ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (30 ମାର୍ଚ୍ଚରୁ 05 ଅପ୍ରିଲ)
ମାର୍ଚ୍ଚ ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 30 ମାର୍ଚ୍ଚରୁ 05 ଅପ୍ରିଲ ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।

କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?
ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |
ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା
ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 30 ମାର୍ଚ୍ଚରୁ 05 ଅପ୍ରିଲ, 2025)
ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |
ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା
ମୂଳାଙ୍କ 1
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)
ଏହି ମୂଳାଙ୍କର ଲୋକ ଅନୁଶାସନରେ ରହିବା ପସନ୍ଦ କରନ୍ତି। ଏହି ଲୋକ ବ୍ୟବସ୍ଥିତ ହୋଇଥାନ୍ତି ଓ ମହତ୍ୱପୂର୍ଣ ନିଷ୍ପତି ନେବା ପାଇଁ ସବୁବେଳେ ପ୍ରସ୍ତୁତ ଥାଆନ୍ତି।
ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ନିଜର ଜୀବନସାଥୀ ସହିତ ସଚ୍ଚୋଟ ରହିବେ। ଏହା ଆପଣଙ୍କର ବ୍ୟବହାର ଯୋଗୁଁ ହୋଇପାରେ।
ଶିକ୍ଷା: ଆପଣ ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିବେ ଓ ଭଲ ସଫଳତା ହାସଲ କରିବାକୁ ସକ୍ଷମ ହେବେ। ଏହି ସମୟରେ ଆପଣ ବିଜନେସ ଏଡମିନିଷ୍ଟ୍ରେସନ ଓ ଓକିଲାତି ପରି ପ୍ରଫେଶନାଲ ପାଠରେ ଭଲ ପ୍ରଦର୍ଶନ କରିବେ।
ବୃତ୍ତିଗତ ଜୀବନ: ଚାକିରି କରିଥିବା ଲୋକଙ୍କୁ ଚାକିରିରେ ନୂଆ ସୁଯୋଗ ମଣିଲିପାରେ ଓ ଏଥିରେ ଆପଣଙ୍କୁ ସଫଳତା ଏବଂ ଅଧିକାର ପ୍ରାପ୍ତ ହୋଇପାରେ। ବ୍ୟବସାୟୀଙ୍କ ପାଇଁ ରଣନୀତି ଲାଭଦାୟକ ହେବ।
ସ୍ବାସ୍ଥ୍ୟ: ଏହି ସମୟରେ ଆପଣଙ୍କର ସ୍ବାସ୍ଥ୍ୟ ଉତ୍ତମ ରହିବ ଓ ଏହା ଆପଣଙ୍କର ସାହାସ ଯୋଗୁଁ ହେବ। ଏହି ସପ୍ତାହରେ ଆପଣ ନିଜର କ୍ଷମତାକୁ ଅଧିକ ବିକଶିତ କରିପାରିବେ।
ଉପାୟ: ଆପଣ ଶନିବାର ଦିନ ଶନି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ମୂଳାଙ୍କ 2
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)
ଯଦି ଆପଣଙ୍କର ମୂଳାଙ୍କ 2 ଅଟେ, ତେବେ ଏହି ସମୟରେ ଆପଣ କନଫିଉଜ ରହି ପାରନ୍ତି ଓ ଏହି କାରଣରୁ ଆପଣ ନିଷ୍ପତି ନେବାରେ ସଙ୍କୋଚ କରି ପାରନ୍ତି। ଏହା ଆପଣଙ୍କ ଆଶାର ବିରୁଦ୍ଧରେ ହୋଇପାରେ।
ପ୍ରେମ ଜୀବନ: ଆପଣ ନିଜର ପାର୍ଟନର ସହିତ କଥା ହେବା ସମୟରେ ଅସହଜ ଦେଖାଯିବେ ଯେଉଁ କାରଣରୁ ଆପଣ ଆଗକୁ ବଢ଼ି ପାରିବେ ନାହିଁ ଓ ଏହାର ପ୍ରଭାବ ଆପଣଙ୍କର ସମ୍ପର୍କ ଉପରେ ପଡ଼ିବ।
ଶିକ୍ଷା: ଆପଣ ଶିକ୍ଷା କ୍ଷେତ୍ରରେ ସଫଳ ହେବା ପାଇଁ ଅଧିକ ଦୃଢ଼ତା ଦେଖାଇ ପାରନ୍ତି। ଏହା ଦ୍ବାରା ଆପଣ ନିଜର ସାଥୀ ଛାତ୍ରଙ୍କ ଠାରୁ ଆଗେଇ ଯିବେ।
ବୃତ୍ତିଗତ ଜୀବନ: ଚାକିରି କରିଥିବା ଲୋକଙ୍କୁ ନୂଆ ସୁଯୋଗ ମିଳିବାର ସମ୍ଭାବନା ଅଛି। ଏହା ଦ୍ବାରା ଆପଣଙ୍କର କ୍ୟାରିଅରରେ ପ୍ରଗତି ମିଳିପାରେ। ବ୍ୟବସାୟୀଙ୍କ ପାଇଁ ଅଧିକ ଲାଭ କରିବାର ଯୋଗ ଅଛି।
ସ୍ବାସ୍ଥ୍ୟ: ଏହି ସମୟରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଆପଣଙ୍କର ସ୍ବାସ୍ଥ୍ୟ ଉତ୍ତମ ରହିବ ଓ ଏହା ଆପଣଙ୍କର ରୋଗ ପ୍ରତିରୋଧକ କ୍ଷମତାକୁ ଦୃଢ଼ ହେବା ଯୋଗୁଁ ସମ୍ଭବ ହେବ।
ଉପାୟ: ଆପଣ ସୋମବାର ଦିନ ମା ପାର୍ବତୀଙ୍କ ପାଇଁ ଯଜ୍ଞ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମୂଳାଙ୍କ 3
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )
ଏହି ମୂଳାଙ୍କର ଲୋକ ଅଧିକ ବ୍ୟବସ୍ଥିତ ଓ ସିଦ୍ଧାନ୍ତରେ ଚାଲିବା ପସନ୍ଦ କରନ୍ତି। ଏହି ଲୋକ ବେଳେ-ବେଳେ ନିଜର ସିଦ୍ଧାନ୍ତରଏ ପରିବର୍ତ୍ତନ ମଧ୍ୟ କରନ୍ତି।
ପ୍ରେମ ଜୀବନ: ଅହଂକାର ଯୋଗୁଁ ଏହି ସପ୍ତାହରେ ଆପଣଙ୍କର ସମ୍ପର୍କରେ ତିକ୍ତତା ଆସିବାର ଆଶଙ୍କା ଅଛି। ଏହି କାରଣରୁ ଆପଣ ନିଜର ପାର୍ଟନର ସହିତ ଖୁସି ଦେଖାଯିବେ।
ଶିକ୍ଷା: ଆପଣ ନିଜର ସାଥୀ ଛାତ୍ରଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିବେ ଓ ତାଙ୍କ ଠାରୁ ଅଧିକ ଅଙ୍କ ଆଣିବେ। ଏହା ଦ୍ବାରା ପଢ଼ା ମାମଲାରେ ଆପଣଙ୍କର ପ୍ରଗତି ହେବ।
ବୃତ୍ତିଗତ ଜୀବନ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବାର ସଙ୍କେତ ଅଛି। ଆପଣଙ୍କୁ ଚାକିରିର ନୂଆ ସୁଯୋଗ ମଧ୍ୟ ମିଳିପାରେ। ବ୍ୟବସାୟୀଙ୍କୁ ଏହି ସପ୍ତାହରେ ନିଜର ରଣନୀତି ଯୋଗୁଁ ଅଧିକ ଲାଭ କରିବାର ସୁଯୋଗ ମିଳିବ।
ସ୍ବାସ୍ଥ୍ୟ: ସାହାସ ଓ ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ରହିବା ଯୋଗୁଁ ଆପଣ ଶାରୀରିକ ଭାବରେ ସୁସ୍ଥ ରହିବେ।
ଉପାୟ: ଆପଣ ବୃହସ୍ପତିବାର ଦିନ ବୃହସ୍ପତି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ମୂଳାଙ୍କ 4
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି)
ଏହି ମୂଳାଙ୍କର ଲୋକ ଅଧିକ କୁଶଳ ହୋଇଥାନ୍ତି ଓ ତାଙ୍କର ଲାମ୍ବା ଯାତ୍ରା କରିବାର ଇଚ୍ଛା ଥାଏ। ଏହି ଲୋକ ଜୀବନ ପ୍ରତି ଉତ୍ସାହରେ ଭରପୁର ଥାଆନ୍ତି।
ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ନିଜର ଜୀବନସାଥୀରେ ଅଧିକ ରୁଚି ଦେଖାଇ ପାରିବେ ନାହିଁ ଓ ଏହି କାରଣରୁ ଆପଣ ଦୁହିଙ୍କ ମଧ୍ୟରେ ଦୂରତା ବଢ଼ିପାରେ ଓ ଆପଣଙ୍କର ସମ୍ପର୍କ ଖରାପ ହୋଇପାରେ। ଏହା ଦ୍ବାରା ଆପଣଙ୍କର ସମ୍ପର୍କକୁ କ୍ଷତି ପହଞ୍ଚି ପାରେ।
ଶିକ୍ଷା: ଏହି ସମୟ ଛାତ୍ର ପଢ଼ାରେ ଉଛ ଅଙ୍କ ପ୍ରାପ୍ତ କରିବା ପାଇଁ ଅସଫଳ ରହି ପାରନ୍ତି। ଆପଣଙ୍କୁ ଏହି ସପ୍ତାହରେ ପଢ଼ା କୁ ନେଇ କୌଣସି ମହତ୍ୱପୂର୍ଣ ନିଷ୍ପତି ନେବା ଉଚିତ ନୁହେଁ/
ପ୍ରତିଯୋଗିତା ପରୀକ୍ଷା ପାଇଁ ମଧ୍ୟ ଏହି ସମୟ ଅନୁକୂଳ ନୁହେଁ।
ବୃତ୍ତିଗତ ଜୀବନ: ଚାକିରି କରିଥିବା ଲୋକଙ୍କ ଉପଡ଼େ କାମର ଚାପ ବଢ଼ିପାରେ ଯେଉଁ କାରଣରୁ କାର୍ଯ୍ୟକ୍ଷେତ୍ରରେ ତାଙ୍କର ପ୍ରଦର୍ଶନ ହ୍ରାସ ପାଇପାରେ। ବ୍ୟବସାୟୀଙ୍କର ରଣନୀତି ପୁରୁଣା ହେବା ଯୋଗୁଁ, ତାଙ୍କର କ୍ଷତି ହୋଇପାରେ।
ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣ ଶାରୀରିକ ରୂପରେ ଅସୁସ୍ଥ ରହି ପାରନ୍ତି। ଆପଣଙ୍କର ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ହେବା ଯୋଗୁଁ ଆପଣ ରୋଗିଣା ହୋଇପାରନ୍ତି।
ଉପାୟ: ଆପଣ ପ୍ରତିଦିନ 22 ଥର ଓଁ ରାହବେ ନମଃ ମନ୍ତ୍ର ଜପ କରନ୍ତୁ।
ଏବେ ଘରେ ବାସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ମୂଳାଙ୍କ 5
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)
ଏହି ମୂଳାଙ୍କର ଲୋକ ଅଧିକ ବୁଦ୍ଧିମାନ ହୋଇଥାନ୍ତି। ଏମାନେ ସବୁବେଳେ ବ୍ୟବସାୟ ଉପଡ଼େ ଧ୍ୟାନ କେନ୍ଦ୍ରିତ କରି ପାରନ୍ତି ଓ ଏହା ଦ୍ବାରାା ଲାଭ ପ୍ରାପ୍ତ କରି ପାରନ୍ତି।
ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ଭଲ ସମ୍ବନ୍ଧ ରହିବ ଏବଂ ଆପଣ ଦୁହିଁକର ସମ୍ପର୍କ ଦୃଢ଼ ହେବ। ଆପଣ ଦୁହେଁ ପରସ୍ପରର ସହଯୋଗ କରୁଥିବା ଦେଖାଯିବେ।
ଶିକ୍ଷା: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଛାତ୍ରମାନେ ପଢ଼ାରେ ଉଚ୍ଚ କୌଶଳ ବିକଶିତ କରିବା ଓ ଅଧିକ ଅଙ୍କ ପ୍ରାପ୍ତ କରିବାକୁ ସକ୍ଷମ ହେବେ। ପ୍ରଫେଶନାଲ ସ୍ଟଡିସ ଯେପରି ସଫ୍ଟୱେୟାର୍, ଫାଇନାନ୍ସିୟାଲ ଏକାଉନ୍ଟିଂ ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ।
ବୃତ୍ତିଗତ ଜୀବନ: ଏହି ସପ୍ତାହରେ ଚାକିରି କରିଥିବା ଲୋକଙ୍କୁ ସହଜରେ ସଫଳତା ମିଳିପାରେ। ଆପଣଙ୍କୁ ନିଜର ଉଚ୍ଚ ଅଧିକାରୀଙ୍କ ଠାରୁ ସମର୍ଥନ ଓ ପ୍ରଶଂସା ମିଳିବାର ଯୋଗ ଅଛି। ଯଦି ଆପଣ ବ୍ୟବସାୟ କରନ୍ତି, ତେବେ ଏହି ସମୟରେ ଆପଣ ନିଜର ବିଜନେସ ପାଇଁ ଏକ ଟୀମ ଲୀଡର ଭାବରେ ଉଭା ହୋଇ ପାରିବେ।
ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ। ଆପଣଙ୍କର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ଦୃଢ଼ ରହିବ ଯାହା ଦ୍ବାରା ଆପଣ ଫିଟ ରହିବେ।
ଉପାୟ: ଆପଣ ପ୍ରତିଦିନ 41 ଥର ଓଁ ନମୋ ନାରାୟଣ ମନ୍ତ୍ର ଜପ କରନ୍ତୁ।
ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ମୂଳାଙ୍କ 6
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )
ଏହି ମୂଳାଙ୍କର ଲୋକ ଉତ୍ସାହରେ ଭରପୁର ରହିବେ। ତାଙ୍କର ବୁଲା-ବୁଲି କରିବାରେ ଓ ଲଲିତ କଳାରେ ଅଧିକ ରୁଚି ରହିବ।
ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ନିଜର ପାର୍ଟନର ସହିତ ଅଧିକ ଉତ୍ସାହ ସହିତ ବ୍ୟବହାର କରିବେ। ଆପଣ ନିଜର ପାର୍ଟନର ସହିତ ରୋମାନ୍ଟିକ କଥା ହେବେ।
ଶିକ୍ଷା: ପଢ଼ା ମାମଲାରେ ଛାତ୍ରଙ୍କର କୌଶଳର ପ୍ରଶଂସା କରାଯିବ। ମଲ୍ଟିମିଡିଆ, ଗ୍ରାଫିକ୍ସ ଓ ସଫ୍ଟୱେୟାର୍ ଟେସ୍ଟିଂ ପରି ବିଷୟ ଆପଣଙ୍କ ପାଇଁ ଭଲ ପ୍ରମାଣିତ ହେବ।
ବୃତ୍ତିଗତ ଜୀବନ: ଏହି ସପ୍ତାହ ଚାକିରି କରିଥିବା ଲୋକଙ୍କୁ ନିଜର କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବାର ସଙ୍କେତ ଅଛି। ଯଦି ଆପଣ ବ୍ୟବସାୟ କରନ୍ତି ତେବେ ଆପଣଙ୍କୁ ଲାଭ ଓ କ୍ଷତି ଦୁଇଟି ଯାକ ସାମ୍ନା କରିବାକୁ ପଡ଼ିପାରେ।
ସ୍ବାସ୍ଥ୍ୟ: ଏହି ସମୟରେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ। ଆପଣଙ୍କୁ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ଯା ହେବ ନାହିଁ। କିନ୍ତୁ ମୁଣ୍ଡବିନ୍ଧା ହୋଇପାରେ।
ଉପାୟ: ଆପଣ ପ୍ରତିଦିନ 33 ଥର ଓଁ ଶୁକ୍ରାୟ ନମଃ ମନ୍ତ୍ର ଜପ କରନ୍ତୁ।
ମୂଳାଙ୍କ 7
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି)
ମୂଳାଙ୍କ 7ର ଲୋକଙ୍କର ଅଲଗା-ଅଲଗା ଦୃଷ୍ଟିକୋଣ ହୋଇପାରେ ଓ ଏମାନେ ଉଚ୍ଚ ଲକ୍ଷ ନିର୍ଦ୍ଧାରିତ କରିପାରିବେ। ଏହି ଲୋକ ଅନ୍ୟ ଠାରୁ ଅଲଗା ରହି ପାରନ୍ତି।
ପ୍ରେମ ଜୀବନ: ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ପାରସ୍ପରିକ ବୁଝାମଣା କମ ହେବା ଯୋଗୁଁ ଆପଣ ସହିତ ଆଗକୁ ବଢ଼ି ପାରିବେ ନାହିଁ।
ଶିକ୍ଷା: ହୋଇ ପାରେ ଆପଣଙ୍କୁ ପଢ଼ା ବିଷୟରେ ସମ୍ପୂର୍ଣ ସୂଚନା ନଥିବ। ସମ୍ଭାବନା ଅଛି ଯେ ଆପଣ ଶିକ୍ଷା କ୍ଷେତ୍ରରେ ପ୍ରଗତି କରିବା ପାଇଁ ନିଷ୍ପତି ନେବା ପାଇଁ ଠିକ ସ୍ଥିତିରେ ନଥିବେ।
ବୃତ୍ତିଗତ ଜୀବନ: ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଚାକିରି କରୁଥିବା ଲୋକଙ୍କ ଉପରେ କାମର ଚାପ ବଢ଼ିବ ଓ ଏହି କାରଣରୁ ସଫଳତା ପ୍ରାପ୍ତ ହେବ। ଭୁଲ ପଦ୍ଧତି ଯୋଗୁଁ ବ୍ୟବସାୟୀଙ୍କ ହାତରୁ ଅଧିକ ଲାଭ ଖସି ଯାଇପାରେ।
ସ୍ବାସ୍ଥ୍ୟ: ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଯୋଗୁଁ ଆପଣଙ୍କର ଚର୍ମ ଖରାରେ ଜଳି ଯାଇ ପାରେ। ସେଥିପାଇଁ ଆପଣ ଚିନ୍ତିତ ରହି ପାରନ୍ତି।
ଉପାୟ: ଆପଣ ପ୍ରତିଦିନ 41 ଥର ଓଁ କେତବେ ନମଃ ମନ୍ତ୍ର ଜପ କରନ୍ତୁ।
ମୂଳାଙ୍କ 8
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)
ଏହି ମୂଳାଙ୍କର ଲୋକ ଏହି ସପ୍ତାହରେ ଅଧିକ ଅନୁଶାସନରେ ରହିବେ ଓ ଏହା ଉପରେ ତାଙ୍କର ଧ୍ୟାନ କେନ୍ଦ୍ରିତ ହେବ। ଏହି ଲୋକ ନିଜର କ୍ୟାରିଅରରେ କିଛି ବଡ଼ କରିବା ପାଇଁ ନିଜର ଲକ୍ଷ ଉପରେ ଧ୍ୟାନ କେନ୍ଦ୍ରିତ କରିବେ।
ପ୍ରେମ ଜୀବନ: ଏହି ସମୟରେ ଆପଣ ନିଜର ଜୀବନସାଥୀ ସହିତ ଖୋଲା ଖୋଲି ଭାବରେ କଥା ହେବେ ନାହିଁ। ସେଥିପାଇଁ ଦୁହିଙ୍କ ମଧ୍ୟରେ ଦୂରତା ବଢ଼ିପାରେ।
ଶିକ୍ଷା: ମେକାନିକାଲ ଓ ଆଟୋମୋବାଇଲ ଇଞ୍ଜିନିୟରିଂ ପରି ବିଷୟ ପଢ଼ୁଥିବା ଛାତ୍ରଙ୍କୁ ଏହି ସପ୍ତାହରେ ସଫଳତା ମିଳିବାର ସମ୍ଭାବନା ଅଛି।
ବୃତ୍ତିଗତ ଜୀବନ: ଏହି ସପ୍ତାହରେ ଆପଣଙ୍କୁ ନିଜର ସହକର୍ମୀ ଓ ଉଚ୍ଚ ଅଧିକାରୀଙ୍କ ସହିତ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଆପଣ ନିଜର ଚାକିରି ରେ ମଧ୍ୟ ଅସନ୍ତୁଷ୍ଟ ରହିବେ। ବ୍ୟବସାୟୀଙ୍କ ପାଇଁ ତାଙ୍କ ବିରୋଧୀ ସମସ୍ଯା ସୃଷ୍ଟି କରି ପାରନ୍ତି।
ସ୍ବାସ୍ଥ୍ୟ: ଏହି ସପ୍ତାହ ମୂଳାଙ୍କ 8ର ଲୋକଙ୍କୁ ପାଦ ଓ ଜଙ୍ଘରେ ବିନ୍ଧା ହୋଇପାରେ। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଯୋଗୁଁ ଆପଣଙ୍କୁ ଏହି ପରି ଲାଗିପାରେ।
ଉପାୟ: ଆପଣ ପ୍ରତିଦିନ 11 ଥର ଓଁ ହନୁମତେ ନମଃ ମନ୍ତ୍ର ଜପ କରନ୍ତୁ।
ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ମୂଳାଙ୍କ 9
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)
ମୂଳାଙ୍କ 9ର ଲୋକ ଅଧିକ ଭାଗ୍ୟଶାଳୀ ହୋଇ ପାରନ୍ତି ଓ ଅଧିକ ସମ୍ପତି ପ୍ରାପ୍ତ କରି ପାରିବେ। ଏହି ଲୋକ ବ୍ୟବସ୍ଥିତ ହୋଇଥାନ୍ତି ଓ ନିଜର ସମ୍ପର୍କ ଉପରେ ଧ୍ୟାନ କେନ୍ଦ୍ରିତ କରି ଥାଆନ୍ତି।
ପ୍ରେମ ଜୀବନ: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ଅହଂକାର ସମ୍ବନ୍ଧିତ ସମସ୍ଯା ହୋଇପାରେ ଓ ଏହି କାରଣରୁ ଆପଣ ନିଜର ଜୀବନସାଥୀ ସହିତ ଖୁସି ରହି ପାରିବେ ନାହିଁ।
ଶିକ୍ଷା: ଏହି ସପ୍ତାହରେ ପଢ଼ାରେ ଛାତ୍ରଙ୍କର ପ୍ରଦର୍ଶନ ଦୁର୍ବଳ ହୋଇପାରେ। କେବେ କେବେ ଆପଣଙ୍କର ପଢ଼ାରେ ରୁଚି କମ ହୋଇପାରେ ଓ ଏହି କାରଣରୁ ଆପଣ ପଛେଇ ଯାଇ ପାରନ୍ତି।
ବୃତ୍ତିଗତ ଜୀବନ: ଆପଣ କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରି ପାରିବେ ନାହିଁ ଓ ଏହି କାରଣରୁ ଆପଣ ପଛେଇ ଯାଇ ପାରନ୍ତି। ଯଦି ଆପଣ ବ୍ୟବସାୟ କରନ୍ତି, ତେବେ ଏହି ସପ୍ତାହରେ ଆପଣଙ୍କ ପାଇଁ ପାଇଁ ଅଧିକ ଲାଭ କରିବା କଷ୍ଟକର ହେବ।
ସ୍ବାସ୍ଥ୍ୟ: ଏହି ସପ୍ତାହରେ ଅଧିକ ଚାପ ଯୋଗୁଁ ଆପଣଙ୍କର ଜଙ୍ଘ ଓ କାନ୍ଧରେ ଦରଜ ହୋଇପାରେ। ଆପଣଙ୍କ ଧ୍ୟାନ କରିବା ଆବଶ୍ୟକ।
ଉପାୟ: ମଙ୍ଗଳବାର ଦିନ ମଙ୍ଗଳ ଗ୍ରହଙ୍କ ପାଇଁ ପୂଜା କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ନିଜର ମୂଳାଙ୍କ କିପରି ଜାଣିବେ?
ନିଜର ଜନ୍ମତିଥିକୁ ଜୋଡ଼ି ମୂଳାଙ୍କ ଜାଣି ପାରିବେ।
2. 6 ମୂଳାଙ୍କର ଲୋକ କିପରି ହୋଇଥାନ୍ତି?
ଏମାନେ ହାସଖୁସିଆ ସ୍ଵଭାବର ହୋଇଥାନ୍ତି।
3. 7 ମୂଳାଙ୍କର ସ୍ବାମୀ ଗ୍ରହ କିଏ?
ଏହାର ସ୍ବାମୀ ହେଉଛନ୍ତି କେତୁ ଗ୍ରହ।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- 10 Crore AI Answers, ₹10 Chats: Celebrate with AstroSage AI!
- Mercury Retrograde In Cancer & The Impacts On Zodiac Signs Explained!
- Mars transit in Virgo July 2025: Power & Wealth For 3 Lucky Zodiac Signs!
- Saturn Retrograde in Pisces 2025: Big Breaks & Gains For 3 Lucky Zodiacs!
- Mercury Transit In Pushya Nakshatra: Cash Flow & Career Boost For 3 Zodiacs!
- Karka Sankranti 2025: These Tasks Are Prohibited During This Period
- Sun Transit In Cancer: Zodiac-Wise Impacts And Healing Insights!
- Saturn Retrograde Sadesati Effects: Turbulent Period For Aquarius Zodiac Sign!
- Venus Transit In Rohini Nakshatra: Delight & Prosperity For 3 Lucky Zodiac Signs!
- Mercury Retrograde In Cancer: A Time To Heal The Past & Severed Ties!
- जश्न-ए-बहार ऑफर, सिर्फ़ 10 रुपये में करें मनपसंद एआई ज्योतिषी से बात!
- बुध कर्क राशि में वक्री, इन राशि वालों को फूंक-फूंक कर रखने होंगे कदम!
- मित्र चंद्रमा की राशि में सूर्य का गोचर, भर देगा इन राशि वालों की झोली ख़ुशियों से!
- कर्क संक्रांति से चार महीने के लिए शयन करेंगे भगवान विष्णु, मांगलिक कार्यों पर लग जाएगी रोक, जानें उपाय!
- मित्र चंद्रमा की राशि में सूर्य का गोचर, भर देगा इन राशि वालों की झोली ख़ुशियों से!
- बुध कर्क राशि में वक्री, शेयर मार्केट और देश-दुनिया में आएंगे बड़े बदलाव!
- एस्ट्रोसेज एआई के एआई ज्योतिषियों का बड़ा कमाल, दिए 10 करोड़ सवालों के जवाब
- इस सप्ताह पड़ेगा सावन का पहला सोमवार, महादेव की कृपा पाने के लिए हो जाएं तैयार!
- अंक ज्योतिष साप्ताहिक राशिफल: 13 जुलाई से 19 जुलाई, 2025
- गुरु की राशि में शनि चलेंगे वक्री चाल, इन राशियों पर टूट सकता है मुसीबत का पहाड़!
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025