ଟାରୋ ସାପ୍ତାହିକ ରାଶିଫଳ - 23 ମାର୍ଚ୍ଚ ରୁ 29 ମାର୍ଚ୍ଚ 2025

ଏହି ଟାରୋ ସାପ୍ତାହିକ ରାଶିଫଳ ରାଶିଚକ୍ରର ସମସ୍ତ 12 ଟି ରାଶି ପାଇଁ ଭବିଷ୍ୟବାଣୀ ପ୍ରଦାନ କରିବ। ଟାରୋ କାର୍ଡ ଏକ ପ୍ରାଚୀନ ବିଦ୍ୟା ଅଟେ ଯାହାର ଉପଯୋଗ ଭବିଷ୍ୟ ଜାଣିବା ପାଇଁ କରାଯାଏ। ଏହାର ପ୍ରୟୋଗ ପ୍ରାଚୀନ କାଳରୁ ଟାରୋ ରିଡର ଓ ରହସ୍ୟବାଦୀ ଦ୍ବାରା ଅନ୍ତର୍ଜ୍ଞାନ ପ୍ରାପ୍ତ କରିବା ଓ କୌଣସି ବିଷୟର ଗଭୀରତା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ହୋଇଥାଏ। ଯଦି କୌଣସି ବ୍ୟକ୍ତି ବହୁତ ଆସ୍ଥା ଓ ବିଶ୍ବାସ ସହିତ ମନରେ ଆସୁଥିବା ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆସେ, ତେବେ ଟାରୋ କାର୍ଡର ଦୁନିଆ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେଇ ପାରିବ। ବହୁତ ଲୋକ ବିଶ୍ବାସ କରନ୍ତି ଯେ ଟାରୋ ଏକ ମନୋରଞ୍ଜନର ସାଧନ ଅଟେ ଓ ଏହା ଅଧିକାଂଶ ମନୋରଞ୍ଜନ ରୂପରେ ଦେଖାଯାଏ।

ଟାରୋ ସାପ୍ତାହିକ ରାଶିଫଳ: 23 ମାର୍ଚ୍ଚ ରୁ 29 ମାର୍ଚ୍ଚ, 2025

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ଟାରୋ ଏହି କଥା ଉପରେ ଧ୍ୟାନ ଦିଏ ଯେ ଆପଣ କେଉଁଠି ହିଲେ, ଏବେ କେଉଁଠି ଅଛନ୍ତି କିମ୍ବା କେଉଁ ସ୍ଥିତିରେ ଅଛନ୍ତି ଓ କାଲି ଆପଣଙ୍କର ସାଙ୍ଗରେ କ’ଣ ହୋଇପାରେ। ଏହା ଆପଣଙ୍କୁ ଊର୍ଜାରେ ଭରପୁର ପରିବେଶ କରିବାର ସୁଯୋଗ ଦେଇଥାଏ ଓ ନିଜର ଭବିଷ୍ୟ ପାଇଁ ଠିକ ବିକଳ୍ପ ବାଛିବା ପାଇଁ ସାହାଜ୍ୟ କରିଥାଏ। ଯେଉଁ ପ୍ରକାର ଏକ ବିଶ୍ଵସ୍ଥ କୌଣସେଲୋର ଆପଣଙ୍କୁ ନିଜ ଭିତରେ ଝାଙ୍କି ଦେଖିବାକୁ ଶିଖାଇଥାଏ, ସେହି ପ୍ରକାର ଟାରୋ ଆପଣଙ୍କୁ ନିଜର ଆତ୍ମା ସହିତ କଥା ହେବକୁ ସୁଯୋଗ ଦେଇଥାଏ।

ଆପଣଙ୍କୁ ଲାଗୁଛି କି ଯେପରି ଆପଣ ଜୀବନର ମାର୍ଗରେ ହଜି ଯାଇଛନ୍ତି ଓ ଆପଣଙ୍କୁ ଠିକ ଦିଗ କିମ୍ବା ସାହାଜ୍ୟର ସନ୍ଧାନ ଅଛି। ପ୍ରଥମେ ଆପଣ ଟାରୋର ଉପହାସ କରୁଥିଲେ କିନ୍ତୁ ଏବେ ଆପଣ ଏହାର ପ୍ରଭାବ ବିଷୟରେ ଜ୍ଞାତ ହୋଇ ସାରିଲେଣି। ଆପଣ ନିଜର ସମୟ କାଟିବା ପାଇଁ ନୂଆ ଶୌକ ଖୋଜୁଛନ୍ତି। ଏହି କାରଣରୁ ଟାରୋରେ ଲୋକଙ୍କର ଉତ୍ସୁକତା ବଢ଼ିଥାଏ।

ବର୍ଷ 2025ର ତୃତୀୟ ମାସ ମାର୍ଚ୍ଚ ଏହି ସପ୍ତାହ ଅର୍ଥାତ ଟାରୋ ରାଶିଫଳ 23 ମାର୍ଚ୍ଚରୁ 29 ମାର୍ଚ୍ଚ 2025 ନିଜ ସହିତ କ’ଣ ଆଣିବ? ଏହା ଜାଣିବା ପାଇଁ ଆମେ ଟାରୋ କାର୍ଡ ବିଷୟରେ କଥା ହେବା। ଆପଣଙ୍କୁ କହିଦେଉଛୁ ଯେ ଟାରୋର ଉତ୍ପତି ଆଜିଠାରୁ 1400 ବର୍ଷ ପୂର୍ବରୁ ପ୍ରଥମ ଥର ପାଇଁ ଇଟାଲୀରେ ବର୍ଣନା କରାଯାଇଥିବା ମିଳିଥିଲା। ଆରମ୍ଭରେ ଟାରୋକୁ ତାସ ଭାବରେ ରାଜପରିବାରର ପାର୍ଟୀରେ ଖଏକା ଯାଉଥିଲା। ଟାରୋ କାର୍ଡର ବାସ୍ତବିକ ଉପଯୋଗ 16 ଶହ ଶତାବ୍ଦୀରେ ଇଉରୋପରେ କିଛି ଲୋକଙ୍କ ଦ୍ବାରା କରାଗଲା ଯେବେ ସେ ଜାଣିଲେ ଯେ 78 କାର୍ଡ ବ୍ୟବହାର କରି କିପରି ଭବିଷ୍ୟ ବିଷୟରେ କୁହାଯାଇ ପାରିବ, ସେହି ସମୟରେ ଏହାର ମହତ୍ଵ ଅନେକ ଗୁଣ ବଢ଼ିଯିବ। ମଧ୍ୟାକାଳରେ ଟାରୋକୁ ଜାଦୁ ସହିତ ଜଡ଼ିତ କରାଗଲା ଓ ଏହାର ପରିଣାମସ୍ବରୂପ ସାଧାରଣ ଲୋକ ଭବିଷ୍ୟ ବିଷୟରେ କହୁଥିବା ଏହି ବିଦ୍ୟା ଠାରୁ ଦୂରେଇ ରହିବା ଠିକ ଭାବୁଥିଲେ।

କିନ୍ତୁ ଟାରୋ କାର୍ଡର ଯାତ୍ରା ଏଠାରେ ଅଟକି ନଥିଲା ଏବଂ ଏହା କିଛି ଦଶନ୍ଧି ପଡ଼େ ପୁନର୍ବାର ସୁନାମ ଅର୍ଜନ କରିଥିଲା । ଏହା ଭବିଷ୍ୟ କହୁଥିବା ବିଜ୍ଞାନ ଭାବରେ ବିଶ୍ବରେ ମାନ୍ୟତା ପାଇଲା। ଭାରତ ସମେତ ସମଗ୍ର ବିଶ୍ୱରେ, ଭବିଷ୍ୟବାଣୀ କରୁଥିବା ଟାରୋ ଗୁରୁତ୍ୱପୂର୍ଣ୍ଣ ବିଜ୍ଞାନ ମଧ୍ୟରେ ଗଣାଯାଏ ଏବଂ ଟାରୋ କାର୍ଡ ସମ୍ମାନ ପାଇବାରେ ସଫଳ ହେଲା ।

ତେବେ ଆସନ୍ତୁ ବର୍ତ୍ତମାନ ଏହି ଟାରୋ ସାପ୍ତାହିକ ରାଶିଫଳ ଆରମ୍ଭ କରିବା ଏବଂ ଜାଣିବା ମାର୍ଚ୍ଚ ମାସର ଚତୁର୍ଥ ସପ୍ତାହ ଅର୍ଥାତ୍ 23 ମାର୍ଚ୍ଚରୁ 29 ମାର୍ଚ୍ଚ 2025 ସମସ୍ତ 12 ଟି ରାଶିର ଲୋକଙ୍କ ପାଇଁ କିପରି ହେବ?

ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ଟାରୋ ରାଶିଫଳ 23 ମାର୍ଚ୍ଚରୁ 29 ମାର୍ଚ୍ଚ, 2025: ରାଶି ଅନୁସାରେ ରାଶିଫଳ

ମେଷ ରାଶି

ପ୍ରେମ ଜୀବନ: ଦ ହାଇ ପ୍ରିଷ୍ଟେସ

ଆର୍ଥିକ ଜୀବନ: ଜଜମେଣ୍ଟ

କ୍ୟାରିଅର: ପେଜ ଅଫ ୱାଣ୍ଡସ୍

ସ୍ବାସ୍ଥ୍ୟ: କିଙ୍ଗ ଅଫ କପ୍ସ

ଟାରୋ ରୀଡିଂରେ ଦ ହାଇ ପ୍ରିସ୍ଟେସ କାର୍ଡ ଅନୁସାରେ ପ୍ରେମର ଅର୍ଥ ଧର୍ଯ୍ୟ ଓ ନିଜ ଉପରେ ବିଶ୍ବାସ ରଖିବା। ଆପଣ ନିଜର ଓ ଅନ୍ୟ ସହିତ ସଚ୍ଚୋଟ ରୁହନ୍ତୁ ଓ ଲୁଚି ରହିଥିବା ଜିନିଷକୁ ସମ୍ମାନ ଦିଅନ୍ତୁ। ଦ ହାଇ ପ୍ରିସ୍ଟେସ କାର୍ଡ ସମ୍ପର୍କରେ ସ୍ପଷ୍ଟତା ଓ କରୁଣାକୁ ଦର୍ଶାଏ। ଏହି କାର୍ଡ କହୁଛୁ ଜେ ଦୃଢ଼ ସମ୍ପର୍କ ରଖିବା ପାଇଁ ସଚ୍ଚୋଟ ରହିବା ବହୁତ ଆବଶ୍ୟକ।

ବୃତ୍ତିଗତ କ୍ଷେତ୍ରରେ ଦ ଜଜମେଣ୍ଟ କାର୍ଡ ଭାବି-ଚିନ୍ତି ନିଷ୍ପତି ନେବା ଓ ସୀମା ଭିତରେ ରହି କାମ କରିବାକୁ ପରାମର୍ଶ ଦେଉଛି। ଯଦି ଆପଣ ପଇସା ମାମଲାରେ ଦାୟିତ୍ୱବାନ ଓ ସଚ୍ଚୋଟ ରୁହନ୍ତି, ତେବେ ଆପଣଙ୍କର ଆର୍ଥିକ ସମସ୍ଯା ସମାଧାନ ହେବାର ସମ୍ଭାବନା ଅଛି। ଏହି କାର୍ଡ ଏକ ନୂଆ ଆରମ୍ଭ କିମ୍ବ ପଇସାକୁ ସମ୍ଭାଳିବାର ନୂଆ ଉପାୟକୁ ପ୍ରୋତ୍ସାହନ ଦେଉଛି।

ଏହି କାର୍ଡର ଆସିବାର ଅର୍ଥ ଆପଣ ରିସ୍କ ନେବାକୁ ପ୍ରସ୍ତୁତ ଅଛନ୍ତି। ଏହି କାର୍ଡ ଚୈଲେଂଜ୍ ନେବାର ଇଚ୍ଛାକୁ ଦର୍ଶାଉଛି କିନ୍ତୁ ଆପଣ ସେଥିପାଇଁ ପ୍ରସ୍ତୁତ ନାହାନ୍ତି। କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ, ଆପଣ ନିଜକୁ ପଚାରନ୍ତୁ ଆପଣ ସେହି କାମ ପାଇଁ ପ୍ରସ୍ତୁତ କି ନୁହଁ। ଯଦି ହଁ ତେବେ ନୂଆ କାମ ଆରମ୍ଭ କରିବା ପାଇଁ ହା ଅନୁକୂଳ ସମୟ ଅଟେ।

କିଙ୍ଗ ଅଫ କପ୍ସ କାର୍ଡ ହେଲ୍ଥ ରୀଡିଂରେ ଏକ ସକାରାତ୍ମକ ସଙ୍କେତ ଅଟେ। ଏହା ଭାବନାତ୍ମକ ସ୍ବାସ୍ଥ୍ୟକୁ ମହତ୍ଵ ଦେବାକୁ ଦର୍ଶାଉଛି। ଏହି କାର୍ଡର କହିବା କଥା ଯେ ଆପଣଙ୍କୁ ନିଜର ଭାବନାତ୍ମକ ସ୍ଥିତି ଉପରେ ଧ୍ୟାନ ଦେବା ଆବଶ୍ୟକ। ଯଦି ଆପଣ ରୋଗିଣା ଅଛନ୍ତି, ତେବେ ଠିକ ହୋଇଯିବେ। ଏହି କାର୍ଡ ଆପଣଙ୍କୁ ନିଜର ଯତ୍ନ ନେବାକୁ କହୁଛି।

ଲକି ପ୍ଳାଣ୍ଟ: କ୍ଯାକଟସ

ବୃହତ କୁଣ୍ଡଳୀ ରେ ଲୁଚି ରହିଛି ଆପଣଙ୍କର ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହଙ୍କର ଚଳନର ସମସ୍ତ ସୂଚନା

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମେଷ ରାଶିଫଳ 2025

ବୃଷ ରାଶି

ପ୍ରେମ ଜୀବନ:ଫାଇଭ ଅଫ ୱାଣ୍ଡସ୍

ଆର୍ଥିକ ଜୀବନ: ଫୋର ଅଫ ପେଣ୍ଟାକଲ୍ସ

କ୍ୟାରିଅର: କୁଈନ୍ ଅଫ ପେଣ୍ଟାକଲ୍ସ

ସ୍ବାସ୍ଥ୍ୟ: ପେଜ ଅଫ ସ୍ୱାର୍ଡସ

ପ୍ରେମ ଜୀବନରେ ବୃଷ ରାଶିର ଲୋକଙ୍କୁ ଫାଇଭ ଅଫ ୱାଣ୍ଡସ୍ କାର୍ଡ ମିଳିଛି ଯାହା ଅନୁସାରେ ପ୍ରକୃତ ଜୀବନସାଥୀ ପାଇବା ପାଇଁ ଆପଣଙ୍କୁ ଚେଷ୍ଟା କରିବାକୁ ହେବ। ଆପଣ ଯାହା ପ୍ରତି ଆକର୍ଷିତ, ତା’ର ପଛରେ ଯିବାକୁ ଚାହିଁବେ। କିନ୍ତୁ ଏହା ଦେଖାଯାଉଛି ଯେ କେବଳ ଆପଣ ନୁହଁନ୍ତି ବରଂ ଅନେକ ଲୋକ ମଧ୍ୟ ସେହି ବ୍ୟକ୍ତିଙ୍କୁ ପାଇବାକୁ ଚାହୁଁଛନ୍ତି।

ବୃତ୍ତିଗତ ଜୀବନରେ ଫୋର ଅଫ ପେଣ୍ଟାକଲ୍ସ କାର୍ଡ ସ୍ଥିରତା ଓ ଆର୍ଥିକ ଦୃଢ଼ତାକୁ ଦର୍ଶାଉଛି। ଟାରୋ ସାପ୍ତାହିକ ରାଶିଫଳ ଅନୁଯାୟୀ ଏହା ବ୍ଯତୀତ ଏହି କାର୍ଡର କହିବା କଥା ଯେ ଆପଣ ପଇସା ସଞ୍ଚୟ କରିବା ପାଇଁ ଚେଷ୍ଟା କରୁଛନ୍ତି। ଏଥିରେ ରିଟାୟାରମେନ୍ଟ ପାଇଁ ପଇସା ଅଲଗା ରଖିବା କିମ୍ବା କୌଣସି ବଡ଼ ଜିନିଷ କିଣିବା ଯେପରି ଘର କିମ୍ବ ଗାଡ଼ି କିଣିବା ପାଇଁ ପଇସା ଅନ୍ତର୍ଭୁକ୍ତ ହେବ।

କ୍ୟାରିଅର କ୍ଷେତ୍ରରେ ଆପଣଙ୍କୁ କୁଇନ ଅଫ ପେଣ୍ଟାକଲ୍ସ କାର୍ଡ ମିଳିଛି ଯାହା କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ କୌଣସି ଅନୁଭବି ବ୍ୟକ୍ତିର ମାର୍ଗଦର୍ଶନ ମିଳିବା ଆଡ଼କୁ ସଙ୍କେତ କରୁଛି। ଏହି ବ୍ୟକ୍ତି ଆପଣଙ୍କର ବିଜନେସ ପାର୍ଟନର, ମେନ୍ଟର କିମ୍ବା ସହକର୍ମୀ ହୋଇପାରେ। ଯଦି ଆପଣ ଏହି ମଣିଷ ସହିତ କାମ କରିବାର ନିଷ୍ପତି ନେଉଛନ୍ତି ତେବେ ଏହା ଆପଣଙ୍କର କ୍ୟାରିଅର ପାଇଁ ବହୁତ ଫଳଦାୟୀ ପ୍ରମାଣିତ ହେବ। ଯଦି ସେ କୌଣସି ପରାମର୍ଶ ଦେଉଛନ୍ତି ତେବେ ତାଙ୍କ କଥା ଶୁଣନ୍ତୁ କାରଣ ତାହା ଆପଣଙ୍କୁ ନିଜର ଲକ୍ଷ ପ୍ରାପ୍ତ କରିବାରେ ସାହାଜ୍ୟ କରିବ।

ସ୍ବାସ୍ଥ୍ୟ ବିଷୟରେ କହିଲେ, ଆପଣଙ୍କ ପାଇଁ ପେଜ ଅଫ ସ୍ୱାର୍ଡସ ଭବିଷ୍ୟବାଣୀ କରୁଛି ଯେ ଏହି ଲୋକ ନିଜର ଜୀବନରେ ଯେଉଁ ମାନସିକ ସମସ୍ଯାର ସାମ୍ନା କରୁଛନ୍ତି ସେଥିରୁ ବାହାରି ପାରିବେ। ନିଜ ଉପରେ କୌଣସି ବୋଝ ନ ପକାଇ ଧୀରେ ଧୀର ଆଗକୁ ବଢ଼ନ୍ତୁ।

ଲକି ପ୍ଳାଣ୍ଟ : ସ୍ବିସ ଚୀଜ ପ୍ଳାଣ୍ଟ

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ବୃଷ ରାଶିଫଳ 2025

ମିଥୁନ ରାଶି

ପ୍ରେମ ଜୀବନ: ଦ ଏମପେରର

ଆର୍ଥିକ ଜୀବନ: ପେଜ ଅଫ କପ୍ସ

କ୍ୟାରିଅର: ଦ ମାଜିସିଆନ

ସ୍ବାସ୍ଥ୍ୟ: ପେଜ ଅଫ ୱାଣ୍ଡସ୍

ମିଥୁନ ରାଶିର ଲୋକଙ୍କୁ ପ୍ରେମ ଜୀବନରେ ଦ ଏମପେରର କାର୍ଡ ମିଳିଛି ଯାହା କହୁଛି ଯେ ଯଦିଓ ଆପଣ ଜୀବନସାଥୀ ଠାରୁ ଦୂରରେ ଅଛନ୍ତି, ଆପଣ ସାଥୀ ସହିତ ଦୃଢ଼ ସମ୍ପର୍କ ରଖିଛନ୍ତି। ସେ ଆପଣଙ୍କ ପ୍ରତି ଅତ୍ୟନ୍ତ ସୁରକ୍ଷାତ୍ମକ ହେବେ। ଆପଣଙ୍କୁ ଅତିସମ୍ବେଦନଶୀଳ ହେବାରୁ ଦୂରେଇ ରହିବାକୁ ହେବ କାରଣ ଏହା ସମ୍ପର୍କକୁ ଦୁର୍ବଳ କରିପାରେ। ଏହା ବ୍ଯତୀତ, ଦ ଏମପେରର କାର୍ଡ ସମର୍ପଣ ଓ ଜଜମେଣ୍ଟ କୁ ମଧ୍ୟ ଦର୍ଶାଉଛି।

ଆର୍ଥିକ ଜୀବନରେ, ପେଜ୍ ଅଫ୍ କପ୍ସ କାର୍ଡ କିଛି ଭଲ ଖବର ଆଣିପାରେ। କିନ୍ତୁ ଆପଣଙ୍କୁ ତଥାପି ଟଙ୍କା ମାମଲାରେ ସତର୍କତାର ସହିତ ଆଗକୁ ବଢ଼ିବାକୁ ପଡ଼ିବ ଏବଂ ଆର୍ଥିକ ମାମଲା ସହିତ ଜଡ଼ିତ ଶୀଘ୍ର ନିଷ୍ପତ୍ତି ନେବାରୁ ଦୂରେଇ ରହିବାକୁ ପଡ଼ିବ। ଏହା ସହିତ, ଏହି ସମୟରେ, ବିପଦପୂର୍ଣ୍ଣ କାର୍ଯ୍ୟକଳାପରେ ଟଙ୍କା ନିବେଶ କରିବାରୁ ଦୂରେଇ ରୁହନ୍ତୁ ଏବଂ ଯେକୌଣସି କ୍ରୟ କିମ୍ବା ନିବେଶ ବହୁତ ଭାବିଚିନ୍ତି କରନ୍ତୁ।

କ୍ୟାରିଅର ପାଇଁ ଦ ମାଜିସିଆନକୁ ସକାରାତ୍ମକ କୁହା ଯିବ କାରଣ ଏହି କାର୍ଡ ଆପଣଙ୍କ ପାଇଁ ଚାକିରିରେ ସଫଳତା କିମ୍ବା ଆୟରେ ବୃଦ୍ଧି ଆଣିପାରେ। ଅନ୍ୟ ପଟେ, ଏହି କାର୍ଡ କହୁଛି ଯେ ଆପଣ ନିଜର ବିଚାର ଓ କ୍ଷମତାର ସମ୍ପୂର୍ଣ ବ୍ୟବହାର କରୁ ନାହନ୍ତି।

ସ୍ୱାସ୍ଥ୍ୟ ଦୃଷ୍ଟିରୁ, ପେଜ୍ ଅଫ୍ ୱାଣ୍ଡସ୍ କାର୍ଡ କହୁଛି ଯେ ଆପଣଙ୍କୁ ଶାରୀରିକ ଭାବରେ ସକ୍ରିୟ ରହିବା ସହିତ ଆପଣଙ୍କର ମନୋଭାବକୁ ସକାରାତ୍ମକ ରଖିବା ଆବଶ୍ୟକ। ଏହି କାର୍ଡ ଅଭିବୃଦ୍ଧି ଏବଂ ପ୍ରଗତିର ଏକ ସମୟକୁ ପ୍ରତିନିଧିତ୍ୱ କରେ ଯାହା ନିଜକୁ ଫିଟ୍ ରଖିବା ପାଇଁ ଏକ ନିୟମିତ ଦିନଚର୍ଯ୍ୟା ଅନୁସରଣ କରିବା, ସୁସ୍ଥ ଖାଦ୍ୟ ଅଭ୍ୟାସ ଗ୍ରହଣ କରିବା କିମ୍ବା ଧାର୍ମିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ସହିତ ଜଡ଼ିତ ହୋଇପାରେ।

ଲକି ପ୍ଳାଣ୍ଟ : ପେପରୋମିୟା

କ୍ୟାରୀଅରର ହେଉଛି ଟେନ୍ସନ! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମିଥୁନ ରାଶିଫଳ 2025

କର୍କଟ ରାଶି

ପ୍ରେମ ଜୀବନ: ନାଇନ ଅଫ ପେଣ୍ଟାକଲ୍ସ

ଆର୍ଥିକ ଜୀବନ: ଏଇଟ ଅଫ ସ୍ୱାର୍ଡସ

କ୍ୟାରିଅର: ଦ ଟାୱାର (ରିଭର୍ସ)

ସ୍ବାସ୍ଥ୍ୟ: ଦ ମାଜିସିଆନ

ଆପଣଙ୍କ ପାଖରେ ଯାହା ତାହାକୁ ନେଇ ଆପଣ କୃତଜ୍ଞ ହେବା ଉଚିତ। ଯେଉଁ ଲୋକ ପ୍ରେମ ସମ୍ପର୍କରେ ଅଛନ୍ତି, ତାଙ୍କୁ ଏହା ଅନୁଭବ ହେବ ଯେ ପାର୍ଟନରର ନିଜର କାମ, ରୁଚି, ଇଚ୍ଛା ଓ ସୋଶଲ ଲାଇଫ ଅଛି। ଆପଣ ଦୁହିଙ୍କ ମଧ୍ୟରେ ପ୍ରେମ ଓ ସ୍ଵତନ୍ତ୍ରତାର ଭଲ ସନ୍ତୁଳନ ରହିବ। ଏହି କାର୍ଡ କେବେ କେବେ ଏହି କଥାର ସଙ୍କେତ ମଧ୍ୟ ଦେଉଛି ଯେ ଆପଣ ଓ ଆପଣଙ୍କର ପାର୍ଟନର ମିଶି ଘରର ପୁନର୍ଦ୍ଧାର କରୁଛନ୍ତି।

ଆର୍ଥିକ ଜୀବନରେ ଏଇଟ ଅଫ ସ୍ୱାର୍ଡସ କାର୍ଡ ମିଳିଛି ଯାହା କହୁଛି ଯେ ଆପଣ ବର୍ତ୍ତମାନ ସ୍ଥିତି କୁ ନେଇ ଚିନ୍ତିତ ଅନୁଭବ କରୁଛନ୍ତି କିନ୍ତୁ ଆପଣଙ୍କୁ କହି ରଖୁଛୁ ଯେ ପ୍ରକୃତରେ ଏପରି କିଛି ନାହିଁ ଓ ଆପଣଙ୍କୁ ଚିନ୍ତା ଯୋଗୁଁ ଏପରି ଅନୁଭବ ହେଉଛି। ଯଦି ଆପଣ ନିଜର ରୋଜଗାର ବଢ଼ାଇବାକୁ ଚାହାନ୍ତି ତେବେ ଆପଣଙ୍କୁ ରଚନାତ୍ମକ ଓ କିଛି ଅଲଗା ଭାବିବା ଉଚିତ।

କାର୍ଯ୍ୟକ୍ଷେତ୍ରରେ ଚାପପୂର୍ଣ୍ଣ ପରିସ୍ଥିତିକୁ ପରିଚାଳନା କରିବାରେ ଆପଣ ସଫଳ ହେବାର ସମ୍ଭାବନା ଅଛି। ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ କମ୍ପାନୀରେ କର୍ମଚାରୀ ହ୍ରାସ କରାଯାଇଛି, ତେବେ ଆପଣ ଚାକିରି ବଜାୟ ରଖିବାରେ ଭାଗ୍ୟବାନ କିଛି ଲୋକଙ୍କ ମଧ୍ୟରୁ ଜଣେ ହୋଇପାରନ୍ତି। କେତେବେଳେ ଦି ଟାୱାର କାର୍ଡ ଆମକୁ ନିଷ୍କ୍ରିୟତାରୁ ବାହାରି ଆସିବାକୁ ପ୍ରେରଣା ଖୋଜିବାକୁ କହିଥାଏ।

ହେଲ୍ଥ ଟାରୋ ରୀଡିଂରେ ଦ ମାଜିସିଆନ କାର୍ଡ ସ୍ବାସ୍ଥ୍ୟ ପ୍ରତି ସକ୍ରିୟ ଦୃଷ୍ଟିକୋଣ ରଖିବା ଓ ଶରୀରର ସ୍ବୟଂ ଯତ୍ନ ନେବାର କ୍ଷମତା ଉପରେ ବିଶ୍ବାସ ରଖିବାର ବିଶ୍ବାସକୁ ଦର୍ଶାଏ। ଟାରୋ ସାପ୍ତାହିକ ରାଶିଫଳ ଅନୁସାରେ ଦ ମାଜିସିଆନ କାର୍ଡ କୁହେ ଯେ ଆପଣ ନିଜର ସ୍ବାସ୍ଥ୍ୟର ଦାୟିତ୍ବ ନେବେ, ସକାରାତ୍ମକ ପରିବର୍ତ୍ତନ ଆଣିବା ଓ ଉପଚାର ପାଇଁ ନିଜର ଆନ୍ତରିକ ଶକ୍ତିର ଉପଯୋଗ କରିବାରେ ସକ୍ଷମ ହେବେ।

ଲକି ପ୍ଳାଣ୍ଟ: ୱାଟର ଲିଲୀ

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କର୍କଟ ରାଶିଫଳ 2025

ସିଂହ ରାଶି

ପ୍ରେମ ଜୀବନ: ଟେନ୍ ଅଫ ପେଣ୍ଟାକଲ୍ସ

ଆର୍ଥିକ ଜୀବନ: ଟୂ ଅଫ ପେଣ୍ଟାକଲ୍ସ

କ୍ୟାରିଅର: ବହୀ ଅଫ ଫର୍ଚୁନ

ସ୍ବାସ୍ଥ୍ୟ: ପେଜ ଅଫ ପେଣ୍ଟାକଲ୍ସ

ଲଭ ରୀଡିଂରେ ଟେନ୍ ଅଫ ପେଣ୍ଟାକଲ୍ସ କାର୍ଡ ସମର୍ପଣକୁ ଦର୍ଶାଉଛି। ଏହା ବ୍ଯତୀତ ଏହି କାର୍ଡ କୌଣସି ଏପରି କଥାର ମଧ୍ୟ ସଙ୍କେତ ଦେଉଛି ଯେ ଆପଣ ଓ ଆପଣଙ୍କର ପାର୍ଟନର ପରିବାର ଆରମ୍ଭ କରିବା ପାଇଁ ପ୍ରସ୍ତୁତ।

ଟୂ ଅଫ ପେଣ୍ଟାକଲ୍ସ କାର୍ଡ ଭବିଷ୍ୟବାଣୀ କରୁଛି ଯେ ଏହି ଲୋକ ନିଜର ବିଲ ଭରିବା ପାଇଁ ବହୁତ ପରିଶ୍ରମ କରୁଛନ୍ତି। ଏହି ସପ୍ତାହରେ ଧନ ସହିତ ଜଡ଼ିତ ସମସ୍ଯାର ସାମ୍ନା କରିବାକୁ ପଡ଼ିପାରେ। ଏହି ସମୟରେ ଆପଣଙ୍କୁ ଅସ୍ଥିରତା ଅନୁଭବ ହୋଇପାରେ।

କ୍ୟାରିଅରକୁ ଦେଖିଲେ ହୁଇଲ ଅଫ ଫର୍ଚୁନ ଆପଣଙ୍କ ପାଇଁ ଚାକିରିର ସୁଯୋଗ ଅନ୍ୟପାରେ ଯେପରି ଆପଣ ନୂଆ ବ୍ୟବସାୟ ଆରମ୍ଭ କରି ପାରିବେ କିମ୍ବା ଆପଣ କ୍ୟାରିଅରରେ ପରିବର୍ତ୍ତନ କରି ପାରିବେ। ଏହା ବ୍ଯତୀତ ଏହି କାର୍ଡ ସଙ୍କେତ ଦେଉଛି ଯେ ପରିସ୍ଥିତି ଆପଣଙ୍କ ପକ୍ଷରେ ରହିବ।

ଯେବେ କଥା ଆସେ ସ୍ବାସ୍ଥ୍ୟର, ତେବେ ଏହି ସପ୍ତାହରେ ଆପଣ ସୁସ୍ଥ ଦେଖାଯିବେ। ଏହା ଆପଣ କରୁଥିବା ଏକ୍ସାର୍ସାଇଜ଼ ଯୋଗୁ ହେବ।

ଲକି ପ୍ଳାଣ୍ଟ: ବାର୍ଡ ଅଫ ପାରାଡାଇସ

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ସିଂହ ରାଶିଫଳ 2025

ଶନି ରିପୋର୍ଟ୍ ମାଧ୍ୟମରେ ଜାଣନ୍ତୁ ଜୀବନରେ ଶନିଙ୍କର ପ୍ରଭାବ

କନ୍ୟା ରାଶି

ପ୍ରେମ ଜୀବନ: ଏସ ଅଫ ୱାଣ୍ଡସ୍

ଆର୍ଥିକ ଜୀବନ: ଫୋର ଅଫ କପ୍ସ (ରିଭର୍ସ)

କ୍ୟାରିଅର: ନାଇନ ଅଫ ପେଣ୍ଟାକଲ୍ସ

ସ୍ବାସ୍ଥ୍ୟ: ଦ ସନ

କନ୍ୟା ରାଶିର ଲୋକଙ୍କ ପାଇଁ ଏହି ସପ୍ତାହ ନୂଆ ଆରମ୍ଭ କରିବାର ଦୃଷ୍ଟିରୁ ଭଲ ହେବ ଯେପରି ବିବାହ, ନିର୍ବନ୍ଧ ଓ ପରିବାର ଇତ୍ୟାଦି। ଏହି ଅବଧ୍ୟ ଏହି ରାଶିର ସିଂଗଲ ଲୋକଙ୍କୁ ରିସ୍କ ନେଇ ସେହି ବ୍ୟକ୍ତି ଆଗରେ ନିଜର ଭାବନା ପ୍ରକାଶ କରିବାକୁ ହେବ ଯାହାକୁ ସେମାନେ ପସନ୍ଦ କରନ୍ତି।

ଆର୍ଥିକ ଜୀବନରେ ଫୋର ଅଫ କପ୍ସ (ରିଭର୍ସ) କାର୍ଡ ଧନ ଓ କ୍ୟାରିଅରକୁ ନେଇ ଫୋକସ ଏବଂ ଉତ୍ସାହ ଆଡ଼କୁ ସଙ୍କେତ କରୁଛି। ଏହା ସମ୍ଭବ ଯେ ଏହି ସମୟ ମଧ୍ୟରେ ଆପଣ ଅତୀତରେ ସମ୍ମୁଖୀନ ହୋଇଥିବା ଅସନ୍ତୋଷରୁ ଆଗକୁ ବଢ଼ିବେ। ଏହା ସହିତ, ଆପଣ ଆପଣଙ୍କର ଆର୍ଥିକ ଅବସ୍ଥା ଏବଂ ବୃତ୍ତିଗତ ଜୀବନକୁ ଉନ୍ନତ କରିବା ପାଇଁ ପ୍ରୟାସ କରୁଥିବାର ଦେଖାଯିବେ।

ନାଇନ ଅଫ ପେଣ୍ଟାକଲ୍ସ କାର୍ଡ ଭବିଷ୍ୟବାଣୀ କରୁଛି ଯେ ଏହି ସପ୍ତାହରେ ଆପଣ ସମୃଦ୍ଧି, ସଫଳ ଓ ଆର୍ଥିକ ଭାବରେ ଦୃଢ଼ ରହିବେ। ଏହି କାର୍ଡ ସୂଚାଇ ଦିଏ ଯେ ଆପଣ ଆପଣଙ୍କ ଚାକିରିରେ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ହାସଲ କରିଛନ୍ତି ତେଣୁ, ଆପଣ ଅନେକ ପୁରସ୍କାର ପାଇପାରିବେ। ଏବେ ସମୟ ଆସିଛି ଯେତେବେଳେ ଆପଣ ନିଜର କଠିନ ପରିଶ୍ରମର ଫଳ ପାଇବଏ ଏବଂ ଆପଣ ସଫଳତାର ଉପଭୋଗ କରୁଥିବାର ଦେଖାଯିବେ।

ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କର ଦ ସନ ମିଳିଛି ଯାହା ଆପଣଙ୍କ ପାଇଁ ଶୁଭ ବୋଲି ବିବେଚନା କରାଯିବ କାରଣ ଏହା ସମନ୍ୱୟ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଜୀବନଶକ୍ତିକୁ ମଧ୍ୟ ପ୍ରତିନିଧିତ୍ୱ କରେ। ଏହି ସପ୍ତାହରେ ଆପଣ ଆପଣଙ୍କର ବ୍ୟକ୍ତିଗତ ଜୀବନରେ ଏବଂ ଧାର୍ମିକ କ୍ଷେତ୍ରରେ ମଧ୍ୟ ଉନ୍ନତି କରିବେ।

ଲକି ପ୍ଳାଣ୍ଟ: ରବର ପ୍ଳାଣ୍ଟ

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କନ୍ୟା ରାଶିଫଳ 2025

ଜୀବନର ଯେ କୌଣସି ସମସ୍ଯାର ସମାଧାନ ପାଇଁ ପ୍ରଶ୍ନ ପଚାରନ୍ତୁ

ତୁଳା ରାଶି

ପ୍ରେମ ଜୀବନ: ଟୂ ଅଫ କପ୍ସ

ଆର୍ଥିକ ଜୀବନ: ଫାଇଭ ଅଫ ପେଣ୍ଟାକଲ୍ସ (ରିଭର୍ସ)

କ୍ୟାରିଅର: ନାଇନ ଅଫ କପ୍ସ

ସ୍ବାସ୍ଥ୍ୟ: ନାଇଟ ଅଫ ୱାଣ୍ଡସ୍

ଟାରୋ ସାପ୍ତାହିକ ରାଶିଫଳ ଅନୁସାରେ ଟୂ ଅଫ କପ୍ସ କାର୍ଡ ଜୀବନସାଥୀ ଓ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ଭାବନାତ୍ମକ ସମ୍ବନ୍ଧକୁ ଦର୍ଶାଉଛି। ଆପଣ ବୈବାହିକ ଜୀବନର ଆନନ୍ଦ ନେଉଛନ୍ତି ଓ ଆପଣଙ୍କର ପାର୍ଟନର ଆପଣଙ୍କର ବହୁତ ଯତ୍ନ ରଖୁଛି। ସିଂଗଲ ଲୋକଙ୍କ ପାଇଁ ମଧ୍ୟ ଏହା ଖୁସିର ସମୟ କାରଣ କୌଣସି ଖାସ ଲୋକ ଆପଣଙ୍କର ଜୀବନରେ ଆସିପାରେ।

ଫାଇଭ ଅଫ ପେଣ୍ଟାକଲ୍ସ କାର୍ଡର କହିବ କଥା ଯେ ଏହି ସମୟ କିମ୍ବା ସପ୍ତାହ ବୃତ୍ତିଗତ ଜୀବନ ଭଲ ହେବ। ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହେବ ଏବଂ ଆପଣ ଜିନିଷ କିମ୍ବା ପରିସ୍ଥିତିକୁ ସଜାଡ଼ି ପାରିବେ ଏବଂ ଆପଣଙ୍କର ଟଙ୍କାକୁ ଭଲ ଭାବରେ ପରିଚାଳନା କରିପାରିବେ। ଆପଣ ଯେକୌଣସି ଆର୍ଥିକ ସଙ୍କଟ କିମ୍ବା କ୍ଷତିରୁ ବାହାରି ପାରିବେ।

କ୍ୟାରିଅର ରୀଡିଂରେ ନାଇନ ଅଫ କପ୍ସ କାର୍ଡ ଆସିଛି ଯାହା କହୁଛି ଯେ ଆପଣଙ୍କର ଇଚ୍ଛା ପୁରଣ ହେବ। ଯଦି ଆପଣ ପଦୋନ୍ନତି ପାଇଁ ଅପେକ୍ଷା କରିଛନ୍ତି, ତେବେ ଆପଣଙ୍କୁ ଏହା ଏବେ ମିଳିପାରେ। ଏହି ସମୟରେ, ଆପଣଙ୍କୁ କ୍ୟାରିୟର କ୍ଷେତ୍ରରେ ନୂତନ ଏବଂ ଉତ୍କୃଷ୍ଟ ସୁଯୋଗ ମିଳିବାର ସମ୍ଭାବନା ଅଛି। ଆପଣ ନିଜର କ୍ୟାରିଅରରେ ଉତ୍କୃଷ୍ଟ ହେବେ।

ନାଇଟ ଅଫ ୱାଣ୍ଡସ୍ ଆପଣଙ୍କ ପାଇଁ ଉତ୍ତମ ସ୍ବାସ୍ଥ୍ୟର ସଙ୍କେତ ଦେଉଛି। ଆପଣ ଉତ୍ସାହରେ ଭରପୁର ରହିବେ। ଏହା ଭଲ ସ୍ବାସ୍ଥ୍ୟ ପାଇଁ କ ଭଲ ସଙ୍କେତ ଅଟେ। ଆପଣଙ୍କୁ ଫ୍ଲୁ ଓ ଜରରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଛି।

ଲକି ପ୍ଳାଣ୍ଟ: ବ୍ରୋମେଲିୟାଡ

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ତୁଳା ରାଶିଫଳ 2025

ଆପଣଙ୍କ କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ବିଛା ରାଶି

ପ୍ରେମ ଜୀବନ:ଟୂ ଅଫ ୱାଣ୍ଡସ୍

ଆର୍ଥିକ ଜୀବନ: ପେଜ ଅଫ ୱାଣ୍ଡସ

କ୍ୟାରିଅର: ନାଇଟ ଅଫ ପେଣ୍ଟାକଲ୍ସ

ସ୍ବାସ୍ଥ୍ୟ: ଦ ଲଭର୍ସ

ବିଛା ରାଶିର ଲୋକଙ୍କୁ ପ୍ରେମ ଜୀବନre ଟୂ ଅଫ ୱାଣ୍ଡସ୍ କାର୍ଡ ମିଳିଛି ଯାହା ଅନୁସାରେ ଏବେ ଆପଣ କୌଣସି ସମ୍ପର୍କରେ ନାହାନ୍ତି ଓ ଏହି ପରି ରହିବାକୁ ଚାହୁଁଛନ୍ତି। ଏହି ସମୟରେ ଆପଣ ଜୀବନର୍ ଅନ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଯଦି ଆପଣ ପ୍ରଥମଋ କାହା ସହିତ ସମ୍ପର୍କରେ ଅଛନ୍ତି ତେବେ ଆପଣ ଏହି କାର୍ଡ ଅନୁସାରେ ଆପଣ ଜୀବନର ଏକ ନୂଆ ପର୍ଯ୍ୟାୟ ଆରମ୍ଭ କରିବେ। ଆପଣ ଭବିଷ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି। ସବୁ କଛି ଭଲ ହେବ।

ଆର୍ଥିକ ଜୀବନରେ ପେଜ ଅଫ ୱାଣ୍ଡସ୍ କାର୍ଡ ମିଳିଛି ଯାହାର ଅର୍ଥ ଏହା ଯେ ଆପଣ ନିଜର ସମସ୍ତ ଆର୍ଥିକ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ହେବେ। ଆଶା ଅନୁଯାୟୀ ସଞ୍ଚୟ ଟିକେ କମ ହେବ। ଆପଣ ଏବେ କ୍ୟାରିଅରରେ ନୂଆ ସେଥିପାଇଁ ଏବେ ଆପଣଙ୍କର ରୋଜଗାର ମଧ୍ୟ କମ ହେବ। ତଥାପି ଆର୍ଥିକ ରୂପରେ ସମୃଦ୍ଧ ହେବା ପାଇଁ ଆପଣ ବୁଦ୍ଧିମାନ ଭାବରେ ସଞ୍ଚୟ କରନ୍ତୁ।

କ୍ୟାରିଅରରେ ନାଇଟ ଅଫ ପେଣ୍ଟାକଲ୍ସ କାର୍ଡ ନୂଆ ଭୂମିକା କିମ୍ବା ପଦ ଓ ଦାୟିତ୍ବ ମିଳିବ ଆଡ଼କୁ ସଙ୍କେତ କରୁଛି। ଯଦି ଆପଣ ଚାକିରି ବଦଳାଇବା ବିଷୟରେ ଭାବୁଛନ୍ତି ତେବେ ସେଥିପାଇଁ ଏହି ସମୟ ଅନୁକୂଳ ଅଟେ କାରଣ ଏହି ସମୟରେ ଆପଣଙ୍କୁ ଭଲ ପ୍ରସ୍ତାବ ମିଳିପାରେ।

ହେଲ୍ଥ ରୀଡିଂରେ ଦ ଲଭର୍ସ କାର୍ଡ ଭଲ ସ୍ବାସ୍ଥ୍ୟ ଓ ପ୍ରେମ ମିଳିବାର ସଙ୍କେତ ଦେଉଛି। ଏହି ସପ୍ତାହରେ ଆପଣ ପ୍ରେମ ଓ ପରିବାର ଦ୍ବାରା ଘେରି ରହିବେ। ଏହି ସମୟ ଆପଣଙ୍କର ସ୍ବାସ୍ଥ୍ୟ ପାଇଁ ଭଲ ହେବ।

ଲକି ପ୍ଳାଣ୍ଟ: ମାରନ୍ତା

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ବିଛା ରାଶିଫଳ 2025

ପ୍ରେମ ସମ୍ବନ୍ଧିତ ସମସ୍ଯାର ସମାଧାନ ପାଇଁ ନିଅନ୍ତୁ ପ୍ରେମ ସମ୍ବନ୍ଧିତ ପରାମର୍ଶ

ଧନୁ ରାଶି

ପ୍ରେମ ଜୀବନ: ପେଜ ଅଫ ୱାଣ୍ଡସ୍

ଆର୍ଥିକ ଜୀବନ: ଦ ଡେଭିଲ (ରିଭର୍ସ)

କ୍ୟାରିଅର: ଦ ଟେମ୍ପେରାନ୍ସ(ରିଭର୍ସ)

ସ୍ବାସ୍ଥ୍ୟ: ଥ୍ରୀ ଅଫ ସ୍ୱାର୍ଡସ (ରିଭର୍ସ)

ଧନୁ ରାଶିର ଲୋକଙ୍କୁ ପ୍ରେମ ଜୀବନରେ ପେଜ ଅଫ ୱାଣ୍ଡସ୍ କାର୍ଡ ମିଳିକ ଓ ଏହା ଦର୍ଶାଉଛି ଯେ ଯଦି ଆପଣ ଶିଂଗଲ ଅଛନ୍ତି ତେବେ ଆପଣ ନୂଆ ନୂଆ ଲୋକଙ୍କୁ ଦେଖା କରିବେ ଓ ଏକ ନୂଆ ଯାତ୍ରା ଆରମ୍ଭ କରିବାକୁ ଉତ୍ସୁକ ରହିବେ। ଏହି ଅବଧିରେ ଆପଣଙ୍କୁ ସନ୍ତୋଷ ମିଳିବ। ଯଦି ଆପଣ କାହା ସହିତ ଲାମ୍ବା ସମୟ ପର୍ଯ୍ୟନ୍ତ ସମ୍ପର୍କରେ ରହିବାକୁ ଚାହାନ୍ତି ତେବେ ଏହା ଆପଣକଂ ପାଇଁ ସମସ୍ଯା ଆଣିପାରେ। ଏହି ଅବଧିରେ କପଲଙ୍କ ପାଇଁ ନୂଆ ନୂଆ ଜିନିଷ ଶିଖିବା ସମ୍ଭବ ହେବ।

ଆର୍ଥିକ ଜୀବନରେ ଦ ଡେଭିଲ (ରିଭର୍ସ) ଆପଣଙ୍କୁ ଧନ ସହିତ ଜଡ଼ିତ ଯୋଜନା ସାବଧାନ ହୋଇ କରିବାକୁ ପରାମର୍ଶ ଦେଉଛି। ଏହି ଲୋକଙ୍କୁ ଋଣ ସୁଝିବାକୁ ଯୋଜନା ପ୍ରସ୍ତୁତ କରି ଚଳିବାକୁ ହେବ। ଅତୀତର ଭୁଲରୁ ଶିକ୍ଷା ଗ୍ରହଣ କରିବାକୁ ପଡ଼ିବ। ତଥାପି, ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ କାରଣ ଏହି ସପ୍ତାହରେ ଆପଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଏବଂ ଆପଣ ଦେବାଳିଆ ଅବସ୍ଥାରେ ମଧ୍ୟ ପଡ଼ିପାରନ୍ତି।

କ୍ୟାରିଅର କ୍ଷେତ୍ରରେ ଟେମ୍ପେରାନ୍ସ (ରିଭର୍ସ) ଆସିବା ଚାକିରିରେ ଅସନ୍ତୁଳନ କିମ୍ବା ସମସ୍ଯାର ସଙ୍କେତ ଅଟେ। ଏହି ବ୍ୟକ୍ତିମାନଙ୍କୁ ଅତ୍ୟଧିକ କାମ କିମ୍ବା ଖରାପ ପ୍ରଦର୍ଶନ ଯୋଗୁଁ କାର୍ଯ୍ୟସ୍ଥଳରେ ସହକର୍ମୀଙ୍କ ସହିତ ବିବାଦର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏପରି ପରିସ୍ଥିତିରେ, ଆପଣଙ୍କୁ ଶାନ୍ତ ରହିବାକୁ ପଡ଼ିବ, ପରିସ୍ଥିତି ବିଷୟରେ ଚିନ୍ତା କରିବାକୁ ପଡ଼ିବ ଏବଂ ପୁଣି ଥରେ ପୂର୍ଣ୍ଣ କ୍ଷମତା ସହିତ କାମ କରିବାକୁ ପଡ଼ିବ।

ହେଲ୍ଥ ରୀଡିଂ ରେ ଥ୍ରୀ ଅଫ ସ୍ୱାର୍ଡସ କାର୍ଡର କହିବ କଥା ଯେ ଆପଣଙ୍କର ଠିକ ହେବାର ସମୟ ଆସୁଛି। ଯେଉଁ ସ୍ବାସ୍ଥ୍ୟ ସମସ୍ଯା ଆପଣଙ୍କୁ ହଇରାଣ କରୁଛି, ତାହା ନିଶ୍ଚିତ ଭାବରେ ଠିକ ହୋଇଯିବ।

ଲକି ପ୍ଳାଣ୍ଟ: ମାନ୍ସଟେରା ଡେଲିସିଓସା

ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ଧନୁ ରାଶିଫଳ 2025

ମକର ରାଶି

ପ୍ରେମ ଜୀବନ: ଦ ଏମପ୍ରେସ

ଆର୍ଥିକ ଜୀବନ: ଦ ସ୍ଟାର

କ୍ୟାରିଅର: ଥ୍ରୀ ଅଫ ପେଣ୍ଟାକଲ୍ସ

ସ୍ବାସ୍ଥ୍ୟ: ସ୍ଟ୍ରେଂଥ (ରିଭର୍ସଡ)

ମକର ରାଶିର ଯେଉଁ ଲୋକ ପ୍ରଥମରୁ ସମ୍ପର୍କରେ ଅଛନ୍ତି, ତାଙ୍କ ପାଇଁ ଦ ଏମପ୍ରେସ କାର୍ଡ ଏକ ସମର୍ପିତ ଓ ପ୍ରେମପୂର୍ଣ ସମ୍ପର୍କ ଆଡ଼କୁ ସଙ୍କେତ କରୁଛି। ଏହି କାର୍ଡ ସଫଳ ସମ୍ପର୍କକୁ ଦର୍ଶାଏ। ଏହି ରାଶିର ଲୋକ ରୋମାନ୍ଟିକ ସମୟର ଆନନ୍ଦ ନେଉଥିବା ଦେଖାଯିବେ। ଏହି ରାଶିର ସ୍ତ୍ରୀ ଗର୍ଭଧାରଣ କରି ପାରନ୍ତି।

ଦ ସ୍ଟାର ଭବିଷ୍ୟବାଣୀ କରୁଛି ଯେ ଯେଉଁ ଲୋକ ଆର୍ଥିକ ସମସ୍ଯାର ସାମ୍ନା କରୁଛନ୍ତି, ଏବେ ତାଙ୍କୁ ଏହି ବାଧା ଉପରେ କାବୁ କରି ପାରିବେ। ଏହି ସପ୍ତାହରେ ଆପଣଙ୍କର ଧନ ଠିକ କାର୍ଯ୍ୟରେ ଲାଗିବ ଓ ଧନ ବିନିଯୋଗ ପାଇଁ ଏହି ସମୟ ଭଲ ହେବ।

କ୍ୟାରିଅରରେ ଥ୍ରୀ ଅଫ ପେଣ୍ଟାକଲ୍ସ କାର୍ଯ୍ୟରେ ସମର୍ପଣ ଓ ଦୃଢ଼ତାର ପ୍ରତିନିଧିତ୍ବ କରେ। ଆପଣ ବ୍ୟବସାୟ କରନ୍ତୁ କିମ୍ବା ଚାକିରି କରନ୍ତୁ, ଉଭୟରେ ଆପଣ କଠିନ ପରିଶ୍ରମ କରିବେ। ଏପରି ପରିସ୍ଥିତିରେ, ଆପଣ ସଫଳତା ହାସଲ କରିପାରିବେ।

ସ୍ବାସ୍ଥ୍ୟ ମାମଲାରେ ସ୍ଟ୍ରେଂଥ (ରିଭର୍ସ) କାର୍ଡ ଖରାପ ଅଭ୍ଯାସ ଓ ଆତ୍ମ-ନିୟନ୍ତ୍ରଣର ଅଭାବ ଆଡ଼କୁ ସଙ୍କେତ କରୁଛି ଯେଉଁ କାରଣରୁ ଆପଣଙ୍କୁ ଶାରୀରିକ ଓ ମାନସିକ ସମସ୍ଯାର ସାମ୍ନା କରିବାକୁ ପଡ଼ିପାରେ।

ଲକି ପ୍ଳାଣ୍ଟ: ସ୍ନେକ ପ୍ଳାଣ୍ଟ

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମକର ରାଶିଫଳ 2025

ଆର୍ଥିକ ସମସ୍ଯାର ସମାଧାନ ପାଇଁ ନିଅନ୍ତୁ ଧନ ସମ୍ବନ୍ଧିତ ପରାମର୍ଶ

କୁମ୍ଭ ରାଶି

ପ୍ରେମ ଜୀବନ: ଟୂ ଅଫ ସ୍ୱାର୍ଡସ

ଆର୍ଥିକ ଜୀବନ: ଏଇଟ ଅଫ ସ୍ୱାର୍ଡସ(ରିଭର୍ସ)

କ୍ୟାରିଅର: ଫୋର ଅଫ ୱାଣ୍ଡସ୍

ସ୍ବାସ୍ଥ୍ୟ: ଫାଇଭ ଅଫ ସ୍ୱାର୍ଡସ

କୁମ୍ଭ ରାଶିର ଲୋକଙ୍କୁ ପ୍ରେମ ଜୀବନରେ ଟୂ ଅଫ ସ୍ୱାର୍ଡସ କାର୍ଡ ମିଳିଛି। ଏହି କାର୍ଡ ଭବିଷ୍ୟବାଣୀ କରେ ଯେ ଯଦି ଆପଣ ସିଂଗଲ ଅଛନ୍ତି, ତେବେ ଆପଣ ରୋମାନ୍ଟିକ ଲାଇଫର ଆନନ୍ଦ ନେବାରେ ଅସକ୍ଷମ ରହିବେ। ଏହା ସହିତ, ଆପଣଙ୍କୁ ଦୁଇଟି ପ୍ରେମ ପ୍ରସ୍ତାବ ମଧ୍ୟରୁ ଗୋଟିଏ କୁ ବାଛିବାକୁ ପଡ଼ିପାରେ। ଏପରି ପରିସ୍ଥିତିରେ, ଆପଣ ନିଷ୍ପତ୍ତି ନେବାରୁ ଦୂରେଇ ରହିପାରିବେ।

ଆର୍ଥିକ ଜୀବନରେ ଏଇଟ ଅଫ ସ୍ୱାର୍ଡସ କାର୍ଡ କହୁଛି ଯେ ଏହି ଲୋକ ଧନ ସହିତ ଜଡ଼ିତ ମାମଲାରେ କିମ୍ବା ଆର୍ଥିକ ସମସ୍ଯାରେ ଫାଶୀ ରହିଛନ୍ତି। ସମ୍ଭାବନା ଅଛି ଯେ ଆପଣଙ୍କୁ ଏଥିରୁ ବାହାରିବାର ରାସ୍ତା ଦେଖାଯାଉ ନାହିଁ କାରଣ ଆପଣଙ୍କ ପାଇଁ ଉପଲବ୍ଧ ବିକଳ୍ପଗୁଡ଼ିକ ସୀମିତ ହୋଇପାରେ। ତଥାପି, ଏହି କାର୍ଡ ଏହା ମଧ୍ୟ ସୂଚାଇ ଦିଏ ଯେ ଆପଣଙ୍କ ଆର୍ଥିକ ଜୀବନର ଲଗାମ ଏବେ ଆପଣଙ୍କ ହାତରେ ରହିବ।

କ୍ୟାରିଅର ରିଡିଂରେ ଫୋର୍ ଅଫ୍ ୱାଣ୍ଡସ୍ କାର୍ଡ ଆପଣଙ୍କ ପାଇଁ ପଦୋନ୍ନତି କିମ୍ବା ଅଧିକ ଲାଭ ସୂଚଉଛି। ଆପଣଙ୍କ କ୍ୟାରିୟରରେ ପ୍ରଗତି ହେବାର ସମ୍ଭାବନା ଅଛି। ଟାରୋ ସାପ୍ତାହିକ ରାଶିଫଳ ଅନୁସାରେ ଏହି ସମୟରେ, ଆପଣଙ୍କୁ ଏପରି ସୁଯୋଗ ମିଳିବ ଯାହା ଆପଣଙ୍କ କ୍ୟାରିଅରକୁ ସଠିକ ଦିଗରେ ନେଇଯିବ। ଆପଣଙ୍କର ଉଚ୍ଚ ଅଧିକାରୀମାନେ ଆପଣଙ୍କର ପ୍ରଶଂସା କରିପାରନ୍ତି।

ହେଲ୍ଥ ରୀଡିଂରେ ଫୋର ଅଫ ସ୍ୱାର୍ଡସ ଅନୁସାରେ କୌଣସି ପୁରୁଣା ରୋଗ ଫେରି ଆସିପାରେ। ଏହି କାରଣରୁ ଆପଣଙ୍କର ଉତ୍ସାହରେ ଅବହବା ଆସିବ କିମ୍ବା ଆପଣ ଧୀର ହୋଇଯିବେ। କିନ୍ତୁ ଯଦି ସମୟ ଥାଇ ଚିକିତ୍ସା କରୁଛନ୍ତି ତେବେ ଶୀଘ୍ର ଠିକ ହୋଇଯିବେ। ସ୍ବାସ୍ଥ୍ୟର ଯତ୍ନ ରଖନ୍ତୁ ଓ ଚିକିତ୍ସା କରାନ୍ତୁ।

ଲକି ପ୍ଳାଣ୍ଟ: ମନି ପ୍ଳାଣ୍ଟ

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କୁମ୍ଭ ରାଶିଫଳ 2025

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ

ମୀନ ରାଶି

ପ୍ରେମ ଜୀବନ: ପେଜ ଅଫ ୱାଣ୍ଡସ୍

ଆର୍ଥିକ ଜୀବନ: ଦ ହର୍ମିଟ

କ୍ୟାରିଅର: ଥ୍ରୀ ଅଫ ୱାଣ୍ଡସ୍

ସ୍ବାସ୍ଥ୍ୟ: ସିକ୍ସ ଅଫ ସ୍ୱାର୍ଡସ (ରିଭର୍ସ)

ମୀନ ରାଶିର ଲୋକଙ୍କ ପାଇଁ ପେଜ ଅଫ ୱାଣ୍ଡସ୍ କୁ ବହୁତ ଶୁଭ କୁହାଯାଇଛି। ଯେଉଁ ଲୋକ ପ୍ରଥମରୁ ସମ୍ପର୍କରେ ଅଛନ୍ତି, ତାଙ୍କ ପାଇଁ ଏହି ସମୟ ପ୍ରେମ ପ୍ରସ୍ତାବ ଆଣି ଆସିବ। ଏହା ସହିତ, ଏହି ସମୟ ଆପଣଙ୍କୁ ଆପଣଙ୍କର ଭାବନାକୁ ସ୍ଵୀକାର କରିବା ସହିତ ଖୋଲାଖୋଲି ଭାବରେ ଆପଣଙ୍କର ଭାବନାକୁ ପ୍ରକାଶ କରିବାକୁ ପ୍ରେରଣା ଦେବ।

ଆର୍ଥିକ ମାମଲାରେ ଆପଣଙ୍କୁ ଦ ହର୍ମିଟ କାର୍ଡ ମିଳିଛି ଯାହା ଅନୁସାରେ ଆପଣ ଆର୍ଥିକ ମାମଲାକୁ ନିଜେ ସମ୍ଭାଳୁଛନ୍ତି। ଆପଣ ଆର୍ଥିକ ରୂପରେ ଦୃଢ଼ ହେବା ଉପରେ ଧ୍ୟାନ ଦେବେ। ଆପଣ ଶୀଘ୍ର କିମ୍ବା ନିଜ ଇଚ୍ଛା ଅନୁଯାୟୀ ଫଳାଫଳ ପାଇପାରିବେ ନାହିଁ। କିନ୍ତୁ ଭଲ କାମ ଜାରି ରଖନ୍ତୁ କାରଣ ଆପଣ ଶୀଘ୍ର ନିଜର ପ୍ରୟାସର ଫଳ ପାଇବେ।

କ୍ୟାରିଅର ଟାରୋ ରୀଡିଂରେ ଥ୍ରୀ ଅଫ ୱାଣ୍ଡସ୍ ଜୀବନର ସମସ୍ତ କ୍ଷେତ୍ରରେ ନୂଆ ଅନୁଭବକୁ ଦର୍ଶାଉଛି। ଏହି କଥା କ୍ୟାରିଅର କ୍ଷେତ୍ରରେ ମଧ୍ୟ ଲାଗୁ ହୁଏ। ଏହି ସମୟରେ ଆପଣଙ୍କୁ ବୃତ୍ତିରେ ନୂଆ ସୁଯୋଗ ଖୋଜିବାର ସୁଯୋଗ ମିଳିବ। ଥିରେ ବିଜନେସରେ କ୍ୟାରିଅର ଆରମ୍ଭ କରିବା କିମ୍ବା ବିଜନେସ ଟ୍ରିପ ଅନ୍ତର୍ଭୁକ୍ତ।

ହେଲ୍ଥ ରୀଡିଂରେ ସିକ୍ସ ଅଫ ସ୍ୱାର୍ଡସ କାର୍ଡ ରିଭର୍ସ କହୁଛି ଯେ ଏହି ସପ୍ତାହରେ ଆପଣଙ୍କୁ ଅନେକ ଦୀର୍ଘକାଳୀନ ରୋଗ ହୋଇପାରେ। ଯଦି ଆପଣ ସାବଧାନ ରହିବେ, ତେବେ ଆପଣ ରୋଗ ସହିତ ଲଢ଼ିପାରିବେ।

ଲକି ପ୍ଳାଣ୍ଟ: ଜେଡ

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମୀନ ରାଶିଫଳ 2025

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଆମର ଏହି ଲେଖା ନିଶ୍ଚିତ ପସନ୍ଦ ଆସିଥିବା। ଯଦି ଏପରି ହୋଇଥାଏ ତେବେ ଆପଣ ଏହାକୁ ନିଜର ଶୁଭଚିନ୍ତକମାନଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ। ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. ଟାରୋ ରୀଡିଂର କ’ଣ ଉଦ୍ଦେଶ୍ୟ?

ଟାରୋ ଦିବ୍ୟ ଜ୍ଞାନ ପ୍ରାପ୍ତ କରିବାର ସାଧନ ଅଟେ ଯାହାର ଆବିଷ୍କାର ଲୋକଙ୍କ ଜୀବନରେ ମାର୍ଗଦର୍ଶନ କରିବାକୁ କରାଯାଇଛି।

2. କ’ଣ ଟାରୋ କୋର୍ସ ଉପଲବ୍ଧ ଅଛି?

ଅନଲାଇନ ଅଫ ଅଫଲାଇନ ଅନେକ ଟାରୋ କୋର୍ସ ଉପଲବ୍ଧ ଅଛି।

3. କ’ଣ ଟାରୋ ରିଡର ହେବା ପାଇଁ କୌଣସି ବିଶେଷ ଡିଗ୍ରୀ ଆବଶ୍ୟକ?

ଶର୍ଟ୍ ସାର୍ଟିଫିକେଶନ କୋର୍ସ ଦ୍ବାରା ଯିଏ କେହି ଟାରୋ ରିଡର ହୋଇପାରିବ।

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Kundli
What will you get in 250+ pages Colored Brihat Kundli.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Kundli

250+ pages

Brihat Kundli

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer