ବୁଧଙ୍କର ବିଛା ରାଶିରେ ବକ୍ରୀ (26 ନଭେମ୍ବର 2024)
ଆଷ୍ଟ୍ରୋସେଜର ଏହି ବିଶେଷ ଲେଖାରେ ଆପଣ ଜାଣିବାକୁ ପାଇବେ ବିଛା ରାଶିରେ ବୁଧଙ୍କର ବକ୍ରୀ ସମୟରେ ଘଟିବାକୁ ଯାଉଥିବା ସମସ୍ତ ସୂଚନା। ବୁଧଙ୍କର ବିଛା ରାଶିରେ ବକ୍ରୀ 26 ନଭେମ୍ବର 2024 ସକାଳ 07:39ରେ ହେବାକୁ ଯାଉଛନ୍ତି। ବୈଦିକ ଜ୍ଯୋତିଷରେବୁଧ ଗ୍ରହଙ୍କୁ ଗ୍ରହମାନଙ୍କର ରାଜକୁମାରର ସ୍ଥାନ ପ୍ରାପ୍ତ ହୋଇଛି। ଯାହା ମଣିଷ ଜୀବନର ମହତ୍ୱପୂର୍ଣ କ୍ଷେତ୍ରର ପ୍ରତିନିଧିତ୍ବ କରନ୍ତି। ବୁଧ ବକ୍ରୀ ହେବା ସମସ୍ତ 12 ଟି ରାଶି ସହିତ ଦେଶ ଦୁନିୟାକୁ ମଧ୍ୟ ପ୍ରଭାବିତ କରିବ। ଆଷ୍ଟ୍ରୋସେଜର ଏହି ଲେଖା ଆପଣଙ୍କୁ ବୁଧ ବିଛା ରାଶିରେ ବକ୍ରୀ ବିଷୟରେ ସମସ୍ତ ସୂଚନା ପ୍ରଦାନ୍ କରିବ। ଆପଣଙ୍କୁ ଅବଗତ କରାଇବା ଆପଣଙ୍କର ଜୀବନ ଉପରେ ପଡ଼ିବାକୁ ଥିବା ବକ୍ରୀ ବୁଧଙ୍କର ଶୁଭ ଅଶୁଭ ପ୍ରଭାବ ବିଷୟରେ। ଆସନ୍ତୁ ଆଗକୁ ବଢ଼ିବା ଓ ସର୍ବପ୍ରଥମେ ଜାଣିବା ବୁଧ ଗ୍ରହର ମହତ୍ଵ ବିଷୟରେ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୁଅନ୍ତୁ ଓ ଜାଣନ୍ତୁ ବୁଧଙ୍କର ବିଛା ରାଶିରେ ବକ୍ରୀ ସମୟରେ ଆପଣଙ୍କର ଜୀବନ ଉପରେ ପ୍ରଭା
ବୈଦିକ ଜ୍ଯୋତିଷରେ ବୁଧଙ୍କର ମହତ୍ଵ
ସୌରମଣ୍ଡଳରେ ବୁଧ ଗ୍ରହ ସୂର୍ଯ୍ୟଙ୍କର ସବୁଠାରୁ ନିକଟତର। ରାଶିଚକ୍ରରେ ତାଙ୍କୁ ମିଥୁନ ଓ କଁଯା ରାଶିର ସ୍ଵାମିତ୍ଵ ପ୍ରାପ୍ତ ହୋଇଛି। ବ୍ୟକ୍ତିର ଜୀବନରେ ବୁଧ ମହାରାଜ ବୁଦ୍ଧି ଓ ବାଣୀର କାରକ ଗ୍ରହ କୁହାଯାଆନ୍ତି। କୌଣସି ବ୍ୟକ୍ତିର ଜାତକରେ ଯେବେ ବୁଧ ଦେବ ଅଶୁଭ କିମ୍ବା ନକରାତ୍ମକ ସ୍ଥିତିରେ ଉପସ୍ଥିତ ରୁହନ୍ତି, ତେବେ ସେ ଜାତକକୁ କାନ, ଫୁସଫୁସ, ତାନ୍ତ୍ରିକ ତନ୍ତ୍ର ଓ ଚର୍ମ ସହିତ ଜଡ଼ିତ ସମସ୍ଯା ହୋଇପାରେ।
हिंदी में पढ़ने के लिए यहां क्लिक करें: बुध वृश्चिक राशि में वक्री है
ଯେବେ ବୁଧ ଗ୍ରହ ମିଥୁନ କିମ୍ବା କନ୍ୟା ରାଶିରେ ରୁହନ୍ତି ତେବେ ତାଙ୍କର ସ୍ଥିତିକୁ ବହୁତ ଦୃଢ଼ କୁହଯାଏ କାରଣ ଏହି ଦୁଇଟି ରାଶି ଉପରେ ବୁଧ ଦେବଙ୍କର ଶାସନ ଅଛି। ଏହା ବ୍ୟତୀତ, ଯେବେ ବୁଧ ଗ୍ରହ ଜଳ ତତ୍ଵ ରାଶି ମୀନରେ ରୁହନ୍ତି ତେବେ ସେ ତାଙ୍କର ସମସ୍ତ ଶକ୍ତି ହରାଇ ଦିଅନ୍ତି କାରଣ ମୀନ ଏକ ନିଚ୍ଚ ରାଶି। ଅନ୍ୟ ପଟେ ଯଦି କୌଣସି ବ୍ୟକ୍ତିର ଜାତଜରେ ବୁଧ ଗ୍ରହ ମିଥୁନ ଓ କନ୍ୟା ରାଶିରେ ଉପସ୍ଥିତ ରୁହନ୍ତି ତେବେ ସେହି ଲୋକ ବହୁତ ବୁଦ୍ଧିମାନ ହୋଇଥାନ୍ତି ଓ ଉଚ୍ଚ ଲାଭ ପ୍ରାପ୍ତ କରନ୍ତି। ବିରୋଧୀଙ୍କ ପାଇଁ ଏକ୍ ଭଲ ପ୍ରତିଦ୍ଵନ୍ଦୀ ଭାବରେ ଉଭା ହୁଅନ୍ତି। ମୀନ ରାଶିରେ ବୁଧ ଗ୍ରହ ବସି ବୁଦ୍ଧି ଓ ବ୍ୟବସାୟ ସମ୍ବନ୍ଧିତ ନକରାତ୍ମକ ପ୍ରଭାବ ପକାନ୍ତି। ଏହା ବ୍ୟତୀତ, ତାଙ୍କୁ ସମ୍ପର୍କରେ ମଧ୍ୟ ସାଥୀ ସହିତ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ।
To Read in English Click Here: Mercury Retrograde In Scorpio (26 November)
ଆସନ୍ତୁ ଏବେ ଆମେ ଆଗକୁ ବଢ଼ିବା ଓ ଏହି ବିଶେଷ ଲେଖାର ସାହାଜ୍ୟରେ ଜାଣିବା ଯେ ବୁଧଙ୍କର ବିଛା ରାଶିରେ ବକ୍ରୀ ହୋଇ ରାଶି ଚକ୍ରର 12ଟି ରାଶି ପାଇଁ ଭଲ କିମ୍ବା ଖରାପ- କେଉଁ ପ୍ରକାର ପରିଣାମ ଆଣିବେ ଓ ଏଥିରୁ ବଞ୍ଚିବା ପାଇଁ ଆପଣ କେଉଁ ପ୍ରତିକାର କରିବେ।
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଏବେ ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।
ବିଛା ରାଶିରେ ବୁଧଙ୍କର ବକ୍ରୀ: ରାଶି ଅନୁସାରେ ପ୍ରଭାବ ଓ ଉପାୟ
ମେଷ ରାଶି
ମେଷ ରାଶି ଲୋକଙ୍କ ପାଇଁ ବୁଧ ମହାରାଜ ଆପଣଙ୍କର ତୃତୀୟ ଓ ଷଷ୍ଠ ଘର ସ୍ବାମୀ ଓ ଏବେ ଆପଣଙ୍କର ଅଷ୍ଟମ ଘରେ ବକ୍ରୀ ହେବାକୁ ଯାଉଛନ୍ତି।
ଏପରି ସ୍ଥିତିରେ ଏହି ଅବଧିରେ ଭଲ ସୁଯୋଗ ପ୍ରାପ୍ତ ହେବା ସତ୍ବେ ଆପଣଙ୍କୁ ଏହାର ଲାଭ ଉଠାଇବାରେ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିବ। ଏହି ଲୋକଙ୍କୁ ଅବନ୍ନତି ଦେଖିବାକୁ ମିଳିବ କିନ୍ତୁ ବେଳେ ବେଳେ ଆପଣଙ୍କୁ ହଠାତ ଧନ ଲାଭ ହୋଇପାରେ।
ବୁଧଙ୍କର ବିଛା ରାଶିରେ ବକ୍ରୀ ହୋଇ କାର୍ଯ୍ୟସ୍ଥଳରେ ଆପଣଙ୍କ ଉପରେ କାମର ଚାପ ବଢ଼ାଇ ପାରନ୍ତି ଓ ଏହି କାରଣରୁ ଆଓନ ବହୁତ ବ୍ୟସ୍ତ ରହିବେ।
ବ୍ୟବସାୟ ବିଷୟରେ କହିଲେ ଏହି ଅବଧିରେ ଆପଣଙ୍କୁ ବିଜନେସରେ ଲାଭ ଓ କ୍ଷତି ଦୁଇଟି ଯାକ ସାମ୍ନା କରିବା ପାଇଁ ପଡ଼ିବ। ସାଙ୍ଗରେ ପ୍ରତିଦ୍ଵନ୍ଦୀଙ୍କ ଠାରୁ ମଧ୍ୟ କଠିନ ଟକ୍କର ମିଳିବାର ଆଶଙ୍କା ଅଛି।
ଆର୍ଥିକ ଜୀବନରେ ବୁଧ ବକ୍ରୀ ଅବସ୍ଥାରେ ଆପଣଙ୍କୁ କ୍ଷତି କରାଇ ପାରନ୍ତି ଯାହା ଏହି ସମୟରେ କରାଯାଇଥିବା ଯାତ୍ରା ମାଧ୍ୟମରେ ହେବ।
ବ୍ୟକ୍ତିଗତ ଜୀବନକୁ ଦେଖିଲେ ଏହି ସମୟରେ ମେଷ ରାଶିର ଲୋକଙ୍କୁ ସମ୍ପର୍କରେ ଧର୍ଯ୍ୟ ରଖିବାକୁ ହେବ କାରଣ ଆପଣଙ୍କ ପ୍ରତି ଜୀବନସାଥୀର ବିଶ୍ବାସ ଦୁର୍ବଳ ହେବ ଯାହା ଆପଣଙ୍କୁ ଦୃଢ଼ କରିବା ଆବଶ୍ୟକ ହେବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ବୁଧ ବକ୍ରୀ ଚଳନ ସମୟରେ ଆପଣଙ୍କୁ ଅକ୍ଷୟରେ ପୋଡ଼ା ଓ ଦାନ୍ତରେ ଦରଜ ସମସ୍ଯା ଦେଇପାରନ୍ତି ଓ ଏହା ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ।
ଉପାୟ : ପ୍ରତିଦିନ ଓଁ ଭୌମଏ ନମଃ 19 ଥର ଜପ କରନ୍ତୁ।
ବୃଷ ରାଶି
ବୃଷ ରାଶି ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର ଜାତଜରେ ଦ୍ଵିତୀୟ ଓ ପଞ୍ଚମ ଘରର ସ୍ବାମୀ ଓ ଏବେ ଆପଣଙ୍କର ସପ୍ତମ ଘରେ ବକ୍ରୀ ହେବାକୁ ଯାଉଛନ୍ତି।
ଏହାର ପରିଣାମସ୍ଵରୂପ ବକ୍ରୀ ବୁଧ ସମୟରେ ଆପଣ ନୂଆ ବନ୍ଧୁ କରିବେ ଓ ଆପଣଙ୍କର ଦେଖା ନୂଆ ଲୋକଙ୍କ ସହିତ ହେବ। କିନ୍ତୁ ଏହି ଲୋକଙ୍କୁ ବନ୍ଧୁଙ୍କ ସହିତ କିଛି ଉତ୍ଥାନ-ପତନ ସାମ୍ନା କରିବା ପାଇଁ ପଡ଼ିପାରେ।
କ୍ୟାରୀଅରକୁ ଦେଖିଲେ କାର୍ଯ୍ୟକ୍ଷେତ୍ରରେ ବୃଷ ରାଶି ଲୋକଙ୍କୁ ଏହି ସମୟରେ ହାରାହାରି ପରିଣାମ ପ୍ରାପ୍ତ ହେବ। ଏହି ସମୟରେ ଆପଣଙ୍କୁ ଉଚ୍ଚ ଲାଭ ନ ମିଳିବାର ଆଶଙ୍କା ଅଛି।
ବ୍ୟବସାୟ ସମ୍ବନ୍ଧରେ ବୁଧ ବିଛା ରାଶିରେ ବକ୍ରୀ ସମୟରେ ଆପଣଙ୍କୁ ଭଲ ଲାଭ ଦେବା ସହିତ ବିଜନେସରେ ନୂଆ ଡୀଲ କରିବାର ସୁଯୋଗ ଦେବେ।
ଆର୍ଥିକ ଜୀବନ ବିଷୟରେ କହିଲେ ଏହି ଲୋକ ଯାତ୍ରା ମାଧ୍ୟମରେ ବହୁତ ଲାଭ ପ୍ରାପ୍ତ କରିବେ ଯାହା ଏହି ସମୟରେ ଆବଶ୍ୟକ ହେବ।
ବ୍ୟକ୍ତିଗତ ଜୀବନରେ ବୁଧ ବକ୍ରୀ ସମୟରେ ଏହି ଲୋକଙ୍କୁ ସମ୍ପର୍କରେ ଖୁସି ଓ ପାରସ୍ପରିକ ତାଳମେଳ ରଖିବା ପାଇଁ ପାର୍ଟନର ସହିତ ସାମଞ୍ଜସ୍ୟ ରଖିବା ପାଇଁ ପଡ଼ିବ।
ସ୍ବାସ୍ଥ୍ୟ ମାମଲାରେ ବୃଷ ରାଶିର ଲୋକଙ୍କୁ ନିଜର ପାର୍ଟନରର ସ୍ବାସ୍ଥ୍ୟ ଉପରେ ବହୁତ ପଇସା ଖର୍ଚ୍ଚ କରିବା ପାଇଁ ପଡ଼ିବ କାରଣ ତାଙ୍କର ଅଣ୍ଟାରେ ଦରଜ ହୋଇପାରେ।
ଉପାୟ : ଗୁରୁବାର ଦିନ ଗୁରୁ ଗ୍ରହଙ୍କର ପାଇଁ ଯଜ୍ଞ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ମିଥୁନ ରାଶି ଲୋକଙ୍କ ପାଇଁ ବୁଧ ପ୍ରଥମ/ଲଗ୍ନ ଘରର ସ୍ବାମୀ। ଏବେ ଏହା ଆପଣଙ୍କର ଷଷ୍ଠ ଘରେ ବକ୍ରୀ ହେବାକୁ ଯାଉଛନ୍ତି।
ବୁଧ ବିଛା ରାଶିରେ ବକ୍ରୀ ସମୟରେ ଆପଣଙ୍କର ଘର ପରିବାରରେ ସମସ୍ଯା ସୃଷ୍ଟି କରିପାରନ୍ତି ଯାହା ଆପଣଙ୍କ ପାଇଁ ଚିନ୍ତାର କାରଣ ହେବ। ଏହି ଲୋକଙ୍କୁ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଋଣ ନେବାକୁ ପଡ଼ିପାରେ।
କ୍ୟାରୀରରେ କାମ ଯୋଗୁଁ ଆପଣଙ୍କର ସହକର୍ମୀଙ୍କ ସହିତ ମତଭେଦ କିମ୍ବା ବିବାଦ ହେବାର ସମ୍ଭାବନା ଅଛି ଓ ଏହା ଆପଣଙ୍କର ଚାପର କାରଣ ହୋଇପାରେ।
ବ୍ୟବସାୟକୁ ଦେଖିଲେ ବୁଧ ବକ୍ରୀ ଅବସ୍ଥାରେ ଥିବା ସମୟରେ ଏହି ଲୋକ ନିଜର ବିଜନେସ ପାର୍ଟନରକୁ ଅଧିକ ସମୟ ଦେଇ ପାରିବେ ନାହିଁ କାରଣ ଆପଣଙ୍କୁ ବିଜନେସରେ କଠିନ ଟକ୍କର ମିଳିପାରେ।
ଆର୍ଥିକ ଜୀବନରେ ମିଥୁନ ରାଶି ଲୋକଙ୍କ ସାମ୍ନାରେ ଏକ ବଡ଼ ଖର୍ଚ୍ଚ ଆସିପାରେ ଯାହାକୁ ସମ୍ଭାଳିବା କଷ୍ଟକର ହୋଇପାରେ। ଏହାକୁ ସମ୍ଭାଳିବା ପାଇଁ ଆପଣଙ୍କୁ ସମ୍ପୂର୍ଣ ଯୋଜନା ସହିତ ଆଗକୁ ବଢ଼ିବାକୁ ପଡ଼ିବ।
ବ୍ୟକ୍ତିଗତ ଜୀବନରେ ଏହି ଲୋକଙ୍କର ପାର୍ଟନର ସହିତ ଯୁକ୍ତିତର୍କ ହୋଇପାରେ ଓ ଏପରି ସ୍ଥିତିରେ ଆପଣଙ୍କର ସମ୍ପର୍କରେ ଆକର୍ଷଣ କମ ହୋଇପାରେ।
ସ୍ବାସ୍ଥ୍ୟ ବିଷୟରେ କହିଲେ ମିଥୁନ ରାଶିର ଲୋକଙ୍କୁ ବୁଧ ବକ୍ରୀ ସମୟରେ ଚାପ ଯୋଗୁଁ ପେଟ ସହିତ ଜଡ଼ିତ ସମସ୍ଯା ହଇରାଣ କରିପାରେ। ସାଙ୍ଗରେ ଅଣ୍ଟାରେ ଦରଜ ମଧ୍ୟ ରହିପାରେ।
ଉପାୟ : ପ୍ରତିଦିନ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।
କର୍କଟ ରାଶି
କର୍କଟ ରାଶି ଲୋକଙ୍କ ଜାତକରେ ବୁଧ ମହାରାଜ ଆପଣଙ୍କର ଦ୍ଵାଦଶ ଓ ତୃତୀୟ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ପଞ୍ଚମ ଘରେ ଗୋଚର କରିବା ପାଇଁ ଯାଉଛନ୍ତି।
ଏହାର ପରିଣାମସ୍ଵରୂପ ବୁଧ ବକ୍ରୀ ଅବସ୍ଥା ସମୟରେ ଆପଣଙ୍କର ଲୋକଙ୍କ ଉପରେ ବିଶ୍ବାସ ଉଠିଯାଇ ପାରେ ଯାହାକୁ ପୁନର୍ବାର ହାସଲ କରିବା ପାଇଁ ଚେଷ୍ଟା କରିବାକୁ ହେବ। ସାଙ୍ଗରେ ଆପଣ ଧର୍ମ କର୍ମ କାର୍ଯ୍ୟରେ ଭାଗ ନେଇପାରିବେ, ଓ ସେଥିରେ ଆପଣ ସଫଳତା ପ୍ରାପ୍ତ କରିବେ।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କ ଉପରେ କାମର ଚାପ ବହୁତ ବଢ଼ିପାରେ ସେଥିପାଇଁ ଆପଣଙ୍କୁ କାମକୁ ଅତ୍ୟଧିକ ଏକାଗ୍ରତା ସହିତ କରିବା ପାଇଁ ପରାମର୍ଶ ଦିଆଯାଇଛି।
ବ୍ୟବସାୟରେବୁଧଙ୍କର ବିଛା ରାଶିରେ ବକ୍ରୀ ସମୟରେଯଦି ଆପଣଙ୍କର ସମ୍ବନ୍ଧ ଶେୟାର ବଜାର ସହିତ ଅଛି ତେବେ ଆପଣଙ୍କର ପ୍ରଦର୍ଶନ ଭଲ ରହିବାର ଆଶା ଅଛି।
ଆର୍ଥିକ ଜୀବନକୁ ଦେଖିଲେ ବୁଧ ବିଛା ରାଶିରେ ବକ୍ରୀ ସମୟରେ ଆପଣ ହାରାହାରି ଭାବରେ ଧନ ରୋଜଗାର କରିବେ। ଆପଣଙ୍କର ଖର୍ଚ୍ଚ ଆୟ ଠାରୁ ଅଧିକ ହେବ ଓ ଏହା ଆପଣଙ୍କର ପାଇଁ ଚାପର କାରଣ ହେବ।
ବ୍ୟାଜତିଗତ ଜୀବନରେ ଏହି ସମୟରେ ଆପଣଙ୍କର ସମ୍ପର୍କରେ ଅହଂକାର ସହିତ ଜଡ଼ିତ ସମସ୍ଯା ସୃଷ୍ଟି ହୋଇପାରେ ଯାହା ଫଳରେ ଆପଣଙ୍କର ଓ ସାଥୀର ସମ୍ପର୍କରେ ଖୁସି କମ ହୋଇପାରେ।
ସ୍ବାସ୍ଥ୍ୟକୁ ଦେଖିଲେ ବୁଧ ବକ୍ରୀ ସମୟରେ ଆପଣଙ୍କର ସନ୍ତାନରେ ସ୍ବାସ୍ଥ୍ୟ ପାଇଁ ବହୁତ ଧନ ଖର୍ଚ୍ଚ ହେବ କାରଣ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ରହିବାର ଆଶଙ୍କା ଅଛି।
ଉପାୟ : ପ୍ରତିଦିନ ଓଁ ସୋମାୟ ନମଃ 21 ଥର ଜପ କରନ୍ତୁ।
ସିଂହ ରାଶି
ସିଂହ ରାଶି ଲୋକଙ୍କ ପାଇଁ ବୁଧ ଦେବ ଆପଣଙ୍କର ଏକାଦଶ ଓ ଦ୍ଵିତୀୟ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଚତୁର୍ଥ ଘରେ ବକ୍ରୀ ହେବାକୁ ଯାଉଛନ୍ତି।
ଏହାର ଫଳସ୍ବରୂପ ଏହି ଲୋକଙ୍କର ସମ୍ପୂର୍ଣ ଧ୍ୟାନ ପରିବାର ପ୍ରତି ରହିବ ଓ ସେମାନେ ଘର ପରିବାରରେ ଚାଲିଥିବା ସମସ୍ଯାର ସମଧାନ କରିବା ପାଇଁ ଚେଷ୍ଟା କରିବେ।
କ୍ୟାରୀଅର ଦୃଷ୍ଟିରୁ ବୁଧ ବିଛା ରାଶିରେ ବକ୍ରୀ ସମୟରେ ଏହି ଲୋକ ନିଜର ଚାକିରିରେ ଅସନ୍ତୁଷ୍ଟ ରହିବେ ଓ ଏହି କାରଣରୁ ଆପଣ ଉନ୍ନତି କରିବା ପାଇଁ ଚାକିରି ବଦଳାଇବା ବିଷୟରେ ଭାବିବେ।
ବ୍ୟବସାୟକୁ ଦେଖିଲେ ଏହି ସମୟରେ ଆପଣଙ୍କୁ ବ୍ୟବସାୟରେ ପ୍ରତିଦ୍ଵନ୍ଦୀଙ୍କ ଠାରୁ କଠିନ ଟକ୍କର ମିଳିପାରେ, ଓ ସାଙ୍ଗରେ ବିଜନେସ ପାର୍ଟନର ସହିତ ମଧ୍ୟ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ।
ଆର୍ଥିକ ଜୀବନରେ ଆପଣ ଯେତେ ପଇସା ରୋଜଗାର କରିଲେ ମଧ୍ୟ ଆପଣ ଏହାର ଆନନ୍ଦ ନେବାରେ ଅସଫଳ ରହିବେ।
ବ୍ୟକ୍ତିଗତ ଜୀବନରେ ଆପଣଙ୍କର ଓ ପାର୍ଟନର ମଧ୍ୟରେ ମଧୁର ସମ୍ବନ୍ଧ ନ ରହିବାର ସମ୍ଭାବନା ଅଛି କାରଣ ଆପଣ ସାଥୀକୁ ବୁଝିବାରେ ଅସକ୍ଷମ ରହିବେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ବକ୍ରୀ ବୁଧ ସମୟରେ ଆପଣଙ୍କୁ ପାଦରେ ସମସ୍ଯା ରହିପାରେ ଯାହାର କାରଣ ଚାପ ଓ ସ୍ବାସ୍ଥ୍ୟ ପ୍ରତି ଅବହେଳା ହୋଇପାରେ।
ଉପାୟ : ପ୍ରତିଦିନ ଆଦିତ୍ୟ ହୃଦୟମ ସ୍ତୋତ୍ର ଜପ କରନ୍ତୁ।
କନ୍ୟା ରାଶି
କନ୍ୟା ରାଶି ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର ଲଗ୍ନ ଓ ଦଶମ ଘରର ସ୍ବାମୀ ଯିଏ ଏବେ ତୃତୀୟ ଘରେ ବକ୍ରୀ ହେବାକୁ ଯାଉଛନ୍ତି।
ଏହାର ଫଳସ୍ବରୂପ, ଆପଣଙ୍କୁ କାର୍ଯ୍ୟରେ କରାଯାଇଥିବା ଆପଣଙ୍କୁ କାର୍ଯ୍ୟରେ କରାଯାଇଥିବା ପ୍ରୟାସରେ ପରିଣାମ ମିଳିବାରେ ଡେରି ହୋଇପାରେ। ଆପଣଙ୍କର ଭାଗ୍ୟ ଦୁର୍ବଳ ରହିପାରେ ଓ ସାଙ୍ଗରେ ଗୁରୁଜନଙ୍କର ସମର୍ଥନ ମଧ୍ୟ ନ ମିଳିପାରେ।
କ୍ୟାରୀଅର କ୍ଷେତ୍ରରେ ବୁଧ ବିଛା ରାଶିରେ ଗୋଚର ସମୟରେ ଆପଣ ଚାକିରିରେ ପରିବର୍ତ୍ତନ କରିପାରନ୍ତି ଯାହା ଆପଣଙ୍କୁ ହାରାହାରି ଭାବରେ ସନ୍ତୁଷ୍ଟ କରିପାରେ।
ବ୍ୟବସାୟ ସମ୍ବନ୍ଧରେ ଆପଣଙ୍କୁ ନୂଆ ବିଜନେସ ମାଧ୍ୟମ ମିଳିବାକୁ ଥିବା ଲାଭ ହାରାହାରି ରହିପାରେ। ଏହି ସମୟ ଆପଣଙ୍କ ପାଇଁ ଫଳଦାୟୀ ରହିବ ନାହିଁ ବୋଲି ସମ୍ଭାବନା ଅଛି।
ଆର୍ଥିକ ଜୀବନରେ ବୁଧ ବକ୍ରୀ ଚଳନ ସମୟରେ ଆପଣଙ୍କୁ ବେପରୁଆ ହେବା ଯୋଗୁଁ ଧନ ହାନି ସହିବାକୁ ପଡ଼ିପାରେ ସେଥିପାଇଁ ସତର୍କ ରୁହନ୍ତୁ।
ପ୍ରେମ ଜୀବନରେ ଏହି ଲୋକଙ୍କର ପାର୍ଟନର ସହିତ ଯୁକ୍ତି ହେବାର ସମ୍ଭାବନା ଅଛି ଯାହା ଫଳରେ ପରସ୍ପର ପ୍ରତି ରୁଚି ହ୍ରାସ ହୋଇପାରେ।
ସ୍ବାସ୍ଥ୍ୟ ବିଷୟରେ କହିଲେ,ବୁଧଙ୍କର ବିଛା ରାଶିରେ ବକ୍ରୀ ସମୟରେଆପଣଙ୍କୁ ତାନ୍ତ୍ରିକ ତନ୍ତ୍ର ସହିତ ଜଡ଼ିତ ସ୍ବାସ୍ଥ୍ୟ ସମସ୍ଯା ରହିବ ଯାହା ଫଳରେ ଆପଣ ଚିନ୍ତିତ ନଜର ଆସିବେ।
ଉପାୟ : ପ୍ରତିଦିନ ଓଁ ଗଂ ଗଣପତୟେ ନମଃ 11 ଥର ଜପ କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶି
ତୁଳା ରାଶି ଲୋକଙ୍କ ପାଇଁ ବୁଧ ମହାରାଜ ଆପଣଙ୍କର ନବମ ଓ ଦ୍ଵାଦଶ ଘରର ସ୍ବାମୀ। ସେ ଏବେ ଆପଣଙ୍କର ଦ୍ଵିତୀୟ ଘରେ ବକ୍ରୀ ହେବାକୁ ଯାଉଛନ୍ତି।
ଏହାର ଫଳସ୍ବରୂପ, ଏହି ଲୋକ ବୁଧ ବକ୍ରୀ ଚଳନ ସମୟରେ ସନ୍ତାନଙ୍କର ପ୍ରଗତି କୁ ନେଇ ଚିନ୍ତିତ ରହିପାରନ୍ତି। ସକାରାତ୍ମକ ପକ୍ଷ ବିଷୟରେ କହିଲେ, ଆପଣଙ୍କର ଆଗ୍ରହ ଅଧ୍ୟାତ୍ମ ପ୍ରତି ବଢ଼ିବ।
କ୍ୟାରୀଅର କ୍ଷେତ୍ରରେ ଏହି ସମୟରେ ଏହି ଲୋକଙ୍କୁ କାମ ପାଇଁ ଯାତ୍ରା କରିବା ପାଇଁ ପଡ଼ିପାରେ, କିନ୍ତୁ ଆଶଙ୍କା ଅଛି ଯେ ଏହି ପ୍ରକାର ଯାତ୍ରା ଆପଣଙ୍କର ଲକ୍ଷ ପୂରଣ ନ କରିପାରେ। ଆପଣ ଅସନ୍ତୁଷ୍ଟ ରହି ପାରନ୍ତି।
ବୁଧ ବିଛା ରାଶିରେ ବକ୍ରୀ ସମୟରେ ଏହି ରାଶିର ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ମିଳିବାକୁ ଥିବା ଲାଭ କମ ରହିବ। ଆପଣଙ୍କୁ ପାର୍ଟନର୍ଶିପରେ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ।
ଆର୍ଥିକ ଜୀବନରେ ଏହି ସମୟରେ ଆପଣ ଯେତେ ପଇସା ରୋଜଗାର କରିବେ, ତାକୁ ସଞ୍ଚୟ କରିବାକୁ ଅସମର୍ଥ ରହିବେ। ଆପଣ ସନ୍ତୁଷ୍ଟ ନ ରହିବାର ଆଶଙ୍କା ଅଛି।
ବ୍ୟକ୍ତିଗତ ଜୀବନରେ ତୁଳା ରାଶି ଲୋକଙ୍କୁ ସମ୍ପର୍କରେ ଚାଲିଥିବା ସମସ୍ଯାରୁ ବାହାରକୁ ଆସିବା ପାଇଁ ସାଥୀ ସହିତ କଥା ହେବା ବେଳେ ବହୁତ ଧ୍ୟାନ ସହିତ ତାଙ୍କ କଥା ଶୁଣିବାକୁ ପଡ଼ିବ ତେବେ ଯାଇ ସମ୍ପର୍କରେ ଖୁସି ରହିବ।
ସ୍ବାସ୍ଥ୍ୟ ବିଷୟରେ କହିଲେ, ବୁଧଙ୍କର ବକ୍ରୀ ଅବସ୍ଥାରେ ଏହି ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ରହିପାରେ ଓ ଏପରି ସ୍ଥିତିରେ, ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବାରେ ସମସ୍ଯା ସୃଷ୍ଟି ହୋଇପାରେ।
ଉପାୟ : ପ୍ରତିଦିନ ଓଁ ଗୁରବେ ନମଃ 21 ଥର ଜପ କରନ୍ତୁ।
ବିଛା ରାଶି
ବିଛା ରାଶି ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର ଅଷ୍ଟମ ଓ ଏକାଦଶ ଘରର ସ୍ବାମୀ ଓ ଏବେ ଆପଣଙ୍କର ଲଗ୍ନ ଘରେ ଗୋଚର କରିବା ପାଇଁ ଯାଉଛନ୍ତି।
ଏହାର ଫଳସ୍ବରୂପ କାର୍ଯ୍ୟରେ କରାଯାଇଥିବା ପ୍ରୟାସ ଆପଣଙ୍କୁ ବେଳେ ବେଳେ ସମସ୍ଯା ସାମ୍ନା କରାଇପାରେ। କିନ୍ତୁ ଅନ୍ତରେ ଆପଣଙ୍କୁ ସଫଳତା ମିଳିପାରିବ।
କ୍ୟାରୀଅର ବିଷୟରେ କହିଲେ ବୁଧଙ୍କର ବିଛା ରାଶିରେ ଗୋଚର ସମୟରେ ଏହି ଲୋକକ ନିଜର ଚକିରୀରେ ସନ୍ତୁଷ୍ଟ ରହିବେ ନାହିଁ ଓ ଏପରି ସ୍ଥିତିରେ ଆପଣ ଚାକିରି ବଡଲଉଥିବା ଦେଖାଯିବେ।
ବୁଧଙ୍କର ବକ୍ରୀ ହେବା ଦ୍ବାରା ବିଛା ରାଶିର ବ୍ୟବସାୟ କରୁଥିବା ଲୋକଙ୍କୁ ସେତିକି ଲାଭ ମିଳିବ ନାହିଁ ଯେତିକି ଅନୁମାନ ଥିବ। ଏହି ଲୋକଙ୍କର ବହୁତ ଭାବିଚିନ୍ତି ଯୋଜନା ପ୍ରସ୍ତୁତ କରିବା ସତ୍ବେ ବ୍ୟବସାୟରେ ହ୍ରାସ ଦେଖିବାକୁ ମିଳିବ।
ଆର୍ଥିକ ଜୀବନରେ ବୁଧଙ୍କର ବିଛା ରାଶିରେ ବକ୍ରୀ ସମୟରେ ଏହି ଲୋକଙ୍କର ଧନ ରୋଜଗାର କରିବା ମାର୍ଗରେ ସମସ୍ଯା ଆସି ପାରେ ଓ ଏହାର ଫଳସ୍ବରୂପ ଏହି ବାଧାରୁ ବଞ୍ଚିବା ପାଇଁ ଯୋଜନା ପ୍ରସ୍ତୁତ କରି ଚଳିବାକୁ ହେବ।
ବ୍ୟକ୍ତିଗତ ଜୀବନକୁ ଦେଖିଲେ ବିଛା ରାଶିର ଲୋକଙ୍କୁ ସମ୍ପର୍କରେ ପାର୍ଟନର ସହିତ ପାରସ୍ପରିକ ବୁଝାମଣାରେ ଉତ୍ଥାନ-ପତନ ଦେଖିବାକୁ ମିଳିବ। ଆପଣଙ୍କୁ ପରିପକ୍ଵତା ସହିତ ବ୍ୟବହାର କରିବା ଆବଶ୍ୟକ ହେବ।
ସ୍ବାସ୍ଥ୍ୟ ବିଷୟରେ କହିଲେ, ବୁଧ ବକ୍ରୀ ସମୟରେ ଏହି ଲୋକଙ୍କୁ ହଠାତ ମୁଣ୍ଡ ବିନ୍ଧା ସମସ୍ଯା ଘେରି ପାରେ ଯାହା ଫଳରେ ଆପଣ ଚିନ୍ତିତ ରହିବେ।
ଉପାୟ : ପ୍ରତିଦିନ ଓଁ ହନୁମତେ ନମଃ 11 ଥର ଜପ କରନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି
ଧନୁ ରାଶି ଲୋକଙ୍କ ପାଇଁ ବୁଧ ଦେବ ଆପଣଙ୍କର ସପ୍ତମ ଓ ଦଶମ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଦ୍ଵାଦଶ ଘରେ ବକ୍ରୀ ହେବା ପାଇଁ ଯାଉଛନ୍ତି।
ଏହାର ଫଳସ୍ବରୂପ ବୁଧ ଦେବଙ୍କର ବକ୍ରୀ ଅବସ୍ଥା ସମୟରେ ଏହି ଲୋକଙ୍କୁ ଲାମ୍ବା ଯାତ୍ରା ସମୟରେ କିଛି ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଏହି ସମୟରେ ଆପଣଙ୍କୁ ଜୀବନରେ ମହତ୍ୱପୂର୍ଣ ନିଷ୍ପତି ନେବା ଠାରୁ ଦୂରେଇ ରହିବା ଉଚିତ।
କ୍ୟାରୀଅର ବିଷୟରେ କହିକଏ ଏହି ଅବଧିରେ ଧନୁ ରାଶି ଲୋକ କାର୍ଯ୍ୟସ୍ଥଳରେ ନିଜର ସହକର୍ମୀଙ୍କ ସହିତ କିଛି ସମସ୍ଯାର ସାମ୍ନା କରି ପାରନ୍ତି। ସମ୍ଭାବନା ଅଛି ଯେ ତାଙ୍କର ମନରେ ଆପଣଙ୍କର ଉନ୍ନତି ପ୍ରତି ଈର୍ଷା ଭାବ ରହିପାରେ ଓ ଏହା ଦ୍ବାରା ଆପଣଙ୍କର ପ୍ରଦର୍ଶନ ପ୍ରଭାବିତ ହୋଇପାରେ।
ବୁଧ ବିଛା ରାଶିରେ ବକ୍ରୀ ସମୟରେ ଆପଣଙ୍କୁ ବିଜନେସ ପାର୍ଟନରର ସମର୍ଥନ ନ ମିଳିବାର ଆଶଙ୍କା ଅଛି ଯାହାର ଆପଣଙ୍କୁ ଏହି ସମୟରେ ସବୁଠାରୁ ଅଧିକ ଆବଶ୍ୟକତା ରହିବ।
ଆର୍ଥିକ ଜୀବନରେ ଏହି ସମୟରେ ଆପଣଙ୍କୁ ମିଳିବାକୁ ଥିବା ଆୟର ସୁଯୋଗରେ ଅଭାବ ଦେଖିବାକୁ ମିଳିପାରେ। ଏହି ଲୋକ ନିଜର ଖର୍ଚ୍ଚ ପୂରଣ କରିବା ପାଇଁ ଋଣ ନେବାକୁ ବାଧ୍ୟ ହୋଇପାରନ୍ତି।
ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ ବୁଧଙ୍କର ବକ୍ରୀ ସମୟରେ ଆପଣଙ୍କୁ ସମ୍ପର୍କରେ ଅହଂକାରରୁ ଦୂରେଇ ରହିବାକୁ ହେବ ଅନ୍ୟଥା ଆପଣଙ୍କର ସମ୍ପର୍କରେ ଏହାର ନକରାତ୍ମକ ପ୍ରଭାବ ପଡ଼ିପାରେ। ।
ସ୍ବାସ୍ଥ୍ୟକୁ ଦେଖିଲେ ଧନୁ ରାଶି ଲୋକ ଏହି ଅବଧିରେ ଅଧିକ ଖାଇବା ଯୋଗୁଁ ମୋଟାପଣର ଶିକାର ହୋଇପାରନ୍ତି ଯାହା ଠାରୁ ଆପଣଙ୍କୁ ଦୂରେଇ ରହିବାକୁ ପଡ଼ିବ।
ଉପାୟ : ପ୍ରତିଦିନ ଓଁ ରାହବେ ନମଃ 22 ଥର ଜପ କରନ୍ତୁ।
ମକର ରାଶି
ମକର ରାଶି ଲୋକଙ୍କ ପାଇଁ ବୁଧ ଷଷ୍ଠ ଓ ନବମ ଘରର ସ୍ବାମୀ ଓ ଏବେ ଆପଣଙ୍କର ଏକାଦଶ ଘରେ ବକ୍ରୀ ହେବାକୁ ଯାଉଛନ୍ତି।
ଏପରି ସ୍ଥିତିରେ, ବୁଧ ମହାରାଜଙ୍କର ସ୍ଥିତି ଆପଣଙ୍କୁ କାମରେ କରାଯାଇଥିବା ସମସ୍ତ ପ୍ରୟାସରେ ସକାରାତ୍ମକ ପରିଣାମ ଦେବ। ଏହାର ଫଳସ୍ବରୂପ ଏହି ଲୋକ ନିଜର ସମସ୍ତ ଇଚ୍ଛା ପୂରଣ କରି ପାରିବେ।
ଏହି ଅବଧିରେ ଏହି ଲୋକଙ୍କୁ ଚାକିରିରେ ନୂଆ ସୁଯୋଗ ପ୍ରାପ୍ତ ହେବ ଓ ଏହି ପ୍ରକାର ସୁଯୋଗ ଆପଣଙ୍କର ମନୋକମାନା ପୂରଣ କରିବ। ଆପଣ କାମ ସମ୍ବନ୍ଧରେ ନିଜ ପାଜଣ ଲକ୍ଷ ନିର୍ଦ୍ଧାରିତ କରୁଥିବା ଦେଖାଯିବେ।
ବୁଧ ବିଛା ରାଶିରେ ବକ୍ରୀ ସମୟରେ ବ୍ୟବସାୟ କରିବା ଲୋକ ନିଜର ସକାରାତ୍ମକ ଦୃଷ୍ଟି ଓ ଭଲ ଯୋଜନା ଯୋଗୁଁ ଅଧିକ ଲାଭ କରିବାରେ ସଫଳ ହେବେ।
ଆର୍ଥିକ ଜୀବନରେ ଏହି ଲୋକଙ୍କୁ ଭାଗ୍ଯର ସମର୍ଥନ ମିଳିବ ଓ ଆପଣ ଯାହା ପ୍ରୟାସ କରିବେ ତାହା ମାଧ୍ୟମରୁ ଆପଣଙ୍କର ବ୍ଯାଙ୍କ ବୈଲେଂସ୍ ବୃଦ୍ଧି ହେବ।
ବ୍ୟକ୍ତିଗତ ଜୀବନ ବିଷୟରେ କହିଲ, ତେବେ ଏହି ଅବଧିରେ ଆପଣଙ୍କର ବ୍ୟବହାର ପାର୍ଟନର ସହିତ ଭଲ ରହିବ ଓ ଆପଣଙ୍କର ସମ୍ପର୍କରେ ମଧୁରତା ରହିବ।
ଯେବେ କଥା ଆସେ ସ୍ୱାସ୍ଥ୍ୟର ତେବେ ମକର ରାଶିର ଲୋକ ଊର୍ଜାବାନ ରହିବେ ଓ ଏହାର ଫଳସ୍ବରୂପ ଆପଣ ପୁର ଫିଟ ଦେଖାଯିବେ।
ଉପାୟ : ପ୍ରତିଦିନ ଓଁ ଶିବ ଓଁ ଶିବ ଓଁ 22 ଥର ଜପ କରନ୍ତୁ।
କୁମ୍ଭ ରାଶି
କୁମ୍ଭ ରାଶି ଲୋକଙ୍କ ପାଇଁ ବୁଧ ଆପଣଙ୍କର ପଞ୍ଚମ ଓ ଅଷ୍ଟମ ଘରର ସ୍ୱମୟ ଓ ଏବେ ଏହା ଆପଣଙ୍କର ଦଶମ ଘରେ ବକ୍ରୀ ହେବାକୁ ଯାଉଛନ୍ତି।
ଏହି ସମୟରେ ଏହି ଲୋକଙ୍କୁ କାମ ପାଇଁ ଯାତ୍ରା କରିବାକୁ ପଡ଼ିପାରେ। ଏହି ଯାତ୍ରା ସମୟରେ ଆପଣଙ୍କୁ ଭଲ ଭଲ କର୍ମ କରିବାକୁ ପରାମର୍ଶ ଦିଅଯାଇଛି।
କ୍ୟାରୀଅର କୁ ଦେଖିଲେବୁଧଙ୍କର ବିଛା ରାଶିରେ ବକ୍ରୀ ହେବା ଦ୍ବାରା କୁମ୍ଭ ରାଶିର ଲୋକ ବହୁତ ବୃତ୍ତିଗତ ଭାବରେ ନିଜର କାମ କରିବେ ଓ ଆପଣ ସକାରାତ୍ମକ ପରିଣାମ ପ୍ରାପ୍ତ କରିବାରେ ସକ୍ଷମ ହେବେ।
ବ୍ୟବସାୟ ସମ୍ବନ୍ଧରେ ଯେଉଁ ଲୋକ ଶେୟାର ବଜାର ସହିତ ଜଡ଼ିତ ସେମାନେ ଏହି ଅବଧିରେ ଭଲ ରୋଜଗାର କରିପାରିବେ। ଏହା ବ୍ୟତୀତ ଏହି ଲୋକଙ୍କୁ ପୈତୃକ ସମ୍ପତି ମାଧ୍ୟମରେ ଧନ ଲାଭ ହେବାର ସମ୍ଭାବନା ଅଛି।
ଆର୍ଥିକ ଜୀବନରେ ବୁଧଙ୍କର ବକ୍ରୀ ଚଳନ ସ୍ମାୟରେ ଆପଣଙ୍କୁ ଆଧ୍ୟାତ୍ମିକ ଲାଭ ହେବାର ଅନୁମାନ ଅଛି ଓ ପୈତୃକ ସମ୍ପତିରୁ ମଧ୍ୟ ଲାଭ ପ୍ରାପ୍ତ ହେବାର ଯୋଗ ତିଆରି ହେବ।
ବ୍ୟକ୍ତିଗତ ଜୀବନରେ କୁମ୍ଭ ରାଶି ଲୋକଙ୍କର ସମ୍ପର୍କରେ ପାର୍ଟନର ସହିତ ପାରସ୍ପରିକ ତାଳମେଳ ଭଲ ରହିବ ଓ ଆପଣ ଖୁସି ରହିବେ। ଏହାର ପରିଣାମସ୍ବରୂପ ଆପଣ ଦୁହିଁକର ସମ୍ପର୍କ ଦୃଢ଼ ରହିବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ବଉଶ ବକ୍ରୀ ଅବସ୍ଥାରେ ଆପଣଙ୍କ ପାଇଁ ଅନୁକୂଳ ରହିବେ ଓ ଏହି ସମୟରେ ଆପଣ ସମ୍ପୂର୍ଣ ଭାବରେ ଫିଟ ଦେଖାଯିବେ। ସାଙ୍ଗରେ ଏହି ଅବଧିରେ ଆପଣଙ୍କୁ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ଯା ହେବ ନାହିଁ।
ଉପାୟ : ପ୍ରତିଦିନ ଓଁ କେତବେ ନମଃ 22 ଥର ଜପ କରନ୍ତୁ।
ମୀନ ରାଶି
ମୀନ ରାଶିର ଲୋକଙ୍କ ପାଇଁ ବୁଧ ମହାରାଜ ଚତୁର୍ଥ ଓ ସପ୍ତମ ଘର ସ୍ବାମୀ ଓ ଏବେ ଆପଣଙ୍କର ନବମ ଘରେ ବକ୍ରୀ ହେବା ପାଇଁ ଯାଉଛନ୍ତି।
ଏହାର ଫଳସ୍ବରୂପ, ଏହି ଲୋକଙ୍କୁ ଜୀବନରେ ସୁଖ ସୁବିଧାର ଅଭାବ ଅନୁଭବ ହୋଇପାରେ,’ସାଙ୍ଗରେ, ଭାଗ୍ୟର ସାଥ ନ ମିଳିବାର ଆଶଙ୍କା ଅଛି ଓ ଆପଣଙ୍କୁ ସମ୍ପତି ସହିତ ଜଡ଼ିତ ବିବାଦ ମଧ୍ୟ ସାମ୍ନା କରିବାକୁ ପଡ଼ିପାରେ।
କ୍ୟାରୀଅର ବିଷୟରେ କହିଲେ ବୁଧ ବିଛା ରାଶିରେ ବକ୍ରୀ ସମୟରେ ଆପଣଙ୍କୁ ନିଜର କାର୍ଯ୍ୟର ଯୋଜନା ବହୁତ ବୃତ୍ତିଗତ ଭାବରେ ପ୍ରସ୍ତୁତ କରିବାର ଆବଶ୍ୟକତା ରହିବ, ତେବେ ଯାଇ ଆପଣ ନାମ ଓ ଯଶ ପ୍ରାପ୍ତ କରିପାରିବେ, ଅନ୍ୟଥା ଆପଣଙ୍କୁ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ।
ଏହି ଲୋକଙ୍କୁ ଏହି ସମୟରେ ବ୍ୟବସାୟ ସହିତ ଜଡ଼ିତ କ୍ଷେତ୍ରରେ ବାଧା ସାମ୍ନା କରିବା ପାଇଁ ପଡ଼ିପାରେ ଯାହା କମ ଲାଭ ଦେଇପାରେ। ଏହାକୁ ସମ୍ଭାଳିବା ଆପଣଙ୍କ ପାଇଁ କଷ୍ଟକର ହେବ।
ଆର୍ଥିକ ଜୀବନରେ ବୁଧଙ୍କର ବକ୍ରୀ ଅବସ୍ଥା ସମୟରେ ଭାଗ୍ୟର ସାଥ ନ ମିଳିବା ଯୋଗୁଁ ଆପଣ ଭଲ ଲାଭ କରିବାରେ ପଛରେ ପଡ଼ିଯାଇ ପାରନ୍ତି। ଏହାର ପରିଣାମସ୍ବରୂପ ଯେତେ ଧନ ରୋଜଗାର କରିବେ ତାକୁ ସମ୍ଭାଳିବାରେ ଆପଣଙ୍କୁ ଚିନ୍ତା ଅନୁଭବ ହୋଇପାରେ।
ବ୍ୟକ୍ତିଗତ ଜୀବନରେ ମୀନ ରାଶିର ଲୋକଙ୍କର ସମ୍ପର୍କରେ ପାର୍ଟନର ସହିତ ଖୁସିର ଅଭାବ ରହିପାରେ ଓ ଏପରି ସ୍ଥିତିରେ ଆପଣ ତାଙ୍କ ସହିତ ସମ୍ପର୍କର ଆନନ୍ଦ ନେବାରେ ଅସମର୍ଥ ହେବେ।
ଯେବେ କଥା ଆସେ ସ୍ବାସ୍ଥ୍ୟର ତେବେ ଏହି ରାଶିର ଲୋକଙ୍କୁ ଯାତ୍ରା କରିବା ସମୟରେ ବହୁତ ସାବଧାନ ରହିବାକୁ ହେବ କାରଣ ଏହି କଥାର ପ୍ରବଳ ସମ୍ଭାବନା ଅଛି ଯେ ଆପଣ ଦୁର୍ଘଟଣାର ଶିକାର ହୋଇପାରନ୍ତି।
ଉପାୟ : ପ୍ରତିଦିନ ଓଁ ଶନୈଶ୍ଚରାୟ ନମଃ 44 ଥର ଜପ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ
1. ବୁଧ କେବେ ବକ୍ରୀ ହେବେ?
ଗ୍ରହଙ୍କର ରାଜକୁମର ବୁଧ 26 ନଭେମ୍ବର 2024ରେ ବିଛା ରାଶିରେ ବକ୍ରୀ ହେବେ ।
2. ବିଛା ରାଶିର ସ୍ବାମୀ କିଏ?
ରାଶି ଚକ୍ରର ସପ୍ତମ ରାଶି ବିଛା ଉପରେ ମଙ୍ଗଳ ଗ୍ରହଙ୍କର ଶାସନ ଅଛି। ।
3. ଜାତକରେ ବୁଧ ଖରାପ ହେଲେ କ’ଣ ହୁଏ?
ଜାତକରେ ବୁଧ ଗ୍ରହଙ୍କର ଅଶୁଭ ସ୍ଥିତି ବୁଦ୍ଧି, ବାଣୀ ଓ ଚିନ୍ତାଧାରାର କ୍ଷମତାକୁ ପ୍ରଭାବିତ କରେ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025