ମାସିକ ଅଙ୍କଫଳ 2025- ଅପ୍ରିଲ
ଅଙ୍କ ଜ୍ଯୋତିଷ ଅନୁସାରେ ଅପ୍ରିଲ ମାସ ଚତୁର୍ଥ ମାସ ହେବା ଯୋଗୁଁ ଅଙ୍କ 4 ଦ୍ବାରା ପ୍ରଭାବିତ ଅଟେ। ଏହି ମାସ ଉପରେ ରାହୁଙ୍କର ପ୍ରଭାବ ଅଧିକ ରହିବ। ଆପଣଙ୍କୁ କହି ଦେଉଛୁ ଯେ ଏହି ବର୍ଷ ଅଙ୍କ 9 ର ଅଟେ ଓ ଅପ୍ରିଲ 2025 ମାସ ଉପରେ ରାହୁଙ୍କ ବ୍ୟତୀତ ମଙ୍ଗଳଙ୍କର ମଧ୍ୟ ପ୍ରଭାବ ପଡ଼ିବ। ମୂଳାଙ୍କ ଉପରେ ନିର୍ଭର କରି, ରାହୁ ଏବଂ ମଙ୍ଗଳ ଗ୍ରହଙ୍କର ବିଭିନ୍ନ ଲୋକଙ୍କ ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡ଼ିବ। କିନ୍ତୁ, ଅପ୍ରିଲ 2025 ମାସ ସାମାନ୍ଯ ଭାବରେ ରାଜନୈତିକ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ, ଦୁର୍ଘଟଣା, ଯୁଦ୍ଧ ଇତ୍ୟାଦି ବିଷୟଗୁଡ଼ିକୁ ପ୍ରଭାବିତ କରିପାରେ। ଆସନ୍ତୁ ଜାଣିବା ଯେମାସିକ ଅଙ୍କ ଫଳ 2025 ଅନୁଯାୟୀଆପଣଙ୍କ ମୂଳାଙ୍କ ପାଇଁ ଅପ୍ରିଲ ମାସ କିପରି ରହିବ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ ଭବିଷ୍ୟ ସମ୍ବନ୍ଧିତ ସମସ୍ତ ସୂଚନା
ମୂଳାଙ୍କ 1
ଯଦି ଆପଣ କୌଣସି ମାସର 1,10, 19 କିମ୍ବା 28 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 1 ପାଇଁ ଅପ୍ରିଲ ମାସ କ୍ରମଶଃ 5, 9 , 4 ଓ 6 ଅଙ୍କ ଦ୍ବାରା ପ୍ରଭାବିତ ହେବ। ଅଙ୍କ 6କୁ ଛାଡ଼ି ଅବଶିଷ୍ଟ ସମସ୍ତ ଅଙ୍କ ଆପଣଙ୍କର ମୂଳାଙ୍କ 1ର ସମର୍ଥନ କରିବେ କିମ୍ବା ନେଉଟ୍ରଲ ରହିବେ। ବିଶେଷ କଥା ହେଉଛି ଯେ ଏହି ମାସରେ ସବୁଠାରୁ ପ୍ରଭାବଶାଳୀ ସଂଖ୍ୟା 5 ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ଭାବରେ ଅନୁକୂଳ ହେଉଥିବା ପରି ମନେ ହେଉଛି। ଅଙ୍କ 6ର ଉପସ୍ଥିତି ଯୋଗୁଁ ମାସର ଦ୍ଵିତୀୟ ଭାଗକୁ ଟିକେ ଦୁର୍ବଳ କରିପାରେ, କିନ୍ତୁ ଏହାର ବହୁତ ଅଧିକ ପ୍ରଭାବ ପଡ଼ିବ ନାହିଁ। ଏହି ମାସରେ ଆପଣ ବହୁତ ଭଲ ପରିଣାମ ପ୍ରାପ୍ତ କରି ପାରିବେ ଓ ଏହି ପରିଣାମକୁ ଭଲ କରିବା ପାଇଁ ଆପଣଙ୍କୁ ତର୍କପୂର୍ଣ ହୋଇ ଭାବିବାକୁ ପଡ଼ିବ। ତଥ୍ୟାତ୍ମକ ଢଙ୍ଗରେ କାମ କରିବା ଜରୁରୀ ହେବ।
ଆପଣଙ୍କର କଥାବାର୍ତ୍ତା କରିବାର ଢଙ୍ଗ ଯେତେ ସଭ୍ଯ ଓ ସୌମ୍ଯ ରହିବ, ପରିଣାମ ସେତେ ଭଲ ହେବ। ଯୁବକମାନଙ୍କ ସହିତ ମିଶି କାମ କରି ମଧ୍ୟ କିଛି ଭଲ କାମ ସାଧନ କରାଯାଇପାରିବ। ଏହି ମାସ ପରିବର୍ତ୍ତନ ଆଣିପାରେ। ଯଦି ଆପଣ କୌଣସି ପରିବର୍ତ୍ତନ ଚାହୁଁଛନ୍ତି ତେବେ ତାହ ସକାରାତ୍ମକ ଦିଗରେ ହୋଇପାରେ। ଚାକିରି ପରିବର୍ତ୍ତନ କିମ୍ବା ପୁରୁଣା କାମକୁ ନୂଆ ଭାବରେ କରିବାର ଇଚ୍ଛା ପୂରଣ କରିବା ପାଇଁ ଅପ୍ରିଲ ମାସ ସାହାଜ୍ୟକାରୀ ରହିବ। ଯାତ୍ରା ଦୃଷ୍ଟିରୁ ମଧ୍ୟ ଏହି ମାସ ଭଲ ରହିବ। ଆଦାନ-ପ୍ରଦାନ ଓ ମନୋରଞ୍ଜନର ସୁଯୋଗ ମିଳିବ।
ଉପାୟ: ଗଣପତି ଅଥର୍ବଶୀର୍ଷ ନିୟମିତ ପାଠ କରିବା ଶୁଭ ହେବ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି ଆପଣଙ୍କର ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହ ଚଳନର ସମ୍ପୂର୍ଣ ବିବରଣୀ
ମୂଳାଙ୍କ 2
ଯଦି ଆପଣ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 3 ହେବ। ମୂଳାଙ୍କ ର ପାଇଁ ଅପ୍ରିଲ ମାସ କ୍ରମଶଃ 6, 9 ଓ 4 ଅଙ୍କ ଦ୍ବାରା ପ୍ରଭାବିତ ହେବ। ଅଙ୍କ 9 ବ୍ୟତୀତ ଅବଶିଷ୍ଟ ସମସ୍ତ ଅଙ୍କ ଆପଣଙ୍କର ସମର୍ଥନ କରିବେ। ଆପଣଙ୍କ ବିପକ୍ଷରେ ସଂଖ୍ୟା ଥିବାର ଅର୍ଥ ହେଉଛି ଯେ ଏହି ମାସରେ ଆପଣ କାହା ସହିତ କ୍ରୋଧ ଏବଂ ଝଗଡ଼ା କରିବାରୁ ଦୂରେଇ ରହିବା ଉଚିତ। ଏହାସହିତ, କ୍ରୋଧରେ ଆସି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବିଶେଷକରି ମାସର ପ୍ରଥମାର୍ଦ୍ଧରେ ଏହା କରିବାରୁ ଦୂରେଇ ରହିବା ବହୁତ ଗୁରୁତ୍ୱପୂର୍ଣ୍ଣ ହେବ।
ଯଦିଓ ଆପଣ ଭାବୁକ ବ୍ୟକ୍ତି ଅଟନ୍ତି, କିନ୍ତୁ ତଥାପି କ୍ରୋଧ କରନ୍ତୁ ନାହିଁ। ଏହି ମାସରେ ସବୁଠାରୁ ଅଧିକ ପ୍ରଭାବ ପକାଉଥିବା ଅଙ୍କ 6 ଆପଣଙ୍କୁ ସପୋର୍ଟ କରିବାକୁ ଚାହିଁବ। ମାସିକ ଅଙ୍କ ଫଳ 2025 ଅନୁଯାୟୀ ଅନୁଯାୟୀଆପଣ ଘର-ଗୃହସ୍ଥିକୁ ନେଇ କିଛି ଭଲ ଓ ସାର୍ଥକ ଯୋଜନା ପ୍ରସ୍ତୁତ କରିପାରନ୍ତି। ସମ୍ଭାବନା ଅଛି ଜେ ଏହି ଯୋଜନା କୁ ନେଇ ଅପ୍ରିଲରେ କାମ ଆରମ୍ଭ ହୋଇପାରେ। ପ୍ରେମ ସମ୍ବନ୍ଧ ପାଇଁ ଏହି ମାସ ବିଶେଷ ଅନୁକୂଳ ପରିଣାମ ଦେଉଥିବା ପଡ଼ି ପ୍ରତୀତ ହେଉଛି। ବିବାହ ସମ୍ବନ୍ଧିତ କଥା ଆଗକୁ ବଢ଼ାଇବା ପାଇଁ ଏହି ସମୟ ସାହାଜ୍ୟକାରୀ ହେବ।
ଉପାୟ: କନ୍ୟାଙ୍କର ପୂଜା କରି ତାଙ୍କର ଆଶୀର୍ବାଦ ନିଅନ୍ତୁ।
ମୂଳାଙ୍କ 3
ଯଦି ଆପଣ କୌଣସି ମାସର 3,12, 21 କିମ୍ବା 30 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 3 ହେବ। ମୂଳାଙ୍କ 3 ପାଇଁ ଅପ୍ରିଲ ମାସ କ୍ରମଶଃ 7, 9, 4 ଓ 6 ଅଙ୍କ ଦ୍ବାରା ପ୍ରଭାବିତ ହେବ। ଏହି ମାସରେ ଅଙ୍କ 6ଙ୍କ ବ୍ୟତୀତ ଅବସିଷ୍ଠ ସମସ୍ତ ଅଙ୍କ ଆପଣଙ୍କର ସମର୍ଥନ କରିବେ। ଏହି ମାସରେ କୌଣସି ପ୍ରକାରର ବଡ଼ ସମସ୍ଯା ହେବ ନାହିଁ। ହୋଇପାରେ ଅଙ୍କ 6ର ପ୍ରଭାବ ମାସର ଦ୍ଵିତୀୟ ଭାଗରେ କିଛି ଛୋଟ ମୋଟ ସମସ୍ଯା ଦେଇପାରେ, କିନ୍ତୁ ସେଥିରୁ ଆପଣଙ୍କର କାର୍ଯ୍ୟଶୈଳୀ କିମ୍ବା ଏହି ମାସରେ ମିଳିବାକୁ ଥିବା ପରିଣାମ ଅଧିକ ଫରକ ପକାଇବ ନାହିଁ। ବିଶେଷକରି ଯଦି ଆପଣ ମହିଳାଙ୍କ ସହିତ ଭଲ ବ୍ୟବହାର କରନ୍ତି, ତେବେ ଫଳାଫଳ ସାଧାରଣତଃ ଅନୁକୂଳ ରହିବ। ଏହି ମାସରେ ଆପଣ କିଛି ନୂଆ ସତ୍ୟ ସହିତ ସାମ୍ନା କରି ପାରନ୍ତି।
ଯଦି ଅପାନଙ୍କର କାମରେ କୌଣସି ସମସ୍ଯା ଆସୁଛି ତେବେ ଆପଣ ଏହି ସମସ୍ଯାର ନିବାରଣ କରିବାରେ ସଫଳ ହେବେ। ଧର୍ମ ଓ ଅଧ୍ୟାତ୍ମକ ଦୃଷ୍ଟିରୁ, ଏହି ମାସକୁ ବହୁତ ଭଲ କୁହାଯିବ। ମାନସିକ ଅଶାନ୍ତିକୁ ଦୂର କରିବାରେ ଅପ୍ରିଲ ସାହାଜ୍ୟକାରୀ ରହିବ। ଆପଣଙ୍କ ମନରେ ପରୋପକାରର ଭାବନା ଦୃଢ଼ ହୋଇପାରେ। ଅଙ୍କ 9 ଓ 4ର ଉପସ୍ଥିତି ଏହି କଥାର ସଙ୍କେତ ଦେଉଛି ଯେ କାର୍ଯ୍ୟକ୍ଷେତ୍ରରେ ସମସ୍ଯା ପରେ ଭଲ ସମୟ ଆସିବ। ଶାରୀରିକ ଊର୍ଜା ଭଲ ରହିବା ଦ୍ବାରା ଆପଣ ନିଜର କାମକୁ ଠିକ ସମୟରେ ପୂରଣ କରିପାରିବେ। ଏହାର ଫଳସ୍ଵରୂପ, ଆପଣଙ୍କୁ ପରିଣାମ ମଧ୍ୟ ଭଲ ମିଳିବ। ଆର୍ଥିକ ଓ ପାରିବାରିକ ମାମଲାରେ ମଧ୍ୟ ସମୟ ଭଲ ରହିବ।
ଉପାୟ: ଗୁରୁବାର ଦିନ ମନ୍ଦିରରେ ଚଣା ଡାଲି ଦାନ କରନ୍ତୁ।
ଫ୍ରୀ ଅନଲାଇନ ଜନ୍ମ କୁଣ୍ଡଳୀ ସଫ୍ଟୱେୟାର୍ ରୁ ଜାଣନ୍ତୁ ନିଜର କୁଣ୍ଡଳୀର ସମ୍ପୂର୍ଣ ବିବରଣୀ
ମୂଳାଙ୍କ 4
ଯଦି ଆପଣ କୌଣସି ମାସର 4,13, 22 କିମ୍ବା 31 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 4 ହେବ। ମୂଳାଙ୍କ 4 ପାଇଁ ଅପ୍ରିଲ ମାସ କ୍ରମଶଃ 8, 9, 4 ଓ 6 ଅଙ୍କ ଦ୍ବାରା ପ୍ରଭାବିତ ହେବ। ଏହି ମାସର ଅଙ୍କ ଆପଣଙ୍କ ପାଇଁ ନେଉଟ୍ରଲ ରହିବେ କିମ୍ବା ଆପଣଙ୍କୁ କିଛି ଦୁର୍ବଳ ପରିଣାମ ଦେବାର ସଙ୍କେତ ଅଛି। ଏହି ମାସରେ ସାବଧାନ ହୋଇ କାମ କରିବାର ଆବଶ୍ୟକତା ଅଛି। ଅଙ୍କ 8 ମାସିକ ଅଙ୍କ ଭାବରେ ଅନେକ ମାମଲାରେ ଅନୁକୂଳ କୁହାଯାଏ, ଯେପରି ଅଙ୍କ 8 ଆର୍ଥିକ ମାମଲାରେ ସାର୍ଥକ ପରିଣାମ ଦେବାର କାମ କରେ। ଏହା ଆପଣଙ୍କର କ୍ଷମତା ବଢ଼େ। ବ୍ୟବସାୟରେ ସପୋର୍ଟ କରେ। କେବଳ ଏତିକି ନୁହେଁ, ଯଦି ଆପଣ ନିଜର ପୁରୁଣା ବ୍ୟବସାୟଋ ନୂଆ ବ୍ୟବସାୟକୁ ଯିବାକୁ ଚାହୁଁଛନ୍ତି ତେବେ ସେ ବିଷୟରେ ମଧ୍ୟ ଅଙ୍କ 8 ଆପଣଙ୍କର ସପୋର୍ଟ କରେ।
ପୁରୁଣା କାମକୁ ନୂଆ ଢଙ୍ଗରେ କରିବାର ଉପାୟ ମଧ୍ୟ ଅଙ୍କ 8 ଶିଖାଏ। କିନ୍ତୁ ଆପଣଙ୍କର ମୂଳାଙ୍କର ଶତ୍ରୁ ହେବା ଯୋଗୁଁ ଏହି ଜିନିଷ ପ୍ରାପ୍ତ ହେବାରେ ବିଳମ୍ବ ହୋଇପାରେ କିମ୍ବା ଏହା ପ୍ରାପ୍ତ କରିବା ରାସ୍ତାରେ ସମସ୍ଯା ଆସିପାରେ। ଏହି ମାସରେ ଭଲ ପରିଣାମ ପାଇବା ପାଇଁ ଆପଣଙ୍କୁ ଧର୍ଯ୍ୟ ରଖିବା ଓ ସମୟାନୁବର୍ତ୍ତୀ ହେବା ଆବଶ୍ୟକ ହେବ। ନିଜକୁ ଆଳସ୍ୟରୁ ଦୂରେଇ ରଖନ୍ତୁ। ଦିନଚାର୍ୟାକୁ ସଂଯାମିତ କରି ଠିକ ଭାବରେ କାମ କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କୁ ଭଲ ପରିଣାମ ମିଳିପାରିବ। ଅବହେଳା କରି କିମ୍ବା ଅଳସୁଆମୀ କରିବା ଦ୍ବାରା ପରିଣାମ ଦୁର୍ବଳ ହୋଇପାରେ ସେଥିପାଇଁ ସକାରାତ୍ମକ ଫଳ ପାଇବା ପାଇଁ ସଚେତନ ରୁହନ୍ତୁ।
ଉପାୟ: ଗରିବ ଓ ଅଭବ୍ୟ ଲୋକଙ୍କୁ ନିଜର ସାମର୍ଥ୍ୟ ଅନୁସାରେ ଭୋଜନ କରାନ୍ତୁ।
ମୂଳାଙ୍କ 5
ଯଦି ଆପଣ କୌଣସି ମାସର 5, 14 କିମ୍ବା 23 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 5 ହେବ। ମୂଳାଙ୍କ 5 ପାଇଁ ଅପ୍ରିଲ ମାସ କ୍ରମଶଃ 9,4,0 6 ଅଙ୍କ ଦ୍ବାରା ପ୍ରଭାବିତ ହୁଏ। ଅଙ୍କ 9ର ଅନେକ ଥର ଉପସ୍ଥିତି ଏହି କଥାର ସଙ୍କେତ ଦେଉଛି ଯେ ଏହି ମାସରେ ଆପଣଙ୍କୁ ଧର୍ଯ୍ୟ ସହିତ କାମ କରିବାକୁ ପଡ଼ିବ। ଯଦିଓ ଆପଣଙ୍କର ଉତ୍ସାହ ବୃଦ୍ଧି ପାଇବ, ଆପଣ ନିଜର ଉତ୍ସାହରେ ନିଜର ହୋଶ ହରାଇବା ଉଚିତ୍ ନୁହେଁ।ମାସିକ ଅଙ୍କ ଫଳ 2025 ଅନୁଯାୟୀ ଅନୁଯାୟୀ ଯଦି ଆପଣ ଉତ୍ସାହ ଏବଂ ଚେତନାର ସହିତ ଆଗକୁ ବଢ଼ନ୍ତି, ତେବେ ଆପଣ ଭଲ ଫଳାଫଳ ପାଇବେ କାରଣ ସଂଖ୍ୟା 9 କୁ ସେହି ସଂଖ୍ୟା ଭାବରେ ବିବେଚନା କରାଯାଏ ଯାହା ପୂର୍ଣ୍ଣତା ଆଡ଼କୁ ନେଇଯାଏ।
ଏପରି ସ୍ଥିତିରେ, ଏହି ମାସରେ ଆପଣ ପୂର୍ବ ସମୟରୁ ପଡ଼ି ରହିଥିବା କାମକୁ ପୂରଣ କରିବେ ଓ ଶାନ୍ତିର ନିଶ୍ବାସ ନେବେ। ଏହି ମାସରେ ଆପଣଙ୍କ ସ୍ଥଗିତ କାର୍ଯ୍ୟଗୁଡ଼ିକୁ ସମାପ୍ତ କରିବାରେ ସହାୟକ ହୋଇପାରନ୍ତି କିନ୍ତୁ ଯେହେତୁ 9 ସଂଖ୍ୟାକୁ ଆପଣଙ୍କ 5 ସଂଖ୍ୟାର ବିରୋଧୀ ବୋଲି ବିବେଚନା କରାଯାଏ, ତେଣୁ ଆପଣଙ୍କୁ ଧୈର୍ଯ୍ୟହୀନ ହେବା ଉଚିତ୍ ନୁହେଁ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଯଦି ଆପଣ ଏହି ଉପାୟ ଆପଣାଇ କାମ କରିବେ ତେବେ ଏହି ମାସରେ ଆପଣ ଭଲ ପରିଣାମ ପ୍ରାପ୍ତ କରି ପାରିବେ।
ଉପାୟ: ନିୟମିତ ଭାବରେ ହନୁମାନ ଚାଳିସା ପାଠ କରିବା ଶୁଭ ରହିବ।
ମୂଳାଙ୍କ 6
ଯଦି ଆପଣ କୌଣସି ମାସର 6। 15 କିମ୍ବା 24 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 6 ହେବ। ମୂଳାଙ୍କ 6 ପାଇଁ ଅପ୍ରିଲ ମାସ କ୍ରମଶଃ 1,9,4 ଓ 6 ଅଙ୍କ ଦ୍ବାରା ପ୍ରଭାବିତ। ଅଙ୍କ 9 ବ୍ଯତୀତ ଅଧିକାଂଶ ଅଙ୍କ ଏହି ମାସରେ ଆପଣଙ୍କୁ ହାହାରୀ ପରିଣାମ ଦେଉଥିବା ପ୍ରତୀତ ହେଉଛନ୍ତି। ଆପଣଙ୍କୁ ମଧ୍ୟ ଏହି ମାସରେ କରିଧ ଓ ଝଗଡ଼ାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ମାସ ଆପଣଙ୍କ ପାଇଁ କିଛି ନୂଆ କାମର ଆରମ୍ଭ କରିବା ପାଇଁ ସାହାଜ୍ୟକାରୀ ରହିବ। କିଛି ସମସ୍ଯା ରହିବ, କିନ୍ତୁ ଆପଣ ଏହି ସମସ୍ଯାକୁ ପାର ହୋଇ ନିଜ ଲକ୍ଷ ହାସଲ କରିବେ। ଏହା ସହିତ, ଏହି ମାସରେ ଆପଣଙ୍କ ପାଇଁ କିଛି ନୂତନ ଦାୟିତ୍ୱ ଅପେକ୍ଷା କରିଛି, ଆପଣ ସେହି ଦାୟିତ୍ୱଗୁଡ଼ିକୁ ଗ୍ରହଣ କରିପାରିବେ। ତଥାପି, ଏହି ସମସ୍ତ ବିଷୟରେ ବରିଷ୍ଠ ଲୋକଙ୍କ ସାହାଯ୍ୟ ନେବା ବୁଦ୍ଧିମାନର କାର୍ଯ୍ୟ ହେବ।
ଅଙ୍କ 4ର ଉପସ୍ଥିତି ଏହି କଥାର ସଙ୍କେତ ଦେଉଛି ଯେ ବରିଷ୍ଠଙ୍କ ସହିତ ସମ୍ବନ୍ଧକୁ ଦୃଢ଼ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ। ବରିଷ୍ଠଙ୍କର ସବୁବେଳେ ଆଦର ସମ୍ମାନ କରିବା ଉଚିତ, କିନ୍ତୁ ଏହି ମାସରେ ଏହି ମାମଲାରେ ବିଶେଷ ଧ୍ୟାନ ଦେବ ଉଚିତ। ଧୀରେ-ଧୀରେ ଫିକା ପଡ଼ିଥିବା ସମ୍ବନ୍ଧ ଦୃଢ଼ ହେବ ଓ ସମ୍ପର୍କ ମେନଟେନ କରିବା ସହଜ ହେବ। ଏହି ମାସଟି ବିଶେଷକରି ପିତା ଏବଂ ପିତାଙ୍କ ପରି ବ୍ୟକ୍ତିଙ୍କ ସହିତ ସମ୍ପର୍କ ବଜାୟ ରଖିବା କିମ୍ବା ସୁଦୃଢ଼ କରିବା ପାଇଁ ବହୁତ ସହାୟକ ହେବ। ଏହି ମାସରେ ଆପଣଙ୍କୁ ଅହଂକାରକୁ ଏଡ଼ାଇବାକୁ ପଡ଼ିବ ଏବଂ ସେହି ସମୟରେ, କ୍ରୋଧକୁ ଏଡ଼ାଇବା ଲାଭଦାୟକ ହେବ।
ଉପାୟ: ସୂର୍ଯ୍ୟ ଭଗବାନଙ୍କୁ କୁକୁମ ମିଶ୍ରିତ ଜଳ ନିୟମିତ ରୂପରେ ଚଢ଼ାନ୍ତୁ।
ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ମୂଳାଙ୍କ 7
ଯଦି ଆପଣ କୌଣସି ମାସର 7, 16 କିମ୍ବା 25 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 7 ହେବ। ମୂଳାଙ୍କ 7 ପାଇଁ ଅପ୍ରିଲ ମାସ କ୍ରମଶଃ 2, 9, 4 ଓ 6 ଅଙ୍କ ଦ୍ବାରା ପ୍ରଭାବିତ। ଏହି ମାସରେ ଆପଣଙ୍କ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଉଥିବା ସଂଖ୍ୟା 2 ଏବଂ 9 ଆପଣଙ୍କ ସପକ୍ଷରେ ରହିବା ପରି ମନେ ହେଉନାହିଁ, ତେଣୁ ଏହି ମାସରେ ଆପଣଙ୍କ ଲକ୍ଷ୍ୟ ହାସଲ କରିବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ଅପ୍ରିଲ ସମ୍ବନ୍ଧକୁ ଠିକ କରିବା ପାଇଁ ସାହାଜ୍ୟ କରିବ। ଯଦି ଆପଣଙ୍କର ସମ୍ବନ୍ଧ କାହା ସହିତ ଦୁର୍ବଳ ଅଛି, ତେବେ ସେହି ସମ୍ବନ୍ଧକୁ ଠିକ କରିବାା ପ୍ରଥମେ ଆବଶ୍ୟକ। ସହଭାଗୀତାରେ କାମ କରୁଥିବା ଲୋକଙ୍କୁ ଏହି ମାସରେ କେବଳ ନିଜ ସାଥୀଙ୍କ ସହ ସମ୍ପର୍କକୁ ମଜବୁତ ରଖିବା ଉପରେ ନୁହେଁ, ବରଂ ସହଭାଗୀତା କାମରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଆପଣଙ୍କୁ ନିଜର ଭାଗର କାମ ସମ୍ପୂର୍ଣ କରିବାକୁ ପଡ଼ିବ।
ଏହି ମାସରେ ଧର୍ଯ୍ୟର ବହୁତ ଆବଶ୍ୟକତା ରହିବ।ମାସିକ ଅଙ୍କ ଫଳ 2025 ଅନୁଯାୟୀ ଅନୁଯାୟୀମନ ମଝିରେ-ମଝିରେ ଅଧିକ ଚଞ୍ଚଳ ରହିବ, ଯାହାକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ଯଦି କୌଣସି ବୃଦ୍ଧ ସ୍ତ୍ରୀଙ୍କ ସହିତ କିଛି ଡୀଲ କରୁଛନ୍ତି ତେବେ ସେହି ମାମଲାରେ ସାବଧାନ ହୋଇ କାମ କରିବା ଆବଶ୍ୟକ। ନିଜ ଠାରୁ ବୟସରେ ବଡ଼ ସ୍ତ୍ରୀ ଙ୍କ ସହିତ ମିଶି କୌଣସି କାମ କରିବା ଉଚିତ ଓ ସମ୍ମାନର ସହିତ ବ୍ୟବହାର କରିବା ଉଚିତ। ଶୀଘ୍ର ଉତ୍ସାହିତ ହେବା କିମ୍ବା ଶୀଘ୍ର ନିରାଶ ହେବା ଠିକ୍ ହେବ ନାହିଁ। ତେଣୁ, ଏପରି ଭାବନାକୁ ଏଡ଼ାଇବା ବୁଦ୍ଧିମାନର କାର୍ଯ୍ୟ ହେବ। ସାବଧାନ ରହି ଆପଣ ଭଲ ପରିଣାମ ପ୍ରାପ୍ତ କରି ପାରିବେ, ଅନ୍ୟଥା ପରିଣାମ ଦୁର୍ବଳ ହୋଇପାରେ।
ଉପାୟ: ମା ଦୂର୍ଗାଙ୍କର ପୂଜା-ଅର୍ଚନା କରନ୍ତୁ।
ମୂଳାଙ୍କ 8
ଯଦି ଆପଣ କୌଣସି ମାସର 8, 17 କିମ୍ବା 26 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 8 ହେବ। ମୂଳାଙ୍କ 8 ପାଇଁ ଅପ୍ରିଲ ମାସ କ୍ରମଶଃ 3, 9, 4 ଓ 6 ଅଙ୍କ ଦ୍ବାରା ପ୍ରଭାବିତ। ଏହି ମାସର ଅଙ୍କ ଆପଣଙ୍କୁ ସମ୍ପୂର୍ଣ ସମର୍ଥନ କରିବା କିମ୍ବା ହାରାହାରି ପରିଣାମ ଦେବ। ବିଶେଷ କଥା ଏହା ଯେ ଏହି ମାସରେ ସବୁଠାରୁ ଅଧିକ ପ୍ରଭାବ ପକାଉଥିବା ଅଙ୍କ 3 ଆପଣଙ୍କର ସମର୍ଥନରେ ରହିବ। ଏହି କାରଣରୁ ଏହି ମାସରେ ଆପଣଙ୍କୁ ବହୁତ ଭଲ ପରିଣାମ ଦେବ ଓ ସାମାଜିକ ଗତିବିଧି ପାଇଁ ବିଶେଷ ହେବ।
ଯଦି ଆପଣ କୌଣସି ନେତା, ପତ୍ରକାର କିମ୍ବା ଏପରି ବ୍ୟକ୍ତି ଅଟନ୍ତି ଯିଏ ବହୁତ ଲୋକଙ୍କ ସହିତ ମିଳାମିଶା କରନ୍ତି ତେବେ ଏହି ମାସରେ ଆପଣଙ୍କୁ ବହୁତ ଭଲ ପରିଣାମ ମିଳିପାରେ। ଆପଣଙ୍କର ଧୈର୍ଯ୍ୟ ଏବଂ ଅଭିଜ୍ଞତା ଆପଣଙ୍କୁ ସାମାଜିକ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ସ୍ତରକୁ ନେଇଯାଇପାରେ। କିଛି ନୂଆ କରିବା ପାଇଁ ମଧ୍ୟ ଏହି ମାସ ସାହାଜ୍ୟକାରୀ ହେବ। ମିତ୍ରଙ୍କ ସହିତ ଜଡ଼ିତ ମାମଲାରେ ଏହି ମାସରେ ଭଲ ପରିଣାମ ମିଳିପାରେ। ଆର୍ଥିକ ମାମଲା ପାଇଁ ଅପ୍ରିଲ କୁ ବହୁତ ଭଲ କୁହାଯାଇଛି। ପାରିବାରିକ ମାମଲାରେ ମଧ୍ୟ ଅଙ୍କ 3 ଆପଣଙ୍କୁ ଭଲ ପରିଣାମ ଦେବା ଭଳି ପ୍ରତୀତ ହେଉଛି।
ଉପାୟ: କୌଣସି ମନ୍ଦିରରେ କ୍ଷୀର ଓ କେସର ଦାନ କରନ୍ତୁ।
ନୂଆ ବର୍ଷରେ କ୍ୟାରିଅର ସହିତ ଜଡ଼ିତ ସମସ୍ଯା କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍ ସାହାଜ୍ୟରେ ଦୂର କରନ୍ତୁ
ମୂଳାଙ୍କ 9
ଯଦି ଆପଣ କୌଣସି ମାସର 9। 18 କିମ୍ବା 27ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ 9 ହେବ। ମୂଳାଙ୍କର 9 ପାଇଁ ଅପ୍ରିଲ ମାସ କ୍ରମଶଃ 4, 9 ଓ 6 ଦ୍ବାରା ପ୍ରଭାବିତ ହୁଏ। ଏହି ମାସରେ ଅଙ୍କ 6 ବ୍ୟତୀତ ପାଖାପାଖି ସମସ୍ତ ଅଙ୍କ ଆପଣଙ୍କର ସମର୍ଥନରେ ରହିବେ କିମ୍ବା ଆପଣଙ୍କ ପାଇଁ ନେଉଟ୍ରଲ ରହିବେ। ଅସୁବିଧା ହେବ ନାହିଁ କିନ୍ତୁ ଜ୍ଯୋତିଷ ଦୁନିଆରେ ଅଙ୍କ 9 ଅର୍ଥାତ ମଙ୍ଗଳଙ୍କୁ ଅଗ୍ନି ସମାନ ତୁଳନା କରାଯାଇଛି। ଅଙ୍କ 4 କିମ୍ବା ରହୁଙ୍କୁ ପେଟ୍ରୋଲିୟମ ଉତ୍ପାଦ ସହିତ ତୁଳନା କରାଯାଇଛି। ଏହି ଦୁଇଟିର ମିଳନ ଅଗ୍ନିକୁ ପ୍ରଜ୍ୱଳିତ କରିବା ପାଇଁ କାମ କରେ, ତେଣୁ ଏହି ମାସରେ ଆପଣଙ୍କୁ ସମ୍ପୂର୍ଣ୍ଣ ଧର୍ଯ୍ୟର ସହିତ କାମ କରିବାକୁ ପଡ଼ିବ। କ୍ରୋଧର ବଶବର୍ତ୍ତୀ ହୋଇ କୌଣସି କାମ କରିବା ଉଚିତ୍ ନୁହେଁ। କୌଣସି ବଡ଼ ରିସ୍କ ନିଅନ୍ତୁ ନାହିଁ। ଏହା ବ୍ୟତୀତ, ସାମାଜିକ ସ୍ଥିତି, ପ୍ରତିଷ୍ଠା ଏବଂ ମର୍ଯ୍ୟାଦାର ମଧ୍ୟ ଯତ୍ନ ନେବାକୁ ପଡ଼ିବ।
ଆପଣଙ୍କୁ ଯାହା କିଛି ଏବେ ପର୍ଯ୍ୟନ୍ତ ଶିଖା ହୋଇଛି, ତାହା ସାହାଜ୍ୟରେ ଆଗକୁ ବଢ଼ନ୍ତୁ। ନିଜର ଅନୁଭବ ଆଧାରରେ କାମ କରନ୍ତୁ ଓ ସାଙ୍ଗରେ, ଅନୁଭବି ଲୋକଙ୍କ ପରାମର୍ଶ ନେଇ କାମ କରନ୍ତୁ। ଆପଣ କାହା ଦ୍ୱାରା ପ୍ରଭାବିତ ହେବା ଉଚିତ୍ ନୁହେଁ। ଖାସକରି ଆର୍ଥିକ ଓ ପ୍ରପର୍ଟି ସହିତ ଜଡ଼ିତ ମାମଲାରେ କୌଣସି ପ୍ରକାରର ରିସ୍କ ନିଅନ୍ତୁ ନାହିଁ। ଯଦି ଆପଣ ଏପରି କରନ୍ତି ତେବେ ଆପଣ ନକରାତ୍ମକ ଘଟଣା ଠାରୁ ନିଜକୁ ସୁରକ୍ଷିତ ରଖି ପାରିବେ।ମାସିକ ଅଙ୍କ ଫଳ 2025 ଅନୁଯାୟୀ ଅନୁଯାୟୀସଂଖ୍ୟା 4ର ପ୍ରଭାବ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଉଛି, ଅର୍ଥାତ୍ ଆପଣଙ୍କୁ ଏହି ମାସରେ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିବ। ନିଜକୁ ଅନୁଶାସନରେ ରଖିବାକୁ ପଡ଼ିବ। ଦେଶ କିମ୍ବା ସମାଜର ନିୟମ, ଏବଂ ଆଇନ ପାଳନ କରିବାକୁ ପଡ଼ିବ। ଏପରି କରିବା ଦ୍ବାରା ଆପଣ ନକରାତ୍ମକ ପରିଣାମକୁ ଅଟକାଇ ପାରିବେ ଓ ଆଗକୁ ବଢ଼ି ପାରିବେ।
ଉପାୟ: ମଥାରେ ନିଏମିତ ଭାବରେ କେସର ତିଳକ ଲଗାଇବା ଶୁଭ ରହିବ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. କେତୁଙ୍କର ଅଙ୍କ କ’ଣ?
ଅଙ୍କ ଜ୍ଯୋତିଷରେ ଅଙ୍କ 7 ଉପରେ କେତୁଙ୍କର ସ୍ଵାମିତ୍ଵ ଅଛି।
2. ଅଙ୍କ 1ର ସ୍ବାମୀ କିଏ?
ସୂର୍ଯ୍ୟ ଦେବ ଅଙ୍କ 1ର ଅଧିପତି।
3. ମୂଳାଙ୍କ 6 ପାଇଁ ଅପ୍ରିଲ କିପରି ରହିବ?
ଯେଉଁ ଲୋକଙ୍କର ମୂଳାଙ୍କ 6 ତାଙ୍କୁ ଅପ୍ରିଲ ମାସ ହାରାହାରି ପରିଣାମ ଦେବ।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Bhadra Mahapurush & Budhaditya Rajyoga 2025: Power Surge For 3 Zodiacs!
- May 2025 Numerology Horoscope: Unfavorable Timeline For 3 Moolanks!
- Numerology Weekly Horoscope (27 April – 03 May): 3 Moolanks On The Edge!
- May 2025 Monthly Horoscope: A Quick Sneak Peak Into The Month!
- Tarot Weekly Horoscope (27 April – 03 May): Caution For These 3 Zodiac Signs!
- Numerology Monthly Horoscope May 2025: Moolanks Set For A Lucky Streak!
- Ketu Transit May 2025: Golden Shift Of Fortunes For 3 Zodiac Signs!
- Akshaya Tritiya 2025: Check Out Its Accurate Date, Time, & More!
- Tarot Weekly Horoscope (27 April – 03 May): 3 Fortunate Zodiac Signs!
- Numerology Weekly Horoscope (27 April – 03 May): 3 Lucky Moolanks!
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025