ବୁଧଙ୍କର କନ୍ୟା ରାଶିରେ ଗୋଚର (23 ସେପ୍ଟେମ୍ବର 2024)
ବୈଦିକ ଜ୍ଯୋତିଷଶାସ୍ତ୍ରରେ ବୁଧ ଦେବଙ୍କୁ ଗ୍ରହଙ୍କର ରାଜକୁମାର ନାମ ଦିଅଯାଇଛି। ସେ ଯୁବା, ସୁନ୍ଦର, ବୁଦ୍ଧିମାନ ଓ ପ୍ରଭାବି ସଂଚାର କୌଶଳର ଗ୍ରହ। ରାଶି ଚକ୍ରରେ ବୁଧଙ୍କୁ ଦୁଇଟି ରାଶି ମିଥୁନ ଓ କନ୍ୟା ରାଶିରେ ସ୍ଵାମିତ୍ଵ ପ୍ରାପ୍ତି ହୋଇଛି। ଏବେ ବୁଧଙ୍କର କନ୍ୟା ରାଶିରେ ଗୋଚର 23 ସେପ୍ଟେମ୍ବର 2024 ସକଳ 09: 59ରେ କରିବେ। କାଳ ପୁରୁଷ ଜାତକରେ କନ୍ୟା ରାଶି ଷଷ୍ଠ ସ୍ଥାନରେ ଆସିବ ଓ ଏହା ପୃଥିବୀ ତତ୍ଵର ସ୍ତ୍ରୀ ସ୍ଵଭାବର ରାଶି। କନ୍ୟା ବୁଧଙ୍କଡ଼ ଉଚ୍ଚ ରାଶି ମଧ୍ୟ ଓ ଏଠାରେ ବୁଧଙ୍କର ଉପସ୍ଥିତି ଅନୁକୂଳ ହୋଇଥାଏ।
ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୁଅନ୍ତୁ ଓ ଜାଣନ୍ତୁ ବୁଧଙ୍କର କନ୍ୟା ରାଶିରେ ଗୋଚର ଆପଣଙ୍କର ଜୀବନ ଉପରେ ପ୍ରଭାବ
ବୁଧ ଗୋଚର ଅବଧିକୁ କ୍ୟାରୀଅର କ୍ଷେତ୍ରରେ ଭଲ କୁହାଯିବ ଯେପରି ଡେଟା ଇନ୍ଟାରପ୍ରିଟେଶନ, ଟ୍ରେଡିଂ, ବ୍ଯାଙ୍କିଂ, ଶିକ୍ଷା, ବୀମା, ଡେଟା ସାୟେନ୍ଟିସ୍ଟ ଇତ୍ୟାଦି ପରି କ୍ଷେତ୍ର। ଏହି ସମୟରେ ସ୍ବାସ୍ଥ୍ୟ ଭଲ ରଖିବା ପାଇଁ ଭଲ ହେବ। ବୁଧଙ୍କର କନ୍ୟା ରାଶିରେ ଗୋଚରର ପ୍ରଭାବ ଆପଣଙ୍କ ଜୀବନ ଉପରେ କିପରି ପଡ଼ିବ? ଏହା ଜାତକରେ ବୁଦ୍ଧଙ୍କର ସ୍ଥିତି ଓ ଗ୍ରହଙ୍କର ଦଶା ଉପରେ ନିର୍ଭର କରେ।
To Read in English Click Here: Mercury Transit in Virgo
ଆସନ୍ତୁ ଆଗକୁ ବଢ଼ିବା ଓ ଜାଣିବା ବୁଧଙ୍କର କନ୍ୟା ରାଶିରେ ଗୋଚର 12 ଟି ରାଶିକୁ କିପରି ପ୍ରଭାବିତ କରିବ।
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଜାଣିବା ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।
କନ୍ୟା ରାଶିରେ ବୁଧ ଗୋଚର: ରାଶି ଅନୁସାରେ ରାଶିଫଳ ଓ ପ୍ରତିକାର
ମେଷ ରାଶି
ମେଷ ରାଶି ଲୋକଙ୍କ ପାଇଁ ବୁଧ ଦେବ ତୃତୀୟ ଓ ଷଷ୍ଠ ଘରର ପ୍ରଭୁ ଓ ଏବେ ଆପଣଙ୍କର ଷଷ୍ଠ ଘରେ ଗୋଚର କରିବେ। ଜାତକରେ ଷଷ୍ଠ ଘର ଶତ୍ରୁ, ସ୍ବାସ୍ଥ୍ୟ, ପ୍ରତିଯୋଗିତା ଓ ମମୌ ଇତ୍ୟାଦିକୁ ଦର୍ଶାଏ।
ଏହି ଗୋଚର ଆପଣଙ୍କ ପାଇଁ ଭଲ ସ୍ବାସ୍ଥ୍ୟ ଆଣିବ ଓ ସ୍ବାସ୍ଥ୍ୟ ମାମଲାରେ ଆପଣଙ୍କୁ ସକାରାତ୍ମକ ପରିଣାମ ମିଳିବ। ଯେଉଁ ଲୋକ ବହୁ ଦିନରୁ ପୀଡ଼ିତ ଥିଲେ ତମକୁ ଏହି ସମୟରେ ଅନୁକୂଳ ପରିଣାମ ମିଳିବ। ସ୍ବାସ୍ଥ୍ୟରେ ସୁଧାର ଆସିବ। ବୁଧ ମହାରାଜଙ୍କର ଗୋଚର ଯୋଗୁଁ ବ୍ଯାଙ୍କିଂ , ଟ୍ରେଡିଂ, ନେଗୋସିଏସନ ଓ ଡେଟା ଇନ୍ଟାରପ୍ରିଟେଶନ ଇତ୍ୟାଦି ସହିତ ଜଡ଼ିତ ଲୋକଙ୍କୁ ଭଲ ଫଳ ମିଳିବ।
ବୃତ୍ତିଗତ ଜୀବନରୁ ବାହାରକୁ ଆସିବା ଅୟନ ଛୋଟ ଭଉଣୀଙ୍କର ସହାୟତା ନେବେ। କିନ୍ତୁ ଯଦି ଆପଣଙ୍କର ଜାତକରେ ଅଶୁଭ ଦଶା ଚାଲିଛି ତେବେ ଛୋଟ ଭାଇ ଭଉଣୀଙ୍କ ସହିତ ସମସ୍ଯା ହୋଇପାରେ କିମ୍ବା ସେ ଆପଣଙ୍କ ବିଷୟରେ ଆଲୋଚନା କରିପାରନ୍ତି। ଏହି ସମୟରେ ଯାତ୍ରା ପାଇଁ ଖର୍ଚ୍ଚ ବୃଦ୍ଧି ହେବ। ଯେଉଁ ଛତର ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ସେମାନେ ସଫଳତା ପାଇବେ। ଆପଣଙ୍କୁ ପ୍ରତ୍ଯେକ ପରିସ୍ଥିତିରେ ମାମୁଁକର ସାହାଜ୍ୟ ମିଳିବ।
ଉପାୟ : ପ୍ରତିଦିନ ଗାଈକୁ ସବୁଜ ଚାରା ଖୁଆନ୍ତୁ।
ବୃଷ ରାଶି
ବୃଷ ରାଶି ଲୋକଙ୍କ ପାଇଁ ବୁଧ ଗୋଚର ଦ୍ଵିତୀୟ ଓ ପଞ୍ଚମ ଘରର ସ୍ବାମୀ। ଏବେ ବୁଦ୍ଧଙ୍କର କନ୍ୟା ରାଶିରେ ଗୋଚର ଆପଣଙ୍କର ପଞ୍ଚମ ଘରେ ହେବ ଯାହା ପୂର୍ବ ପୁଣ୍ୟ, ଶିକ୍ଷା, ପ୍ରେମ ସମ୍ବନ୍ଧ ଓ ସନ୍ତାନ ଇତ୍ୟାଦି ସହିତ ଜଡ଼ିତ। ବୃଷ ରାଶି ଲୋକଙ୍କ ପାଇଁ ବୁଧ ମିତ୍ର ଗ୍ରହ ଓ ଏବେ ଏହା ଦ୍ଵିତୀୟ ଘରର ସ୍ବାମୀ ଭାବରେ ପଞ୍ଚମ ଘରେ ଗୋଚର କରିବେ। ପରିଣାମସ୍ବରୂପ ଏହି ବ୍ୟକ୍ତି ନିଜର ସଞ୍ଚିତ ଧନର ଏକ ବଡ଼ ଭାଗ ଶିକ୍ଷା, ସନ୍ତାନ ଓ ପ୍ରେମ ସମ୍ବନ୍ଧରେ ଖର୍ଚ୍ଚ କରିବେ।
ବୁଧ ଗୋଚର ସେହି ଲୋକଙ୍କର ଅଧିକ ଭଲ ହେବ ଯେଉଁମାନେ ରାଇଟିଙ୍ଗ, ମାସ କମ୍ଯୁନିକେଶନ ପଢ଼ୁଛନ୍ତି କିମ୍ବା କୌଣସି ଭାଷା ଶିଖୁଛନ୍ତି। ଏହି ସମୟରେ ପରିବାର ଲୋକ ପ୍ରୋତ୍ସାହିତ କରିବେ ଓ ପ୍ରଶଂସା କରିବେ। ଏହି ରାଶିର ଲୋକଙ୍କର ପ୍ରେମ ଜୀବନ ରୋମାନ୍ସରେ ଭରି ଯିବା ଓ ପରସ୍ପର ସହିତ ଖୋଲା ଖୋଲି ଭାବରେ କଥା ହେବେ। ଆପଣ ସମ୍ପର୍କରେ ସଚ୍ଚିତ ରହିବେ ଯାହା ସମ୍ପର୍କକୁ ଦୃଢ଼ କରିବ। ଗୁପ୍ତ ରଖିଥିବା ସମ୍ପର୍କ ବିଷୟରେ ଆପଣ ପରିବାର ଲୋକଙ୍କୁ ଜଣାଇବେ।
ବୁଧ ଗୋଚର ସମୟରେ ନିଜର ସନ୍ତାନର ପର୍ସନାଲିଟୀକୁ ଗଢ଼ିବା ପାଇଁ ସବୁଠାରୁ ଶ୍ରେଷ୍ଠ ସମୟ। ଆପଣଙ୍କୁ ତାଙ୍କ ସହିତ ସମୟ ବିତାଇବାକୁ ହେବ ଯାହା ଫଳରେ ସମ୍ପର୍କ ଦୃଢ଼ ହେବ। ଏହି ସମୟ ଆର୍ଥିକ ଜୀବନ ପାଇଁ ଭଲ କୁହାଯିବ। ପରିଶ୍ରମର ଫଳ ପାଇବେ। କିନ୍ତୁ ନିଜ ଇଚ୍ଚା ଉପରେ କାବୁ ରଖିବାକୁ ଚେଷ୍ଟା କରନ୍ତୁ ବନଚେତ ସମାଜରେ ଆପଣଙ୍କର ଛବି ଖରାପ ହୋଇପାରେ। ଏହି ଗୋଚର ସମୟରେ ଆପଣ ସନ୍ତୁଷ୍ଟ ଦେଖାଯିବେ।
ଉପାୟ : ଗରିବ ଏବଂ ଅଭାବି ଲୋକଙ୍କୁ ବହି ଦାନ କରନ୍ତୁ।
କ୍ୟାରୀଅରର ହେଉଛଈ ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ମିଥୁନ ରାଶିର ଲୋକଙ୍କର ଜାତକରେ ବୁଧ ଗ୍ରହ ପ୍ରଥମ ଓ ଚତୁର୍ଥ ଘରର ସ୍ବାମୀ। ଏବେ ବୁଧ ଦେବଙ୍କର ଗୋଚର ଆପଣଙ୍କର ଚତୁର୍ଥ ଘରେ ହେବ ଓ ଜାତକରେ ଏହି ଘର ମାତା, ପାରିବାରିକ ଜୀବନ, ଯାନ ଓ ସମ୍ପତି ଇତ୍ୟାଦିର ଘର। ବୁଧଙ୍କର କନ୍ୟା ରାଶିରେ ଗୋଚର ଆପଣଙ୍କର ଚତୁର୍ଥ ଘରେ ହେବା ପରିବାରରେ ସୁଖ ଆଣିଦେବ।
ବୁଧଙ୍କର କନ୍ୟା ରାଶିରେ ପ୍ରବେଶ ଆପଣଙ୍କ ପାଇଁ ବହୁତ ଫଳଦାୟୀ ରହିବ କାରଣ ଆପଣଙ୍କର ଜାତକରେ ଦୁଇଟି ତ୍ରିକୋଣ ଘର, ଲଗ୍ନ ଓ ଚତୁର୍ଥ ଘରର ସ୍ବାମୀ ଉଚ୍ଚ ରହିବେ। ପରିଣାମସ୍ବରୂପ, ଏହି ଲୋକଙ୍କୁ ବୁଧଙ୍କର ରାଶି ପରିବର୍ତ୍ତନ ଭଲ ସ୍ବାସ୍ଥ୍ୟ, ଆତ୍ମବିଶ୍ଵାସ ଓ ଖୁସି ଦେବ। ସାଙ୍ଗରେ ଏହି ଗୋଚର ସମୟରେ ଏହି ଲୋକଙ୍କର ସମ୍ପୂର୍ଣ ଧ୍ୟାନ ଚତୁର୍ଥ ଘର ସହିତ ଜଡ଼ିତ କ୍ଷେତ୍ର ଯେପରି ପାରିବାରିକ ଜୀବନର ଆନନ୍ଦ ନେବା ସହିତ ତାକୁ ସୁଧାରିବା ପାଇଁ, ମାତାଙ୍କ ସହିତ ସମୟ ବିତାଇବା ପାଇଁ ଓ ତାଙ୍କ ସ୍ବାସ୍ଥ୍ୟ ଉପରେ କେନ୍ଦ୍ରିତ ହେବ।
କନ୍ୟା ରାଶି ବିଶ୍ଲେଷଣାତ୍ମକ ରାଶି ମଧ୍ୟ ଓ ବୁଧ ଗ୍ରହ ଆପଣଙ୍କର ଲଗ୍ନେଶ ଅଟନ୍ତି। ଆପଣଙ୍କର ବ୍ୟବହାର ଏହି ଅବଧିରେ ଚତୁର୍ଥ ଘର ସମ୍ବନ୍ଧିତ ମାମଲାରେ ବହୁତ ଆଲୋଚନାତ୍ମକ ରହିବ। କିନ୍ତୁ ଏପରି ତେବେ ହେବ ଯେବେ ଜାତକରେ ଚାଲୁଥିବା ଦଶା ଅନୁକୂଳ ନଥିବ। ଏହି ଅବଧିରେ ନୂଆ ଘର କିମ୍ବା କାର କିଣିବା ଭଲ ହେବ। ବୁଧଙ୍କର ଗୋଚର ରିୟ୍ଯାଲ ଏସ୍ଟେଟ ସହିତ ଜଡ଼ିତ ଲୋକଙ୍କ ପାଇଁ ଭଲ କୁହଯିବ କାରଣ ବୁଧଙ୍କର ଦୃଷ୍ଟି ଦଶମ ଘର ଉପରେ ରହିବ। ଏହି କଥାର ପ୍ରବଳ ସମ୍ଭାବନା ଅଛି ଯେ ଏହି ସମୟରେ ମିଥୁନ ରାଶି ଲୋକଙ୍କର ନିଜର ବୃତ୍ତିଗତ ଜୀବନ ଉପରେ ଧ୍ୟାନ ରହିବ ନାହିଁ ଯେଉଁଥିପାଇଁ ଆଗକୁ ସମସ୍ଯା ବଢ଼ିପାରେ। ସେଥିପାଇଁ ସାବଧାନ ରୁହନ୍ତୁ। ଆପଣ କିଛି ନୂଆ ଜିନିଷ ଶିଖିବାକୁ ଚାହୁଁଛନ୍ତି ଯଦି ଅପକେହୀୟା କରିବାକୁ ପଡ଼ିବ।
ଉପାୟ : ପ୍ରତିଦିନ ଓଁ ନମୋ ଭଗବତେ ବାସୁଦେବାୟ 108 ଥର ଜପ କରନ୍ତୁ।
କର୍କଟ ରାଶି
କର୍କଟ ରାଶିର ଲୋକଙ୍କ ପାଇଁ ବୁଧ ତୃତୀୟ ଓ ଦ୍ଵାଦଶ ଘରର ସ୍ବାମୀ। ବୁଧଙ୍କର କନ୍ୟା ରାଶିରେ ଗୋଚର ଆପଣଙ୍କର ତୃତୀୟ ଘରେ ହେବ ଯାହା ଭାଇ ଭଉଣୀ, ଛୋଟ ଯାତ୍ରା ଓ ସଂଚାର କୌଶଲକୁ ଦର୍ଶାଏ।ବୁଧଙ୍କର ତୃତୀୟ ଘରେ ଗୋଚର ସଂଚାର କୌଶଲକୁ ପ୍ରଭାବିତ କରିବ। ଏହି ଅବଧି ବୃତ୍ତିଗତ ଜୀବନ ପାଇଁ ଫଳଦାୟୀ ରହିବ ମୁଖ୍ୟତଃ ସେହିମାନଙ୍କ ପାଇଁ ଯିଏ କନ୍ସଲ୍ଟ୍ଯାନ୍ଟ କାମ କରନ୍ତି ଓ ନିଜରା ଆଇଡିୟା ବ୍ୟକ୍ତ କରିବା ପାଇଁ କଥାବାର୍ତ୍ତା କରିବା ପାଇଁ ପଡ଼େ।
ବୁଧଙ୍କର ଏହି ଗୋଚର ରଚନାତ୍ମକତା ସହିତ ଜଡ଼ିତ ଲୋକ ଯେପରି କମପୋଜର, ମିଡିଆ ପର୍ସନାଲିଟୀ, ଆଙ୍କର ପାଇଁ ବହୁତ ଭଲ। ଏହି ରାଶିର ଲୋକ ନିଜର ଛୋଟ ଭାଇ ଭଉଣୀଙ୍କ ରବହୁତ ସହାୟତା ପାଇବେ। କିନ୍ତୁ କେବେ କେବେ ସେମାନେ ଆପଣଙ୍କ ବିଷୟରେ ଆଲୋଚନା ମଧ୍ୟ କରିପାରନ୍ତି। ତାଙ୍କର ଆଲୋଚନାକୁ ସକାରାତ୍ମକ ରୂପରେ ନେବାକୁ ଯଦି ଆପଣ ଚାହାନ୍ତି ତେବେ ଛୋଟ ଭାଇ ଭଉଣୀଙ୍କ ସହିତ ଛୋଟ ଯାତ୍ରା ମଧ୍ୟ କରିପାରିବେ। ଆପଣଙ୍କୁ ଅନେକ ଶୁଭ ସମାଚାର ମିଳିବ କିମ୍ବା ବିଦେଶରେ ଲାଭ ମିଳିବ। ଜାତକରେ ଚାଲିଥିବା ଦଶା ମହାଦଶା ଅନୁସାରେ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।
ବୁଧ ଗୋଚର ସମୟରେ ନିଜର ରୁଚିକୁ ପୂରଣ କରିବା କିମ୍ବା ନିଜର ସ୍କିଲ ଭଲ କରିବା ପାଇଁ ପଇସା ଖର୍ଚ୍ଚ କରିପାରନ୍ତି। ପିତା କିମ୍ବା ଗୁରୁଙ୍କ ସହିତ ବିବାଦ ହୋଇପାରେ ସେଥିପାଇଁ ସାବଧାନ ରୁହନ୍ତୁ। ତାଙ୍କର ସ୍ବାସ୍ଥ୍ୟର ମଧ୍ୟ ଧ୍ୟାନ ରଖନ୍ତୁ।
ଉପାୟ : ଛୋଟ ଭାଇ ଭଉଣୀଙ୍କୁ କିଛି ଉପହାର ଦିଅନ୍ତୁ।
ସିଂହ ରାଶି
ସିଂହ ରାଶି ଲୋକଙ୍କ ପାଇଁ ଲଗ୍ନର ଘରର ସ୍ବାମୀ ସୂର୍ଯ୍ୟଙ୍କ ପାଇଁ ବୁଧ ମିତ୍ର ଗ୍ରହ ଓ ତାଙ୍କୁ ଆର୍ଥିକ ଜୀବନରେ ମହତ୍ଵପୂର୍ଣ ସ୍ଥାନ ପ୍ରାପ୍ତ ହୋଇଛି କାରଣ ଏହା ଆପଣଙ୍କର ଦୁଇଟି ଧନ ଘର, ଦ୍ଵିତୀୟ ଓ ଏକାଦଶ ଘରର ସ୍ବାମୀ ମଧ୍ୟ। ବୁଧ ନିଜର ଉଚ୍ଚ ଅବସ୍ଥାରେ ଆସିବେ ଓ ଏହି ପ୍ରକାର ଏହି ସମୟ ଆପଣଙ୍କ ଆର୍ଥିକ ଜୀବନରେ ଅପାର ବୃଦ୍ଧି ଆଣିବେ। ଏହି ଅବଧି ସେହି ଲୋକଙ୍କ ପାଇଁ ଶ୍ରେଷ୍ଠ ରହିବ ଯାହାର ସମବନ୍ଦ ଫାଇନାନ୍ସିୟାଲ ସେକ୍ଟର ସହିତ ଅଛି କାରଣ ଏହି ସମୟରେ ନୂଆ ନୂଆ ଆଇଡିୟା ଆସିବ ଯାହା ଆପଣଙ୍କୁ ଲାଭ କରାଇବ।
ଜାତକରେ ଦ୍ଵିତୀୟ ଘର ବାଣୀର ଓ ଏହି ଗୋଚର ସମୟରେ ଆପଣଙ୍କର ସଂଚାର କୌଶଲ ବହୁତ ଭଲ ରହିବ। କିନ୍ତୁ ଆପଣଙ୍କୁ କଥାକୁ ନେଇ ବହୁତ ସାବଧାନ ରହିବାକୁ ହେବ କାରଣ ଅନ୍ୟ ଲୋକ ଆପଣଙ୍କୁ ଗର୍ବୀ ଭାବି ପାରନ୍ତି। ବୁଧଙ୍କର ଏହି ଗୋଚର ସମୟରେ ତାଙ୍କର ଦୃଷ୍ଟି ଆପଣଙ୍କର ଅଷ୍ଟମ ଘର ଉପରେ ରହିବ ଓ ଏହାର ପରିଣାମସ୍ବରୂପ, ବିବାହିତା ଲୋକଙ୍କୁ ଶାଶୁ ଘର ପକ୍ଷରୁ ପ୍ରେମ ମିଳିବ। ପାର୍ଟନର ସହିତ ସମ୍ବନ୍ଧ ଭଲ ରହିବ ଓ ଜୟେନ୍ଟ ଭେନ୍ଚରରେବୃଦ୍ଧି ହେବ। ବୁଧ ଗୋଚରର ନକରାତ୍ମକ ପକ୍ଷକୁ ଦେଖିଲେ ଆପଣଙ୍କୁ ଚର୍ମ ରୋଗ କିମ୍ବା ଏଲାର୍ଜି ହୋଇପାରେ।
ଉପାୟ : ପ୍ରତିଦିନ ତୁଳସୀକୁ ପାଣି ଦିନତୁ ଓ ଏକ ତୁଳସୀ ପତ୍ର ସେବନ କରନ୍ତୁ।
କନ୍ୟା ରାଶି
କନ୍ୟା ରାଶି ଲୋକଙ୍କ ପାଇଁ ବୁଧ କନ୍ୟା ରାଶିରେ ଗୋଚର କରିବା ଶୁଭ କାରଣ ଏବେ ବୁଧ ପୁନର୍ବାର ନିଜରା ତ୍ରିକୋଣ ରାଶିରେ ଉଚ୍ଚ ଅବସ୍ଥାକୁ ଫେରିବେ। ଆପଣଙ୍କର ଜାତକରେ ବୁଧ ଘର ଲଗ୍ନ ଘର ତଥା ଦଶମ ଘରର ସ୍ବାମୀ ଅଟନ୍ତି । ତାଙ୍କର ଉଚ୍ଚ ହେବା ଆପଣଙ୍କୁ ଭଲ ସ୍ବାସ୍ଥ୍ୟ, ବୁଦ୍ଧି, ଭଲ ସଂଚାର କୌଶଳ ଓ ବୃତ୍ତିଗତ ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋଗ ଦେବ। ବୁଧ ବ୍ୟକ୍ତିକୁ ବୁଦ୍ଧିମାନ କରିବା ସହିତ ଭଲ ମଣିଷ କରିଥାନ୍ତଇ ଯିଏ ବିଜନେସ ଦୁନିଆରେ ସଫଳତା ପାଇଥାନ୍ତି। ଏହି ସମୟ ଏହି ରାଶିର ଲୋକଙ୍କ କ୍ୟାରୀଅର ପାଇଁ ଭଲ ରହିବ।
କନ୍ୟା ରାଶିର ଯେଉଁ ବ୍ୟକ୍ତି ଡେଟା ସାୟେନ୍ଟିସ୍ଟ, ଏକ୍ସପୋର୍ଟ/ଇମପୋର୍ଟ, ନେଗୋଶିୟେଟର, ବଙ୍କେର ଓ ମିଡିଆ ଇତ୍ୟଦି ସହିତ ସମ୍ବନ୍ଧ ରଖିଛନ୍ତି , ତାଙ୍କ ପାଇଁ ବୁଧ ଗୋଚର ଭଲ ରହିବ। ଏହା ବ୍ୟତୀତ, ବୁଧଙ୍କର ଦୃଷ୍ଟି ଆପଣଙ୍କର ସପ୍ତମ ଘର ଉପରେ ପଡ଼ିବ ଓ ଏହାର ଫଳସ୍ବରୂପ, ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ସମ୍ବନ୍ଧରେ ସୁଧାର ଆସିବ।
ବୁଧ ଆପଣଙ୍କର ସ୍ୱାସ୍ଥ୍ୟର କାରକ ସେଥିପାଇଁ ଏହଈ ସମୟ ନିଜର ସ୍ବାସ୍ଥ୍ୟ ସୁଧାରିବା ପାଇଁ , ଫିଟ ରହିବା ପାଇଁ ଠିକ ରହିବ। ଧ୍ୟାନ ସ୍ବାସ୍ଥ୍ୟ ଉପରେ କେନ୍ଦ୍ରିତ କରିଲେ ସକାରାତ୍ମକ ପରିଣାମ ମିଳିବ।
ଉପାୟ : ସୁନା କିମ୍ବା ପାଞ୍ଚଧାତୁର ମୁଦିରେ 5 ରୁ 6 କରାଟ ପନ୍ନା ଧାରଣ କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶି
ତୁଳା ରାଶି ଲୋକଙ୍କ ପାଇଁ ବୁଧ ମହାରାଜ ଆପଣଙ୍କର ନବମ ଓ ଦ୍ଵାଦଶ ଘରର ସ୍ବାମୀ ଓ ଏବେ ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବେ। ଜାତକରେ ଦ୍ଵାଦଶ ଘର ବିଦେଶ, ହସ୍ପିଟଲ, ଖର୍ଚ୍ଚ ଓ ମଲ୍ଟି ନ୍ଯାଶନ୍ଯାଲ କମ୍ପାନୀ ସହିତ ଜଡ଼ିତ। ତୁଳା ରାଶି ପାଇଁ ବୁଧ ଲଗ୍ନ ଘରର ସ୍ବାମୀ ଶୁକ୍ରଙ୍କର ମିତ୍ର। କିନ୍ତୁ ବୁଧ କନ୍ୟା ରାଶିରେ ଗୋଚର କରିବା ଆପଣଙ୍କ ପାଇଁ ଫଳଦାୟୀ ନୁହେଁ। ଆଶଙ୍କା ଅଛି ଯେ ବୁଧ ଆପଣଙ୍କର ଦ୍ଵାଦଶ ଘରେ ରହି ଆପଣଙ୍କର ବିଦେଶ ଦେଶରେ ସମ୍ପର୍କ ବଢ଼ାଇବା ସହିତ ଆପଣଙ୍କର ଖର୍ଚ୍ଚ ମଧ୍ୟ ବଢ଼ାଇବେ। ସମ୍ଭାବନା ଅଛି ଯେ ଆପଣ ନୂଆ ନୂଆ ଗ୍ୟାଜେଟ ଉପରେ ଖର୍ଚ୍ଚ କରିବେ କିମ୍ବା ମନୋରଂଜନ ସ୍ରୋତ ଓ ବିଦେଶୀ ମିଡ଼ିଆ ଦ୍ବାରା ପ୍ରଭାବିତ ହୋଇପାରିବେ।
ବୁଧ ନବମ ଘରର ସ୍ବାମୀ ଓ ଏହି ଘର ଲମ୍ବା ଯାତ୍ରା ସହିତ ଜଡ଼ିତ ସେଥିପାଇଁ ଦୂର ଜାଗାକୁ ଯାତ୍ରା ହୋଇପାରେ। ମଲ୍ଟି ନ୍ଯାଶନ୍ଯାଲ କମ୍ପାନୀ କିମ୍ବା ଇମପୋର୍ଟ/ଏକ୍ସପୋର୍ଟ ସହିତ ଜଡ଼ିତ କ୍ଷେତ୍ରରେ କାମ କରିବା ଲୋକଙ୍କୁ ଲାଭ ମିଳିବ। ଆପଣଙ୍କୁ ଖାଇବା ପିଇବା ଓ ସଫା ସୁତୁରା ରଖିବାକୁ ପଡ଼ିବ। ଦ୍ଵାଦଶ ଘର ଖର୍ଚ୍ଚ ଓ କ୍ଷତିର ଘର ଓ ଏହି ପ୍ରକାର ବୁଧଙ୍କର ଗୋଚର ଆପଣଙ୍କର ଖର୍ଚ୍ଚ ବଢ଼ାଇବାର କାମ କରିବ। ଆର୍ଥିକ କ୍ଷତି ହୋଇପାରେ। ସେଥିପାଇଁ ଭାବି ଚିନ୍ତି ଖର୍ଚ୍ଚ କରନ୍ତୁ।
ଉପାୟ : ପ୍ରତିଦିନ ବୁଧ ଗ୍ରହର ବୀଜ ମନ୍ତ୍ର ଜପ କରନ୍ତୁ।
ବିଛା ରାଶି
ବିଛା ରାଶି ଲୋକଙ୍କ ପାଇଁ ବୁଧ ଗ୍ରହ ଅଷ୍ଟମ ଓ ଏକାଦଶ ଘରର ସ୍ବାମୀ। ଏବେ ବୁଧଙ୍କର କନ୍ୟା ରାଶିରେ ଗୋଚର ଆପଣଙ୍କର ଏକାଦଶ ଘରେ ହେବ। ଏହି ଘରର ସମ୍ବନ୍ଧ ଲାଭ, ମନୋକାମନା, ବଡ଼-ଭାଇ ଭଉଣୀ ଓ ମାମୁ ଇତ୍ୟାଦି ସହିତ ଜଡ଼ିତ।ବୁଧ ଗୋଚର ସମୟରେ ମାମୁ ଓ ବଡ଼ ଭାଇର ପ୍ରତ୍ଯେକ ପରିସ୍ଥିତିରେ ସାଥ ମିଳିବ। ଏହା ବ୍ୟତୀତ ଏହି ଅବଧି ବୃତ୍ତିଗତ ଜୀବନରେ ନୂଆ ସମ୍ପର୍କ ତିଆରି କରିବା ପାଇଁ ଭଲ ରହିବ ଓ ଏହାର ଲାଭ ଆପଣଙ୍କୁ ଭବିଷ୍ୟରେ ମିଳିବ। ସାଙ୍ଗରେ, ଆପଣଙ୍କର ଇଚ୍ଛା ପୂରଣ ହେବାର ଯୋଗ ଅଛି। କିନ୍ତୁ ଏହା ଧ୍ୟାନ ରଖନ୍ତୁ ଯେ ବୁଧ ଅଷ୍ଟମଘର ସ୍ବାମୀ ଅଟନ୍ତି ତେଣୁ ହଠାତ ଘଟଣା କିଛି ଘାଟିପାରେ। ଏହି ଲୋକଙ୍କୁ ଧନ ସମ୍ବନ୍ଧିତ ମାମଲାରେ କ୍ଷତି ସହିବାକୁ ପଡ଼ିପାରେ।
ପୂର୍ବ ବର୍ଷ 2024ରେ କ୍ୟାରୀଅର କିମ୍ବା ବ୍ୟବସାୟରେ ଉନ୍ନତି ଏବଂ ପ୍ରଗତି ପାଇବା ପାଇଁ କରାଯାଇଥିବା ପରିଶ୍ରମର ଫଳ ଆର୍ଥିକ ଲାଭ ରୂପରେ ଆପଣଙ୍କୁ ମିଳିବ। ବୁଧ ଗ୍ରହଙ୍କର ପଞ୍ଚମ ଘର ଉପରେ ଦୃଷ୍ଟି ଏହି ରାଶିର ଛାତ୍ର ଯିଏ ମାସ କମ୍ଯୁନିକେଶନ, ରାଇଟିଙ୍ଗ କିମ୍ବା ଭାଷା ଇତ୍ୟାଦି ପଢ଼ୁଛଣାତୀ ତାଙ୍କ ପାଇଁ ଶୁଭ ହେବ।
ଉପାୟ : ପିଲାଙ୍କୁ ସବୁଜ ରଙ୍ଗର କୌଣସି ବସ୍ତୁ ଖାଇବାକୁ ଦିଅନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି
ଧନୁ ରାଶି ଲୋକଙ୍କ ପାଇଁ ବୁଧ ମହାରାଜ ସପ୍ତମ ଓ ଦଶମ ଘରର ସ୍ବାମୀ। ଏବେ ଆପଣଙ୍କର ଦଶମ ଘରର ସ୍ବାମୀ ପୁନର୍ବାର କାର୍ଯ୍ୟକ୍ଷେତ୍ର ଓ ଚାକିରି ଘରକୁ ଫେରିବେ। ଏପରି ସମୟରେ ଧନୁ ରାଶି ଲୋକଙ୍କ ପାଇଁ ବୃତ୍ତିଗତ ଜୀବନରେ ଉନ୍ନତି ହେବ। ଏହି ଅବଧିରେ ରାଜନୀତି, ଟେକନିକ ଓ କମ୍ଯୁନିକେଶନ ସହିତ ଜଡ଼ିତ ଲୋକ ନିଜରା କ୍ଷେତ୍ରରେ ପ୍ରଗତି କରିବେ। ଏପରି ସ୍ଥିତିରେ, ବୁଧଙ୍କର ଏହି ଗୋଚର ଆପଣଙ୍କ ପାଇଁ ନୂଆ ସୁଯୋଗ ଆଣିବ ଓ ଏହାର ପରିଣାମସ୍ବରୂପ, ଏହି ଲୋକଙ୍କୁ କ୍ୟାରିଅରରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ କିମ୍ବା ପୁନର୍ବାର ଆପଣଙ୍କର ନୂଆ ବ୍ୟବସାୟ ଆରମ୍ଭ କରିବାର ସମ୍ଭାବନା ଅଛି।
ବୁଧ ଗ୍ରହଙ୍କର ଦୃଷ୍ଟି ଆପଣଙ୍କର ଚତୁର୍ଥ ଘର ଉପରେ ପଡ଼ିବ ଯାହା ମାତା ଓ ପାରିବାରିକ ଜୀବନର ଘର। ଏହାର ଫଳସ୍ବରୂପ, ଆପଣଙ୍କୁ ନିଜର ମାତାଙ୍କ ସମର୍ଥନ ମିଳିବ ଓ ଘରର ପରିବେଶ ମଧ୍ୟ ପ୍ରେମ ଏବଂ ସୁଖରେ ପୁରିଯିବ। ବୁଧଙ୍କର ଏହି ଗୋଚର ସମୟରେ ଆପଣ ନିଜରା ଘର ପରିବାରର ଦାୟିତ୍ବକୁ ଅଣଦେଖା କରିପାରନ୍ତି ଯେଉଁଥିପାଇଁ ଛୋଟ ଛୋଟ ବିବାଦ ହୋଇପାରେ। ଏହି ଗୋଚର ଆପଣଙ୍କର କ୍ୟାରୀଅର ପାଇଁ ବହୁତ ଶୁଭ ରହିବ ଓ ଆପଣ ଉନ୍ନତି କରିବେ।
ଉପାୟ : କାର୍ଯ୍ୟସ୍ଥଳରେ ବୁଧ ଜନ୍ତ୍ର ସ୍ଥାପନ କରନ୍ତୁ ଓ ଇଯାମିତ ରୂପରେ ତାହାର ପୂଜା କରନ୍ତୁ।
ମକର ରାଶି
ମକର ରାଶି ଲୋକଙ୍କ ପାଇଁ ବୁଧ ଷଷ୍ଠ ଓ ନବମ ଘରର ସ୍ବାମୀ ଓ ଏବେ କନ୍ୟା ରସୁରେ ବୁଧଙ୍କର ଗୋଚର ଆପଣଙ୍କର ନବମ ଘରେ ହେବ ଓ ଏହି ଘରର ସମ୍ବନ୍ଧ ପିତା, ଧର୍ମ, ଲମ୍ବ ଯାତ୍ରା, ତୀର୍ଥ ଯାତ୍ରା ଓ ଭାଗ୍ୟ ଇତ୍ୟାଦି ସହିତ ଅଛି। ଯେତବେଳେ ବୁଧ ମହାରାଜ ଭାଗ୍ୟ ଘରର ସ୍ବାମୀ ରୂପରେ ନିଜର ଘରେ ପ୍ରବେଶ କରିବେ, ଏହି ରାଶିର ଲୋକଙ୍କ ପ୍ରତିଟୀ ପରିସ୍ଥିତିରେ ଭାଗ୍ୟର ଶାଠ ମିଳିବ। ଯେଉଁ ଲୋକ ଫିଲସଫର, କନ୍ସଲ୍ଟ୍ଯାନ୍ଟ , ମେନ୍ଟର ଓ ଟୀଚର ଇତ୍ୟାଦି ଭାବରେ କାର୍ଯ୍ୟରତ, ସେମାନେ ସହଜରେ ଅନ୍ୟକୁ ପ୍ରଭାବିତ କରିପାରିବେ। ସାଙ୍ଗରେ ଏହି ସମୟ ନିଜର ସାମାଜିକ ସମ୍ପର୍କକୁ ବିସ୍ତାର କରିବା ଓ ସମାଜରେ ନିଜର ପରିଚୟ ଠିକ କରିବା ପାଇଁ ଏହି ସମୟ ଉତ୍ତମ ସମୟ।
ଯେଉଁ ଛାତ୍ର ଉଚ୍ଚ ଶିକ୍ଷାର ପ୍ରସ୍ତୁତି କରୁଛନ୍ତି ସେମାନେ ଏହି ଅବଧିରେ ମିଳିବାକୁ ଥିବା ଭଲ ସୁଯୋଗର ଲାଭ ଉଠାଇ ପାରିବେ। ଏହି ରାଶିର ଲୋକ ନିଜର ପିତା ଓ ଟୀଚରର ସମର୍ଥନ ପାଇବେ। ଆପଣ କୌଣସି ଲମ୍ବା ଯାତ୍ରା କରିପାରନ୍ତି କିମ୍ବା ତୀର୍ଥ ସ୍ଥଳ ନେଇପାରନ୍ତି। ବୁଧଙ୍କର ଗୋଚର ଆପଣଙ୍କୁ ଭଲ କର୍ମ କରିବା ଓ ଅଧ୍ୟାତ୍ମର ମାର୍ଗରେ ଚାଲିବା ପାଇଁ ପ୍ରେରିତ କରିବ। ଏହି ସମୟ ବିଦ୍ଧଙ୍କର ଦୃଷ୍ଟି ଆପଣଙ୍କର ତୃତୀୟ ଘର ଉପରେ ରହିବ ଓ ଏହି କାରଣରୁ ଆପଣଙ୍କୁ ଛୋଟ ଭାଇ ଭଉଣୀଙ୍କର ସହଯୋଗ ମିଳିବ।
ଉପାୟ : ବୁଧବାର ଦିନ ଭଗବାନ ବିଷ୍ଣୁ କିମ୍ବା କୃଷ୍ଣଙ୍କୁ ମିଠା ପାନ ଅର୍ପଣ କରନ୍ତୁ।
କୁମ୍ଭ ରାଶି
କୁମ୍ଭ ରାଶି ଲୋକଙ୍କ ପାଇଁ ବୁଧ ପଞ୍ଚମ ଓ ଅଷ୍ଟମ ଘରର ସ୍ବାମୀ ଯିଏ ଏବେ ଗୋଚର କରି ଆପଣଙ୍କର ଅଷ୍ଟମ ଘରେ ହେବ। ଜାତକରେ ଅଷ୍ଟମ ଘର ଦୀର୍ଘାୟୁ, ହଠାତ ଘଟଣା ଓ ରହସ୍ୟକୁ ପ୍ରତିନିଧିତ୍ବ କରେ।
ଅଷ୍ଟମ ଘରର ସ୍ବାମୀ ରୂପରେ ବୁଧ ଦେବ ଆପଣଙ୍କର ଅଷ୍ଟମ ଘରେ ପ୍ରବେଶ କରିବାକୁ ଯାଉଛନ୍ତି। ଆପଣଙ୍କ ପାଇଁ ଏହି ସମୟ ଟିକେ କଷ୍ଟକର ହେବ କାରଣ ଏହି ସମୟ ଟିକେ କଷ୍ଟକର ହୋଇପାରେ କାରଣ ଏହି ସମୟରେ ଆପଣଙ୍କୁ ହଠାତ ଘଟଣା ସାମ୍ନା କରିବା ପାଇଁ ପଡ଼ିପାରେ। ଏହହୟ କାରଣରୁ ମାନସିକ ଭାବରେ ଆପଣ ଚିନ୍ତିତ ରହିବେ। ବୁଧଙ୍କର କନ୍ୟା ରାଶିରେ ଗୋଚର ସମୟରେ ଆପଣଙ୍କୁ ୟୁଟିଆଇ, ଗୁପ୍ତ ଅଙ୍ଗ ସହିତ ଜଡ଼ିତ ସମସ୍ଯା, ପୋକ କାମୁଡ଼ିବା କିମ୍ବା ଚର୍ମ ରୋଗ ହୋଇପାରେ। ବୁଧ ଗ୍ରହଙ୍କର ଏହି ସ୍ଥିତି ଯୋଗୁଁ ଶାଶୁ ଘର ଲୋକଙ୍କ ପକ୍ଷରୁ କିଛି ସହଯୋଗ ମିଳିପାରେ। ଯେଉଁ ଲୋକମାନେ ରିସର୍ଚ କିମ୍ବା ଗୁଢ଼ ବିଜ୍ଞାନ ସହିତ ଜଡ଼ିତ ସେମାନେ ଏହି ସମୟକୁ ଶିଖିବାରେ ଓ ଜ୍ଞାନ ବଢ଼ାଇବାରେ ବ୍ୟବହାର କରିପାରିବେ।
କୁମ୍ଭ ରାଶି ଲୋକଙ୍କ ପାଇଁ ସନ୍ତୁଳିତ ଭୋଜନ ସେବନ କରିବା ଓ ନିଜର ସ୍ବାସ୍ଥ୍ୟର ଧ୍ୟାନ ରଖିବା ବହୁତ ଜରୁରୀ ହେବ। ଅନାବ୍ୟଶକ ପରିସ୍ଥିତିରୁ ବଞ୍ଚିବା ପାଇଁ ଯାତ୍ରା କରିବା ସମୟରେ ସାବଧାନ ରୁହନ୍ତୁ। ଏହା ବ୍ୟତୀତ, ଆପଣଙ୍କୁ ଅଯଥା ଖର୍ଚ୍ଚ କରିବାକୁ ମନା କାରଣ ବୁଧଙ୍କର ଦୃଷ୍ଟି ଆପଣଙ୍କର ଦ୍ଵିତୀୟ ଘର ଉପରେ ହେବ ଯାହା ଧନର ଘର। ବେପରୁଆ ହୋଇ ଆର୍ଥିକ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ।
ଉପାୟ : କିନ୍ନରଙ୍କୁ ଆଦର କରନ୍ତୁ ଓ ଯଦି ସମ୍ଭବ ତାଙ୍କୁ ସବୁଜ ରଙ୍ଗର ବସ୍ତ୍ର ଉପହାର ଦିଅନ୍ତୁ।
ମୀନ ରାଶି
ମୀନ ରାଶି ଲୋକଙ୍କ ପାଇଁ ବୁଧ ଚତୁର୍ଥ ଘର ଓ ସପ୍ତମ ଘରର ସ୍ବାମୀ। ବୁଧ କନ୍ୟା ରାଶିରେ ଗୋଚର କରିଲେ ଆପଣଙ୍କର ବିବାହ, ପ୍ରେମ ଓ ବିଜନେସ ପାର୍ଟନର୍ଶିପ ଘରେ ମାନେ ସପ୍ତମ ଘରେ ହେବ। ଏହି ଲୋକଙ୍କୁ ବିବାହ ପ୍ରସ୍ତାବ ମିଳିପାରେ ଓ ଆପଣଙ୍କର ଯୋଗ୍ୟ ଜୀବନସଥୀର ସନ୍ଧାନ ଶେଷ ହେବ। ଯଦି ଆପଣ ଏହି କଥା କୁ ନେଇ ଚିନ୍ତିତ ଅଛନ୍ତି ତେବେ ଆପଣ ମାତା ପିତାଙ୍କର ସାହାଜ୍ୟ ନେଇପାରିବେ। ଏହି ରାଶିର ବିବାହିତ ଲୋକଙ୍କ ପାର୍ଟନରକୁ ନୂଆ ସୁଯୋଗ ପ୍ରାପ୍ତ ହେବ ଓ ସଥିପାଇଁ ବିବାହିତ ଜୀବନ ସୁଖମୟ ରହିବ। ତଥାପି ସାବଧାନ ରୁହନ୍ତୁ କାରଣ ମାତାଙ୍କ ଆଡ଼ୁ କିଛି ସମସ୍ଯା ହୋଇପାରେ।
ବୁଧଙ୍କର ଏହି ଗୋଚର ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଭଲ ରହିବ। ଯଦି ଆପଣ ନୂଆ ବ୍ୟବସାୟ କରିବା ପାଇଁ ଭାବୁଛନ୍ତି ତେବେ ଏହି ଅବଧି ଫଳଦାୟୀ ରହିବ। ସ୍ବାସ୍ଥ୍ୟର ଯତ୍ନ ନେବାକୁ। ସନ୍ତୁଳିତ ଖାଦ୍ଯ ଓ ଜୀବନଶୈଳୀ ଆପଣାଇବା ଫଳଦାୟୀ ପ୍ରମାଣିତ ହେବ।
ଉପାୟ : ବୁଧବାର ଦିନ ଭଗବାନ ଗଣେଶଙ୍କର ପୂଜା କରନ୍ତୁ ଓ ତାଙ୍କୁ ବେସନ ଲଡୁ ଏବଂ ଡୁବ ଘାସ ଅର୍ପଣ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରାଯାଉଥିବା ପ୍ରଶ୍ନ
1. ବୁଧଙ୍କର କନ୍ୟା ରାଶିରେ ପ୍ରବେଶର ଅର୍ଥ କ’ଣ?
ବୁଧ ଗୋଚର ସ୍ପଷ୍ଟ ସଂଚାର କରାଇବ ସେଥିପାଇଁ ନିଜର କଥାକୁ ମନରେ ନ ରଖି ଅନ୍ୟ ଆଗରେ ପ୍ରକାଶ କରନ୍ତୁ।
2. ବୁଧଙ୍କର କନ୍ୟା ରାଶିରେ ଉପସ୍ଥିତି ଭଲ କି?
ହଁ ବୁଧଙ୍କର କନ୍ୟା ରାଶିରେ ଉପସ୍ଥିତି ବିଶେଷ ଭାବରେ ବୃତ୍ତିଗତ ଜୀବନ ପାଇଁ ଭଲ।
3.କ’ଣ ବୁଧ କନ୍ୟା ରାଶିରେ ଦୃଢ଼?
ହଁ ବୈଦିକ ଜ୍ଯୋତିଷଶାସ୍ତ୍ରରେ ବୁଧଙ୍କର ଏହି ସ୍ଥିତିକୁ ଦୃଢ଼ କୁହଯାଏ। ,
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025