ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (15 ଜୁନ ରୁ 21 ଜୁନ)
ଜୁନ ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 15 ଜୁନ ରୁ 21 ଜୁନ ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।
କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?
ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |
ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା
ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ (15 ଜୁନ ରୁ 21 ଜୁନ, 2025)
ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |
ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା
ମୂଳାଙ୍କ 1
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)
ଏହି ସପତାହରେ ଅଅପନଙ୍କୁ ହାରାହାରି ପରିଣାମ ମିଳିବ। ଯଦିଓ ଆପଣ ଅଧିକାଂଶ କାମକୁ ଯୋଜନାବଦ୍ଧ ହୋଇ କରାଇବାକୁ ଚେଷ୍ଟା କରନ୍ତି କିନ୍ତୁ ଏହି ସପ୍ତାହରେ ତାହା ହେବ ନାହିଁ। ଏହି ସପ୍ତାହରେ ଆପଣଙ୍କୁ ନିଜର ଚେଷ୍ଟା ଅନୁଯାୟୀ ସଫଳତା ମିଳିବ। କାରଣ ସମୟ ସମ୍ପୂର୍ଣ ଭାବରେ ଆପଣଙ୍କ ବିରୁଦ୍ଧରେ ନାହିଁ କିମ୍ବା ଆପଣଙ୍କ ସପକ୍ଷରେ ନାହିଁ।
ତଥାପି, ଏହା ଦେଖାଯାଇପାରେ ଯେ ଆପଣଙ୍କୁ ଏକ କାର୍ଯ୍ୟ ସମାପ୍ତ କରିବା ପାଇଁ ତୁଳନାତ୍ମକ ଭାବରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କାହା କଥାରେ ଆସି କୌଣସି ରିସ୍କ ନେବା ଉଚିତ ନୁହେଁ। ବିଶେଷକରି ବର୍ତ୍ତମାନ ବ୍ୟାପୁଥିବା ସାଇବର ଠକେଇ ଭଳି କୌଣସି କାର୍ଯ୍ୟକଳାପର ଶିକାର ହେବା ଉଚିତ୍ ନୁହେଁ। ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀ ଏହି ସପ୍ତାହରେ କୌଣସି ଅନଲାଇନ୍ ସପିଂ ନ କରିବା ଭଲ ହେବ, କିନ୍ତୁ ଯଦି ଏହା ଅତ୍ୟନ୍ତ ଆବଶ୍ୟକ, ତେବେ ଏକ ନିର୍ଭରଯୋଗ୍ୟ ୱେବସାଇଟ୍ କିମ୍ବା ଆପ୍ଲିକେସନ୍ ରୁ କରନ୍ତୁ ଯେଉଁଠାରେ ରିଟର୍ଣ୍ଣ ନୀତି ଇତ୍ୟାଦି ଭଲ ଥିବ। ଯେଉଁମାନଙ୍କର କାମ ଇଣ୍ଟରନେଟ୍ ଇତ୍ୟାଦି ସହିତ ଜଡ଼ିତ, ସେମାନେ କୌଣସି ବିଶେଷ ରିସ୍କର ସମ୍ମୁଖୀନ ହେବେ ନାହିଁ।
ଉପାୟ: ଶିବଲିଙ୍ଗ ଉପରେ ନୀଳ ରଙ୍ଗର ପୁଷ୍ପ ଅର୍ପଣ କରିବା ଶୁଭ ରହିବ।
ମୂଳାଙ୍କ 2
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)
ଏହି ସପ୍ତାହ ସାମାନ୍ଯ ଭାବରେ ଆପଣଙ୍କୁ ବହୁତ ଭଲ ପରିଣାମ ଦେଇପାରେ। ଆପଣ ପ୍ରତ୍ଯେକ ମାମଲାକୁ ବୁଝି ଶୁଝି କରିବେ। ଫଳସ୍ଵରୂପ ଆପଣ ବହୁତ ଭଲ ପରିଣାମ ପ୍ରାପ୍ତ କରି ପାରିବେ। ବିଶେଷ କରି ବ୍ୟବସାୟ ସହିତ ଜଡ଼ିତ ଲୋକ ବହୁତ ଭଲ ଲାଭ ପାଇବେ। ଯେଉଁମାନେ ଜିନିଷ କିଣନ୍ତି ଏବଂ ବିକ୍ରୟ କରନ୍ତି, ସେମାନେ ମଧ୍ୟ ଭଲ ଲାଭ ପାଇପାରିବେ। ମଧ୍ୟସ୍ଥି କାର୍ଯ୍ୟ କରୁଥିବା ଲୋକମାନେ ମଧ୍ୟ ବହୁତ ଭଲ କରିପାରିବେ।
ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀ ପ୍ରକାଶନ, ଲେଖା କିମ୍ବା ଗଣମାଧ୍ୟମ ଜଗତ ସହିତ ଜଡ଼ିତ ଲୋକମାନେ ମଧ୍ୟ ବହୁତ ଭଲ ଫଳାଫଳ ପାଇପାରିବେ। ଯଦି ଆପଣ କୌଣସି ପ୍ରକାରର ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ସେହି କ୍ଷେତ୍ରରେ ମଧ୍ୟ ଏହି ସପ୍ତାହ ଆପଣଙ୍କୁ ଭଲ ଫଳାଫଳ ଦେଇପାରେ। ଯଦି ଆପଣ କୌଣସି ସ୍ଥାନକୁ ଭ୍ରମଣ କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ସପ୍ତାହ ଆପଣଙ୍କୁ ଭ୍ରମଣର ସୁଯୋଗ ମଧ୍ୟ ଦେଇପାରେ। ଏସବୁ ସତ୍ତ୍ୱେ, ଆମକୁ କ୍ରୋଧ ଏବଂ ଦ୍ୱନ୍ଦ୍ୱରୁ ଦୂରେଇ ରହିବାକୁ ପଡ଼ିବ। ଯଦି ଗାଡ଼ିଟି ନିଜେ ଚଲାନ୍ତି, ତେବେ ସତର୍କତାର ସହିତ ଗାଡ଼ି ଚଲାଇବା ଆବଶ୍ୟକ ହେବ।
ଉପାୟ: ତୁଳସୀ ଗଛରେ ପାଣି ଦେବା ଶୁଭ ରହିବ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମୂଳାଙ୍କ 3
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )
ସାମାନ୍ଯ ଭାବରେ ଏହି ସପ୍ତାହ ଆପଣଙ୍କୁ ମିଶ୍ରିତ ପରିଣାମ ଦେଇପାରେ କିନ୍ତୁ କିଛି ମାମଲାରେ ଏହି ସପ୍ତାହ ସୁରବଳ ରହିବ। ଯଦି ଆପଣ ପ୍ରତ୍ଯେକ କାମକୁ ଭାବି ଚିନ୍ତି କରିବେ ତେବେ କୌଣସି ବଡ଼ କ୍ଷତି ହେବ ନାହିଁ। କିନ୍ତୁ ବିରୋଧୀ ହସ୍ତକ୍ଷେପ କରି ପାରନ୍ତି ତାହାର ସଙ୍କେତ ଅଛି। ପାଖାପାଖିର ସ୍ଥିତି ପ୍ରତିକୂଳ ରହିପାରେ। ବିଶେଷ କରି ସ୍ତ୍ରୀଙ୍କ ସହିତ ଜଡ଼ିତ ମାମଲାରେ ଏହି ସପ୍ତାହ ବହୁତ ସାବଧାନ ହୋଇ ଚଳିବାକୁ ହେବ।
ଘର ଗୃହସ୍ଥି ସହିତ ଜଡ଼ିତ ମାମଲା କୁ ନେଇ ମଧ୍ୟ ଆପଣ କିଛି ଚିନ୍ତିତ ରହିବେ। ଦାମ୍ପତ୍ୟ ସମ୍ବନ୍ଧିତ ମାମଲାରେ ଛୋଟ କଚୋଟ ସମସ୍ଯା ଦେଖା ଦେଇପାରେ। ଯଦି ବିବାହ ବିଷୟରେ କିଛି ଆଲୋଚନା ହେଉଥିଲା, ତେବେ ସେହି ବିଷୟରେ କିଛି ମନ୍ଥରତା ରହିପାରେ, କିନ୍ତୁ ବୁଦ୍ଧିମାନ ଭାବରେ କାମ କଲେ, ଏହି ସମସ୍ତ କ୍ଷେତ୍ରରେ ସକାରାତ୍ମକ ଫଳାଫଳ ମିଳିପାରିବ। କଠିନ ପରିଶ୍ରମ ତୁଳନାରେ ଫଳାଫଳ ଦୁର୍ବଳ ହେଲେ ମଧ୍ୟ ଅନୁକୂଳ ପରିସ୍ଥିତି ଦେଖାଯିବ। ସାଙ୍ଗରେ ଆପଣଙ୍କ ଭିତରେ ଊର୍ଜା ଆପଣଙ୍କୁ ଅଟକିବାକୁ ଦେବ ନାହିଁ।
ଉପାୟ: ଧଳା ଗାଈଙ୍କୁ ଚାରା ଖୁଆଇବା ଶୁଭ ରହିବ।
ମୂଳାଙ୍କ 4
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି )
ଏହି ସପ୍ତାହ ଆପଣଙ୍କୁ ଭଲ ପରିଣାମ ଦେଉଥିବା ପ୍ରତୀତ ହେଉଛି। ଯଦିଓ କିଛି ସମସ୍ଯା ଦେଖିବାକୁ ପଡ଼ିବ କିନ୍ତୁ ସେହି ସମସ୍ଯା ଅତିକ୍ରମ ଲଅରି ଆପଣ ନିଜର ଲକ୍ଷ ହାସଲ କରି ପାରିବେ। ସେହି ସମୟରେ, ଆପଣ କାହିଁକି ଅସୁବିଧା ଉପୁଜିଛି ତାହାର କାରଣ ମଧ୍ୟ ଜାଣିପାରିବେ ଏବଂ ଭବିଷ୍ୟତରେ ଏହି ଅଭିଜ୍ଞତାରୁ ଲାଭ ପାଇପାରିବେ। ଭଲ ହେବ ଆପଣ ଆତ୍ମନିର୍ଭର ହୁଅନ୍ତୁ।
ଧର୍ମ ଓ ଅଧ୍ୟାତ୍ମ ଦୃଷ୍ଟିରୁ ଏହି ସପ୍ତାହ ବହୁତ ଭଲ ରହିବ। ଆପଣ ନିଜର ମାନସିକ ଶାନ୍ତି ଖୋଜିବାରେ ସକ୍ଷମ ହେବେ। ଧାର୍ମିକ ଯାତ୍ରାରେ ଯିବା ସମ୍ଭବ ହେବ । ବୁଝାମଣା ଓ ଅନୁଭବ ସହିତ ବ୍ୟକ୍ତିର ବାସ୍ତବିକ ଚରିତ୍ରର ଅନୁମାନ କରି ପାରିବେ। ଏହା ଦ୍ବାରା ଆପଣଙ୍କୁ ଲାଭ ହେବ। ପ୍ରେମ ପ୍ରସଙ୍ଗରେ ଆବଶ୍ୟକତା ଠାରୁ ଅଧିକ ମିଶିବା ଠିକ ହେବ ନାହିଁ।
ଉପାୟ: ମଥାରେ କେସରର ତିଳକ ଲଗାଇବା ଶୁଭ ହେବ।
ଏବେ ଘରେ ବାସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ମୂଳାଙ୍କ 5
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି )
ଏହି ସପ୍ତାହ ବିଶେଷ ଭାବରେ ଆପଣଙ୍କୁ ମିଶ୍ରିତ ପରିଣାମ ଦେବ। କେବେ କେବେ କିଛି ମାମଲାରେ ପରିଣାମ ଦୁର୍ବଳ ରହିପାରେ। ଏହି ସପ୍ତାହରେ ଆପଣଙ୍କୁ ସାବଧାନ ହୋଇ ରହିବକ ହେବ। ଯଦିଓ ଆପଣ ପ୍ରତ୍ୟେକ କାମ ସମ୍ପୂର୍ଣ୍ଣ ଧର୍ଯ୍ୟର ସହିତ କରନ୍ତି, ତଥାପି ଆପଣ ସମନ୍ୱୟରେ ଆଗକୁ ବଢ଼ିବାକୁ ଚେଷ୍ଟା କରନ୍ତି। ତେଣୁ, କୌଣସି ବଡ଼ କ୍ଷତି ହେବ ନାହିଁ, କିନ୍ତୁ କାମରେ କିଛି ମନ୍ଥରତା ଦେଖାଯାଇପାରେ।
ଅନେକ ଥର ଗୁପ୍ତ ଶତ୍ରୁ ଆପଣଙ୍କର କାମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିବେ। ଭଲ ହେବ ଏହି ସପ୍ତାହରେ ନିଜକୁ ଅଳସୁଆ କରନ୍ତୁ ନାହିଁ। ଏହି ସପ୍ତାହରେ କୌଣସି ପ୍ରକାର ଆର୍ଥିକ ରିସ୍କ ନେବା ଠିକ ହେବ ନାହିଁ। ସନ୍ତୁଳନ ରଖି କାମ କରିଲେ ଆପଣ କାମକୁ ସମ୍ପୂର୍ଣ କରି ପାରିବେ ଓ ନିଜକୁ ଶକ୍ତିଶାଳୀ ଅନୁଭବ କରି ପାରିବେ।
ପରିବର୍ତ୍ତନ ଦୃଷ୍ଟିରୁ ଏହି ସପ୍ତାହକୁ ଭଲ କୁହାଯିବ କିନ୍ତୁ ପରିବର୍ତ୍ତନ ସହଜ ହେବ ନାହିଁ। ଅର୍ଥାତ କିଛି ସମସ୍ଯା ପରେ ଆପଣ ପରିବର୍ତ୍ତନ କରି ପାରିବେ। ଭଲ ହେବ ଏହି ସପ୍ତାହରେ କୌଣସି ପ୍ରକାର ରିସ୍କ ନିଅନ୍ତୁ ନାହିଁ।
ଉପାୟ: ଶିବ ଲିଙ୍ଗ ଉପରେ କଳା ସୋରିଷ ଚଢ଼ାଇବା ଶୁଭ ରହିବ।
ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ମୂଳାଙ୍କ 6
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )
ଏହି ସପ୍ତାହରେ ଆପଣଙ୍କୁ ମିଶ୍ରିତ ପରିଣାମ ମିଳିବ। ଯଦି କ୍ରୋଧ, ଆବେଗ ଏବଂ ଚଞ୍ଚଳତାକୁ ଏଡ଼ାଇ ଦିଆଯାଏ, ତେବେ ଫଳାଫଳ ଆହୁରି ଭଲ ହୋଇପାରିବ। କାରଣ ଏହି ସପ୍ତାହରେ କେବଳ ୯ ସଂଖ୍ୟାର ନକାରାତ୍ମକ ଶକ୍ତି ବିରୋଧ କରୁଛି। ଏପରି ପରିସ୍ଥିତିରେ, ଶାନ୍ତି ଏବଂ ଧର୍ଯ୍ୟର ସହିତ କାମ କରିବା ଲାଭଦାୟକ ହୋଇପାରେ। ଯଦି ଆପଣ ଧର୍ଯ୍ୟର ସହିତ କାମ କରନ୍ତି, ତେବେ ଆପଣ ଅନେକ ସ୍ଥଗିତ କାର୍ଯ୍ୟ ସମାପ୍ତ କରିପାରିବେ। ଯେହେତୁ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ଶକ୍ତି ଅଛି, ଏହାକୁ ସଠିକ୍ ଭାବରେ ବ୍ୟବହାର କରିବା ଆବଶ୍ୟକ।
ଭାଇ ବନ୍ଧୁଙ୍କ ସହିତ ସମ୍ବନ୍ଧକୁ ମେନଟେନ କରିବାର ଚେଷ୍ଟା ଆବଶ୍ୟକ ହେବ। ଯଦି ଆପଣଙ୍କର କାମ ଜାଗା ବାଡ଼ି ଇତ୍ୟାଦି ସହିତ ସମ୍ବନ୍ଧିତ ତେବେ ବିବାଦିତ ଜାଗା କିଣିବାରୁ ଦୂରେଇ ରହିବା ଆବଶ୍ୟକ ହେବ। ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀ ଅଗ୍ନି କିମ୍ବା ବିଦ୍ୟୁତ୍ ସହିତ କାମ କରୁଥିବା ଲୋକମାନଙ୍କୁ ସତର୍କତାର ସହ କାମ କରିବାକୁ ପରାମର୍ଶ ଦିଆଯାଉଛି।
ଏହି ସପ୍ତାହଟି ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ କିଣିବା ପାଇଁ ମଧ୍ୟ ବିଶେଷ ଭଲ ନୁହେଁ। ଯଦି ଏପରି କିଛି ସତର୍କତା ଅବଲମ୍ବନ କରାଯାଏ, ତେବେ ଫଳାଫଳ ହାରାହାରି ଅପେକ୍ଷା ଭଲ ହୋଇପାରିବ। ଅବହେଳାର ସ୍ଥିତିରେ, ଏହି କ୍ଷେତ୍ରଗୁଡ଼ିକ ସହିତ ଜଡ଼ିତ ମାମଲାରେ କିଛି ଅସୁବିଧା କିମ୍ବା ସମସ୍ୟା ଦେଖାଯାଇପାରେ।
ଉପାୟ: ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ସିନ୍ଦୁର ଚଢ଼ାଇବା ଶୁଭ ରହିବ।
ମୂଳାଙ୍କ 7
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି )
ଏହି ସପ୍ତାହରେ ଆପଣଙ୍କୁ ମିଶ୍ରିତ ପରିଣାମ ମିଳିବ। ଏହି ପରିଣାମ ଏଭାରେଜ ରୁ ଭଲ ରହିପାରେ। ଏହି ସପ୍ତାହ ବରିଷ୍ଠ ଲୋକ ଆପଣଙ୍କର ସପୋର୍ଟ କରିବାକୁ ଚାହିଁବେ। ଆପଣ ଲୋକଙ୍କ ଠାରୁ ଆଶା ରଖନ୍ତି କିନ୍ତୁ ସେମାନେ ତାହା ପୁରୁଣ କରି ପାରନ୍ତି ନାହିଁ। ସେଥିପାଇଁ ଆପଣଙ୍କର ମନ ଭାଂଗିଯାଏ। କିନ୍ତୁ ଏହି ସପ୍ତାହରେ ଆପଣଙ୍କର ସହିତ ଭଲ ହେବ।
ନୂଆ କାମ ଆରମ୍ଭ କରିବା ପାଇଁ ଏହି ସପ୍ତାହ ଭଲ ପରିଣାମ ଦେଉଥିବା ପ୍ରତୀତ ହେବ। ଅନୁଭବି ଲୋକଙ୍କ ସପୋର୍ଟ ମିଳିବ। ଆର୍ଥିକ ମାମଲାରେ ଏହି ସପ୍ତାହ ଭଲ ପରିଣାମ ଦେବ। ପାରିବାରିକ ମାମଲାରେ ମଧ୍ୟ ଅନୁକୂଳ ପରିଣାମ ମିଳିବ। ଯଦି ଆପଣଙ୍କର କାମ ସ୍ତ୍ରୀଙ୍କ ସମ୍ବନ୍ଧିତ ଅଛି ତେବେ ଆପଣଙ୍କୁ ଭଲ ପରିଣାମ ମିଳିବ।
ଏହି ସପ୍ତାହରେ ଧର୍ଯ୍ୟ ରଖି କମ କରିବା ସ୍ଥିତିରେ ଆପଣ ସନ୍ତୋଷପ୍ରଦ ପରିଣାମ ପାଇବେ। କ୍ରୋଧରେ ଆସି କାମ କରିବା ସ୍ଥିତିରେ ପରିଣାମ ଦୁର୍ବଳ ହେବ।
ଉପାୟ: ମନ୍ଦିରରେ ଗୁଡ଼ ଓ ଚନ ଡାଲି ଦାନ କରିବା ଶୁଭ ହେବ।
ମୂଳାଙ୍କ 8
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)
ଏହି ସପ୍ତାହ ସାମାନ୍ଯ ଭାବରେ ଆପଣଙ୍କୁ ମିଶ୍ରିତ ପରିଣାମ ଦେବ। ସେଥିପାଇଁ ଆପଣ ପରିଣାମକୁ ବହୁ ମାତ୍ରାରେ ଭଲ କରି ପାରିବେ। ଯଦିଓ ଆପଣ ପ୍ରାକ୍ଟିକାଲ ଲୋକ ଆପଣ ଏହି ସପ୍ତାହରେ ଟିକେ ଭାବୁକ ରହିବେ। କାର୍ଯ୍ୟକ୍ଷେତ୍ର ଦୃଷ୍ଟିରୁ ଏହି ସପ୍ତାହ ସାମାନ୍ଯ ଭାବରେ ଅନୁକୂଳ ଅଟେ। ଆପଣ କାମରେ ଆଗକୁ ବଢ଼ିବେ।
ସମ୍ପର୍କ ବଜାୟ ରଖିବା ସହିତ ଆପଣ ଆଧ୍ୟାତ୍ମିକ ଖୁସି ମଧ୍ୟ ଅନୁଭବ କରିପାରିବେ। ଆପଣ ସହଭାଗୀତା କାର୍ଯ୍ୟରେ ମଧ୍ୟ ଭଲ ଲାଭ ପାଉଛନ୍ତି ବୋଲି ମନେ ହେଉଛି, କିନ୍ତୁ ଯେକୌଣସି ବିଷୟରେ ଚଞ୍ଚଳ ହେବା ଏଡ଼ାଇବା ଗୁରୁତ୍ୱପୂର୍ଣ୍ଣ ହେବ। ଆପଣ ଧର୍ଯ୍ୟର ସହିତ କାମ କରନ୍ତି କିନ୍ତୁ ହୋଇପାରେ ଏହି ସପ୍ତାହରେ କିଛି ମାମଲାରେ ଆପଣ ଚଞ୍ଚଳତା ଦେଖାଇବେ। ସନ୍ତୁଳନ ରଖି ଆଗକୁ ବଢ଼ିବା ଲାଭଦାୟକ ହେବ। ଅନୁଭବି ଲୋକଙ୍କର ସପୋର୍ଟ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ସାହାଜ୍ୟ କରିବ ଓ ପାରିବାରିକ ଓ ସାମାଜିକ ମାମଲାରେ ମଧ୍ୟ ଭଲ ଅନୁଭୂତି ଦେବ।
ଉପାୟ: କଞ୍ଚା ଚାଉଳ ଓ କ୍ଷୀରର ଦାନ ଶିବ ମନ୍ଦିରରେ ପୂଜାରୀ କିମ୍ବା ବୃଦ୍ଧା ସ୍ତ୍ରୀଙ୍କୁ ଦେବା ଶୁଭ ହେବ।
ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ମୂଳାଙ୍କ 9
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)
ଏହି ସପ୍ତାହରେ ଆପଣଙ୍କୁ ମିଶ୍ରିତ ପରିଣାମ ମିଳିବ। ବେଳେ ବେଳେ ଫଳାଫଳ ହାରାହାରି ତୁଳନାରେ ଟିକିଏ ଦୁର୍ବଳ ହୋଇପାରେ। ଯଦିଓ ଆପଣଙ୍କ ଭିତରେ ଥିବା ଶକ୍ତି ଆପଣଙ୍କୁ କ୍ଳାନ୍ତ ହେବାକୁ ଦିଏ ନାହିଁ ଏବଂ ଆପଣଙ୍କ ପାଖରେ ଜିତିବାର ଶକ୍ତି ମଧ୍ୟ ଅଛି, ତଥାପି ଏହା ସମ୍ଭବ ଯେ ଆପଣ ଯେଉଁମାନଙ୍କୁ ଅଭିଜ୍ଞ ବୋଲି ଭାବୁଛନ୍ତି ସେମାନଙ୍କ ଅଭିଜ୍ଞତା ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀ ଏହି ସପ୍ତାହରେ ଆପଣଙ୍କ ପାଇଁ କୌଣସି କାମରେ ନ ଆସିପାରେ କିମ୍ବା ସେମାନଙ୍କର ସେହି କ୍ଷେତ୍ରରେ ଆପଣଙ୍କ ଆବଶ୍ୟକ ଅନୁଭୂତି ନ ଥାଇପାରେ। ଏପରି ପରିସ୍ଥିତିରେ, ଅନ୍ୟ କାହାର ପରାମର୍ଶରେ କୌଣସି ରିସ୍କ ନେବା ଠିକ୍ ହେବ ନାହିଁ।
ସ୍ତ୍ରୀଙ୍କ ସହିତ ସମ୍ବନ୍ଧିତ ମାମଲାରେ ଏହି ସପ୍ତାହରେ କୌଣସି ପ୍ରକାରର ରିସ୍କ ନିଅନ୍ତୁ ନାହିଁ। କୌଣସି ସ୍ତ୍ରୀ ସହିତ ବିବାଦ ମଧ୍ୟ କରନ୍ତୁ ନାହିଁ। ଏପରି କୌଣସି ପରିସ୍ଥିତି ଆସିଲେ ସେହି ବିବାଦକୁ ଟାଳିବାକୁ ଚେଷ୍ଟା କରନ୍ତୁ। ତଥାପି, ଯଦି ବିବାଦକୁ ଏଡ଼ାଯାଇପାରିବ ନାହିଁ, ତେବେ ଆଇନ ବିଷୟରେ ଭଲ ଭାବରେ ଜାଣିଥିବା ବ୍ୟକ୍ତିଙ୍କଠାରୁ ପରାମର୍ଶ ନେବା ଏବଂ ସେହି ଅନୁସାରେ କାର୍ଯ୍ୟ କରିବା ଉପଯୁକ୍ତ ହେବ।
ଉପାୟ: କଦଳୀ ଗଛରେ ପାଣି ଦେବା ଶୁଭ ହେବ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ଅଙ୍କ ରାଶିଫଳ ବିବାହ କିମ୍ବା ସମ୍ପର୍କ ବିଷୟରେ କହିପାରିବ କି?
ହଁ, ପୁଅ ଏବଂ ଝିଅଙ୍କ କମ୍ପାଟିବିଲିଟି ସେମାନଙ୍କ ମୂଳାଙ୍କ ଆଧାରରେ ଜାଣିହେବ।
2. ଅଙ୍କ ଜ୍ଯୋତିଷ ଦ୍ୱାରା ଭାଗ୍ୟ ପରିବର୍ତ୍ତନ କରାଯାଇପାରିବ କି?
ନା, କିନ୍ତୁ ଉପଯୁକ୍ତ ପଦକ୍ଷେପ ସାହାଯ୍ୟରେ ପରିବର୍ତ୍ତନ ନିଶ୍ଚିତ ଭାବରେ ଅଣାଯାଇପାରିବ।
3. ଅଙ୍କ ଜ୍ଯୋତିଷ କ’ଣ ବିଜ୍ଞାନ ଉପରେ ଆଧାରିତ?
ନା, ଏଥିରେ ସଂଖ୍ୟାର ଗଭୀର ଅର୍ଥ ଏବଂ ଏହାର ପ୍ରଭାବର ଅଧ୍ୟୟନ କରାଯାଏ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






