ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (05 ଜାନୁଆରୀରୁ 11 ଜାନୁଆରୀ)
ଜାନୁଆରୀ ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 05 ଜାନୁଆରୀରୁ 11 ଜାନୁଆରୀ ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।
କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?
ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |
ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା
ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 05 ଜାନୁଆରୀରୁ 11 ଜାନୁଆରୀ, 2025)
ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |
ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା
ମୂଳାଙ୍କ 1
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)
ଏହି ମୂଳାଙ୍କରେ ଜନ୍ମ ହୋଇଥିବା ଲୋକ ପ୍ରତ୍ଯେକ ମୂହୁର୍ତ୍ତରେ ନିଜର କାମରେ ଲୀନ ରୁହନ୍ତି ଓ ନିଜର କାର୍ଯ୍ୟ ପ୍ରତି ଅଧିକ ସତର୍କ ରୁହନ୍ତି। ଏହି ଲୋକ ବହୁତ ବୁଦ୍ଧିମାନ ହୋଇଥାନ୍ତି ଓ ଭାବି ଚିନ୍ତି କୌଣସି କାମ କରନ୍ତି।
ପ୍ରେମ ଜୀବନ: ଏହି ସମୟ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ପ୍ରେମ ଆଣିବ। ଆପଣ ନିଜର ପାର୍ଟନର କୁ ଯାହା କଥା ଦେଇଥିବେ ତାହା ପୂରଣ କରିବା ପାଇଁ ସମର୍ପିତ ରହିବେ।
ଶିକ୍ଷା: ଏହି ସପ୍ତାହରେ ଛାତ୍ର ପଢ଼ା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଆପଣ ପ୍ରଗତି ହାସଲ କରିବେ ଓ ନିଜର ପ୍ରଦର୍ଶନର ମୂଲ୍ୟାଙ୍କନ କରିବାକୁ ସକ୍ଷମ ହେବେ।
ବୃତ୍ତିଗତ ଜୀବନ: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଚାକିରି କରୁଥିବା ଲୋକ କଠିନ ପରିଶ୍ରମ ଓ ନିଜର କାମ ପ୍ରତି ସମର୍ପିତ ରହି ସଫଳତା ହାସଲ କରିପାରିବେ। ବ୍ୟବସାୟୀଙ୍କୁ ଏହି ସପ୍ତାହରେ ଉଚ୍ଚ ଲାଭ ହେବାର ସୁଯୋଗ ମିଳିବ।
ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣ ଜୋଶ ଓ ଊର୍ଜା ରେ ଭରପୁର ରହିବେ ଓ ଆପଣଙ୍କର ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ। ଆପଣ ଶାରୀରିକ ଭାବରେ ଫିଟ ରହିବେ।
ଉପାୟ: ଆପଣ ରବିବାର ଦିନ ସୂର୍ଯ୍ୟ ଦେବଙ୍କ ପାଇଁ ଯଜ୍ଞ କରନ୍ତୁ।
ମୂଳାଙ୍କ 2
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)
ଏହି ମୂଳାଙ୍କର ଲୋକ ସବୁବେଲେ ଚିନ୍ତିତ ରୁହନ୍ତି ଓ ବହୁତ ଭାବନ୍ତି। ତାଙ୍କର ଏହି ପ୍ରବୃତି ତାଙ୍କ ହିତ ବିରୁଦ୍ଧରେ କାମ କରିବ। ଏହି ଲୋକ ଅଧିକ ଯାତ୍ରା କରି ପାରନ୍ତି ଓ ଏହି ଯାତ୍ରା ଏମାନଙ୍କ ପାଇଁ ସୁଖମୟ ପ୍ରମାଣିତ ହୋଇପାରେ।
ପ୍ରେମ ଜୀବନ: ବିଚାରରେ ମତଭେଦ ଯୋଗୁଁ ଆପଣ ଓ ଆପଣଙ୍କର ଜୀବନସାଥୀର ସମ୍ପର୍କରେ ତିକ୍ତତା ଆସିପରେ। ସମ୍ପର୍କରେ ସୁଖ-ଶାନ୍ତି ରଖିବା ପାଇଁ ନିଜର ପାର୍ଟନର ସହିତ ତାଳମେଳ ରଖିବା ଆବଶ୍ୟକ।
ଶିକ୍ଷା: ଉଚ୍ଚ ଶିକ୍ଷା କରୁଥିବା ଛାତ୍ରଙ୍କୁ ଅଧିକ ଧ୍ୟାନ ଲଗାଇ ପଢ଼ିବା ଓ ଉତ୍କୃଷ୍ଟତା ପାଇବା ପାଇଁ କଠିନ ପରିଶ୍ରମ କରିବା ଜରୁରୀ। ଯଦି ଆପଣ ଏପରି କରନ୍ତି ନାହିଁ, ତେବେ ଆପଣଙ୍କୁ ସଫଳତା ମିଳିବାର ସମ୍ଭାବନା ବହୁତ କମ।
ବୃତ୍ତିଗତ ଜୀବନ: ଏହି ସପ୍ତାହ ଚାକିରି କରୁଥିବା ଲୋକଙ୍କର ନିଜର କାମରେ କିଛି ଭୁଲ ହୋଇପାରେ ଓ ଏହାର ପ୍ରଭାବ ଆପଣଙ୍କର ପ୍ରଦର୍ଶନ ଉପରେ ପଡ଼ିପାରେ। ଏହି ସମୟରେ ବ୍ୟବସାୟୀଙ୍କର ପ୍ରଦର୍ଶନ ମଧ୍ୟ ଭଲ ରହିବ ନାହିଁ ଓ ସେ ଉଚ୍ଚ ଲାଭ କରିବାରେ ଅସମର୍ଥ ରହିବେ।
ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣଙ୍କୁ ଥଣ୍ଡା ଓ କାଶ ସମସ୍ଯା ହଇରାଣ କରିପାରେ। ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାରୁ ଏହା ହୋଇପାରେ।
ଉପାୟ: ଆପଣ ପ୍ରତିଦିନ 108 ଥର ଓଁ ସୋମାୟ ନମଃ ଜପ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମୂଳାଙ୍କ 3
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )
ଏହି ମୂଳାଙ୍କର ଲୋକ ଆଧ୍ୟାତ୍ମିକ ପ୍ରବୃତ୍ତିର ହୋଇଥାନ୍ତି ଓ ତାଙ୍କର ବିଚାର ଶ୍ରଦ୍ଧା ଓ ଭକ୍ତିରେ ପରିପୂର୍ଣ ହୋଇଥାଏ। ତାଙ୍କର ଈଶ୍ବର ଭକ୍ତିରେ ଅଧିକବିଶ୍ବାସ ଥାଏ। ଅନ୍ୟପଟେ ଏମାନେ ଅହଙ୍କାରୀ ମଧ୍ୟ ହୋଇଥାଆନ୍ତି।
ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ନିଜର ପାର୍ଟନର ସହିତ ବିଶେଷ ସୁଖର ମୂହୁର୍ତ୍ତ କଟାଇବେ। ଆପଣ ଦୁହିଙ୍କ ସମ୍ପର୍କରେ ଦୃଢ଼ତା ଆସିବ ଓ ଆପଣ ଉଚ୍ଚ ମୂଲ୍ୟ ସ୍ଥାପନ କରିପାରିବେ।
ଶିକ୍ଷା: ପଢ଼ା ମାମଲାରେ ଆପଣ ଉଚ୍ଚତା ହାସଲ କରିବେ ଓ ବିଶେଆକ୍ରୀ ପ୍ରଫେଶନାଲ ସ୍ଟଡିସ ଯେପରି ମାସ୍ଟର ଅଫ ବିଜନେସ କମ୍ଯୁନିକେଶନ, ଫାଇନାନ୍ସିୟାଲ ଏକାଉନ୍ଟିଂ ଇତ୍ୟାଦିରେ ଭଲ ପ୍ରଦର୍ଶ କରିବେ। ଆପଣ ପଢ଼ାରେ ପ୍ରଗତି ପ୍ରାପ୍ତ କରିବେ ଓ ଉତ୍କୃଷ୍ଟତା ହାସଲ କରିବାକୁ ପ୍ରୟାସ କରିବେ।
ବୃତ୍ତିଗତ ଜୀବନ: ଚାକିରି କରିଥିବା ଲୋକ ନିଜର କାର୍ଯ୍ୟକ୍ଷେତ୍ରରେ ଉତ୍କୃଷ୍ଟତା ପ୍ରଦର୍ଶନ କରିବେ ଓ ନିଜ ପାଇଁ ଅଫିସରେ ଭଲ ପରିବେଶ ସୃଷ୍ଟି କରିବେ। ଆପଣ କ୍ୟାରୀଅରରେ ସଫଳତା ପାଇବେ। ଆପଣଙ୍କୁ ଉଚ୍ଚ ଇନସେନଟିଭ୍, ବୋନସ କିମ୍ବା ଅନ୍ୟ ପୁରସ୍କାର ମିଳିବାର ସମ୍ଭାବନା ଅଛି। ବ୍ୟବସାୟୀ ନିଜର ବିରୋଧୀଙ୍କୁ କଠିନ ଟକ୍କର ଦେବେ ଓ ଅଧିକ ଲାଭ ପାଇବେ।
ସ୍ବାସ୍ଥ୍ୟ: ଆପଣ ଜୋଶ ଓ ଉତ୍ସାହରେ ଭରପୂର୍ଣ ରହିବେ ଓ ଏହାର ସକାରାତ୍ମକ ପ୍ରଭାବ ଆପଣଙ୍କର ସ୍ବାସ୍ଥ୍ୟ ଉପରେ ମଧ୍ୟ ଦେଖିବାକୁ ମିଳିବ। ଏହା ଦ୍ବାରା ଆପଣଙ୍କର ଫିଟନେସ ମଧ୍ୟ ବହୁତ ଭଲ ରହିବ। ଆପଣଙ୍କୁ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ଯା ହେବ ନାହିଁ।
ଉପାୟ: ଆପଣ ପ୍ରତିଦିନ 21 ଥର ଓଁ ଗୁରବେ ନମଃ ମନ୍ତ୍ର ଜପ କରନ୍ତୁ।
ମୂଳାଙ୍କ 4
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି))
ଏହି ମୂଳାଙ୍କର ଲୋକ ନିଜର laକ୍ଷୟକୁ ନେଇ ଅଧିକ ଉତ୍ସାହ ରଖନ୍ତି ଓ ସେଥିପାଇଁ ଜିତନ୍ତି। ଏହି ଲୋକ ଦୂର ଜାଗା ଯାତ୍ରା କରନ୍ତି ଓ ତାଙ୍କର ବିଦେଶ ଯାତ୍ରା କରିବାର ଅଧିକ ରୁଚି ରହିଥାଇପାରେ।
ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ନିଜର ପାର୍ଟନରକୁ ନେଇ ଅସୁରକ୍ଷିତ ଅନୁଭବ କରିପାରନ୍ତି। ସେ ଆପଣଙ୍କୁ ପାରିବାରିକ ମାମଲାକୁ ନେଇ ଝଗଡ଼ା କରି ପାରନ୍ତି । ଏପରି ସ୍ଥିତିରେ ପାର୍ଟନର ସହିତ ତାଳମେଳ ରଖି ଚାଲିବ ଜରୁରୀ ହେବ।
ଶିକ୍ଷା: ପଢ଼ାରେ ଆପଣଙ୍କର ଏକାଗ୍ରତା କମ ହୋଇପାରେ ଓ ଆପଣଙ୍କର ପଢ଼ା ଉପରେ ଧ୍ୟାନ ନ ରହିପାରେ। ଏହି କରଣରୁ ଆପଣ ଶିକ୍ଷା କ୍ଷେତ୍ରରେ କମ ପ୍ରଦର୍ଶନ କରି ପାରନ୍ତି। ଏହି କାରଣରୁ ଆପଣଙ୍କୁ ଅଧିକ ପ୍ରୟାସ କରିବା ଓ ବ୍ୟବସ୍ଥିତ ଭାବରେ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ହେବ।
ବୃତ୍ତିଗତ ଜୀବନ: ଫୋକସ ଅଭାବ ଯୋଗୁଁ ଆପଣଙ୍କ ଦ୍ବାରା କାମରେ କିଛି ଭୁଲ ହୋଇଯାଇ ପାରେ। ଏହି ସମୟରେ ଆପଣଙ୍କର କାମରେ ରୁଚି କମ ରହିପାରେ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳଅନୁଯାୟୀ ବ୍ୟବସାୟୀ ନିଜର ଆଶା ଅନୁସାରେ ଲାଭ ପାଇବାରେ ପଛେଇ ଯାଇ ପାରନ୍ତି।
ସ୍ବାସ୍ଥ୍ୟ: ରୋଗ ପ୍ରତିରୋଧକ ଶକ୍ତି କମ ହେବା ଯୋଗୁଁ ଆପଣଙ୍କୁ ସ୍କିନ ସମ୍ବନ୍ଧିତ ସମସ୍ଯା ହୋଇପାରେ। ସ୍କିନ ସହିତ ଜଡ଼ିତ ସମସ୍ଯା ରୁ ବଞ୍ଚିବା ପାଇଁ ଅପନଙ୍କଯ ତେଲିଆ ଖାଦ୍ଯ ରୁ ଦୂରେଇ ରହିବା ଉଚିତ।
ଉପାୟ: ଆପଣ ପ୍ରତିଦିନ 22 ଥର ଓଁ ରାହବେ ନମଃ ମନ୍ତ୍ର ଜପ କରନ୍ତୁ।
ଏବେ ଘରେ ବାସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ମୂଳାଙ୍କ 5
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)
ଏହି ମୂଳାଙ୍କର ଲୋକ ତାର୍କିକ ହୋଇଥାନ୍ତି ଓ ନିଜର ଜୀବନରେ ଏହା ସହିତ ଆଗକୁ ବଢ଼ନ୍ତି। ତାଙ୍କର ବିଚାରରେ ମଧ୍ୟ ତର୍କ ଦେଖିବାକୁ ମାଇଲ। ଏହି ଲୋକଙ୍କୁ ଶେୟାର ମାର୍କେଟରେ ରୁଚି ଥାଏ।
ପ୍ରେମ ଜୀବନ: ଆପଣ ଓ ଆପଣଙ୍କର ପାର୍ଟନରର ସମ୍ପର୍କ ଦୃଢ଼ ହେବ। ଆପଣ ପରସ୍ପର ସହିତ ଖୁସି ରହିବେ। ଏହି ସପ୍ତାହରେ ଆପଣ ଦୁହିଙ୍କ ମଧ୍ୟରେ ପ୍ରେମ ବଢ଼ିବ ଓ ଆପଣଙ୍କର ସମ୍ପର୍କ ସ୍ନେହପୂର୍ଣ ହେବ।
ଶିକ୍ଷା: ଆପଣଙ୍କୁ କଷ୍ଟିଂ, ଚାର୍ଟାର୍ଡ ଏକାଉନ୍ଟେନ୍ଟ ପରି ବିଷୟରେ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ପାଇଁ ଭଲ ସୁଯୋଗ ମିଳିପାରେ। ଆପଣ ଏଥିରେ ଉତ୍କୃଷ୍ଟତା ହାସଲ କରି ପାରିବେ। ଏହି ସପ୍ତାହରେ ସଫଳତା ଆପଣଙ୍କ ପାଖକୁ ଆସିବ।
ବୃତ୍ତିଗତ ଜୀବନ: ଚାକିରି କରିଥିବା ଲୋକଙ୍କୁ ବିଦେଶ ଯାଇ ଚାକିରି କରିବାର ସୁଯୋଗ ମିଳିପାରେ ଓ ଏହି ସୁଯୋଗ ଆପଣଙ୍କ ପାଇଁ ଲାଭଦାୟକ ହେବ। ବ୍ୟବସାୟୀଙ୍କୁ ଲାଭ ହେବା ଓ ଉଚ୍ଚ ସ୍ତରର ସଫଳତା ମିଳିବାର ଯୋଗ ସୃଷ୍ଟି ହେବ।
ସ୍ବାସ୍ଥ୍ୟ: ଆପଣଙ୍କୁ ଏହି ସପ୍ତାହରେ କୌଣସି ଅନ୍ୟ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିବ ନାହିଁ। ବାରମ୍ବାର ଥଣ୍ଡା-କାଶ ହୋଇପାରେ।ଏହା ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ହୋଇପାରେ।
ଉପାୟ: ଆପଣ ପ୍ରତିଦିନ ପ୍ରାଚୀନ ଗ୍ରନ୍ଥ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।
ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ମୂଳାଙ୍କ 6
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )
ଏହି ମୂଳାଙ୍କର ଲୋକ ମଜାଳିଆ ସ୍ଵଭାବର ହୋଇଥାନ୍ତି ଓ ଏମାନେ ନିଜ ଭିତରେ ଏହି ଗୁଣ ଏଠିପାଇଁ ରଖନ୍ତି ଯାହା ଫଳରେ ଏମାନେ ସକାରାତ୍ମକ ପଦକ୍ଷେପ ନେଇପାରିବେ। ଏହି ଲୋକ ନିଜର ଭବିଷ୍ୟକୁ ନେଇ ବହୁତ ଅଧିକ ଉତ୍ସାହିତ ହୋଇଥାଆନ୍ତି।
ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ନିଜର ଜୀବନସାଥୀ ସହିତ ଅଧିକ ଖୁସି ରହିବେ ଓ ଆପଣ ଦୁହେଁ ପରସ୍ପର ସହିତ କିଛି ଖୁସିର ସମୟ କଟାଇବେ। ଆପଣ ପରସ୍ପର ସହିତ ନିଜର ଭାବନା ଓ ଭଲ ବିଚାର ବାଣ୍ଟିବେ।
ଶିକ୍ଷା: ଏହି ସପ୍ତାହରେ ଛାତ୍ର ନିଜର ବିଶେଷ କୌଶଲକ ଦେଖାଇ ପାରିବେ ଓ ପ୍ରଫେଶନାଲ ସ୍ଟଡିସ ଯେପରି ସଫ୍ଟୱେୟାର୍ ଇଞ୍ଜିନିୟରିଂ ଓ ଵିସୁଅଲ୍ କମ୍ଯୁନିକେଶନ ଇତ୍ୟାଦିରେ ପ୍ରଗତି ହାସଲ କରିବେ।
ବୃତ୍ତିଗତ ଜୀବନ: ଚାକିରି କରିଥିବା ଲୋକଙ୍କୁ ନିଜର କଠିନ ପରିଶ୍ରମ ଯୋଗୁଁ ପ୍ରୋମୋସନ ମିଳିପାରେ। ଏହା ସହିତ ଆପଣଙ୍କୁ ନୂଆ ଚାକିରି ମିଳିବାର ମଧ୍ୟ ଯୋଗ ଅଛି। ବ୍ୟବସାୟୀଙ୍କୁ ନୂଆ ବିଜନେସ ଆରମ୍ଭ କରିବାର ସୁଯୋଗ ମିଳିପାରେ।
ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ରହିବ ଓ ଆପଣଙ୍କର ଫିଟନେସ ଭଲ ରହିବ। ଏହା ଆପଣଙ୍କୁ ଦୃଢ଼ କରିବାର କାମ କରିବ।
ଉପାୟ: ପ୍ରତିଦିନ 33 ଥର ଓଁ ଭାର୍ଗବାୟ ନମଃ ମନ୍ତ୍ର ଜପ କରନ୍ତୁ।
ମୂଳାଙ୍କ 7
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି)
ମୂଳାଙ୍କ 7 ର ଲୋକ ଅଧିକ ଆଧ୍ୟାତ୍ମିକ ପ୍ରବୃତିର ହୋଇଥାନ୍ତି। ଏହି ସପ୍ତାହରେ ଆପଣଙ୍କୁ ଧାର୍ମିକ ଯାତ୍ରାରେ ଯିବାର ସୁଯୋଗ ମିଳିବ।
ପ୍ରେମ ଜୀବନ: ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳଅନୁଯାୟୀ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ଭୁଲ ବୁଝାମଣା ହେବାର ଆଶଙ୍କା ଅଛି। ଏହି କାରଣରୁ ଆପଣଙ୍କର ସମ୍ପର୍କରେ ତିକ୍ତଟ ଆସିପାରେ।
ଶିକ୍ଷା: ଏହି ସପ୍ତାହ ଆପଣଙ୍କ ପାଇଁ ଅଧିକ ଆଶାବାଦୀ ରହିବ ନାହିଁ କାରଣ ଆପଣଙ୍କ ପଣଙ୍କ ଦ୍ବାରା ପଢ଼ାରେ ଭୁଲ ହୋଇପାରେ। ଆପଣଙ୍କ ପଢ଼ା ଆବଶ୍ୟକ ସ୍ତରରୁ କମ ହୋଇପାରେ।
ବୃତ୍ତିଗତ ଜୀବନ: ଚାକିରି କରୁଥିବା ଲୋକ ଏହି ସମୟରେ ନିଜର ବରିଷ୍ଠ ଅଧିକାରୀଙ୍କ ସହିତ କଷ୍ଟ ସାମ୍ନା କରି ପାରନ୍ତି। ଏହି କାରଣରୁ ଆପଣଙ୍କର ପ୍ରଦର୍ଶନ କମ ହୋଇପାରେ। ବ୍ୟବସାୟୀଙ୍କୁ ଅସଫଳତା ମିଳିବାର ସଙ୍କେତ ଅଛି।
ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଯୋଗୁଁ କୌଣସି ସ୍କିନ ସମ୍ବନ୍ଧିତ ଏଲାର୍ଜି ହୋଇପାରେ ଓ ଏହି କାରଣରୁ ସ୍ବାସ୍ଥ୍ୟ ଖରାପ ରହିପାରେ।
ଉପାୟ: ମଙ୍ଗଳବାର ଦିନ କେତୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ମୂଳାଙ୍କ 8
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)
ଏହି ମୂଳଅଂକେ ଲୋକ ନିଜର କାର୍ଯ୍ୟକୁ ନେଇ ପ୍ରତିବଦ୍ଧ ରୁହନ୍ତି ଓ ନିଜର ଜୀବନରେ ଆଗକୁ ବଢ଼ନ୍ତି।
ପ୍ରେମ ଜୀବନ: ଯଦି ଆପଣ ନିଜର ପାର୍ଟନର ଉପରେ ରାଗିଛନ୍ତି ତେବେ ଏହି ସପ୍ତାହରେ ଆପଣ ତାଙ୍କୁ ବୁଝାଇବାରେ ଅସଫଳ ରହିବେ। ଏହି କାରଣରୁ ଆପଣ ଦୁଃଖିତ ରହିବେ। ଆପଣ ଦୁହିଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇପାରେ।
ଶିକ୍ଷା: ଛାତ୍ରଙ୍କର ଏକାଗ୍ରତାରେ ହ୍ରାସ ହେବାର ସଙ୍କେତ ଅଛି ଓ ଏହି କାରଣରୁ ସେ ଉଚ୍ଚ ଅଙ୍କ ପ୍ରାପ୍ତ କରିବାରେ ବିଫଳ ହୋଇପାରନ୍ତି। ଏହି କାରଣରୁ ଆପଣ ଉଦାସ ଅନୁଭବ କରିପାରନ୍ତି।
ବୃତ୍ତିଗତ ଜୀବନ: ଚାକିରି କରିଥିବା ଲୋକ ଏହି ସମୟରେ କାମର ଚାପ ହେତୁ କାର୍ଯ୍ୟକ୍ଷମତା ହ୍ରାସ ହେବାର ଆଶଙ୍କା ଅଛି। ବ୍ୟବସାୟୀଙ୍କୁ କମ ଲାଭରେ ସନ୍ତୁଷ୍ଟ ହେବାକୁ ପଡ଼ିବ।
ସ୍ବାସ୍ଥ୍ୟ: ଆପଣଙ୍କୁ ଏହି ସମୟରେ ଗୋଡ଼, ଜଙ୍ଘ ଓ କାନ୍ଧରେ ଦରଜ ଇତ୍ୟାଦି ହୋଇପାରେ। ଏହା ଚାପ ଯୋଗୁଁ ହୋଇପାରେ।
ଉପାୟ: ଶନିବାର ଦିନ ଶନି ଦେବଙ୍କ ପାଇଁ ଯଜ୍ଞ କରନ୍ତୁ।
ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ମୂଳାଙ୍କ 9
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)
ଏହି ମୂଳାଙ୍କର ଲୋକ ସିଦ୍ଧାନ୍ତରେ ଚଳିବାକୁ ପସନ୍ଦ କରନ୍ତି। ଏହି ଲୋକ ସମ୍ପର୍କକୁ ବହୁତ ମହତ୍ଵ ଦିଅନ୍ତି।
ପ୍ରେମ ଜୀବନ: ଆପଣ ଓ ଆପଣଙ୍କର ପାର୍ଟନରର ସମ୍ବନ୍ଧ ଭଲ ରହିବ ଓ ଆପଣ ସମ୍ପର୍କରେ ଉଚ୍ଚ ମୂଲ୍ୟ ସ୍ଥାପିତ କରିବେ। ଆପଣ ସମ୍ପର୍କରେ ପ୍ରେମ ରଖିବେ।
ଶିକ୍ଷା: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଛାତ୍ର ଭଲ ଭାବରେ ପଢ଼ିବେ ଓ ପୂର୍ଣ ଉତ୍ସାହ ସହିତ ପ୍ରଗତି ହାସଲ କରିବେ। ଆପଣ ବୃତ୍ତିଗତ ହୋଇ ପଢ଼ିବେ।
ବୃତ୍ତିଗତ ଜୀବନ: ଚାକିରିରେ ଆପଣ ଭଲ ପ୍ରଦର୍ଶନ କରିବେ ଓ ଉତ୍କୃଷ୍ଟତା ହାସଲ କରିବେ। ବ୍ୟବସାୟରେ ଏହି ସମୟରେ ଅଧିକ ଲାଭ ହୋଇପାରେ।
ସ୍ବାସ୍ଥ୍ୟ: ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ରହିବ ଓ ଊର୍ଜାର ସ୍ତର ଅଧିକ ହେବା ଯୋଗୁଁ ଆପଣଙ୍କର ସ୍ବାସ୍ଥ୍ୟ ଉତ୍ତମ ରହିବ। ଆପଣଙ୍କୁ ଅଧିକ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିବ ନାହିଁ।
ଉପାୟ: ଆପଣ ମଙ୍ଗଳବାର ଦିନ ମଙ୍ଗଳ ଗ୍ରହଙ୍କ ପାଇଁ ପୂଜା କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ମୂଳାଙ୍କ 4 ଉପରେ କେଉଁ ଗ୍ରହର ଆଧିପତ୍ୟ ଅଛି?
ମୂଳାଙ୍କ 4 ର ସ୍ବାମୀ ରାହୁ ଗ୍ରହ ଅଟନ୍ତି।
2. ମୂଳାଙ୍କ 6 ର ସ୍ବାମୀ ଗ୍ରହ କିଏ?
6 ମୂଳାଙ୍କର ସ୍ବାମୀ ଗ୍ରହ ଶୁକ୍ର।
3. ମୂଳାଙ୍କ 2 ଲୋକ କିପରି ହୋଇଥାଆନ୍ତି?
ଏମାନେ କଳ୍ପନାଶୀଳ ଓ ଭାବୁକ ସ୍ଵଭାବର ହୋଇଥାନ୍ତି।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






