ଟାରୋ ସାପ୍ତାହିକ ରାଶିଫଳ - 30 ମାର୍ଚ୍ଚ ରୁ 05 ଅପ୍ରିଲ 2025
ଏହି ଟାରୋ ସାପ୍ତାହିକ ରାଶିଫଳ ରାଶିଚକ୍ରର ସମସ୍ତ 12 ଟି ରାଶି ପାଇଁ ଭବିଷ୍ୟବାଣୀ ପ୍ରଦାନ କରିବ। ଟାରୋ କାର୍ଡ ଏକ ପ୍ରାଚୀନ ବିଦ୍ୟା ଅଟେ ଯାହାର ଉପଯୋଗ ଭବିଷ୍ୟ ଜାଣିବା ପାଇଁ କରାଯାଏ। ଏହାର ପ୍ରୟୋଗ ପ୍ରାଚୀନ କାଳରୁ ଟାରୋ ରିଡର ଓ ରହସ୍ୟବାଦୀ ଦ୍ବାରା ଅନ୍ତର୍ଜ୍ଞାନ ପ୍ରାପ୍ତ କରିବା ଓ କୌଣସି ବିଷୟର ଗଭୀରତା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ହୋଇଥାଏ। ଯଦି କୌଣସି ବ୍ୟକ୍ତି ବହୁତ ଆସ୍ଥା ଓ ବିଶ୍ବାସ ସହିତ ମନରେ ଆସୁଥିବା ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆସେ, ତେବେ ଟାରୋ କାର୍ଡର ଦୁନିଆ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେଇ ପାରିବ। ବହୁତ ଲୋକ ବିଶ୍ବାସ କରନ୍ତି ଯେ ଟାରୋ ଏକ ମନୋରଞ୍ଜନର ସାଧନ ଅଟେ ଓ ଏହା ଅଧିକାଂଶ ମନୋରଞ୍ଜନ ରୂପରେ ଦେଖାଯାଏ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଟାରୋ ଏହି କଥା ଉପରେ ଧ୍ୟାନ ଦିଏ ଯେ ଆପଣ କେଉଁଠି ହିଲେ, ଏବେ କେଉଁଠି ଅଛନ୍ତି କିମ୍ବା କେଉଁ ସ୍ଥିତିରେ ଅଛନ୍ତି ଓ କାଲି ଆପଣଙ୍କର ସାଙ୍ଗରେ କ’ଣ ହୋଇପାରେ। ଏହା ଆପଣଙ୍କୁ ଊର୍ଜାରେ ଭରପୁର ପରିବେଶ କରିବାର ସୁଯୋଗ ଦେଇଥାଏ ଓ ନିଜର ଭବିଷ୍ୟ ପାଇଁ ଠିକ ବିକଳ୍ପ ବାଛିବା ପାଇଁ ସାହାଜ୍ୟ କରିଥାଏ। ଯେଉଁ ପ୍ରକାର ଏକ ବିଶ୍ଵସ୍ଥ କୌଣସେଲୋର ଆପଣଙ୍କୁ ନିଜ ଭିତରେ ଝାଙ୍କି ଦେଖିବାକୁ ଶିଖାଇଥାଏ, ସେହି ପ୍ରକାର ଟାରୋ ଆପଣଙ୍କୁ ନିଜର ଆତ୍ମା ସହିତ କଥା ହେବକୁ ସୁଯୋଗ ଦେଇଥାଏ।
ଆପଣଙ୍କୁ ଲାଗୁଛି କି ଯେପରି ଆପଣ ଜୀବନର ମାର୍ଗରେ ହଜି ଯାଇଛନ୍ତି ଓ ଆପଣଙ୍କୁ ଠିକ ଦିଗ କିମ୍ବା ସାହାଜ୍ୟର ସନ୍ଧାନ ଅଛି। ପ୍ରଥମେ ଆପଣ ଟାରୋର ଉପହାସ କରୁଥିଲେ କିନ୍ତୁ ଏବେ ଆପଣ ଏହାର ପ୍ରଭାବ ବିଷୟରେ ଜ୍ଞାତ ହୋଇ ସାରିଲେଣି। ଆପଣ ନିଜର ସମୟ କାଟିବା ପାଇଁ ନୂଆ ଶୌକ ଖୋଜୁଛନ୍ତି। ଏହି କାରଣରୁ ଟାରୋରେ ଲୋକଙ୍କର ଉତ୍ସୁକତା ବଢ଼ିଥାଏ।
ବର୍ଷ 2025ର ଚତୁର୍ଥ ମାସ ମାର୍ଚ୍ଚ ଏହି ସପ୍ତାହ ଅର୍ଥାତ ଟାରୋ ରାଶିଫଳ 30 ମାର୍ଚ୍ଚରୁ 05 ଅପ୍ରିଲ 2025 ନିଜ ସହିତ କ’ଣ ଆଣିବ? ଏହା ଜାଣିବା ପାଇଁ ଆମେ ଟାରୋ କାର୍ଡ ବିଷୟରେ କଥା ହେବା। ଆପଣଙ୍କୁ କହିଦେଉଛୁ ଯେ ଟାରୋର ଉତ୍ପତି ଆଜିଠାରୁ 1400 ବର୍ଷ ପୂର୍ବରୁ ପ୍ରଥମ ଥର ପାଇଁ ଇଟାଲୀରେ ବର୍ଣନା କରାଯାଇଥିବା ମିଳିଥିଲା। ଆରମ୍ଭରେ ଟାରୋକୁ ତାସ ଭାବରେ ରାଜପରିବାରର ପାର୍ଟୀରେ ଖଏକା ଯାଉଥିଲା। ଟାରୋ କାର୍ଡର ବାସ୍ତବିକ ଉପଯୋଗ 16 ଶହ ଶତାବ୍ଦୀରେ ଇଉରୋପରେ କିଛି ଲୋକଙ୍କ ଦ୍ବାରା କରାଗଲା ଯେବେ ସେ ଜାଣିଲେ ଯେ 78 କାର୍ଡ ବ୍ୟବହାର କରି କିପରି ଭବିଷ୍ୟ ବିଷୟରେ କୁହାଯାଇ ପାରିବ, ସେହି ସମୟରେ ଏହାର ମହତ୍ଵ ଅନେକ ଗୁଣ ବଢ଼ିଯିବ। ମଧ୍ୟାକାଳରେ ଟାରୋକୁ ଜାଦୁ ସହିତ ଜଡ଼ିତ କରାଗଲା ଓ ଏହାର ପରିଣାମସ୍ବରୂପ ସାଧାରଣ ଲୋକ ଭବିଷ୍ୟ ବିଷୟରେ କହୁଥିବା ଏହି ବିଦ୍ୟା ଠାରୁ ଦୂରେଇ ରହିବା ଠିକ ଭାବୁଥିଲେ।
କିନ୍ତୁ ଟାରୋ କାର୍ଡର ଯାତ୍ରା ଏଠାରେ ଅଟକି ନଥିଲା ଏବଂ ଏହା କିଛି ଦଶନ୍ଧି ପଡ଼େ ପୁନର୍ବାର ସୁନାମ ଅର୍ଜନ କରିଥିଲା । ଏହା ଭବିଷ୍ୟ କହୁଥିବା ବିଜ୍ଞାନ ଭାବରେ ବିଶ୍ବରେ ମାନ୍ୟତା ପାଇଲା। ଭାରତ ସମେତ ସମଗ୍ର ବିଶ୍ୱରେ, ଭବିଷ୍ୟବାଣୀ କରୁଥିବା ଟାରୋ ଗୁରୁତ୍ୱପୂର୍ଣ୍ଣ ବିଜ୍ଞାନ ମଧ୍ୟରେ ଗଣାଯାଏ ଏବଂ ଟାରୋ କାର୍ଡ ସମ୍ମାନ ପାଇବାରେ ସଫଳ ହେଲା ।
ତେବେ ଆସନ୍ତୁ ବର୍ତ୍ତମାନ ଏହି ଟାରୋ ସାପ୍ତାହିକ ରାଶିଫଳ ଆରମ୍ଭ କରିବା ଏବଂ ଜାଣିବା ଅପ୍ରିଲ ମାସର ପ୍ରଥମ ସପ୍ତାହ ଅର୍ଥାତ୍ 30 ମାର୍ଚ୍ଚରୁ 05 ଅପ୍ରିଲ 2025 ସମସ୍ତ 12 ଟି ରାଶିର ଲୋକଙ୍କ ପାଇଁ କିପରି ହେବ?
ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ଟାରୋ ରାଶିଫଳ 30 ମାର୍ଚ୍ଚରୁ 05 ଅପ୍ରିଲ, 2025: ରାଶି ଅନୁସାରେ ରାଶିଫଳ
ମେଷ ରାଶି
ପ୍ରେମ ଜୀବନ: କିଙ୍ଗ ଅଫ ସ୍ୱାର୍ଡସ
ଆର୍ଥିକ ଜୀବନ: ସ୍ଟ୍ରେଂଥ
କ୍ୟାରିଅର: ପେଜ ଅଫ ୱାଣ୍ଡସ୍
ସ୍ବାସ୍ଥ୍ୟ: ଦ ୱାର୍ଲ୍ଡ
ଟାରୋ ରୀଡିଂରେ ମେଷ ରାଶିର ଲୋକଙ୍କୁ କିଙ୍ଗ ଅଫ ସ୍ୱାର୍ଡସ କାର୍ଡ ମିଳିଛି ଯାହା ଅନୁସାରେ ଆପଣ ଓ ଆପଣଙ୍କର ପାର୍ଟନର ପରସ୍ପରର ବିଚାରକୁ ଭଲ ଭାବରେ ବୁଝି ପାରିବେ। ଏହା ସହିତ ଆପଣଙ୍କର ପାର୍ଟନର ଅଧିକ ଭାବୁକ ନ ହୋଇ ବସ୍ତବ୍ୟକ୍ତାକୁ ବୁଝିବେ।
ଆର୍ଥିକ ଟାରୋ ରାଶିଫଳ ବିଷୟରେ କହିଲେ, ଦ ସ୍ଟ୍ରେଂଥ କାର୍ଡ ବୁଦ୍ଧିମାନ ଭାବରେ ବୃତ୍ତିଗତ ନିଷ୍ପତି ନେବା, ଆତ୍ମବିଶ୍ବାସ ରଖିବା ଓ ଖର୍ଚ୍ଚକୁ ନେଇ ସଂଯମ ରଖିବାର ଆବଶ୍ୟକତାକୁ ଦର୍ଶାଉଛି। ଏହି କାର୍ଡ ଭାବନାତ୍ମକ ସ୍ତରରେ ସନ୍ତୁଳନ ରଖିବା ଓ ନିଷ୍ପତି ଉପରେ ଭରସା ରଖିବାର ମହତ୍ଵକୁ ଉଜାଗର କରେ।
କ୍ୟାରିଅର ପାଇଁ ଟାରୋ କାର୍ଡ ରିଡିଂରେ ପେଜ୍ ଅଫ୍ ୱାଣ୍ଡସ୍ ଏକ ସକାରାତ୍ମକ କାର୍ଡ। ଏହା ସୂଚାଇ ଦିଏ ଯେ ଆପଣଙ୍କୁ ଆପଣଙ୍କ କ୍ୟାରିୟରରେ ନୂତନ ସୁଯୋଗ ମିଳିପାରେ ଏବଂ ଏହି ସପ୍ତାହଟି ଚାକିରି କିମ୍ବା ବ୍ୟବସାୟ ଦୃଷ୍ଟିରୁ ସନ୍ତୋଷଜନକ ହେବ।
ଦ ୱାର୍ଲ୍ଡ ଟାରୋ କାର୍ଡର କହିବା କଥା ଯେ ଆପଣ କୌଣସି ସ୍ବାସ୍ଥ୍ୟ ସମସ୍ଯା ରୁ ଠିକ ହୋଇ ପାରନ୍ତି ଓ ଭଲ ଅନୁଭବ କରି ପାରନ୍ତି। ଏହା ସଙ୍କେତ ଦେଉଛି ଯେ ଆପଣଙ୍କର ଅଧ୍ୟାତ୍ମ ରେ ଅଧିକ ରୁଚି ରହିବ। ଧ୍ୟାନ କରନ୍ତୁ ଓ କାମ ଏବଂ ନିଜର ଜୀବନ ମଧ୍ୟରେ ସନ୍ତୁଳନ ରଖିବା ଦ୍ବାରା ଆପଣ ଫିଟ ରହି ପାରିବେ।
ମାସର ଶୁଭ ତିଥିଗୁଡ଼ିକ: 9, 18 ଓ 27
ବୃହତ କୁଣ୍ଡଳୀ ରେ ଲୁଚି ରହିଛି ଆପଣଙ୍କର ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହଙ୍କର ଚଳନର ସମସ୍ତ ସୂଚନା
ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମେଷ ରାଶିଫଳ 2025
ବୃଷ ରାଶି
ପ୍ରେମ ଜୀବନ: ଫାଇଭ ଅଫ ୱାଣ୍ଡସ୍
ଆର୍ଥିକ ଜୀବନ: ଫୋର ଅଫ ପେଣ୍ଟାକଲ୍ସ
କ୍ୟାରିଅର: କୁଇନ ଅଫ ପେଣ୍ଟାକଲ୍ସ
ସ୍ବାସ୍ଥ୍ୟ: ପେଜ ଅଫ ସ୍ୱାର୍ଡସ
ପ୍ରେମ ଜୀବନରେ ବୃଷ ରାଶିର ଲୋକଙ୍କୁ ଫାଇଭ ଅଫ ୱାଣ୍ଡସ୍ କାର୍ଡ ମିଳିଛି ଯାହା ଅନୁସାରେ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ଝଗଡ଼ା ହୋଇପାରେ। ଯଦି ଆପଣଙ୍କର ପରିବାର ଲୋକ ଆପଣଙ୍କର ସମ୍ପର୍କ ପାଇଁ ସହମତ ନାହାନ୍ତି ତେବେ ଆପଣ ନିଜର ପ୍ରେମ ପାଇଁ ଲଢ଼ି ପାରିବେ।
ଆର୍ଥିକ ରାଶିଫଳରେ ଫୋର୍ ଅଫ୍ ପେଣ୍ଟାକଲ୍ସ କାର୍ଡ କହୁଛି ଯେ ଆପଣ ଅଜାଣତରେ ଆପଣଙ୍କ ଟଙ୍କା କୁ ନେଇ କଞ୍ଜୁସ ହୋଇପାରନ୍ତି। ଆପଣ ଯେତେ ପଇସା ସଞ୍ଚୟ କରିବାକୁ ଚେଷ୍ଟା କରିବେ ସେତେ ଖର୍ଚ୍ଚ ହେବ।
କ୍ୟାରିୟରରେ, କୁଇନ୍ ଅଫ୍ ପେଟାକଲ୍ସ କାର୍ଡ କହୁଛି ଯେ ଏହି ସପ୍ତାହରେ ଆପଣ ଆପଣଙ୍କ କାମ ପ୍ରତି ବହୁତ ସତର୍କ ଏବଂ କଠୋର ରହିବେ। ଆପଣ ଜଣେ ସଫଳ ବ୍ୟକ୍ତି ଭାବରେ ଦେଖାଯାଇପାରନ୍ତି ଏବଂ କର୍ମକ୍ଷେତ୍ରରେ ଉତ୍କର୍ଷ ହାସଲ କରିବାକୁ ଯଥାସମ୍ଭବ ଚେଷ୍ଟା କରିବେ।
ହେଲ୍ଥ ଟାରୋ କାର୍ଡ ରିଡିଂରେ, ପେଜ୍ ଅଫ୍ ସ୍ୱାର୍ଡସ୍ କାର୍ଡ ଆପଣଙ୍କୁ ଆପଣଙ୍କର ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ପାଇଁ ଆବଶ୍ୟକ ମାନସିକ ସ୍ପଷ୍ଟତା ପ୍ରଦାନ କରିପାରିବ।
ମାସର ଶୁଭ ତିଥିଗୁଡ଼ିକ: 6 ଓ 15
ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ବୃଷ ରାଶିଫଳ 2025
ମିଥୁନ ରାଶି
ପ୍ରେମ ଜୀବନ: ଏଇଟ ଅଫ ପେଣ୍ଟାକଲ୍ସ
ଆର୍ଥିକ ଜୀବନ: ଥ୍ରୀ ଅଫ ୱାଣ୍ଡସ୍
କ୍ୟାରିଅର: ଦ ସନ
ସ୍ବାସ୍ଥ୍ୟ: ଫାଇଭ ଅଫ ପେଣ୍ଟାକଲ୍ସ (ରିଭର୍ସଡ)
ମିଥୁନ ରାଶିର ଲୋକଙ୍କୁ ଏଇଟ ଅଫ ପେଣ୍ଟାକଲ୍ସ କାର୍ଡ ମିଳିଛି ଯାହା ଅନୁସାରେ ଆପଣ ନିଜର ସମ୍ପର୍କରେ ବହୁତ ଅଧିକ ପ୍ରୟାସ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଆପଣଙ୍କୁ ନିଶ୍ଚିତ ଭାବରେ ନିଜର ବ୍ୟକ୍ତିଗତ ଜୀବନରେ କଠିନ ପରିଶ୍ରମର ଫଳ ମିଳିବ। ସିଂଗଲ ଲୋକ କୌଣସି ପ୍ରତିବଦ୍ଧ ଜୀବନସାଥୀର ସନ୍ଧାନରେ ଅଛନ୍ତି ଓ ଶୀଘ୍ର ଆପଣଙ୍କୁ ସେ ମିଳିବେ।
ବୃତ୍ତିଗତ ରୀଡିଂରେ ଥ୍ରୀ ଅଫ ୱାଣ୍ଡସ୍ କାର୍ଡ କହୁଛି ଯେ ଆପଣ ନିଜର ରୋଜଗାର ସ୍ରୋତ ବଢ଼ାଇବା ପାଇଁ ଚେଷ୍ଟା କରୁଛନ୍ତି। ଆପଣ ଆୟର ଦ୍ୱିତୀୟ ଉତ୍ସ ସୃଷ୍ଟି କରିବାକୁ ଚାହୁଁଛନ୍ତି ଏବଂ ଶୀଘ୍ର ଆପଣ ଏଥିରେ ସଫଳତା ପାଇବେ। ଏହି ସପ୍ତାହରେ ଆପଣଙ୍କର ସ୍ଥିର ରୋଜଗାର ରହିବ ଓ ଆପଣ ଆର୍ଥିକ ଭାବରେ ଦୃଢ଼ ରହିବେ।
ଦ ସନ କାର୍ଡ କ୍ୟାରିୟରରେ ପଦୋନ୍ନତି ପାଇବାକୁ ସୂଚାଇଥାଏ। ଆପଣଙ୍କର ସାମାଜିକ ସର୍କଲ ବିସ୍ତାରିତ ହେବ ଏବଂ ବ୍ୟକ୍ତିଗତ ଏବଂ ବୃତ୍ତିଗତ ସ୍ତରରେ ଆପଣଙ୍କର ପରିସ୍ଥିତିରେ ଉନ୍ନତି ହେବ। ଆପଣଙ୍କ କମ୍ପାନୀରେ ଆପଣଙ୍କ ସହକର୍ମୀ ଏବଂ ଉଚ୍ଚ କର୍ମଚାରୀଙ୍କଠାରୁ ଆପଣଙ୍କୁ ସମ୍ମାନ ମିଳିପାରେ।
ହେଲ୍ଥ ରୀଡିଂରେ ଫାଇଭ ଅଫ ପେଣ୍ଟାକଲ୍ସ (ରିଭର୍ସଡ) କାର୍ଡ କୌଣସି ପୁରୁଣା ରୋଗ କିମ୍ବା ଆଘାତରୁ ଠିକ ଦେବାର ସଙ୍କେତ ଦେଉଛି। ଯଦି କୌଣସି ପୁରୁରଣା ସ୍ବାସ୍ଥ୍ୟ ଅମସ୍ୟା ହଇରାଣ କରେ, ତେବେ ଧ୍ୟାନ ରଖନ୍ତୁ ଯେ ଆପଣ ଠିକ ହୋଇଯିବେ ଏବଂ ଡାକ୍ତରଙ୍କର ସାହାଜ୍ୟ ନେଇପାରିବେ।
ମାସର ଶୁଭ ତିଥିଗୁଡ଼ିକ: 5, 14 ଓ 23
କ୍ୟାରୀଅରର ହେଉଛି ଟେନ୍ସନ! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମିଥୁନ ରାଶିଫଳ 2025
କର୍କଟ ରାଶି
ପ୍ରେମ ଜୀବନ: ହୁଇଲ ଅଫ ଫର୍ଚୁନ
ଆର୍ଥିକ ଜୀବନ: ଫୋର ଅଫ ପେଣ୍ଟାକଲ୍ସ
କ୍ୟାରିଅର: ଦ ଚାରୀୟଟ୍
ସ୍ବାସ୍ଥ୍ୟ: ଦ ମୁନ
ହୁଇଲ ଅଫ ଫର୍ଚୁନ କାର୍ଡର କହିବା କଥା ଯେ ଏବେ ଆପଣଙ୍କରସମ୍ପର୍କ ଦୃଢ଼ ହେବ। ଯଦି ଆପଣ ଶୀଘ୍ର ବିବାହ କରିବାକୁ ଭାବୁଛନ୍ତି ତବେ ଏବେ ବୈବାହିକ ସୁଖ ମିଳିପାରେ। ଆପଣଙ୍କର ସମ୍ପର୍କକୁ କିଛି ପରୀକ୍ଷା ଦେବାକୁ ପଡ଼ିପାରେ କିମ୍ବା ଉତ୍ଥାନ-ପତନ ସାମ୍ନା କରିବାକୁ ପଡ଼ିପାରେ କିନ୍ତୁ ଆପଣଙ୍କର ସମ୍ପର୍କ ଏଥିରେ ଭାଙ୍ଗିବ ନାହିଁ ଓ ଶେଷରେ ଆପଣ ନିଜର ପାର୍ଟନର ସହିତ ଶାନ୍ତିପୂର୍ଣ ସମ୍ବନ୍ଧର ଆନନ୍ଦ ନେବେ।
ଏହି ସମୟରେ, ଆପଣଙ୍କର ସମସ୍ତ ଧ୍ୟାନ ଟଙ୍କା ରୋଜଗାର କରିବା ଏବଂ ସଞ୍ଚୟ କରିବା ଉପରେ ରହିବ। ଏହି ସପ୍ତାହରେ ଆପଣ ଟଙ୍କାକୁ ନେଇ ଲୋଭୀ ହୋଇପାରନ୍ତି। ଜରୁରୀ ଜିନିଷ ଉପରେ ଖର୍ଚ୍ଚ କରିବା ପୂର୍ବରୁ ଆପଣ ଦୁଇଥର ଚିନ୍ତା କରିବେ। ଆପଣ କେବଳ ଟଙ୍କା ଉପରେ ଧ୍ୟାନ ଦେବା ଉଚିତ୍ ନୁହେଁ ଏବଂ ନିଜର ନିକଟତର ଲୋକମାନଙ୍କୁ ଆଘାତ ଦେବାରୁ ଦୂରେଇ ରହିବା ଉଚିତ୍।
ଅପରାଇଟ ଚାରୀୟଟ୍ କାର୍ଡ କହୁଛି ଯେ ଏହି ସପ୍ତାହରେ ଆପଣଙ୍କର ସଫଳତା ଏବଂ ଚ୍ୟାଲେଞ୍ଜ ଗ୍ରହଣ କରିବାର ଦୃଢ଼ ଇଚ୍ଛାଶକ୍ତି ଥାଇପାରେ। ଆପଣଙ୍କୁ ନିଜର କ୍ଷମତା କିମ୍ବା କୌଶଳ ଉପରେ ସମ୍ପୂର୍ଣ ବିଶ୍ବାସ ରହିବ। ଟାରୋ ସାପ୍ତାହିକ ରାଶିଫଳ ଅନୁଯାୟୀ ଯଦି ଆପଣ ନିଜର ଲକ୍ଷ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତି ତେବେ ଆପଣଙ୍କୁ ନିଜର କ୍ୟାରିଅରରେ ପ୍ରଗତି ମିଳିପାରେ।
ଟାରୋଟ୍ ସ୍ୱାସ୍ଥ୍ୟ ରୀଡିଂରେ ଦ ମୁନ କାର୍ଡ ସୂଚାଇ ଦେଉଛି ଯେ ଆପଣ କିଛି ମାନସିକ ସମସ୍ୟା କିମ୍ବା ମୁଣ୍ଡବିନ୍ଧା କିମ୍ବା ମାଇଗ୍ରେନ୍ ଭୋଗିପାରନ୍ତି। ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ଦୁର୍ବଳ କରିପାରେ ଏବଂ ଆପଣଙ୍କର ସାମଗ୍ରିକ ବିକାଶକୁ ବାଧା ଦେଇପାରେ।
ମାସର ଶୁଭ ତିଥିଗୁଡ଼ିକ: 2, 20 ଓ 29
ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କର୍କଟ ରାଶିଫଳ 2025
ସିଂହ ରାଶି
ପ୍ରେମ ଜୀବନ: ଏଇଟ ଅଫ ୱାଣ୍ଡସ୍
ଆର୍ଥିକ ଜୀବନ: ଟୂ ଅଫ ସ୍ୱାର୍ଡସ
କ୍ୟାରିଅର: ନାଇନ ଅଫ ସ୍ୱାର୍ଡସ
ସ୍ବାସ୍ଥ୍ୟ: ଟୂ ଅଫ ପେଣ୍ଟାକଲ୍ସ
ଲଭ ଟାରୋ ରୀଡିଂରେ ଏଇଟ ଅଫ ୱାଣ୍ଡସ୍ କାର୍ଡ କହୁଛି ଯେ ଯଦି ଆପଣଙ୍କର ନିଜର ପାର୍ଟନର ସହିତ କଥାବାର୍ତ୍ତା ବନ୍ଦ ଅଛି ତେବେ ଶୀଘ୍ର ଆପଣ ତାଙ୍କ ସହିତ କଥା ହୋଇ ପାରିବେ। ଯଦି ଆପଣ ପ୍ରେମ ସମ୍ବନ୍ଧରେ ଅଛନ୍ତି ଓ ନିଜର ପାର୍ଟନରକୁ ନେଇ ପ୍ରତିବଦ୍ଧ ଅଛନ୍ତି ତେବେ ଏହି ସପ୍ତାହରେ ଆପଣଙ୍କର ସମ୍ପର୍କ ଏହି କଥା ଉପରେ ନିର୍ଭର କରିବ ଯେ ଆପଣ ତାଙ୍କ ସହିତ କେତେ ଭଲରେ କଥା ହେଉଛନ୍ତି।
ବୃତ୍ତିଗତ ରୀଡିଂre ଟୂ ଅଫ ସ୍ୱାର୍ଡସ କାର୍ଡ ଏକ ଶୁଭ ସଙ୍କେତ ନୁହେଁ। ଏହି କାର୍ଡର କହିବ କଥା ଯେ ଏହି ସପ୍ତାହ ଆପଣଙ୍କ ସାମ୍ନାରେ କୌଣସି ମହତ୍ୱପୂର୍ଣ ଖର୍ଚ୍ଚ ଅନ୍ୟପାରେ ଯାହା ଟାଳିବା କଷ୍ଟକର ହେବ। ଏହି ସମ୍ପୂର୍ଣ ସପ୍ତାହରେ ଆର୍ଥିକ ଚାପ ରହିବ। ଆପଣ ଏବେ ଠାରୁ ଯୋଜନା ପ୍ରସ୍ତୁତ କରି ଚାଲିବା ଭଲ ହେବ।
ନାଇନ୍ ଅଫ୍ ସୋର୍ଡସ୍ କାର୍ଡ କ୍ୟାରିୟରରେ ଉତ୍ତେଜନା ଏବଂ ଦ୍ୱନ୍ଦ୍ୱକୁ ସୂଚିତ କରେ। ଏହି ସପ୍ତାହରେ ଆପଣଙ୍କୁ ଆପଣଙ୍କ ଅଫିସରେ ରାଜନୀତିର ସମ୍ମୁଖୀନ ହେବାକୁ ପଡ଼ିପାରେ କିମ୍ବା କେହି ଆପଣଙ୍କ ପ୍ରତିଛବିକୁ ଖରାପ କରିବାକୁ ଚେଷ୍ଟା କରିପାରନ୍ତି। ଆପଣଙ୍କ ଉପରେ କାମର ଚାପ ମଧ୍ୟ ବଢ଼ିପାରେ ଏବଂ ଆପଣ ଚିନ୍ତିତ ଅନୁଭବ କରିପାରନ୍ତି।
ଟୁ ଅଫ୍ ପେଣ୍ଟାକଲ୍ସ କାର୍ଡ କହୁଛି ଯେ ଆପଣଙ୍କୁ ଆପଣଙ୍କର କାମ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ରଖିବାକୁ ପଡ଼ିବ।टू। ଯଦି ଆପଣ ନିଜର ସ୍ବାସ୍ଥ୍ୟ ଓ ଫିଟନେସ ଉପରେ ଧ୍ୟାନ ଦେଉଛନ୍ତି ତେବେ ଆପଣଙ୍କୁ କିଛି ପରିବର୍ତ୍ତନ କରିବାକୁ ପଡ଼ିବ।
ମାସର ଶୁଭ ତିଥିଗୁଡ଼ିକ: 1, 10, 19
ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ସିଂହ ରାଶିଫଳ 2025
ଶନି ରିପୋର୍ଟ୍ ମାଧ୍ୟମରେ ଜାଣନ୍ତୁ ଜୀବନରେ ଶନିଙ୍କର ପ୍ରଭାବ
କନ୍ୟା ରାଶି
ପ୍ରେମ ଜୀବନ: ଏସ ଅଫ କପ୍ସ
ଆର୍ଥିକ ଜୀବନ: ଥ୍ରୀ ଅଫ କପ୍ସ
କ୍ୟାରିଅର: ସିକ୍ସ ଅଫ ପେଣ୍ଟାକଲ୍ସ
ସ୍ବାସ୍ଥ୍ୟ: ଟେମ୍ପେରାନ୍ସ
କନ୍ୟା ରାଶିର ଲୋକଙ୍କ ପାଇଁ, ଏସ ଅଫ କପ୍ସ କାର୍ଡ କହୁଛି ଯେ ଏହି ସପ୍ତାହରେ ଆପଣଙ୍କ ସାଥୀ ଆପଣଙ୍କ ସହିତ କେତେ ଭଲ ବ୍ୟବହାର କରନ୍ତି ତାହା ଦେଖି ଆପଣ ପ୍ରଭାବିତ ହେବେ। ଏହି କାର୍ଡ ପ୍ରେମ ଜୀବନରେ ଏକ ନୂତନ ଆରମ୍ଭକୁ ସୂଚିତ କରେ। ଆପଣ ଏକ ନୂତନ ସମ୍ପର୍କ ଆରମ୍ଭ କରିପାରନ୍ତି କିମ୍ବା ଯଦି ଆପଣ ପୂର୍ବରୁ ପ୍ରେମ ସମ୍ପର୍କରେ ଅଛନ୍ତି, ତେବେ ଆପଣ ଏବଂ ଆପଣଙ୍କ ସାଥୀଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇପାରେ।
ଆପଣଙ୍କ ଆର୍ଥିକ ଜୀବନରେ, ଆପଣଙ୍କର ଥ୍ରୀ ଅଫ୍ କପ୍ସ କାର୍ଡ ଅଛି ଯାହା ସୂଚାଇ ଦିଏ ଯେ ଆପଣଙ୍କର ଦରମା ବୃଦ୍ଧି ହୋଇପାରେ କିମ୍ବା ଆପଣଙ୍କର ବ୍ୟବସାୟରେ ଅଧିକ ବିକ୍ରୟ ହେବ।
କ୍ୟାରିଅରରେ ସଫଳତାର ସିଢ଼ୀ ଚଢ଼ିବା ପାଇଁ ଆପଣଙ୍କୁ ବରିଷ୍ଠଙ୍କ ଠାରୁ ବହୁତ ସାହାଜ୍ୟ ମିଳିପାରେ। ଯଦି ଆପଣ ନିଜର ବିଜନେସ ପାଇଁ ଏକ ପାର୍ଟନର ଖୋଜୁଛନ୍ତି ତେବେ ସେହି କାମ ହୋଇପପରେ।
ଏହି ସପ୍ତାହରେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ ଓ ଆପଣ ପ୍ରତ୍ଯେକ ଛୋଟ ସ୍ବାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ସକ୍ଷମ ହେବେ। ଏହି କାର୍ଡ ରୋଗ ପ୍ରତୋରିଧକ ଶକ୍ତି ଦୃଢ଼ ହେବା ଓ ଉତ୍ସାହର ସଙ୍କେତ ଦେଉଛି।
ମାସର ଶୁଭ ତିଥିଗୁଡ଼ିକ: 15 ଓ 25
ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କନ୍ୟା ରାଶିଫଳ 2025
ଜୀବନର ଯେ କୌଣସି ସମସ୍ଯାର ସମାଧାନ ପାଇଁ ପ୍ରଶ୍ନ ପଚାରନ୍ତୁ
ତୁଳା ରାଶି
ପ୍ରେମ ଜୀବନ: ଟେନ୍ ଅଫ ପେଣ୍ଟାକଲ୍ସ
ଆର୍ଥିକ ଜୀବନ: ଟେନ୍ ଅଫ ୱାଣ୍ଡସ୍
କ୍ୟାରିଅର: ନାଇଟ ଅଫ କପ୍ସ
ସ୍ବାସ୍ଥ୍ୟ: ସେଭେନ ଅଫ ପେଣ୍ଟାକଲ୍ସ
ଟାରୋ ସାପ୍ତାହିକ ରାଶିଫଳ ଅନୁସାରେ ତୁଳା ରାଶିର ଲୋକଙ୍କୁ ପ୍ରେମ ଜୀବନରେ ଟେନ୍ ଅଫ ପେଣ୍ଟାକଲ୍ସ କାର୍ଡ ମିଳିଛି। ଏହି କାର୍ଡର କହିବା କଥା ଯେ ଆପଣଙ୍କୁ ନିଜର ପରିବାର ସହିତ ଭଲ ଓ ସ୍ମରଣୀୟ ସମୟ କାଟିବାର ସୁଯୋଗ ମିଳିବ। ଯଦି ଆପଣ ନିଜର ପରିବାର ବଢ଼ାଇବା ବିଷୟରେ ଭାବୁଛନ୍ତି ତେବେ ଏହି ସପ୍ତାହରେ ଆପଣଙ୍କୁ ଗର୍ଭଧାରଣର ସମାଚାର ମଧ୍ୟ ମିଳିବ। ପରିବାର ସହିତ ସମୟ କାଟିବା ପାଇଁ ଏହି ସପ୍ତାହ ଭଲ ରହିବ।
ବୃତ୍ତିଗତ ଜୀବନରେ ଆପଣଙ୍କୁ ଟେନ୍ ଅଫ ୱାଣ୍ଡସ୍ କାର୍ଡ ମିଳିଛି ଯାହାର କହିବା କଥା ଯେ ଏହି ସପ୍ତାହରେ ଆପଣ ନିଜର ପରିବାରର ସଦସ୍ୟଙ୍କର ଆବଶ୍ୟକତା ଉପରେ ବହୁତ ପଇସା ଖର୍ଚ୍ଚ କରିବେ। ଏହା ଦ୍ବାରା ଆପଣ ନିଜର ଇଚ୍ଛା ଅନୁସାରେ ସଞ୍ଚୟ କରିବାକୁ ସକ୍ଷମ ହେବେ ନାହିଁ।
ନାଇଟ ଅଫ କପ୍ସ କାର୍ଡ କହୁଛି ଯେ ଏହି ସପ୍ତାହରେ ଆପଣଙ୍କୁ ନିଜର କ୍ୟାରିଅରରେ ନୂଆ ସୁଯୋଗ ମିଳିବାର ସମ୍ଭାବନା ଅଛି। ଯଦି ଆପଣ କୌଣସି ଚାକିରି କିମ୍ବା କୋର୍ସର ଆବେଦନ ପାଇଁ ଅପେକ୍ଷା କରୁଛନ୍ତି ତେବେ ଆପଣଙ୍କୁ ସକାରାତ୍ମକ ସମାଚାର ମିଳିପାରେ। ଏହି କାର୍ଡ ହଠାତ ସୁଯୋଗ ମିଳିବାର ମଧ୍ୟ ସଙ୍କେତ ଦେଉଛି। ନାଇଟ ଅଫ କପ୍ସ କାର୍ଡ ଆସିବା କ୍ୟାରିଅରରେ ସବୁ କିଛି ଭଲ ହେବ ବୋଲି ସଙ୍କେତ ଦେଉଛି।
ଟାରୋ ହେଲ୍ଥ ରୀଡିଂରେ ସେଭେନ ଅଫ ପେଣ୍ଟାକଲ୍ସ କାର୍ଡ କହୁଛି ଯେ ଆପଣ ନିଜର ସ୍ବାସ୍ଥ୍ୟକୁ ଭଲ କରିବା ପାଇଁ ଠିକ ପ୍ରୟାସ କରୁଛନ୍ତି। ଆପଣ ଉଚିତ ଆହାର ଓ ନିୟମିତ ବ୍ୟାୟାମ ସାହାଜ୍ୟରେ ନିଜର ସ୍ବାସ୍ଥ୍ୟରେ ସୁଧାର ଆଣିବାକୁ ଚେଷ୍ଟା କରିବେ। ଆପଣଙ୍କୁ ଏବେ ଧୀରେ ଧୀରେ ସକାରାତ୍ମକ ପରିଣାମ ଦେଖିବାକୁ ମିଳିବ।
ମାସର ଶୁଭ ତିଥିଗୁଡ଼ିକ: 6 ଓ 24
ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ତୁଳା ରାଶିଫଳ 2025
ଆପଣଙ୍କ କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ବିଛା ରାଶି
ପ୍ରେମ ଜୀବନ:ନାଇନ ଅଫ ବାଣ୍ଡସ
ଆର୍ଥିକ ଜୀବନ: ଦ ହ୍ୟାଙ୍ଗଡ ମ୍ୟାନ
କ୍ୟାରିଅର: କିଙ୍ଗ ଅଫ ସ୍ୱାର୍ଡସ
ସ୍ବାସ୍ଥ୍ୟ: ନାଇନ ଅଫ ପେଣ୍ଟାକଲ୍ସ
ବିଛା ରାଶିର ଲୋକଙ୍କୁ ନାଇନ ଅଫ ୱାଣ୍ଡସ୍ କାର୍ଡ ମିଳିଛି ଯାହା ଅନୁସାରେ ଆପଣ ବୁଝନ୍ତି ଯେ ଆପଣ ଯେଉଁ ପ୍ରକାର ପାର୍ଟନର ଚାହାନ୍ତି ସେଥିପାଇଁ ଆପଣଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିବ, ତ୍ୟାଗ ଓ ନିଜକୁ ସୁଧାରିବାକୁ ପଡ଼ିବ। ବାସ୍ତବରେ ଏହା ପ୍ରେମ ହୋଇଥାଏ। ଆପଣଙ୍କୁ ଏହା ଅନୁଭବ ହେବ ଯେ ଆପଣ ଯେଉଁ ଜିନିଷ କିମ୍ବା ଲକ୍ଷ ହାସଲ କରିବାକୁ ଚାହାନ୍ତି ତାହା ଆପଣଙ୍କୁ ପ୍ରାପ୍ତ ହେବାକୁ ଯାଉଛି। ଆପଣ ନିଜର ରୋମାନ୍ଟିକ ଲାଇଫରେ କୌଣସି ବଡ଼ ପରିବର୍ତ୍ତନ ଆଣି ପାରିବେ।
ଯଦି ଆପଣ ଆର୍ଥିକ ସ୍ତରରେ ସଂଘର୍ଷ କରୁଛନ୍ତି ତେବେ ଦ ହ୍ୟାଙ୍ଗଡ ମ୍ୟାନ କହୁଛି ଯେ ଆପଣଙ୍କୁ ନିଜର ଦୃଷ୍ଟିକୋଣ ପରିବର୍ତ୍ତନ କରିବା ଆବଶ୍ୟକ। ଆପଣ ନିଜର ବୃତ୍ତିଗତ ସ୍ଥିତିକୁ ନେଇ ବହୁତ ଅଧିକ ଚିନ୍ତିତ ରହିବେ କିମ୍ବା ଅଧିକ ଭାବିବା ଯୋଗୁଁ ସମସ୍ଯା ଉତ୍ପନ୍ନ ହେବ। ଆପଣ ନିଜର ଜୀବନର ଅନ୍ୟ କ୍ଷେତ୍ରରେ ହେଉଥିବା ସକାରାତ୍ମକ ଜିନିଷ ଉପରେ ଧ୍ୟାନ ଦେଉ ନାହାନ୍ତି।
କ୍ୟାରିଅରରେ କିଙ୍ଗ ଅଫ ସ୍ଵାର୍ଡସ କାର୍ଡ କହୁଛି ଯେ ଏହି ସପ୍ତାହରେ ଆପଣ ନିଜର ଲକ୍ଷକୁ ହାସଲ କରିବା ପାଇଁ ଅଧିକ ପରିଶ୍ରମ କରିବେ। ଆପଣ ପ୍ରଥମରୁ ଅଧିକ ପରିଶ୍ରମ କରିବେ ଓ ନିଜର ସବୁ ଶକ୍ତି କଠିନ ପରିଶ୍ରମରେ ଲଗାଇ ଦେବେ।
ନାଇନ ଅଫ ପେଣ୍ଟାକଲ୍ସ କାର୍ଡ କହୁଛି ଯେ ଏହି ସପ୍ତାହରେ ଆପଣ ଉତ୍ସାହ ଓ ଶକ୍ତିରେ ଭରପୁର ରହିବେ। ଆପଣଙ୍କର ମାନସିକ, ଶାରୀରିକ ଓ ଭାବନାତ୍ମକ ସ୍ବାସ୍ଥ୍ୟ ଭଲ ରହିବ। ଆପଣଙ୍କୁ କୌଣସି ବଡ଼ ସମସ୍ଯା ହଇରାଣ କରିବ ନାହିଁ।
ମାସର ଶୁଭ ତିଥିଗୁଡ଼ିକ: 17 ଓ 26
ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ବିଛା ରାଶିଫଳ 2025
ପ୍ରେମ ସମ୍ବନ୍ଧିତ ସମସ୍ଯାର ସମାଧାନ ପାଇଁ ନିଅନ୍ତୁ ପ୍ରେମ ସମ୍ବନ୍ଧିତ ପରାମର୍ଶ
ଧନୁ ରାଶି
ପ୍ରେମ ଜୀବନ: ନାଇନ ଅଫ କପ୍ସ
ଆର୍ଥିକ ଜୀବନ: ଜଜମେଣ୍ଟ (ରିଭର୍ସଡ)
କ୍ୟାରିଅର: ଫୋର ଅଫ ପେଣ୍ଟାକଲ୍ସ
ସ୍ବାସ୍ଥ୍ୟ: ଡେଥ (ରିଭର୍ସଡ)
ଧନୁ ରାଶିର ଲୋକଙ୍କୁ ପ୍ରେମ ଜୀବନରେ ନାଇନ ଅଫ କପ୍ସ କାର୍ଡ ମିଳିଛି ଯାହାର ଅର୍ଥ ଏହା ଯେ କପଲ ଭାବନାତ୍ମକ ଭାବରେ ସନ୍ତୁଷ୍ଟ ରହିବେ ଓ ନିଜର ସମ୍ପର୍କର ଭରପୁର ଆନନ୍ଦ ନେବେ। ଟାରୋ ସାପ୍ତାହିକ ରାଶିଫଳ ଅନୁଯାୟୀ ଆପଣ ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି କିମ୍ବା ନିର୍ବନ୍ଧ କରି ପାରନ୍ତି କିମ୍ବା ନିଜର ପରିବାର ଆରମ୍ଭ କରିବା ବିଷୟରେ ଭାବି ପାରନ୍ତି।
ଯଦି ଆପଣ କୌଣସି ଆର୍ଥିକ ସଙ୍କଟର ସାମ୍ନା କରିଥିଲେ, ତେବେ ଆପଣ ଏବେ ନିଜ ଉପରେ ଟିକେ କଠୋର ହୋଇଛନ୍ତି। ଦ ରିଭର୍ସଡ କାର୍ଡ କହୁଛି ଯେ ଆପଣ ବୃତ୍ତିଗତ ସ୍ତରରେ ଜାଣତରେ କିମ୍ବା ଅଜାଣତରେ ଭୁଲ ପୁଣି ଥରେ ହୋଇପାରେ। ଆପଣ ନିଜର ବୃତ୍ତିଗତ ସ୍ଥିତି ଓ ଲକ୍ଷକୁ ବୁଝିବା ଆରମ୍ଭ କରନ୍ତୁ।
ଫୋର ଅଫ ପେଣ୍ଟାକଲ୍ସ କାର୍ଡ କହୁଛି ଯେ ଏବେ ଆପଣଙ୍କୁ ନିଜର କ୍ୟାରିଅରରେ ଟିକେ ସ୍ଥିରତା ମିଳିପାରେ। ଯଦି ଏହା ଆପଣଙ୍କର ପ୍ରଥମ ଚାକିରି କିମ୍ବା କ୍ୟାରିଅରରେ ସ୍ଥିରତା ପାଇବା ପାଇଁ ଆପଣ ପ୍ରଥମ ଥର ପାଇଁ ଚେଷ୍ଟା କରୁଛନ୍ତି ତେବେ ଏବେ ଆପଣ ଏବେ ନିଜର କ୍ୟାରିଅରକୁ ନେଇ ଟିକେ ଚିନ୍ତିତ ରହି ପାରନ୍ତି।
ସ୍ବାସ୍ଥ୍ୟ ମାମଲାରେ ଦ ଡେଥ କାର୍ଡ ଆଧ୍ୟାତ୍ମିକ ବିକାଶ ଓ ଜୀବନରେ ଆସିବାକୁ ଥିବା ପରିବର୍ତ୍ତନର ସ୍ବାଗତ କରିବା ପାଇଁ କହୁଛି। ଯଦି ଅପାନଙ୍କୁ କୌଣସି ଜିନିଷର ଅଭ୍ଯାସ ଅଛି ତେବେ ସେଥିରୁ ମୁକ୍ତି ପାଇବାକୁ ଚେଷ୍ଟା କରନ୍ତୁ।
ମାସର ଶୁଭ ତିଥିଗୁଡ଼ିକ: 3 ଓ 30
ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ଧନୁ ରାଶିଫଳ 2025
ମକର ରାଶି
ପ୍ରେମ ଜୀବନ: ଟେନ୍ ଅଫ ପେଣ୍ଟାକଲ୍ସ
ଆର୍ଥିକ ଜୀବନ: କିଙ୍ଗ ଅଫ ପେଣ୍ଟାକଲ୍ସ
କ୍ୟାରିଅର: ଫୋର ଅଫ ସ୍ୱାର୍ଡସ
ସ୍ବାସ୍ଥ୍ୟ: ଦ ସ୍ଟାର
ମକର ରାଶିର ଲୋକଙ୍କୁ ପ୍ରେମ ମାମଲାରେ ଏହି ସପ୍ତାହରେ ଟେନ୍ ଅଫ ପେଣ୍ଟାକଲ୍ସ କାର୍ଡ ମିଳିଛି। ଏହି କାର୍ଡର କହିବା କଥା ଯେ ଆପଣ ଓ ଆପଣଙ୍କର ପାର୍ଟନର ଦୁହେଁ ଭାବନାତ୍ମକ ଓ ଭୌତିକ ରୂପରେ ଭଲ ସ୍ଥିତିରେ ଅଛନ୍ତି। ଆପଣ ନିଜେ ପ୍ରେମୀ କିମ୍ବା ପାର୍ଟନର ସହିତ ରହିବା ଆରମ୍ଭ କରିପାରିବେ, ନୂଆ ଘର କିଣି ପାରିବେ କିମ୍ବା ପରିବାର ଅରମ୍ଭବ କରିବା ବିଷୟରେ ଭାବି ପାରିବେ।
କିଙ୍ଗ ଅଫ ପେଣ୍ଟାକଲ୍ସ କାର୍ଡ ପରିଶ୍ରମର ଫଳ ମିଳିବାକୁ ଦର୍ଶାଉଛି। ଏହି କାର୍ଡ ଲକି ଚାର୍ମ ମଧ୍ୟ। ଏହି ସମୟରେ ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ। ଆଜି ଆପଣ ଆର୍ଥିକ ରୂପରେ ସ୍ଥିର ଓ ସୁରକ୍ଷିତ ହୋଇପାରିବ, କୌଣସି ସଂଯୋଗ ନୁହେଁ ବରଂ ଏହା ଆପଣଙ୍କର କଠିନ ପରିଶ୍ରମର ପରିଣାମ ଅଟେ।
ଆପଣ କାମ ପାଇଁ ବହୁତ ଅଧିକ କ୍ଳାନ୍ତ ଅନୁଭବ କରିବେ। ହୋଇପାରେ ଆପଣ ଲମ୍ବା ସମୟରୁ କଠିନ ପରିଶ୍ରମ କରୁଛନ୍ତି ଓ ଏବେ ଆପଣ ମାନସିକ ଏବଂ ଶାରୀରିକ ରୂପରେ କ୍ଳାନ୍ତ ଅନୁଭବ କରୁଛନ୍ତି। କାମରୁ ଗୋଟିଏ ଦି ଦିନ ଛୁଟି ନେଇ ନିଜର ମାନସିକ ସ୍ବାସ୍ଥ୍ୟ ଉପରେ ଧ୍ୟାନ ନିଅନ୍ତୁ ଓ ଆପଣ ଆଗ ଅପେକ୍ଷା ଭଲ ପ୍ରଦର୍ଶନ କରି ପାରିବେ।
ଦ ସ୍ଟାର କାର୍ଡ କହୁଛି ଯେ ଆପଣଙ୍କର ସ୍ବାସ୍ଥ୍ୟ ସ୍ଥିର ରହିବ କିନ୍ତୁ ଆପଣଙ୍କୁ କାମରୁ ବ୍ରେକ ନେଇ ନିଜର ମାନସିକ ଓ ଭାବନାତ୍ମକ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ହେବ।
ମାସର ଶୁଭ ତିଥିଗୁଡ଼ିକ: 8 ଓ 16
ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମକର ରାଶିଫଳ 2025
ଆର୍ଥିକ ସମସ୍ଯାର ସମାଧାନ ପାଇଁ ନିଅନ୍ତୁ ଧନ ସମ୍ବନ୍ଧିତ ପରାମର୍ଶ
କୁମ୍ଭ ରାଶି
ପ୍ରେମ ଜୀବନ: ନାଇଟ ଅଫ ୱାଣ୍ଡସ୍
ଆର୍ଥିକ ଜୀବନ: ସିକ୍ସ ଅଫ ସ୍ୱାର୍ଡସ
କ୍ୟାରିଅର: ଦ ସନ
ସ୍ବାସ୍ଥ୍ୟ: କୁଇନ ଅଫ ୱାଣ୍ଡସ୍
କୁମ୍ଭ ରାଶିର ଲୋକଙ୍କୁ ପ୍ରେମ ଜୀବନରେ ନାଇଟ ଅଫ ୱାଣ୍ଡସ୍ କାର୍ଡ ମିଳିଛି ଯାହା ଉତ୍ସାହ ଓ ସମ୍ପର୍କକୁ ସଫଳ କରିବା ପାଇଁ ପ୍ରୟାସ କରିବା ପାଇଁ ପ୍ରେରିତ କରୁଛି। ଏହି କାର୍ଡ କହୁଛି ଯେ ଆପଣଙ୍କୁ ନିଜର ପାର୍ଟନର ସହିତ ଭଲ ସମୟ କାଟିବା ଉଚିତ। ଏହା ଦ୍ବାରା ଆପଣଙ୍କର ସମ୍ପର୍କ ଦୃଢ଼ ହେବ।
ବୃତ୍ତିଗତ ଜୀବନରେ ସିକ୍ସ ଅଫ ସ୍ୱାର୍ଡସ କାର୍ଡ ଆର୍ଥିକ ସମସ୍ଯାରୁ ଆରାମ ପାଇବା ଓ ବୃତ୍ତିଗତ ଜୀବନରେ ସ୍ଥିରତା ଓ ପଇସାର ଠିକ ପ୍ରବନ୍ଧନକୁ ଦର୍ଶାଉଛି। ଏହି କାର୍ଡ ଏହା ମଧ୍ୟ କହୁଛି ଯେ ଆପଣ ଆର୍ଥିକ ସମସ୍ଯାକୁ ଅତିକ୍ରମ କରି ଏକ ଶାନ୍ତିପୂର୍ଣ ପରିବେଶରେ ପ୍ରବେଶ କରିବେ, ଯେଉଁଠାରେ ଆର୍ଥିକ ଚାପ କମ ରହିବ।
କ୍ୟାରିଅରରେ ଦ ସନ କାର୍ଡ କହୁଛି ଯେ ବସ ଓ ପ୍ରଭାବୀ ଲୋକ ଆପଣଙ୍କର କାମରେ ଖୁସି ହେବେ। ଏହି କାର୍ଡ ପ୍ରୋମୋଶନ ଓ ଭଲ ସୁଯୋଗ ମିଳିବାର ମଧ୍ୟ ସଙ୍କେତ ଦେଉଛି। ଆପଣ କ୍ୟାରିଅରକୁ ଠିକ ଦିଗରେ ନେବାକୁ ସକ୍ଷମ ହେବେ ଓ ସଫଳ ହେବେ।
ସ୍ବାସ୍ଥ୍ୟ ମାମଲାରେ ଆପଣଙ୍କୁ କୁଇନ ଅଫ ୱାଣ୍ଡସ କାର୍ଡ ମିଳିଛି ଯାହା ଉତ୍ତମ ସ୍ବାସ୍ଥ୍ୟ ଆଡ଼କୁ ସଙ୍କେତ ଦେଉଛି। ଯଦି ଆପଣ କୌଣସି ସ୍ବାସ୍ଥ୍ୟ ସମସ୍ଯା ଦେଇ ଗତି କରୁଛନ୍ତି ତେବେ ଆପଣ ଶୀଘ୍ର ସହଜରେ ପାର ହୋଇପାରିବେ।
ମାସର ଶୁଭ ତିଥିଗୁଡ଼ିକ: 27 ଓ 9
ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କୁମ୍ଭ ରାଶିଫଳ 2025
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ମୀନ ରାଶି
ପ୍ରେମ ଜୀବନ: ଏଇଟ ଅଫ କପ୍ସ (ରିଭର୍ସଡ)
ଆର୍ଥିକ ଜୀବନ: ସିକ୍ସ ଅଫ ୱାଣ୍ଡସ୍
କ୍ୟାରିଅର: ଫୋର ଅଫ ସ୍ଵାର୍ଡସ
ସ୍ବାସ୍ଥ୍ୟ: ସେଭେନ ଅଫ କପ୍ସ
ଏହି ସପ୍ତାହରେ ମୀନ ରାଶିର ଲୋକଙ୍କୁ ଏଇଟ ଅଫ କପ୍ସ କାର୍ଡ ମିଳିଛି। ଏହି କାର୍ଡର କହିବା କଥା ଯେ ଆପଣ ନିଜର ପାର୍ଟନର ସହିତ କଥାବାର୍ତ୍ତା କରି ପରସ୍ପର ସହିତ ବୁଝାମଣା କରି ସରିଛନ୍ତି ସେଥିପାଇଁ ଏବେ ଆପଣଙ୍କର ସମ୍ପର୍କରେ ସମସ୍ଯା କମ ଅଛି। ଆପଣ ଦୁହେଁ ପରସ୍ପରକୁ କ୍ଷମା କରି ଆଗକୁ ବଢ଼ିବା ପାଇଁ ନିଷ୍ପତି ନେଇଛନ୍ତି।
ବୃତ୍ତିଗତ ଜୀବନ ବିଷୟରେ କହିଲେ ସିକ୍ସ ଅଫ ୱାଣ୍ଡସ୍ କାର୍ଡ ସଫଳତା, ଉପଲବ୍ଧି ଓ ଆର୍ଥିକ ସ୍ତରରେ କରାଯାଇଥିବା ପ୍ରୟାସ ପାଇଁ ସକାରାତ୍ମକ ପରିଣାମ ମିଳିବାକୁ ଦର୍ଶାଉଛି।
ହୋଇପାରେ ଆପଣ ବହୁତ ବ୍ୟସ୍ତ ଓ ଚିନ୍ତିତ ଅଛନ୍ତି। ସମ୍ଭାବନା ଅଛି ଯେ ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ନିଜର ସମ୍ପୂର୍ଣ ଊର୍ଜା ଲଗାଇ କାମ କରୁଛନ୍ତି ଓ ଏବେ ଚାପ ଆପଣଙ୍କର ଶାରୀରିକ କିମ୍ବା ମାନସିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଛି। ଆପଣ ନିଜର ଶରୀରରୁ ମିଳୁଥିବା ସଙ୍କେତ ଉପରେ ଧ୍ୟାନ ଦିଅନ୍ତୁ।
ସ୍ବାସ୍ଥ୍ୟ ବିଷୟରେ କହିଲେ ସେଭେନ ଅଫ କପ୍ସ କାର୍ଡ ସ୍ବାସ୍ଥ୍ୟ ସମସ୍ଯାର ସମାଧାନ ପାଇଁ ଅବାସ୍ତବିକ ଆଶା ରଖିବା କିମ୍ବା କୌଣସି କାଳ୍ପନିକ ସମାଧାନ ନ ଭାବିବା ବିଷୟରେ ସଚେତନ କରୁଛି। ଟାରୋ ସାପ୍ତାହିକ ରାଶିଫଳ ଅନୁଯାୟୀ ଏହି କାର୍ଡ ଆପଣଙ୍କୁ କେବଳ କ୍ଷଣସ୍ଥାୟୀ ଆଶ୍ୱସ୍ତି ଦେଉଥିବା ପଦକ୍ଷେପ ନେବା ପରିବର୍ତ୍ତେ ନିଜର ଯତ୍ନ ନେବାକୁ ଏବଂ ସ୍ୱାସ୍ଥ୍ୟ ପ୍ରତି ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିବାକୁ କହୁଛି।
ମାସର ଶୁଭ ତିଥିଗୁଡ଼ିକ: 12 ଓ 3
ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମୀନ ରାଶିଫଳ 2025
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଆମର ଏହି ଲେଖା ନିଶ୍ଚିତ ପସନ୍ଦ ଆସିଥିବା। ଯଦି ଏପରି ହୋଇଥାଏ ତେବେ ଆପଣ ଏହାକୁ ନିଜର ଶୁଭଚିନ୍ତକମାନଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ। ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. କ’ଣ ଟାରୋ କାର୍ଡରେ କଳା ଜାଦୁର ପ୍ରୟୋଗ କରାଯାଏ ନାହିଁ?
ଟାରୋରେ କୌଣସି ପ୍ରକାରର କଳା ଜାଦୁ ନାହିଁ।
2. କ’ଣ ଟାରୋ ଭାରତରେ ପ୍ରସିଦ୍ଧ ଅଟେ?
ହଁ, ଏବେ ଟାରୋ ବହୁତ ଲୋକପ୍ରିୟ ହେଉଛି।
3. କ’ଣ ଟାରୋର ସମ୍ବନ୍ଧ ଇଉରୋପ ସହିତ ଅଛି?
ହଁ, ଟାରୋର ଉତ୍ପତି ଇଉରୋପଋ ହୋଇଛି।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025