ଶନି ଗୋଚର 2025 - ପ୍ରଭାବ, ରାଶିଫଳ ଏବଂ ଉପାୟ

ଶନି ଗ୍ରହଙ୍କୁ ନ୍ୟାୟାଧୀଶ ଓ ଦଣ୍ଡନାୟକ କୁହଯାଏ। ବହୁ ସମୟରୁ ସେ ନିଜର କୁମ୍ଭ ରାଶିରେ ବିରାଜମାନ ଥିଲେ ଓ ଏବେ ନିଜର କୁମ୍ଭ ରାଶିରୁ ବାହାରି ଶନି ଗୋଚର 2025 ବେଳେ ବୃହସ୍ପତିଙ୍କ ଦ୍ବାରା ଶାସିତ ମୀନ ରାଶିରେ ପ୍ରବେଶ କରିବେ। ଶନି 29 ମାର୍ଚ୍ଚ ରାତ୍ରି 22:07ରେ ମୀନ ରାଶିରେ ପ୍ରବେଶ କରିବେ ଓ ଏହା ସହିତ ମକର ରାଶିର ଲୋକଙ୍କର ସାଢ଼େସାତୀ ସମାପ୍ତ ହେବ ଓ ମେଷ ରାଶି ଲୋକଙ୍କର ସାଢ଼େ ସାତୀ ଆରମ୍ଭ ହେବ।

ଶନି ଗୋଚର 2025

ଶନି ଗ୍ରହଙ୍କର ଗୋଚର ପାଖାପାଖି ଦେଢ଼ ବର୍ଷ ପର୍ଯ୍ୟନ୍ତ ଗୋଟିଏ ରାଶିରେ ହୁଏ କାରଣ ଏହା ସବୁଠାରୁ ଅଧିକ ଅବଧି ପର୍ଯ୍ୟନ୍ତ ଗୋଟିଏ ରାଶିରେ ଗୋଚର କରନ୍ତି ଯାହାର ପ୍ରଭାବ ଲୋକଙ୍କ ଉପରେ ପଡ଼ିଥାଏ। ଶନିଙ୍କର ମୀନ ରାଶିରେ ଗୋଚର କରିବା ଦ୍ବାରା ମେଷ ରାଶିକୁ ପ୍ରଥମ ଚରଣର, ମୀନ ରାଶିକୁ ଦ୍ଵିତୀୟ ଚରଣର ଓ କୁମ୍ଭ ରାଶିକୁ ଅନ୍ତିମ ଚରଣର ସାଢ଼େସାତୀ ପ୍ରଭାବିତ କରିବ। ଶନିଙ୍କର ଢୈୟାର ପକ୍ଷ ଯଦି ତେବେ ଦେଖାଯାଏ ବିଛା ରାଶିର ଢୈୟା ସମାପ୍ତ ହେବ ଓ ଧନୁ ରାଶିର ଢୈୟା ଆରମ୍ଭ ହେବ ଓ କର୍କଟ ରାଶି ପାଇଁ କଣ୍ଟକ ଶନିଙ୍କର ଦଶା ସମାପ୍ତ ହେବ ଓ ସିଂହ ରାଶି ପାଇଁ ପ୍ରାରମ୍ଭ ହେବ।

ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ଏହି ବର୍ଷ 29 ମାର୍ଚ୍ଚକୁ ଶନିଙ୍କର କୁମ୍ଭ ରାଶିଋ ବାହାରି ମୀନ ରାଶିରେ ଗୋଚର କରିବା ପୂର୍ବରୁ 22 ଫେବ୍ରୁୟାରୀ 2025 ପ୍ରାତଃ 11:23ରେ ଶନି ମହାରାଜ ଅସ୍ତ ହେବେ ଓ ଯେବେ 29 ମାର୍ଚ୍ଚ 2025ରେ ମୀନ ରାଶିରେ ପ୍ରବେଶ କରିବେ ତେବେ ଅସ୍ତ ଅବସ୍ଥାରେ ଥିବେ ଓ 31 ମାର୍ଚ୍ଚ 2025 00:43ରେ ଅସ୍ତ ଅବସ୍ଥାରେ ଉଦୟ ଅବସ୍ଥାକୁ ଆସିବେ।

ଶନି ମୀନ ରାଶି ଲୋକଙ୍କ ପାଇଁ ପ୍ରଭାବଶାଳୀ ଗ୍ରହ ହୋଇଯିବେ। ମୀନ ରାଶିରେ 13 ଜୁଲାଇ 2025 ପ୍ରାତଃ 07: 24ରେ ବକ୍ରୀ ଅବସ୍ଥାରେ ନିଜର ଚଳନ ଆରମ୍ଭ କରିବେ ଓ 28 ନଭେମ୍ବର 2025 ପ୍ରାତଃ 07:26ରେ ମାର୍ଗୀ ଅବସ୍ଥାକୁ ଆସିବେ।

ଶନି ଅନୁଶାସନ ଶିଖାଇବା ଶିକ୍ଷକ ଅଟନ୍ତି ଯିଏ ନ୍ୟାୟର ସିଦ୍ଧାନ୍ତ ଦିଅନ୍ତି। ସେ ଶିକ୍ଷକ ପରି ଆମର ଶକ୍ତିକୁ ଏକତ୍ରିତ କରିବା ଓ କାମ କରାଇବା ଶିଖାନ୍ତି ଯାହା ଫଳରେ ଆମେ ସଠିକ ମାର୍ଗରେ ଚାଲି ପାରିବା ଓ ଭୁଲ ରାସ୍ତାରେ ଯିବାରୁ ବାରମ୍ବାର ତାଗିଦ କରିବା ପରେ ନ ମାନିବାରୁ ଆମକୁ ଦଣ୍ଡ ଦେବାର ଅଧିକର ଶନି ଦେବଙ୍କ ପାଖରେ ଅଛି। ସେ ଆମକୁ ସୀମା ଭିତରେ ରଖନ୍ତି ଓ ନିଜର କାମକୁ ମହତ୍ଵ ଦେବା ଶିଖାନ୍ତି। ମୀନ ରାଶିରେ ଶନି ମହାରାଜ ହେବା ଦ୍ବାରା ଦେବଗୁରୁ ବୃହସ୍ପତିଙ୍କର ଜ୍ଞାନର ରାଶିରେ ଯେବେ ଶନି ଗୋଚର କରନ୍ତି ତେବେ ସେଥିରେ ବିଭିନ୍ନ ଅବସ୍ଥା ଦେଇ ଗତି କରନ୍ତି ଯେପରି କି ବୃହସ୍ପତିଙ୍କର ନକ୍ଷତ୍ର ପୂର୍ବାଭାଦ୍ରପଦ, ନିଜର ନକ୍ଷତ୍ର ଉତ୍ତରାଭାଦ୍ରପଦ ଓ ବୁଧଙ୍କର ନକ୍ଷତ୍ର ରେବତୀ ଦେଇ ଗତି କରନ୍ତି। ଶନି ଦେବଙ୍କର ଏହି ଗୋଚର ବିଶେଷ ରୂପରେ ପ୍ରଭାବଶାଳୀ ରହିବ ଯାହାର ଆପଣଙ୍କର ରାଶି ଉପରେ ବିଶେଷ ପ୍ରଭାବ ପଡ଼ିବ। ତେବେ ଚାଲନ୍ତୁ ଆଗକୁ ବଢ଼ିବା ଓ ଜାଣିବା ଶନି ଗୋଚର 2025 ଆପଣଙ୍କ ରାଶିକୁ କିପରି ପ୍ରଭାବିତ କରିବ।

Click here to read in English: Saturn Transit 2025

ମେଷ ରାଶିଫଳ

ମେଷ ରାଶି ରେ ଶନି ଦେବ ଦଶମ ଓ ଏକାଦଶ ଘରର ସ୍ବାମୀ ହୋଇ ଆପଣଙ୍କର ଦ୍ଵାଦଶ ଘରେ ପ୍ରବେଶ କରିବେ ଯାହା ଫଳରେ ଆପଣଙ୍କର ସାଢ଼େ ସାତୀ ଆରମ୍ଭ ହେବ। ଏଠାରୁ ଶନିଙ୍କର ଦୃଷ୍ଟି ଆପଣଙ୍କର ଦ୍ଵାଦଶ ଘର, ଷଷ୍ଠ ଘର ଓ ନବମ ଘର ଉପରେ ପଡ଼ିବ ଯାହା ଫଳରେ ଲମ୍ବା ଯାତ୍ରାର ଯୋଗ ତିଆରି ହେବ। ବିଦେଶ ଯାତ୍ରା ଓ ବିଦେଶରେ ଲମ୍ବା ସମୟ ରହିବାର ଇଚ୍ଛା ପୂରଣ ହୋଇପାରେ। ଏହା ସହିତ ଅଧିକ ଖର୍ଚ୍ଚ ହେବାର ଯୋଗ ଅଛି। ଆପଣଙ୍କର ଖର୍ଚ୍ଚ ଆପଣଙ୍କର ରୋଜଗାର ଠାରୁ ଅଧିକ ହୋଇପାରେ ସେଥିପାଇଁ ଆପଣଙ୍କର ଖର୍ଚ୍ଚ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ ହେବ। ଏହି ସମୟ ସ୍ବାସ୍ଥ୍ୟ ସମସ୍ଯା ସୃଷ୍ଟି କରାଇପାରେ। ଆଖିରେ ପୋଡ଼ା, ଆଖିରୁ ପାଣି ବାହାରିବ, ଦୃଷ୍ଟି ଶକ୍ତି କମ ହବା, ଗୋଡ଼ ଖଣ୍ଡିଆ ହେବ , ମକଚି ହେବା ଇତ୍ୟାଦି ସମସ୍ଯା ଆପଣଙ୍କୁ ହଇରାଣ କରିପାରେ। ଯଦି ଆପଣ କୌଣସି ବ୍ୟବସାୟ କରନ୍ତି ଯାହା ଦ୍ବାର ବିଦେଶ ସହିତ ଆପଣଙ୍କର ସମ୍ପର୍କ କିମ୍ବା ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି କରନ୍ତି ତେବେ ବିଦେଶୀ ମାଧ୍ୟମରୁ ଧନ ପ୍ରାପ୍ତିର ଯୋଗ ଅଛି। ଏହି ସମୟରେ ଆପଣଙ୍କୁ ନିଜର ରୋଗ ପ୍ରତିରୋଧକ କ୍ଷମତାରେ ହ୍ରାସ ଅନୁଭବ ହୋଇପାରେ ଓ ଆପଣଙ୍କର ସ୍ବାସ୍ଥ୍ୟ ଖରାପ ହୋଇପାରେ। ଜୁଲାଇ ରୁ ନଭେମ୍ବର ମଧ୍ୟରେ ଜେବ ଶନି ମହାରାଜ ବକ୍ରୀ ଅବସ୍ଥାରେ ରହିବେ ତେବେ ଏହି ସମସ୍ଯା ଅଧିକ ବଢ଼ିପାରେ ସେଥିପାଇଁ ଆପଣଙ୍କୁ ସାବଧାନ ରହିବାକୁ ହେବ। ତାହା ପରେ ସମୟ କିଛି ଆରମ ଦେଇପାରେ।

ପ୍ରତିକାର : ଶନିବାର ଦିନ ଶ୍ରୀ ବଜରଙ୍ଗ ବାଁ ପାଠ କରନ୍ତୁ।

ବୃଷ ରାଶିଫଳ

ବୃଷ ରାଶି ଲୋକଙ୍କ ପାଇଁ ଶନି ଦେବ ନବମ ଘର ଓ ଦଶମ ଘରର ସ୍ବାମୀ ହେବା ଦ୍ବାରା କାରକ ଗ୍ରହ କୁହା ଯାଆନ୍ତି ଓ ବର୍ତ୍ତମାନ ଶନି ଗୋଚର ବେଳେ ଏହା ଆପଣଙ୍କର ଏକାଦଶ ଘରେ ପ୍ରବେଶ କରିବେ। ଏହି ଗୋଚର ଅନେକ ମାସ ପର୍ଯ୍ୟନ୍ତ ଆପଣଙ୍କ ଲାଭଦାୟକ ରହିବ। ବରିଷ୍ଠ ଅଧିକାରିକଙ୍କ ସହିତ ଆପଣଙ୍କର ସମ୍ବନ୍ଧ ଅନୁକୂଳ ରହିବ। ସେଠାରେ ଥିବା ଶନୀଦେବଙ୍କର ଦୃଷ୍ଟି ଆପଣଙ୍କର ରାଶି ଉପରେ, ଆପଣଙ୍କର ପଞ୍ଚମ ଘର ଉପରେ ଓ ଆପଣଙ୍କ ଅଷ୍ଟମ ଘର ଉପରେ ରହିବ ଯାହା ଫଳରେ ଆପଣଙ୍କର ସମସ୍ଯା ଦୂର ହେବ। ଆପଣ ପ୍ରତ୍ଯେକ ସ୍ଥାନରେ ବିଜୟ ହେବେ। ଏକାଦଶ ଘରେ ଶନିଙ୍କର ଗୋଚର ସର୍ବାଧିକ ଅନୁକୂଳ କୁହଯାଏ। ଏହି ସମୟରେ ଶିକ୍ଷାରେ କିଛି ସମସ୍ଯା ଆସିବ। ଏହି ସମସ୍ଯା ଜୁଲାଇ ରୁ ନଭେମ୍ବର ପର୍ଯ୍ୟନ୍ତ ଅଧିକ ହୋଇପାରେ କାରଣ ଏହି ସମୟରେ ଶନି ବକ୍ରୀ ହେବେ। ଆପଣ ସନ୍ତାନକୁ ନେଇ ଚିନ୍ତିତ ରହଇଏବ କିନ୍ତୁ ଏହା ପରେ ସମୟ ଉପଯୁକ୍ତ ରହିବ। ଆପଣଙ୍କର ଇଛା ପୂରଣ ହେବ। ବରିଷ୍ଠ ଅଧିକାରୀଙ୍କର ସ୍ନାନିଧ୍ୟ ଚାକିରିରେ ପାଦୋନ୍ନତ ଆଣିବ। ବ୍ୟବସାୟରେ ମଧ୍ୟ ଭଲ ସଫଳତା ମିଳିବ। ଲମ୍ବା ଯାତ୍ରା ଦ୍ବାରା କାମ ହେବ। ଆପଣ ସ୍ବୟଂ ଏକ ଅନୁଶାସିତ ଜୀବନ ବଞ୍ଚିବା ପସନ୍ଦ କରିବେ। ଯେଉଁ କାମ ଧନର ଅଭାବ ଯୋଗୁଁ ଅଟକି ଥିଲା ତାହା ଆପଣ ଏବେ କରିପାରିବେ।

ପ୍ରତିକାର : ମା ଦୂର୍ଗାଙ୍କର ବୀଜ ମନ୍ତ୍ର ଜପ କରିବା ଆପଣଙ୍କ ପାଇଁ ଲାଭଦାୟକ ରହିବ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି, ଆପଣଙ୍କର ଜୀବନର ସମସ୍ତ ରହସ୍ୟ , ଜାଣନ୍ତୁ ଗ୍ରହଙ୍କର ଚଳନର ସମ୍ପୂର୍ଣ ବିବରଣୀ

ମିଥୁନ ରାଶିଫଳ

ମିଥୁନ ରାଶିଫଳ ପାଇଁ ଶନି ଦେବ ଅଷ୍ଟମ ଘର ଓ ନବମ ଘରର ସ୍ବାମୀ ଓ ବର୍ତ୍ତମାନ ଶନି ଗୋଚର ସମୟରେ ଆପଣଙ୍କର ଦଶମ ଘରେ ପ୍ରବେଶ କରିବେ। ଆପଣଙ୍କର ରାଶିର ସ୍ବାମୀ ବୁଧ ଶନି ମହାରାଜଙ୍କର ମିଟର ସେଥିପାଇଁ ଏହି ଗୋଚର ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଭଲ ପ୍ରଦର୍ଶନ କରିବାର ସୁଯୋଗ ମିଳିବ। ଆପଣଙ୍କ ଉପରେ କାମର ଚାପ ବଢ଼ିବ। ଆପଣଙ୍କୁ ଅଧିକ ପରିଶ୍ରମ କରିବା ପାଇଁ ପଡ଼ିପାରେ। ଅଧିକ ପ୍ରୟାସ ପରେ ଆପଣଙ୍କୁ ସଫଳତା ମିଳିବ। ଶନି ମହାରାଜ ଦ୍ଵାଦଶ ଘର, ଚତୁର୍ଥ ଘର ଓ ସପ୍ତମ ଘରକୁ ସମ୍ପୂର୍ଣ ଦୃଷ୍ଟିରେ ଦେଖିବେ ଯାହା ଫଳରେ ଖର୍ଚ୍ଚ କିଛି କମି ପାରେ କିନ୍ତୁ ପାରିବାରିକ ଜୀବନରେ ଉତ୍ଥାନ-ପତନ ରହିପାରେ। ଆପଣଙ୍କୁ ଜୁଲାଇ ରୁ ନଭେମ୍ବର ମଧ୍ୟରେ ପରିବାରର ବୃଦ୍ଧ ସଦସ୍ୟ ବିଶେଷ ମାତା ପିତାଙ୍କର ସ୍ବାସ୍ଥ୍ୟର ଯତ୍ନ ରଖିବାକୁ ହେବ କାରଣ ଏହି ସମୟରେ ସେମାନେ ଅସୁସ୍ଥ ହୋଇପାରନ୍ତି। ଆପଣଙ୍କୁ ନିଜର ଜୀବନସଥୀ ସହିତ ମଧ୍ୟ ସମ୍ବନ୍ଧ ରଖିବା ଉପରେ ଧ୍ୟାନ ଦେବାକୁ ହେବ ଓ ଯଦି କୌଣସି ବ୍ୟବସାୟ କରନ୍ତି ତେବେ ବ୍ୟବସାୟ ପାଇଁ ନୂଆ ନୀତି ନିୟମ ଅନୁସାରେ ଚାଲିବ ଆପଣଙ୍କୁଲାଭ ଦେବ। ଏହି ଗୋଚର ଆପଣଙ୍କର ଇଚ୍ଛାକୁ ପୂରଣ କରିବ ଓ ଭାଗ୍ୟର କୃପା ଦ୍ବାରା ଆପଣ ସଫଳ ହେବେ। ଏହି ଗୋଚର ଆପଣଙ୍କର କ୍ୟାରୀଅରକୁ ସ୍ଥାୟୀ କରିବ।

ପ୍ରତିକାର : ଶନିବାର ଦିନ ଦିବ୍ୟାଙ୍ଗ ଲୋକଙ୍କୁ ଭୋଜନ କରାନ୍ତୁ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

କର୍କଟ ରାଶିଫଳ

କର୍କଟ ରାଶି ଲୋକଙ୍କ ପାଇଁ ଶନି ଗୋଚର 2025 ଅନୁସାରେ ଶନି ମହାରାଜ ସପ୍ତମ ଓ ଅଷ୍ଟମ ଘରର ସ୍ବାମୀ ଓ ବର୍ତ୍ତମାନ ଗୋଚରରେ ସେ ଆପଣଙ୍କର ନବମ ଘରେ ପ୍ରବେଶ କରିବେ ଯାହା ଫଳରେ କର୍କଟ ରାଶି ପାଇଁ ଚାଲୁଥିବା କଣ୍ଟକ ଶନିଙ୍କର ପ୍ରକୋପ ସମାପ୍ତ ହେବ ଓ ଆପଣଙ୍କର କାର୍ଯ୍ୟରେ ରହିଥିବା ସମସ୍ଯା ଧୀରେ ଧୀରେ ଦୂର ହେବ। ବ୍ୟବସାୟ ମାମଲାରେ କରାଯାଇଥିବା ଯାତ୍ରା ଆପଣଙ୍କ ପାଇଁ ଲାଭଦାଯକ ରହିବ। ଜୀବନସଥୀ ସହିତ ଆପଣଙ୍କର ସମ୍ବନ୍ଧ ଭଲ ହେବାକୁ ଲାଗିବ। ଆପଣ ପରସ୍ପର ସହିତ ଲମ୍ବା ଯାତ୍ରା କରିବେ। ବଉଳିବା ଓ ପରସ୍ପର ସହିତ ସମୟ ବିତାଇବା ଦ୍ବାରା ଆପଣଙ୍କର ସମ୍ପର୍କ ଆହୁରି ପରିପକ୍ଵ ହେବ ଓ ପୂର୍ବ ଅପେକ୍ଷା ଅଧିକ ମଧୁର ହେବ। ପାରସ୍ପରିକ ଭୁଲ ବୁଝାମଣା ଦୂର ହେବ। ଲମ୍ବା ଯାତ୍ରାର ଯୋଗା ଅଛି। ହଠାତ ଧନ ପ୍ରାପ୍ତି ହେବ ଓ ଲମ୍ବା ସମୟ ପର୍ଯ୍ୟନ୍ତ ଅଟକି ଥିବା ଧନ ପ୍ରାପ୍ତ ହେବ। ଜୁଲାଇରୁ ନଭେମ୍ବର ମଧ୍ୟରେ ଆପଣଙ୍କୁ ସାବଧାନ ରହିବା ଉଚିତ। ସ୍ବାସ୍ଥ୍ୟ ସମସ୍ଯା ଆପଣଙ୍କୁ ଚିନ୍ତିତ କରିପାରେ। ଏହା ପରେ ସମୟ ଅନୁକୂଳ ରହିବ। ଶନିଦେବ ଏକାଦଶ ଘର, ତୃତୀୟ ଘର ଓ ଷଷ୍ଠ ଘରକୁ ଦେଖିବେ ଯାହା ଦ୍ବାରା ଆପଣଙ୍କର ବିରୋଧୀ ପରାସ୍ତ ହେବେ। ରୋଜଗାର ବଢ଼ିବ। ଇଚ୍ଛା ପୂରଣ ହେବ ଓ ଜୀବନରେ ହଠାତ ଧନ ଲାଭ ହେବ। ଶେୟାର ବଜାରରେ କରାଯାଇଥିବା ନିବେଶ ମଧ୍ୟ ଏହି ସମୟରେ ଆପଣଙ୍କୁ ଧନ ପ୍ରାପ୍ତ କରାଇବ। ପିତାଙ୍କ ସ୍ବାସ୍ଥ୍ୟ ସମସ୍ଯା ଚିନ୍ତିତ କରିପାରେ ସେଥିପାଇଁ ତାଙ୍କର ଧ୍ୟାନ ରଖନ୍ତୁ।

ପ୍ରତିକାର : ଶନିବାର ଦିନ କଳା ହରଡ଼ ଡାଲି ଦାନ କରନ୍ତୁ।

ପାଆନ୍ତୁ ନିଜର ଜାତକ ଅନୁଯାୟୀ ସଠିକ ଶନି ରିପୋର୍ଟ୍

ସିଂହ ରାଶିଫଳ

ସିଂହ ରାଶି ଲୋକଙ୍କ ପାଇଁ ଶନି ଷଷ୍ଠ ଘର ଓ ସପ୍ତମ ଘରର ସ୍ବାମୀ ହୋଇ ବର୍ତ୍ତମାନ ଆପଣଙ୍କର ଅଷ୍ଟମ ଘରେ ପ୍ରବେଶ କରିବେ ଯାହା ଦ୍ବାରା ସିଂହ ରାଶିର ଲୋକଙ୍କ ପାଇଁ କଣ୍ଟକ ଶନିଙ୍କର ଢୈୟା ଆରମ୍ଭ ହେବ। ଏହି ଶନି ଗୋଚର ସମୟରେ ଆପଣଙ୍କୁ ନିଜର ସ୍ବାସ୍ଥ୍ୟର ବିଶେଷ ଧ୍ୟାନ ରଖିବା ପାଇଁ ପଡ଼ିବ କାରଣ ଏହି ସମୟ କୌଣସି ରୋଗ ଅଧିକ ସମୟ ପର୍ଯ୍ୟନ୍ତ ରହିପାରେ। ଆପଣଙ୍କୁ ଛୋଟ ଛୋଟ ରୋଗକୁ ଅଣଦେଖା କରିବା ଠାରୁ ଦୂରେଇ ରହିବାକୁ ପଡ଼ିବ। ଏହି ସମୟରେ ଆପଣ ନିଜର ଋଣ ସୁଝିବାରେ ସଫଳ ହେବେ। ଆପଣ ଚେଷ୍ଟା କରିବେ ଯେ ଯେତେ ଋଣ ଅଛି ସବୁ ସୁଝି ଦେବାକୁ। ରୋଗ ସହିତ ମୁକାବିଲା କରିବା ପାଇଁ ଆପଣଙ୍କର ଭିତରେ ଶକ୍ତି ଆସିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ କିନ୍ତୁ ଅପାନଙ୍କର ଧନ ବହୁତ ଅଧିକ ଖର୍ଚ୍ଚ ହେବ। ଖର୍ଚ୍ଚ ବଢ଼ିବ। ଶାଶୁ ଘର ପକ୍ଷର ଲୋକଙ୍କ ସହିତ ବାରମ୍ବାର ଦେଖା ସାକ୍ଷାତ ହେବ ଓ କିଛି ବିଷୟରେ ତାଙ୍କ ସହିତ ଚର୍ଚା ହୋଇପାରେ। ଶନି ମହାରାଜ ଆପଣଙ୍କର ଦଶମ ଘର, ଦ୍ଵିତୀୟ ଘର ଓ ପଞ୍ଚମ ଘରକୁ ଦେଖିବେ ଯାହା ଫଳରେ କାର୍ଯ୍ୟକ୍ଷେତ୍ରରେ ଉତ୍ଥାନ-ପତନ ଆସିପାରେ କିନ୍ତୁ ଆପଣ ଶାନ୍ତ ହୋଇ ପରିଶ୍ରମ କରିବେ ତେବେ ଯାଇ ସଫଳତା ମିଳିବ। ଜୁଲାଇରୁ ନଭେମ୍ବର ମଧ୍ୟରେ କାର୍ଯ୍ୟକ୍ଷେତ୍ରରେ ଉତ୍ଥାନ-ପତନ ବଢ଼ିପାରେ, ଏହାର ଧ୍ୟାନ ରଖନ୍ତୁ ଓ ସ୍ବାସ୍ଥ୍ୟର ମଧ୍ୟ ଧ୍ୟାନ ରଖନ୍ତୁ। ଏହା ପରେ ସମୟ ସଫଳତା ଦେବ।

ପ୍ରତିକାର : ଶନିବାର ଦିନ ନୀଳ ଶନି ସ୍ତୋତ୍ର ପାଠ କରନ୍ତୁ।

ଆପଣଙ୍କର ଜାତକରେ ମଧ୍ୟ ଅଛି ରାଜଯୋଗ? ପାଆନ୍ତୁ ନିଜର ରାଜ ଯୋଗ ରିପୋର୍ଟ୍

କନ୍ୟା ରାଶିଫଳ

କନ୍ୟା ରାଶି ଲୋକଙ୍କ ପାଇଁ ଶନି ପଞ୍ଚମ ଘର ଓ ଷଷ୍ଠ ଘରର ସ୍ବାମୀ ଓ ବର୍ତ୍ତମାନ ଶନି ଗୋଚର ଆପଣଙ୍କର ସପ୍ତମ ଘରେ ହେବାକୁ ଯାଉଛି। ଏହି ସମୟରେ ଆପଣଙ୍କର ପ୍ରେମ ବିବାହ ହେବାର ଯୋଗ ଅଛି। ଆପଣ କାହାକୁ ପ୍ରେମ କରୁଛନ୍ତି ତେବେ ଆପଣଙ୍କର ପ୍ରେମ ସଫଳ ହେବ ଓ ଆପଣଙ୍କର ପ୍ରେମ ବିବାହ ହୋଇପାରେ। ଏହି ସମୟରେ ଆପଣ ବିବାହ କିମ୍ବା ବ୍ୟବସାୟ କିମ୍ବା ଅନ୍ୟ ଆବଶ୍ୟକ କାର୍ଯ୍ୟ ପାଇଁ ବ୍ଯାଙ୍କରୁ ଲୋନ ନେଇପାରନ୍ତି ଓ ସେଥିରେ ଆପଣ ସଫଳତା ପାଇ ପାରନ୍ତି। ଏହି ସମୟରେ ବ୍ଯବସାୟିକ ପାର୍ଟନର୍ଶିପ ଦ୍ବାରା ନିଜର ସମ୍ବନ୍ଧ ସୁଧାରିବା ଉପରେ ଧ୍ୟାନ ଦିଅନ୍ତୁ। ଶନି ଦେବ ଆପଣଙ୍କର ନବମ ଘର, ପ୍ରଥମ ଘର ଓ ଚତୁର୍ଥ ଘରକୁ ଦେଖିବେ ଯାହାଫଳରେ ଲମ୍ବା ଯାତ୍ରାର ଯୋଗା ତିଆରି ହେଉଛି। ଯାତ୍ରାରେ ହଳିଆ ହୋଇଯାଇପରନ୍ତି। ପରିବାର ସଦସ୍ୟଙ୍କ ମଧ୍ୟରେ ସାମଞ୍ଜସ୍ୟ ଅଭାବ ଜୁଲାଇ ରୁ ନଭେମ୍ବର ମଧ୍ୟରେ ଦେଖିବାକୁ ମିଳିବ ଯେଉଁଥିପାଇଁ ଘରର ପରିବେଶ ଦୁର୍ବଳ ରହିବ। ଏହି ସମୟରେ ଧର୍ଯ୍ୟର କାମ କରନ୍ତୁ। ଏହି ଗୋଚର ଦୀର୍ଘକାଳୀନ ନିବେଶ ଓ ବିଦେଶୀ ବ୍ୟବସାୟ ପାଇଁ ଭଲ ସଂଯୋଗ ଦେଖାଉଛି। ବୈବାହିକ ସମ୍ବନ୍ଧରେ ଉତ୍ଥାନ-ପତନର ସ୍ଥିତି ଆପଣଙ୍କୁ ହଇରାଣ କରିପାରେ ସେଥିପାଇଁ ସମ୍ପର୍କରେ ସଚ୍ଛୟତ ରୁହନ୍ତୁ।

ପ୍ରତିକାର : ଆପଣଙ୍କୁ ଶନିବାର ଦିନ ଛାୟା ଦାନ କରିବା ଉଚିତ।

ତୁଳା ରାଶିଫଳ

ଏହି ଶନି ଗୋଚର 2025 ବିଷୟରେ କହିଲେ ତୁଳା ରାଶି ଲୋକଙ୍କ ପାଇଁ ଶନି ଚତୁର୍ଥ ଓ ପଞ୍ଚମ ଘରର ପ୍ରଭୁ ହୋଇ ଯୋଗକରକ ଗ୍ରହ ଅଟନ୍ତି ଓ ଆପଣଙ୍କର ଷଷ୍ଠ ଘରେ ଗୋଚର କରିବେ। ଷଷ୍ଠ ଘର ଶନିଙ୍କର ଗୋଚରପାଇଁ ଅନୁକୂଳ କୁହଯାଏ। ଏପରି ସ୍ଥିତିରେ ବିରୋଧୀଙ୍କୁ ପରାସ୍ତ କରି ଆପଣ ବିଜୟୀ ହେବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରାଧାନ୍ୟ ବୃଦ୍ଧି ପାଇବ। ଆପଣ ଚକିରୀରେ ଭରପୁର ପରିଶ୍ରମ କରିବେ ଓ ସେଥିରୁ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ସ୍ଥିତି ଦୃଢ଼ ହେବ ଓ ବିରୋଧୀ ପରାସ୍ତ ହେବେ। ଆପଣଙ୍କୁ ଅଳସୁଆମୀ ତ୍ୟାଗ କରିବାକୁ ପଡ଼ିବ ନଚେତ ରୋଗ ହୋଇପାରେ। ଜୁଲାଇ ରୁ ନଭେମ୍ବର ମଧ୍ୟରେ ରୋଗ ପ୍ରତି ସାବଧାନ ରୁହନ୍ତୁ। ପାରିବାରିକ ବିଷୟ ଯେପରି ପ୍ରପର୍ଟି ସମ୍ବନ୍ଧିତ ବିବାଦ ହୋଇପାରେ, ଏହାର ଧ୍ୟାନ ରଖନ୍ତୁ। ଶନି ଅଷ୍ଟମ ଘର, ଦ୍ଵାଦଶ ଘର ଓ ତୃତୀୟ ଘରକୁ ଦେଖିବେ ଯାହା ଫଳରେ ସମସ୍ଯାର ଅନ୍ତ ଘଟିବ। ରୋଗ କମିବ ଓ ଆଗକୁ ବଢ଼ିବାର ରାସ୍ତା ଫିଟିଯିବ। ସଂଘର୍ଷ ଦ୍ବାରା ହି ଆପଣ ସଫଳତା ପାଇବେ ସେଥିପାଇଁ ଆପଣଙ୍କୁ ପରିଶ୍ରମ କରିବାକୁ ପଡ଼ିବ। ଯେଉଁ ବିଦ୍ୟାର୍ଥୀ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତାଙ୍କୁ ବିଶେଷ ସଫଳତା ମିଳିବ। ଶନି ଅଧିକ ପରିଶ୍ରମ କରିଲେ ଫଳ ଦେବେ। ଜୁଲାଇ ରୁ ନଭେମ୍ବର ମଧ୍ୟରେ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ, ଏହା ପରେ ସମୟ ଅପେକ୍ଷାକୃତ ଅନୁକୂଳ ରହିବ।

ପ୍ରତିକାର : ଶନିବାର ଦିନ ହରଡ଼ ଡାଲିବଡ଼ି ସୋରିଷ ତେଲରେ ତିଆରି କରି ଗରିବଙ୍କୁ ବାଣ୍ଟନ୍ତୁ।

ବିଛା ରାଶିଫଳ

ବିଛା ରାଶି ଲୋକଙ୍କ ପାଇଁ ଶନି ମହାରାଜ ତୃତୀୟ ଓ ଚତୁର୍ଥ ଘରର ପ୍ରଭୁ ହୋଇ ଶନି ଗୋଚର 2025 ସମୟରେ ଆପଣଙ୍କର ପଞ୍ଚମ୍ ଘରକୁ ଯିବେ ଓ ସେଠାରୁ ଆପଣଙ୍କର ସପ୍ତମ ଘର, ଏକାଦଶ ଘର ଓ ଦ୍ଵିତୀୟ ଘରକୁ ଦେଖିବେ। ଶନିଙ୍କର ପ୍ରଭାବ ଦ୍ବାରା ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ବଢ଼ିବ। ଆପଣ ନିଜର ପ୍ରିୟତମଙ୍କର ନିକଟତର ହେବେ। ତାଙ୍କ ସହିତ ଆପଣଙ୍କର ସମ୍ବନ୍ଧ ଦୃଢ଼ ହେବ। ଆପଣ ନିଜର ସମ୍ପର୍କରେ ସଚ୍ଚୋଟ ରହିବେ ଓ ବହୁତ କିଛି କରିବା ପାଇଁ ଚାହିଁବେ। ଆପଣ ଚେଷ୍ଟା କରିଲେ ନିଜର ମନପସନ୍ଦ ବ୍ୟକ୍ତି ସହିତ ବିବାଃ କରିପାରିବେ। ଆପଣ ଏହି ସମୟରେ ଚାକିରି ବଦଳାଇବାରେ ସଫଳ ହୋଇପାରିବେ କିନ୍ତୁ ଜୁଲାଇ ଓ ନଭେମ୍ବର ମଧ୍ୟରେ ଚାକିରି ବଦଳାନ୍ତୁ ନାହିଁ ନଚେତ ଆପଣଙ୍କୁ ଚାକିରି ଛାଡ଼ିବାକୁ ପଡ଼ିପାରେ। ଏହା ପରେ ଏହା ପୂର୍ବର ସମୟ ଅନୁକୂଳ ରହିବ। ସନ୍ତାନକୁ ନେଇ ଚିନ୍ତିତ ରହିବେ କିନ୍ତୁ ଆପଣଙ୍କର ସନ୍ତାନ ଉନ୍ନତି କରିବ। ଆପଣଙ୍କର ରୋଜଗାର ବଢ଼ିବ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ନିଜର ରୋଜଗର ବଢ଼ାଇବା ପାଇଁ କିଛି ନିବେଶ କରିବା ପାଇଁ ପଡ଼ିବ। ଶେୟାର ବଜାରରେ ନିବେଶ କରିବା ଦ୍ବାରା ଆପଣଙ୍କୁ ଲାଭ ମିଳିପାରେ। ଆପଣ ଧନ ସଞ୍ଚୟ କରିବା ପାଇଁ ନୂଆ ପ୍ରୟାସ କରିବେ, ଓ ସେଥିରେ ଆର୍ଥିକ ସଫଳତା ପାଇବେ।

ପ୍ରତିକାର : ଶନିବାର ଦିନ ଆଠ ଥର ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ।

ଧନୁ ରାଶିଫଳ

ଧନୁ ରାଶି ଲୋକଙ୍କ ପାଇଁ ଶନି ମହାରାଜ ଦ୍ଵିତୀୟ ଓ ତୃତୀୟ ଘରର ସ୍ବାମୀ ଓ ଶନି ଗୋଚର ସମୟରେ ଧନୁ ରାଶି ଲୋକଙ୍କ ପାଇଁ ଶନି ଚତୁର୍ଥ ଘରେ ଗୋଚର କରିବେ। ଏଠାରେ ଉପସ୍ଥିତ ହୋଇ ଶନି ଅହରାଜ ଷଷ୍ଠ ଘର, ଦଶମ ଘର ଓ ପ୍ରଥମ ଘରକୁ ଦେଖିବେ। ଶନି ମହାରାଜଙ୍କର ଏହି ଗୋଚରର ପ୍ରଭାବ ଦ୍ବାରା ଧନୁ ରାଶି ଲୋକଙ୍କର ଢୈୟା ଆରମ୍ଭ ହେବ। ପରିବାର ଠାରୁ ଦୂରତା ବଢ଼ିବ। ଘର ବଦଳାଇବା ପାଇଁ ପଡ଼ିପାରେ। କାମ ପାଇଁ କିମ୍ବା ଅନ୍ୟ କୌଣ କାରଣ ପାଇଁ ଆପଣଙ୍କୁ ନିଜର ବର୍ତ୍ତମାନର ଚାକିରି ବଦଳାଇବା ପାଇଁ ପଡ଼ିପାରେ ଓ କୌଣସି ଦୂର ଜାଗ ଯାଇ ରହିବାକୁ ପଡ଼ିପାରେ। ପରିବାରରେ ସାମଞ୍ଜସ୍ୟର ଅଭାବ ରହିବ ସେଥିପାଇଁ କିଛି ସମସ୍ଯା ଉତ୍ପନ୍ନ ହୋଇପାରେ। ଆପଣଙ୍କର ମାତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇପାରେ ସେଥିପାଇଁ ଆପଣଙ୍କୁ ଧ୍ୟାନ ଦେବାକୁ ହେବ। ଭଲ କଥା ଏହା ଯେ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ଆପଣ ନିଜର ସ୍ଵସ୍ଥ୍ଯ ଉପରେ ଧ୍ୟାନ ଦେବେ। ଯଦି ଆପଣ ଅନୁଶାସନ ପୂର୍ବକ ଜୀବନ କଟାଉଛନ୍ତି ତେବେ ଏହି ଗୋଚର ସଫଳାତ ଦେବ। ଜୁଲାଇ ରୁ ନଭେମ୍ବର ମଧ୍ୟରେ ଛାତିରେ ସଂକ୍ରମଣ ହୋଇପାରେ। ମାତାଙ୍କର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ହେବ। ଏହା ପରେ ସମୟ ଅପେକ୍ଷାକୃତ ଅନୁକୂଳ ରହିବ।

ପ୍ରତିକାର : ଶନିବାର ଦିନ କଳା ସୋରିଷ ଦାନ କରନ୍ତୁ।

ମକର ରାଶିଫଳ

ମକର ରାଶି ଲୋକଙ୍କ ସ୍ବାମୀ ଶନି ଦେବ ଓ ସେ ଆପଣଙ୍କର ଦ୍ଵିତୀୟ ଘରେ ସ୍ବାମୀ ମଧ୍ୟ ଓ ଶନି ଗୋଚର 2025 ସମୟରେ ଆପଣଙ୍କର ରାଶିର ତୃତୀୟ ଘରେ ରହିବେ। ଏହା ସହିତ ଆପଣଙ୍କର ସାଢ଼େ ସାତି ଶେଷ ହେବ। ତୃତୀୟ ଘରେ ହେବାକୁ ଥିବା ଶନି ଗୋଚର ସାଧରଣତଃ ଅନୁକୂଳ ପରିଣାମ ଦେଇଥାଏ। ଏଠାରେ ଉପସ୍ଥିତ ଶନି ମହାରାଜ ପଞ୍ଚମ୍ ଘର, ନବମ ଘର ଓ ଦ୍ଵାଦଶ ଘରକୁ ଦେଖିବେ ଯାହା ଦ୍ବାରା ଛୋଟ ଛୋଟ ଯାତ୍ରା ଯୋଗ ତିଆରି ହେବ। ଆପଣ ବର୍ଷର ଶେଷ ପର୍ଯ୍ୟନ୍ତ ଯାତ୍ରା କରିବେ। ବିଦେଶ ଯାତ୍ରା ଯୋଗା ମଧ୍ୟ ଅଛି ଓ ଗୋଟିଏ ସହରରୁ ଅନ୍ୟ ସହର ମଧ୍ୟ ଯାଇପାରନ୍ତି। ଧର୍ମ କର୍ମ ମାମଲାରେ ମଧ୍ୟ ଆପଣଙ୍କର ରୁଚି ବଢ଼ିବ। ଭାଇ ଭଉଣୀଙ୍କର ସ୍ବାସ୍ଥ୍ୟ ସମସ୍ଯା ହୋଇପାରେ କିନ୍ତୁ ଆପଣଙ୍କର ତାଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଆପଣଙ୍କର ସନ୍ତାନର ପ୍ରଗତି ହେବ। ଆପଣଙ୍କର ବନ୍ଧୁ ବଢ଼ିବେ। ଆପଣ ନିଜର ବୁଦ୍ଧି ଓ ଚତୁରତା ସହିତ କାମ କରି ସଫଳ ହେବେ। ଜୁଲାଇ ରୁ ନଭେମ୍ବର ମଧ୍ୟରେ ପେଟ ରୋଗ ଅସୁବିଧା କରିପାରେ। ଏହା ପରେ ସମୟ ଠିକ ରହିବ। ଆପଣ ଯେତେ ଦୌଡ଼ିବେ ଓ ଯେତେ ପରିଶ୍ରମ କରିବେ ଆପଣ ସେତେ ନିଜର ପ୍ରୟାସରେ ସଫଳ ହେବ। ବ୍ୟବସାୟ କରିବା ଲୋକଙ୍କୁ କିଛି ସମସ୍ଯା ହୋଇପାରେ ସେଥିପାଇଁ ପ୍ରସ୍ତୁତ ରୁହନ୍ତୁ।

ପ୍ରତିକାର : ଶନିବାର ବ୍ରତ ରଖିବା ଆପଣଙ୍କ ପାଇଁ ଲାଭଦାୟକ ହେବ।

କୁମ୍ଭ ରାଶିଫଳ

କୁମ୍ଭ ରାଶିର ସ୍ବାମୀ ଶନି ମହାରାଜ ଆପଣଙ୍କର ଦ୍ଵାଦସ ଘର ମଧ୍ୟ ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ଦ୍ଵିତୀୟ ଘରେ ପ୍ରବେଶ କରିବେ ଯାହା ଫଳରେ ଏହି ରାଶିର ଲୋକଙ୍କ ପାଇଁ ସାଢ଼େ ସାତୀର ଅନ୍ତିମ ଚରଣ ଆରମ୍ଭ ହେବ। ଏଠାରେ ଉପସ୍ଥିତ ଶନି ଆପଣଙ୍କର ଚତୁର୍ଥ ଘର, ଅଷ୍ଟମ ଘର ଓ ଏକାଦଶ ଘର ଉପରେ ଦୃଷ୍ଟି ପକାଇଆବେ। ଧନ ସଞ୍ଚୟ କରିବା ପାଇଁ ଆପଣଙ୍କୁ ଶିକ୍ଷା ଦେବେ। ଶନି ଆପଣଙ୍କୁ କଠୋର ଶିକ୍ଷା ଦେବେ ଯେ କି ପ୍ରକାର ଧନ ସଞ୍ଚୟ କରାଯାଏ। ଆପଣ କଠୋର ପ୍ରୟାସ ଦ୍ବାରା ଧନ ସଞ୍ଚୟ କରିବାରେ ସଫଳ ହେବେ। ଯଦି ଆପଣ ବିଦେଶରେ କାମ କରୁଛନ୍ତି, ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଛନ୍ତି କିମ୍ବା ବିଦେଶରେ ବ୍ୟବସାୟ କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଗୋଚର ସଫଳତା ଆଣିବ ଓ ଆପଣ ଧନ ସଞ୍ଚୟ କରିପାରିବେ। ପରିବାରରେ ଉତ୍ଥାନ-ପତନର ସ୍ଥିତି ରହିବ। ପରିବାର ଲୋକଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ରହିବ। ଆପଣଙ୍କୁ ସମ୍ପତି କ୍ରୟ ବିକ୍ରୟୁ ଲାଭ ମିଳିବ। ନିଜର ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। କଟୁ କଥା କୁହନ୍ତୁ ନାହିଁ। ଜୀବନଷାଠିର ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିପାରେ। ରୋଜଗାର କଠିନ ପରିଶ୍ରମ କରିଲେ ବଢ଼ିବ। ଜୁଲାଇ ରୁ ନଭେମ୍ବର ମଧ୍ୟରେ ପରିବାରରେ କିଛି ଅସନ୍ତୁଳନ ରହିପାରେ ଓ ଧନ ସଞ୍ଚୟ କରିବାରେ ସମସ୍ଯା ହୋଇପାରେ। ଆପଣ ବହୁତ ପରିଶ୍ରମ କରି ନିଜର ଇଚ୍ଛା ପୁରାଣ କରିପାରିବେ।

ପ୍ରତିକାର : ଶନିବାର ଦିନ ଶ୍ରୀ ଶନି ଚାଳିଶା ପାଠ ଅବଶ୍ୟ କରନ୍ତୁ।

ମୀନ ରାଶିଫଳ

ମୀନ ରାଶି ଲୋକଙ୍କ ପାଇଁ ଶନି ଗୋଚର 2025 ବିଶେଷ ଭାବରେ ପ୍ରଭାବଶାଳୀ ହେବ କାରଣ ଶନି ମହାରାଜ ଆପଣଙ୍କର ରାଶିରେ ରହିବେ। ଶନି ମହାରାଜ ଆପଣଙ୍କର ଏକାଦଶ ଓ ଦ୍ଵାଦଶ ଘରର ସ୍ବାମୀ ହୋଇ ଆପଣଙ୍କର ରାଶିରେ ଉପସ୍ଥିତ ରହିବେ। ଏଠାରୁ ଆପଣଙ୍କର ତୃତୀୟ ଘର, ସପ୍ତମ ଘର ଓ ଦଶମ ଘରକୁ ଦେଖିବେ। ବୈବାହିକ ଜୀବନରେ ଉତ୍ଥାନ-ପତନ ରହିବ। ଭାଇ ଭଉଣୀଙ୍କୁ ପ୍ରେମ କରିବେ। ତାଙ୍କ ଠାରୁ ସ୍ନେହ ପାଇବେ। ଜୀବନସାଥୀର ସ୍ବାସ୍ଥ୍ୟ ସମସ୍ଯା ଚିନ୍ତା ଦେଇପାରେ। ଆପଣଙ୍କର ତାଙ୍କ ସହିତ ସମ୍ବନ୍ଧ ଖରାପ ହୋଇପାରେ। ବ୍ଯବସାୟିକ ସମ୍ବନ୍ଧ ପାଇଁ ଏହା ଏକ ଭଲ ସମୟ। ଆପଣ କିଛି ନୂଆ ଲୋକଙ୍କ ସହିତ ବ୍ଯବସାୟିକ ସମ୍ବନ୍ଧ ସ୍ଥାପନ କରିପାରିବେ। ସେଥିରୁ ବ୍ୟବସାୟରେ ଲାଭ ହେବ। ବ୍ୟବସାୟ ପାଇଁ ଦୀର୍ଘକାଳୀନ ଅବଧିର ଯୋଜନା ତିଆରି କରିବା ଆପଣଙ୍କର କାମକୁ ଭଲ କରିବ। ଚାକିରି କରୁଥିବା ଲୋକ ମଧ୍ୟ ଭାବିଚିନ୍ତି କାମ କରିବା ଦ୍ବାରା ଓ କଠିନ ପରିଶ୍ରମ କରିବା ଦ୍ବାରା ଲାଭ ପାଇବେ କିନ୍ତୁ ଚାପ ରହିବ। ଜୁଲାଇ ରୁ ନଭେମ୍ବର ମଧ୍ୟରେ ମାନସିକ ଚାପ ସହିତ ଶାରୀରିକ ସମସ୍ଯା ବଢ଼ିପାରେ ଓ ବୈବାହିକ ସମ୍ବନ୍ଧରେ ଉତ୍ଥାନ-ପତନ ଆସିପାରେ ସେଥିପାଇଁ ସାବଧାନ ରୁହନ୍ତୁ।

ପ୍ରତିକାର : ଆପଣଙ୍କୁ ଶନିବାର ଦିନ ଛାୟା ଦାନ କରିବା ଲାଭଦାୟକ ହେବ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଶନି ଗୋଚର 2025 ଆପଣଙ୍କ ଜୀବନରେ ସୁଖ ଓ ଉନ୍ନତି ଆଣିବ ଓ ଆପଣ ଜୀବନରେ କେବେ ହତାଶ ହେବେ ନାହିଁ। ଆମର ୱେବସାଇଟ ଭିଜିଟ କରିଥିବାରୁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

1. 2025 ରେ ଶନି ଗୋଚର କେବେ ହେବ?

ଶନି 29 ମାର୍ଚ୍ଚ 2025 ରାତ୍ରି 22:07ରେ ମୀନ ରାଶିରେ ପ୍ରବେଶ କରିବେ।

2. ଶନିଙ୍କର ଗୋଚର କେଉଁ ରାଶି ପାଇଁ ଶାନ୍ତି ଆଣିବ?

ମକର ରାଶି ଲୋକଙ୍କ ପାଇଁ ଶନି ଗୋଚର ଅନୁକୂଳ ରହିବ କାରଣ ତାଙ୍କର ଶନି ସାଢ଼େ ସାତୀ ସମାପ୍ତ ହେବ।

3. କେଉଁ ରାଶିର ଶନି ଢୈୟା ଚାଲିଛି?

ଏହି ଗୋଚର ଦ୍ବାରା ବିଛା ରାଶିର ଢୈୟା ସମାପ୍ତ ହେବ ତଥା ଧନୁ ରାଶିର ଢୈୟା ଆରମ୍ଭ ହେବ ଓ କଣ୍ଟକ ରାଶି ପାଇଁ ଶନିଙ୍କର ଦଶ ସମାପ୍ତ ହୋଇଯିବ ଓ ସିଂହ ରାଶି ପାଇଁ ପ୍ରାରମ୍ଭ ହେବ।

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Horoscope
What will you get in 250+ pages Colored Brihat Horoscope.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Horoscope

250+ pages @ Rs. 399/-

Brihat Horoscope

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer