ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (16 ଫେବ୍ରୁୟାରୀ 22 ଫେବ୍ରୁୟାରୀ)
ଜାନୁଆରୀ ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 16 ଫେବ୍ରୁୟାରୀ 22 ଫେବ୍ରୁୟାରୀ ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।
କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?
ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |
ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା
ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 16 ଫେବ୍ରୁୟାରୀରୁ 22 ଫେବ୍ରୁୟାରୀ, 2025)
ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |
ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା
ମୂଳାଙ୍କ 1
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)
ଏହି ସପ୍ତାହଟି ନାଟ୍ୟ କଳାକାର, ଅଭିନେତା ଏବଂ ରଚନତ୍ମକ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ବହୁତ ଲାଭଦାୟକ ହେବ। କଳା କ୍ଷେତ୍ରରେ ଉତ୍କୃଷ୍ଟ କାମ କରିବାର ଆପଣଙ୍କର ଇଚ୍ଛା ଏବେ ପୂରଣ ହୋଇପାରିବ। ଆପଣଙ୍କୁ ଦୁନିଆ ସାମ୍ନାରେ ନିଜର ପ୍ରତିଭା ଦେଖାଇବାର ସୁଯୋଗ ମିଳିବ। ସାମାଜିକ କର୍ମୀ ଏବଂ ନେତାମାନେ ସାହସୀ, ନିର୍ଭୀକ ଏବଂ ଆବଶ୍ୟକତାରେ ଥିବା ଲୋକଙ୍କୁ ସାହାଯ୍ୟ କରିବାରେ ଆତ୍ମବିଶ୍ୱାସୀ ହେବେ ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିବେ।
ପ୍ରେମ ଜୀବନ: ରୋମାନ୍ସ ମାମଲାରେ ମୂଳାଙ୍କ 1ର ଲୋକଙ୍କୁ ଏହି ସପ୍ତାହରେ ସକାରାତ୍ମକ ଓ ନକରାତ୍ମକ ପରିଣାମ ମିଳିବ। ଆପଣଙ୍କୁ ବନ୍ଧୁଙ୍କ ମଧ୍ୟରେ କେହି ବିଶେଷ ମିଳିପାରେ କିମ୍ବା ନୂଆ ସମ୍ପର୍କ ଆରମ୍ଭ ହୋଇପାରେ। ଯେଉଁ ଲୋକ ବିବାହିତ ଅଛନ୍ତି କିମ୍ବ ଯାହାର ପ୍ରେମ ସମ୍ବନ୍ଧ ଚାଲିଛି ତାଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଅଯାଇଛି। ଅହଂକାର ଯୋଗୁଁ ତାଙ୍କ ମଧ୍ୟରେ ମତଭେଦ ଓ ଝଗଡ଼ା ହୋଇପାରେ।
ଶିକ୍ଷା: ମୂଳାଙ୍କ 1ର ଲୋକଙ୍କ ପାଇଁ ଏହି ସପ୍ତାହ ଲାଭକାରି ସିଦ୍ଧ ହେବ। ଯଦି ଆପଣ ନିଜର ଆତ୍ମବିଶ୍ୱାସ, ସୃଜନଶୀଳତା ଏବଂ କାର୍ଯ୍ୟକୁ ମିଶାନ୍ତି, ତେବେ ଏହା ଆପଣଙ୍କୁ ଧ୍ୟାନ କେନ୍ଦ୍ରିତ କରିବାରେ ଏବଂ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ। ଏହି ସପ୍ତାହଟି ଆପଣଙ୍କ ପାଇଁ ପ୍ରଗତିଶୀଳ ହେବାକୁ ଯାଉଛି, ବିଶେଷକରି ରାଜନୀତି ବିଜ୍ଞାନ, ସାମାଜିକ ବିଜ୍ଞାନ, କଳା କିମ୍ବା ଡିଜାଇନିଂ ଭଳି ଯେକୌଣସି ରଚନତ୍ମକ କ୍ଷେତ୍ରରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଅନୁକୂଳ ହେବ।
ବୃତ୍ତିଗତ ଜୀବନ: ଏହି ମୂଳାଙ୍କର ଲୋକଙ୍କୁ ନିଜର ସୁଯୋଗ କିମ୍ବା ସେ ଯେଉଁ କାମ କରୁଛନ୍ତି ସେଥିରୁ ଅସନ୍ତୋଷ ଅନୁଭବ ହେବ। ଆପଣଙ୍କୁ ନିଜର ବୃତ୍ତିଗତ ଜୀବନରେ ଆଗ୍ରହ ଆଣିବା ପାଇଁ ନୂଆ ଲକ୍ଷ ନିର୍ଦ୍ଧାରିତ କରିବାକୁ ପଡ଼ିବ। ଅନ୍ୟ ପଟେ, ଯେଉଁ ଲୋକଙ୍କର ରିସର୍ଚ କ୍ଷେତ୍ରରେ କାମ ଅଛି ତାଙ୍କ ପାଇଁ ଏହି ସପ୍ତାହ ଲାଭକାରି ହେବ।
ସ୍ବାସ୍ଥ୍ୟ: ଆପଣଙ୍କର ସ୍ବାସ୍ଥ୍ୟ ବିଷୟରେ କହିଲେ ଏହି ସପ୍ତାହରେ ଜୋଶରେ ଭରପୁର ରହିବେ। ଊର୍ଜାର ଉଚ୍ଚ ସ୍ଟାର ଯୋଗୁଁ ଆପଣ ଶୀଘ୍ର କୌଣସି ନିଷ୍ପତି ନେଇ ପାରନ୍ତି। ନିଜର ଊର୍ଜା ଓ ଜୋଶକୁ ନିୟନ୍ତ୍ରଣ କରି ଆପଣ ଅଧିକ ଆରାମ ଅନୁଭବ କରିବେ।
ଉପାୟ: : ଆପଣ ନିୟମିତ ଭାବରେ ମା ଦୂର୍ଗାଙ୍କୁ 5 ତି ନାଲି ରଙ୍ଗର ଗୋଲାପ ଅର୍ପଣ କରନ୍ତୁ।
ମୂଳାଙ୍କ 2
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)
ଏହି ସପ୍ତାହ ଏହି ମୂଳାଙ୍କର ଲୋକଙ୍କ: ଉଭୟ ପୁରୁଷ ଓ ମହିଳା ବିଭିନ୍ନ ଶକ୍ତି ଅନୁଭବ କରିବେ। ଏହି ମୂଳାଙ୍କର ପୁରୁଷଙ୍କୁ ନିଜର ଭାବନାକୁ ବୁଝିବା ଓ ତାହାକୁ ବ୍ୟକ୍ତ କରିବାରେ ସମସ୍ଯା ହୋଇପାରେ ଓ ସେଥିପାଇଁ ତାଙ୍କର ଆତ୍ମବିଶ୍ବାସରେ ଉତ୍ଥାନ-ପତନ ଆସିବାର ଆଶଙ୍କା ଅଛି। ମୂଳାଙ୍କ 2ର ମହିଳା ଏହି ସପ୍ତାହରେ ନିଜକୁ ଭଲ କରିବାରେ ଓ ନିଜର ଭାବନାକୁ ସମ୍ପୂର୍ଣ ଆତ୍ମବିଶ୍ବାସ ସହିତ ସମ୍ଭାଳୁ ଥିବା ନଜର ଆସିବେ।
ପ୍ରେମ ଜୀବନ: ଏହି ମୂଳାଙ୍କର ପୁରୁଷ ଭାବନାତ୍ମକ ଭାବରେ ଅଶାନ୍ତ ରହିବା ଯୋଗୁଁ ନିଜର ସମ୍ପର୍କରେ ସମସ୍ଯା ସାମ୍ନା କରି ପାରନ୍ତି କିନ୍ତୁ ମୂଳାଙ୍କ 2ର ମହିଳା ନିଜର ଶାନ୍ତ ଓ ବୁଦ୍ଧିମାନ ବ୍ୟବହାର ଯୋଗୁଁ ନିଜର ସମ୍ପର୍କରେ ଦୃଢ଼ ହେବାରେ ସକ୍ଷମ ହେବେ।
ଶିକ୍ଷା: ଏହି ସପ୍ତାହ ଛାତ୍ରଙ୍କର ଧ୍ୟାନ ବହୁତ ଅଧିକ ବିଚଳିତ ହୋଇପାରେ ଓ ଏହି କାରଣରୁ ତାଙ୍କୁ ପଢ଼ାରେ ଧ୍ୟାନ କେନ୍ଦ୍ରିତ କରିବାରେ ସମସ୍ଯା ହୋଇପାରେ। ଏହା ଦ୍ବାରା ଆପଣଙ୍କୁ ଆଗକୁ ଯାଇ ସମସ୍ଯା ହୋଇପାରେ।
ବୃତ୍ତିଗତ ଜୀବନ: କ୍ୟାରିୟର ଦୃଷ୍ଟିରୁ 2 ମୂଳାଙ୍କ ଥିବା ଲୋକଙ୍କ ପାଇଁ ଏହି ସପ୍ତାହଟି ଅନୁକୂଳ ହେବ। ସରକାରଙ୍କ ସମର୍ଥନରୁ ଆପଣ ଲାଭ ପାଇପାରିବେ। ଏହା ବ୍ୟତୀତ, ଏହି ସମୟ ଭାଗୀଦାରୀରେ କାମ କରୁଥିବା ଲୋକଙ୍କ ଏବଂ ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ଲାଭଦାୟକ ପ୍ରମାଣିତ ହେବ। ଯଦି ଆପଣ ସ୍ଥାବର ସମ୍ପତ୍ତି, କୃଷି ସମ୍ପତ୍ତି କିମ୍ବା ପ୍ରାଚୀନ ଜିନିଷରେ ନିବେଶ କରିଛନ୍ତି, ତେବେ ଆପଣଙ୍କର ପ୍ରଚୁର ଲାଭ ହେବାର ଆଶା କରାଯାଉଛି।
ସ୍ବାସ୍ଥ୍ୟ: ଏହି ସପ୍ତାହ ମୂଲାନଙ୍କ 2ର ଲୋକଙ୍କଊ କୌଣସି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିବ ନାହିଁ। ଭାବନତ୍ମକ ସ୍ତରରେ ଉତ୍ଥାନ-ପତନ ହେବାର ସମ୍ଭାବନା ଅଛି କରଣ ଆପଣଙ୍କର ଶକ୍ତିରେ ହ୍ରାସ ଘଟିବାର ଆଶଙ୍କା ଅଛି। ଆପଣଙ୍କୁ ନିଜର ଭାବନା ଉପରେ ନିୟନ୍ତ୍ରଣ ରଖିବାକୁ ପରାମର୍ଶ ଦିଆଯାଇଛି।
ଉପାୟ: : ଆପଣ ପ୍ରତିଦିନ ଭଗବାନ ଶିବଙ୍କୁ କ୍ଷୀର ଚଢ଼ାନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମୂଳାଙ୍କ 3
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )
ମୂଳାଙ୍କ 3 ଲୋକ ଏହି ସପ୍ତାହ ଦୁନିଆ ସାମ୍ନାରେ ଆତ୍ମବିଶ୍ୱାସ ରେ ଭରପୁର ଦେଖକଯିବେ କିନ୍ତୁ ଭିତରୁ ନିଜର ବିକାଶ କୁ ନେଇ ଚିନ୍ତିତ ଅନୁଭବ କରିବେ। ଯେପର୍ଯ୍ୟନ୍ତ ଆପଣ ଅନ୍ଯର ସାହାଯ୍ଯ ଓ ସେବା କରି ନାହାନ୍ତି ସେତ ବେଳ ପର୍ଯ୍ୟନ୍ତ ଆପଣ ଶିଖିବା ଓ ଆତ୍ମ-ଧ୍ୟାନ ଭାବରେ ସନ୍ତୁଷ୍ଟ ହୋଇପାରିବେ ନାହିଁ। ସେଥିପାଇଁ ଆପଣଙ୍କୁ ଅଭବ୍ୟ ଲୋକଙ୍କର ସାହାଜ୍ୟ କରିବାକୁ ପରାମର୍ଶ ଦିଅଯାଇଛି।
ପ୍ରେମ ଜୀବନ: ଯଦି ଆପଣ ସିଂଗଲ ଅଛନ୍ତି ତେବେ ଆପଣଙ୍କୁ ଏହି ସପ୍ତାହରେ ଅନେକ ପ୍ରେମ ପ୍ରସ୍ତାବ ମିଳିପାରେ କିନ୍ତୁ କୌଣସି ନୂଆ ସମ୍ପର୍କ ଆରମ୍ଭ କରିବା ପୂର୍ବରୁ ଭଲ ଭାବରେ ଭାବିବା ଉଚିତ ଓ ସାବଧାନ ରହିବା ଉଚିତ। ଯଦି ଆପଣ ବିବାହିତ ଅଟନ୍ତି ତେବେ ଆପଣ ଜାଣି ପାରିବେ ଯେ ଆପଣଙ୍କୁ ନିଜର ପାର୍ଟନର ପ୍ରେମ ଓ ସହଯୋଗର ପ୍ରଶଂସା କରିବା ଉଚିତ।
ଶିକ୍ଷା: ମୂଳାଙ୍କ 3ର ଯେଉଁ ଛାତ୍ର ପ୍ରଶାସନିକ ପଦ ଯେପରି ସିଭିଲ ସେବା କିମ୍ବା ଅନ୍ୟ ସରକାରୀ ଚାକିରି ପାଇଁ ପ୍ରତିଯୋଗି ପରୀକ୍ଷାର ପ୍ରସ୍ତୁତି କରୁଛନ୍ତି ତେବେ ଏହି ସପ୍ତାହ ଆପଣଙ୍କ ପାଇଁ ଭଲ ରହିବାକୁ ଯାଉଛି। ଯେଉଁ ଛାତ୍ର ରିସର୍ଚ କରୁଛନ୍ତି, ପିଏଚଡ଼ି କରୁଛନ୍ତି କିମ୍ବା ଗୁଢ଼ ବିଜ୍ଞାନ ପଢ଼ୁଛନ୍ତି ତାଙ୍କୁ ମଧ୍ୟ ଏହି ସପ୍ତାହରେ ସଫଳତା ମିଳିବ।
ବୃତ୍ତିଗତ ଜୀବନ: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀକ୍ୟାରିଆର ମାମଲାରେ ଏହି ମୂଳାଙ୍କର ଲୋକ ଆତ୍ମବିଶ୍ବାସ ଓ ଜୋଶରେ ଭରପୁର ଅନୁଭବ କରିବେ। କିନ୍ତୁ ନିଜର ପ୍ରୟାସ ରୁ ମାନବାଞ୍ଚିତ ପରିଣାମ ନ ମିଳିବ ଯୋଗୁଁ ଆପଣଙ୍କୁ ଏପରି ଲାଗିପାରେ ଯେପରି ଆପଣଙ୍କର ସହଯୋଗ କେହି କରୁନାହାନ୍ତି। ନେତୃତ୍ବ କରିବା, ପରାମର୍ଶ ଦେବା ଓ ଅନ୍ୟକୁ ପ୍ରେରିତ କରିବା ଲୋକଙ୍କର ପ୍ରୟାସକୁ ମାନ୍ୟତା ମିଳିବ।
ସ୍ବାସ୍ଥ୍ୟ: ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲ ହେବ। ଆପଣଙ୍କୁ ସାତ୍ୱିକ ଖାଦ୍ୟ ଖାଇବା ଏବଂ ଯୋଗ ଏବଂ ଧ୍ୟାନ ପରି ଆଧ୍ୟାତ୍ମିକ ଏବଂ ଶାରୀରିକ କାର୍ଯ୍ୟକଳାପ କରିବାକୁ ପରାମର୍ଶ ଦିଆଯାଉଛି। ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଏବଂ ଶରୀର ଉଭୟକୁ ସୁଦୃଢ଼ କରିବ।
ଉପାୟ: : ଆପଣ ପ୍ରତିଦିନ ଭଗବାନ ଗଣେଶଙ୍କର ପୂଜା କରନ୍ତୁ ଓ ତାଙ୍କୁ ବୁଧବାର ଦିନ 5 ତି ବେସନରେ ତିଆରି ଲଡ୍ଡୁ ଚଢ଼ାନ୍ତୁ।
ମୂଳାଙ୍କ 4
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି)
ମୂଳାଙ୍କ 4 ର ଲୋକଙ୍କ ପାଇଁ ଏହି ସପ୍ତାହ ବହୁତ ଭଲ ରହିବ। ଆପଣଙ୍କୁ ଏହି ସପ୍ତାହରେ ଅନେକ ପ୍ରକାରର ଅନୁଭବ ହେବାର ଆଶା ଅଛି। ଆପଣ ସମ୍ପୂର୍ଣ ଆତ୍ମବିଶ୍ବାସ ଓ ଜୋଶ ସହିତ ଏହି ସପ୍ତାହର ଆରମ୍ଭ କରିବେ ଓ ଲୋକଙ୍କ ସହିତ ମିଳାମିଶା କରିବାର ପ୍ରତ୍ଯେକ ମୁହୂର୍ତର ଆନନ୍ଦ ନେବେ। କିନ୍ତୁ ଯେପରି ସପ୍ତାହ ଆଗକୁ ବଢ଼ିବ, ଆପଣଙ୍କର ଏହି କାର୍ଯ୍ୟରେ ଆଗ୍ରହ କମ ହୋଇଚାଲିବ ଓ ଆପଣ ସମାଜକୁ କିଛି ଦେବା ପାଇଁ ଓ ଅନ୍ୟର ସାହାଜ୍ୟ କରିବା ପାଇଁ ସୁଯୋଗ ଖୋଜିବା ଆରମ୍ଭ କରିବେ।
ପ୍ରେମ ଜୀବନ: ଏହି ସପ୍ତାହ ଏହି ମୂଳାଙ୍କ 4ର ଲୋକ ନିଜର ପାର୍ଟନର ସହିତ ବାହାରେ କେଉଁଠିକି ବୁଲିବା ଓ ଯୋଜନା ପ୍ରସ୍ତୁତ କରିବା କିମ୍ବା ଡେଟ ରେ ଯାଇ ପାରନ୍ତି। ଆପଣ ଦୁହିଁକୁ ପରସ୍ପର ସହିତ ଭଲ ସମୟ କାଟିବାର ସୁଯୋଗ ମିଳିବ। ଏହା ସହିତ ଆପଣଙ୍କୁ ଏହି କଥାର ମଧ୍ୟ ଧ୍ୟାନ ରଖିବାକୁ ହେବ ଯେ ଆପଣଙ୍କର ଅହଂକାର ଆପଣଙ୍କର ସାଥୀ ସହିତ ବଢ଼ିପାରେ ଯାହା ସମ୍ପର୍କକୁ ଖରାପ କରିବ।
ଶିକ୍ଷା: ମୂଳାଙ୍କ 4 ର ଛାତ୍ର ଏହି ସପ୍ତାହରେ ଏକ୍ଷତ୍ରା କୁରୀକୁଳର ଏକ୍ଟିଭିଟିତ୍ର ବ୍ୟସ୍ତ ରହିବା ଯୋଗୁଁ ପଢ଼ାରେ ଟିକେ ପଛେଇ ଯାଇ ପାରନ୍ତି। ଏହା ଉଚିତ ନୁହେଁ ଓ ଏହି କାରଣରୁ ଆପଣଙ୍କୁ ଚିନ୍ତା ହୋଇପାରେ। ଆପଣଙ୍କୁ ଏହା ପରାମର୍ଶ ଦିଅଯାଇଛି ଯେ ଆପଣ ଅନ୍ୟ କାର୍ଯ୍ୟ ସହିତ ପଢ଼ାରେ ମଧ୍ୟ ଧ୍ୟାନ ଦିଅନ୍ତୁ।
ବୃତ୍ତିଗତ ଜୀବନ: ଏହି ମୂଳାଙ୍କର ଲୋକଙ୍କ ପାଇଁ ଏହି ସପ୍ତାହର ଆରମ୍ଭ ଭଲ ରହିବ। ଆପଣ ମନୋରଂଜନ କ୍ଷେତ୍ରରେ ଅଭିନେତା, ୟୁଟିଉବର କିମ୍ବା ସୋଶଲ ମିଡିଆ ଇନ୍ଫ୍ଳୁଏନସର ରୂପରେ କାମ କରିବେ ଓ ଏହି ସପ୍ତାହ ଆପଣଙ୍କ ପାଇଁ ବହୁତ ଭଲ ହେବ। ଏହା ବ୍ଯତୀତ ଆପଣ ଏହି ସମୟରେ ପଇସା ରୋଜଗାର କରିବା ପରିବର୍ତ୍ତେ କୌଣସି ବଡ଼ ଉଦ୍ଦେଶ୍ୟ ପାଇଁ କାମ କରିବେ।
ସ୍ବାସ୍ଥ୍ୟ: ଏହି ସପ୍ତାହ ମୂଳାଙ୍କ 4ର ଲୋକଙ୍କୁ ଅନେକ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିବ ନାହିଁ। ସରଳ ଶବ୍ଦରେ କହିଲେ ଅଧିକ ମଦ ପିଇବା ଯୋଗୁଁ ଆପଣଙ୍କର ସ୍ବାସ୍ଥ୍ୟର କ୍ଷତି ହୋଇପାରେ। ଏଥିରୁ ବଞ୍ଚିବା ପାଇଁ ଆପଣଙ୍କୁ ଅଧିକ ପାର୍ଟୀ ନ କରିବା ଓ ଲୋକଙ୍କ ସହିତ ଅଧିକ ମିଳାମିଶା ନ କରିବା ପାଇଁ ପରାମର୍ଶ ଦିଆଯାଇଛି।
ଉପାୟ: : ଆପଣ ନିୟମିତ ଭାବରେ ମା କାଳୀଙ୍କର ପୂଜା କରନ୍ତୁ।
ଏବେ ଘରେ ବାସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ମୂଳାଙ୍କ 5
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)
ମୂଳାଙ୍କ 5ର ଲୋକଙ୍କ ପାଇଁ ଏହି ସପ୍ତାହ ଭଲ ରହିବ। ଆପଣ ସ୍ପଷ୍ଟ ଓ ସଫା କଥା କହିବେ ଓ ଆପଣଙ୍କର କଥାରେ ଆତ୍ମ ବିଶ୍ବାସ ଥିବା ଦେଖାଯିବ। ଏହା ଦ୍ବାରା ଅଆପଣ ଶକ୍ତିଶାଳୀ ଲୋକଙ୍କର ଧ୍ୟାନ ଆକର୍ଷିତ କରିବାରେ ସକ୍ଷମ ହେବେ। ଏହା ଦ୍ବାରା ଆପଣଙ୍କର ଆତ୍ମବିଶ୍ବାସ ଅହଂକାର ଓ ଗର୍ବରେ ନ ବଦଳି ଯାଉ ଓ ଆପଣ ସିଧା ଏବଂ କଠୋର କଥା କହିବାରୁ ଦୂରେଇ ରୁହନ୍ତୁ।
ପ୍ରେମ ଜୀବନ: ପ୍ରେମ ମାମଲାରେ ଏହି ମୂଳାଙ୍କରର ଲୋକଙ୍କ ପାଇଁ ଏହି ସପ୍ତାହ ଭଲ ରହିବ। ଆପଣଙ୍କୁ ନିଜର ଜୀବନରେ ଅନୁକୂଳ ପରିଣାମ ମିଳିବ ଓ ବିବାହିତ ଲୋକ ଖୁସି ରହିବେ। ଯେଉଁ ଲୋକ ନିଜର ପାର୍ଟନର ପାଇଁ ସଚ୍ଚୋଟ ନୁହନ୍ତି, ତାଙ୍କୁ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ।
ଶିକ୍ଷା: ମୂଳାଙ୍କ 5ର ଛାତ୍ରଙ୍କୁ ଏହି ସପ୍ତାହର ଆରମ୍ଭରେ ନିଜର ପଢ଼ାରେ ଆସିବାକୁ ଥିବା ବାଧା ସାମ୍ନା କରିବା ଓ ତାକୁ ପାର କରିବା ପାଇଁ ଅଧିକ ପ୍ରୟାସ କରିବାକୁ ପଡ଼ିବ। ସପ୍ତାହ ଶେଷ ହେବା ଯାଏଁ ଆପଣ ନିଜର ଦୃଢ଼ତା ଓ କଠିନ ପରିଶ୍ରମ ଦ୍ବାରା ସମସ୍ତ ବାଧାକୁ ପାର କରିବାରେ ସଫଳ ହେବେ।
ବୃତ୍ତିଗତ ଜୀବନ: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଯଦି ଆପଣ ଲକ୍ସରି ଯାତ୍ରା ଏବଂ ପର୍ଯ୍ୟଟନ ଶିଳ୍ପରେ ଅଛନ୍ତି କିମ୍ବା ଲକ୍ସରି ଇଲେକ୍ଟ୍ରୋନିକ୍ ଉପକରଣ ନିର୍ମାଣ କରୁଛନ୍ତି, ତେବେ ଏହି ସପ୍ତାହ ଆପଣଙ୍କ ପାଇଁ ଭଲ ଏବଂ ଲାଭଦାୟକ ହେବ। ସୋସିଆଲ ମିଡିଆ ପରିଚାଳକ, ଅଭିନେତା, ଗାୟକ କିମ୍ବା କଳାକାରଙ୍କ କ୍ୟାରିଅରରେ ପ୍ରଗତି ହେବାର ସମ୍ଭାବନା ଅଛି।
ସ୍ବାସ୍ଥ୍ୟ: 5 ମୂଳାଙ୍କ ଥିବା ଲୋକଙ୍କ ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ, ଏହି ସପ୍ତାହରେ ଆପଣଙ୍କର ଆଲର୍ଜି ଏବଂ ଚର୍ମ ସମ୍ବନ୍ଧୀୟ ସମସ୍ୟା ହେବାର ସମ୍ଭାବନା ଅଛି। ସେଥିପାଇଁ ଆପଣଙ୍କୁ ପରିଷ୍କାର ପରିଚ୍ଛନ୍ନତା ରଖିବା ଉପରେ ଧ୍ୟାନ ଦେବାକୁ ହେବ। ପାଣି ପିଅନ୍ତୁ ଓ ପୋକ କାମୁଡ଼ାରୁ ସାବଧାନ ରୁହନ୍ତୁ।
ଉପାୟ: : ଆପଣ ପ୍ରତିଦିନ ଗାଈକୁ ସବୁଜ ପତ୍ରଯୁକ୍ତ ପନିପରିବା ଖୁଆନ୍ତୁ।
ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ମୂଳାଙ୍କ 6
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )
ମୂଳାଙ୍କ 6 ର ଲୋକଙ୍କ ପାଇଁ ଏହି ସପ୍ତାହ ବହୁତ ସଫଳ ଓ ଲାଭକାରି ସିଦ୍ଧ ହେବ। ଏହି ସମୟରେ ଆପଣଙ୍କର ମାନସିକତା ଟିକେ ଅଲଗା ରହିବ। ଏହି ସମୟରେ ଆପଣଙ୍କର ଧ୍ୟାନ ଲୋକଙ୍କୁ ଦେବା ଉପରେ ରହିବ ଓ ଆପଣଙ୍କ ପାଇଁ ଏହି କଥା ବହୁତ ମାନ୍ୟତା ରଖିବା ନାହିଁ ଯେ ଆପଣ କିପରି ଦେଖାଯାଉଛନ୍ତି କିମ୍ବା ଆପଣ ନିଜ ଉପରେ ଧ୍ୟାନ ଦେବେ ନାହିଁ। ଆପଣ ଅନ୍ୟଙ୍କୁ ପ୍ରାଥମିକତା ଦେବେ ଓ ଅଭାବି ଲୋକଙ୍କ ପାଇଁ କଠିନ ପରିଶ୍ରମ କରିବେ। ଏପରି କରିବା ଦ୍ବାରା ପ୍ରଶଂସା ମିଳିବ କିନ୍ତୁ ନିଜର ସ୍ବାସ୍ଥ୍ୟର ଯତ୍ନ ନେବା ମଧ୍ୟ ଆବଶ୍ୟକ ହେବ ସେଥିପାଇଁ ଆପଣ ନିଜର ସ୍ବାସ୍ଥ୍ୟ ଉପରେ ମଧ୍ୟ ଧ୍ୟାନ ଦେବେ।
ପ୍ରେମ ଜୀବନ: ମୂଳାଙ୍କ 6ର ଲୋକ ପଇସା, ପ୍ରେମ କିମ୍ବା ଅନ୍ୟ ଉପରେ ଧ୍ୟାନ ଦେଇ ଏହି ସପ୍ତାହରେ ଅଭାବି ଲୋକଙ୍କର ସାହାଜ୍ୟ କରୁଥିବା ଦେଖାଯିବେ। ଏହା ଏକ ଭଲ କାମ କିନ୍ତୁ ଏହି ଆପଣଙ୍କର ପାର୍ଟନରଙ୍କୁ ଅଣଦେଖା ଏବଂ ଅବହେଳିତ ଅନୁଭବ କରାଇପାରେ, ଏବଂ ଏହା ଆପଣଙ୍କ ଦୁହିଁଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିପାରେ। ଆପଣଙ୍କୁ ଏହି ପରିସ୍ଥିତିକୁ ଭଲ ଭାବରେ ପରିଚାଳନା କରିବାକୁ ଏବଂ ପରିସ୍ଥିତିକୁ ସନ୍ତୁଳିତ କରିବାକୁ ପରାମର୍ଶ ଦିଆଯାଉଛି।
ଶିକ୍ଷା: ଏହି ସପ୍ତାହଟି ଏହି ରାଶିର ଛାତ୍ରମାନଙ୍କ ପାଇଁ ଭଲ ହେବ ଯେଉଁମାନେ କ୍ରିୟେଟିଭ ବିଷୟ, ଅଭିନୟ, ଗୀତ, କବିତା କିମ୍ବା ଡିଜାଇନିଂରେ ଆଗ୍ରହୀ। ଏହି ଲୋକମାନେ ଭଲ ପ୍ରଦର୍ଶନ କରିବେ ଏବଂ ଅତୀତରେ କରିଥିବା ସେମାନଙ୍କର କଠିନ ପରିଶ୍ରମ ସ୍ୱୀକୃତି ପାଇବ। ଏହା ବ୍ୟତୀତ ମାନବ ଅଧିକାର ଓ ସାମାଜିକ ବିଜ୍ଞାନ ପଢ଼ୁଥିବା ଛାତ୍ର ରିସର୍ଚ କରିବେ ଓ ନିଜର ବିଚାର କୁ ଅନ୍ୟମାନଙ୍କ ସହିତ ବାଣ୍ଟିବେ।
ବୃତ୍ତିଗତ ଜୀବନ: ଏହି ସପ୍ତାହଟି ସେହି ଲୋକଙ୍କ ପାଇଁ ଲାଭଦାୟକ ହେବାକୁ ଯାଉଛି ଯେଉଁମାନଙ୍କର ମୂଳାଙ୍କ 6 ଏବଂ ଯେଉଁମାନେ NGO, ସାମାଜରେ ସୁଧାର ଆଣିଥିବା ଅନ୍ୟ ସଂଗଠନ କିମ୍ବା ଗରିବ ଏବଂ ବଞ୍ଚିତ ଲୋକଙ୍କ ପାଇଁ ପାଣ୍ଠି ସଂଗ୍ରହ କରୁଥିବା କୌଣସି ସଂଗଠନ ସହିତ କାମ କରନ୍ତି।
ସ୍ବାସ୍ଥ୍ୟ: ଆପଣଙ୍କୁ ଏହି ସପ୍ତାହରେ ପରିଷ୍କାର ପରିଛନ୍ନତା ଉପରେ ଧ୍ୟାନ ରଖିବା ଓ ସ୍ବାସ୍ଥ୍ୟ ପ୍ରତି ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି। କାମର ଚାପ ଯୋଗୁଁ ଆପଣ ନିଜକୁ ଅଣଦେଖା କରନ୍ତୁ ନାହିଁ। ଏହା ବ୍ୟତୀତ ଆପଣ ନିଜର ବ୍ଯକ୍ତିତ୍ବର ବିକାଶ ଉପରେ ଧ୍ୟାନ ଦିଅନ୍ତୁ।
ଉପାୟ: ଆପଣ ନେତ୍ରହୀନ ବିଦ୍ୟାଳୟ ଯାଇ ପିଲାଙ୍କ ପାଇଁ କିଛି ଦାନ କରନ୍ତୁ।
ମୂଳାଙ୍କ 7
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି)
ମୂଳାଙ୍କ 7ର ଲୋକଙ୍କ ପାଇଁ ଏହି ସପ୍ତାହ ବହୁତ ଭଲ ରହିବ। ଆପଣ ଶକ୍ତି ଓ ଆତ୍ମବିଶ୍ବାସ ରେ ଭରପୁର ରହିବେ ଓ ସ୍ପଷ୍ଟ ରୂପରେ ଭାବିବାକୁ ସକ୍ଷମ ହେବେ। ଏହା ଦ୍ବାରା ଆପଣଙ୍କୁ ନିଜର ଉଦ୍ଦେଶ୍ୟ ପ୍ରାପ୍ତ କରିବାରେ ସାହାଜ୍ୟ ମିଳିବ। ଏହା ଦ୍ବାରା ଆପଣଙ୍କୁ ଶାନ୍ତ ଓ ଆରାମ ଅନୁଭବ ହେବ ଓ ଆପଣଙ୍କର ପରୋପକାରୀ ଓ ଆଧ୍ୟାତ୍ମିକ ଦୁନିଆ ଆଡ଼କୁ ଆଗ୍ରହ ବଢ଼ିବ।
ପ୍ରେମ ଜୀବନ: ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଆପଣ ନିଜର ସମ୍ପର୍କକୁ ନେଇ ବହୁତ ଅଧିକ ଉତ୍ସାହିତ ରହିବେ। ଆପଣ ନିଜର ପାର୍ଟନରକୁ ଖୁସି କରିବା ପାଇଁ ପ୍ରୟାସ କରିବେ। ନିଜର ପ୍ରେମକୁ ନେଇ ପୋଜେସିଭ୍ ରହିବେ। ନିଜର ପ୍ରେମକୁ ନେଇ ପୋଜେସିଭ୍ ହେବା ଓ ଉତ୍ସାହିତ ହେବା ମଧ୍ୟରେ ଏକ ବହୁତ ପତଳା ରେଖା ଅଛି। ଆପଣ ନିଜର ପାର୍ଟନର ଓ ସମ୍ପର୍କକୁ ନେଇ ଅଧିକ ପୋଜେସିବ ହୁଅନ୍ତୁ ନାହିଁ କାରଣ ଏହାର ଆପଣଙ୍କର ରୋମାନ୍ଟିକ ଜୀବନ ଉପରେ ନକରାତ୍ମକ ପ୍ରଭାବ ପଡ଼ିପାରେ।
ଶିକ୍ଷା: ମୂଳାଙ୍କ 7ର ଯେଉଁ ଛାତ୍ର ୟୁପିଏସସି ଓ ଏସଏସସି କିମ୍ବା ପୁଲିସ ପରି ପଦ ପାଇଁ ପ୍ରତିଯୋଗିତା ପରୀକ୍ଷାର ପ୍ରସ୍ତୁତି କରୁଛନ୍ତି ତାଙ୍କ ପାଇଁ ଏହି ସପ୍ତାହ ବହୁତ ଭଲ ରହିବ। ଏହା ବ୍ୟତୀତ ସ୍କୁଲ ଯାଉଥିବା ଛାତ୍ର ନିଜେ ବାଛି ଥିବା ସ୍ପୋର୍ଟସ ଖାସକରି ମାର୍ଶାଲ ଆର୍ଟସ ରେ ଭଲ ପ୍ରଦର୍ଶନ କରିବେ ଓ ତାଙ୍କ ପାଇଁ ଏହି ସପ୍ତାହ ସକାରାତ୍ମକ ରହିବ। ଯେଉଁ ଛାତ୍ର ଆର୍ମି କିମ୍ବା ପୁଲିସର ପ୍ରତିଯୋଗିତା ପରୀକ୍ଷା ପାଇଁ ପଢ଼ୁଛନ୍ତି ତାଙ୍କୁ ମଧ୍ୟ ସଫଳତା ମିଳିବାର ଯୋଗ ଅଛି।
ବୃତ୍ତିଗତ ଜୀବନ: ଏହି ସପ୍ତାହ ମୂଳାଙ୍କ 7ର ଲୋକଙ୍କୁ ନିଜର ବୃତ୍ତିଗତ ବିଶେଷଜ୍ଞତା ରୁ ଆର୍ଥିକ ଲାଭ ହେବାର ସଙ୍କେତ ଅଛି। ନିଜର ଅତିରିକ୍ତ ଆୟ ରୁ ଆପଣ ନିଜ ପାଇଁ ବଡ଼ ଭାଗ ସଞ୍ଚୟ କରି ପାରିବେ। ଯଦି ଆପଣଙ୍କର କୌଣସି ଆୟ କୌଣସି ସ୍ରୋତ ନାହିଁ ତେବେ ଆପଣ ଏହି ପ୍ରକାର ସୁଯୋଗ ଖୋଜିବା ଆରମ୍ଭ କରିପାରୁବେ। ଆପଣଙ୍କୁ ନିଶ୍ଚିତ ଭାବରେ କୌଣସି ସ୍ରୋତ ମିଳିଯିବ।
ସ୍ବାସ୍ଥ୍ୟ: ମୂଳାଙ୍କ 7 ର ଲୋକଙ୍କର ସ୍ବାସ୍ଥ୍ୟ ପାଇଁ ଏହି ସପ୍ତାହ ଭଲ ରହିବ। ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଓ ଶାରୀରିକ ସ୍ବାସ୍ଥ୍ୟ ଦୁଇଟି ଯାକ ଦୃଢ଼ ରହିବ। ଆପଣଙ୍କୁ ଏହାକୁ ବଜାୟ ରଖିବା ପାଇଁ ବ୍ୟାୟମ, ସନ୍ତୁଳିତ ଖାଦ୍ଯ ଓ ଧ୍ୟାନ କରିବାକୁ ପରମର୍ଷ ଦିଅଯାଇଛି।
ଉପାୟ: : ଆପଣ କୌଣସି ଅନୁଭବି ଜ୍ଯୋତିଷର ପରାମର୍ଶ ନିଅନ୍ତୁ ଓ ରସୁଣିଆ ରତ୍ନର ବ୍ରେସ୍ଲେଟ ଦ୍ଗରଣ କରନ୍ତୁ। ଏହା ଦ୍ବାରା ଆପଣଙ୍କର ଭାଗ୍ଯ ପରିବର୍ତ୍ତନ ହେବ।
ମୂଳାଙ୍କ 8
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)
ଏହି ସପ୍ତାହଟି ମୂଳାଙ୍କ 8 ର ବ୍ୟକ୍ତିଙ୍କ ପାଇଁ ସୁଯୋଗରେ ପରିପୂର୍ଣ୍ଣ ହେବ, କିନ୍ତୁ ଆପଣ ଟିକେ ଆଳସ୍ୟ ଅନୁଭବ କରିପାରନ୍ତି। ଏହି କାରଣରୁ, ଆପଣ ବ୍ୟକ୍ତିଗତ ଅଭିବୃଦ୍ଧି ଏବଂ ସଫଳତା ପାଇଁ କିଛି ମହାନ ସୁଯୋଗ ହରାଇ ପାରନ୍ତି। ଆପଣଙ୍କୁ ଆଳସ୍ୟଠାରୁ ଦୂରରେ ରହିବା, କାମରେ ବିଳମ୍ବ କରିବା ଏବଂ ଆପଣଙ୍କର ପୂର୍ଣ୍ଣ ସାମର୍ଥ୍ୟ ସହିତ କାମ କରିବାକୁ ପରାମର୍ଶ ଦିଆଯାଉଛି।
ପ୍ରେମ ଜୀବନ: ଏହି ସପ୍ତାହ ଆପଣଙ୍କୁ ବିବାହ ଓ ପ୍ରେମ ସମ୍ବନ୍ଧିତ ମାମଲାରେ କଥା କରି ଲାଭ ମିଳିବ। ଏହି ସମୟର ଆନନ୍ଦ ନିଅନ୍ତୁ ଓ ଅହଙ୍କାରୀ କିମ୍ବା ଅଭିମାନୀ ହୁଅନ୍ତୁ ନାହିଁ କାରଣ ଏହା ଦ୍ବାରା ଆପଣଙ୍କୁ କ୍ଷତି ହୋଇପାରେ। ଆପଣଙ୍କର ପାର୍ଟନର ଆପଣଙ୍କୁ ଖୁସି କରିବା ଓ ଆପଣଙ୍କ ସହିତ ଭଲ ସମୟ କାଟିବା ପାଇଁ କଠିନ ପରିଶ୍ରମ କରୁଥିବା ନଜର ଆସିବେ।
ଶିକ୍ଷା: ଯେଉଁ ଛାତ୍ର ଇଞ୍ଜିନିୟରିଂ ପଢ଼ୁଛନ୍ତି କିମ୍ବା ଏଠି ପାଇଁ ପ୍ରସ୍ତୁତ ହେଉଛନ୍ତି କିମ୍ବା କୌଣସି ଟେକ୍ନିକ୍ଯାଲ କ୍ଷେତ୍ରରେ କାମ କରୁଛନ୍ତି ତାଙ୍କ ପାଇଁ ଏହି ସପ୍ତାହ ଭଲ ରହିବ। ଆପଣଙ୍କୁ କଠିନ ପରିଶ୍ରମ ଓ ନିରନ୍ତର ପ୍ରୟାସ କରିବାକୁ ପଡ଼ିବ।
ବୃତ୍ତିଗତ ଜୀବନ: ଏହି ସପ୍ତାହରେ ଆପଣ ଅନୁଭବ କରିବେ ଯେପରି ଆପଣଙ୍କୁ ଆପଣଙ୍କ ପ୍ରୟାସର ଫଳ ମିଳୁନାହିଁ। ଏହି କାରଣରୁ, ଆପଣ ଆପଣଙ୍କ କାମ ପ୍ରତି ବହୁତ ଅସନ୍ତୁଷ୍ଟ ଅନୁଭବ କରିପାରନ୍ତି। ଫଳସ୍ୱରୂପ, ଆପଣ ଏପରି କିଛି ନୂତନ କରିବା ବିଷୟରେ ଚିନ୍ତା କରିପାରନ୍ତି ଯାହା ଆପଣଙ୍କୁ ପ୍ରଗତି ଏବଂ ସନ୍ତୋଷ ଦେଇପାରିବ ଏବଂ ଆପଣଙ୍କ ଜୀବନକୁ ଏକ ନୂତନ ଦିଗ ଦେଇପାରିବ।
ସ୍ବାସ୍ଥ୍ୟ: ଏହି ସପ୍ତାହ ସ୍ବାସ୍ଥ୍ୟକୁ ନେଇ ଆପଣଙ୍କୁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ କିନ୍ତୁ ଆପଣଙ୍କୁ ଅଧିକ ସକ୍ରିୟ ରହିବା ପାଇଁ ଓ ଅଳସୁଆମୀ ରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଅଯାଇଛି କାରଣ ଏହି ପ୍ରକାର ଆପଣ ଏଯ ଭଲ ମଣିଷ ହୋଇପାରିବେ।
ଉପାୟ: : ବୁଲା କୁକୁରଙ୍କର ଧ୍ୟାନ ରଖନ୍ତୁ ଓ ତାଙ୍କୁ ଖାଇବା ଖୁଆନ୍ତୁ।
ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ମୂଳାଙ୍କ 9
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)
ଏହି ସପ୍ତାହ ପାଖାପାଖି ଆପଣଙ୍କର ଜୀବନର ସବୁ କ୍ଷେତ୍ର ପାଇଁ ଭଲ ପ୍ରମାଣିତ ହେବ। ବ୍ୟକ୍ତିଗତ ଜୀବନ ହେଉ ବା କ୍ୟାରିଆର, ଏହି ସପ୍ତାହ ଆପଣଙ୍କ ପାଇଁ ଅନୁକୂଳ ରହିବ। ଏହି ସମୟରେ ଆପଣଙ୍କ ଭିତରେ କଠିନ ପରିଶ୍ରମ କରିବା ଓ ନିଜର ଲକ୍ଷକୁ ପ୍ରାପ୍ତ କରିବା ପାଇଁ ଏକ ସମ୍ପୂର୍ଣ ସେନା ପରି ଶକ୍ତି ରହିବ। ଏହା ବ୍ୟତୀତ ଆପଣଙ୍କର ସୁଯୋଗ ଭବିଷ୍ୟରେ ଆପଣଙ୍କର ସାହାଜ୍ୟ କରିବ ଓ ଆପଣଙ୍କ ଉପରେ ବରିଷ୍ଠ ଅଧିକାରୀଙ୍କର ଧ୍ୟାନ ଆସିପାରେ। ଆପଣ କଥା କହିବା ସମୟରେ ସାବଧାନ ରୁହନ୍ତୁ କାରଣ ଆପଣଙ୍କର ଅଗ୍ରେସିଭ ଗୁଣ ଅଜାଣତରେ ଅନ୍ୟକୁ କ୍ଷତି ପହଞ୍ଚାଇ ପାରେ।
ପ୍ରେମ ଜୀବନ: ମୂଳାଙ୍କ 9 ଥିବା ଲୋକଙ୍କ ପ୍ରେମ ଜୀବନ ବିଷୟରେ କହିବାକୁ ଗଲେ, ଏହି ସପ୍ତାହରେ ଆପଣ ଆପଣଙ୍କର ଭାବନାକୁ ଭଲ ଭାବରେ ପ୍ରକାଶ କରିପାରିବେ ଏବଂ ଉତ୍ସାହ ଏବଂ ଆବେଗରେ ପରିପୂର୍ଣ୍ଣ ରହିବେ। ଆପଣ ନିଜର ପ୍ରେମ ଜୀବନକୁ ସର୍ବୋଚ୍ଚ ପ୍ରାଥମିକତା ଦେବ। ଆପଣ ନିଜର ସାଥୀଙ୍କ ପସନ୍ଦ ଏବଂ ଆଗ୍ରହ ପ୍ରତି ଧ୍ୟାନ ଦେବ କିନ୍ତୁ ଏହାକୁ ଅତ୍ୟଧିକ କରନ୍ତୁ ନାହିଁ କାରଣ ଏପରି କରିବା ଦ୍ଵାରା ଆପଣ ସାଥୀଙ୍କ ପ୍ରତି ପୋଜେସିଭ୍ ହେବା ଭଳି ଦେଖାଯାଇପାରନ୍ତି ଏବଂ ଏହି କାରଣରୁ ଦୁହିଁଙ୍କ ମଧ୍ୟରେ ଭୁଲ ବୁଝାମଣା ଏବଂ ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି।
ଶିକ୍ଷା: ମୂଳାଙ୍କ 9ର ଛାତ୍ର ନିଜର ପଢ଼ାରେ ବ୍ୟସ୍ତ ରହିବେ ଓ ନିଜର ବିଷୟ ଉପରେ ଧ୍ୟାନ ଦେବେ। ଏହା ଦ୍ବାରା ଆପଣଙ୍କର ଶିଖିବାର କ୍ଷମତା ବୃଦ୍ଧି ହେବ। ଯେଉଁ ଛାତ୍ର ଏଡଭାନ୍ସ ସ୍ଟଡିସ ଯେପରି ମାସ୍ଟର ଡିଗ୍ରୀ କିମ୍ବ ଡକ୍ଟରେଟ ଡିଗ୍ରୀ କୌକହନ୍ତି ତାଙ୍କୁ ଏହି ସପ୍ତାହରେ ନିଜର ଶିକ୍ଷକଙ୍କ ସହଯୋଗ ମିଳିବ ଯୋଗୁଁ ଲାଭ ହେବ।
ବୃତ୍ତିଗତ ଜୀବନ: ଏହି ସପ୍ତାହରେ ଆପଣଙ୍କର ସମ୍ପୂର୍ଣ ଧ୍ୟାନ କେବଳ ଆପଣଙ୍କର କାମ ଉପରେ ରହିବ। ଆପଣଙ୍କୁ ନିଜର ପରିଶ୍ରମ ଓ ନିଷ୍ଠା ଯୋଗୁଁ ନିଜର ବୃତ୍ତିଗତ ଯୋଗ୍ୟତା ଦେଖାଇବାକୁ ସାହାଜ୍ୟ ମିଳିବ। ସୁଯୋଗ ପାଇବାରେ ଡେରି ହେବା ଯୋଗୁଁ ଆପଣଙ୍କୁ ଧର୍ଯ୍ୟ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଆପଣ ଧୀରେ ଧୀରେ ପ୍ରଗତି କରିବେ ଓ ସ୍ଥିର ହେବେ। ଏହା ଲମ୍ବା ସମୟ ପର୍ଯ୍ୟନ୍ତ ଆପଣଙ୍କ ପାଇଁ ଲାଭଦାୟକ ହେବ।
ସ୍ବାସ୍ଥ୍ୟ: ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଆପଣ ଶକ୍ତିରେ ପରିପୂର୍ଣ୍ଣ ରହିବେ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ କିନ୍ତୁ ଆପଣଙ୍କୁ ଗାଡ଼ି ଚଲାଇବା ଏବଂ ରାସ୍ତାରେ ଚାଲିବା ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି କାରଣ ଏହି ସପ୍ତାହରେ ଆପଣଙ୍କର ଆହତ ହେବା କିମ୍ବା ଦୁର୍ଘଟଣା ହେବାର ସମ୍ଭାବନା ଅଛି।
ଉପାୟ: ଆପଣ ପ୍ରତିଦିନ ହନୁମାନଙ୍କର ପୂଜା କରନ୍ତୁ ଓ ମଙ୍ଗଳବାର ଦିନ ତାଙ୍କୁ ବୁନ୍ଦି ପ୍ରସାଦ ଚଢ଼ାନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ଅଙ୍କ ଜ୍ଯୋତିଷ କିପରି ଗଣନା କରାଯାଏ?
ମୂଳାଙ୍କ ଆଧାରରେ ଅଙ୍କ ଜ୍ଯୋତିଷରେ ଭବିଷ୍ୟର ଗଣନା କରଯାଏ।
2. କେଉଁ ମୂଳାଙ୍କ ଭଲ ହୋଇଥାଏ?
ମୂଳାଙ୍କ 7 କୁ ଭଲ କୁହଯାଏ।
3. ମୂଳାଙ୍କ 1 ର ସ୍ବାମୀ ଗ୍ରହ କିଏ?
ଏହି ଅଙ୍କର ସ୍ବାମୀ ଗ୍ରହ ସୂର୍ଯ୍ୟ ଅଟନ୍ତି।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






