ରାହୁ ଗୋଚର 2025 - ପ୍ରଭାବ, ରାଶିଫଳ ଏବଂ ଉପାୟ

ଏହି ବିଶେଷ ଲେଖାରେରାହୁ ଗୋଚର 2025 ବିଷୟରେ ସମ୍ପୂର୍ଣ ସୂଚନା ପାଆନ୍ତୁ।ରାହୁଙ୍କୁ ବୈଦିକ ଜ୍ଯୋତିଷରେ ରହସ୍ୟମୟ ଗ୍ରହ ରୂପରେ ଦେଖାଯାଏ। ସେ କୂଟନୀତି ଓ ରାଜନୀତି ଦେବା ଗ୍ରହ। ଯଦି ଧାର୍ମିକ ମାନ୍ୟତାକୁ ଦେଖା ଯାଏ ତେବେ ଏହା ସ୍ଵର୍ଭାନୁ ରାକ୍ଷସର ମୁଣ୍ଡ ଯାହାକୁ ଭଗବାନ ବିଷ୍ଣୁଙ୍କର ମୋହନୀ ଅବତାର ନିଜର ସୁଦର୍ଶନ ଚକ୍ର ଦ୍ବାରା କଟିଦେଇଥିଲେ କିନ୍ତୁ ଅମୃତ ପାନ କରିବା ଯୋଗୁଁ ଏହାର ପୁନର୍ବାର ମୁଣ୍ଡ ଓ ଗଣ୍ଡି ଆମର ହୋଇଯାଇଥିଲା। ମୁଣ୍ଡ କୁ ରାହୁ ଓ ଗଣ୍ଡିକୁ କେତୁ କୁହଯାଏ। ଖଗୋଳ ବିଜ୍ଞାନ ଅନୁସାରେ ରାହୁ ଓ କେତୁ କୌଣସି ଗ୍ରହ ନ ହୋଇ କେବଳ ବିନ୍ଦୁ ଯାହା ସୂର୍ଯ୍ୟ ଓ ଚନ୍ଦ୍ରମାର ପରିକ୍ରମା ପଥରେ ବୁଲନ୍ତି କିନ୍ତୁ ବୈଦିକ ଜ୍ଯୋତିଷ ଅନୁସାରେ ଏମାନଙ୍କୁ ଛାୟା ଗ୍ରହ କୁହଯାଏ। ଏହା ସତ୍ବେ ରାହୁ ଗ୍ରହର ମହତ୍ଵ କମ ହୁଏ ନାହିଁ ବରଂ ବଢ଼ିଯାଏ। ରାହୁ ମହାରାଜ ଅନେକ ସମୟରୁ ବୃହସ୍ପତିଙ୍କ ଦ୍ବାରା ଶାସିତ ମୀନ ରାଶିରେ ଗୋଚର କରୁଥିଲେ ଓ ଏବେ 18 ମଈ ସନ୍ଧ୍ୟା 17:08 ରେ ଶନିଙ୍କ ଦ୍ବାରା ଶାସିତ କୁମ୍ଭ ରାଶିରେ ପ୍ରବେଶ କରିବେ। ରାହୁ ଗୋଚର ସାଧାରଣତଃ 18 ମାସ ପାଇଁ ଗୋଟିଏ ରାଶିରେ ହୁଏ। ଏହା ନିଜର ଗୋଚରର ପ୍ରଭାବ ଶୀଘ୍ର ଦେଖାନ୍ତି।

ରାହୁ ଗୋଚର 2025

ବିଭିନ୍ନ ବିଶ୍ବାସ ଅନୁସାରେ କିଛି ଜ୍ଯୋତିଷ ବୃଷ ରାଶି ଓ କିଛି ରାଶି ମିଥୁନ ରାଶିରେ ରାହୁଙ୍କୁ ଉଚ୍ଚ କୁହନ୍ତି ଓ ବିଛା ଓ ଧନୁ ରାଶିରେ ନିଚ୍ଚ କୁହନ୍ତି। ରାହୁ ଓ କେତୁ ଯଦି କେନ୍ଦ୍ର ଓ ତ୍ରିକୋଣ ଘରେ ଥାଆନ୍ତି ତେବେ ରାଜଯୋଗ କାରଣ ହୋଇଯାନ୍ତି। ତାଙ୍କର ଦଶା ବ୍ୟକ୍ତିକୁ ରଙ୍କରୁ ରାଜା କରିଦିଏ କିନ୍ତୁ ରାହୁ ଜୀବନରେ କେବେ ନା କେବେ ଗ୍ରହଣ ଲାଗନ୍ତି। ସେଥିପାଇଁ ରାହୁଙ୍କର ଦଶା ବହୁତ ମହତ୍ଵପୂର୍ଣ। ରାହୁଙ୍କୁ ବ୍ୟାହୁ ମଧ୍ୟ କୁହଯାଏ ମାନେ ରାହୁ ଦଶା ପଡିଲେ ବିବାହ ହୁଏ। ରାହୁଙ୍କୁ ନିରଙ୍କୁଶ ଗ୍ରହ କୁହଯାଏ। ଏହାଙ୍କର କେବଳ ମୁଣ୍ଡ ଅଛି ଓ ଗଣ୍ଡି ନାହିଁ ସେଥିପାଇଁ ସେ କେବଳ ଭାବିବା କାମ କରନ୍ତି। ରାହୁ ଦ୍ବାରା ପ୍ରଭାବିତ ଲୋକଙ୍କର ବୁଦ୍ଧି ତୀବ୍ର ହୁଏ। ସେ ସମସ୍ତ ସମସ୍ଯା ସମଧଂ କରିବାରେ ସଫଳ ହୁଅନ୍ତି କିନ୍ତୁ ବଡ଼ ସେମାନେ କାମ କରିବାକୁ ଚେଷ୍ଟା ବହୁତ କରନ୍ତି। ରାହୁଙ୍କର ଭଲ ଉପସ୍ଥିତି ଲୋକଙ୍କୁ ଏକ କୂଟନୀତିଜ୍ଞ କରାଏ। ରାହୁ ଜୁଆ, ଲୋଟେରୀ ଇତ୍ୟାଦି କାମରେ ମଧ୍ୟ ସଫଳ ହୁଅନ୍ତି। ବର୍ତ୍ତମାନ ସମୟରେ ଆଇଟିର ଯୁଗ, ଏଥିରେ ମଧ୍ୟ ରାହୁଙ୍କର ପ୍ରଭାବ ସର୍ବାଧିକ ଦେଖିବାକୁ ମିଳେ।

ରାହୁଙ୍କର ବିଶେଷତା ଏହା ଯେ ସେ ସବୁବେଳେ ବକ୍ରୀ ଗତି କରନ୍ତି। ଏହି ପ୍ରକାର କୌଣସି ରାଶିରେ ଆଗକୁ ବଢ଼ିବା ପରିବର୍ତ୍ତେ ପୂର୍ବ ରାଶିକୁ ଯାଆନ୍ତି ଯାହା ଦ୍ବାରା ମୀନ ରାଶିରେ ରାହୁଙ୍କର ଗୋଚର ହୋଇଥାଏ। ଏବେ ଏହା ମେଷ ରାଶିକୁ ଯାଇ କୁମ୍ଭ ରାଶିରେ ଗୋଚର କରିବେ। କିଛି ବିଦ୍ବାନ ଜ୍ଯୋତିଷ ରାହୁଙ୍କର ଅନେକ ଦୃଷ୍ଟି ମାନନ୍ତି ନାହିଁ ଯେତବେଳେ କି କିଛି ବିଶ୍ୱଂ ଜ୍ଯୋତିଷ ରାହୁଙ୍କର ପଞ୍ଚମ, ସପ୍ତମ ଓ ନବମ ଦୃଷ୍ଟିକୁ ମହତ୍ଵ ଦିଅନ୍ତି। ଏହା ବିଶ୍ବାସ କରାଯାଏ ଯେ ରାହୁ ଯେଉଁ ଘରେ ଥାଆନ୍ତି ସେହି ଘରର ଫଳକୁ ଟାଣି ନିଅନ୍ତି।

ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ରାହୁ ଗୋଚରବିଷୟରେ କହିଲେ ସାଧାରଣତଃ ରାହୁଙ୍କର ଗୋଚର ତୃତୀୟ ଘର, ଷଷ୍ଠ ଘର ଓ ଏକାଦଶ ଘରେ ସର୍ବାଧିକ ଉପଯୁକ୍ତ ବିବେଚନା କରାଯାଏ।ତଥାପି ବିଭିନ୍ନ ଗ୍ରହ ସ୍ଥିତି ଓ ଜାତକର ଘର ଆଧାରରେ ରାହୁଙ୍କର ଶୁଭ ଅଶୁଭ ପ୍ରଭାବ ଦେଖିବାକୁ ମିଳେ। ରାହୁ ଗୋଚରର ଏହି ବିଶେଷ ଲେଖାରେ ଆପଣଙ୍କର ଜୀବନ ଉପରେ କେଉଁ ପ୍ରକାରର ପ୍ରଭାବ ପାରିବା ତାହା ଜଣାପଡ଼ିବ। ଆପଣଙ୍କର ଜୀବନରେ କେଉଁ କ୍ଷେତ୍ରରେ ରାହୁ ଦ୍ବାରା ଭଲ ପରିଣାମ ମିଳିବ ଓ କେଉଁ କ୍ଷେତ୍ରରେ ସଂଘର୍ଷ କରିବା ପାଇଁ ପଡ଼ିବ ତାହା ଜଣା ପଡ଼ିବ। ସାଙ୍ଗରେ ଆପଣକୁ କହିବୁ ରାହୁ ଗ୍ରହର ଅନୁକୂଳତା ପ୍ରାପ୍ତ କରିବା ପାଇଁ କେଉଁ ପ୍ରତିକାର କରିବା ଉଚିତ। ତେବେ ଚଳାନ୍ତୁ ଏବେ ବିସ୍ତୁତ ଭାବରେ ଜାଣନ୍ତୁ ରାହୁ ଗୋଚର 2025 ଆପଣଙ୍କର ରାଶି ଉପରେ କେଉଁ ପ୍ରଭାବ ପକାଇବ।

Click here to read in English: Rahu Transit 2025

ମେଷ ରାଶିଫଳ

ଏହି ରାହୁ ଗୋଚର 2025 ଅନୁସାରେ ମେଷ ରାଶି ଲୋକଙ୍କ ଜୀବନରେ ରାହୁ ଗୋଚର କୁମ୍ଭ ରାଶିରେ ଏକାଦଶ ଘରେ ହେବ। ଏହା ଆପଣଙ୍କର ରାଶି ପାଇଁ ବହୁତ ଅନୁକୂଳ ପ୍ରମାଣିତ ହେବ କାରଣ ଏକାଦଶ ଘରେ ରାହୁଙ୍କୁ ସର୍ବାଧିକ ଅନୁକୂଳ ବିବେଚନା କରାଯାଏ। ଏଠାରେ ଉପସ୍ଥିତ ରାହୁ ଆପଣଙ୍କର ମାନବାଞ୍ଛିତ ଇଚ୍ଛା ପୁରାଣ କରିବେ। ଆପଣଙ୍କର ମନରେ ଥିବା ଇଚ୍ଛା ପୂରଣ ହେବ। ଯାହା ଲମ୍ବା ସମୟରୁ ଅଟକି ଥିଲା ତାହା ଏବେ ହେବ ଯାହା ଫଳରେ ଆପଣଙ୍କର ଆତ୍ମବିଶ୍ଵାସ ବଢ଼ିବ। ଆପଣଙ୍କର ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବ କାରଣ ଏଠାରେ ଉପସ୍ଥିତ ହୋଇ ରାହୁ ମହାରାଜ ଆପଣଙ୍କର ରୋଜଗାର ବୃଦ୍ଧି କରିବେ। ଆପଣଙ୍କୁ ନିଜର ସାମାଜିକ ସମ୍ପର୍କକୁ ବଢ଼ାଇବାର ସୁଯୋଗ ମିଳିବ। ଆପଣଙ୍କର ଅନେକ ମିତ୍ର ହେବେ। ନୂଆ ଲୋକଙ୍କ ସହିତ ମିଶିବ ଓ ତାଙ୍କ ସହିତ ସମୟ ବିତାଇବା ଆପଣଙ୍କୁ ଭଲ ଲାଗିବ। ପାରିବାରିକ ଜୀବନରୁ ଅଧିକ ଗୁରୁତ୍ବ ଆପଣ ସାମାଜିକ ଜୀବନକୁ ଦେବେ ଓ ଅନେକ ସମୟ ଘର ବାହାରେ କଟାଇବେ। ଏହି ସମୟ ପ୍ରେମ ସମ୍ବନ୍ଧ ପାଇଁ ଭଲ ରହିବ। ଆପଣ ନିଜର ପ୍ରିୟତମକୁ ଖୁସି କରିବା ପାଇଁ କିଛି କରିବାକୁ ଚେଷ୍ଟା କରିବେ। ବ୍ଯବସାୟିକ ଲୋକଙ୍କୁ ରାହୁଙ୍କର ଏହି ଗୋଚର ସକାରାତ୍ମକ ପରିଣାମ ଦେବ ଓ ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ଼ ହେବ। ଆପଣଙ୍କୁ ଶେୟାର ମାର୍କେଟରେ ନିବେଶ କରିବା ପୂର୍ବରୁ ଅନେକ ଥର ଭାବିବାକୁ ପଡ଼ିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବାର ଯୋଗ ତିଆରି ହେଉଛି। ଆପଣଙ୍କୁ ପଦୋନ୍ନତି ଓ ଦରମା ବୃଦ୍ଧି ମଧ୍ୟ ମିଳିପାରେ।

ଉପାୟ : ଆପଣଙ୍କୁ ବୁଧବାର ସନ୍ଧ୍ୟ ସମୟରେ କଳା ସୋରିଷ କୌଣସି ମନ୍ଦିରରେ ଦାନ କରିବା ଉଚିତ।

ବୃଷ ରାଶିଫଳ

ବୃଷ ରାଶି ଲୋକଙ୍କ ପାଇଁ ରାହୁ ଗୋଚର ଦଶମ ଘରେ ହେବ। ଦଶମ ଘରେ ଉପସ୍ଥିତ ହୋଇ ରାହୁ ଭଲ ପରିଣାମ ଦେବେ ତଥାପି ଆପଣଙ୍କୁ ନିଜର କାର୍ଯ୍ୟକ୍ଷେତ୍ରରେ କିଛି ସାବଧାନୀ ଅବଲମ୍ବନ କରିବା ପାଇଁ ପଡ଼ିବ। ଏଠାରେ ଉପସ୍ଥିତ ହୋଇ ରାହୁ ଆପଣଙ୍କୁ ଶର୍ଟ୍କଟ ଅପଣ୍ୟବାକୁ କହିବେ। ଆପଣ ପ୍ରତ୍ଯେକ କାମକୁ ଶର୍ଟକଟରେ କରିବା ପାଇଁ ଇଚ୍ଛା କରିବେ ଯାହା ଫଳରେ କାମରେ ଭୁଲ ହେବାର ସମ୍ଭାବନା ବଢ଼ିପାରେ ଓ ଆପଣଙ୍କୁ ଶୀଘ୍ର ନିଷ୍ପତି ନେବାରୁ ଦୂରେଇ ରହିବାକୁ ପଡ଼ିବ। ନିଜର କାମକୁ ଅନ୍ୟକୁ ଦିଅନ୍ତୁ ନାହିଁ ନଚେତ କାର୍ଯ୍ୟକ୍ଷେତରେ ସମସ୍ଯା ହୋଇପାରେ। ଆପଣଙ୍କର ଆତ୍ମବିଶ୍ଵାସ ଭଲ ରହିବ। ଗୋଟିଏ ଭଲ କଥା ଏହା ଯେ ଆପଣ ଯାହା କରିବେ ତାହାକୁ ସମ୍ପୂର୍ଣ କରିବେ ଓ ଶୀଘ୍ର କରିବେ। ଆପଣଙ୍କର ଆଖପାଖର ଲୋକ ଆଶ୍ଚର୍ଯ୍ୟ ହୋଇଯିବେ। ଯାହା ଅନ୍ୟ ପାଇଁ କଠିନ ହେବ ତାହାକୁ ଆପଣ କରିପାରିବେ। ପରିବାରି ଜୀବନରେ କିଛି ସମସ୍ଯା ଆସିପାରେ। ଆପଣ ପାରିବାରିକ ଜୀବନକୁ କମ ସମୟ ଦେବେ। ମାତା ପିତାଙ୍କୁ ସମସ୍ଯା ହଇରାଣ କରିପାରେ। ଏହି ସମୟ ବଢ଼ା ଘରେ ଆପଣଙ୍କୁ ସୁଖ ମିଳିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ମନ ପରିବର୍ତ୍ତେ ବୁଦ୍ଧି ଲଗାଇ କାମ କରିବା ଉପରେ ଧ୍ୟାନ ଦେବାକୁ ପଡ଼ିବ।

ଉପାୟ : ଆପଣଙ୍କୁ ରାହୁ ମହାରାଜଙ୍କର ବୀଜ ମନ୍ତ୍ର ଜପ କରିବା ଉଚିତ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି, ଆପଣଙ୍କର ଜୀବନର ସମସ୍ତ ରହସ୍ୟ , ଜାଣନ୍ତୁ ଗ୍ରହଙ୍କର ଚଳନର ସମ୍ପୂର୍ଣ ବିବରଣୀ

ମିଥୁନ ରାଶିଫଳ

ମିଥୁନ ରାଶି ଲୋକଙ୍କ ପାଇଁ ରାହୁ ଗୋଚର ନବମ ଘରେ ହେବାକୁ ଯାଉଛି। ଏହି ଗୋଚରର ପ୍ରଭାବରୁ ଆପଣଙ୍କୁ ଲମ୍ବା ଲମ୍ବା ଯାତ୍ରା କରିବାର ଯୋଗ ତିଆରି ହେଉଛି। ଆପଣ ଏହି ଗୋଚର କାଳରେ ଅନେକ ସ୍ଥାନର ଯାତ୍ରା କରିବେ ଯାହା ମଧ୍ୟରୁ କିଛି ତୀର୍ଥ ସ୍ଥାନ ମଧ୍ୟ ଥିବ।ଆପଣ ପବିତ୍ର ନଦୀ ଯେପରି ଗଙ୍ଗା, ଇତ୍ୟାଦିରେ ସ୍ନାନ କରିବେ। ରାହୁ ଆପଣଙ୍କୁ କିଛି ନିରଙ୍କୁଶ କରିବେ ଓ ଆପଣ ଧାର୍ମିକ ମାନ୍ୟତା କିମ୍ବା ରୀତି ନୀତି ରୁ ଅଲଗା ହୋଇ ନିଜର ପରିଚୟ ତିଆରି କରିବାକୁ ଚେଷ୍ଟା କରିବେ ଓ ଏହି ସମସ୍ତ କଥାକୁ କମ ମାନିବେ। ଆପଣଙ୍କର ପିତାଙ୍କୁ କିଛି ସ୍ବାସ୍ଥ୍ୟ ସମସ୍ଯା ଏହି ଗୋଚର ସମୟରେ ହଇରାଣ କରିପାରେ ସେଥିପାଇଁ ଆପଣଙ୍କୁ ତାଙ୍କର ସ୍ବାସ୍ଥ୍ୟର ଧ୍ୟାନ ରଖିବାକୁ ପଡ଼ିବ ଓା ଆବଶ୍ୟକତା ହେଲେ ଚିକିତ୍ସକ ସହିତ ସମ୍ପର୍କ କରିବାକୁ ହେବ। ଆପଣଙ୍କୁ ସମାଧାନର ଠିକ ଉପାୟ ବ୍ୟବହାର କରିବା ଉପରେ ଧ୍ୟାନ ଦେବାକୁ ପଡ଼ିବ। ଆର୍ଥିକ ଭାବରେ ଉତ୍ଥାନ-ପତନ ହୋଇପାରେ ଯାହା ପରେ ଆପଣଙ୍କୁ ଚିନ୍ତା ଦେଇପାରେ। ରାହୁ ଗୋଚରର ପରିଣାମ ସ୍ବରୂପ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ କିଛି ଉତ୍ଥାନ-ପତନ ସାମ୍ନା କରିବାକୁ ପଡ଼ିପାରେ। ଆପଣଙ୍କୁ ଧର୍ଯ୍ୟର ସହିତ ଆଗକୁ ବଢ଼ିବାକୁ ପଡ଼ିବ।

ଉପାୟ : ଗଛ ଲଗାଇବା ଉଚିତ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

କର୍କଟ ରାଶିଫଳ

କର୍କଟ ରାଶିର ଲୋକଙ୍କ ପାଇଁ ରାହୁ ଗୋଚର 2025 ଆପଣଙ୍କର ଅଷ୍ଟମ ଘରେ ହେବ। ଅଷ୍ଟମ ଘରରେ ରାହୁଙ୍କର ଗୋଚର କିଛି ମାମଲାରେ ଅନୁକୂଳ ପରିଣାମ ନ ଦେଇପାରେ। କିନ୍ତୁ କିଛି ମାମଲାରେ ହଠାତ ପରିଣାମ ଭଲ ଦେଇପାରେ। ଆପଣଙ୍କୁ ପରିସ୍ଥିତିର ଅଙ୍କାଳନ କରିବା ଉପରେ ଧ୍ୟାନ ଦେବା ଉଚିତ। ଏଠାରେ ଉପସ୍ଥିତ ରାହୁ ଆପଣଙ୍କୁ ସ୍ଵସ୍ଥ ସମସ୍ଯା ଦେଇପାରନ୍ତି। ଆପଣଙ୍କୁ କୌଣସି ପ୍ରକାରର ସଂକ୍ରମଣ ହୋଇପାରେ। ଭଲ ଖାଇବା ପିଇବା ନ କରିବା ଯୋଗୁଁ ସ୍ବାସ୍ଥ୍ୟ ସମସ୍ଯା ଆପଣଙ୍କୁ ପୀଡ଼ିତ କରିପାରେ ସେଥିପାଇଁ ଆପଣଙ୍କୁ ଯୋଗ୍ୟ ଓ ଅନୁଭବି ଚିକିତ୍ସକଙ୍କ ଠାରୁ ସାହାଜ୍ୟ ନେବା ଉଚିତ ଯାହାଫଳରେ ଆପଣ କୌଣସି ବଡ଼ ରୋଗରେ ପଡ଼ିବେ ନାହିଁ। ଏଠାରେ ଉପସ୍ଥିତ ରାହୁ ଶାଶୁ ଘର ପକ୍ଷରେ ଅଧିକ ହସ୍ତକ୍ଷେପ କୁ ସଙ୍କେତ ଦେଉଛି। ଆପଣ ଶାଶୁ ଘର କାମରେ ବଢ଼ି ଚଢ଼ି ଭାଗ ନେବେ। ଏହି ଅବଧିରେ ରାହୁ ଆପଣଙ୍କୁ ଶେୟାର ମାର୍କେଟରେ ନିବେଶ ନ କରିବା ପାଇଁ ସଙ୍କେତ ଦେଉଛନ୍ତି ନଚେତ ଧନ ହାନି ହୋଇପାରେ। ରାହୁଙ୍କ ଯୋଗୁଁ ଆପଣଙ୍କୁ ହଠାତ ଧନ ଲାଭ ହୋଇପାରେ। କୌଣସି ସମ୍ପତି ମିଳିପାରେ। ଗୁପ୍ତ ଧନ ପ୍ରାପ୍ତ ହୋଇପାରେ। ରାହୁଙ୍କର ଏହି ଗୋଚର ସମୟରେ ଧର୍ମ କର୍ମରୁ ଦୂରେଇ ରୁହନ୍ତୁ ନାହିଁ।

ଉପାୟ : ଆପଣଙ୍କୁ ଭଗବାନ ଶିବଙ୍କର ରୁଦ୍ରାଭିଷେକ କରିବା ଉଚିତ।

ପାଆନ୍ତୁ ନିଜର ଜାତକ ଅନୁଯାୟୀ ସଠିକ ଗୁରୁ ରିପୋର୍ଟ୍

ସିଂହ ରାଶିଫଳ

ସିଂହ ରାଶି ଲୋକଙ୍କ ପାଇଁ ରାହୁ ଗୋଚର ଆପଣଙ୍କର ରାଶିର ସପ୍ତମ ଘରେ ହେବ। ସପ୍ତମ ଘରେ ରାହୁଙ୍କର ଗୋଚର ଆପଣଙ୍କ ପାଇଁ ମିଶ୍ରିତ ପରିଣାମ ଆଣିବ। ଆପଣଙ୍କୁ ନିଜର ସମ୍ପର୍କରେ ମାନେ ବୈବାହିକ ଜୀବନ ସମ୍ଭାଳିବାକୁ ପଡ଼ିବ କାରଣ ଏହି ସମୟରେ ଆପଣ ଓ ଆପଣଙ୍କର ଜୀବନ ସାଥୀ ମଧ୍ୟରେ ଅନେକ ପ୍ରକାର ଭୁଲବୁଝାମଣା ହୋଇପାରେ। ଏହା ସମ୍ପର୍କରେ ଚାପ ସୃଷ୍ଟି କରିବ। ଆପଣଙ୍କୁ ଜୀବନସାଥୀ କୁ ସତ୍ୟ କହିବାକୁ ହେବ। କିଛି କଥା ଲୁଚାନ୍ତୁ ନାହିଁ। ଯଦି ମତଭେଦ ଚାଲିଛି ତେବେ ତାକୁ ବସି ସମାଧାନ କରନ୍ତୁ। କୌଣସି ତୃତୀୟ ଲୋକର ସାହାଜ୍ୟ ନିଅନ୍ତୁ ନାହିଁ। ରାହୁଙ୍କର ଏହି ଗୋଚର ସମୟରେ ଆପଣଙ୍କୁ ନିଜର ବ୍ୟବସାୟ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। କୌଣସି ଅନୈତିକ କାର୍ଯ୍ୟ କରନ୍ତୁ ନାହିଁ ଯେଉଁଥିପାଇଁ କୋର୍ଟ ଯିବାକୁ ପଡ଼ିପାରେ। ଏହି ସମୟରେ ବ୍ୟବସାୟ ପାଇଁ କିଛି ଯୋଜନା ତିଆରି କରିବେ କିନ୍ତୁ ଲାଭ ପାଇବା କଷ୍ଟକର। ଆପଣଙ୍କୁ ବିଦେଶୀ ମାଧ୍ୟମ୍ରୁ କିମ୍ବା ବିଦେଶ ଲୋକଙ୍କ ଠାରୁ ବ୍ୟବସାୟରେ ସାହାଜ୍ୟ ମିଳିପାରେ।

ଉପାୟ : ଆପଣଙ୍କ ଶନିବାର ଦିନ କଳା ସୋରିଷ ଦାନ କରିବା ଉଚିତ।

ଆପଣଙ୍କର ଜାତକରେ ମଧ୍ୟ ଅଛି ରାଜଯୋଗ? ପାଆନ୍ତୁ ନିଜର ରାଜ ଯୋଗ ରିପୋର୍ଟ୍

କନ୍ୟା ରାଶିଫଳ

କନ୍ୟା ରାଶି ଲୋକଙ୍କ ପାଇଁ ରାହୁ ଗୋଚର 2025 ଆପଣଙ୍କର ଷଷ୍ଠ ଘରେ ହେବ। ସାଧାରଣତଃ ଷଷ୍ଠ ଘରେ ରାହୁଙ୍କର ଗୋଚର ଅନୁକୂଳ କୁହଯାଏ। ଆପଣଙ୍କ ପାଇଁ ଏହା ଅନୁକୂଳ ହେବାର ସମ୍ଭାବନା ଅଛି। ରାହୁଙ୍କର ଢ଼ି ଗୋଚରର ପ୍ରଭାବ ଦ୍ବାରା ଆପଣଙ୍କର ଜୀବନରେ ଆସିବାକୁ ଥିବା ଅନୁକୂଳ ସମ୍ଭାବନା ଅଧିକ। ରାହୁଙ୍କର ଏହି ଗୋଚରର ପ୍ରଭାବ ଦ୍ବାରା ଆପଣଙ୍କ ଜୀବନରେ ଥିବା ସମସ୍ଯା କମ ହେବ। ଆପଣ ସବୁ ସମସ୍ଯାର ସମାଧାନ କରିପାରିବେ। ଚାକିରି କରୁଥିବା ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ନିଜର ଖାସ ମିତ୍ରଙ୍କ ଠାରୁ ସାବଧାନ ରହିବାକୁ ହେବ। କାରଣ ସେମାନେ ପ୍ରତାରଣା ଦେଇପାରନ୍ତି। ସେଥିପାଇଁ ସବୁବେଳେ ସାବଧାନ ରୁହନ୍ତୁ। ଯଦି କୋର୍ଟରେ ମାମଲା ବିଚାରଧିନ ଥିଲା ତେବେ ତାହା ଆପଣଙ୍କର ପକ୍ଷରେ ହେବ। ଆର୍ଥିକ ଉନ୍ନତିର ଯୋଗ ତିଆରି ହେବ। ଖର୍ଚ୍ଚ କମ ହେବ ଓ ଆପଣ ଧନ ପ୍ରାପ୍ତି କରିପାରିବେ। ଆଗରୁ କରାଯାଇଥିବା ନିବେଶ ଲାଭଦାୟକ ହେବ।

ଉପାୟ : ଆପଣଙ୍କୁ ରାହୁ ମହରାଜଙ୍କର ବୀଜ ମନ୍ତ୍ର ଜପ କରିବା ଉଚିତ।

ତୁଳା ରାଶିଫଳ

ରାହୁ ଗୋଚର ବିଷୟରେ କହିଲେ ତୁଳା ରାଶିର ଲୋକଙ୍କ ପାଇଁ ରାହୁ ଗୋଚର ପଞ୍ଚମ ଘରେ ହେବ। ପଞ୍ଚମ ଘରେ ଗୋଚର ଆପଣଙ୍କୁ କିଛି ଭଲ ପରିଣାମ ଦେଇପାରେ। ଆପଣଙ୍କର ବୁଦ୍ଧିର ବିକାଶ ହେବ। ଆପଣଙ୍କର ସ୍ମରଣ ଶକ୍ତି ବଢ଼ିବ। ଅପମ ଶିକ୍ଷରେ ଭଲ ପ୍ରଦର୍ଶନ କରିବେ। କାରଣ ଆପଣ ଯାହା ଦେଖିବେ କିମ୍ବା ବୁଝିବେ କିମ୍ବା ପଢ଼ିବେ, ତାହା ଆପଣ ଶୀଘ୍ର ବୁଝି ପାରିବେ ଓ ମନେ ରଖି ପାରିବେ। କିନ୍ତୁ ବାରମ୍ବାର ଏକାଗ୍ରତାର ଅଭାବ ହୋଇପାରେ। ଏହି ଗୋଚର ପ୍ରେମ ସମ୍ବନ୍ଧରେ ପ୍ରଗଢ଼ତା ଆଣିବ। ଆପଣ ଓ ଆପଣଙ୍କର ପ୍ରିୟତମ ମଧ୍ୟରେ ମଧୁର ସମ୍ବନ୍ଧ ରହିବ। ଆପଣ ନିଜର ପ୍ରେମକୁ ଗୁରୁତ୍ବ ଦେବେ। ପ୍ରିୟତମଙ୍କୁ ମିଛ କୁହନ୍ତୁ ନାହିଁ। ଆପଣଙ୍କର ମନ ଶେୟାର ବଜାର ଆଡ଼େ ଯାଇପାରେ। ଆପଣ ନିବେଶରେ ଲାଭ୍ କରିପାରନ୍ତି। ଜୁଆ, ଲଟରି ଇତ୍ୟାଦି ଜିନିଷରୁ ଦୂରେଇ ରୁହନ୍ତୁ। ଧନ ରୋଜଗାର କରିବା ପାଇଁ ନୂଆ ଉପାୟ ଆପଣାଇବାକୁ ଚେଷ୍ଟା କରନ୍ତୁ। ଯେଉଁ କାମ କଠିନ ଲାଗୁଛି, ତାହା ଆପଣ ଶୀଘ୍ର କରିପାରିବେ। ଆପଣଙ୍କୁ ପେଟ ଜଡ଼ିତ ସମସ୍ଯା ହୋଇପାରେ ସେଥିପାଇଁ ଆପଣଙ୍କୁ ନିଜର ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ମନରେ ଭୁଲ ଧାରଣା ଆସିପାରେ କିନ୍ତୁ କାହାରି ଖରାପ କରିବା ବିଷୟରେ ଭାବନ୍ତୁ ନାହିଁ।

ଉପାୟ : ଆପଣଙ୍କୁ ରାହୁଙ୍କର କୁପ୍ରଭାବ ଦୂର କରିବା ପାଇଁ ମା ଚଣ୍ଡୀଙ୍କର ଉପାସନା କରିବା ଉଚିତ।

ବିଛା ରାଶିଫଳ

ବିଛା ରାଶି ଲୋକଙ୍କ ପାଇଁ ଏଆହୁ ଗୋଚର ଚତୁର୍ଥ ଘରେ ହେବ ଯାହା ଆପଣଙ୍କ ପାଇଁ ଅଧିକ ଅନୁକୂଳ କୁହାଯାଇ ପାରିବା ନାହିଁ। କାରଣ ଏହି ଗୋଚରର ପ୍ରଭାବ ପାରିବାରିକ ଜୀବନରେ ଅସନ୍ତୁଳନ ଆଣିପାରେ। ପରିବାରରେ ପାରସ୍ପରିକ ସାମଞ୍ଜସ୍ୟ ହ୍ରାସ ପାଇବ ଓ ପ୍ରେମ ଭାବ କମିବ। ଯାହା ଫଳରେ ପରିବାର ସଦସ୍ୟଙ୍କ ସହିତ ସମ୍ବନ୍ଧ ସମ୍ଭାଳିବା କଷ୍ଟକର ହେବ। ଏହି ସମୟରେ ଯଦି ଆପଣ ବଢ଼ା ଘରେ ରୁହନ୍ତଇ ତେବେ କିଛି ସମୟ ଜୈନ ସୁଖ ମିଳିପାରେ କିନ୍ତୁ ନିଜର ଘର ଥିବା ଲୋକ କିଛି ମାତ୍ରାରେ ପରିବାର ଠାରୁ ଦୂରେଇ ଯାଇ ପାରନ୍ତି କିମ୍ବା କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତତା ଥିବା ଯୋଗୁଁ ଘରେ ସୁଖ କମ ମିଳିପାରେ। ଆପଣ ବହୁତ କାମରେ ବ୍ୟସ୍ତ ରହିବେ। ଇନଫର୍ମେଶନ ଟେକ୍ନୋଲୋଜି ସହିତ ଜଡ଼ିତ କାମ ଆପଣଙ୍କୁ ଲାଭ ଦେବ। ଆପଣ କୌଣସି ଜାଗାରେ କମିସନ ନେଇପାରନ୍ତି। ଏହି ଗୋଚର ସମୟରେ ଛାତିରେ ସମସ୍ଯା ହୋଇପାରେ। ରାହୁ ଗୋଚର ସମୟରେ ପରିବାରରେ ଦରକାର ରୁ ଅଧିକ ହସ୍ତକ୍ଷେପ କରନ୍ତୁ ନାହିଁ।

ଉପାୟ : ଆପଣଙ୍କୁ କଳା କୁକୁରକୁ ଭୋଜନ ଦେବା ଉଚିତ।

ଧନୁ ରାଶିଫଳ

ଧନୁ ରାଶି ଲୋକଙ୍କ ପାଇଁ ରାହୁ ମହାରାଜ ତୃତୀୟ ଘରେ ଗୋଚର କରିବେ। ଆପଣଙ୍କ ପାଇଁ ଏହି ରାହୁ ଗୋଚର 2025 ବହୁତ ମହତ୍ଵପୂର୍ଣ ରହବ କାରଣ ତୃତୀୟ ଘରେ ଉପସ୍ଥିତ ହୋଇ ରାହୁ ମହାରାଜ ଆପଣଙ୍କ ପାଇଁ ଅଫ୍ଲାଟ ଆଣିବେ। ଛୋଟ ଛୋଟ ଯାତ୍ରା ହେବ ଓ ଆପଣ ଏହି ଗୋଚର କାଳରେ ବ୍ୟସ୍ତ ରହିବେ। ମିତ୍ରଙ୍କର ସହଯୋଗ ମିଳିବ। ଆପଣ ମିତ୍ରଙ୍କ ସହିତ ସମୟ କଟାଇବେ। ପରିବାର ଓ ସମ୍ପର୍କୀୟଙ୍କ ବ୍ୟତୀତ ବନ୍ଧୁଙ୍କ ସହିତ ଅଧିକ ସମୟ କଟାଇବେ। ତାଙ୍କର ସାହାଜ୍ୟ କରିବାରେ ସମୟ କଟିବ। ଆପଣ ତାଙ୍କ ଉପରେ ଧନ ଖର୍ଚ୍ଚ କରିବେ। ରାହୁଙ୍କର ପ୍ରଭାବ ଦ୍ବାରା ଆପଣଙ୍କର ଭାଇ-ଭଉଣୀଙ୍କୁ କିଛି ସମସ୍ଯା ହୋଇପାର କିନ୍ତୁ ଆପଣ ତାଙ୍କର ସାହାଜ୍ୟ କରିବାକୁ ଚେଷ୍ଟା କରିବେ। ଆପଣଙ୍କର ସାହସ ଓ ପରାକ୍ରମ ବଢ଼ିବ। ଆପଣ ଚୈଲେଂଜ୍ ନେବାକୁ ପସନ୍ଦ କରିବେ। ବ୍ୟବସାୟରେ ଚୈଲେଂଜ୍ ନେବା ଦ୍ବାରା ଲାଭ ମିଳିବ। ଆପଣ ନିଜର ଆଗ୍ରହକୁ ଆଗକୁ ବଢ଼ାଇପାରିବେ। ରାହୁଙ୍କର ଏହି ଗୋଚରର ପ୍ରଭାବ ଦ୍ବାରା କମ୍ଯୁନିକେଶନ ସ୍କିଲ ଦୃଢ଼ ହେବ ଯାହା କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସାହାଜ୍ୟ କରିବ। ସହକର୍ମୀଙ୍କ ସହିତ ଥିବା ଭୁଲ ବୁଝାମଣା ଦୂର ହେବ।

ଉପାୟ : ଆପଣଙ୍କୁ ରବିବାର ଦିନ ଗୌ ମାତାଙ୍କୁ ଗହମ ଅଟା ଖୁଆଇବା ଉଚିତ।

ମକର ରାଶିଫଳ

ମକର ରାଶି ଲୋକଙ୍କ ପିଅନ ରାହୁଙ୍କର ଗୋଚର ଆପଣଙ୍କର ଦ୍ଵିତୀୟ ଘରେ ହେବ। ଏଠାରେ ଉପସ୍ଥିତ ରହି ରାହୁ ଆପଣଙ୍କର ବାଣୀ ଉପରେ ପ୍ରଭାବ ପକାଇବେ। ଆପଣ ଏପରି କଥା କହିବେ ଯାହା ଲୋକଙ୍କୁ ପ୍ରଭାବିତ କରିବ। ଏହା ଦ୍ବାରା ଆପଣ ନିଜର କାମ କରାଇପାରିବେ। ମିଠା କଥା କହି ଆପଣ ଲୋକଙ୍କର ମନ କିଣିନେବେ। ରାଗରେ ଆସି କାହାକୁ ଖରାପ କହିବା ଠାରୁ ଦୂରେଇ ରୁହନ୍ତୁ। କାରଣ ସତ ଶୁଣିଲେ ଲୋକଙ୍କୁ ଖରାପ ଲାଗିପାରେ। ଏହା ଆପଣଙ୍କୁ ଦୁଃଖିତ କରିବ ଓ ତାଙ୍କୁ ମଧ୍ୟ ଚିନ୍ତା ହେବ। ରାହୁଙ୍କର ଏହି ଗୋଚର ସମୟରେ ନିଜର ଖାଇବା ପିଇବା ଉପରେ ଧ୍ୟାନ ଦିଅନ୍ତୁ କାରଣ ଭୋଜନ ସହିତ ଜଡ଼ିତ ସମସ୍ଯା ହୋଇପାରେ। ଧନ ସଞ୍ଚୟ କରିବାରେ ସଫଳ ହେବେ। ବର୍ଷର ଆରମ୍ଭରେ ମଙ୍ଗଳଙ୍କର ଅଷ୍ଟମ ଦୃଷ୍ଟି ରାହୁ ଉପରେ ରହିବା ଯୋଗୁଁ ଆପଣଙ୍କର ସ୍ବାସ୍ଥ୍ୟର ଧ୍ୟାନ ରଖିବାକୁ ହେବ।

ଉପାୟ : ଆପଣଙ୍କୁ ରାହୁଙ୍କର ଶୁଭ ପ୍ରଭାବ ପ୍ରାପ୍ତ କରିବା ପାଇଁ ଗୋମଦ ରତ୍ନ ଦାନ କରିବା ଉଚିତ।

କୁମ୍ଭ ରାଶିଫଳ

କୁମ୍ଭ ରାଶି ଲୋକଙ୍କ ପାଇଁ ରାହୁଙ୍କର ଏହି ଗୋଚର ବିଶେଷ ରୂପରେ ପ୍ରଭାବଶାଳୀ ରହିବ କାରଣ ରାହୁ ଗୋଚର 2025 ଅନୁସାରେ ରାହୁ ଆପଣଙ୍କର ରାଶିରେ ପ୍ରବେଶ କରିବେ ମାନେ ଆପଣଙ୍କର ପ୍ରଥମ ଘରକୁ। ଏହା ଆପଣଙ୍କର ଭାବିବା ଚିନ୍ତା କରିବା ଶକ୍ତିକୁ ବିଶେଷ ଭାବରେ ପ୍ରଭାବିତ କରିବ। ଆପଣଙ୍କର ନିଷ୍ପତି ନେବାର କ୍ଷମତା ବଦଳିବ। ଆପଣ ବହୁତ ଶୀଘ୍ର ନିଷ୍ପତି ନେବେ। ଅନେକ ଥର ନ ଭାବି ଆପଣ ନିଷ୍ପତି ନେବେ ଯାହା ପରବର୍ତ୍ତୀ ସମୟରେ ଭୁଲ ପ୍ରମାଣିତ ହୋଇପାରେ। ରାହୁଙ୍କର ପ୍ରଭାବ ଆପଣଙ୍କର ମନ ଉପରେ ପଡ଼ିବ। ତାଳମେଳ ରଖିଲେ ଭଲ ପରିଣାମ ମିଳିବ। ସ୍ବାସ୍ଥ୍ୟ ସମସ୍ଯା ପ୍ରତି ଉଦାସୀନତା ରୋଗ ବଢ଼ାଇପାରେ। ରାହୁ ଗୋଚରର ପ୍ରଭାବରେ ସ୍ଵାର୍ଥୀ ହୋଇ କେବଳ ନିଜ ବିଷୟରେ ଭାବିବା ବ୍ୟତୀତ ଜୀବନ ସାଥୀ ବିଷୟରେ ବିଶେଷ ରୂପରେ ଭାବିବା ଉଚିତ। ବ୍ୟବସାୟୀ ଲୋକଙ୍କୁ କାମରେ ଧ୍ୟାନ ଦେବାକୁ ପଡ଼ିବ। ମିଛ କହି ବ୍ୟବସାୟ କରନ୍ତୁ ନାହିଁ। ଭଲ କାମ କରିବା ପାଇଁ ଅନ୍ୟ ଲୋକଙ୍କୁ ଭର୍ତ୍ତି କରନ୍ତୁ। ଏହା ଦ୍ବାରା ଆପଣଙ୍କୁ ଲାଭ ହେବ। କାହା କଥାରେ ଆସି ନିଷ୍ପତି ନିଅନ୍ତୁ ନାହିଁ, ନିଜର ବୁଦ୍ଧି ବ୍ୟବହାର କରନ୍ତୁ ଓ ବିଶ୍ୱାସନୀୟ ଲୋକଙ୍କର ପରାମର୍ଶ ନିଅନ୍ତୁ।

ଉପାୟ : ଆପଣଙ୍କୁ ଭଗବାନ ଶିବଙ୍କୁ ଧଳା ଚନ୍ଦନ ଅର୍ପଣ କରିବା ଉଚିତ।

ମୀନ ରାଶିଫଳ

ଏହି ରାହୁ ଗୋଚର 2025ଆପଣଙ୍କ ପାଇଁ ବିଶେଷ ଭାବରେ ମହତ୍ୱପୂର୍ଣ ରହିବ କାରଣ ରାହୁ ମହାରାଜ ଆପଣଙ୍କର ରାଶିରୁ ବାହାରି କୁମ୍ଭ ରାଶିରେ ପ୍ରବେଶ କରିବେ ମାନେ ଏହା ଆପଣଙ୍କର ଦ୍ଵାଦଶ ଘରେ ପ୍ରବେଶ କରିବେ। ଏହାର କିଛି ଭାଗ ଭଲ ଓ କିଛି ଭାଗ ଖରାପ ରହିବ। ଗୋଟେ ପଟେ ଆପଣଙ୍କର ରୋଗ କମ ହେବ ଓ ସ୍ବାସ୍ଥ୍ୟ ସମସ୍ଯା ଚିନ୍ତିତ କରିପାରେ ଯେଉଁଥିପାଇଁ ଆପଣଙ୍କୁ ହସ୍ପିଟାଲ୍ ମଧ୍ୟ ଯିବାକୁ ପଡ଼ିପାରେ। ଅନ୍ୟ ପଟେ ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ଆପଣ ଠିକ ଓ ଭୁଲ ଜାଣିପାରିବେ ନାହିଁ ଯାହା ଦ୍ବାରା ଧନ ହାନି ସମ୍ଭାବନା ଅଛି। ଆପଣ ଅଯଥା କାର୍ଯ୍ୟ ଉପରେ ମଧ୍ୟ ଖର୍ଚ୍ଚ କରିବେ ଯାହା ଦ୍ବାରା ଆର୍ଥିକ ସ୍ଥିତି ଖରାପ ହୋଇପାରେ। କିନ୍ତୁ ଭଲ କଥା ଏହା ଯେ ଏହି ସମୟରେ ବିଦେଶ ଯାତ୍ରା କରିବାର ମଉକା ମିଳିପାରେ। ଯଦି ଆପଣ ଏହି ଦିଗରେ ପ୍ରୟାସ କରିବେ ତେବେ ଯାତ୍ରା କରିବାର ସୁଯୋଗ ମିଳିପାରେ। ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ କରିବାକୁ ପଡ଼ିବ ଓ ନିଜ ଲୋକଙ୍କ ସହିତ କିଛି ସମୟ ପାଇଁ ଦୂରତା ରଖିବାକୁ ପଡ଼ିବ ଯାହା ଆପଣଙ୍କୁ ପ୍ରଥମେ ଖରାପ ଲାଗିବ କିନ୍ତୁ ପରେ ଅଭ୍ଯାସ ହୋଇଯାଇପାରେ।

ଉପାୟ : ଶନିବାର ଦିନ କଞ୍ଚା କୋଇଲା ଜଳରେ ପ୍ରବାହ କରିବା ଉଚିତ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ରାହୁ ଗୋଚର 2025 ଆପଣଙ୍କ ଜୀବନରେ ସୁଖ ଓ ଉନ୍ନତି ଆଣିବ ଓ ଆପଣ ଜୀବନରେ କେବେ ହତାଶ ହେବେ ନାହିଁ। ଆମର ୱେବସାଇଟ ଭିଜିଟ କରିଥିବାରୁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

1. କେବେ ହେବ ରାହୁ ଗୋଚର?

18 ମଈ 2025 ସନ୍ଧ୍ୟା 17:08 ରେ ରାହୁ ଶନିଙ୍କର ଦ୍ବାରା ଶାସିତ କୁମ୍ଭ ରାଶିରେ ପ୍ରବେଶ କରିବେ।

2. ରାହୁ କେବେ ଯାଏଁ ଗୋଟିଏ ରାଶିରେ ରୁହନ୍ତି?

ରାହୁଙ୍କର ଗୋଚର ସାଧାରଣତଃ 18 ମାସ ପାଇଁ ଗୋଟିଏ ରାଶିରେ ହୁଏ।

3. ରହୁଙ୍କ ପାଇଁ ଭଲ ରାଶି କେଉଁଟି?

ରାହୁ କନ୍ୟା ରାଶି ଓ ତୃତୀୟ, ଷଷ୍ଠ ଓ ଏକାଦଶ ଘରେ ଦୃଢ଼ ବୋଲି କୁହଯାଏ।

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Horoscope
What will you get in 250+ pages Colored Brihat Horoscope.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Horoscope

250+ pages @ Rs. 399/-

Brihat Horoscope

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer