ହନୁମାନ ଜୟନ୍ତୀ 2025
ଚୈତ୍ର ମାସର ହିନ୍ଦୁ ଧର୍ମରେ ବିଶେଷ ମହତ୍ଵ ଅଛି କାରଣ ଏହି ମାସରେ ଅନେକ ବଡ଼ ଏବଂ ପ୍ରମୁଖ ପର୍ବ ପାଳନ କରାଯାଏ। ଏହି କ୍ରମରେ ହନୁମାନଙ୍କର ଭକ୍ତଙ୍କୁ ଚୈତ୍ର ମାସର ଅପେକ୍ଷା ରହିଥାଏ କାରଣ ଏହି ମାସରେ ହନୁମାନ ଜୟନ୍ତୀ ପଡ଼େ। ଭଗବାନ ହନୁମାନଙ୍କର ଜନ୍ମୋତ୍ସବ ରଉପରେ ହନୁମାନ ଜୟନ୍ତୀ ପାଳନ କରାଯାଏ। କହି ରଖୁଛୁ ଯେ ହନୁମାନ ଭଗବାନ ରାମଙ୍କର ପରମ ଭକ୍ତ ଓ ତାଙ୍କର ପୂଜା-ଅର୍ଚନା କରିବା ଦ୍ବାରା ଭକ୍ତଙ୍କ ଜୀବନରେ ସମସ୍ତ ପ୍ରକାରର ସଙ୍କଟ ଓ ବାଧାର ନିବାରଣ ହୋଇଥାଏ। କୁହାଯାଏ ଯେ ହନୁମାନଙ୍କର ଆରାଧନା କରିବା ଦ୍ବାରା ଭକ୍ତଙ୍କର ସବୁ ଭୟ ଓ ପୀଡ଼ା ଶେଷ ହୁଏ। ହନୁମାନ ଜୟନ୍ତୀ 2025 ଚୈତ୍ର ପୁର୍ଣିମା ରୂପରେ ମଧ୍ୟ ପାଳନ ହେବ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ହନୁମାନ ଜୟନ୍ତୀର ତାରିଖ, ମୁହୂର୍ତ୍ତ, ଏହାର ମହତ୍ତ୍ୱ ଏବଂ ସଠିକ୍ ପୂଜା ବିଧି ବିଷୟରେ ସଠିକ୍ ସୂଚନା ଦେବା ପାଇଁ ଆଷ୍ଟ୍ରୋସେଜ୍ ଏଆଇ ନିଜର ପାଠକମାନଙ୍କ ପାଇଁ "ହନୁମାନ ଜୟନ୍ତୀ 2025" ଉପରେ ଏହି ସ୍ୱତନ୍ତ୍ର ଲେଖା ଆଣିଛି। ଏହି ଦିନ କେଉଁ ପ୍ରତିକାର କରିବା ଦ୍ବାରା ଆପଣ ହନୁମାନଙ୍କର ଆଶୀର୍ବାଦ ପାଇବା ସହିତ ନକରାତ୍ମକ ଶକ୍ତି ରୁ ସୁରକ୍ଷା ପାଇବେ ସେହି ବିଷୟରେ ମଧ୍ୟ କୁହାଯାଇଛି। ତେବେ ଚାଲନ୍ତୁ ଡେରି ନ କରି ଆରମ୍ଭ କରିବା ଏହି ଲେଖା।
ହନୁମାନ ଜୟନ୍ତୀ: ତିଥି ଏବଂ ମୂହୁର୍ତ୍ତ
ଭଗବାନ ହନୁମାନଙ୍କୁ ଆଠ ଚିରଞ୍ଜିବୀଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ ଏବଂ ତାଙ୍କର ବିଶେଷ ଆଶୀର୍ବାଦ ପାଇବା ପାଇଁ ହନୁମାନ ଜୟନ୍ତୀର ଦିନ ସର୍ବଶ୍ରେଷ୍ଠ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ହନୁମାନ ଚୈତ୍ର ମାସର ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ଜନ୍ମଗ୍ରହଣ କରିଥିଲେ, ତେଣୁ ଏହି ତାରିଖକୁ ହନୁମାନ ଜୟନ୍ତୀ ଭାବରେ ମହା ଆନନ୍ଦରେ ପାଳନ କରାଯାଏ। ଏହି ଦିନ ଭକ୍ତଙ୍କ ଦ୍ବାରା ହନୁମାନଙ୍କର ଆରାଧନା କରାଯାଏ ଓ ତାଙ୍କ ପାଇଁ ବ୍ରତ ରଖାଯାଏ। ଆପଣଙ୍କୁ କହି ରଖୁଛୁ ଯେ ହନୁମାନ ଜୟନ୍ତୀ ଚୈତ୍ର ମାସର ପୂର୍ଣ୍ଣିମା ତିଥିରେ ପଡ଼େ, ତେଣୁ ଏହି ଦିନ ଚୈତ୍ର ପୂର୍ଣ୍ଣିମାର ଉପବାସ ମଧ୍ୟ ପାଳନ କରାଯାଏ। ଉତ୍ତର ଓ ଦକ୍ଷିଣ ଭାରତରେ ହନୁମାନ ଜୟନ୍ତୀ ତିଥିରେ ଅନ୍ତର ଦେଖିବାକୁ ମିଳେ। ଏହି କଥା ବିଷୟରେ ଆମେ ପରେ ଚର୍ଚା କରିବା, ତାହା ପୂର୍ବରୁ ଜାଣିନେବା ହନୁମାନ ଜୟନ୍ତୀର ସଠିକ ତିଥି।
ହନୁମାନ ଜୟନ୍ତୀ ତିଥି: 12 ଅପ୍ରିଲ 2025, ଶନିବାର
ପୁର୍ଣିମା ତିଥିର ଆରମ୍ଭ: 12 ଅପ୍ରିଲ 2025 ରାତି 03:24 ମିନିଟ ରେ,
ପୁର୍ଣିମା ତିଥିର ଶେଷ: 13 ଅପ୍ରିଲ 2025ସକାଳ 05:54 ମିନିଟ ପର୍ଯ୍ୟନ୍ତ
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ହନୁମାନ ଜୟନ୍ତୀର ଧାର୍ମିକ ମହତ୍ଵ
ହନୁମାନଙ୍କୁ ରାମଙ୍କର ସବୁଠାରୁ ବଡ଼ ଭକ୍ତର ମାନ୍ୟତା ମିଳିଛି ଏବଂ ତାଙ୍କୁ ସାହସ ଏବଂ ନିର୍ଭୀକତାର ପ୍ରତୀକ ଭାବରେ ବିବେଚନା କରାଯାଏ। ତାଙ୍କ ପିତା କେଶରୀ ଏବଂ ମାତା ଅଞ୍ଜନୀ। ସଙ୍କଟମୋଚନଙ୍କୁ ଭଗବାନ ଶିବଙ୍କର ଏକାଦଶ ଅବତାର ବୋଲି ବିବେଚନା କରାଯାଏ। ଆମେ ସମସ୍ତେ ଏହି କଥା ଭଲ ଭାବରେ ଜାଣୁ ଯେ ହିନ୍ଦୁ ଧର୍ମରେ ମହାକାବ୍ୟ ରାମାୟଣରେ ହନୁମାନ ମହତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିଲେ। ବଜରଙ୍ଗବଲୀଙ୍କ ଶକ୍ତି, ଭକ୍ତି ଏବଂ ବୀରତ୍ୱ ପ୍ରଭୁ ରାମଙ୍କୁ ରାବଣ ବିରୁଦ୍ଧରେ ଯୁଦ୍ଧ ଜିତିବାରେ ସାହାଯ୍ୟ କରିଥିଲେ।
ଭକ୍ତି ଓ ନିଷ୍ଠାର ପ୍ରତିକ ରୂପରେ ହନୁମାନଙ୍କର କୃପା ଏବଂ ସ୍ନାନିଧ୍ୟ ପାଇବା ପାଇଁ ହନୁମାନ ଜୟନ୍ତୀ ଦିନ ସର୍ବଶ୍ରେଷ୍ଠ ହୋଇଥାଏ। ତାଙ୍କୁ ଆଠ ଚିରଞ୍ଜିବୀଙ୍କ ମଧ୍ୟରେ ଗଣନା କରାଯାଏ ଯେଉଁମାନେ କଳିଯୁଗରେ ମଧ୍ୟ ନିଜ ଭକ୍ତମାନଙ୍କୁ ପ୍ରତ୍ୟେକ ବିପଦରୁ ରକ୍ଷା କରନ୍ତି। କୁହାଯାଏ ଯେ ଏହି ଦିନ ଶ୍ରଦ୍ଧାପୂର୍ବକ ଓ ସ୍ବଚ୍ଛ ମନରେ ପୂଜା କରିବା ଭକ୍ତଙ୍କ ପାଇଁ ଫଳଦାୟୀ ପ୍ରମାଣିତ ହେବ। ହନୁମାନ ଜୟନ୍ତୀ ଦିନ ଦେଶ ସାରା ହନୁମାନ ମନ୍ଦିରରେ ପୂଜା-ପାଠ, ଧାର୍ମିକ ଏବଂ ଅନୁଷ୍ଠାନ ଏବଂ ଭଣ୍ଡାରର ଆୟୋଜନ କରାଯାଏ। ସାଙ୍ଗେର, ହନୁମାନଙ୍କର ଜନ୍ମ କଥା ଓ ଲୀଳା ପାଠ କରାଯାଏ।
ହନୁମାନ ପୂଜାରର ଲାଭ
ହନୁମାନ ଜୟନ୍ତୀ ଏକ ବହୁତ ଶୁଭ ଦିନ। ସଙ୍କଟମୋଚନଙ୍କର କୃପା ପାଇବା ସହିତ ନିଜର ସମସ୍ଯାର ସମାଧାନ ପ୍ରାପ୍ତ କରିବା ପାଇଁ ଏହି ଦିନ ଶୁଭ। ଏପରି ବିଶ୍ବାସ ଅଛି ଯେ ହନୁମାନ ଜନ୍ମୋତ୍ସବ ଦିନ ବଜରଙ୍ଗବାଲିଙ୍କର ପାଇଁ ବ୍ରତ ଏବଂ ପୂଜା କରିବା ଦ୍ବାରା ଭକ୍ତର ଜୀବନରୁ ସମସ୍ତ ଦୁଃଖ ଓ ସଙ୍କଟ ନାଶ ହୁଏ। କୁହାଯାଏ ଯେ ଏହି ଦିନ ହନୁମାନ ପୂଜା ସମୟରେ ବାୟୁପୁତ୍ରଙ୍କୁ ସିନ୍ଦୁର ଅର୍ପଣ କରିବା ଉଚିତ, ନଚେତ୍ ପୂଜା ଅପୂର୍ଣ୍ଣ ରହିଥାଏ। ଏହା କରିବା ଦ୍ୱାରା ଭକ୍ତ ଆର୍ଥିକ ସମସ୍ୟାରୁ ମୁକ୍ତି ପାଆନ୍ତି ଏବଂ ନକାରାତ୍ମକ ଶକ୍ତିରୁ ସୁରକ୍ଷା ପାଆନ୍ତି।
ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ଦୁଇ ଥର କାହିଁକି ପାଳନ ହେବ ହନୁମାନ ଜୟନ୍ତୀ ଏହି ବର୍ଷ?
ଆପଣଙ୍କୁ ଏହି କଥା ଆଶ୍ଚର୍ଯ୍ୟ କରିପାରେ ଯେ ଗୋଟିଏ ବର୍ଷରେ ଦୁଇ ଥର ହନୁମାନ ଜୟନ୍ତୀ ପାଳନ କରାଯାଏ। ପ୍ରଥମ ଚୈତ୍ର ପୁର୍ଣିମା ଦିନ ଓ ଦ୍ଵିତୀୟ ଟି କାର୍ତିକ ମାସର ଚତୁର୍ଦଶି ତିଥିରେ। ଧାର୍ମିକ ଗ୍ରନ୍ଥ ଅନୁସାରେ, ହନୁମାନଙ୍କର ଜନ୍ମ କାର୍ତିକ ମାସର କୃଷ୍ଣ ପକ୍ଷର ଚତୁର୍ଦଶି ଦିନ ଦେବି ଅଞ୍ଜନୀଙ୍କର ଗର୍ଭରୁ ହୋଇଥିଲା। ଅନ୍ୟପକ୍ଷରେ, ହନୁମାନ ଜୟନ୍ତୀ ପଛରେ ଏକ କାହାଣୀ ଅଛି ଯେଉଁଥିରେ କୁହାଯାଏ ଯେ ଥରେ ହନୁମାନ ସୂର୍ଯ୍ୟଙ୍କୁ ଫଳ ଭାବି ଗିଳି ଦେଇଥିଲେ ଏବଂ ଏଥିରେ କ୍ରୋଧିତ ହୋଇ ଇନ୍ଦ୍ରଦେବ ହନୁମାନଙ୍କୁ ତାଙ୍କ ବଜ୍ରପାତରେ ଆଘାତ କରିଥିଲେ ଯାହା ଫଳରେ ସେ ବେହୋସ ହୋଇ ପଡ଼ିଥିଲେ। ତା’ପରେ ପବନ ଦେବ କ୍ରୋଧିତ ହେବା ପରେ ବ୍ରହ୍ମା ଏବଂ ସମସ୍ତ ଦେବୀ-ଦେବତା ବଜରଙ୍ଗବଳୀଙ୍କୁ ଜୀବଦାନ କରିଥିଲେ, ସେହି ସମୟରୁ ଏହି ଦିନଟିକୁ ହନୁମାନ ଜୟନ୍ତୀ ଭାବରେ ପାଳନ କରାଯିବା ଆରମ୍ଭ ହୋଇଥିଲା।
ଅନଲାଇନ ସଫ୍ଟୱେୟାରରୁ ମାଗଣା ଜନ୍ମ କୁଣ୍ଡଳୀ ପ୍ରାପ୍ତ କରନ୍ତୁ
ହନୁମାନ ଜୟନ୍ତୀର ପୂଜା ବିଧି
ହନୁମାନ ଜୟନ୍ତୀ 2025ର ଶୁଭ ଅବସରରେ ହନୁମାନଙ୍କ ପୂଜା କରିବାର ବିଧି ନିମ୍ନରେ ଦିଆଯାଇଛି :
- ପ୍ରାତଃ କଳାରେ ସ୍ନାନ-ଧ୍ୟାନ ସାରି ବ୍ରତର ସଂକଳ୍ପ ନେଇ ପୂଜା ସ୍ଥାନ ସଫା କରନ୍ତୁ।
- ପୂଜା ସ୍ଥାନରେ ନାଲି କପଡ଼ା ପକାଇ ହନୁମାନଙ୍କର ଚିତ୍ର କିମ୍ବା ମୂର୍ତି ସ୍ଥାପନା କରନ୍ତୁ।
- ଏହା ପରେ ବଜରଙ୍ଗବାଲିଙ୍କ ସାମ୍ନାରେ ଘିଅ ଦୀପ ଜାଳନ୍ତୁ ଓ ଧୂପ, ଦୀପ ରଖନ୍ତୁ।
- ଏବେ ହନୁମାନଜୀଙ୍କୁ ଅନାମିକା ଆଙ୍ଗୁଠିରେ ତିଳକ ଲଗାନ୍ତୁ ଏବଂ ତାଙ୍କୁ ସିନ୍ଦୁର, ଚନ୍ଦନ ସୁଗନ୍ଧ ଏବଂ ଫୁଲର ପୂଜା ସାମଗ୍ରୀ ଅର୍ପଣ କରନ୍ତୁ।
- ପଞ୍ଚୋପଚାର ପୂଜା ପରେ, ସଙ୍କଟମୋଚନଙ୍କୁ ନୈବେଦ୍ୟ ଅର୍ପଣ କରନ୍ତୁ |
- ବାୟୁପୁତ୍ର ହନୁମାନଙ୍କୁ ପୂଜା କରିବା ପରେ ତାଙ୍କୁ ପ୍ରସାଦ ଭାବରେ ଗୁଡ଼ ଏବଂ ଚଣା ଅର୍ପଣ କରନ୍ତୁ ।
- ଆରତୀ କରିବା ପରେ ସମସ୍ତଙ୍କୁ ପ୍ରସାଦ ଦିଅନ୍ତୁ ଓ ଆପଣ ମଧ୍ୟ ତାହା ସେବନ କରନ୍ତୁ।
କ୍ୟାରିଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ହନୁମାନ ଜୟନ୍ତୀ ପାଇଁ ମନ୍ତ୍ର, ପ୍ରିୟ ଭୋଗ ଓ ଫୂଳ
ହନୁମାନ ମନ୍ତ୍ର
ଓଁ ହନୁ ହନୁ ହନୁ ହନୁମତେ ନମଃ
ହନୁମାନଙ୍କର ପ୍ରିୟ ଭୋଗ
ଜାନୁମାନ ଜୟନ୍ତୀ ଦିନ ଭଗବାନ ହନୁମାନଙ୍କର କୃପା ପାଇବା ପାଇଁ ଆପଣ ବେସନ, କଦଳୀ କିମ୍ବା ବୁନ୍ଦି ଲଡ଼ୁ ଭୋଗ କରିପାରିବେ।
ହନୁମାନ ଜୟନ୍ତୀ ଦିନ ଅର୍ପଣ କରନ୍ତୁ ଏହି ଫୂଳ
ହନୁମାନ ଜୟନ୍ତୀ ଦିନ ହନୁମାନ ପୂଜା ପାଇଁ ନାଲି କିମ୍ବା ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ଓ ତାଙ୍କ ପୂଜାରେ ନାଲି ଗୋଲାପ ଫୂଳ ଅର୍ପଣ କରନ୍ତୁ।
ହନୁମାନ ଜୟନ୍ତୀ ଦିନ କରନ୍ତୁ ଏହି ସରଳ ପ୍ରତିକାର
- ଘରେ ଧନର ପ୍ରବାହ ରଖିବା ପାଇଁ ହନୁମାନ ଜୟନ୍ତୀ ଦିନ ହନୁମାନଙ୍କ ମନ୍ଦିର ଯିବା ଆରମ୍ଭ କରନ୍ତୁ ଓ ଆଗାମୀ 9ଟି ମଙ୍ଗଳବାର ପର୍ଯ୍ୟନ୍ତ ଏକ ପଇତା ଓ ଏକ ପାନ ଅର୍ପଣ କରନ୍ତୁ।
- ରୋଗରୁ ମୁକ୍ତି ପାଇବା ପାଇଁ ହନୁମାନ ଜୟନ୍ତୀ ଦିନ ସୂର୍ଯ୍ୟଦୟ ସମୟରେ ହନୁମାନ ମନ୍ଦିର ଯାଇ ବଜରଙ୍ଗବାଲିଙ୍କୁ ଦଣ୍ଡବତ କରନ୍ତୁ ।
ଏଠାରେ ଜାଣନ୍ତୁ ବର୍ଷ 2025ର ସମସ୍ତ ବିଶେଷ ଶୁଭ ମୁହୂର୍ତ ଏବଂ ତିଥି !
ସୁରକ୍ଷା ପ୍ରାପ୍ତି ପାଇଁ ହନୁମାନ ଜୟନ୍ତୀ ଦିନ କରନ୍ତୁ ରାଶି ଅନୁସାରେ ଉପାୟ
ମେଷ ରାଶି
ସାହାସ, ଦୃଢ଼ତା ଓ ସଫଳତା ପ୍ରାପ୍ତ କରିବା ପାଇଁ ହନୁମାନ ଜୟନ୍ତୀରେ ମେଷ ରାଶିର ଲୋକ ହନୁମାନ ଚାଲିସା 11 ଥର ପାଠ କରନ୍ତୁ ଓ ହନୁମାନଙ୍କୁ ନାଲି ଫୂଳ ଚଢ଼ାନ୍ତୁ।
ବୃଷ ରାଶି
ବୃଷ ରାଶିର ବ୍ୟକ୍ତିମାନେ ନିଜ କ୍ୟାରିୟରରେ ସ୍ଥିରତା ଏବଂ ପ୍ରଗତି ପାଇଁ ଭଗବାନ ହନୁମାନଙ୍କୁ ସିନ୍ଦୁର ଏବଂ ଗୁଡ଼ ଅର୍ପଣ କରିବା ଉଚିତ। ଏହା ସହିତ, ବଜରଙ୍ଗ ବାଣ ପାଠ କରନ୍ତୁ।
ମିଥୁନ ରାଶି
ହନୁମାନ ଜୟନ୍ତୀ 2025ରେ ମିଥୁନ ରାଶିର ବ୍ୟକ୍ତିମାନେ ହନୁମାନ ଅଷ୍ଟକ ୧୦୮ ଥର ପାଠ କରିବା ଉଚିତ ଏବଂ ବଜରଙ୍ଗବଳୀଙ୍କୁ ସବୁଜ ଚଣା ଅର୍ପଣ କରିବା ଉଚିତ।
କର୍କଟ ରାଶି
କର୍କଟ ରାଶିର ଲୋକ ଏହି ଦିନ ହନୁମାନଙ୍କୁ ଖୀର ଓ ମହୁ ଚଢ଼ାନ୍ତୁ। ଜୀବନରେ ଭାବନାତ୍ମକ ସ୍ଥିରତା ପାଇବା ପାଇଁ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।
ସିଂହ ରାଶି
ସିଂହ ରାଶିର ଲୋକ ନିଜର ନେତୃତ୍ୱ ଦକ୍ଷତାକୁ ସୁଦୃଢ଼ କରିବା ପାଇଁ, ହନୁମାନ ଜୟନ୍ତୀରେ ସଙ୍କଟମୋଚନ ମନ୍ତ୍ର "ଓଁ ହନୁମତେ ନମଃ" ୧୦୮ ଥର ଜପ କରନ୍ତୁ। ଏହା ସହିତ, ହନୁମାନଙ୍କୁ ଲାଲ ଚନ୍ଦନ ଅର୍ପଣ କରନ୍ତୁ।
କନ୍ୟା ରାଶି
କନ୍ୟା ରାଶିର ଲୋକମାନେ ହନୁମାନ ଜୟନ୍ତୀ ଦିନ ୧୨ ଥର ହନୁମାନ ଦ୍ୱାଦଶ ନାମ ସ୍ତୋତ୍ର ପାଠ କରିବା ଉଚିତ। ଏହା ସହିତ, ହନୁମାନଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ।
ତୁଳା ରାଶି
ତୁଳା ରାଶିର ଲୋକ ଏହି ଦିନ ହନୁମାନ ଆରତୀ ପାଠ କରନ୍ତୁ ଓ ତାଙ୍କୁ ସୋରିଷ ତେଲ ଚଢ଼ାନ୍ତୁ।
ବିଛା ରାଶି
ବିଛା ରାଶିର ଲୋକ ଖରାପ ଶକ୍ତିରୁ ସୁରକ୍ଷା ପାଇଁ ସଙ୍କଟମୋଚନ ହନୁମାନଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ। ହନୁମାନ କବଚ 108 ଥର ପାଠ କରନ୍ତୁ।
ଧନୁ ରାଶି
ଧନୁ ରାଶିର ଲୋକ ଆର୍ଥିକ ସମୃଦ୍ଧି ପାଇଁ ହନୁମାନଙ୍କୁ ହଳଦିଆ ରଙ୍ଗର ମିଠା କିମ୍ବା ପେଡ଼ା ଭୋଗ ଲଗାନ୍ତୁ ଓ ସବୁ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଆନ୍ତୁ।
ମକର ରାଶି
ମକର ରାଶିର ଲୋକ ଭଗବାନ ହନୁମାନଙ୍କୁ ସୋରିଷ ତେଲ ଅର୍ପଣ କରନ୍ତୁ ଓ ହନୁମାନ ଚାଳିସା ପାଠ କରନ୍ତୁ।
କୁମ୍ଭ ରାଶି
କୁମ୍ଭ ରାଶିର ଲୋକ ହନୁମାନ ଜୟନ୍ତୀଦିନ ହନୁମାନଙ୍କୁ ନୀଳ ରଙ୍ଗର ଫୂଳ ଚଢ଼ାନ୍ତୁ ଓ ହନୁମାନ ଅଷ୍ଟୋତ୍ତର ଶତନାମବଳୀ 108 ଥର ପାଠ କରନ୍ତୁ।
ମୀନ ରାଶି
ମୀନ ରାଶିର ଲୋକ ହନୁମାନ ସ୍ତୋତ୍ର ପାଠ ପାଠ କରନ୍ତୁ। ସାଙ୍ଗରେ, ହନୁମାନଙ୍କୁ ଧଳା ରଙ୍ଗର ଫୂଳ ଅର୍ପଣ କରନ୍ତୁ।
ହନୁମାନ ଜନ୍ମର ପୌରଣିକ କଥା
ଧାର୍ମିକ ଗ୍ରନ୍ଥରେ ବର୍ଣିତ କଥା ଅନୁସାରେ ମାତା ଅଞ୍ଜନା ଏକ ଅପ୍ସରା ଥିଲେ ଯାହାଙ୍କୁ ଏକ ଅଭିଶାପ ଅନୁସାରେ ପୃଥିବୀରେ ଜନ୍ମ ନେବାକୁ ପଡ଼ିଥିଲା। ଦେବୀ ଅଞ୍ଜନାଙ୍କୁ ଏହି ଅଭିଶାପରୁ ମୁକ୍ତି ତେବେ ମିଳିଥିଲା ଯେବେ ସେ ନିଜର ଗର୍ଭରୁ ସନ୍ତାନକୁ ଜନ୍ମ କରିଥିଲେ। ବାଲ୍ମୀକି ରାମାୟଣରେ କୁହାଯାଇଛି ଯେ ଶ୍ରୀ ହନୁମାନଙ୍କର ପିତା ଥିଲେ କେଶରୀ ଯିଏ ସୁମେରୁର ରାଜା ଥିଲେ ଓ ବୃହସ୍ପତୀ ଦେବଙ୍କର ପୁତ୍ର ଥିଲେ। ଦେବୀ ଅଞ୍ଜନା ସନ୍ତାନ ପ୍ରାପ୍ତି ପାଇଁ 12 ବର୍ଷ ପର୍ଯ୍ୟନ୍ତ ଭଗବାନ ଶିବଙ୍କର କଠୋର ତପସ୍ୟା କରିଥିଲେ ଓ ଏହା ପରେ ସେ ହନୁମାନଙ୍କୁ ପୁତ୍ର ଭାବରେ ପ୍ରାପ୍ତ କରିଥିଲେ ସେଥିପାଇଁ ଭଗବାନ ହନୁମାନଙ୍କୁ ଶିବଙ୍କର ଅବତାର କୁହାଯାଇଛି।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. 2025 ମସିହାର ହନୁମାନ ଜୟନ୍ତୀ କେବେ?
ଏହି ବର୍ଷ ହନୁମାନ ଜୟନ୍ତୀ ପର୍ବ ୧୨ ଏପ୍ରିଲ ୨୦୨୫ ରେ ପାଳନ କରାଯିବ।
2. ଚୈତ୍ର ପୁର୍ଣିମା 2025 ରେ କେବେ ପଡ଼ୁଛି?
୨୦୨୫ ମସିହାରେ, ଚୈତ୍ର ପୂର୍ଣ୍ଣିମା ୧୨ ଏପ୍ରିଲ ୨୦୨୫ ରେ ପଡ଼ିବ।
3. ହନୁମାନଙ୍କ ପିତା କିଏ??
ଭଗବାନ ହନୁମାନଙ୍କ ପିତା ହେଉଛନ୍ତି ବାନର ରାଜା କେସରୀ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






