। ସାଙ୍ଗରେ ଆପଣଙ୍କୁ ଭାଗ୍ୟର ସାଥ ମିଳିବ।
ପ୍ରେମ ଜୀବନରେ ଏହି ଅବଧିରେ ଆପଣଙ୍କୁ ନିଜର ଜୀବନସାଥୀଙ୍କର ସମ୍ପୂର୍ଣ ସମର୍ଥନ ମିଳିବ, ଯାହା ଫଳରେ ଆପଣଙ୍କୁ ଖୁସି ଅନୁଭବ ହେବ। ଆପଣ ନିଜର ଜୀବନସାଥୀ ସହିତ ସୁଖ ଓ ସୌଭାଗ୍ୟ ପ୍ରାପ୍ତ କରିବେ।
ସ୍ବାସ୍ଥ୍ୟ ବିଷୟରେ କହିଲେ, ଆପଣ ନିଜର ରୋଗ ପ୍ରତିରୋଧକ କ୍ଷମତା କାରଣରୁ ଫିଟ ଓ ଖୁସି ରହିବେ।
ଉପାୟ - ପ୍ରତିଦିନ 21 ଥର ଓଁ ଗୁରବେ ନମଃ ଜପ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ
1. ବିଛା ରାଶିରେ ବୁଧଙ୍କର ଗୋଚର କେବେ ହେବ?
ବୁଧ ମହାରାଜ 29 ଅକ୍ଟୋବର 2024 ରାତି 10:24 ରେ ବିଛା ରାଶିରେ ଗୋଚର କରିବେ।
2. ବୁଧଙ୍କର ରାଶି କେଉଁ ଗୁଡ଼ିକ?
ରାଶି ଚକ୍ରରେ ବୁଧ ଗ୍ରହ ମିଥୁନ ଓ କନ୍ୟା ରାଶିର ସ୍ବାମୀ ଅଟନ୍ତି।
3. ବିଛା ରାଶିର ସ୍ବାମୀ କିଏ?
ବିଛା ରାଶିର ସ୍ବାମୀ ହେଉଛନ୍ତି ମଙ୍ଗଳ ଗ୍ରହ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025