ମକର ସଂକ୍ରାନ୍ତି 2025 - ତିଥି ଓ ସମୟ
ମକର ସଂକ୍ରାନ୍ତି ପର୍ବ ହିନ୍ଦୁ ଧର୍ମର ଅନ୍ୟତମ ପ୍ରମୁଖ ପର୍ବ ଏବଂ ଏହି ପର୍ବ ନବ ବର୍ଷ ଆରମ୍ଭରେ ବହୁତ ବଡ଼ ଧୁମଧାମରେ ପାଳନ କରାଯାଏ। ସାଧାରଣତଃ, ମକର ସଂକ୍ରାନ୍ତି ଲୋହରୀର ପରଦିନ ପଡ଼େ ଏବଂ ଏହା ସହିତ ନବ ବର୍ଷ ପର୍ବ ଆରମ୍ଭ ହୁଏ। ଧାର୍ମିକ ଏବଂ ଜ୍ୟୋତିଷ ଶାସ୍ତ୍ରରେ ମକର ସଂକ୍ରାନ୍ତିକୁ ସ୍ୱତନ୍ତ୍ର ବିବେଚନା କରାଯାଏ ଯାହା ଶୀତ ଦିନର ଶେଷ ଏବଂ ଗ୍ରୀଷ୍ମର ଆରମ୍ଭକୁ ଦର୍ଶାଏ। ମକର ସଂକ୍ରାନ୍ତି 2025 ସମଗ୍ର ଦେଶରେ ବିଭିନ୍ନ ଉପାୟରେ ପାଳନ ହେବ । ଏଥିସହ ଏହି ଦିନ ଗଙ୍ଗାରେ ସ୍ନାନ କରିବା ଏବଂ ଦାନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଏ। ତେବେ ପ୍ରତିବର୍ଷ ମକର ସଂକ୍ରାନ୍ତି ତାରିଖକୁ ନେଇ କିଛି ଦ୍ୱନ୍ଦ୍ୱ ରହିଥାଏ। ଆଷ୍ଟ୍ରୋସେଜ ଏଆଇ ଏହି ଲେଖାରେ ଆପଣଙ୍କୁ ମକର ସଂକ୍ରାନ୍ତି ସହିତ ଜଡ଼ିତ ସମସ୍ତ ସୂଚନା ପ୍ରଦାନ କରିବ ଓ ଏହି ଦିନ କରାଯାଉଥିବା ରାଶି ଅନୁସାରେ ଦାନ ବିଷୟରେ ଆପଣଙ୍କୁ କହିବ, ତେବେ ଆସନ୍ତୁ ଆରମ୍ଭ କରିବା ଏହି ଲେଖା।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ଲୋହରିର ପର ଦିନ ମକର ସଂକ୍ରାନ୍ତିକୁ ସମ୍ପୂର୍ଣ ଦେଶରେ ଅଲଗା ଅଲଗା ଭାବରେ ପାଳନ କରାଯାଏ। ଏହି ପର୍ବ ଭିନ୍ନ-ଭିନ୍ନ ନାମରେ ଜଣାଶୁଣା। ଯେପରି କି ପୋଙ୍ଗଲ, ଉତ୍ତରାୟଣ, ଟିହରୀ, ଖେଚେଡ଼ି ଇତ୍ୟାଦି। ମକର ସଂକ୍ରାନ୍ତି ଠାରୁ ପ୍ରକୃତିରେ ପରିବର୍ତ୍ତନ ଆସିବାକୁ ଲାଗେ ଓ ଦିନ ବଡ଼ ହେବାକୁ ଲାଗେ ଓ ରାତି ଛୋଟ ଏବାକୁ ଲାଗେ। ପ୍ରତ୍ଯେକ ବର୍ଷ ଯେବେ ଭଗବାନ ସୂର୍ଯ୍ୟ ନିଜର ପୁତ୍ର ଶନି ଦେବଙ୍କର ମକର ରାଶିରେ ଗୋଚର କରନ୍ତି, ସେହି ଦିନକୁ ମକର ସଂକ୍ରାନ୍ତି କୁହାଯାଏ। ପ୍ରତ୍ଯେକ ବର୍ଷ 12ଟି ସଂକ୍ରାନ୍ତି ଥାଏ ଯାହା ମଧ୍ୟରୁ ମକର ସଂକ୍ରାନ୍ତିକୁ ସବୁଠାରୁ ଅଧିକ ଶୁଭ କୁହଯାଏ। ଚାଲନ୍ତୁ ଡେରି ଣ କରି ଆଗକୁ ବଢ଼ିବା ଓ ସର୍ବ ପ୍ରଥମେ ଜାଣିବା ମକର ସଂକ୍ରାନ୍ତିର ତିଥି ଓ ମୁହୂର୍ତ।
ମକର ସଂକ୍ରାନ୍ତି 2025: ତିଥି ଏବଂ ପୂଜା ମୁହୂର୍ତ
ପାଞ୍ଜି ଅନୁସାରେ, ପୌଷ ମାସର ଶୁକ୍ଳ ପକ୍ଷର ଦ୍ୱାଦଶି ତିଥିରେ ମାକର ସଂକ୍ରାନ୍ତି ପର୍ବ ପାଳନ କରାଯାଏ। ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ, ଏହି ପର୍ବ ଜାନୁଆରୀ ମାସରେ ପଡ଼େ। ହିନ୍ଦୁ ଧର୍ମର ଅନ୍ୟାନ୍ୟ ପର୍ବ ପରି, ଏହା ଚନ୍ଦ୍ରଙ୍କର ସ୍ଥିତି ଆଧାରରେ ପାଳନ କରାଯାଏ। ସୂର୍ଯ୍ୟ ମହାରାଜ ଜାନୁୟାରୀ 14, 2025 ରେ 08:41 ରେ ମକର ରାଶିରେ ଗୋଚର କରିବେ। ଏହା ସହିତ ଖରମାସର ଅନ୍ତ ହୋଇଯିବ ଓ ଶୁଭ କାର୍ଯ୍ୟ ପୁନର୍ବାର ଆରମ୍ଭ ହୋଇଯିବ।
ମକର ସଂକ୍ରାନ୍ତି 2025ର ତିଥି: 14 ଜାନୁଆରୀ, 2025, ମଙ୍ଗଳବାର
ମକର ସଂକ୍ରାନ୍ତିର ପୂଣ୍ୟ କାଳ ମୁହୂର୍ତ: ସକାଳ 08:40 ମିନିଟ ରୁ ଦ୍ଵିପ୍ରହର 12:30 ମିନିଟ ପର୍ଯ୍ୟନ୍ତ
ସମୟ : 3 ଘଣ୍ଟା 49 ମିନିଟ
ମହାପୁଣ୍ୟ କାଳ ମୁହୂର୍ତ: ସକାଳ 08:40 ମିନିଟ ରୁ 09:04 ମିନିଟ ପର୍ଯ୍ୟନ୍ତ
ସମୟ : 0 ଘଣ୍ଟା 24 ମିନିଟ
ସଂକ୍ରାନ୍ତିର କ୍ଷଣ: ସକାଳ 08: 40 ମିନିଟ
ମକର ସଂକ୍ରାନ୍ତି ଦିନ ଗଙ୍ଗା ସ୍ନାନର ମୁହୂର୍ତ: ସକାଳ 09:03 ମିନିଟ ରୁ ସକାଳ 10: 48 ମିନିଟ ପର୍ଯ୍ୟନ୍ତ
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ମକର ସଂକ୍ରାନ୍ତିର ଧାର୍ମିକ ମହତ୍ଵ
ମକର ସଂକ୍ରାନ୍ତିକୁ ସନତାନ ଧର୍ମର ପ୍ରମୁଖ ପର୍ବ କୁହାଯାଏ ଓ ଏହି ଦିନ ଦାଂ ଏବଂ ପବିତ୍ର ନଦୀରେ ସ୍ନାନ କରିବା ଶୁଭ ହୋଇଥାଏ। ଏହି ପର୍ବ ସହିତ ଜଡ଼ିତ ପୌରଣିକ ମାନ୍ୟତା ଅଛି ଯାହା ହେଉଛି ସୂର୍ଯ୍ୟ ଦେବ ମକର ସଂକ୍ରାନ୍ତି ଦିନ ନିଜର ରଥରେ ଅର୍ଥର ଗଧକୁ ବାହାର କରି ପୁନର୍ବାର ସତୋଟି ଘୋଡ଼ା ଉପରେ ବସି ଚାରି ଦିଗରେ ଭ୍ରମଣ କରନ୍ତି। ଏହି ସମୟରେ ସୂର୍ଯ୍ୟଙ୍କର ପ୍ରଭାବ ବୃଦ୍ଧି ପାଇଥାଏ।
Read in English : Horoscope 2025
କୁହାଯାଏ ଯେ ମକର ସଂକ୍ରାନ୍ତିର ଶୁଭ ଅବସରରେ ସମସ୍ତ ଦେବତା ପୃଥିବୀକୁ ଆସନ୍ତି ଏବଂ ଆତ୍ମାମାନେ ମୁକ୍ତି ପାଆନ୍ତି। ଏହି ଦିନ ସୂର୍ଯ୍ୟ ଭଗବାନଙ୍କୁ ପୂଜା କରି ଜଣେ ପ୍ରଭୁ ସୂର୍ଯ୍ୟଙ୍କ ଆଶୀର୍ବାଦ ପ୍ରାପ୍ତ ପାଇପାରିବ। ମକର ସଂକ୍ରାନ୍ତିରେ ଦାନ କରିବା ସହିତ ହରଡ଼ ଡାଲିରେ ତିଆରି ଖେଚେଡ଼ି ଖାଇବା ଦ୍ୱାରା ବ୍ୟକ୍ତି ଭଗବାନ ସୂର୍ଯ୍ୟ ଏବଂ ଶନି ଦେବଙ୍କ ଆଶୀର୍ବାଦ ଗ୍ରହଣ କରିଥାଏ। ଏହା କରିବା ଦ୍ୱାରା, ଶନି ଦୋଷ ସମାଧାନ ହୁଏ ଏବଂ ଖେଚେଡ଼ି ଭୋଗ ଲଗାଇବା ଦ୍ବାରା ମଧ୍ୟ ଶୁଭ ଫଳ ମିଳେ।
ଜ୍ୟୋତିଷୀୟ ଦୃଷ୍ଟିରୁ ମକର ସଂକ୍ରାନ୍ତି
ଜ୍ଯୋତିଷଶାସ୍ତ୍ରରେ ସୂର୍ଯ୍ୟ ଦେବଙ୍କୁ ଗ୍ରହଙ୍କର ରାଜା କୁହଯାଏ ଓ ସମସ୍ତ ଗ୍ରହଙ୍କର ଅଧିପତି ମଧ୍ୟ କୁହଯାଏ। ବର୍ଷରେ ଠାରେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମହାରାଜ ନିଜର ପୁତ୍ର ଶନିଙ୍କ ସହିତ ଦେଖା କରିବା ପାଇଁ ତାଙ୍କ ଘରକୁ ଯାଆନ୍ତି। ସରଳ ଶବ୍ଦରେ କହିଲେ, ସୂର୍ଯ୍ୟଙ୍କର ଗୋଚର ମକର ରାଶିରେ ହୋଇଥାଏ ଓ ମକର ରାଶିର ସ୍ବାମୀ ଶନି ଦେବ। ଏପରି ସ୍ଥିତିରେ, ମକା ରାଶିରେ ସୂର୍ଯ୍ୟଙ୍କର ପ୍ରଭାବ ସମସ୍ତ ପ୍ରକାର ନକରାତ୍ମକ ନାଶ କରିଥାଏ। में
ଅନଲାଇନ ସଫ୍ଟୱେୟାର୍ରୁ ମାଗଣା ଜନ୍ମ କୁଣ୍ଡଳୀ ପ୍ରାପ୍ତ କରନ୍ତୁ
ମକର ସଂକ୍ରାନ୍ତି ରୁ ଆରମ୍ଭ ହୋଇଯିବ ଶୁଭ କାର୍ଯ୍ୟ
ସୂର୍ଯ୍ୟଙ୍କର ଧନୁ ରାଶିରେ ଗୋଚର ସହିତ ଖରମାସ ଲାଗିଯାଏ ଓ ଏହି ପରକାର, ଗୋଟିଏ ମାସ ପର୍ଯ୍ୟନ୍ତ ଶୁଭ କାର୍ଯ୍ୟ ବର୍ଜିତ ହୁଏ। ଏପରି ସ୍ଥିତିରେ, ସୂର୍ଯ୍ୟମଳର ମକର ରାଶିରେ ଗୋଚର ସହିତ ଖରମାସ ସମାପ୍ତ ହେବ। ପୁଣିଥରେ ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟ ଯେପରି ବିବାହ, ନିର୍ବନ୍ଧମ୍ ଗୃହ ପ୍ରବେଶ ଓ ମୁଣ୍ଡନ କାର୍ଯ୍ୟ କରାଯାଇ ପାରିବ।
ମକର ସଂକ୍ରାନ୍ତି ଦିନ ପାଳନ ହେଉଥିବା ପ୍ରସିଦ୍ଧ ପର୍ବ
ଜାନୁଆରୀରେ ପଡ଼ୁଥିବା ପର୍ବ ମକର ସଂକ୍ରାନ୍ତି ଦିନ ଅନେକ ପର୍ବ ପାଳନ ହୁଏ। ଏହି ପର୍ବ ସବୁ କ’ଣ ଓ କିପରି ପାଳନ ହୁଏ, ଆସନ୍ତୁ ଜାଣିବା।
ଉତ୍ତରାୟଣ: ଉତ୍ତରାୟଣ ଭଗବାନ ସୂର୍ଯ୍ୟଙ୍କ ସହିତ ସମ୍ବନ୍ଧିତ ଅଟେ ଓ ଏହି ଦିନ ସୂର୍ଯ୍ୟ ଦେବଙ୍କର ପୂଜା କରିବାର ବିଧି ଅଛି। ଏହି ପର୍ବ ମୁଖ୍ୟ ଭାବରେ ଗୁଜୁରାଟରେ ପାଳନ ହୁଏ ଯେଉଁଠି ଏହି ଦିନ ବିଭିନ୍ନ ପ୍ରକାରର ଗୁଡ଼ି ଉଡ଼ାଯାଏ।
ପୋଙ୍ଗଲ: ଦକ୍ଷିଣ ଭାରତର ପ୍ରମୁଖ ପର୍ବ ଯାହା ମୁଖ୍ୟତଃ କେରଳ, ଆନ୍ଧ୍ରାପ୍ରଦେଶ ଓ ତାମିଲନାଡୁରେ ପାଳନ ହୁଏ। ଏହି ପର୍ବ କୃଷିଙ୍କ ସହିତ ଜଡ଼ିତ କାରଣ ଏହି ଦିନ ଧାନ କାଟିବା ପରେ ଲୋକ ପୋଙ୍ଗଲ ପାଳନ୍ତି। ପୋଙ୍ଗଲ ଦିନ ସୂର୍ଯ୍ୟ ଓ ଇନ୍ଦ୍ର ଦେବଙ୍କର ପୂଜା କରାଯାଏ ଓ ଭଲ ଫସଲ ଓ ବର୍ଷା ପାଇଁ ଭଗବାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରାଯାଏ। ଏହି ପର୍ବ ତିନି ଦିନ ପର୍ଯ୍ୟନ୍ତ ପାଳନ ହୁଏ।
ଫ୍ରୀ ଅନଲାଇନ ଜନ୍ମ କୁଣ୍ଡଳୀ ସଫ୍ଟୱେୟାର୍ ରୁ ଜାଣନ୍ତୁ ନିଜର କୁଣ୍ଡଳୀର ସମ୍ପୂର୍ଣ ସୂଚନା
ଲୋହରୀ: ଲୋହରି ପର୍ବ ପଞ୍ଜାବରେ ପାଳନ ହେଉଥିବା ସବୁଠାରୁ ମହତ୍ୱପୂର୍ଣ ପର୍ବ ଅଟେ ଓ ଏହାର ସମ୍ବନ୍ଧ ପଞ୍ଜାବୀ ଏବଂ ଶିଖ ଧର୍ମର ଲୋକଙ୍କ ସହିତ ଅଛି। ବଦଳୁଥିବା ସମୟ ସହିତ ଏହାର ସୌନ୍ଦର୍ଯ୍ୟ ସମଗ୍ର ଦେଶରେ ଦେଖିବାକୁ ମାଳେ। ଏହି ଦିନ ଫସଲ କଟାଯାଏ ଓ ରାତିରେ ଅଗ୍ନି ଜଳାଇ ପାଖାପାଖି ଲୋକଙ୍କ ସହିତ ଗୀତ ବୋଲା ଯାଏ।
ମାଘ କିମ୍ବା ବିହୁ: ଆସାମ ରେ ମାଘ ବିହୁ ପ୍ରତି ବର୍ଷ ମାଘ ମାସରେ ପଡ଼ୁଥିବା ସଂକ୍ରାନ୍ତି ରୁ ଗୋଟିଏ ଦିନ ପୂର୍ବରୁ ପାଳନ ହୁଏ। ଆସାମରେ ଏହି ଦିନ ସୋରିଷ, ଚାଉଳ, ନଡ଼ିଆ ଓ ଗହମର ଭଲ ଚାଷ ହୁଏ ସେଥିପାଇଁ ଏହି ସମୟରେ ଅନେକ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଭୋଗଳି ବିହୁ ଦିନ ଟେକଲୀ ନାମକ ଏକ ଖେଳ ଖେଳିବାର ପରମ୍ପାର ଅଛି।
ଘୁଘୁତୀ: ଉତ୍ତରାଖଣ୍ଡ ରେ ମକର ସଂକ୍ରାନ୍ତି ଦିନ ଘୁଘୁତୀ ପର୍ବକୁ ଧୁମଧାମ ସହିତ ପାଳନ କରାଯାଏ। ଏହା ପ୍ରବାସୀ ପକ୍ଷୀଙ୍କର ସ୍ବାଗତର ପ୍ରତୀକ କୁହଯାଏ ଓ ଏହି ଦିନ ଲୋକ ଅଟା ଓ ଗୁଡ଼ରେ ତିଆରି ମିଠା ପ୍ରସ୍ତୁତ କରନ୍ତି ଓ କୁଆଙ୍କୁ ଖୁଆନ୍ତି।
ଏବେ ଆମେ ଆପଣଙ୍କୁ କହିବୁ ମକର ସଂକ୍ରାନ୍ତି ଦିନ କରାଯାଉଥିବା ପ୍ରତିକାର ବିଷୟରେ।
हिंदी में पढ़े : राशिफल २०२५
ମକର ସଂକ୍ରାନ୍ତି ଦିନ ନିଶ୍ଚିତ କରନ୍ତୁ ଏହି ପ୍ରତିକାର
- ମକର ସଂକ୍ରାନ୍ତି 2025 ଦିନ ପ୍ରାତଃ କାଳରେ ଘରର ମୁଖ୍ୟ ଦ୍ବାର ସଫା କରି ଦ୍ବାରର ଦୁଇ ପଟେ ହଳଦୀ ପାଣି ଛିଞ୍ଚିବା ଉଚିତ। ଏହା ପରେ, ସୂର୍ଯ୍ୟ ଦେବଙ୍କୁ ପରଣାମ କରନ୍ତୁ।
- ମକର ସଂକ୍ରାନ୍ତି ଦିନ ଗଙ୍ଗା ଜଳ ରେ ସ୍ନାନ କରିବା ଦ୍ବାରା ଜାତକରେ ସୂର୍ଯ୍ୟଙ୍କର ସ୍ଥିତି ଦୃଢ଼ ହୋଇଥାଏ। ଏହି ଦିନ ଘରର ମନ୍ଦିରରେ ସ୍ଥାପିତ ଦେବା-ଦେବୀଙ୍କୁ ନୂଆ ବସ୍ତ୍ର ପିନ୍ଧାଇବା ଉଚିତ।
- ମକର ସଂକ୍ରାନ୍ତି ଦିନ ଲୁଣ, ତେଲ, ଗରମ ବସ୍ତ୍ର, ସୋରିଷ, ଚାଉଳ, ଆଳୁ, ଗୁଡ଼ ଓ ଧନ ଇତ୍ୟାଦି ଗରିବ, ଅଭାବି କିମ୍ବା କୌଣସି ବ୍ରାହ୍ମଣଙ୍କୁ ଦାନ କରିବା ଉଚିତ।
ମକର ସଂକ୍ରାନ୍ତି ଦିନ ରାଶି ଅନୁସାରେ କରନ୍ତୁ ଦାନ, ସୁଖ-ସମୃଦ୍ଧିର ମିଳିବ ଆଶୀର୍ବାଦ
ମେଷ ରାଶି: ମେଷ ରାଶିର ଲୋକଙ୍କୁ ମକର ସଂକ୍ରାନ୍ତି ଦିନ ଗୁଡ଼ ଓ ବାଦାମ ଦାନ କରିବା ଉଚିତ।
ବୃଷ ରାଶି: ମକର ସଂକ୍ରାନ୍ତି ଦିନ ବୃଷ ରାଶିର ଲୋକ ଧଳା ସୋରିଷରେ ତିଆରି ଲଡୁ ଦାନ କରିବା ଉଚିତ।
ମିଥୁନ ରାଶି: ମିଥୁନ ରାଶିର ଲୋକଙ୍କ ପାଇଁ ଏହି ଦିନ ସବୁଜ ପାରିବା ଦାନ କରିବା ଶୁଭ ରହିବ।
କର୍କଟ ରାଶି: କର୍କଟ ରାଶିର ଲୋକ ମକର ସଂକ୍ରାନ୍ତି ଦିନ ଚାଉଳ ଓ ହରଡ଼ ଡାଲି ଦାନ କରିବା ଉଚିତ।
ସିଂହ ରାଶି: ସିଂହ ରାଶିର ଲୋକଙ୍କୁ ଏହି ତିଥିରେ ଗୁଡ଼, ମହୁ ଓ ବାଦାମ ଦାନ କରିବା ଉଚିତ।
କନ୍ୟା ରାଶି: ମକର ସଂକ୍ରାନ୍ତି ଦିନ ଆପଣ ଗରିବ ଏବଂ ଅଭାବି ଲୋକଙ୍କୁ ମୋସାମ୍ବୀ ଫଳ ଓ ପାରିବା ଦାନ କରନ୍ତୁ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ତୁଳା ରାଶି: ମକର ସଂକ୍ରାନ୍ତି ଦିନ ତୁଳା ରାଶିର ଲୋକଙ୍କ ପାଇଁ ଦହି, ଧଳା ସୋରିଷ ଓ ଚୂଡ଼ା ଦାନ କରିବା ଶ୍ରେଷ୍ଠ ରହିବ।
ବିଛା ରାଶି: ଏହି ଲୋକ ଏହି ଦିନ ଚିକ୍କି, ମହୁ ଓ ଗୁଡ଼ ଦାନ କରନ୍ତୁ।
ଧନୁ ରାଶି: ଧନୁ ରାଶିର ଲୋକଙ୍କୁ ମକର ସଂକ୍ରାନ୍ତି ଦିନ କଦଳୀ, ହଳଦୀ ଓ ଧନ ଦାନ କରିବା ଉଚିତ।
ମକର ରାଶି: ଏହି ଲୋକଙ୍କ ପାଇଁ ମକର ସଂକ୍ରାନ୍ତି ଦିନ ଚାଉଳ ଓ ହରଡ଼ ଡାଲି ଦାନ କରିବା ଶ୍ରେଷ୍ଠ ରହିବ।
କୁମ୍ଭ ରାଶି: କୁମ୍ଭ ରାଶିର ଲୋକ ଏହି ଦିନ ସୋରିଷ, କଳା କମ୍ବଳ ଓ ଗୁଡ଼ ଦାନ କରିବା ଉଚିତ।
ମୀନ ରାଶି: ମୀନ ରାଶିର ଲୋକ ମକର ସଂକ୍ରାନ୍ତି ଦିନ ବସ୍ତ୍ର ଓ ଧନ ଗରିବ ଏବଂ ଅଭାବି ଲୋକଙ୍କୁ ଦାନ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ଲୋହରି 2025ରେ କେବେ ପଡ଼ୁଛି?
ବର୍ଷ 2025 ରେ ଲୋହରୀ ପର୍ବ 13 ଜାନୁଆରୀ 2025ରେ ପାଳନ ହେବ।
2. ସୂର୍ଯ୍ୟଙ୍କର ମକର ରାଶିରେ ଗୋଚର କେବେ ହେବ?
ମକର ରାଶିରେ ସୂର୍ଯ୍ୟ ଦେବ 14 ଜାନୁଆରୀ 2025 ଦିନ ପ୍ରବେଶ କରିବେ।
3. ଖରମାସ କେବେ ସମାପ୍ତ ହେବ?
ବର୍ଷ 2025 ରେ ସୂର୍ଯ୍ୟଙ୍କର ମକର ରାଶିରେ ପ୍ରବେଶ କରିବା ସହିତ ଖରମାସର ଅନ୍ତ ହେବ ଅର୍ଥାତ 14 ଜାନୁଆରୀ 2025 ରୁ ଶୁଭ କାର୍ଯ୍ୟ ଆରମ୍ଭ କରିହେବ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






