ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (23 ମାର୍ଚ୍ଚରୁ 29 ମାର୍ଚ୍ଚ )
ମାର୍ଚ୍ଚ ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 23 ମାର୍ଚ୍ଚରୁ 29 ମାର୍ଚ୍ଚ ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।

କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?
ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |
ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା
ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 23 ମାର୍ଚ୍ଚରୁ 29 ମାର୍ଚ୍ଚ, 2025)
ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |
ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା
ମୂଳାଙ୍କ 1
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)
ଏହି ମୂଳାଙ୍କର ଲୋକ ସିଦ୍ଧାନ୍ତରେ ଚାଲିବା ପସନ୍ଦ କରନ୍ତି ଓ ଏହି ସିଦ୍ଧାନ୍ତ ସହିତ ସଫଳତା ଆଡ଼କୁ ବଢ଼ନ୍ତି। ଏହି ଲୋକ ଅଧିକ ବ୍ୟବସ୍ଥିତ ହୋଇଥାନ୍ତି।
ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ନିଜର ଜୀବନସାଥୀ ସହିତ ଅଧିକ ମିଶିବେ। ଏହା ଦ୍ବାରା ଆପଣଙ୍କୁ ଖୁସି ମିଳିବ ଓ ଆପଣ ନିଜର ପାର୍ଟନର ସହିତ ଏହି ଖୁସି ବାଣ୍ଟିବେ।
ଶିକ୍ଷା: ଯଦି ଆପଣ ଉଚ୍ଚଶିକ୍ଷା କରୁଛନ୍ତି, ତେବେ ଏହି ସପ୍ତାହରେ ଆପଣଙ୍କୁ ଉଚ୍ଚ ନମ୍ବର ପାଇବାରେ ଅସୁବିଧା ହୋଇପାରେ। ଏହା ବ୍ୟତୀତ, ଆପଣ ଏହି ସମୟରେ ପାଠପଢ଼ା ସମ୍ବନ୍ଧୀୟ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରୁ ଦୂରେଇ ରହିବା ଉଚିତ।
ବୃତ୍ତିଗତ ଜୀବନ: ଏହି ସପ୍ତାହରେ, ଚାକିରି କରୁଥିବା ଲୋକମାନେ ଉଚ୍ଚ ଲକ୍ଷ୍ୟ ହାସଲ କରିପାରିବେ ନାହିଁ ଏବଂ କାର୍ଯ୍ୟ କ୍ଷେତ୍ରରେ ଲକ୍ଷ୍ୟ ସ୍ଥିର କରିପାରିବେ ନାହିଁ। ବ୍ୟବସାୟୀଙ୍କୁ ଏହି ସମୟରେ ଅଧିକ ଲାଭ ହେବାରେ ସମସ୍ଯା ହେବ।
ସ୍ବାସ୍ଥ୍ୟ: ଏହି ସମୟରେ ଆପଣଙ୍କୁ ଦୁର୍ବଳତା ଯୋଗୁଁ କମ୍ପ ଆସିପାରେ। ଆପଣଙ୍କୁ ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିବାର ଆବଶ୍ୟକତା ଅଛି।
ଉପାୟ: 6 ମାସ ପର୍ଯ୍ୟନ୍ତ ରବିବାର ଦିନ ସୂର୍ଯ୍ୟଙ୍କ ପାଇଁ ପୂଜା କରନ୍ତୁ।
ମୂଳାଙ୍କ 2
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)
ଏହି ମୂଳାଙ୍କର ଲୋକଙ୍କର ବିଚାରରେ ଦ୍ଵନ୍ଦ ଦେଖିବାକୁ ମିଳିପାରେ। ଏମାନଙ୍କୁ ଯାତ୍ରା କରିବା ସମୟରେ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଏହି ଲୋକ ଅନେକ ବଡ଼ ନିଷ୍ପତି ନେବାକୁ ଅସକ୍ଷମ ହେବେ।
ପ୍ରେମ ଜୀବନ: ଏହି ସପ୍ତାହରେ, ଆପଣ ଏବଂ ଆପଣଙ୍କ ଜୀବନସାଥୀଙ୍କ ମଧ୍ୟରେ ଅହଂକାର ସମ୍ବନ୍ଧୀୟ ସମସ୍ୟା ଯୋଗୁଁ, ଆପଣଙ୍କ ସମ୍ପର୍କରେ ଶାନ୍ତି ଏବଂ ଖୁସି ନଷ୍ଟ ହୋଇପାରେ। ଏହା ଦ୍ବାରା ଦୁହିଙ୍କ ମଧ୍ୟରେ ଦୂରତା ବଢ଼ିବାର ଆଶଙ୍କା ଅଛି।
ଶିକ୍ଷା: ଏହି ସମୟରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଛାତ୍ରଙ୍କର ପଢ଼ାରେ ରୁଚି କମ ହୋଇପାରେ ଓ ଏହି କାରଣଋ ପଢ଼ାରେ ଆପଣ ଅଧିକ ପ୍ରଗତି କଟିପରିବେ ନାହିଁ। ଆପଣଙ୍କର ଏକାଗ୍ରତାରେ ଅଭାବ ରହିବ ଓ ଆପଣଙ୍କ ମାନସିକ ଭାବରେ ଚିନ୍ତିତ ରହିବେ।
ବୃତ୍ତିଗତ ଜୀବନ: ଏହି ସପ୍ତାହରେ, ଚାକିରି କରୁଥିବା ଲୋକଙ୍କର କାର୍ଯ୍ୟଦକ୍ଷତା ଖରାପ ହୋଇପାରେ ଏବଂ ଏହା କାରଣରୁ, ଆପଣଙ୍କ ଉଚ୍ଚ ଅଧିକାରୀମାନେ ଆପଣଙ୍କ ଉପରୁ ବିଶ୍ୱାସ ହରାଇ ପାରନ୍ତି। ବ୍ୟବସାୟୀଙ୍କୁ ହାରାହାରି ଲାଭ ମିଳିବ ଓ ତାଙ୍କର କୌଣସି କ୍ଷତି ହେବ ନାହିଁ।
ସ୍ବାସ୍ଥ୍ୟ: ଏହି ସମୟରେ ଆପଣ ଆପଣଙ୍କ ଗୋଡ଼ ଏବଂ ଜଙ୍ଘରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ଆପଣ ଏହି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ଉପାୟ: ଆପଣ ସୋମବାର ଦିନ ଦେବୀ ପାର୍ବତୀଙ୍କ ପାଇଁ ଯଜ୍ଞ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମୂଳାଙ୍କ 3
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )
ଏହି ମୂଳାଙ୍କର ଲୋକ ସାହସୀ, ନିର୍ଭୀକ ଓ ଦୃଢ଼ ନିଶ୍ଚୟୀ ହୋଇଥାନ୍ତି। ଏହି ଲୋକ ନିଜର ଜୀବନରେ କିଛି ନୀତି ପାଳନ କରନ୍ତି।
ପ୍ରେମ ଜୀବନ: ଏହି ସପ୍ତାହରେ ଆପଣଙ୍କର ପରିବାରରେ କୌଣଶୀ ସମସ୍ଯା ଉତ୍ପନ୍ନ ହୋଇପାରେ। ଆପଣଙ୍କୁ ଏହି ସମସ୍ଯାର ସମାଧାନ କରିବା ପାଇଁ ସମୟ ଲାଗିପାରେ। ଏହି କାରଣରୁ ଆପଣ ନିଜର ଜୀବନସାଥୀ ଠାରୁ ଦୂରେଇ ରହିବେ।
ଶିକ୍ଷା: ଏହି ସମୟରେ ଛାତ୍ର ଅଧିକ ଅଙ୍କ ପ୍ରାପ୍ତ କରି ପାଇଁ ନିଜର କୌଶଳ ଦେଖାଇବାକୁ ଅସମର୍ଥ ହେବେ। ପଢ଼ା ମାମଲାରେ ଆପଣ ନିଜର କ୍ଷମତା ପ୍ରଦର୍ଶନ କରିବାକୁ ସକ୍ଷମ ହେବେ ନାହିଁ।
ବୃତ୍ତିଗତ ଜୀବନ: ଚାକିରି କରିଥିବ ଲୋକଙ୍କ ଉପରେ କାମର ଚାପ ବଢ଼ିବ। ଏହି କାରଣରୁ ଆପଣଙ୍କର କାମ ପ୍ରଭାବିତ ହେବ। ବ୍ୟବସାୟୀଙ୍କର ପୁରୁଣା ରଣନୀତି ଉଚ୍ଚ ଲାଭ ଦେବାରେ ଅସମର୍ଥ ହେବ।
ସ୍ବାସ୍ଥ୍ୟ: ସ୍ୱାସ୍ଥ୍ୟ ଦୃଷ୍ଟିରୁ, ଆପଣଙ୍କର କୋଲେଷ୍ଟ୍ରଲ ଏବଂ ହଜମ ସମ୍ବନ୍ଧୀୟ ସମସ୍ୟା ହେବାର ସମ୍ଭାବନା ଅଛି। ଏହି କାରଣରୁ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପାରେ।
ଉପାୟ: ଆପଣ ନିୟମିତ ଭାବରେ 11 ଥର ଓଁ ଶିବ ଓଁ ଶିବ ଓଁ ଜପ କରନ୍ତୁ।
ମୂଳାଙ୍କ 4
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି)
ଏହି ମୂଳାଙ୍କର ଲୋକ ଅଧିକ ବୁଦ୍ଧିମାନ ହୋଇଥାନ୍ତି। ମୂଳାଙ୍କ 4ର ଲୋକ ନିଜର ଭବିଷ୍ୟକ ନେଇ ଅଧିକ ଚିନ୍ତିର ରୁହନ୍ତି।
ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ନିଜାତ ଜୀବନସାଥୀ ଠାରୁ ଦୂରତା ଅନୁଭବ କରିବେ। ଏହି କାରଣରୁ ଆପଣ ତାଙ୍କ ଠାରୁ ଅଲଗା ହୋଇ ପାରନ୍ତି। ଆପଣଙ୍କର ସମ୍ପର୍କରେ ସୁଖ ଶାନ୍ତି ରହିବ ନାହିଁ।
ଶିକ୍ଷା: ଏହି ସମୟରେ ଛାତ୍ରଙ୍କର ପଢ଼ାରେ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିବ। ଏହି ସପ୍ତାହରେ ଅଧିକ ପ୍ରୟାସ କରି ମଧ୍ୟ ଆପଣଙ୍କର ଉଦ୍ଦେଶ୍ୟ ପୂରଣ ହେବ ନାହିଁ।
ବୃତ୍ତିଗତ ଜୀବନ: କାମର ଚାପ ଯୋଗୁଁ, ଆପଣଙ୍କର ବହୁତ ସମୟ ନଷ୍ଟ ହୋଇପାରେ ଏବଂ ଏହି କାରଣରୁ, କାମରେ ଆପଣଙ୍କର ପ୍ରଦର୍ଶନ ମଧ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି। ଯଦି ଆପଣ ବ୍ୟବସାୟରେ ଅଛନ୍ତି, ତେବେ ଆପଣଙ୍କର ବର୍ତ୍ତମାନର ସେଟଅପ୍ କିମ୍ବା ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ଆପଣଙ୍କୁ ଅଧିକ ସମୟ ଲାଗିପାରେ କିନ୍ତୁ ତଥାପି ଆପଣ ଇଚ୍ଛିତ ଫଳାଫଳ ପାଇପାରିବେ ନାହିଁ।
ସ୍ବାସ୍ଥ୍ୟ: ଏହି ସପ୍ତାହରେ, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ, ଆପଣ ଚର୍ମ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆପଣଙ୍କୁ ଏହି ସମୟରେ ସ୍ନାୟୁ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ଉପାୟ: ଆପଣ ପ୍ରତିଦିନ 13 ଥର ଓଁ ମହାକାଳୀ ନମଃ ଜପ କରନ୍ତୁ।
ଏବେ ଘରେ ବାସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ମୂଳାଙ୍କ 5
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)
ଏହି ମୂଳାଙ୍କର ଲୋକଙ୍କର ବ୍ୟବସାୟ, ଜୁଆ ଓ ଏଥିରୁ ଲାଭ କରିବାରେ ଅଧିକ ରୁଚି ରହିବ। ଏମାନେ ବହୁତ ଭାବି-ଚିନ୍ତି ନିଷ୍ପତି ନିଅନ୍ତି।
ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ନିଜର ଜୀବନସାଥୀ ପ୍ରତି ପ୍ରେମପୂର୍ଣ ରହିବେ ଓ ଏହି କାରରୁ ଆପଣ ନିଜର ପାର୍ଟନର ସହିତ ଜୀବନର ଆନନ୍ଦ ନେଇ ପାରିବେ।
ଶିକ୍ଷା: ଏହି ସମୟରେ ଛାତ୍ର ଉଚ୍ଚ ଅଙ୍କ ଓ ଉଚ୍ଚ ସ୍ତରର ସଫଳତା ପ୍ରାପ୍ତ କରିବେ। ଏହା ଦ୍ବାରା ଆପଣଙ୍କର ପ୍ରତିଭା ଫୁଟି ଉଠିବ।
ବୃତ୍ତିଗତ ଜୀବନ: ଚାକିରି କରୁଥିବା ଲୋକମାନେ ଏହି ସପ୍ତାହରେ ଭଲ ପ୍ରଦର୍ଶନ କରିବେ। ଆପଣଙ୍କର ଦକ୍ଷତା ଆଧାରରେ ଆପଣ ସଫଳତା ହାସଲ କରିବେ। ଯଦି ଆପଣ ବ୍ୟବସାୟ କରନ୍ତି, ତେବେ ଆପଣ ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୁଦ୍ଧରେ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହେବେ।
ସ୍ବାସ୍ଥ୍ୟ: ଏହି ସମୟରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଆପଣ ଶାରୀରିକ ରୂପରେ ଫିଟ ରହିବେ ଓ ଏହା ଆପଣଙ୍କର ଦୃଢ଼ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ସମ୍ଭବ ହେବ। ଆପଣଙ୍କର ପ୍ରସନ୍ନତା ଆପଣଙ୍କ ପାଇଁ ଲାଭଦାୟକ ହେବ।
ଉପାୟ: ଆପଣ ପ୍ରତିଦିନ 41 ଥର ଓଁ ବୁଧାୟ ନମଃ ଜପ କରନ୍ତୁ।
ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ମୂଳାଙ୍କ 6
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )
ଏହି ମୂଳାଙ୍କର ଲୋକଙ୍କୁ ସଙ୍ଗୀତରେ ରୁଚି ଥାଏ ଓ ଏମାନେ ମନୋରଞ୍ଜନରେ ଭାଗ ନିଅନ୍ତି। ଏହି ଲୋକ ଖୋଲା ମନଭାବର ହୋଇଥାନ୍ତି।
ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ଆପଣଙ୍କ ସାଥୀଙ୍କ ନିକଟରେ ଅଧିକ ବୁଦ୍ଧିମାନ ଭାବରେ ଆପଣଙ୍କ ଭାବନା ପ୍ରକାଶ କରିପାରିବେ। ଏହି ସମୟରେ, ଆପଣ ଆପଣଙ୍କ ସାଥୀଙ୍କ ଦୃଷ୍ଟିରେ ଆପଣଙ୍କର ପ୍ରତିଛବିକୁ ଉନ୍ନତ କରିବାକୁ ଚେଷ୍ଟା କରିପାରିବେ।
ଶିକ୍ଷା: ଏହି ସମୟରେ ଛାତ୍ର ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଆପଣ ପ୍ରଫେଶନାଲ ପାଠ ଯେପରି ଵିସୁଅଲ୍ କମ୍ଯୁନିକେଶନ, ଫାଇନାନ୍ସିୟାଲ ଏକାଉନ୍ଟିଂ ଓ କଷ୍ଟିଙ୍ଗ ଇତ୍ୟାଦିରେ ଉଚ୍ଚ ଅଙ୍କ ଆଣିବେ।
ବୃତ୍ତିଗତ ଜୀବନ: ଆପଣ କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରିପାରିବେ ଏବଂ ଏହା ଲୋକମାନେ ଆପଣଙ୍କର ପ୍ରତିଭାକୁ ଚିହ୍ନିବେ। ଆପଣଙ୍କୁ ଚାକିରିର ସୁଯୋଗ ମିଳିପାରେ। ବ୍ୟବସାୟୀମାନଙ୍କୁ କାମ ପାଇଁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ଆପଣ ନୂତନ ବ୍ୟବସାୟ ସୁଯୋଗରୁ ଲାଭ ପାଇବେ।
ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣଙ୍କ ମନ ବହୁତ ଭଲ ରହିବ ସେଥିପାଇଁ ଆପଣଙ୍କର ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ। ଆପଣଙ୍କୁ ଏହି ସମୟରେ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିବ ନାହିଁ।
ଉପାୟ: ଶୁକ୍ରବାର ଦିନ ଶୁକ୍ର ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ମୂଳାଙ୍କ 7
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି)
ମୂଳାଙ୍କ 7ର ଲୋକ ଅଧିକ ଧାର୍ମିକ ସ୍ଵଭାବର ହୋଇଥାନ୍ତି ଏବଂ ଯାତ୍ରାରେ ରୁଚି ରଖନ୍ତି। ଏହି ଲୋକ ଈଶ୍ବରଙ୍କୁ ବିଶ୍ବାସ କରନ୍ତି। ଏହି ଲୋକ ପୂଜା ପାଠ ପାଇଁ ଯାତ୍ରା କରିପାରନ୍ତି।
ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ଓ ଆପଣଙ୍କର ପାର୍ଟନରର ସମ୍ପର୍କ ଦୁର୍ବଳ ରହିବ ଓ ଆପଣ ଦୁହିଙ୍କ ମଧ୍ୟରେ ଖୁସି ମଧ୍ୟ ହ୍ରାସ ହେବ। ଏହା ଦ୍ବାରା ଦୁହିଙ୍କ ମଧ୍ୟରେ ଦୂରତା ବଢ଼ିବ।
ଶିକ୍ଷା: ଛାତ୍ରଙ୍କୁ ଏହି ସପ୍ତାହରେ ପଢ଼ାରେ ଉଚ୍ଚ ଅଙ୍କ ପ୍ରାପ୍ତ କରିବା ପାଇଁ ସମର୍ପିତ ଓ ଅଧିକ ଏକାଗ୍ର ରହିବା ଆବଶ୍ୟକ। ଏହି ସମୟରେ ଆପଣଙ୍କୁ କୌଣସି ମହତ୍ୱପୂର୍ଣ ନିଷ୍ପତି ନେବାକୁ ପରାମର୍ଶ ଦିଆଯାଇଛି।
ବୃତ୍ତିଗତ ଜୀବନ: ଏହି ସପ୍ତାହରେ ଚାକିରି କରିଥିବା ଲୋକ ନିଜର କାମରେ ଭଲ ପ୍ରଦର୍ଶନ କରିପାରିବେ ନାହିଁ। ଏହା ଦ୍ବାରା ଆପଣଙ୍କର ପ୍ରଗତିରେ ବାଧା ଘଟିପାରେ। ବ୍ୟବସାୟୀ ନିଜର ପ୍ରତିଦ୍ଵନ୍ଦୀଙ୍କୁ କଠିନ ଟକ୍କର ଦେବାରେ ଅସମର୍ଥ ହୋଇପାରନ୍ତି।
ସ୍ବାସ୍ଥ୍ୟ: ଏହି ସମୟରେ ଆପଣଙ୍କୁ ବହୁତ ମୁଣ୍ଡବିନ୍ଧା ହେବାର ଆଶଙ୍କା ଅଛି। ଏହି କାରଣରୁ ଆପଣଙ୍କୁ ସ୍ବାସ୍ଥ୍ୟ ସମସ୍ଯା ହୋଇପାରେ। ଆପଣଙ୍କୁ ଧ୍ୟାନ ଓ ଯୋଗ କରିବାର ପରାମର୍ଶ ଦିଆଯାଇଛି।
ଉପାୟ: ଆପଣ 6 ମାସ ପର୍ଯ୍ୟନ୍ତ ଭଗବାନ ଗଣେଶଙ୍କର ପୂଜା କରନ୍ତୁ।
ମୂଳାଙ୍କ 8
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)
ଏହି ମୂଳାଙ୍କର ଲୋକ ଅନୁଶାସନରେ ରହି କାର୍ଯ୍ୟ କରନ୍ତି। ଏହି ଲୋକ ସବୁବେଳେ ଧର୍ମର ସିଦ୍ଧାନ୍ତରେ ଚଳିବାକୁ ପସନ୍ଦ କରନ୍ତି।
ପ୍ରେମ ଜୀବନ: ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଆପଣ ନିଜର ଜୀବନସାଥୀ ସହିତ ମଧୁର ସମ୍ବନ୍ଧ ରଖି ପାରିବେ ନାହିଁ। କେବେ କେବେ ଆପଣଙ୍କୁ ଏପରି ଲାଗି ପାରେ ଯେପରି ଆପଣ ନିଜକୁ ହରାଇ ଦେଇଛନ୍ତି।
ଶିକ୍ଷା: ବିଦ୍ୟାର୍ଥୀଙ୍କୁ ପଢ଼ାରେ ଅଧିକ ସାବଧାନ ରହିବା ଆବଶ୍ୟକ କାରଣ ଏହି ସମୟରେ ତାଙ୍କର ଏକାଗ୍ରତା କମ ହୋଇପାରେ। ଆପଣଙ୍କୁ ନିଜର ଏକାଗ୍ରତା ବଢ଼ାଇବା ଆବଶ୍ୟକ ହେବ।
ବୃତ୍ତିଗତ ଜୀବନ: ଏହି ସପ୍ତାହରେ ଆପଣଙ୍କର କାମରେ ଗୁଣବତ୍ତା ହ୍ରାସ ହୋଇପାରେ। ଏହା ଦ୍ବାରା ଆପଣଙ୍କୁ ଚିନ୍ତା ହେବ। ବ୍ୟବସାୟୀଙ୍କୁ ଲାଭ କମ ହେବ।
ସ୍ବାସ୍ଥ୍ୟ: ଏହି ସପ୍ତାହରେ ମୂଳାଙ୍କ 8ର ଲୋକଙ୍କ ପାଦରେ ଓ ଆଣ୍ଠୁରେ ଅଧିକ ଦରଜ ହୋଇପାରେ। ଏହି କାରଣରୁ ଆପଣ ଅସହଜ ଅନୁଭବ କରିବେ।
ଉପାୟ: ଆପଣ 11 ଥର ଓଁ ବାୟୁପୁତ୍ରାୟ ନମଃ ମନ୍ତ୍ର ଜପ କରନ୍ତୁ।
ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ମୂଳାଙ୍କ 9
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)
ମୂଳାଙ୍କ 9ର ଲୋଳ ଖୋଲା ମାନଭାବର ହୋଇଥାନ୍ତି ଓ ବ୍ୟବସ୍ଥିତ ହୋଇଥାନ୍ତି। ଏହା ବ୍ୟତୀତ ଏହି ଲୋକ ନିଜର ସିଦ୍ଧାନ୍ତରେ ଚଳିବାକୁ ପସନ୍ଦ କରନ୍ତି।
ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ଅହଂକାର ସମ୍ବନ୍ଧିତ ସମସ୍ଯା ହୋଇପାରେ। ଆପଣ ଦୁହିଙ୍କ ମଧ୍ୟରେ ପ୍ରେମ କମ ହୋଇପାରେ ଯାହା ଫଳାରେ ଆପଣଙ୍କର ସମ୍ପର୍କରେ ତିକ୍ତତା ଆସିପାରେ।
ଶିକ୍ଷା: ଏହି ସମୟ ଛାତ୍ରଙ୍କର ପଢ଼ା ପାଇଁ ଭଲ ହେବ ନାହିଁ। ଏକାଗ୍ରତାରେ ଅଭାବ ଆସିପାରେ। ଆପଣଙ୍କର ପଢ଼ାରେ ଆଗ୍ରହ କମ ହୋଇପାରେ।
ବୃତ୍ତିଗତ ଜୀବନ: ଏହି ସପ୍ତାହରେ ଆପଣଙ୍କ ଉପରେ କାମର ଚାପ ବଢ଼ିବ ଯାହା ଫଳରେ ଆପଣ ଭଲ ପ୍ରଦର୍ଶନ କରିବାକୁ ଅସମର୍ଥ ରହିବେ। ଯଦି ଆପଣ ବ୍ୟବସାୟ କରନ୍ତି ତେବେ ଆପଣଙ୍କ ହାତରୁ ଲାଭର ସୁଯୋଗ ଖସି ଯାଇ ପାରେ।
ସ୍ବାସ୍ଥ୍ୟ: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଗାଡ଼ି ଚଳାଇବା ସମୟରେ ଆପଣଙ୍କ ସହିତ ଦୁର୍ଘଟଣା ହେବାର ଆଶଙ୍କା ଅଛି। ଏହା ଦ୍ବାରା ଆପଣଙ୍କର ସ୍ବାସ୍ଥ୍ୟକୁ କ୍ଷତି ହୋଇପାରେ। ଆପଣଙ୍କୁ ନିଜର ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବାକୁ ହେବ।
ଉପାୟ: ଆପଣ ମଙ୍ଗଳାବର ଦିନ ମଙ୍ଗଳ ଗ୍ରହଙ୍କର ପୂଜା କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ନିଜର ମୂଳାଙ୍କ କିପରି ଜାଣିବେ?
ନିଜର ଜନ୍ମତିଥିକୁ ଜୋଡ଼ି ମୂଳାଙ୍କ ଜାଣି ପାରିବେ।
2. 6 ମୂଳାଙ୍କର ଲୋକ କିପରି ହୋଇଥାନ୍ତି?
ଏମାନେ ହାସଖୁସିଆ ସ୍ଵଭାବର ହୋଇଥାନ୍ତି।
3. 7 ମୂଳାଙ୍କର ସ୍ବାମୀ ଗ୍ରହ କିଏ?
ଏହାର ସ୍ବାମୀ ହେଉଛନ୍ତି କେତୁ ଗ୍ରହ।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025