ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (22 ସେପ୍ଟେମ୍ବରରୁ 28 ସେପ୍ଟେମ୍ବର)
ସେପ୍ଟେମ୍ବର ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷଚାର୍ୟ ଶ୍ରୀ ହରିହରଣ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 22 ସେପ୍ଟେମ୍ବରରୁ 28 ସେପ୍ଟେମ୍ବର ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।
କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?
ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |
ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।
ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା
ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 22 ସେପ୍ଟେମ୍ବରରୁ 28 ସେପ୍ଟେମ୍ବର, 2024)
ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |
ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା
ମୂଳାଙ୍କ 1
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)
ମୂଳାଙ୍କ 1 ରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ପ୍ରଶାସନିକ କ୍ଷମତା ଥାଏ ଓ ଆପଣ ଏହି ଗୁଣ ଯୋଗୁଁ ଶୀର୍ଷରେ ପହଞ୍ଚିବେ । ଏହି ଲୋକ କାମରେ ବୁଡ଼ି ରୁହନ୍ତି ଓ ବ୍ୟସ୍ତ ରୁହନ୍ତି।
ପ୍ରେମ ଜୀବନ : ଏହି ମୂଳାଙ୍କର ଲୋକ ନିଜର ସମ୍ପର୍କରେ ପାର୍ଟନର ପ୍ରତି ସଚ୍ଚୋଟ ରହିବେ ଓ ଏହି କାରଣରୁ ସମ୍ପର୍କରେ ଖୁସି ରହିବ।
ଶିକ୍ଷା : ଶିକ୍ଷା କ୍ଷେତ୍ରରେ ମ୍ଯାନେଜମେନ୍ଟ ଓ ଷ୍ଟାଟିଷ୍ଟିକ୍ସ ପରି ବିଷୟ ଏହି ଅବଧି ପାଇଁ ଭଲ ପ୍ରମାଣିତ ହେବ। ଆପଣ ଏହି ବିଷୟରେ ଉତ୍କୃଷ୍ଟତା ହାସଲ କରିବେ। ଏହି ମୂଳାଙ୍କର ଛାତ୍ର ଏହି ବିଷୟକୁ ନେଇ ଆତ୍ମବିଶ୍ଵାସରେ ଭରି ରହିବେ ଯାହା ଆପଣ ପଢ଼ୁଛନ୍ତି ଓ ଏହି ପ୍ରକାର ଆପଣ ଭଲ ଅଙ୍କ ହାସଲ କରିବେ।
ବୃତ୍ତିଗତ ଜୀବନ : ବୃତ୍ତିଗତ ଜୀବନ ବିଷୟରେ କହିଲେ ମୂଳାଙ୍କ 1ର ବ୍ୟକ୍ତି ଏହି ସପ୍ତାହ କାମକୁ ବହୁତ ସହଜରେ କରୁଥିବା ଦେଖାଯିବେ। ଏହି ସମୟରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଆପଣ ମହତ୍ଵପୂର୍ଣ କାମ କରିବା ଓ ଭଲ ଲାଭ କରିବା ପାଇଁ ଦୃଢ଼ ନିଶ୍ଚୟୀ ହେବେ। ଯଦି ଆପଣଙ୍କର ନିଜର ବ୍ୟବସାୟ ଅଛି ତେବେ ଏହି ସମୟରେ ଆପଣଙ୍କୁ ଲାଭ ମିଳିବାର ସମ୍ଭାବନା ଅଛି।
ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଅବଧି ଅନୁକୂଳ ରହିବ ଓ ଏପରି ସ୍ଥିତିରେ ଆପଣଙ୍କୁ ବଡ଼ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିବ ନାହିଁ। କିନ୍ତୁ ଆପଣଙ୍କୁ ମୁଣ୍ଡ ବିନ୍ଧାର ସମସ୍ଯା ରହିପାରେ ଯେଉଁଥିପାଇଁ ଆପଣ ଚିନ୍ତିତ ଦେଖାଯିବେ।
ଉପାୟ : ପ୍ରତିଦିନ ଓଁ ଭାସ୍କରାୟ ନମଃ 19 ଥର ଜପ କରନ୍ତୁ।
ମୂଳାଙ୍କ 2
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)
ମୂଳାଙ୍କ 2ର ଲୋକ ନିଜର ପରିବାରର ସଦସ୍ୟଙ୍କ ସହିତ ଭାବନାତ୍ମକ ଭାବରେ ଯୁକ୍ତି କରି ନିଜ ପାଇଁ ସମସ୍ଯା ବଢ଼ାଇ ପରାନ୍ତି।
ପ୍ରେମ ଜୀବନ : ମୂଳାଙ୍କ 2ର ଲୋକଙ୍କୁ ଏହି ସପ୍ତାହରେ ନିଜର ପାର୍ଟନର ଉପରେ ଚାପ ପକାଇବା ଓ ତାଙ୍କ ସହିତ ଯୁକ୍ତି କରିବା ଠାରୁ ଦୂରେଇ ରହିବା ଉଚିତ। ଜୀବନସଥୀଙ୍କର ସମସ୍ଯା ବୁଝିବାକୁ ପ୍ରୟାସ କରିବା ଉଚିତ ହେବ।
ଶିକ୍ଷା : ଏହି ଅବଧିରେ ଛାତ୍ରଙ୍କୁ ମଂ ଅଲଗାଇ ପଢ଼ିବା ପାଇଁ ବହୁତ ଚେଷ୍ଟା କରିବା ପାଇଁ ପଡ଼ିବ କାରଣ ଏହି ସମୟରେ ମନ ବିଚଳିତ ହୋଇପାରେ ଓ ଧ୍ୟାନ ଭଙ୍ଗ ହୋଇପାରେ। ଲକ୍ଷରୁ ଧ୍ୟାନ ହଟି ପାରେ।
ବୃତ୍ତିଗତ ଜୀବନ : ଯେଉଁ ଲୋକଙ୍କର ନିଜରା ବ୍ୟବସାୟ ଅଛି, ତାଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ। ଏହି ଅବଧିରେ ଆପଣଙ୍କ ଦ୍ବାରା କରାଯାଇଥିବା ପ୍ରୟାସ ଓ ରଣନୀତି ପରିଣାମ ସାଙ୍ଗରେ ଲାଭ ଆଣିବ। ଆପଣଙ୍କର ମାଂ ସାମ୍ନାନ ବଢ଼ିବ ଓ ପ୍ରତିଷ୍ଠା ବଢ଼ିବ। ଏହି ମୂଳାଙ୍କର ଲୋକ ଯେଉଁମାନେ ଚାକିରି କରୁଛନ୍ତି ସେମାନେ ଏହି ଅବଧିରେ କାର୍ଯ୍ୟସ୍ଥଳରେ ପ୍ରଶଂସା ପାଇବାରେ ପଛରେ ରହିପାରନ୍ତି।
ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ବିଷୟରେ କହିଲେ ଏହି ସପ୍ତାହ ମୂଳାଙ୍କ 2ର ଲୋକଙ୍କୁ ଗରମ ଯୋଗୁଁ ସ୍ବାସ୍ଥ୍ୟ ସମସ୍ଯା ହୋଇପାରେ। ଏହାର ପରିଣାମ ସ୍ବରୂପ ଏହି ଲୋକଙ୍କୁ ବହୁତ ମାତ୍ରାରେ ପାଣି ପିଇବାକୁ ପରାମର୍ଶ ଦିଅଯାଇଛି।
ଉପାୟ : ସୋମବାର ଦିନ ଆରମ୍ଭ କରି ଆସନ୍ତା ଛଅ ମାସ ପର୍ଯ୍ୟନ୍ତ ଚନ୍ଦ୍ରଙ୍କର ପୂଜା କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମୂଳାଙ୍କ 3
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )
ମୂଳାଙ୍କ 3ର ଲୋକ ଖୋଲା ମାନଭାବର ହୋଇଥାନ୍ତି ଓ ସ୍ଵଭାବରେ ଧାର୍ମିକ ହୋଇଥାନ୍ତି। ଏହି ଲୋକଙ୍କୁ କଷ୍ଟକର ନୀତି ଆପଣାଇ ବାରଏ ଅଧିକ ସମୟ ଲାଗେ ନାହିଁ। ଏମାନେ ନିଜର ଜୀବନକାଳରେ କ୍ୟାରୀଅର ପାଇଁ ଅନେକ ଯାତ୍ରା କରିଥାନ୍ତି।
ପ୍ରେମ ଜୀବନ : ପ୍ରେମ ଜୀବନରେ ଏହି ଲୋକ ନୂଆ ସମ୍ପର୍କରେ ପ୍ରବେଶ କରିପାରନ୍ତି ଓ ଏପରି ପରିସ୍ଥିତିରେ ଆପଣଙ୍କୁ ଭାବି ଚିନ୍ତି ନିଷ୍ପତି ନେବାକୁ ପରାମର୍ଶ ଦିଅଯାଇଛି।
ଶିକ୍ଷା : ଶିକ୍ଷା ଦୃଷ୍ଟିରୁ ଏହି ସପ୍ତାହ ଆପଣଙ୍କ ପାଇଁ ଭଲ ରହିବ, ବିଶେଷ ଭାବରେ ତାଙ୍କ ପାଇଁ ଯେଉଁମାନେ ମାସ୍ଟର କିମ୍ବା ପିଏଚଡି କରିବା ପାଇଁ ଇଛା ରଖିଛନ୍ତି।
ବୃତ୍ତିଗତ ଜୀବନ : ବୃତ୍ତିଗତ ଜୀବନ ଦୃଷ୍ଟିରୁ ଚାକିରିରେ ପଦୋନ୍ନତି ମିଳିବ ଓ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଯୋଗ୍ୟତା ଓ ସ୍କିଲ ବୃଦ୍ଧି ହେବ। ଯଦି ଆପଣଙ୍କର ନିଜରା ବ୍ୟବସାୟ ଅଛି ତେବେ ଆପଣ ବିଜନେସରେ ମାନ ସମ୍ମାନ ଓ କ୍ଷତି ଅର୍ଜନ କରିପାରିବେ।
ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ଲୋକ ଧାର୍ମିକ ଓ ଶାରୀରିକ ଗତିବିଧି ଯେପରି ଯୋଗ, ଓ ଧ୍ୟାନ ଇତ୍ୟାଦି କରିବେ। ଏହା କରିବା ସ୍ବାସ୍ଥ୍ୟ ପାଇଁ ଫଳଦାୟୀ ହେବ।
ଉପାୟ : ଗୁରୁବାର ଦିନ ଛଅ ମାସ ପର୍ଯ୍ୟନ୍ତ ବୃହସ୍ପତି ଗ୍ରହଙ୍କ ପୂଜା କରନ୍ତୁ।
ମୂଳାଙ୍କ 4
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି)
ମୂଳାଙ୍କ 4 ର ଲୋକଙ୍କର ସ୍ଵଭାବ ବହୁତ ଭାବୁକ ରହିବ। ଆବଶ୍ୟକରୁ ଅଧିକ ପଇସା ଖର୍ଚ୍ଚ କରିପାରନ୍ତି।
ପ୍ରେମ ଜୀବନ : ପ୍ରେମ ଜୀବନ ଦୃଷ୍ଟିରୁ ଏହି ସପ୍ତାହ ଏତେ ଖାସ ନାହିଁ ଓ ଏହାର ପରିଣାମ ସ୍ବରୂପ ଆପଣ ପାର୍ଟନର ସହିତ ସମ୍ପର୍କରେ ଖୁସି ଓ ସୁରକ୍ଷିତ ଅନୁଭବ ନ କରିପାରନ୍ତି। ଦୁହିଙ୍କ ମଧ୍ୟରେ ପାରସ୍ପରିକ ତାଳମେଳ ହ୍ରାସ ପାଇବ ଓ ଆପଣ ପରସ୍ପରର ନିକଟତର ହୋଇପାରିବେ ନାହିଁ।
ଶିକ୍ଷା : ଶିକ୍ଷ୍ୟା ଦୃଷ୍ଟିରୁ ଏହି ସପ୍ତାହ ଆପଣଙ୍କ ପାଇଁ ଟିକେ କଠିନ ରହିପାରେ କାରଣ ଏହି ଅବଧିରେ ଆପଣ ଯାହା ପଢ଼ିବେ ତାହାକୁ ମନେ ରଖିପାରିବେ ନାହିଁ। ସେଥିପାଇଁ ବହି ସମୟରେ ଆପଣ ଶିକ୍ଷା ସହିତ ଜଡ଼ିତ ମହତ୍ୱପୂର୍ଣ ନିଷ୍ପତି ନିଅନ୍ତୁ ନାହିଁ।
ବୃତ୍ତିଗତ ଜୀବନ : ଚାକିରି ଦୃଷ୍ଟିରୁ ଏହି ସପ୍ତାହ ଇଚ୍ଛାନୁଯାୟୀ ସଫଳତା ଦେବ ନାହିଁ ଓ ଚାପ ଅନୁଭବ କରିପାରନ୍ତି। ଯଦି ଆପଣଙ୍କର ସମ୍ବନ୍ଧ ବ୍ୟବସାୟ ସହିତ ଅଛି ତେବେ ଆପଣଙ୍କର ନା ଲାଭ ହେବ ନା କ୍ଷତି।
ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହରେ ଆପଣଙ୍କୁ ଚର୍ମ ରୋଗ ହୋଇପାରେ ସେଥିପାଇଁ ଆପଣଙ୍କୁ ତେଲିଆ ଖାଦ୍ଯ ନ ଖାଇବାକୁ ପରାମର୍ଶ ଦିଅଯାଇଛି।
ଉପାୟ : ପ୍ରତିଦିନ ଓଁ ରାହବେ ନମଃ 22 ଥର ଜପ କରନ୍ତୁ।
ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଠାରୁ କରାନ୍ତୁ ଇଚ୍ଚାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ମୂଳାଙ୍କ 5
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)
ମୂଳାଙ୍କ 5ର ଲୋକ ବହୁତ ବୁଦ୍ଧିମାନ ଓ ଏମାନଙ୍କ ଭିତରେ ଅନେକ ସ୍କିଲ ରହିଛି। ଏମାନେ ନିଜର କ୍ଷମତା, ଯୋଗ୍ୟତା ଓ ସ୍କିଲ ବିସ୍ତାର କରିବାକୁ ସକ୍ଷମ ହୁଅନ୍ତି।
ପ୍ରେମ ଜୀବନ : ପ୍ରେମ ଦୃଷ୍ଟିରୁ ଭାବି ଚିନ୍ତି କାମ କରିଲେ ଭଲ ହେବ। ଏହି ଅବଧିରେ ପାର୍ଟନର ସହିତ ଭଲ ତାଳମେଳ ରଖିବାକୁ ସକ୍ଷମ ହେବେ।
ଶିକ୍ଷା : ଶିକ୍ଷା ଦୃଷ୍ଟିରୁ ଛାତ୍ରମାନଙ୍କର ପ୍ରଦର୍ଶନ ଶିକ୍ଷରେ ଭଲ ହେବ, ବିଶେଷ ରୂପରେ ଏକାଉନ୍ଟିଂ, ଲଜିସ୍ଟିକ୍ସ ବିଷୟରେ। ଆପଣ ଶିକ୍ଷା କ୍ଷେତ୍ରରେ ଭଲ ସିଦ୍ଧାନ୍ତ ସ୍ଥାପନା କରିପାରିବେ।
ବୃତ୍ତିଗତ ଜୀବନ : ବୃତ୍ତିଗତ ଜୀବନ ଦୃଷ୍ଟିରୁ ଏହି ସପ୍ତାହରେ କାମରେ ପ୍ରଦର୍ଶନ ଭଲ ରହିବ ଓ ଏହାର ପରିଣାମସ୍ବରୂପ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପଦ ଓ ମାନ ସମ୍ମାନ ବଢ଼ିବ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ସେମାନେ ଏହି ସମୟରେ ଅଧିକ ଲାଭ କରିବା ପାଇଁ ନିଜର ବୁଦ୍ଧି ଲଗାଇବେ।
ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହ ଆପଣଙ୍କ ପାଇଁ ଭଲ ରହିବ କାରଣ ଏହି ସମୟରେ ଆପଣଙ୍କର ରୋଗ ପ୍ରତିରୋଧକ କ୍ଷମତା ଦୃଢ଼ ହେବ।
ଉପାୟ : ପ୍ରତିଦିନ ଓଁ ନମୋ ଭଗବତେ ବାସୁଦେବାୟ 41 ଥର ଜପ କରନ୍ତୁ।
ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ମୂଳାଙ୍କ 6
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )
ମୂଳାଙ୍କ 6ର ଲୋକମନେ ବହୁତ ରଚନାତ୍ମକ ହୋଇଥାନ୍ତି ଓ ଏମାନେ ସବୁବେଳେ ନିଜର ଜୀବନରେ କିଛି ନୂଆ ଓ ଅଲଗା କରିବା ପାଇଁ ଚାହାନ୍ତି। ଏମାନେ ବୁଲିବା ପାଇଁ ପସନ୍ଦ କରନ୍ତି। साथ ही, इन्हें घूमने-फिरना पसंद होता है।
ପ୍ରେମ ଜୀବନ : ପ୍ରେମ ଦୃଷ୍ଟିରୁଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀପାର୍ଟନର ସହିତ ସମ୍ପର୍କ ଭଲ ରହିବ। ଆପଣ ପାର୍ଟନର ସାମ୍ନାରେ କିଛି ବିଶେଷ ଗୁଣ ପ୍ରଦର୍ଶନ କରିପାରନ୍ତି ଯାହା ଦୁହିଙ୍କ ସମ୍ପର୍କକୁ ଦୃଢ଼ କରିବ।
ଶିକ୍ଷା : ଶିକ୍ଷା ଦୃଷ୍ଟିରୁ ଯେଉଁ ଛାତ୍ର ଵିସୁଅଲ୍ କମ୍ଯୁନିକେଶନ, ସଫ୍ଟୱେୟାର୍ ଟେସ୍ଟିଂ ବିଷୟ ପଢ଼ୁଛନ୍ତି ସେମାନେ ସେଥିରେ ବିଶେଷଜ୍ଞତା ପାଇବେ। ଏହି ସମୟରେ ଆପଣ ଯାହା କାମ କରିବେ ସେଥିରେ ଉତ୍କୃଷ୍ଟତା ପ୍ରାପ୍ତ କରିବା ପାଇଁ ଚେଷ୍ଟା କରିବେ।
ବୃତ୍ତିଗତ ଜୀବନ : ବୃତ୍ତିଗତ ଜୀବନ ଦୃଷ୍ଟିରୁ ଏହି ସପ୍ତାହ ଚାକିରି କରିଥିବା ବ୍ୟକ୍ତିଙ୍କ ଜୀବନରେ ଭଲ ଫଳାଫଳ ଆଣିବ। ଆପଣ ଭଲଅ କାମ ପାଇଁ ମାନ ସମ୍ମାନ ପ୍ରାପ୍ତ କରିବେ ଓ ଜୀବନରେ ଉଚ୍ଚ ମୂଲ୍ୟ ସ୍ଥାପନ କରିବେ। ଏସେଉନ ଲୋକଙ୍କର ବ୍ୟବସାୟ ଅଛି ସେମାନେ ନିଜକୁ ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କରିବେ।
ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଭଲ ରହିବ ଓ ଆପଣ ଫିଟ ରହିବେ।
ଉପାୟ : ପ୍ରତିଦିନ ଓଁ ଭାର୍ଗବାୟ ନମଃ 33 ଥର ଜପ କରନ୍ତୁ।
ମୂଳାଙ୍କ 7
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି )
ମୂଳାଙ୍କ 7ରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ଆଗ୍ରହ ଗୁଢ଼ ବିଜ୍ଞାନ ପ୍ରତି ଥାଏ। ସେମାନେ ଏହି କ୍ଷେତ୍ରରେ ଭଲ କରନ୍ତି। ଏହି ଲୋକମନେ ସର୍ବଗୁଣ ସମ୍ପୂର୍ଣ ହୋଇଥାନ୍ତି ଓ ସମୟ ଆସିଲେ ନିଜ ଗୁଣର ବ୍ୟବହାର କରନ୍ତି।
ପ୍ରେମ ଜୀବନ : ପ୍ରେମ ଜୀବନ ଦୃଷ୍ଟିରୁ ସମ୍ପର୍କରେ ମୋହଭଙ୍ଗ ହୋଇପାରେ ଯାହା ଦ୍ବାରା ପାର୍ଟନର ଠାରୁ ଦୂରେଇ ଯିବେ। ସମ୍ଭାବନା ଅଛି ଯେ ଘର ପରିବାରରେ କିଛି ବର ସମସ୍ଯା ଚାଲିଥିବା ଯାହା ସମ୍ପର୍କକୁ ପ୍ରଭାବିତ କରିବ।
ଶିକ୍ଷା : ଶିକ୍ଷା ଦୃଷ୍ଟିରୁ ଛାତ୍ରଙ୍କର ମନ ପଢ଼ାରେ ଲାଗିବା ନାହିଁ ଯେଉଁଥି ପାଇଁ ଉତ୍ସାହ ହ୍ରାସ ହୋଇପାରେ। ଏହା ଶିକ୍ଷା କ୍ଷେତ୍ରରେ ଆପଣଙ୍କ ପାଇଁ ସମସ୍ଯାର କାରଣ ହୋଇପାରେ।
ବୃତ୍ତିଗତ ଜୀବନ : ବୃତ୍ତିଗତ ଜୀବନ ଦୃଷ୍ଟିରୁ କାର୍ଯ୍ୟକ୍ଷେତ୍ରରେ ଆଗ୍ରହ କମ ରହିବ ଓ କାମ ଠିକରେ ହେବ ନାହିଁ। ଏହି ପ୍ରକାର ଯଦି ଆପଣ ଏହି ଅବଧିରେ ଲାଭକରିବା ପାଇଁ ଚାହୁଁଛନ୍ତି ତେବେ ତାହା ସହଜ ହେବ ନାହିଁ । ଏଥି ପାଇଁ ଆପଣଙ୍କୁ ବହୁତ ପରିଶ୍ରମ କରିବା ପାଇଁ ପଡ଼ିବ।
ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି ଯୋଗୁଁ ଚିନ୍ତା ଓ ହଜମ ଜନିତ ସମସ୍ଯା ଆସିପାରେ। ଏହା ଆପଣଙ୍କ ପାଇଁ ଚିନ୍ତାର ବିଷୟ ହୋଇପାରେ।
ଉପାୟ : ମଙ୍ଗଳବାର ଦିନ କେତୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ମୂଳାଙ୍କ 8
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)
ମୂଳାଙ୍କ 8ର ବ୍ୟକ୍ତି କାମ ପ୍ରତି ସଚ୍ଚୋଟ ଥାନ୍ତି। ଏମାନଙ୍କର ସମ୍ପୂର୍ଣ ଧ୍ୟାନ କାମ ଉପରେ କେନ୍ଦ୍ରିତ ଥାଏ। ଏମାନଙ୍କ ପାଖରେ ଅନ୍ୟ କଥା ଉପରେ ଧ୍ୟାନ ଦେବା ପାଇଁ ସମୟ ନଥାଏ। ଏହା ବ୍ୟତୀତ ଏହି ଲୋକଙ୍କୁ ବହୁତ ଯାତ୍ରା କରିବାକୁ ପଡ଼ିଥାଏ।
ପ୍ରେମ ଜୀବନ : ସମ୍ଭାବନା ଅଛି ଯେ ଏହି ମୂଳାଙ୍କର ଲୋକ ସମ୍ପର୍କରେ ପାର୍ଟନର ସହିତ ଖୁସି ଦେଖାଯିବେ ନାହିଁ ଯେଉଁଥିପାଇଁ ପାରସ୍ପରିକ ବୁଝାମଣା ହ୍ରାସ ପାଇପାରେ। ଜୀବନସଥୀ ସହିତ ଆପଣଙ୍କର ବ୍ୟବହାର ସ୍ପଷ୍ଟ ହୋଇପାରେ।
ଶିକ୍ଷା : ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଶିକ୍ଷା ଦୃଷ୍ଟିରୁ ଏହି ସପ୍ତାହ ପଢ଼ା ଉପରେ ବହୁତ ଧ୍ୟାନ ଦେବାକୁ ପଡ଼ିବ, ବିଶେଷ ରୂପରେ ତାଙ୍କୁ ଯେଉଁମାନେ ଇଞ୍ଜିନିୟରିଂ, କେମିକ୍ଯାଲ ଇଞ୍ଜିନିୟରିଂ ଇତ୍ୟାଦି ବିଷୟ ପଢ଼ୁଛନ୍ତି।
ବୃତ୍ତିଗତ ଜୀବନ : କାର୍ଯ୍ୟକ୍ଷେତ୍ରରେ ବହୁତ ପରିଶ୍ରମ କରିବା ପରେ ପରିଚୟ ଓ ମାନ ସମ୍ମାନ ନ ମିଳିବାର ଆଶଙ୍କା ଅଛି। ଯେଉଁମାନେ ବ୍ୟବସାୟ କରୁଛନ୍ତି ତାଙ୍କୁ ବିରୋଧୀ ଟକ୍କର ଦେଇପାରନ୍ତି।
ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହରେ ରୋଗ ପ୍ରତିରୋଧକ ଶକ୍ତି କମ ରହିବ। ଏହାର ପରିଣାମ ସ୍ବରୂପ ଆପଣଙ୍କୁ ଗୋଡ଼ ଓ ଗଣ୍ଠିରେ ଦରଜ ହେବ ଯାହାର ଚିକିତ୍ସା କରାଇବା ପାଇଁ ଆପଣଙ୍କୁ ପରାମର୍ଶ ଦିଆଯାଇଛି।
ଉପାୟ : ଶନିବାର ଦିନ ଶନି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ
ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ମୂଳାଙ୍କ 9
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)
ମୂଳାଙ୍କ 9ର ଲୋକମନେ ସ୍ପଷ୍ଟ ବିଚାରର ହୋଇଥାନ୍ତି ଓ ସେମାନେ ଜୀବନରେ ସିଦ୍ଧାନ୍ତ ଉପରେ ଚାଲିବ ପାଇଁ ପସନ୍ଦ କରନ୍ତି। ଏହି ଲୋକଙ୍କର ଜୀବନରେ ପ୍ରେମର ଅଭାବ ରହିଥାଏ ଓ ଏହ ିସପ୍ତାହରେ ଏକ ନୂଆ ସମ୍ପର୍କରେ ଆସିବା ପାଇଁ ପ୍ରୟାସ କରିବେ।
ପ୍ରେମ ଜୀବନ : ପ୍ରେମ ଜୀବନ ଦୃଷ୍ଟିରୁ ମୂଳାଙ୍କ 9ର ଲୋକଙ୍କର ସେନ୍ସ ଅଫ ହିଉମାର ଭଲ ରହିବ ଓ ସାଙ୍ଗରେ ପାର୍ଟନରର ଦେଖାଶୁଣା କରିବା ପାଇଁ ସକ୍ଷମ ହେବେ। ଏପରି ସ୍ଥିତିରେ ଆପଣଙ୍କର ସମ୍ପର୍କ ସାଥୀ ସହିତ ଦୃଢ଼ ହେବ।
ଶିକ୍ଷା : ଶିକ୍ଷା ଦୃଷ୍ଟିରୁ ଛାତ୍ରମନେ ପଢ଼ାରେ ଆଗରେ ରହିବେ ଓ ଏହାର ପରିଣାମସ୍ବରୂପ ଆପଣ ବୃତ୍ତିଗତ ଭାବରେ ପଢ଼ୁଥିବା ଦେଖାଯିବେ। ଶିକ୍ଷା କ୍ଷେତ୍ରରେ ଭଲ ଅଙ୍କ ହାସଲ କରିପାରିବେ।
ବୃତ୍ତିଗତ ଜୀବନ : ଆପଣ ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀକାର୍ଯ୍ୟକ୍ଷେତ୍ରରେ ଭଲ ଉନ୍ନତି କରିବା ସହିତ ଭଲ ପରିଣାମ ପ୍ରାପ୍ତ କରିବେ ଯାହା ଆପଣଙ୍କର ଶ୍ରେଷ୍ଠତା ଦର୍ଶାଇବ। ଯେଉଁ ଲୋକଙ୍କର ଜୟେନ୍ଟ ବ୍ୟବସାୟ ଅଛି ତାଙ୍କ ପାଇଁ ନୂଆ ବ୍ୟବସାୟ କରିବାର ଯୋଗ ସୃଷ୍ଟି ହେଉଛି ଯାହା ଫଳରେ ଆପଣଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଲାବ ହମିଳିବ।
ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଲୋକଙ୍କର ସ୍ବାସ୍ଥ୍ୟ ଏହି ସପ୍ତାହରେ ଉତ୍ତମ ରହିବ ଯାହା ଆପଣଙ୍କର ଦୃଢ଼ ରୋଗ ପ୍ରତିରୋଧକ କ୍ଷମତାର ପରିଣାମ ହେବ, ଓ ଆପଣ ଶକ୍ତିଶାଳୀ ଅନୁଭବ କରିବେ।
ଉପାୟ : ମଙ୍ଗଳବାର ଦିନ ମଙ୍ଗଳ ଗ୍ରହ ପାଇଁ ଯଜ୍ଞ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !
ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ
1. ଅଙ୍କ ଜ୍ଯୋତିଷ କିପରି ଦେଖନ୍ତି?
ଅଙ୍କ ଜ୍ଯୋତିଷରେ ଭବିଷ୍ୟବାଣୀ କରିବା ପାଇଁ ଅନେକ ପ୍ରକାରର ସଂଖ୍ୟା, ଉପାୟ ଓ ଗଣନାର ବିଶ୍ଳେଷଣ କରାଯାଏ ଯେପରି ଜନ୍ମ ତିଥି, କର୍ମ ସଂଖ୍ୟା, ଜୀବନ ପଥ ସଂଖ୍ୟା ଇତ୍ୟାଦି।
2. ନିଜର ଅଙ୍କ ଜ୍ଯୋତିଷ ନମ୍ବର କିପରି ଜାଣିବେ?
ମୂଳାଙ୍କ ଓ ଭାଗ୍ୟାଙ୍କକୁ ବାହାର କରିବା ବହୁତ ସହଜ ଓ ଏହା ପାଇଁ ଆପଣଙ୍କୁ ସର୍ବପ୍ରଥମେ ନିଜର ଜନ୍ମ ତିଥି, ମାସ ଓ ବର୍ଷକୁ ଲେଖି ଯୋଡ଼ିବାକୁ ପଡ଼ିବ। ଯେଉଁ ଅଙ୍କ ଆସିବ ତାହା ଆପଣଙ୍କର ଭାଗ୍ୟାଙ୍କ।
3. ମୂଳାଙ୍କ 7ର ସ୍ବାମୀ କିଏ?
ଅଙ୍କ ଜ୍ଯୋତିଷ ଅନୁସାରେ ମୂଳାଙ୍କ 6 ର ସ୍ବାମୀ ହେଉଛନ୍ତି ଗ୍ରହ କେତୁ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






