ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (05 ମଈରୁ 11 ମଈ)

ମଈ ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷଚାର୍ୟ ଶ୍ରୀ ହରିହରଣ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 05 ମଈରୁ 11 ମଈ ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।

ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ପଢ଼ନ୍ତୁ ମୂଳାଙ୍କ ଅନୁଯାୟୀ ।

ଆପଣଙ୍କ ରାଶି ପାଇଁ କିପରି ରହିବା ଆସନ୍ତା ବର୍ଷ? ବିଦ୍ବାନ ଜ୍ଯୋତିଷଙ୍କ ଠାରୁ ପାଆନ୍ତୁ ଏହାର ଉତ୍ତର

କିପରି ଜାଣିବେ ନିଜର ମୁଖ୍ୟ ସଂଖ୍ୟା (ମୂଳାଙ୍କ)?

ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 13 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 2 ଅର୍ଥାତ୍ 3 ହେବ | ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ।

ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା ହୋଇ କିମ୍ବା ଚ୍ଯାଟ୍ କରି ଜାଣନ୍ତୁ ଭବିଷ୍ୟତ ସହିତ ଜଡ଼ିତ ସୂଚନା ବିଷୟରେ

ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ

ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |

ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।

ତେବେ ଚାଲନ୍ତୁ ଜାଣିବା ମୂଳାଙ୍କ ଅନୁସାରେ05 ମଈରୁ 11 ମଈଯାଏଁ ସମୟ ଆପଣଙ୍କ ପାଇଁ କିପରି ରହିବ।

ନିଜର ଜନ୍ମତିଥିରୁ ଜାଣନ୍ତୁ ସାପ୍ତାହିକ ରାଶିଫଳ (05 ମଈରୁ 11 ମଈ, 2024)

ମୂଳାଙ୍କ 1

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)

ଯଦି ଆମେ ମୂଳାଙ୍କ ନମ୍ବର 1 ଥିବା ଲୋକମାନଙ୍କ ବିଷୟରେ କଥାବାର୍ତ୍ତା କରିବା, ତେବେ ଜୀବନରେ ସେମାନଙ୍କର ସଫଳତାର ଚାବି ହେଉଛି ସେମାନଙ୍କର ପ୍ରେରଣାଦାୟକ ଆତ୍ମବିଶ୍ୱାସ, ଯାହା ଆଧାରରେ ସେମାନେ ଜୀବନରେ ଆଗକୁ ବଢ଼ିବାକୁ ସକ୍ଷମ ହୁଅନ୍ତି | ମୂଳାଙ୍କ 1ର ଲୋକଙ୍କ ପାଇଁ ନୂତନ ପ୍ରୋଜେକ୍ଟ ଏବଂ ଉତ୍କୃଷ୍ଟ କ୍ୟାରିୟର ସୁଯୋଗ ଅଛି | ଏହି ଅବଧି ମଧ୍ୟରେ, ଆପଣ ନିଷ୍ପତ୍ତି ନେବା ସହଜ ହେବ ଯାହା ଦ୍ବାରା ଆପଣ ସହଜରେ ଆପଣଙ୍କର ଲକ୍ଷ୍ୟ ହାସଲ କରିବାକୁ ସମର୍ଥ ହେବେ |

ପ୍ରେମ ଜୀବନ: ଏହି ସପ୍ତାହରେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀ ଆପଣ ନିଜର ଜୀବନସାଥି ସହିତ ସୁଖ ଓ ଅନୁକୂଳ ସମୟର ଆନନ୍ଦ ନେବେ ଯାହା ଫଳରେ ଆପଣ ତାଙ୍କ ଆଗରେ ନିଜର ମନ କଥା କହିବାକୁ ସକ୍ଷମ ହେବେ। ଆପଣଙ୍କ ମନରେ ପ୍ରେମ ଓ ରୋମାନ୍ଟିକ ଭାବନା ଅଧିକ ରହିବ। ଜୀବନସାଥୀ ସହିତ ପାରସ୍ପରିକ ବୁଝାମଣା ବଢ଼ିବ।

ଶିକ୍ଷା: ଶିକ୍ଷ୍ୟ ବିଷୟରେ କହିବାକୁ ଗଲେ ମୂଳାଙ୍କ 1ର ଲୋକମନେ ଏହି ସପ୍ତାହରେ ପାଠ ସମ୍ବନ୍ଧିତ ସମସ୍ତ ଲାଭ ପାଇବେ। ଆପଣ ନିଜ ପାଇଁ ଉଚ୍ଚ ମୂଲ୍ୟ ସ୍ଥିର କରି ପାରିବେ ଓ ତାକୁ ପାଇବାକୁ ସକ୍ଷମ ମଧ୍ୟ ହେବେ। ପରିଚାଳନା, ବ୍ୟବସାୟ ବିଷୟ ସହିତ ଜଡ଼ିତ ଏହି ମୂଳାଙ୍କର ଲୋକମାନେ ଅଧିକ ସଫଳତା ପାଇବାର ସମ୍ଭାବନା ଅଛି। ଆପଣ ଉଚ୍ଚ ଅଙ୍କ ପାଇବେ ଓ ନିଜର ସାଥି ଛାତ୍ର ପ୍ରତିଯୋଗିତା କରିବାକୁ ଦୃଢ଼ ସ୍ଥିତିରେ ରହିବେ।

ବୃତ୍ତିଗତ ଜୀବନ: ମୂଳଙ୍କ 1 ର ଲୋକମାନେ ଏହି ସପ୍ତାହ ନିଜର କାର୍ଯସ୍ଥଳରେ ଖୁଶିର ସ୍ଥିତି ଅନୁଭବ କରିବେ। ଆପଣଙ୍କର ସହକର୍ମୀମାନେ ପ୍ରତିଯୋଗିତାରେ ଆପଣଙ୍କଠାରୁ ପଛରେ ରହିବାକୁ ଯାଉଛନ୍ତି, ଅର୍ଥାତ୍ ଆପଣ ସେମାନଙ୍କଠାରୁ ଆଗକୁ ବଢ଼ିବାକୁ ସମର୍ଥ ହେବେ। ଯଦି ଆପଣ ବ୍ଯବସାୟିକ କ୍ଷେତ୍ର ସହିତ ଜଡ଼ିତ ତେବେ ଲାଭ ପାଇବା ପାଇଁ ଓ ନିଜର ପ୍ରତିଯୋଗିମାନଙ୍କଠାରୁ ଆଗରେ ରହିବା ପାଇଁ ଏହା ଭଲ ସମୟ। ନୂଆ ବ୍ୟବସାୟ ଆପଣଙ୍କ ପାଇଁ ଅନୁକୂଳ ହେବ।

ସ୍ବାସ୍ଥ୍ୟ: ଏହି ସପ୍ତାହରେ, ମୂଳାଙ୍କ ନମ୍ବର 1 ଲୋକଙ୍କର ଶକ୍ତି ସ୍ତର ବହୁତ ଅଧିକ ହେବାକୁ ଯାଉଛି ଯେଉଁଥିପାଇଁ ସେମାନେ ଭଲ ସ୍ୱାସ୍ଥ୍ୟ ଉପଭୋଗ କରିବେ | ଏହି ଶକ୍ତି ହେତୁ ଆପଣଙ୍କ ସ୍ୱାସ୍ଥ୍ୟ ଅନୁକୂଳ ହେବାକୁ ଯାଉଛି | ଏହା ବ୍ୟତୀତ, ଆପଣ ମଧ୍ୟ ଆପଣଙ୍କ ଭିତରେ ବହୁତ ଉତ୍ସାହ ଦେଖିବେ ଯେଉଁଥିପାଇଁ ଆପଣ ସମ୍ପୂର୍ଣ୍ଣ ଫିଟ୍ ଅନୁଭବ କରିବେ।

ଉପାୟ: ପ୍ରତିଦିନ 108 ଥର 'ଓଁ ଆଦିତ୍ୟାୟ ନମଃ' ମନ୍ତ୍ର ଜପ କରାନ୍ତୁ।

ମୂଳାଙ୍କ 2

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)

ମୂଳଙ୍କ ନମ୍ବର 2 ର ଲୋକମାନେ ଏହି ସପ୍ତାହରେ ଅଧିକ କୌଶଳ ପ୍ରଦର୍ଶନ କରିବାକୁ ସମର୍ଥ ହେବେ, ଯାହା ସେମାନଙ୍କର ଦକ୍ଷତା ବୃଦ୍ଧି କରିବ | ଆପଣ ଯେକୌଣସି କାର୍ଯ୍ୟରେ ନିଜର ବୃତ୍ତିଗତତା ଦେଖାଇବାକୁ ଉତ୍ସାହିତ ଦେଖାଯିବେ | ଏହି ସପ୍ତାହରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିବାବେଳେ, ନମ୍ବର 2 ର ଲୋକମାନଙ୍କର ଏକ ବ୍ୟାପକ ମାନସିକତା ରହିବ |

ପ୍ରେମ ଜୀବନ: ମୂଳାଙ୍କ 2 ଥିବା ଲୋକଙ୍କର ପ୍ରେମ ଜୀବନ ବିଷୟରେ କଥାବାର୍ତ୍ତା କରିଲେ, ଏହି ସପ୍ତାହରେ ପ୍ରେମ ଆପଣଙ୍କ ହୃଦୟ ଏବଂ ମନ ଉପରେ ପ୍ରାଧାନ୍ୟ ଦେବାକୁ ଯାଉଛି, ଯେଉଁଥିପାଇଁ ଆପଣ ନିଜର ଜୀବନସାଥୀ ସହିତ ସମ୍ପର୍କ ବଜାୟ ରଖିବାରେ ସଫଳ ହେବେ। ଆପଣ ନିଜର ପାର୍ଟନର ସହିତ କଥାବାର୍ତ୍ତା କରିବାକୁ ସକ୍ଷମ ହେବେ। ଏହି ସପ୍ତାହ ଏପରି ଲାଗିବ ଯେପରି ଆପଣ ଓ ଆପଣଙ୍କ ପାର୍ଟନର ପରସ୍ପର ପାଇଁ ତିଆରି ହୋଇଛନ୍ତି। ଏହି ସପ୍ତାହ ଆପଣ ନିଜର ଜୀବନସାଥି ସହିତ ହଠାତ ବୁଲିବାକୁ ଯାଇପାରନ୍ତି।

ଶିକ୍ଷା: ଏହି ସପ୍ତାହ ମଧ୍ୟରେ, 2 ନମ୍ବର ବିଶିଷ୍ଟ ବ୍ୟକ୍ତି ଅଧ୍ୟୟନ ସମ୍ବନ୍ଧରେ ଭଲ ମାନ ସ୍ଥିର କରିବାରେ ସଫଳ ହେବେ | ଲଜିଷ୍ଟିକ୍ସ, ବ୍ୟବସାୟ, ପରିସଂଖ୍ୟାନ ଏବଂ ଅର୍ଥନୀତି ସହିତ ଜଡ଼ିତ ବିଷୟଗୁଡ଼ିକରେ ଆପଣ ଅନୁକୂଳ ଫଳାଫଳ ପାଇବାର ସମ୍ଭାବନା ଅଛି। ଅଧ୍ୟୟନରେ ମଧ୍ୟ ଆପଣ ଭଲ ସ୍କୋର କରିବେ | ଏହି ସପ୍ତାହରେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀ ଆପଣ ଶିକ୍ଷା କ୍ଷେତ୍ରରେ କେଉଁଠାରେ ଛିଡ଼ା ହୋଇଛନ୍ତି ସେ ବିଷୟରେ ଅନିଶ୍ଚିତ ଅନୁଭବ କରିବାକୁ ଯାଉଛନ୍ତି | ଏହି ସପ୍ତାହରେ, ପ୍ରତିଯୋଗିତାମୂଳକ ପରୀକ୍ଷା ଦେବା ଆପଣଙ୍କ ପାଇଁ ଅଧିକ ଅନୁକୂଳ ହେବ

ବୃତ୍ତିଗତ ଜୀବନ: ଏହି ସପ୍ତାହରେ ଆପଣ ଭଲ ଚାକିରି ସୁଯୋଗ ପାଇବାର ଏକ ଉଚ୍ଚ ସମ୍ଭାବନା ଅଛି | ଆପଣଙ୍କର କାର୍ଯ୍ୟ ପ୍ରତି ପ୍ରତିବଦ୍ଧତା ହେତୁ, ଆପଣ ନିଜର ଦକ୍ଷତା ପ୍ରମାଣ କରିବାକୁ ଏବଂ ଚାକିରିରେ ସ୍ୱୀକୃତି ପାଇବାକୁ ସ୍ଥିତିରେ ରହିବେ। ଏହା ସହିତ, ଆପଣଙ୍କର କଠିନ ପରିଶ୍ରମ ହେତୁ, ଆପଣଙ୍କର ପଦୋନ୍ନତିର ମଧ୍ୟ ଉଚ୍ଚ ସମ୍ଭାବନା ଅଛି | ଯଦି ଆପଣ ବ୍ୟବସାୟ କ୍ଷେତ୍ର ସହିତ ଜଡ଼ିତ ଅଛନ୍ତି, ତେବେ ଆପଣ ଭଲ ପରିମାଣର ଲାଭ ଏବଂ ନୂତନ ବ୍ୟବସାୟ କରିବାକୁ ସ୍ଥିତିରେ ରହିବେ।

ସ୍ବାସ୍ଥ୍ୟ: ଏହି ସପ୍ତାହ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀ ଆପଣ ଅଧିକ ଖୁସି ରହିବେ ଓ ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ। ଆପଣ ଉତ୍ସାହୀ ଓ ପ୍ରେରିତ ଅନୁଭବ କରିବେ। ଯାହା ଫଳରେ ଆପଣ ଫିଟ ରହିପରିବେ।

ଉପାୟ: ସୋମବାର ଦିନ ଚନ୍ଦ୍ର ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା

ମୂଳାଙ୍କ 3

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )

ଏହି ସପ୍ତାହରେ, ମୂଳାଙ୍କ ନମ୍ବର 3 ର ବ୍ୟକ୍ତିମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଅଧିକ ସାହସ ପାଇବେ | ମଈ ମାସର ଏହି ସପ୍ତାହରେ, ଆପଣଙ୍କୁ ଆଧ୍ୟାତ୍ମିକ ଉଦ୍ଦେଶ୍ୟ ପାଇଁ ଅଧିକ ଭ୍ରମଣ କରିବାକୁ ପଡ଼ିପାରେ ଏବଂ ଆପଣ ଏହି ଭ୍ରମଣରୁ ମଧ୍ୟ ଲାଭ ପାଇବେ | ଯଦି ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି, ତେବେ ଏହି 7 ଦିନ ଏହା ପାଇଁ ଅତ୍ୟନ୍ତ ଅନୁକୂଳ ହେବାକୁ ଯାଉଛି |

ପ୍ରେମ ଜୀବନ: ଏହି ସପ୍ତାହରେ, ମୂଳାଙ୍କ ନମ୍ବର 3 ର ଲୋକଙ୍କ ମନ ଅତ୍ୟନ୍ତ ରୋମାଣ୍ଟିକ ହେବାକୁ ଯାଉଛି, ଯାହା ଆପଣଙ୍କ ସମ୍ପର୍କକୁ ଦୃଢ଼ କରିବ | ବିବାହିତ ଲୋକମାନଙ୍କ ପାଇଁ, ଏହି ସମୟ ମଧ୍ୟରେ ଶୁଭ ଅବସର ଆସିବା ହେତୁ, ଅତିଥିମାନେ ଆପଣଙ୍କ ଘରକୁ ଆସିପାରନ୍ତି ଯାହା ଆପଣଙ୍କ ଘରେ ବ୍ୟସ୍ତତା ବଢ଼ାଇବ ଏବଂ ଆପଣ ନିଜ ଜୀବନ ସାଥୀଙ୍କ ସହିତ ଅଧିକ ସମୟ ବିତାଇବାକୁ ସମର୍ଥ ହେବେ ନାହିଁ |

ଶିକ୍ଷା: ଏହି ସପ୍ତାହ ମୂଳାଙ୍କ ସଂଖ୍ୟା 3 ର ଲୋକଙ୍କ ପାଇଁ ପାଠ ପଢ଼ା ସମ୍ବନ୍ଧରେ ଅନୁକୂଳ ହେବାକୁ ଯାଉଛି। ମ୍ଯାନେଜମେନ୍ଟ ଓ ବିଜନେସ ଷ୍ଟାଟିଷ୍ଟିକ୍ସ ଅଧ୍ୟୟନ କରୁଥିବା ଲୋକମାନେ ସକାରାତ୍ମକ ଫଳ ପାଇବେ। ଆପଣ ନିଜର କଠିନ ପରିଶ୍ରମ ଆଧାରରେ ଆଗକୁ ବଢ଼ିବା ପାଇଁ ସକ୍ଷମ ହେବେ ଓ ଭିତରୁ ଅଦ୍ଭୂତ ଶକ୍ତି ଅନୁଭବ କରିବେ।

ବୃତ୍ତିଗତ ଜୀବନ: ଏହି ସପ୍ତାହରେ, ମୂଳାଙ୍କ ନମ୍ବର 3 ଥିବା ଲୋକଙ୍କୁ ଚାକିରି ଦୃଷ୍ଟିରୁ ଭଲ ଦେଖାଯାଉଛି | ନୂତନ ପ୍ରୋଜେକ୍ଟ ପାଇବା ଏବଂ ସେଗୁଡ଼ିକରେ ନିଜ ପାଇଁ ଏକ ନାମ ସୃଷ୍ଟି କରିବା ଆପଣଙ୍କ ପାଇଁ ସହଜ ହେବାକୁ ଯାଉଛି | ଏହି ସପ୍ତାହରେ ନୂତନ ଚାକିରିର ସୁଯୋଗ ମଧ୍ୟ ଆପଣଙ୍କୁ ମିଳିପାରେ ଏବଂ ଏପରି ସୁଯୋଗ ଆପଣଙ୍କୁ ସନ୍ତୁଷ୍ଟ କରିବ। ଏହା ବ୍ୟତୀତ, ଯଦି ଆପଣ ବ୍ୟବସାୟ କ୍ଷେତ୍ର ସହିତ ଜଡ଼ିତ ଅଛନ୍ତି, ତେବେ ଆପଣ ଏହି ସପ୍ତାହରେ ଏକ ଆକର୍ଷଣୀୟ ଡିଲ୍ ମଧ୍ୟ ପାଇପାରିବେ ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ହେବ।

ସ୍ବାସ୍ଥ୍ୟ: ଏହି ସପ୍ତାହରେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀ ଆପଣଙ୍କ ଭିତରେ ଉତ୍ସାହ ଦେଖାଯିବ ଓ ଏହା ଆପଣଙ୍କ ଆନ୍ତରିକ ସାହସ ଯୋଗୁଁ ସମ୍ଭବ ହେବ। ଏହି ସାହସ ଓ ଉତ୍ସାହ ଯୋଗୁଁ ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ। ଅଧିକ ଆଶାବାଦୀ ହେବା ଆପଣଙ୍କୁ ଭଲ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରିବ ।

ଉପାୟ: ପ୍ରତିଦିନ 21 ଥର 'ଓଁ ଗୁରବେ ନମଃ' ମନ୍ତ୍ର ଜପ କରନ୍ତୁ।

ମୂଳାଙ୍କ 4

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି )

ମୂଳାଙ୍କ ନମ୍ବର 4 ଅଧୀନରେ ଜନ୍ମ ହୋଇଥିବା ଲୋକଙ୍କୁ ଏହି ସପ୍ତାହରେ ଅଧିକ ଯୋଜନା କରିବାକୁ ପଡ଼ିବ କାରଣ ଆପଣଙ୍କୁ ବଢ଼ୁଥିବା ଚାପର ସମ୍ମୁଖୀନ ହେବାକୁ ପଡ଼ିପାରେ | ଏପରି ପରିସ୍ଥିତିରେ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ଆପଣଙ୍କ ଜୀବନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ, ଯେଉଁଥିପାଇଁ ବ୍ୟକ୍ତିଗତ ଜୀବନ ଏବଂ କାର୍ଯ୍ୟରେ ଅଧିକ ଧ୍ୟାନ ଦେବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯିବ ଯାହା ଦ୍ବାରା ଆପଣ କୌଣସି ଭୁଲ କରିବେ ନାହିଁ ।

ପ୍ରେମ ଜୀବନ: ଏହି ସପ୍ତାହରେ, ମୂଳାଙ୍କ ନମ୍ବର 4 ର ଲୋକମାନେ ସେମାନଙ୍କ ସହଭାଗୀମାନଙ୍କ ସହ ସହଜରେ ଅନୁକୂଳ ସମ୍ପର୍କ ବଜାୟ ରଖିବାକୁ ସମର୍ଥ ହେବେ ନାହିଁ କାରଣ ସମ୍ପର୍କରେ କିଛି ଉତ୍ଥାନ-ପତନ ହୋଇପାରେ। ଭଲ ସମନ୍ୱୟ ଏବଂ ସୁଖ ବଜାୟ ରଖିବା ପାଇଁ, ଆପଣଙ୍କ ଜୀବନ ସାଥୀ ସହିତ ବହୁତ ବୁଝାମଣା ଆବଶ୍ୟକ ହେବ | ଧର୍ଯ୍ୟ ସହିତ କିଛି ପାରିବାରିକ ସମସ୍ୟାର ସମାଧାନ କରିବାକୁ ମଧ୍ୟ ଆପଣଙ୍କୁ ପରାମର୍ଶ ଦିଆଯାଇଛି

ଶିକ୍ଷା: ଏହି ସପ୍ତାହ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀ ମୂଳାଙ୍କ ନମ୍ବର 4 ର ଲୋକଙ୍କ ଅଧ୍ୟୟନ ପାଇଁ ଅନୁକୂଳ ସଙ୍କେତ ଦେଉନାହିଁ କାରଣ ଆପଣଙ୍କୁ ଅଧୀୟାନରେ ଅଧିକ ପ୍ରୟାସ କରିବାକୁ ପଡ଼ିପାରେ | ଯଦି ଆପଣ ଭିଜୁଆଲ୍ କମ୍ଯୁନିକେଶନ କିମ୍ବା ୱେବ୍ ଡିଜାଇନ୍ ପରି ଅଧ୍ୟୟନରେ ଆଗ୍ରହୀ, ତେବେ ଆପଣଙ୍କୁ ଏହି କ୍ଷେତ୍ରରେ ଅଧିକ ପ୍ରୟାସ ଏବଂ ଏକାଗ୍ରତା ଆବଶ୍ୟକ | ଆପଣଙ୍କୁ ନିଜର ଅଧ୍ୟୟନ ପାଠ୍ୟକ୍ରମକୁ ଯୋଜନାବଦ୍ଧ ହୋଇ କରିବାକୁ ପଡ଼ିବ। ପାଠ ପଢ଼ିବା ସମୟରେ ଏକାଗ୍ରତାର ହ୍ରାସ ଆପଣଙ୍କ ଜୀବନରେ ହୋଇପାରେ।

ବୃତ୍ତିଗତ ଜୀବନ: ଏହି ସପ୍ତାହରେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀ କାମର ଚାପ ଚାକିରିରେ ରହିବ। ଯାହା ଆପଣଙ୍କ ଚିନ୍ତାର କାରଣ ହେବ। ଆପଣଙ୍କ ଦ୍ବାରା କରାଯାଇଥିବା ପରିଶ୍ରମ ଯଥେଷ୍ଟ ଫଳ ଦେବ ନାହିଁ। ବେଳେବେଳେ ଆପଣ ଅନୁଭବ କରିପାରନ୍ତି ଯେ ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇଛି, ଯେଉଁ କାରଣରୁ ଆପଣଙ୍କୁ ସେହି ଅନୁଯାୟୀ ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି। ଯଦି ମୂଳାଙ୍କ 4 ର ଲୋକମାନେ ବ୍ୟବସାୟ କ୍ଷେତ୍ର ସହିତ ଜଡ଼ିତ ତେବେ ଏହି ଅବଧି ମଧ୍ୟରେ ପ୍ରତିଯୋଗୀମାନଙ୍କଠାରୁ କଠୋର ପ୍ରତିଯୋଗିତାର ସାମ୍ନା କରିବାକୁ ପଡ଼ିବ ଏବଂ ଏହି ସପ୍ତାହ ମଧ୍ୟ ପ୍ରତିକୂଳ ସଙ୍କେତ ଦେଉଛି।

ସ୍ବାସ୍ଥ୍ୟ: ଏହ ସପ୍ତାହ ନିଜର ସ୍ବାସ୍ଥ୍ୟକୁ ଭଲ ରଖିବା ପାଇ ମୂଲାଙ୍କ 4ର ଲୋକଙ୍କୁ ଠିକ ସମୟରେ ଭୋଜନ ଖାଇବାକୁ ପରାମର୍ଶ ଦିଆଯାଇଛି। ଅନ୍ୟଥା ହଜମ ସମ୍ବନ୍ଧୀୟ ଅସୁବିଧା ହୋଇପାରେ। ଆପଣଙ୍କୁ ମସଲାଯୁକ୍ତ ଖାଦ୍ଯ ଖାଇବାକୁ ବାରଣ କରାଯାଇଛି।

ଉପାୟ: ପ୍ରତିଦିନ 22 ଥର 'ଓଁ ରାହବେ ନମଃ' ମନ୍ତ୍ର ଜପ କରନ୍ତୁ।

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ମୂଳାଙ୍କ 5

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)

ମୂଳାଙ୍କ ନମ୍ବର 5 ଥିବା ଲୋକମାନେ ଏହି ସପ୍ତାହରେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀ ସଫଳ ହେବାକୁ ଯାଉଛନ୍ତି ଏବଂ ସେମାନଙ୍କ ଦ୍ୱାରା ସ୍ଥିର ହୋଇଥିବା ନୂତନ ଲକ୍ଷ୍ୟ ହାସଲ କରିବାକୁ ଯାଉଛନ୍ତି | ଏହି ସମୟ ମଧ୍ୟରେ, ଅଧିକ କଳାତ୍ମକ କୌଶଳ ଆପଣଙ୍କଠାରେ ଦେଖାଯିବ | ଏହା ସହିତ, ଆପଣ ଏହି ସପ୍ତାହରେ ଯେକୌଣସି କାର୍ଯ୍ୟରେ କରିବେ ସେଥିରେ ଅଧିକ ଫଳ ପାଇବେ | ଆଗାମୀ 7 ଦିନରେ, 5 ନମ୍ବରର ଲୋକମାନେ ମଧ୍ୟ ସେମାନଙ୍କର ସାମର୍ଥ୍ୟ ଅନୁସନ୍ଧାନ କରିବାକୁ ଭାଗ୍ୟର କିଛି ସଙ୍କେତ ପାଇପାରନ୍ତି

ପ୍ରେମ ଜୀବନ: ଆପଣ ନିଜର ଜୀବନ ସାଥି ସହିତ ଭଲ ବୁଝାମଣା ରଖିପାରିବେ। ଆପଣ ଏହି ସମୟରେ ପ୍ରେମରେ ଭରପୁର ଥିବା ଥିବା ନଜର ଆସିବେ। ସାଙ୍ଗରେ, ଆପଣଙ୍କୁ ନିଜର ଜୀବନସାଥି ସହିତ ରୋମାନ୍ସ କରିବା ପାଇଁ ସମୟ ମିଳିବ। ଆପଣ ଓ ଆପଣଙ୍କ ଜୀବନସାଥି ଏହି ସପ୍ତାହରେ ପରିବାର ସହିତ ଜଡ଼ିତ କଥା ବିଷୟରେ ଆଲୋଚନା କରିପାରିବେ।

ଶିକ୍ଷା: ମୂଳଙ୍କ 5 ଲୋକମାନେ ଏହି ସପ୍ତାହରେ ନିଜର କୌଶଳ ପ୍ରମାଣ କରିବା ଓ ପ୍ରଗତି ହାସଲ କରିବା ସ୍ଥିତିରେ ରହିବେ। ଆପଣ ଏହି ସପ୍ତାହରେ ଉଚ୍ଚ ଅଙ୍କ ମଧ୍ୟ ପାଇପାରିବେ। ଆପଣ ନିଜର ଦକ୍ଷତା ପ୍ରମାଣ କରିବେ। ଆପଣ ବିଜନେସ ମ୍ଯାନେଜମେନ୍ଟ , ଲଜିସ୍ଟିକ୍ସ, ମାର୍କେଟିଙ୍ଗ ଇତ୍ୟାଦି କ୍ଷେତ୍ରରେ ସଫଳତା ପାଇବା ସ୍ଥିତିରେ ରହିବେ।

ବୃତ୍ତିଗତ ଜୀବନ: ଏହି ସପ୍ତାହରେ ଆପଣ କାମରେ ଭଲ ପ୍ରଦର୍ଶନ କରିବେ। ନିଜର ଦକ୍ଷତା ପ୍ରମାଣ କରିବାକୁ ଆପଣ ସକ୍ଷମ ହେବେ। ଆପଣଙ୍କୁ ଆଗକୁ ନୂଆ ସୁଯୋଗ ମିଳିପାରେ ଯାହା ଆପଣଙ୍କୁ ସନ୍ତୁଷ୍ଟ କରିବ। ଯଦି ଅପାଣ ବିଦେଶ ଯିବାକୁ ପ୍ରସ୍ତୁତ ହେଉଛନ୍ତି ତେବେ ଏହି ସପ୍ତାହରେ ଲାଭ ମିଳିବ। ଯଦି ଆପଣ ବ୍ୟବସାୟ କ୍ଷେତ୍ର ସହିତ ଜଡ଼ିତ ତେବେ ଆପଣଙ୍କ ଭିତରେ ଭଲ ପରିବର୍ତ୍ତନ ଦେଖିବାକୁ ମିଳିବ ଓ ବ୍ୟବସାୟରେ ଭଲ ପରିବର୍ତ୍ତନ ହେବ।

ସ୍ବାସ୍ଥ୍ୟ: ଏହି ସପ୍ତାହ ଆପଣଙ୍କ ଭିତରେ ଉତ୍ସାହ ଅଧିକ ରହିବ ଯେଉଁଥିପାଇଁ ଆପଣଙ୍କ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ। ଏହି ସପ୍ତାହରେ ଆପଣଙ୍କ ଜୀବନରେ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ଯା ଆସିବ ନାହିଁ।

ଉପାୟ: ପ୍ରତିଦିନ 41 ଥର 'ଓଁ ନାରାୟଣ ନମଃ' ମନ୍ତ୍ର ଜପ କରନ୍ତୁ।

ମୂଳାଙ୍କ 6

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )

ଏହି ସପ୍ତାହରେ, ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀ ମୂଳାଙ୍କ ନମ୍ବର 6 ର ଲୋକମାନଙ୍କର ଯାତ୍ରା ଏବଂ ରୋଜଗାର କ୍ଷେତ୍ରରେ ଶୁଭ ଫଳାଫଳ ପାଇବାର ସମ୍ଭାବନା ଅଧିକ। ଆପଣ ଅଧିକ ସଞ୍ଚୟ କରିପାରିବେ। ଏହି ସପ୍ତାହରେ ଆପଣଙ୍କ ଭିତରେ ଅଦ୍ଵିତୀୟ କୌଶଳ ବିକଶିତ ହେବ ଯାହା ଆପଣଙ୍କୁ ସଫଳତା ଦେବ। ଯଦି ଏହି ମୂଳାଙ୍କର ଲୋକ ସଙ୍ଗୀତ ଅଭ୍ଯାସ କରନ୍ତି ତେବେ ଆଗକୁ ବଢ଼ିବା ପାଇଁ ଏହି ସାତ ଦିନ ଆଦର୍ଶ ରହିବ।

ପ୍ରେମ ଜୀବନ: ଏହି ସପ୍ତାହ ଆପଣ ନିଜର ପାର୍ଟନର ସହିତ ଅଧିକ ସନ୍ତୁଷ୍ଟ ରହିବେ। ଆପଣ ସମ୍ପର୍କରେ ଅଧିକ ଆକର୍ଷଣ ଅନୁଭବ କରିବେ। ଏହା ଆପଣ ଓ ଆପଣଙ୍କ ସାଥିକୁ ପରସ୍ପରକୁ ବୁଝିବାକୁ ଶାଃଜୟ କରିବ। ଏହି ସପ୍ତାହରେ ଆପଣ ନିଜର ଜୀବନସାଥି ସହିତ କିଛି ଆକସ୍ମିକ ଟ୍ରିପ ରେ ଯାଇପାରନ୍ତି ଯାହା ଆପଣଙ୍କ ସମ୍ପର୍କରେ ସୁଖ ଆଣିବ।

ଶିକ୍ଷା: ଏହି ସପ୍ତାହରେ ଆପଣ ସଂଚାର, ଇଞ୍ଜିନିୟରିଂ, ସଫ୍ଟୱେୟାର୍ ଓ ଏକାଉନ୍ଟିଂ ପରି କ୍ଷେତ୍ରରେ ବିଶେଷଜ୍ଞ ପ୍ରାପ୍ତ କରିପାରିବେ। ଏହି ସପ୍ତାହ ଆପଣଙ୍କ ଏକାଗ୍ରତା ବହୁତ ଭଲ ରହିବ ଓ ପାଠ ପଢ଼ାରେ କୌଶଳ ବିକଶିତ କରିବା ପାଇଁ ସାହାଜ୍ୟ କରିବ। ଆପଣ ଅଧ୍ୟୟନ ସମ୍ବନ୍ଧରେ ଭଲ ପ୍ରଦର୍ଶନ କରିବେ।

ବୃତ୍ତିଗତ ଜୀବନ: କାର୍ଯ୍ୟକୁ ନେଇ ଆପଣ ଏହି ସପ୍ତାହରେ ବ୍ୟସ୍ତ ରହିବେ। କିନ୍ତୁ ଏଥିରୁ ଆପଣଙ୍କୁ ଶୁଭ ପରିଣାମ ମଧ୍ୟ ପ୍ରାପ୍ତ ହେବ। ଯଦି ଆପଣ ବ୍ୟବସାୟ କ୍ଷେତ୍ର ସହିତ ଜଡ଼ିତ ଅଛନ୍ତି ତେବେ ଏହି ସପ୍ତାହ ଆପଣଙ୍କ ପାଇଁ ବ୍ୟବସାୟରେ ଉନ୍ନତି କରିବା ପାଇଁ ଆଦର୍ଶ ସମୟ ହେବ। ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀ ଏକ ନୂତନ ଭାଗିଦାରୀରେ ଆପଣ ବ୍ୟବସାୟ କରିବାର ସୁଯୋଗ ପାଇପାରନ୍ତି ଏବଂ ଆପଣଙ୍କର ବ୍ୟବସାୟ ପାଇଁ ଏହି ସମୟ ମଧ୍ୟରେ ଦୂର ଦୂରାନ୍ତର ଯାତ୍ରା ମଧ୍ୟ ସମ୍ଭବ।

ସ୍ଵତଶୟ: ଏହି ସପ୍ତାହରେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କ ପାଇଁ ଭଲ ଅଟେ।ଏହି ସମୟରେ ଆପଣଙ୍କୁ ସାମାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡ଼ିବ ନାହିଁ | ଆପଣଙ୍କର ଖୁସି ମନୋଭାବ ଓ ଉତ୍ତମ ସ୍ୱାସ୍ଥ୍ୟ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ଭାବରେ କାର୍ଯ୍ୟ କରିବ।

ଉପାୟ: ପ୍ରତିଦିନ 33 ଥର 'ଓଁ ଭାର୍ଗବାୟ ନମଃ' ମନ୍ତ୍ର ଜପ କରନ୍ତୁ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମୂଳାଙ୍କ 7

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି )

ମୂଳାଙ୍କ ନମ୍ବର 7 ଥିବା ଲୋକମାନେ କମ୍ ଆକର୍ଷଣୀୟ ଦେଖାଯାନ୍ତି | ଏହି ସପ୍ତାହରେ ଆପଣ ନିଜର ଅଗ୍ରଗତି ଏବଂ ଭବିଷ୍ୟତ ବିଷୟରେ ନିଜକୁ ପ୍ରଶ୍ନ କରୁଥିବା ଦେଖାଯିବେ। ଏହି ସମୟ ମଧ୍ୟରେ ଆପଣ ଆକର୍ଷଣର ଅଭାବକୁ ଲକ୍ଷ୍ୟ କରି ପାରନ୍ତି ଏବଂ ଏହି ସପ୍ତାହରେ ଆପଣଙ୍କ ଜୀବନରେ ସ୍ଥିରତା ହାସଲ କରିବାରେ ଏହା ଏକ ପ୍ରତିବନ୍ଧକ ରୂପେ ଦେଖାଯିବ।

ପ୍ରେମ ଜୀବନ: ଏହି ସପ୍ତାହରେ, ଆପଣ ନିଜର ଜୀବନସାଥୀଙ୍କ ସହିତ ଅଧିକ ପ୍ରେମ ଉପଭୋଗ କରୁଥିବା ଦେଖାଯିବେ ନାହିଁ କାରଣ ପରିବାରରେ କିଛି ସମସ୍ୟା ଆସିପାରେ ଯାହା ଆପଣଙ୍କ ଜୀବନରେ ସୁଖର ପଥରେ ବାଧା ସୃଷ୍ଟି କରିପାରେ। ଏହି ସପ୍ତାହରେ ନିଜର ଚିନ୍ତାରେ ବ୍ୟସ୍ତ ରହିବା ବ୍ୟତୀତ ଘରର ସମସ୍ଯା ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ଏହି ପାଇଁ ଦରକାର ପଡ଼ିଲେ ଗୁରୁଜନଙ୍କର ପରାମର୍ଶ ନିଅନ୍ତୁ କାରଣ ଏହା କରିବା ଆପଣଙ୍କ ପାଇଁ ଅନୁକୂଳ ହେବ। ସାଙ୍ଗରେ, ଦୁହିଙ୍କ ମଧ୍ୟରେ ପ୍ରେମ ରହିବ।

ଶିକ୍ଷା: ରହସ୍ୟବାଦ, ଦର୍ଶନଶାସ୍ତ୍ର ଏବଂ ସମାଜବିଜ୍ଞାନ ଅଧ୍ୟୟନ କରୁଥିବା ଏହି ମୂଳାଙ୍କ ନମ୍ବରର ଲୋକଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଅନୁକୂଳ ହେବ ନାହିଁ। ନିଜର ଅଧ୍ୟୟନରେ ଏବଂ ଉଚ୍ଚ ମାର୍କ ସ୍କୋର କରିବାରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତଥାପି, ଏହି ସପ୍ତାହରେ, ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀ ଯଦି ଆପଣ ଚାହାଁନ୍ତି, ନିଜ ଭିତରେ ଲୁଚି ଥିବା କୌଶଳ ବଜାୟ ରଖିବାରେ ଆପଣ ସଫଳତା ହାସଲ କରିପାରିବେ | ଏହି ଅବଧି ମଧ୍ୟରେ, ସମୟର ଅଭାବ ହେତୁ, ଆପଣ ଜୀବନରେ ସଂପୂର୍ଣ୍ଣ ଅଗ୍ରଗତି ହାସଲ କରିବାକୁ ସକ୍ଷମ ହେବେ ନାହିଁ |

ବୃତ୍ତିଗତ ଜୀବନ: ଏହି ସପ୍ତାହ ମୂଳାଙ୍କ ନମ୍ବର 7 ର ଲୋକମାନଙ୍କ ପାଇଁ ଚାକିରି ସମ୍ବନ୍ଧରେ ଭଲ ଫଳାଫଳ ମିଳିବାର ସମ୍ଭାବନା ହାରାହାରି ବୋଲି ଜଣା ପଡ଼ୁଛି। ଏହି ସପ୍ତାହରେ ଆପଣ କୌଶଳ ବିକାଶ କରିପାରିବେ ଏବଂ ଆପଣଙ୍କ କାର୍ଯ୍ୟ ସମ୍ବନ୍ଧରେ ପ୍ରଶଂସା ପାଇପାରିବେ କିନ୍ତୁ ସେହି ସମୟରେ ଆପଣଙ୍କୁ ଚାକିରିରେ ଚାପର ମଧ୍ୟ ସାମ୍ନା କରିବାକୁ ପଡ଼ିବ। ଏହା ବ୍ୟତୀତ ଯଦି ଆପଣ ବ୍ୟବସାୟ କ୍ଷେତ୍ର ସହିତ ଜଡ଼ିତ ତେବେ ଆପଣଙ୍କୁ କ୍ଷତି ସାହିବାର ଆଶଙ୍କା ଅଛି। ଆପଣଙ୍କ ବ୍ୟବସାୟର ପୂର୍ବାନୁମାନ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି | ଏହା ବ୍ୟତୀତ, ଏହି ସପ୍ତାହରେ ଆପଣଙ୍କୁ କୌଣସି ସହଭାଗୀତା କିମ୍ବା ନୂତନ ଚୁକ୍ତିରେ ଜଡ଼ିତ ନହେବାକୁ ପରାମର୍ଶ ଦିଆଯାଇଛି |

ସ୍ବାସ୍ଥ୍ୟ: ଏହି ସପ୍ତାହରେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀ ଆଲର୍ଜି ହେତୁ ଚର୍ମ ରୋଗ ଏବଂ ହଜମ ଜନିତ ସମସ୍ୟା ହେବାର ସମ୍ଭାବନା ଅଛି, ତେଣୁ ନିଜର ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଠିକ୍ ସମୟରେ ଖାଆନ୍ତୁ | ଏହା ବ୍ୟତୀତ, ଆପଣ ଭଜା ଖାଦ୍ୟ ଖାଇବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ଶକ୍ତି ନଷ୍ଟ କରିପାରେ। ତଥାପି, ଆପଣ ଏହି ସପ୍ତାହରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ପ୍ରମୁଖ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉନାହାଁନ୍ତି।

ଉପାୟ: ପ୍ରତିଦିନ 41 ଥର 'ଓଁ କେତବେ ନମଃ' ମନ୍ତ୍ର ଜପ କରନ୍ତୁ।

ମୂଳାଙ୍କ 8

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)

ଏହି ସପ୍ତାହରେ, 8 ନମ୍ବର ଥିବା ଲୋକମାନଙ୍କର ଧର୍ଯ୍ୟ ଅଭାବ ହୋଇପାରେ। ସାଙ୍ଗରେ ଆପଣଙ୍କୁ ସଫଳତା ମିଳିବାରେ ଅସୁବିଧା ହୋଇପାରେ। ଏହା ବ୍ୟତୀତ ଆପଣ ସଫଳତା ହାସଲ କରିବାରେ କିଛି ବାଧାବିଘ୍ନର ସମ୍ମୁଖୀନ ହେବାର ସମ୍ଭାବନା ମଧ୍ୟ ଅଛି | ଏହି ସପ୍ତାହରେ ଆପଣଙ୍କୁ ଯାତ୍ରା ସମୟରେ କିଛି ମୂଲ୍ୟବାନ ଜିନିଷ ହରାଇବାର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ, ଯେଉଁ କାରଣରୁ ଆପଣଙ୍କ ଜୀବନରେ ଚିନ୍ତା ବଢ଼ିବାକୁ ଯାଉଛି। ଏଭଳି ପରିସ୍ଥିତିରେ, ଏହି ଅବଧି ମଧ୍ୟରେ ଏକ ବ୍ୟବସ୍ଥିତ ଯୋଜନା ଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ମୂଳାଙ୍କ 8ର ଲୋକମନେ ଆଧ୍ୟାତ୍ମିକ ପ୍ରସଙ୍ଗରେ ଅଧିକ ରୁଚି ଦେଖାଇବେ ଓ ଯାତ୍ରା ମଧ୍ୟ କରିବେ।

ପ୍ରେମ ଜୀବନ: ଏହି ସପ୍ତାହରେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀପାରିବାରିକ ଅସୁବିଧା ଯୋଗୁଁ ଅପାଣ ଓ ଆପଣଙ୍କ ସାଥି ମଧ୍ୟରେ ଦୂରତା ବଢ଼ିବ। ଏହି କାରଣରୁ ଆପଣଙ୍କ ଜୀବନରେ ଖୁସି କମିଯିବ ଓ ଆପଣ ଅନୁଭବ କରିବେ ଯେପରି ଆପଣ ସବୁ ହରାଇ ଦେଇଛନ୍ତି। ସେଥିପାଇଁ ନିଜ ଜୀବନସାଥି ସହିତ ଭଲ ବୁଝାମଣା ରଖିବା ଓ ମଧୁର କଥା ବାର୍ତ୍ତା କରିବ ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ ହେବ।

ଶିକ୍ଷା: ଏହି ସପ୍ତାହରେ ଜୀବନରେ ଆଗକୁ ବଢ଼ିବା ପାଇଁ ଓ ଅନୁକୂଳ ପରିଣାମ ପାଇବା ପାଇଁ ସାହସ ସହିତ ଆଗକୁ ବଢ଼ିବା ଉଚିତ। ସାଙ୍ଗରେ ଆପଣ ପାଠ ପଢ଼ାରେ ବ୍ୟସ୍ତ ରହିବେ। ଏହି ସମୟରେ ଆପଣ ପରୀକ୍ଷାରେ ଭଲ କରିବେ ଯଦି ଆପଣ ଭଲ ପ୍ରସ୍ତୁତି କରିବେ। ଆପଣଙ୍କୁ ଉଚ୍ଚ ଅଙ୍କ ରଖିବା ପାଇଁ କିଛି ଅସୁବିଧା ସହିବାକୁ ପଡ଼ିବ।

ବୃତ୍ତିଗତ ଜୀବନ: ସନ୍ତୁଷ୍ଟିର ଅଭାବ ହେତୁ, ଆପଣ ଚାକିରି ବଦଳାଇବାକୁ ଚିନ୍ତା କରିପାରନ୍ତି ଏବଂ ଏହା ଆପଣଙ୍କର ଚିନ୍ତା ବଢ଼ାଇବ। ବେଳେବେଳେ ଆପଣ କାର୍ଯ୍ୟରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇପାରନ୍ତି ଏବଂ ଏହା ଆପଣଙ୍କ କାର୍ଯ୍ୟ ଉପରେ ପ୍ରଭାବ ପକାଇପାରେ। ଯଦି ଆପଣ ବ୍ୟବସାୟ କ୍ଷେତ୍ର ସହିତ ଜଡ଼ିତ ଅଛନ୍ତି ତେବେ ଏହା ସମ୍ଭବ ଯେ ଆପଣ ସହଜରେ ଲାଭ ପାଇପାରିବେ ନାହିଁ | ସର୍ବନିମ୍ନ ବିନିଯୋଗ ସହିତ ମଧ୍ୟ ଆପଣ ବ୍ୟବସାୟ ଚଳାଇବାକୁ ପଡ଼ିପାରେ। ଅନ୍ୟଥା, ବ୍ୟବସାୟରେ କ୍ଷତି ପରିସ୍ଥିତିର ସମ୍ମୁଖୀନ ହେବାର ଏକ ଦୃଢ଼ସମ୍ଭାବନା ଅଛି।

ସ୍ବାସ୍ଥ୍ୟ: ଏହି ସମୟରେ ଚାପ ଯୋଗୁଁ ଆପଣଙ୍କ ଗୋଡ଼ରେ ଓ ଗଣ୍ଠିରେ ଯନ୍ତ୍ରଣା ହୋଇପାରେ। ସେଥିପାଇଁ ନିଜକୁ ଫିଟ ରଖିବା ପାଇଁ ଯୋଗ, ଧ୍ୟାନ, ଇତ୍ୟାଦି କରନ୍ତୁ।

ଉପାୟ: ପ୍ରତଦିନ 11 ଥର 'ଓଁ ହନୁମତେ ନମଃ' ମନ୍ତ୍ର ଜପ କରନ୍ତୁ।

ଆପଣଙ୍କ କୁଣ୍ଡଳୀ ରେ ଅଛି କି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ମୂଳାଙ୍କ 9

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)

ମୂଳାଙ୍କ ନମ୍ବର 9 ର ଲୋକମାନେ ଏହି ସପ୍ତାହରେ ପରିସ୍ଥିତିକୁ ନିଜ ଆଡ଼କୁ କରିବାକୁ ସକ୍ଷମ ହେବେ। ମୂଳଙ୍କ ନମ୍ବର 9 ର ଲୋକମାନେ ସେମାନଙ୍କ ଜୀବନରେ ଅନୁକୂଳ ଏବଂ ନୂତନ ନିଷ୍ପତ୍ତି ନେବାରେ ଅଧିକ ସାହସ ପାଇବେ। ଏହି ସପ୍ତାହରେ ଆପଣଙ୍କୁ ଅଧିକ ଭ୍ରମଣ କରିବାକୁ ପଡ଼ିପାରେ ଏବଂ ଏହିପରି ଯାତ୍ରା ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ।

ପ୍ରେମ ଜୀବନ: ଆପଣ ନିଜର ଜୀବନସାଥୀ ସହିତ ଆନ୍ତରିକ ଏବଂ ସୁସଂଗତ ସମ୍ପର୍କ ଅନୁଭବ କରୁଥିବା ଦେଖାଯିବେ | ଯଦି ଆପଣ କାହାକୁ ଭଲ ପାଆନ୍ତି, ଆପଣ ତାଙ୍କ ସହିତ ସମ୍ପର୍କକୁ ଅଧିକ ଭଲ କରିବେ | ଯଦି ଆପଣ ପୂର୍ବରୁ ବିବାହିତ ତେବେ ଏହି ସମୟ ମଧ୍ୟରେ ଆପଣ ନିଜ ଜୀବନସାଥୀଙ୍କ ସହିତ ଭଲ ସମୟ ଉପଭୋଗ କରୁଥିବା ଦେଖିବାକୁ ମିଳିବେ |

ଶିକ୍ଷା: ଏହି ସପ୍ତାହ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଶିକ୍ଷ୍ୟ ଦୃଷ୍ଟିରୁ ଭଲ ହେବ କାରଣ ଆପଣ ଉଚ୍ଚ ଅଙ୍କ ପ୍ରାପ୍ତ କରିବାକୁ ସକ୍ଷମ ହେବେ। ଆପଣ ଇଲେକଟ୍ରିକାଲ ଇଞ୍ଜିନିୟରିଂ, ରସାୟନ ବିଜ୍ଞାନ, ଇତ୍ୟାଦିରେ ଭଲ ପ୍ରଦର୍ଶନ କରିବେ। ଏହି ସପ୍ତାହ ଆପଣ ପାଠ ପଢ଼ାରେ ନିଜ ପାଇଁ ଏକ ବିଶେଷ ସ୍ଥାନ ତିଆରି କରିପାରିବେ।

ବୃତ୍ତିଗତ ଜୀବନ: ଯଦି ଆପଣଙ୍କ ଜନ୍ମ 9 ମୂଳାଙ୍କରେ ହୋଇଛି ତେବେ ଆପଣ ଚାକିରିରେ ନୂଆ ସୁଯୋଗ ପାଇବା ପାଇଁ ସମ୍ଭାବନା ଅଛି। ଯଦି ଆପଣ ପ୍ରଥମରୁ ସରକାରୀ ଚାକିରି କରୁଛନ୍ତି କିମ୍ବା ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କୁ କୀଚ ଭଲ ସୁଯୋଗ ମିଳିପାରେ।

ସ୍ବାସ୍ଥ୍ୟ: ଏହି ସପ୍ତାହ ମୂଳାଙ୍କ 9 ର ଲୋକଙ୍କ ସ୍ବାସ୍ଥ୍ୟ ବହୁତ ଅନୁକୂଳ ହେବାକୁ ଯାଉଛି। ଆପଣଙ୍କର ଶକ୍ତି ସ୍ତର ଓ ଆତ୍ମବିଶ୍ଵାସ ବଢ଼ିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ କୌଣସି ଅସୁବିଧା ଆପଣଙ୍କୁ ହେବ ନାହିଁ।

ଉପାୟ: ମଙ୍ଗଳବାର ଦିନ ଗରିବ ଲୋକଙ୍କୁ ଭୋଜନ କରାନ୍ତୁ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Horoscope
What will you get in 250+ pages Colored Brihat Horoscope.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Horoscope

250+ pages @ Rs. 599/-

Brihat Horoscope

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer