ବୃହସ୍ପତି ଅତିଚାରୀ

ବୃହସ୍ପତିଙ୍କର ଅତିଚାରୀ ଗୋଚର 2032 ପର୍ଯ୍ୟନ୍ତ ଚାଲିବ। ତେବେ କ’ଣ ବୃହସ୍ପତିଙ୍କର ଏହି ଚଳନ ଯୋଗୁ ଆମ ଆଖପାଖରେ ବିପଦ ରହିଛି ? ଆଷ୍ଟ୍ରୋସେଜ ଏଆଇର ଏହି ଲେଖାରେ ଆମେ ଆପଣଙ୍କୁ ଅତିଚାରୀ ବୃହସ୍ପତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ବହୁତ କମ ଜାଣିଛନ୍ତି। ଏହାକୁ ନେଇ ଆପଣଙ୍କ ମନରେ ଅନେକ ପ୍ରକରର ପ୍ରଶ୍ନ ରହିବ କିନ୍ତୁ ସର୍ବପ୍ରଥମେ ପ୍ରଶ୍ନ ଏହା ହେବ ଯେ ଏହି ବୃହସ୍ପତି ଅତିଚାରୀ ର ଅର୍ଥ କ’ଣ?

ଅତିଚାରୀ ବୃହସ୍ପତିଙ୍କର 12ଟି ରାଶି ଉପରେ ପ୍ରଭାବ

ଏକ ଗ୍ରହ ତା'ର ସାଧାରଣ ଗତି ଅପେକ୍ଷା ଟିକିଏ ଦ୍ରୁତ ଗତିରେ ଗତି କରିବାରେ ଅସୁବିଧା କ'ଣ? ଏହା ବିଷୟରେ ଏତେ କୋଳାହଳ କାହିଁକି? ଆପଣଙ୍କୁ କହିରଖୁଛୁ ଯେ ଯେତେବେଳେ କୌଣସି ଗ୍ରହ ତାର ସାଧାରଣ ଗତି ଅପେକ୍ଷା ଦ୍ରୁତ ଗତିରେ ଗତି କରେ, ଏହା ଭଲ କଥା ନୁହେଁ କିନ୍ତୁ ସବୁବେଳେ ଖରାପ ମଧ୍ୟ ନୁହେଁ। ସାଧାରଣତଃ ଏହି ସ୍ଥିତିରେ ଥିବା ଯେକୌଣସି ଗ୍ରହ ହଠାତ୍, ଅସ୍ଥିର, ଅସ୍ୱାଭାବିକ ଫଳାଫଳ ଦେଇପାରେ।

Read Here In English: Atichari Jupiter Till 2032

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ଅତିଚାରୀ ବୃହସ୍ପତି 2032 ପର୍ଯ୍ୟନ୍ତ: କ’ଣ ଅର୍ଥ

ବୈଦିକ ଜ୍ଯୋତିଷରେ ଅତିଚାରୀ ବୃହସ୍ପତିର ଅର୍ଥ ଯେବେ ଗୁରୁ ଗ୍ରହ କୌଣସି ରାଶିରେ ନିଜର ସାମାନ୍ଯ ଗତିରୁ ଅଧିକ ଶୀଘ୍ର ଗୋଚର କରନ୍ତି। ସାମାନ୍ଯ ଭାବରେ ବୃହସ୍ପତିଙ୍କୁ ଏକ ରାଶିରୁ ଅନ୍ୟ ରାଶିକୁ ଗୋଚର କରିବା ପାଇଁ 12 ରୁ 13 ମାସ ଲାଗିଥାଏ। ଯେବେ ବୃହସ୍ପତିଙ୍କର ଗତି ଶୀଘ୍ର ହୁଏ, ତେବେ ସେ ଜୀବନର ବିଭିନ୍ନ କ୍ଷେତ୍ର ଯେପରି କ୍ୟାରିଅର, ପ୍ରେମ ଜୀବନ ଓ ବିକାଶ ଉପରେ ଗଭୀର ଏବଂ ମହତ୍ୱପୂର୍ଣ ପ୍ରଭାବ ପକାନ୍ତି। ଆଟିଚାରିର ଅର୍ଥ 'ଅତି ଦ୍ରୁତ' କିମ୍ବା 'ଶୀଘ୍ର'। ବୃହସ୍ପତି ଜ୍ଞାନ, ବୁଝାମଣା ଏବଂ ସୌଭାଗ୍ୟର ପ୍ରତୀକ, ତେଣୁ ଯେତେବେଳେ ଏହା ଦ୍ରୁତ ଗତିରେ ଗତି କରନ୍ତି, ସେତେବେଳେ ଶୀଘ୍ର ଏବଂ ଗମ୍ଭୀର ଫଳାଫଳ ଦେଖାଯାଏ। ଏହି ସମୟରେ ବୃହସ୍ପତି ଦ୍ରୁତ ଗତିରେ ଗତି କରୁଛନ୍ତି ଯାହା ଦ୍ଵାରା ବୃହସ୍ପତି ତାଙ୍କର ପ୍ରାକୃତିକ ପ୍ରଭାବକୁ ହରାଇବେ। ତଥାପି, ଏହି ଦ୍ରୁତ ଗତି ଆପଣଙ୍କୁ ଭୁଲ ସୂଚନା ଦେବାକୁ ମଧ୍ୟ ବାଧ୍ୟ କରିପାରେ, ଯାହା ଫଳରେ ଆପଣ ଭୁଲ ତଥ୍ୟ ଉପରେ ନିର୍ଭର କରି ଏପରି ନିଷ୍ପତ୍ତି ନେଇପାରନ୍ତି ଯାହା ଆପଣ ସାଧାରଣ ପରିସ୍ଥିତିରେ ନେଇ ନଥାନ୍ତେ। ଏହି ଗୋଚର ପ୍ରଗତି, ଆରାମ ଏବଂ ସମୃଦ୍ଧି ପ୍ରଦାନ କରିବ।

ତେବେ ଏବେ ଆପଣଙ୍କୁ ଜଣା ପଡ଼ି ସାରିଛି ଯେ ଅତିଚାରୀ ବୃହସ୍ପତି କ’ଣ ହୋଇଥାଏ, ଏବେ ଆପଣଙ୍କର ମନରେ ଏହି ପ୍ରଶ୍ନ ଉଠୁଛି ଯେ ଏହା ପ୍ରଥମ ଥର ହେଉଛି ନା ପୂର୍ବରୁ ହୋଇ ସାରିଛି। ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବ ଯେ ଏପରି ଘଟଣା ହୁଏ, ଓ ଦୁନିଆ ଏପରି ବଡ଼ ଆପଦ ସାମ୍ନା କରେ ଓ ଏହି ଗୋଚରର ପ୍ରଭାବ ପୃଥିବୀ ଉପରେ ଥିବା ଜୀବ-ଜନ୍ତୁଙ୍କ ଉପରେ ପଡ଼େ।

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ

ବୃହସ୍ପତି ଅତିଚାରୀ 2032 ପର୍ଯ୍ୟନ୍ତ: ଅତୀତରେ ଏହାର ପ୍ରଭାବ

ପୂର୍ବ ଶତାବ୍ଦୀରେ ଏପରି ଅନେକ ମାମଲା ସାମ୍ନାକୁ ଆସିଛି ଯେବେ ବୃହସ୍ପତି ଅତିଚାରୀ ଗତିରେ ଗୋଚର କରିଥିଲେ ଓ ଏହି ସମୟରେ ଭାରତ ଓ ଦୁନିଆରେ ଇତିହାସର ଅନେକ ଘଟଣା ଘଟିଥିଲା। ଯେବେ ବୃହସ୍ପତି କୌଣସି ରାଶିରେ ଅତିଚାରୀ ହୁଅନ୍ତି, ତେବେ ସେ ଅଶାନ୍ତି ଆଣି ଆସନ୍ତି ଓ ଏପରି ନିଷ୍ପତି ନେବାକୁ ବାଧ୍ୟ କରନ୍ତି ଯାହା କୌଣସି ବ୍ୟକ୍ତିକୁ ଖୁସି କରି ପାରିବ ନାହିଁ। ବୃହସ୍ପତି ଏକ ଶୁଭ ଗ୍ରହ ଓ ତାଙ୍କର ଦ୍ରୁତ ଗତିରେ ଚାଲିବା ଯୋଗୁଁ ଅନେକ ଥର ଉତ୍ଥାନ-ପତନ ଓ ଅସ୍ଥିରତା ଆସିପାରେ। ବର୍ତ୍ତମାନ ସମୟରେ ଦୁନିଆର ପୂର୍ବ ଓ ପଶ୍ଚିମ ଦେଶ ମଧ୍ଯରେ ସଂଘର୍ଷ ଚାଲିଛି ଓ ଏହା ବିଶ୍ବ ସ୍ତରରେ ବଡ଼ ଅସନ୍ତୁଳନ ଆଣିବାର ସଙ୍କେତ ଦେଉଛି।

ଦ୍ଵିତୀୟ ବିଶ୍ବ ଯୁଦ୍ଧ ସମୟରେ ମଧ୍ୟ ଅନେକ ମହାନ ଜ୍ୟୋତିଷମାନେ ବୃହସ୍ପତିଙ୍କୁ ଅତିଚାରୀ ଦେଖିଥିଲେ ଓ ଦୁନିଆ ଉପରେ ଏକ ବଡ଼ ବିପଦ ମାଡ଼ି ଆସୁଥିବାର ଭବିଷ୍ୟବାଣୀ କରିଥିଲେ। ସେହି ସମୟରେ ସେନା ଏବଂ ସାଧାରଣ ନାଗରିକଙ୍କ ସମେତ ମୋଟ 75 ନିୟୁତ ଲୋକ ମୃତ୍ୟୁବରଣ କରିଥିଲେ।

୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତର ସ୍ୱାଧୀନତା ଆଉ ଏକ ପ୍ରମୁଖ ଘଟଣା ଥିଲା। ଏହା ମଧ୍ୟ ଏକ ବଡ଼ ପରିବର୍ତ୍ତନ ଥିଲା ଏବଂ ଏଥିରେ ମଧ୍ୟ ବହୁତ ରକ୍ତପାତ ହୋଇଥିଲା। ବ୍ରିଟିଶ ଉପନିବେଶଙ୍କ ଠାରୁ ଭାରତର ସ୍ଵତନ୍ତ୍ରତା ଘୋଷଣା ଆସିବା ପରେ ଦେଶର ନେତା ରାଜନୀତି ସମ୍ଭାଳିଲେ। ସ୍ୱାଧୀନତା ପାଇଁ ଦୀର୍ଘ ଏବଂ କ୍ଲାନ୍ତକାରୀ ଲଢ଼େଇରେ, ଅନେକ ସ୍ୱାଧୀନତା ସଂଗ୍ରାମୀ ନିଜ ଜୀବନକୁ ବାଜି ଲଗାଇ ଭାରତକୁ ସ୍ୱାଧୀନ କରିଥିଲେ।

କରୋନା ଭାଇରସ୍: ଏହା ବିଶ୍ବ ସ୍ତରିୟ ମହାମାରୀ ଓ ଆର୍ଥିକ ମନ୍ଦାବସ୍ଥା

୨୦୨୦ ମସିହାରେ, ବୃହସ୍ପତି ପୁଣି ଥରେ ଦ୍ରୁତ ଗତିରେ ଗତି କରିବା ଯୋଗୁଁ, ବିଶ୍ୱକୁ କରୋନା ଭାଇରସ ଭଳି ମହାମାରୀ ପ୍ରକୋପର ସମ୍ମୁଖୀନ ହେବାକୁ ପଡ଼ିଲା। ଏହି ମହାମାରୀ ସବୁ ପ୍ରକାରର ସମସ୍ୟା ସୃଷ୍ଟି କଲା, ଲୋକମାନେ ବାସହୀନ ହୋଇଗଲେ, ଚାକିରି ହରାଇଲେ, ବିଶ୍ୱରେ ଅନେକ ଲୋକ ପ୍ରାଣ ହରାଇଲେ ଏବଂ ବିଶ୍ୱ ଅର୍ଥନୀତିରେ ବଡ଼ ଧରଣର ହ୍ରାସ ଘଟିଲା।

କୋଭିଡ-19 ରହୁ-କେତୁଙ୍କର ଚଳନ ଓ ପ୍ରଭାବରୁ ମଧ୍ୟ ଦେଖାଯାଏ କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ ଏହି ଭାଇରସ୍ ବହୁତ କମ ସମୟରେ ବ୍ୟାପିବା ପଛରେ ବୃହସ୍ପତିଙ୍କର ଭୂମିକା ଅଛି। ବୃହସ୍ପତିଙ୍କର ସ୍ଵଭାବ ବିସ୍ତାର କରିବାର ଓ ଏହା ବହୁତ ଶୀଘ୍ର ଜିନିଷକୁ ବଢ଼ାନ୍ତି। ଏହି ଥର ବୃହସ୍ପତିଙ୍କର ଗତି ନକରାତ୍ମକ ରଉପରେ ପ୍ରଭାବିତ କରିବ।

ବର୍ତ୍ତମାନର ସ୍ଥିତି ଓ କେଉଁ କ୍ଷେତ୍ର ଉପରେ ଧ୍ୟାନ ଦେବା ଯିବା ଉଚିତ

ବୃହସ୍ପତିଙ୍କର ଅତିଚାରୀ ଅବଧି ଖାସକରି 2025 ରୁ ନେଇ 2032 ପର୍ଯ୍ୟନ୍ତ ବ୍ୟକ୍ତିଗତ ଜୀବନ, କ୍ୟାରିଅର ଓ ଦୁନିଆରେ ବଡ଼ ପରିବର୍ତ୍ତନ ଆଣି ଆସିବ। ବର୍ତ୍ତମାନ ଚାଲିଥିବା ଯୁଦ୍ଧ, ସଂଘର୍ଷ ଓ ସଙ୍କଟ, ଏହା ଦର୍ଶାଉଛି ଯେ ଏହି କିଛି ବର୍ଷରେ ବଈଶ୍ବର ସ୍ଥିତିରେ ବହୁତ ପରିବର୍ତ୍ତନ ଆସିବ ଓ ଏହି ପରିବର୍ତ୍ତନର ପ୍ରଭାବ ଏବେ ସ୍ପଷ୍ଟ ଦେଖାଯିବ। ଯଦି ବିଶ୍ବ ଓ ରାଷ୍ଟ୍ରୀୟ ଦୃଷ୍ଟିକୋଣରୁ ଦେଖିବା ତେବେ ତିନୋଟି ପ୍ରମୁଖ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ:

  1. ସରକାର
  2. ଅର୍ଥବ୍ୟବସ୍ଥା
  3. ଧର୍ମ

ଏହି ଘଟଣା ଏବଂ ବୃହସ୍ପତିର ଦ୍ରୁତ ଗତି ବିଶ୍ୱରେ ଅନେକ ଯୁଦ୍ଧକୁ ତୀବ୍ର କରିପାରେ। ଆମେ ପୂର୍ବରୁ ଦେଖିପାରୁଛୁ ଯେ, ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ଷରେ ପହଞ୍ଚି ନାହିଁ ଏବଂ ଏହି ଯୁଦ୍ଧ ଫେବୃଆରୀ 2022 ରୁ ଚାଲିଛି। ଅନ୍ୟପକ୍ଷରେ, ଇସ୍ରାଏଲ ନିଜସ୍ୱ ସମସ୍ୟାର ସମ୍ମୁଖୀନ ହେଉଛି। ୨୯ ମାର୍ଚ୍ଚ, ୨୦୨୫ରେ ଶନି ମୀନ ରାଶିରେ ପ୍ରବେଶ କରିବା ପରେ, ୩୦ ମାର୍ଚ୍ଚ, ୨୦୨୫ରେ ମୀନ ରାଶିରେ ଛଅଟି ଗ୍ରହର ସଂଯୋଗ ହୋଇଛି। ଏହି ପରିସ୍ଥିତି ବୃହସ୍ପତିଙ୍କ ଗୋଚର ସହିତ ମିଶି ବିଶ୍ୱକୁ ଏକ ବଡ଼ ଆର୍ଥିକ ମାନ୍ଦାବସ୍ଥା ଆଡ଼କୁ ଠେଲି ଦେଇପାରେ ଯାହା ୧୯୨୯ ପରି ଭୟଙ୍କର ହୋଇପାରେ।

ଏହି ପର୍ଯ୍ୟାୟ ଅତିକ୍ରମ କରିବା ପରେ, ବିଶ୍ୱର ଅନେକ ପ୍ରମୁଖ ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡ଼ିପାରେ ଏବଂ ଏହି ଦେଶଗୁଡ଼ିକୁ ଏଥିରୁ ପୁନରୁଦ୍ଧାର କରିବାକୁ ବର୍ଷ ବର୍ଷ ଲାଗିପାରେ ଏବଂ ଭାରତ ମଧ୍ୟ ସେମାନଙ୍କ ମଧ୍ୟରୁ ଗୋଟିଏ ହେବ। ଜ୍ଯୋତିଷଶାସ୍ତ୍ର ଅନୁସାରେ ଯେବେ ଶନି ଓ ରହୁଙ୍କର ସଂଯୋଗ ହୁଏ, ତେବେ ଏହି ଲୋକ ଓ ଅନ୍ୟ ପ୍ରମୁଖ ଅର୍ଥବ୍ୟବସ୍ଥା ପାଇଁ ବୃତ୍ତିଗତ ସଙ୍କଟ ସମସ୍ଯା ଆସିଥାଏ। ଏପରି କୁହାଯାଏ ଯେ ଯେବେ ଶନି ବୃହସ୍ପତିଙ୍କର କୌଣସି ରାଶିରେ ଗୋଚର କରନ୍ତି, ତେବେ ବିଶ୍ବ ସ୍ତରରେ ଦୁର୍ଭିକ୍ଷ ସ୍ଥିତି ସୃଷ୍ଟି ହୋଇପାରେ କାରଣ ବୃହସ୍ପତି ଧନର କାରକ ଅଟନ୍ତି ଓ ଶନି ଦରିଦ୍ରତାର କାରକ। ସେତିପାଇଁ ଯେବେ ଶନି ବୃହସ୍ପତିଙ୍କର ରାଶିରେ ଥାଆନ୍ତି ତେବେ ଧନ ମାମଲାରେ ସବୁବେଳେ ଅସନ୍ତୁଳନ ସ୍ଥିତି ସୃଷ୍ଟି ହୁଏ।

2025 ର ଆରମ୍ଭରୁ ବିଭିନ୍ନ ଧର୍ମ ଓ ସଂସ୍କୃତିର ଲୋକ ନିଜର ପରମ୍ପରା ଏବଂ ସଂସ୍କାରକୁ ବଜାୟ ରଖିବା ପାଇଁ ଅଧିକ ଦୃଢ଼ ହୋଇପାରନ୍ତି। ତାହା ଭାରତ ହେଉ କିମ୍ବା ଆମେରିକା କିମ୍ବା ଅନ୍ୟ କୌଣସି ଦେଶ, ଲୋକ ନିଜର ଧର୍ମକୁ ଲାଗୁ କରିବାରେ ଅଧିକ କଠୋରତା ଦେଖାଇପାରନ୍ତି କିମ୍ବା ଚାକିରି ଏବଂ ସେବା ଇତ୍ୟାଦିରେ ବିଦେଶୀଙ୍କ ଅପେକ୍ଷା ନିଜ ସମ୍ପ୍ରଦାୟର ଲୋକଙ୍କୁ ପ୍ରାଥମିକତା ଦେବାର ପ୍ରବୃତ୍ତି ଦେଖାଇ ପାରନ୍ତି।

କ୍ୟାରିଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ଅତିଚାରୀ ରହିବେ ବୃହସ୍ପତି 2032 ପର୍ଯ୍ୟନ୍ତ: 12 rasi ଉପରେ ପ୍ରଭାବ

ମେଷ ରାଶି

ମେଷ ରାଶିର ନବମ ଓ ଦ୍ଵାଦଶ ଘରର ସ୍ବାମୀ ଗ୍ରହ ବୃହସ୍ପତି। କୁଣ୍ଡଳୀର ନବମ ଘର ଧର୍ମ ଓ ଦ୍ଵାଦଶ ଘର ବିଛେଦ କିମ୍ବା ବିଦେଶ ଯାତ୍ରାର କାରକ। 2025 ମସିହାରେ 01 ମଈ ରୁ ବୃହସ୍ପତି ମେଷ ରାଶିର ତୃତୀୟ ଘରେ ରହିବେ। ବୃହସ୍ପତିଙ୍କର ନବମ ଘର ଉପରେ ଦୃଷ୍ଟି ପଡ଼ିବା ଯୋଗୁଁ ଏହି ସମୟରେ ଆପଣଙ୍କର ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚି ବଢ଼ିପାରେ।

ବୃହସ୍ପତି ଅତିଚାରୀ ରହିବା ସମଯରେ କିଛି ଲୋକଙ୍କୁ ବିଦେଶ ଭ୍ରମଣ କିମ୍ବା ବିଦେଶରେ ବସବାସ କରିବାର ସୁଯୋଗ ମିଳିପାରେ, ଯାହା ନିଶ୍ଚିତ ଭାବରେ ସେମାନଙ୍କ ପାଇଁ ଲାଭଦାୟକ ହେବ। ବୃହସ୍ପତି ଲେଖକ, ଗଣମାଧ୍ୟମ ପ୍ରତିନିଧି, କଳାକାର ଇତ୍ୟାଦିଙ୍କୁ ଉତ୍କୃଷ୍ଟ ଫଳାଫଳ ଦେବେ। ତଥାପି, ନବମ ଘରେ ବୃହସ୍ପତି ଦୃଷ୍ଟି ଥିବାରୁ, ଆପଣ ଧାର୍ମିକ କିମ୍ବା ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ଠକେଇର ଶିକାର ହୋଇପାରନ୍ତି।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମେଷ ରାଶିଫଳ 2025

ବୃଷ ରାଶି

ବୃଷ ରାଶିର ଅଷ୍ଟମ ଓ ଏକାଦଶ ଘରର ସ୍ବାମୀ ବୃହସ୍ପତି ଗ୍ରହ ଅଟନ୍ତି। କୁଣ୍ଡଳୀର ଅଷ୍ଟମ ଘର ଆଧ୍ୟାତ୍ମିକ ଘଟଣା ଓ ଏକାଦଶ ଘର ବଡ଼ ଭାଇ-ଭଉଣୀଙ୍କର କାରକ ହୋଇଥାଏ। ବୃହସ୍ପତି ଆୟ ଓ ପାରିବାରିକ ସମ୍ପତିର କାରକ ଅଟନ୍ତି। ଗୁରୁଙ୍କର ଦ୍ଵିତୀୟ ଘରେ ରହିବା ଅତ୍ୟନ୍ତ ଶୁଭ କୁହାଯାଏ। ଅଷ୍ଟମ ଘରର ସ୍ବାମୀ ହେବା ଯୋଗୁଁ ବୃହସ୍ପତି ଆପଣଙ୍କ ପାଇଁ ବୃତ୍ତିଗତ ସମସ୍ଯା ସୃଷ୍ଟି କରି ପାରନ୍ତି। ଅତିଚାରୀ ବୃହସ୍ପତି ଆପଣଙ୍କର ସ୍ବାସ୍ଥ୍ୟ ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପକାଇବେ କିନ୍ତୁ ଆପଣଙ୍କୁ କିଛି ଲାଭ ମଧ୍ୟ ଦେଇ ପାରନ୍ତି। ଏହି ସମୟ ଆପଣଙ୍କ ପାଇଁ ହାରାହାରି ରହିବ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ବୃଷ ରାଶିଫଳ 2025

ମିଥୁନ ରାଶି

ମିଥୁନ ରାଶିର ପ୍ରଥମ ଘରେ ବୃହସ୍ପତିଙ୍କର ଗୋଚର ହେବାକୁ ଯାଉଛି ଓ ଏହି ରାଶିର ସପ୍ତମ ଘରର ସ୍ବାମୀ ବୃହସ୍ପତି ଅଟନ୍ତି। ଏହି ଗୋଚରରୁ ଉତ୍ପନ୍ନ ହେଉଥିବା କୌଣସି ପ୍ରକର ଅପ୍ରିୟ ବିଚାରରୁ ବଞ୍ଚିବା ପାଇଁ ଆପଣଙ୍କୁ ଚେଷ୍ଟା କରିବାକୁ ହେବ। ଆପଣଙ୍କୁ ଏହି ସମୟରେ ଦୀର୍ଘକାଳୀନ ଲାଭ ମିଳିବାର ସମ୍ଭାବନା କମ ଅଛି।

କ୍ୟାରିୟର ବିଷୟରେ କହିବାକୁ ଗଲେ, ଆପଣଙ୍କୁ କାମ ପାଇଁ ଯାତ୍ରା କରିବାକୁ ପଡ଼ିପାରେ କିମ୍ବା ଚାକିରି ପରିବର୍ତ୍ତନର ସମ୍ଭାବନା ଅଛି କିନ୍ତୁ ଏହି ବିକଳ୍ପଗୁଡ଼ିକ ଆପଣ ଆଶା କରୁଥିବା ପରି ଭଲ ହେବ ନାହିଁ। ଯଦି ଏହି ସମୟ ମଧ୍ୟରେ ବ୍ୟବସାୟୀମାନେ ସେମାନଙ୍କ ଆଶା ଅନୁଯାୟୀ ଲାଭ ପାଆନ୍ତି ନାହିଁ, ତେବେ ସେମାନେ ଚିନ୍ତିତ ହୋଇପାରନ୍ତି। ଆପଣ ଆର୍ଥିକ ଭାବରେ ସ୍ଥିର ହୋଇପାରନ୍ତି କିନ୍ତୁ ଆପଣ ତଥାପି ଅନୁଭବ କରିପାରନ୍ତି ଯେ ଆପଣଙ୍କର ଆୟ ଆପଣଙ୍କ ଖର୍ଚ୍ଚ ପୂରଣ କରିବା ପାଇଁ ଯଥେଷ୍ଟ ନୁହେଁ। ଆପଣ ଓ ଆପଣଙ୍କର ପାର୍ଟନର ମଧ୍ଯରେ ଅହଂକାର ଯୋଗୁଁ ମତଭେଦ ହୋଇପାରେ ଯାହା ଦ୍ବାରା ସମ୍ପର୍କରେ ସନ୍ତୁଳନ ଖରାପ ହୋଇପାରେ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମିଥୁନ ରାଶିଫଳ 2025

କର୍କଟ ରାଶି

କର୍କଟ ରାଶିର ଷଷ୍ଠ ଓ ନବମ ଘରର ସ୍ବାମୀ ବୃହସ୍ପତି ଓ ଏବେ ସେ ଆପଣଙ୍କର ଦ୍ଵାଦଶ ଘରର ସ୍ବାମୀ। ଏହି ଘଟଣା ଯୋଗୁଁ ଆପଣଙ୍କୁ ବଢ଼ୁଥିବା ଦାୟିତ୍ବକୁ ସମ୍ଭାଳିବା କଷ୍ଟକର ହୋଇପାରେ। ଏହି ସମୟରେ ଆପଣଙ୍କୁ ଲୋନ ନେବା ପାଇଁ ଚାପ ଅନୁଭବ ହୋଇପାରେ।

କ୍ୟାରିଅର ବିଷୟରେ କହିଲେ, ଆପଣଙ୍କୁ ନିଜର ଚାକିରିରେ ଚାପ ଅନୁଭବ ହୋଇପାରେ ଯାହା ଏହି ସମୟରେ ଅଧିକ ଭଲ ହୋଇପାରେ। ବ୍ୟବାସୀୟ ନୂଆ ଜିନିଷ କରିବା ପାଇଁ ପ୍ରେରିତ ହୋଇ ପାରନ୍ତି ଯାହା ଦ୍ବାରା ପଇସା ରୋଜଗାର କରିବାରେ ସାହାଜ୍ୟ ମିଳିବ। କମ୍ପାନୀର ସଫଳ ହେବା ପାଇଁ ସାବଧାନ ହୋଇ ଯୋଜନା ତିଆରି କରିବା ଆବଶ୍ୟକ। ବୃତ୍ତି ବିଷୟରେ କହିଲେ ଏହି ସମୟ ଆପଣଙ୍କୁ ଧନକୁ ସାବଧାନ ହୋଇ ସମ୍ଭାଳିବା ପାଇଁ କହୁଛି।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କର୍କଟ ରାଶିଫଳ 2025

ସିଂହ ରାଶି

ସିଂହ ରାଶିର ପଞ୍ଚମ ଓ ଅଷ୍ଟମ ଘରର ସ୍ବାମୀ ବୃହସ୍ପତି ଓ ଏବେ ସେ ଆପଣଙ୍କର ଏକାଦଶ ଘରେ ଗୋଚର କରିବାକୁ ଯାଉଛନ୍ତି। ଆପଣଙ୍କର ଇଚ୍ଛା ପୂରଣ ହେବ ଓ ଆପଣଙ୍କୁ ହଠାତ ଲାଭ ହୋଇପାରେ।

ଚାକିରି କରିଥିବା ଲୋକ ଲଗାତାର ପ୍ରଗତି କରିବେ ଓ ଦୀର୍ଘକାଳୀନ ସଫଳତା ପାଇଁ ପ୍ରସ୍ତୁତ ରହିବେ। ଏହି ସମୟରେ ଆପଣଙ୍କର ପ୍ରୟାସ ପରିଚିତ ହେବ। ଯଦି ଆପଣ ଟ୍ରେଡିଂ କିମ୍ବା ସ୍ଟକର ବିଜନେସ କରନ୍ତି ତେବେ ଏହି ସମୟରେ ଆପଣଙ୍କର ଭଲ ରୋଜଗାର ହେବ ଓ ଆପଣାକୁ ରୋମଞ୍ଚକ ଅବସର ପ୍ରାପ୍ତ ହେବ। ବୃତ୍ତି ବିଷୟରେ କହିଲେ ଆପଣଙ୍କୁ ବଡ଼ ଲାଭ ହୋଇପାରେ ଓ ଆପଣଙ୍କୁ ନିଜର ସଞ୍ଚୟ ବଢ଼ିବାକୁ ସୁଯୋଗ ମିଳିବ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ସିଂହ ରାଶିଫଳ 2025

କନ୍ୟା ରାଶି

କନ୍ୟା ରାଶିର ଚତୁର୍ଥ ଓ ସପ୍ତମ ଘରର ସ୍ବାମୀ ବୃହସ୍ପତି ଯିଏ ଏବେ ଆପଣଙ୍କର ଦଶମ ଘରେ ପ୍ରବେଶ କରିବାକୁ ଯାଉଛନ୍ତି। ବୃହସ୍ପତି ଅତିଚାରୀ ରହିବା ସମୟରେ ଆପଣ କମ ସହଜ ଅନୁଭବ କରି ପାରନ୍ତି। କିନ୍ତୁ ଆପଣ ନିଜର ସମ୍ପର୍କ ଓ କ୍ୟାରିଅର ଉପରେ ଅଧିକ ଅଧିକ ଧ୍ୟାନ ଦେଉଥିବା ନଜର ଆସିବେ।

କ୍ୟାରିଅର ବିଷୟରେ କହିଲେ, ତେବେ ଆପଣଙ୍କୁ ଚାକିରିରେ ଲାଭକରି ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ବ୍ୟବସାୟୀଙ୍କୁ ଉଚ୍ଚ ଆୟ ପାଇଁ ପର୍ଯ୍ୟାପ୍ତ ସୁଯୋଗ ପ୍ରାପ୍ତ ହେବ ଯାହା ଦ୍ବାରା ଆପଣ ଉଲ୍ଲେଖନିୟ ସୁଯୋଗ ହାସଲ କରିପାରିବେ। ବୃତ୍ତି ବିଷୟରେ କହିଲେ, ଏହି ସମୟରେ ଆପଣଙ୍କର ରୋଜଗାର ବଢ଼ିବାର ସଙ୍କେତ ଅଛି ଓ ଏହାର ଶ୍ରେୟ ଆପଣଙ୍କର ଭାଗ୍ଯକୁ ଯାଏ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କନ୍ୟା ରାଶିଫଳ 2025

ତୁଳା ରାଶି

ତୁଳା ରାଶିର ତୃତୀୟ ଓ ଷଷ୍ଠ ଘରର ସ୍ବାମୀ ବୃହସ୍ପତି ଏହି ରାଶିର ନବମ ଘରେ ଅତିଚାରୀ। ଏହି ସମୟରେ ଆପଣ ନିଜର କ୍ଷମତାରୁ ଅଧିକ ହାସଲ କରିପାରିବେ ଓ ଆପଣଙ୍କୁ ଯାତ୍ରା କରିବାର ଅଧିକ ସୁଯୋଗ ମିଳିବ। ଏବେ ଆପଣଙ୍କୁ ନିଜର କଠିନ ପରିଶ୍ରମର ଫଳ ମିଳିବା ଆରମ୍ଭ ହେବ।

କ୍ୟାରିଅର ବିଷୟରେ କହିଲେ ଆପଣଙ୍କୁ ବିଦେଶରୁ ନୂଆ ସୁଯୋଗ ମିଳିବାର ସମ୍ଭାବନା ଅଛି ଯାହା ଆପଣଙ୍କ ପାଇଁ ଅନୁକୂଳ ପ୍ରମାଣିତ ହେବ। ଯଦି ଆପଣ ବ୍ୟବସାୟ କରନ୍ତି ତେବେ ଆପଣ ଏହି ସମୟରେ ନୂଆ ବ୍ଯବସାୟିକ ଯୋଜନା ତିଆରି କରି ପାରିବେ ଯେଉଁଥିରୁ ଅଧିକ ଧନ ରୋଜଗାର ଜରିବାର କ୍ଷମତା ରହିବ। ବୃତ୍ତିଗତ ଜୀବନ ବିଷୟରେ କହିଲେ ଏହି ସମୟରେ ଆପଣ ଆର୍ଥିକ ରଉପରେ ଦୃଢ଼ ରହିବେ। ଆପଣଙ୍କୁ ଯାତ୍ରା ମାଧ୍ୟମରେ ଅଧିକ ଧନ ରୋଜଗାର କରିବାର ସୁଯୋଗ ମିଳିବ। ବ୍ୟକ୍ତିଗତ ଜୀବନରେ ଆପଣଙ୍କର ଜୀବନସାଥୀ ଆପଣଙ୍କର ସଚ୍ଚୋଟତାର ପ୍ରଶଂସା କରିପାରେ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ତୁଳା ରାଶିଫଳ 2025

ଆପଣଙ୍କ କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ବିଛା ରାଶି

ଅତିଚାରୀ ବୃହସ୍ପତି ବିଛା ରାଶିର ଅଷ୍ଟମ ଗହରେ ଅଛନ୍ତି ଯାହା ଦ୍ବାରା ଆପଣଙ୍କ ପାଇଁ କିଛି ସମସ୍ଯା ଉତ୍ପନ୍ନ ହୋଇପାରେ। ଏହି ରାଶିର ଦ୍ଵିତୀୟ ଓ ପଞ୍ଚମ ଘରର ସ୍ବାମୀ ବୃହସ୍ପତି। ଯଦି ଆପଣ ଚକ୍ରିକୁ ଅଣଦେଖା କରନ୍ତି, ତେବେ ଆପଣଙ୍କୁ ନିଜର କ୍ୟାରିଅରରେ ସମସ୍ଯା ହୋଇପାରେ। ଏହି ସମୟରେ ଆପଣଙ୍କୁ ନିଜର ବରିଷ୍ଠ ଅଧିକାରୀଙ୍କ ସହିତ କଥା ହେବା ବେଳେ ସାବଧାନ ରହିବାକୁ କୁହାଯାଇଛି କାରଣ ଏହି ସମୟରେ କାର୍ଯ୍ୟକ୍ଷେତ୍ରରେ ସମସ୍ଯା ସୃଷ୍ଟି ହୋଇପାରେ।

ଯଦି ଆପଣ ବ୍ୟବସାୟ କରନ୍ତି, ତେବେ ଆପଣଙ୍କର ସୁଯୋଗ ଓ ରୋଜଗାରରେ ହ୍ରାସ ଘଟିବାର ଆଶଙ୍କା ଅଛି। ଏହି ସମସ୍ୟା ପାଇଁ ବ୍ୟବସ୍ଥିତ ଓ ରଣନୈତିକ ଯୋଜନା ଆବଶ୍ୟକ। ଧନ ବିଷୟରେ କହିଲେ, ଆପଣ ସାମାନ୍ଯ ଭାବରେ ଧନ ରୋଜଗାର କରିବେ। ଯଦି ଆପଣ ପଇସା ରୋଜଗାର କରି ବି ଦେଉଛନ୍ତି ତେବେ ତାହା ବୁଡ଼ିବାର ଆଶଙ୍କା ଅଛି। ଆପଣଙ୍କ ପାଇଁ ସଞ୍ଚୟ କରିବା କଷ୍ଟକର ହୋଇପାରେ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ବିଛା ରାଶିଫଳ 2025

ଧନୁ ରାଶି

ଧନୁ ରାଶିର ସପ୍ତମ ଗହରେ ବୃହସ୍ପତି ଅଛନ୍ତି ଯାହା ଏହି ରାଶିର ପ୍ରଥମ ଓ ଚତୁର୍ଥ ଘରର ସ୍ବାମୀ ମଧ୍ୟ। ଏହି ସମୟରେ ଆପଣଙ୍କର ଅଧ୍ୟାତ୍ମ ରୁଚି ବଢ଼ିପାରେ। ଆପଣ ଆଧ୍ୟାତ୍ମିକ ବିକାଶର ସନ୍ଧାନରେ ଅଧିକ ଧନ ଖର୍ଚ୍ଚ କରିବେ।

ଆପଣଙ୍କୁ କାମ ପାଇଁ ଅଧିକ ଯାତ୍ରା କରିବାକୁ ପଡ଼ିପାରେ ଓ କିଛି ଯାତ୍ରା କଷ୍ଟକର ହୋଇପାରେ, ବ୍ୟବସାୟୀଙ୍କ ପାଇଁ ଏହି ସମୟରେ ଅଧିକ ଲାଭ ଅର୍ଜନ କରିବା ପ୍ରାଥମିକତା ହେବ। ଯଦି ଆପଣ ରଣନୀତି ଯୋଜନା ସହିତ ଆଗକୁ ବଢ଼ୁଛନ୍ତି ତେବେ ଆପଣଙ୍କର ପ୍ରୟାସ ଭଲ ବୃତ୍ତିଗତ ପରିଣାମ ଦେବ ଓ ଆପଣ ଧନ ସଞ୍ଚୟ ମଧ୍ୟ କରିପାରିବେ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ଧନୁ ରାଶିଫଳ 2025

ମକର ରାଶି

ମକର ରାଶିର ଷଷ୍ଠ ଗହରେ ବୃହସ୍ପତି ରହିବେ ଓ ଏହି ରାଶିର ତୃତୀୟ ଓ ଦ୍ଵାଦଶ ଘରର ସ୍ବାମୀ ବୃହସ୍ପତି ଅଟନ୍ତି। ଏହି ସମୟରେ ଆପଣଙ୍କର ହଠାତ ଆୟ ହେବାର ସଙ୍କେତ ଅଛି। ବୃହସ୍ପତି ଅତିଚାରୀ ହେବା ଯୋଗୁଁ ଏହି ସମୟରେ ଲୋନ ନେବା ଆପଣଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇପାରେ।

ଆପଣ ନିଜର କାମରେ ଅଧିକ ରୁଚି ରଖିବେ ଓ ସେବା ଭାବନା ଦ୍ବାରା ପ୍ରେରିତ ହୋଇ କାମ କରିବେ ଯାହା ଦ୍ବାରା ଆପଣଙ୍କୁ ସନ୍ତୋଷ ଅନୁଭବ ହେବ। ଯଦି ଆପଣ ବିଜନେସ କରନ୍ତି ତେବେ ଆପଣଙ୍କୁ ଏହି ସମୟରେ ନିଜର ବ୍ୟବସାୟ କରିବାର ଢଙ୍ଗକୁ ସୀମିତ କରିବାର ଆବଶ୍ୟକତା ଅଛି କାରଣ ଏହି ସମୟରେ ଆପଣଙ୍କ ଲାଭ କମ ହେବ। ଆପଣଙ୍କର ଖର୍ଚ୍ଚ ବୃଦ୍ଧି ପାଇବ ଓ ବୃତ୍ତିଗତ କ୍ଷତିର ଯୋଗ ଅଛି।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମକର ରାଶିଫଳ 2025

କୁମ୍ଭ ରାଶି

ବୃହସ୍ପତି ଏହି ରାଶିର ଦ୍ଵିତୀୟ ଓ ଏକାଦଶ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ପଞ୍ଚମ ଘରେ ଉପସ୍ଥିତ ଅଛନ୍ତି। ଏହା ଦ୍ବାରା ଆପଣଙ୍କୁ ଅନୁକୂଳ ଓ ଲାଭକାରୀ ପରିଣାମ ପ୍ରାପ୍ତ ହେବ। ଏହି ସମୟରେ ଆପଣ ଆତ୍ମବିଶ୍ବାସ ରେ ଭରପୁର ଓ ଆଶାବାଦୀ ରହିବେ।

କ୍ୟାରିଅର ବିଷୟରେ କହିଲେ ଆପଣ ନିଜର ସ୍ଥିତିରେ ସନ୍ତୁଷ୍ଟ ରହିବେ। ଏହା ବ୍ଯତୀତ ଆପଣଙ୍କୁ ନିଜର ପ୍ରୟାସ ପାଇଁ ପ୍ରଶଂସା ଓ ମାନ୍ୟତା ମିଳିପାରେ। ଯଦି ଆପଣ ବ୍ୟବସାୟ କରନ୍ତି, ତେବେ ଏହି ସମୟରେ ଆପଣଙ୍କୁ ସଫଳତା ମିଳିବ ଓ ବିଶେଷ କରି ଟ୍ରେଡିଂ ଓ ଶେୟାର ବଜାରରେ କାମ କରିବା ଲୋକଙ୍କର ଆୟ ବୃଦ୍ଧି ହେବ। ଆପଣଙ୍କର ରୋଜଗାର ବଢ଼ିବାର ଆଶା ଅଛି। ଯେତେ ଯେତେ ଆପଣ ଅଧିକ ପଇସା ସଞ୍ଚୟ କରିବେ ସେତେ ସେତେ ଆପଣଙ୍କୁ ଅଧିକ ଧନ ରୋଜଗାର କରିବାର ଓ ସଞ୍ଚୟ କରିବାର ସୁଯୋଗ ମିଳିବ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କୁମ୍ଭ ରାଶିଫଳ 2025

ମୀନ ରାଶି

ମୀନ ରାଶିର ପ୍ରଥମ ଓ ଦଶମ ଘରର ସ୍ବାମୀ ବୃହସ୍ପତି ଅଟନ୍ତି ଯିଏ ଏବେ ଆପଣଙ୍କର ଚତୁର୍ଥ ଗହରେ ଅଛନ୍ତି। ଏହା ଦ୍ବାରା ଆପଣଙ୍କୁ ଅଧିକ ସୁଖ-ସୁବିଧା ମିଳିପାରେ। ଏହି ସମୟରେ ଆପଣ ନିଜର କ୍ୟାରିଅରକୁ ନେଇ ଅଧିକ ଧ୍ୟାନ କେନ୍ଦ୍ରିତ କରିବେ। ଆପଣଙ୍କୁ ଯାତ୍ରା କରିବାର ଅଧିକ ସୁଯୋଗ ମିଳିବ ଓ ଆପଣ ବୋଧେ ସ୍ଥାନାନ୍ତରଣ ମଧ୍ୟ କରି ପାରନ୍ତି।

ଆପଣଙ୍କର ଆତ୍ମବିଶ୍ବାସ ଓ ନିଷ୍ପତି ନେବର କ୍ଷମତା ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ବଡ଼ ସଫଳତା ଓ ପ୍ରଗତି ଦେଇପାରେ। ଯଦି ଆପଣ ବ୍ୟବସାୟ କରନ୍ତି, ତେବେ ଆପଣ ବିଭିନ୍ନ ବ୍ଯବସାୟିକ କାର୍ଯ୍ୟରେ ସଫଳ ହେବେ, ଅଧିକ ପଇସା ରୋଜଗାର କରିବେ ଓ ଆପଣଙ୍କୁ ମହତ୍ୱପୂର୍ଣ ଲାଭ ମିଳିପାରେ। ଧନ ବିଷୟରେ କହିଲେ, ଏହି ସମୟରେ ଆପଣଙ୍କର ଆୟ ଓ ଖର୍ଚ୍ଚ ଦୁଇଟି ବୃଦ୍ଧି ହେବ। ଆପଣଙ୍କର ପାରିବାରିକ କାର୍ଯ୍ୟକ୍ରମ ଓ ସ୍ବାସ୍ଥ୍ୟ ଉପରେ ଖର୍ଚ୍ଚ ହୋଇପାରେ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମୀନ ରାଶିଫଳ 2025

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. ଜ୍ୟୋତିଷ ଶାସ୍ତ୍ରରେ ଅତିଚାରୀ ଅର୍ଥ କ'ଣ?

ଅତିଚାରୀର ଅର୍ଥ ଯେତେବେଳେ କୌଣସି ଗ୍ରହ ତା'ର ସାଧାରଣ ଗତି ଅପେକ୍ଷା ଦ୍ରୁତ ଗତିରେ ଗତି କରେ ଏବଂ ଲୋକଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଏ।

2. ବୃହସ୍ପତି କ’ଣ ଏକ ଶୁଭ ଗ୍ରହ?

ହଁ, ବୃହସ୍ପତି ସବୁଠାରୁ ଶୁଭ ଗ୍ରହ ମଧ୍ୟରୁ ଗୋଟିଏ।

3. ବୃହସ୍ପତି କେତେ ଦିନ ପର୍ଯ୍ୟନ୍ତ ଅତିଚାରୀ ହୋଇ ରହିବ?

ଗୁରୁ ୨୦୩୨ ପର୍ଯ୍ୟନ୍ତ ଅତିଚାରୀ ରହିବେ।

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Kundli
What will you get in 250+ pages Colored Brihat Kundli.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Kundli

250+ pages

Brihat Kundli

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer