ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (1 ଜୁନ ରୁ 7 ଜୁନ)
ଜୁନ ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 1 ଜୁନ ରୁ 7 ଜୁନ ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।
କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?
ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |
ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା
ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 1 ଜୁନ ରୁ 7 ଜୁନ, 2025)
ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |
ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା
ମୂଳାଙ୍କ 1
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)
ଏହି ସପ୍ତାହର ବିଶେଷ କଥା ଏହା ଯେ ଆପଣଙ୍କୁ ମିଶ୍ରିତ ପରିଣାମ ମିଳିବ। କେବେ କେବେ ପରିଣାମ ହାରାହାରିରୁ ଦୁର୍ବଳ ମଧ୍ୟ ରହିବ। ହୋଇ ପାରେ ଏହି ସପ୍ତାହରେ କିଛି ଏପରି ଘଟଣା ଘଟିପାରେ ଯାହା ଆପଣଙ୍କୁ ପସନ୍ଦ ନ ଥିବ କିମ୍ବା କୌଣସି ଏପରି ବ୍ୟକ୍ତି ସହିତ କାମ କରିବାକୁ ପଡ଼ିପାରେ ଯାହା ସହିତ ଆପଣଙ୍କର ବିଚାର ମିଶୁ ନଥିବ।
ଏପରି ପରିସ୍ଥିତିରେ, ଲୋକମାନେ ଆପଣଙ୍କୁ ଏହି କାମ ପାଇଁ ଧନ୍ୟବାଦ ଦେବେ କି ନାହିଁ ସେ ବିଷୟରେ ଚିନ୍ତା ନକରି, ପରିବେଶ ଅନୁସାରେ ନିଜକୁ ସଂଗଠିତ କରିବାକୁ ଚେଷ୍ଟା କରିବା ଏବଂ ସମ୍ପୂର୍ଣ୍ଣ ସଚ୍ଚୋଟତାର ସହିତ ଆପଣଙ୍କ ଅଂଶର କାମ ସମାପ୍ତ କରିବା ବୁଦ୍ଧିମାନର କାର୍ଯ୍ୟ ହେବ। ଆପଣଙ୍କୁ କେବଳ ନିଷ୍ଠାର ସହିତ ନିଜର ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ। ଏହା କରିବା ଦ୍ୱାରା ଆପଣ ନକାରାତ୍ମକତାକୁ ବନ୍ଦ କରିପାରିବେ ଏବଂ ଭବିଷ୍ୟତରେ ଏଥିରୁ ଲାଭ ମଧ୍ୟ ପାଇପାରିବେ। ଏହି ସପ୍ତାହଟି ଆର୍ଥିକ କ୍ଷେତ୍ରରେ ସାଧାରଣତଃ ଭଲ ହୋଇପାରେ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀବ୍ୟବସାୟରେ ଉନ୍ନତିର ସମ୍ଭାବନା ଅଛି, ଯଦିଓ ଏହା ଧୀର ଗତିରେ ହେବ। ଅଭାବି ଏବଂ ଗରିବ ଲୋକଙ୍କର ଯଥାସମ୍ଭବ ସାହାଯ୍ୟ ଏବଂ ସମର୍ଥନ କରିବାର ଆବଶ୍ୟକତା ମଧ୍ୟ ରହିବ। ଏହି ପ୍ରକାର ପ୍ରୟାସ କରି ଆପଣ ନକରାତ୍ମକତାକୁ ଅଟକାଇ ପାରିବେ।
ଉପାୟ: କୌଣସି ଅଭାବି ଲୋକକୁ ଭୋଜନ କରାଇବା ଶୁଭ ହେବ।
ମୂଳାଙ୍କ 2
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)
ଏପରିସ ସ୍ଥିତିରେ ସାମାନ୍ଯ ଭାବରେ ଏହି ସପ୍ତାହ ଆପଣଙ୍କ ପାଇଁ ଟିକେ କଷ୍ଟକର ହୋଇପାରେ। ଏହି ସମସ୍ଯା ପଛରେ ଭାବନାତ୍ମକ ଅସନ୍ତୁଳନର ହାତ ମଧ୍ୟ ରହିପାରେ। ଭଲ ହେବ ଏହି ସପ୍ତାହରେ ନିଜକୁ ରାଗିବାରୁ ରୋକନ୍ତୁ। ନିଜ ଉପରେ ସଂଯମ ରଖନ୍ତୁ। ସାଙ୍ଗରେ ଆତ୍ମନିର୍ଭର ମଧ୍ୟ ରୁହନ୍ତୁ। ଅନ୍ୟ କାହା ଭରସାରେ ରହିବା ଓ ସେ ତାହା ପୂରଣ ନ କରିବା ଆପଣଙ୍କୁ ଦୁଃଖ ଦେବ ଓ ଭାବନାତ୍ମକ ଭାବରେ ଅସନ୍ତୁଳିତ କରିବ। ଏହି ସପ୍ତାହରେ ଆପଣଙ୍କ ଭିତରେ ଭଲ ଶକ୍ତି ରହିବ। ତାହାକୁ ସନ୍ତୁଳିତ କରିବାର ଆବଶ୍ୟକ ଅଛି। ଏପରି କରି ଆପଣ ନିଜର କାମକୁ କମ୍ପ୍ଲିଟ କରି ପାରିବେ ଓ ଭଲ ପରିଣାମ ମଧ୍ୟ ପାଇ ପାରିବେ।
ଅନ୍ୟ କାହା ବ୍ୟତୀତ ନିଜ ଉପରେ ଭରସା କରନ୍ତୁ ଓ ଆଗକୁ ବଢ଼ନ୍ତୁ, ଆପଣଙ୍କର କାମ ପୂରଣ ହେବ ଓ ଆପଣଙ୍କ ମନ କଷ୍ଟ ହେବ ନାହିଁ। ଭାଇ ବନ୍ଧୁ ଓ ମିତ୍ରଙ୍କ ସହିତ ପ୍ରେମ ରଖିବା ପାଇଁ ଚେଷ୍ଟା କରନ୍ତୁ। ଘର ବାଡ଼ି ଇତ୍ୟାଦି ସମ୍ବନ୍ଧିତ ମାମଲାରେ ମୁଣ୍ଡ ପୂରେଇବା ଠିକ ହେବ ନାହିଁ। ନିଆଁ କିମ୍ବା ବିଜୁଳି ସମ୍ବନ୍ଧିତ କାମ କରୁଥିବା ଲୋକ ଏହି ସପ୍ତାହରେ ସାବଧାନ ରହିବା ଉଚିତ।
ଉପାୟ: ହନୁମାନଙ୍କ ମନ୍ଦିରରେ ନାଲି ଫଳ ଚଢ଼ାଇବା ଶୁଭ ହେବ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମୂଳାଙ୍କ 3
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )
ଏପରି ସ୍ଥିତିରେ ଏହି ସପ୍ତାହ ଆପଣଙ୍କୁ ମିଶ୍ରିତ ପରିଣାମ ଦେବ। ପରିଣାମ ଏଭରେଜ ରୁ ଭଲ ହେବ। ଆପଣଙ୍କର ଅନୁଭବକୁ ଏହି ସପ୍ତାହରେ ଏକ ନୂଆ ଊର୍ଜା ମିଳିବ। ଆପଣ କୌଣସି ନୂଆ ଯୋଜନା ଉପରେ କାମ କରିବାର ବିଚାର କରି ପାରନ୍ତି। ପିତାଙ୍କ ସମ୍ବନ୍ଧିତ ମାମଲାରେ ଆପଣଙ୍କୁ ହାରାହାରି ପରିଣାମତ ମିଳିବ, କିନ୍ତୁ ଟିକେ ଅଧିକ ପରିଶ୍ରମ କରିଲେ ପରିଣାମ ଆହୁରି ଭଲ ହେବ। ଶାସନ ପ୍ରଶାସନ ସହିତ ଜଡ଼ିତ ମମଲେ କୌଣସି ମଧ୍ୟସ୍ଥର ସହଯୋଗ ଭଲ ପରିଣାମ ଦେଇପାରେ କିନ୍ତୁ ଏହି ମାମଲାରେ କୌଣସି ପ୍ରକାର ଅବହେଳା ନ କରିବା ଉଚିତ।
ଧର୍ମ କର୍ମ ପାଇଁ ଏହି ସପ୍ତାହ ସାମାନ୍ଯ ଭାବରେ ଭଲ ପରିଣାମ ଦେଇପାରେ। କୌଣସି ଧାର୍ମିକ ଯାତ୍ରାରେ ଯିବା ମଧ୍ୟ ଭଲ ହେବ। ଘର ପରିବାର କିମ୍ବା କୌଣସି ସମ୍ପର୍କୀୟଙ୍କ ଗହରେ ଧାର୍ମିକ ଆୟୋଜନ ମଧ୍ୟ ହୋଇପାରେ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ସପ୍ତାହରେ ସ୍ତ୍ରୀ ସହିତ ବିବାଦ ନ କରିବାକୁ ଚେଷ୍ଟା କରନ୍ତୁ। ଦେଖେଇ ହେବା ପାଇଁ ଧନ ଖର୍ଚ୍ଚ କରନ୍ତୁ ନାହିଁ।
ଉପାୟ: ମନ୍ଦିରରେ ଗୋଟା ଗହମ ଦାନ କରିବା ଶୁଭ ହେବ।
ମୂଳାଙ୍କ 4
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି)
ସାମାନ୍ଯ ଭାବରେ ଏହି ସପ୍ତାହ ହାରାହାରି ଲେଭେଲର ପରିଣାମ ଦେଉଥିବା ପ୍ରତୀତ ହେଉଛି। କିଛି ମାମଲାରେ କିଛି ସମସ୍ଯା ମଧ୍ୟ ଆସିପାରେ। ଶାସନ ପ୍ରଶାସନ ସହିତ ଜଡ଼ିତ ମାମଲାରେ କିଛି ସମସ୍ଯା ରହିପାରେ କିମ୍ବା କିଛି ବିଳମ୍ବ ହୋଇପାରେ। କୌଣସି ସ୍ତ୍ରୀ ଇତ୍ୟାଦି ସହିତ ସମ୍ବନ୍ଧିତ ମାମଲାରେ ମଧ୍ୟ ଏପରି ସ୍ଥିତି ଦେଖିବାକୁ ମିଳିପାରେ କିନ୍ତୁ ପରିଣାମ ଆପଣଙ୍କ ସପକ୍ଷ ରହିବାର ଆଶା ଅଛି। ଆପଣ ପ୍ରଥମରୁ ଚାଲିଥିବା କାମକୁ ଆଗକୁ ବଢ଼ାଇବେ।
ସମ୍ପର୍କ ବଜାୟ ରଖିବା ପାଇଁ ଏହି ସପ୍ତାହ ବହୁତ ଭଲ ରହିବ। ବିଶେଷକରି ମାଆଙ୍କ ସହିତ ସମ୍ପର୍କ ଭଲ ହେବ। ପ୍ରେମ ପ୍ରସଙ୍ଗ ଇତ୍ୟାଦି ପାଇଁ ଏହି ସପ୍ତାହ ଅନୁକୂଳ ରହିବ। ଯଦି ଆପଣଙ୍କର କାମ ପାର୍ଟନର୍ଶିପର ଓ ଆପଣ ଭୁଲ ବୁଝାମଣାରୁ ଦୂରେଇ ରହୁଛନ୍ତି ତେବେ ଏହି ସପ୍ତାହ ବହୁତ ଭଲ ପରିଣାମ ଦେବ। ଧର୍ଯ୍ୟ ରଖିଲେ ପରିଣାମ ଆହୁରି ଭଲ ହେବ।
ଉପାୟ: ସୋମବାର କିମ୍ବା ଶୁକ୍ରବାର ଦିନ ଶିବଲିଙ୍ଗରେ ଖୀର ଚଢ଼ାଇବା ଶୁଭ ହେବ।
ଏବେ ଘରେ ବାସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ମୂଳାଙ୍କ 5
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)
ସାମାନ୍ଯ ଭାବରେ ଏହି ସପ୍ତାହ ଆପଣଙ୍କୁ ଭଲ ପରିଣାମ ଦେଇପାରେ। ଆପଣ ସନ୍ତୁଳନ ରଖି ଚାଲିବା ବ୍ୟକ୍ତି ଓ ଏହି ସପ୍ତାହ ଆପଣଙ୍କୁ କିଛି ଅନୁଭବୀ ଲୋକଙ୍କର ସାଥ ମିଳିପାରେ। ଏହି କାରଣରୁ ଆପଣଙ୍କର ଯୋଜନାରେ ବହୁତ କମ ଭୁଲ ହେବ। ପରିଣାମସ୍ଵରୂପ ଆପଣ ବିଭିନ୍ନ ମାମଲାରେ ଭଲ ସୁଯୋଗ ହାସଲ କରିପାରିବେ। ସାମାଜିକ କାମରେ ଭାଗ ନେବା ପାଇଁ ଏହି ସପ୍ତାହକୁ ଭଲ କୁହାଯିବ।
କଥା ପରୋପକାରର ହେଉ କିମ୍ବା ଧର୍ମ କର୍ମ ସମ୍ବନ୍ଧିତ, ଆପଣ ସମସ୍ତ ମାମଲାରେ ହୃଦୟରୁ ଜଡ଼ିତ ହେବେ ଓ ତାହାର ସକାରାତ୍ମକ ପରିଣାମ ଆପଣଙ୍କୁ ଦେଖିବାକୁ ମିଳିବ। କ୍ରିଏଟିଭ କାମ ପାଇଁ ଏହି ସପ୍ତାହ ବହୁତ ଭଲ କୁହାଯିବ। ଶିକ୍ଷା ପରିଚାଳନା କିମ୍ବା ବ୍ୟାଙ୍କିଂ କ୍ଷେତ୍ର ସହିତ ଜଡ଼ିତ ଲୋକମାନେ ଭଲ ଫଳାଫଳ ପାଇପାରିବେ। ତାହା ବନ୍ଧୁତା ବଜାୟ ରଖିବାର ବିଷୟ ହେଉ କିମ୍ବା ନୂତନ ବନ୍ଧୁ ତିଆରି କରିବାର ବିଷୟ ହେଉ; ଏହି ପରିସ୍ଥିତିରେ ମଧ୍ୟ ଏହି ସପ୍ତାହ ଆପଣଙ୍କୁ ଭଲ ଫଳାଫଳ ଦେଇପାରେ।
ଉପାୟ: ନିଜର ଶିକ୍ଷକ କିମ୍ବା ଗୁରୁଙ୍କ ଦେଖା କରି ତାଙ୍କର ଆଶୀର୍ବାଦ ନେବା ଶୁଭ ରହିବ।
ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ମୂଳାଙ୍କ 6
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )
ମୂଳାଙ୍କ 6 ପାଇଁ ଏହି ସପ୍ତାହ ମିଶ୍ରିତ ପରିଣାମ ଦେଉଥିବା ପ୍ରତୀତ ହେଉଛି। ଅର୍ଥାତ କୌଣସି ବଡ଼ ନକରାତ୍ମକତାର ସମ୍ଭାବନା ନାହିଁ। ପରିଣାମ ସେହିପରି ମିଳିବ ଯେପରି ଆପଣ ଆଶା କରୁଛନ୍ତି। ଏହା ହୋଇପାରେ ଯେ ଟିକେ ଅଧିକ ଚେଷ୍ଟା କରିବାକୁ ପଡ଼ିପାରେ।
ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ସମୟରେ ନିଜକୁ ଅନୁଶାସିତ ରଖିବା ଆବଶ୍ୟକ ହେବ। ଭଲ ହେବ ତଥ୍ୟ ଉପରେ ବିଶ୍ବାସ ରଖିବା। କାହାର ପ୍ରଲୋଭନରେ ପଡ଼ନ୍ତୁ ନାହିଁ ଏବଂ ତଥ୍ୟହୀନ କଥାରେ ବିଶ୍ୱାସ କରନ୍ତୁ ନାହିଁ। ଏପରି କରିବା ଦ୍ଵାରା, ଆପଣ କ୍ଷତିକୁ ରୋକିପାରିବେ ଏବଂ କଠିନ ପରିଶ୍ରମ କରି ସନ୍ତୋଷଜନକ ଫଳାଫଳ ପାଇପାରିବେ। ତଥାପି, ଇଣ୍ଟରନେଟ୍ ଇତ୍ୟାଦି ସହିତ ଜଡ଼ିତ ବ୍ୟକ୍ତିମାନେ ଭଲ ଫଳାଫଳ ପାଇପାରିବେ।
ଆଧୁନିକ ସମୟରେ କ୍ରିୟେଟର କିମ୍ବା ଡିଜିଟାଲ କ୍ରିୟେଟର ରୂପରେ କାମ କରୁଥିବା ଲୋକ ଏହି ସମୟରେ ଭାଇରାଲ ହୋଇଜିନେ। ଉଦାହରଣ ସ୍ୱରୂପ, ଯଦି କେହି ଜଣେ ସରକାରୀ କର୍ମଚାରୀ ଏବଂ ନୈତିକତା ବାହାରେ କିଛି କରୁଛନ୍ତି, ତେବେ ଲୋକମାନେ ଏହାକୁ ଭାଇରାଲ କରିପାରନ୍ତି। ଯେପରି ଆପଣଙ୍କର କାମ ହେବ ସେହିପରି ପରିଣାମ ମିଳିବ। ଏହି ସମୟରେ ସାବଧାନ ରହିବା ଆବଶ୍ୟକ ହେବ।
ଉପାୟ: ବହୁ ଥିବା ଶୁଦ୍ଧ ଜଳରେ ଚାରୋଟି ନଡ଼ିଆ ବୁହାଇ ଦେବା ଶୁଭ ରହିବ।
ମୂଳାଙ୍କ 7
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି)
ଏହି ସପ୍ତାହ ଆପଣଙ୍କୁ ସାମାନ୍ଯ ଭାବରେ ଅନୁକୂଳ ପରିଣାମ ଦେଉଥିବା ପ୍ରତୀତ ହେଉଛି। କୌଣସି ପ୍ରକାରର ବଡ଼ ବ୍ଯବଧାନର ଯୋଗ ଦେଖାଯାଉ ନାହିଁ। କେବଳ କ୍ରୋଧର ସ୍ଥିତିରେ କିଛି ସମସ୍ଯା ଦେଖିବାକୁ ମିଳିପାରେ। ଯଦି ଚଞ୍ଚଳତା, କ୍ରୋଧ ଓ ଅବହେଳା ନ କରନ୍ତି ତେବେ ପରିଣାମ ଆପଣଙ୍କର ସପକ୍ଷରେ ରହିବ। ସାମାନ୍ଯ ଭାବରେ ଏହି ସପ୍ତାହରେ ସନ୍ତୁଳନ ରଖି ଚଳିବାକୁ ଚେଷ୍ଟା କରିବେ। ଯଦି କୌଣସି ପ୍ରକାର ପରିବର୍ତ୍ତନ ବିଷୟରେ ଭାବୁଛନ୍ତି ତେବେ ସେହି ମାମଲାରେ ସଫଳତା ମିଳିପାରେ। ଯାତ୍ରା ଇତ୍ୟାଦି ପାଇଁ ମଧ୍ୟ ଏହି ସପ୍ତାହ ସାମାନ୍ଯ ଭାବରେ ଭଲ ରହିବ।
ଆମେ କହିପାରିବା ଯେ ଏହି ସପ୍ତାହ ମଜା ଏବଂ ମନୋରଞ୍ଜନ ପାଇଁ ମଧ୍ୟ ଅନୁକୂଳ ଫଳାଫଳ ଦେବ। ଏହି ସପ୍ତାହ ନିଜକୁ ଆହୁରି ବିସ୍ତାର କରିବା, ସମ୍ପର୍କ ବୃଦ୍ଧି କରିବା, ବ୍ୟବସାୟ ବିସ୍ତାର କରିବା କିମ୍ବା ଜ୍ଞାନ ବୃଦ୍ଧି କରିବା ପାଇଁ ଅନୁକୂଳ ହେବ। ଆପଣଙ୍କର କାମ ମଧ୍ୟସ୍ଥିଙ୍କ ମାଧ୍ୟମରେ ମଧ୍ୟ ହୋଇପାରିବ, କିମ୍ବା ଆପଣ ଅନ୍ୟ କାହା ପାଇଁ ମଧ୍ୟସ୍ଥି ହୋଇ ତାଙ୍କ କାମକୁ ଆଗକୁ ନେଇପାରିବେ। ଯଦି ଆପଣ ଜଣେ ଛାତ୍ର, ତେବେ ଆପଣ ଏହି ସପ୍ତାହରେ କିଛି ନୂଆ ଶିଖିପାରନ୍ତି ଏବଂ ଏହା ସମ୍ଭବ ଯେ ଆପଣ ସେହି ଜ୍ଞାନକୁ ସଠିକ୍ ଭାବରେ ଶିଖିପାରିବେ। ଆପଣଙ୍କୁ ପଢ଼ାଉଥିବା ବ୍ୟକ୍ତି ମଧ୍ୟ ଆପଣଙ୍କୁ ନିଷ୍ଠାର ସହିତ ଶିଖାଇବାକୁ ଚେଷ୍ଟା କରିବେ। ଏପରି ପରିସ୍ଥିତିରେ ଆପଣଙ୍କୁ କେବଳ ଅନୁକୂଳ ଫଳାଫଳ ମିଳିବ ଏହା ସ୍ୱାଭାବିକ। ସାମଗ୍ରିକ ଭାବରେ, ଏହି ସପ୍ତାହ ଆପଣଙ୍କୁ ଭଲ ଫଳାଫଳ ଦେବା ବୋଲି ମନେ ହେଉଛି।
ଉପାୟ: ଗାଈକୁ ଚାରା ଖୁଆଇବା ଶୁଭ ହେବ।
ମୂଳାଙ୍କ 8
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)
ଏହି ସପ୍ତାହ ଆପଣଙ୍କୁ ମିଶ୍ରିତ କିମ୍ବା ହାରାହାରି ପରିଣାମ ଦେବ। ଶାସନ ପ୍ରଶାସନ ସହିତ ଜଡ଼ିତ ମାମଲାରେ କୌଣସି ପ୍ରକାର ଅବହେଳା କରନ୍ତୁ ନାହିଁ। ଏହା ବ୍ଯତୀତ ପିତା କିମ୍ବା ପିତା ତୁଲ୍ୟ ଲୋକଙ୍କର ମାର୍ଗଦର୍ଶନ ଅନୁଯାୟୀ କାମ କରନ୍ତୁ।
ପ୍ରତ୍ୟକ୍ଷ କିମ୍ବା ଅପ୍ରତ୍ୟକ୍ଷ ରଉପରେ ତାଙ୍କର ନିରାଦର ନ ହେଉ ସେହି କଥାର ଧ୍ୟାନ ରଖିବେ। ଘର ଗୃହସ୍ଥି ସମ୍ବନ୍ଧିତ ମାମଲାରେ ଏହି ସପ୍ତାହକୁ ଭଲ କୁହାଯିବ। ଘର କରଣା ଜିନିଷ କିଣିବା ପାଇଁ ଏହି ସପ୍ତାହ ଅନୁକୂଳ ପରିଣାମ ଦେବ। ପାରିବାରିକ ମାମଲାରେ ମଧ୍ୟ ଅନୁକୂଳ ପରିଣାମ ମିଳିପାରେ। ପାରିବାରିକ ମାମଲାରେ ମଧ୍ୟ ଅନୁକୂଳ ପରିଣାମ ମିଳିପାରେ। କୌଣସି ପରିଜନଙ୍କର ସହଯୋଗ ପାଇଁ ଆପଣ ଭଲ ପ୍ରୟାସ କରି ପାରନ୍ତି। ଫଳସ୍ଵରୂପ ପାରିବାରିକ ସମ୍ବନ୍ଧ ଘନିଷ୍ଠ ହେବ। ଦାମ୍ପତ୍ୟ ସମ୍ବନ୍ଧ ପାଇଁ ମଧ୍ୟ ଏହି ସପ୍ତାହ ଭଲ ହେବ।
ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ଭଲ ରହିବ। ପ୍ରେମ ପ୍ରସଙ୍ଗ ପାଇଁ ମଧ୍ୟ ଏହି ସପ୍ତାହ ଭଲ କୁହାଯିବ। ଆପଣ ନିଜ ଇଚ୍ଛା ଅନୁଯାୟୀ ଜିନିଷ କିଣି ପାରିବେ। କିନ୍ତୁ ଯେତିକି ଆବଶ୍ୟକ ସେତିକି ଖର୍ଚ୍ଚ କରନ୍ତୁ। କୌଣସି ସ୍ତ୍ରୀର ନିରାଦର ମଧ୍ୟ କରନ୍ତୁ ନାହିଁ।
ଉପାୟ: କୌଣସି ସୌଭାଗ୍ୟବତୀ ସ୍ତ୍ରୀକୁ ସୌଭାଗ୍ୟ ସାମଗ୍ରୀ ଉପହାର ଦେଇ ତାଙ୍କର ଆଶୀର୍ବାଦ ନିଅନ୍ତୁ। ଶୁଭ ହବେ।
ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ମୂଳାଙ୍କ 9
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)
ଏହି ସପ୍ତାହର ବିଶେଷ କଥା ଏହା ଯେ ଏହି ସପ୍ତାହରେ ଆପଣଙ୍କୁ ମିଶ୍ରିତ କିମ୍ବା ହାରାହାରି ପରିଣାମ ମିଳିପାରେ। ନିଜର ପୁରୁଣା ଅନୁଭବରୁ ଶିଖି ଆଗକୁ ବଢ଼ିବାର ଆବଶ୍ୟକତା ରହିବ। ଏହି ସପ୍ତାହ ଆପଣଙ୍କୁ ସତ୍ୟର ଅନୁସନ୍ଧାନ କରିବାରେ ସାହାଜ୍ୟ କରିବ। ଆପଣ କୌଣସି ଜିନିଷର ଭଲ କିମ୍ବା ମନ୍ଦ ବିଷୟରେ ଜାଣି ପାରିବେ।
ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଧର୍ମ ଓ ଅଧ୍ୟାତ୍ମ ମାମଲା ପାଇଁ ଏହି ସପ୍ତାହ ସାମାନ୍ଯ ଭାବରେ ଭଲ ରହିବ। ଆପଣ କୌଣସି ଧାର୍ମିକ ଯାତ୍ରାରେ ଯିବା ପାଇଁ ଯୋଜନା ପ୍ରସ୍ତୁତ କରି ପାରନ୍ତି ଯେଉଁଥିରେ ଆପଣଙ୍କୁ ସଫଳତା ମିଳିବ। ଘରେ କୌଣସି ଧାର୍ମିକ କାର୍ଯ୍ୟ ଆୟୋଜନ ହୋଇପାରେ ଯେଉଁଥିରେ ଆପଣ ଭାଗ ନେବେ।
କାହା ଉପରେ ଆବଶ୍ୟକ ଠାରୁ ଅଧିକ ବିଶ୍ବାସ କରିବା ଯୋଗୁଁ ଆପଣଙ୍କର କ୍ଷତି ହୋଇପାରେକିମ୍ବା ପ୍ରତାରଣା ମିଳିପାରେ। ସମୟ ଅନୁଯାୟୀ ଆଚରଣ କରି ଆପଣ ନିଜର ଫେବରରେ ପରିଣାମର ଗ୍ରାଫକୁ ବଢ଼ାଇ ପାରିବେ। ବିଳାସ ସହିତ ସମ୍ବନ୍ଧିତ ଜିନିଷ ଅର୍ଥାତ ଲକ୍ସରି ଜିନିଷ ଉପରେ ସେତିକି ଖର୍ଚ୍ଚ କରନ୍ତୁ ଯେତିକି ଆବଶ୍ୟକ। ଅଯଥା ଖର୍ଚ୍ଚ କରିବା ସ୍ଥିତିରେ ଅର୍ଥବ୍ୟବସ୍ଥା ଦୁର୍ବଳ ହୋଇପାରେ।
ଉପାୟ: ଭଗବାନ ଗଣେଶଙ୍କୁ ହଳଦିଆ ପୁଷ୍ପ ଅର୍ପଣ କରିବା ଶୁଭ ହେବ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ଅଙ୍କ ରାଶିଫଳ ବିବାହ କିମ୍ବା ସମ୍ପର୍କ ବିଷୟରେ କହିପାରିବ କି?
ହଁ, ପୁଅ ଏବଂ ଝିଅଙ୍କ କମ୍ପାଟିବିଲିଟି ସେମାନଙ୍କ ମୂଳାଙ୍କ ଆଧାରରେ ଜାଣିହେବ।
2. ଅଙ୍କ ଜ୍ଯୋତିଷ ଦ୍ୱାରା ଭାଗ୍ୟ ପରିବର୍ତ୍ତନ କରାଯାଇପାରିବ କି?
ନା, କିନ୍ତୁ ଉପଯୁକ୍ତ ପଦକ୍ଷେପ ସାହାଯ୍ୟରେ ପରିବର୍ତ୍ତନ ନିଶ୍ଚିତ ଭାବରେ ଅଣାଯାଇପାରିବ।
3. ଅଙ୍କ ଜ୍ଯୋତିଷ କ’ଣ ବିଜ୍ଞାନ ଉପରେ ଆଧାରିତ?
ନା, ଏଥିରେ ସଂଖ୍ୟାର ଗଭୀର ଅର୍ଥ ଏବଂ ଏହାର ପ୍ରଭାବର ଅଧ୍ୟୟନ କରାଯାଏ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






